ମଣ୍ଡି ସମସ୍ୟାକୁ ନେଇ ଜୋର ଧରିଲାଣି ଅସନ୍ତୋଷ । ଧାନ ବିକ୍ରି ଦାବିରେ ଗଞ୍ଜାମ, କେନ୍ଦୁଝରରେ ରାସ୍ତାକୁ ଓହ୍ଲାଇଲେ ଚାଷୀ ।

କନକ ବ୍ୟୁରୋ: ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ଏବେ ଉଠୁଛି ପଡୁଛି ବିଧାନସଭା । ବିରୋଧୀମାନେ ଏହି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରୁଥିବାବେଳେ, ଶାସକ ଦଳର ସାଂସଦମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛନ୍ତି । ତେବେ ଏସବୁ ଭିତରେ ରାଜ୍ୟର ବିଭିନ୍ନ ଅଂଚଳରୁ ଚାଷୀ ଦୁର୍ଦ୍ଦଶାର ବାସ୍ତବ ଚିତ୍ର ସାମନାକୁ ଆସିଛି । ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ୍ ପଙ୍ଗାତିରା ମଣ୍ଡିରେ ଧାନ ବିକ୍ରି କରିପାରିନଥିବା ଚାଷୀମାନେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଦେଇଛନ୍ତିContinue reading “ମଣ୍ଡି ସମସ୍ୟାକୁ ନେଇ ଜୋର ଧରିଲାଣି ଅସନ୍ତୋଷ । ଧାନ ବିକ୍ରି ଦାବିରେ ଗଞ୍ଜାମ, କେନ୍ଦୁଝରରେ ରାସ୍ତାକୁ ଓହ୍ଲାଇଲେ ଚାଷୀ ।”

ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । ଗୃହ କାର୍ଯ୍ୟ ୩୦ ମିନିଟ ପାଇଁ ମୁଲତବୀ । 

କନକ ବ୍ୟୁରୋ: ଅପରାହ୍ନ ଅଧିବେଶନରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ତେଣୁ ଗୃହ କାର୍ଯ୍ୟକୁ ୩୦ ମିନିଟ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି ସକାଳୁ ମଧ୍ୟ ଗୃହରେ ହଟ୍ଟଗୋଳ ହୋଇଥିଲା । ତେଣୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ ହୋଇଥିଲା ।Continue reading “ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । ଗୃହ କାର୍ଯ୍ୟ ୩୦ ମିନିଟ ପାଇଁ ମୁଲତବୀ । “

ରୁଚି-ଇ.ସି.ଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦଯାପିତ । ଆର୍ଟିଷ୍ଟ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇ ଆର୍ଟିଷ୍ଟ ରୟାଲ ଟାଇଗର୍ସ ଚାମ୍ପିୟନ ।

କନକ ବ୍ୟୁରୋ : ଇଭେଣ୍ଟ ମ୍ୟାନେଜମେଣ୍ଟ ଆସୋସିଏସନ ଅଫ୍ ଓଡ଼ିଶା ଆନୁକୁଲ୍ୟରେ ଏବଂ ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚିର ସହଯୋଗରେ ନିମପୁର ସ୍ପୋର୍ଟ୍ସ ଓ କ୍ରିକେଟ କ୍ଲବ ପଡିଆରେ ଦିବାରାତ୍ର ଏଣ୍ଟରଟେନର୍ସ କ୍ରିକେଟ ମ୍ୟାଚ୍ ୨୦୨୧ ଅନୁଷ୍ଠିତ ହୋଇଛି । ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚକୁ ଉଦଘାଟନ କରିଛନ୍ତି ଏସସିବି ମେଡିକାଲର ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା । ଓଡ଼ିଶାର ସମସ୍ତ ଇଭେଣ୍ଟ ମ୍ୟାନେଜରସ୍, ଭେଣ୍ଡରସ, ମିଡ଼ିଆ ଓ କଳାକାରଙ୍କୁ ନେଇContinue reading “ରୁଚି-ଇ.ସି.ଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦଯାପିତ । ଆର୍ଟିଷ୍ଟ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇ ଆର୍ଟିଷ୍ଟ ରୟାଲ ଟାଇଗର୍ସ ଚାମ୍ପିୟନ ।”

ବାଙ୍କିବାହାଲ-ଟପରିଆ ରାସ୍ତାରେ ଛତିଶଗଡକୁ କୋଇଲା ପରିବହନ ଯୋଗୁ ଖରାପ ହେଉଛି ରାସ୍ତା । ପ୍ରତିବାଦ କରିବାକୁ ଲୋକଙ୍କ ଉପରେ ପୋଲିସର ଜୁଲମ୍ ।

କନକ ବ୍ୟୁରୋ: ଗତ ଜାନୁୟାରୀ ୧୯ ତାରିଖରୁ ବାଙ୍କିବାହାଲ-ଟପରିଆ ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବିରେ ଆନ୍ଦୋଳନ ଜାରି ରହିଛି । ତେବେ ଆଜି ପୁଣି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ । ଏହି ରାସ୍ତା ଦେଇ ପଡୋଶୀ ଛତିଶଗଡକୁ କୋଇଲା ପରିବହନ ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଧୂଳିଧୂଆଁରେ ଲୋକେ ଅତିଷ୍ଠ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାସହ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଫେରାଦ ହୋଇଥିଲେ ଲୋକେ ।Continue reading “ବାଙ୍କିବାହାଲ-ଟପରିଆ ରାସ୍ତାରେ ଛତିଶଗଡକୁ କୋଇଲା ପରିବହନ ଯୋଗୁ ଖରାପ ହେଉଛି ରାସ୍ତା । ପ୍ରତିବାଦ କରିବାକୁ ଲୋକଙ୍କ ଉପରେ ପୋଲିସର ଜୁଲମ୍ ।”

ରାୟଗଡାରେ କରୋନା ଟିକା ନେବାକୁ ଆଗ୍ରହୀ ହେଉନାହାନ୍ତିି ଲୋକ। ଟାର୍ଗେଟ ଥିଲା ୧ ଲକ୍ଷ ୬ ହଜାର, ହେଲେ ନେଇଛନ୍ତି ମାତ୍ର ୩୧୧ ।

କନକ ବ୍ୟୁରୋ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିକୁ ରଖି ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ହେଲେ ସଚେତନତା ଅଭାବରୁ ରାୟଗଡା ଜିଲ୍ଲାରେ ଟିକାକରଣ ଅତ୍ୟନ୍ତ ନିରୁତ୍ସାହ ଜନକ ରହିଛି । ବିଶେଷ କରି ୪୫ ରୁ ୫୯ ବୟସ୍କ ବର୍ଗର ବ୍ୟକ୍ତି ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ସରକାରୀ ତଥ୍ୟରୁ ଜଣାପଡିଛି । ଜିଲ୍ଲାରେ ୧ ଲକ୍ଷ ୬ ହଜାର ୨୮୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛିContinue reading “ରାୟଗଡାରେ କରୋନା ଟିକା ନେବାକୁ ଆଗ୍ରହୀ ହେଉନାହାନ୍ତିି ଲୋକ। ଟାର୍ଗେଟ ଥିଲା ୧ ଲକ୍ଷ ୬ ହଜାର, ହେଲେ ନେଇଛନ୍ତି ମାତ୍ର ୩୧୧ ।”

ସୁବାସଙ୍କ ସମର୍ଥନରେ ବାହାରିଲା ବିଜେପି । କହିଲା, ଗୃହରେ ସୁବାସ ଯାହା କରିଛନ୍ତି ଠିକ୍ କରିଛନ୍ତି , ଚାଷୀଙ୍କ ସହ ପ୍ରତାରଣା କରିଥିବାରୁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ସୁବାସଙ୍କ ସମର୍ଥନରେ ବାହାରିଲା ଦଳ । ବିଜେଡି ସୁବାସଙ୍କୁ ଟାର୍ଗେଟ କରିବା ପରେ ଏବେ ତାଙ୍କ ସମର୍ଥନରେ ବାହାରିଛି ଦଳ । ଚାଷୀଙ୍କ ହିତ ପାଇଁ ବିଧାନସଭା ଭିତରେ ସୁବାସ ଯାହା କରିଛନ୍ତି ଠିକ୍ କରିଛନ୍ତି, ଦଳ ତାଙ୍କ ସହ ରହିଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ମଣ୍ଡିରେ ମାସ ମାସ ଧରି ଚାଷୀଙ୍କ ଧାନ ପଡ଼ିରହୁଛି । ମନ୍ତ୍ରୀ ଏ ନେଇ ପ୍ରତିଶୃତି ମଧ୍ୟ ଦେଇଥିଲେ ଧାନContinue reading “ସୁବାସଙ୍କ ସମର୍ଥନରେ ବାହାରିଲା ବିଜେପି । କହିଲା, ଗୃହରେ ସୁବାସ ଯାହା କରିଛନ୍ତି ଠିକ୍ କରିଛନ୍ତି , ଚାଷୀଙ୍କ ସହ ପ୍ରତାରଣା କରିଥିବାରୁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ।”

ଅଗ୍ନିର ଆଁରୁ ମୁକୁଳିଲା ଶିମିଳିପାଳ। ନିଆଁ ଲିଭିଲା, ନିସ୍ତାର ମିଳିଲା। ଜଙ୍ଗଲୀ ନିଆଁ ଲିଭିବା ପରେ ଜୀବନ ଫେରିପାଇଲା ଶିମିଳିପାଳ। ସ୍ୱର ସାଜିଥିଲା କନକ ନ୍ୟୁଜ, ସଫଳ ହେଲା #SaveSimilipal ଅଭିଯାନ

କନକ ବ୍ୟୁରୋ: ଆୟତ ହେଲା ଅଗ୍ନି, ନିୟନ୍ତ୍ରଣ ହେଲା ନିଆଁ । ଶିମିଳିପାଳ ଶରୀରରୁ ଲିଭିଗଲା ନିଆଁ । ଅଣାୟତ୍ତ ନିଆଁ ଆୟତ୍ତ ହେବା ପରେ ଏବେ ଆଶ୍ୱସ୍ତି ଅନୁଭବ କରୁଛି ଶିମିଳିପାଳ । ଭୟଙ୍କର ଜଙ୍ଗଲୀ ନିଆଁ ଉଭେଇଯିବା ପରେ ଏବେ ଜୀବନ ଫେରି ପାଇଛି ସବୁଜ ବନାନୀ ଶିମିଳିପାଳ । ତେବେ ବିଗତ ୧୫ ଦିନରୁ ଅଧିକ ହେବ ବନାଗ୍ନିର ପାଇଁ ଯନ୍ତ୍ରଣାରେ ଛଟପଟ ହେଉଥିଲା ଶିମିଳିପାଳ । କେମିତି ନିଆଁ ଲାଗିଲା, କେଉଁଠୁContinue reading “ଅଗ୍ନିର ଆଁରୁ ମୁକୁଳିଲା ଶିମିଳିପାଳ। ନିଆଁ ଲିଭିଲା, ନିସ୍ତାର ମିଳିଲା। ଜଙ୍ଗଲୀ ନିଆଁ ଲିଭିବା ପରେ ଜୀବନ ଫେରିପାଇଲା ଶିମିଳିପାଳ। ସ୍ୱର ସାଜିଥିଲା କନକ ନ୍ୟୁଜ, ସଫଳ ହେଲା #SaveSimilipal ଅଭିଯାନ”

କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଲେ ବିଜେଡି ସାଂସଦ । ଧାନ ସଂଗ୍ରହ ଓ ବକେୟା ସବସିଡି ପ୍ରଦାନ ନେଇ ରଖିଲେ ଦାବି ।

କନକ ବ୍ୟୁରୋ: କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଲେ ବିଜେଡି ସାଂସଦ । ଧାନ ସଂଗ୍ରହ ଓ ବକେୟା ସବସିଡ୍ ପ୍ରଦାନ ନେଇ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜୁ ଜନତା ଦଳର ସାଂସଦ ମାନେ । ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏକାଠି ହୋଇ ମନ୍ତ୍ରୀଙ୍କୁ ଭେଟିଛନ୍ତି ଏବଂ ଧାନ କିଣାକୁ ନେଇ ଚାଷୀ ଭୋଗୁଥିବା ସମସ୍ୟା ବାବଦରେ ଜଣାଇଛନ୍ତି । ସାଂସଦଙ୍କ ଦାବି ଶୁଣିବା ପରେ ଏହି ସଂପର୍କରେContinue reading “କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଲେ ବିଜେଡି ସାଂସଦ । ଧାନ ସଂଗ୍ରହ ଓ ବକେୟା ସବସିଡି ପ୍ରଦାନ ନେଇ ରଖିଲେ ଦାବି ।”

ସ୍ଥଗିତ ରହିଲା ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ । ହାଇକୋର୍ଟରେ ମାମଲା ଥିବାରୁ ପରବର୍ତ୍ତୀ ନିଷ୍ପତି ଆସିବା ଯାଏଁ ଟ୍ୟାକ୍ସ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ସ୍ଥଗିତ ରହିଲା ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ । ହାଇକୋର୍ଟରେ ମାମଲା ଥିବାରୁ ପରବର୍ତ୍ତୀ ନିଷ୍ପତି ଆସିବା ଯାଏଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଦାୟ କରାଯାଉଥିବା ଟ୍ୟାକ୍ସ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ବିଏମସି ବର୍ଦ୍ଧିତ ହାରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ପାଇଁ ନିଷ୍ପତି ନେଇଥିଲା । ଏକ ବେଂଚ ମାର୍କ ମୂଲ୍ୟାୟନକୁ ଆଧାର କରିContinue reading “ସ୍ଥଗିତ ରହିଲା ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ । ହାଇକୋର୍ଟରେ ମାମଲା ଥିବାରୁ ପରବର୍ତ୍ତୀ ନିଷ୍ପତି ଆସିବା ଯାଏଁ ଟ୍ୟାକ୍ସ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।”

ଦୁନିଆର ବିରଳ ଦେଶ । ଯେଉଁଠି ଆଲିସାନ୍ ହୋଟେଲରେ ପରିଣତ ହୋଇଛି ଅଧିକାଂଶ ଜେଲ୍ ।

କନକ ବ୍ୟୁରୋ : ଜେଲ୍ । କିଏ କିଏ ଜେଲକୁ ନର୍କ କହିଥାନ୍ତି ତ ଆଉ କିଏ କାଳ କୋଠରୀର ଆଖ୍ୟା ଦେଇଥାନ୍ତି । ଅପରାଧୀଙ୍କୁ ଦଣ୍ଡ ସ୍ୱରୂପ ଜେଲରେ ବନ୍ଦୀ କରି ରଖାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜେଲର ଖବର କହିବୁ, ଯାହା ଏବେ ହୋଟେଲରେ ପରିଣତ ହୋଇସାରିଛି । ସାରା ବିଶ୍ୱରେ ଅନେକ ଜେଲ୍ ରହିଛି । ଭାରତ ଏବଂ ଆମେରିକା ସମେତ ଅନ୍ୟ କିଛି ଦେଶର ଜେଲContinue reading “ଦୁନିଆର ବିରଳ ଦେଶ । ଯେଉଁଠି ଆଲିସାନ୍ ହୋଟେଲରେ ପରିଣତ ହୋଇଛି ଅଧିକାଂଶ ଜେଲ୍ ।”

Design a site like this with WordPress.com
Get started