କନକ ବ୍ୟୁରୋ: ସମ୍ବଲପୁରରେ ଆରମ୍ଭ ହେଲା ବିରଳ କଳା ଗହମ ଚାଷ । ସହରର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଏଭଳି ପ୍ରୟାସ କରି କମାଲ ଦେଖାଇଛନ୍ତି । ଓଡିଶା ମାଟିରେ ଏହା ସମ୍ଭବ ହୋଇନଥିଲେ ମଧ୍ୟ ରାଜ୍ୟର ପ୍ରଥମ ଥର ପାଁଇ ୪ଟି ସ୍ଥାନରେ ପରୀକ୍ଷାମୂଳକଭାବେ ଚାଷ କରାଯାଇଛି । ଯାହା କର୍କଟ ଭଳି ମାରାତ୍ମକ ରୋଗକୁ ନାଶ କରିବା କ୍ଷମତା ରଖୁଛି । ଏହି କଳା ଗହମର ବଜାରରେ ଚାହିଦା ଓ ମୂଲ୍ୟ ଅଧିକContinue reading “ହୀରାଖଣ୍ଡର କଳା ଗହମ । ସମ୍ବଲପୁରରେ ପରୀକ୍ଷାମୂଳକ ଚାଷ କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟଜିତ୍ । କର୍କଟ, ମେଦବହୁଳତା ପରି ରୋଗ ପାଇଁ କରାଯାଏ ବ୍ୟବହାର ।”
Author Archives: Raghaba
ନିଶା ବନିଛି ପେଶା । ଜାଇଲୋଗ୍ରାଫି କରି ପରିଚୟ ସୃଷ୍ଟି କରିଛନ୍ତି ଯାଜପୁରର ବିଶ୍ୱନାଥ ମହାରଣା । ଉପରାଷ୍ଟ୍ରପତି ମଧ୍ୟ କରିଛନ୍ତି ପ୍ରଂଶସା ।
କନକ ବ୍ୟୁରୋ: ଅଦରକାରୀ କାଠରେ ଅନନ୍ୟ କଳାକୃତି । ଯେକେହି ଦେଖିବ ଘଡିଏ ଅଟକଯିବ । ଆମେ କହୁଛୁ ଯାଜପୁର ଜିଲ୍ଳା ମୁଗପାଳ ଚମ୍ପାଡିହ ଗାଁର ଅନନ୍ୟ କାରିଗର ବିଶ୍ୱନାଥ ମହାରଣାଙ୍କ କଥା । ଦିନେ ମୂର୍ତ୍ତି ତିଆରି କରିବାର ନିଶା ଏବେ ତାଙ୍କୁ ପେଶାଦାର ଶିଳ୍ପୀର ମାନ୍ୟତା ଦେଇଛି । କାଠରେ ଛାୟାଚିତ୍ର ବା ଜାଇଲୋଗ୍ରାଫି ତିଆରି କରି ସ୍ୱାବଲମ୍ବୀ ହେବା ସହ ଉପ-ରାଷ୍ଟ୍ରପତିଙ୍କଠାରୁ ମିଳିଛି ପ୍ରସଂଶା । ରସୁଲପୁର ବ୍ଲକ ମୁଗପାଳ ଚମ୍ପାଡିହ ଗାଁରContinue reading “ନିଶା ବନିଛି ପେଶା । ଜାଇଲୋଗ୍ରାଫି କରି ପରିଚୟ ସୃଷ୍ଟି କରିଛନ୍ତି ଯାଜପୁରର ବିଶ୍ୱନାଥ ମହାରଣା । ଉପରାଷ୍ଟ୍ରପତି ମଧ୍ୟ କରିଛନ୍ତି ପ୍ରଂଶସା ।”
ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ବିକାଶ ପାଇଁ ବିଶ୍ୱ ଓଡ଼ିଆ ସମୁଦାୟ ସହ ଆଲୋଚନା । ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ବିକାଶ ପାଇଁ ବିଶ୍ୱ ଓଡ଼ିଆ ସମୁଦାୟଙ୍କ ସହ ଆଲୋଚନା । ଆଜି ସଂଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଶ୍ୱରେ ଥିବା ଓଡ଼ିଆ ଲୋକଙ୍କ ସହ ଆଲୋଚନା କରିଛନ୍ତି । ୩୦ରୁ ଅଧିକ ଦେଶରେ ରହୁଥିବା ଓଡ଼ିଆ ଲୋକ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ଶ୍ରୀଜଗନ୍ନାଥ ଧାମ, ପୁରୀର ବିକାଶ ପାଇଁ ସାମୁହିକ ଉଦ୍ୟମ ଉପରେ ଗୁରୁତ୍ୱ ଦିଆଯାଇଛିContinue reading “ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ବିକାଶ ପାଇଁ ବିଶ୍ୱ ଓଡ଼ିଆ ସମୁଦାୟ ସହ ଆଲୋଚନା । ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।”
କରୋନାକୁ ନେଇ ସଚେତନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । କହିଲେ, ଆମର ଲକ୍ଷ୍ୟ ଶୂନ ସଂକ୍ରମଣ ।
କନକ ବ୍ୟୁରୋ: ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୬୫୨ । ମାଲକାନଗିରି ଓ କେନ୍ଦ୍ରାପଡ଼ା, ଏହି ଦୁଇଟି ଜିଲ୍ଲାରେ କୌଣସି ସକ୍ରିୟ ସଂକ୍ରମଣ ନାହାନ୍ତି । ୧୫ଟି ଜିଲ୍ଲାରେ ଏହି ସଂଖ୍ୟା ଏକ ଅଙ୍କ ବିଶିଷ୍ଟ । ଗତ ୨୪ ଘଂଟାରେ ୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୨ରେ ୬୫ ଓ ମାର୍ଚ୍ଚ ୧୧ରେ ୬୪ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟରେ କରୋନାContinue reading “କରୋନାକୁ ନେଇ ସଚେତନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । କହିଲେ, ଆମର ଲକ୍ଷ୍ୟ ଶୂନ ସଂକ୍ରମଣ ।”
ପଶ୍ଚିମବଙ୍ଗରେ ବିଜେପିକୁ ଟକ୍କର ଦେବାକୁ ପ୍ରଚାର ମୈଦାନକୁ ହ୍ୱିଲ ଚେୟାରରେ ଓହ୍ଲାଇଲେ ମମତା । କୋଲକାତାରେ ୫ କିଲୋମିଟର ରୋଡ ଶୋ
କନକ ବ୍ୟୁରୋ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ପ୍ରଚାର ବେଳେ ଆହତ ତୃଣମୂଳ କଂଗ୍ରେସ ସୁପ୍ରିମୋ ଘଟଣାର ୪ ଦିନ ପରେ ପ୍ରଚାର କମାଣ ସମ୍ଭାଳିଛନ୍ତି । ହ୍ୱିଲ ଚେୟାରରେ ବସି ଶହ ଶହ ଦଳୀୟ କର୍ମୀଙ୍କ ସହ କୋଲକାତାରେ ରୋଡ କରିଛନ୍ତି ମମତା ବାନାର୍ଜୀ । ଦଳର ବରିଷ୍ଠ ନେତାଙ୍କ ସହ କୋଲକାତାର ମାୟାରୋଡରୁ ହାଜରା ମୋଡ ଯାଏଁ ପ୍ରାୟ ୫ କିମି ଲମ୍ବ ରୋଡ ସୋରେ ସାମିଲ ହୋଇଥିଲେ ଦିଦି । ହାଜରା ମୋଡରେ ସମାବେଶକୁ ସମ୍ବୋଧନContinue reading “ପଶ୍ଚିମବଙ୍ଗରେ ବିଜେପିକୁ ଟକ୍କର ଦେବାକୁ ପ୍ରଚାର ମୈଦାନକୁ ହ୍ୱିଲ ଚେୟାରରେ ଓହ୍ଲାଇଲେ ମମତା । କୋଲକାତାରେ ୫ କିଲୋମିଟର ରୋଡ ଶୋ “
ଜାସନ ରଏଙ୍କ ଦମଦାର ବ୍ୟାଟିଂ: ୧୬୪ ରନ କଲା ଇଂଲଣ୍ଡ ଦଳ । ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ।
କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦ରେ ଜାସନ ରଏଙ୍କ ଦମଦାର ବ୍ୟାଟିଂ । ଫଳରେ ୧୬୪ ରନ କରିଛି ଇଂଲଣ୍ଡ ଦଳ । ଏବେ ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ । ଏହି ମ୍ୟାଚ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।Continue reading “ଜାସନ ରଏଙ୍କ ଦମଦାର ବ୍ୟାଟିଂ: ୧୬୪ ରନ କଲା ଇଂଲଣ୍ଡ ଦଳ । ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ । “
ଛୋଟ ନିର୍ବାଚନ ପଛରେ ବଡ଼ ନେତା । ଯୋଡ଼ା ଟ୍ରକ ମାଲିକ ସଂଘର ସଭାପତି ନିର୍ବାଚନ ପାଇଁ ଉଡିଲା ଟଙ୍କା ।
କନକ ବ୍ୟୁରୋ: ଯୋଡ଼ା ଟ୍ରକ ଆସୋସିଏସନର ଆଜି ଥିଲା କର୍ମକର୍ତା ନିର୍ବାଚନ । ସାଧାରଣ ନିର୍ବାଚନ ତୁଳନାରେ ଏହି ର୍ନିର୍ବାଚନ ଉପରେ ଅଧିକ ନଜର ପଡ଼ିଥାଏ । କାରଣ ସାଧାରଣ ନିର୍ବାଚନ ତୁଳନାରେ ଏଠାରେ ଟ୍ରକ ମାଲିକ ସଂଘ କର୍ମକର୍ତା ନିର୍ବାଚନରେ ଅଧିକ ଟଙ୍କା ଉଡ଼େ । ସଂଘର କର୍ମକର୍ତା ହେବାକୁ ଯାଉଥିବା ପ୍ରାର୍ଥୀମାନେ ସଦସ୍ୟ ଟ୍ରକ ମାଲିକଙ୍କ ଭୋଟ ପାଇବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରନ୍ତି । ପ୍ରାୟ ଅଧା ଭୋଟ ଟଙ୍କାରେContinue reading “ଛୋଟ ନିର୍ବାଚନ ପଛରେ ବଡ଼ ନେତା । ଯୋଡ଼ା ଟ୍ରକ ମାଲିକ ସଂଘର ସଭାପତି ନିର୍ବାଚନ ପାଇଁ ଉଡିଲା ଟଙ୍କା ।”
ରହସ୍ୟ ଘେରରେ ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ପୋଲିସ କମିଶନର କହିଲେ ମହିଳା ଥାନା ଖୋଜିବ କଙ୍କାଳ କାହାର ।
କନକ ବ୍ୟୁରୋ : ଯାଆଁଳା ଫାଣ୍ଡି ପରିସରରୁ ମିଳିଥିବା କଙ୍କାଳର କାହାଣୀକୁ ନେଇ ଯେତିକି ରହସ୍ୟ ରହିଛି, ତାଠୁ ଅଧିକ ପୁଲିସର ଖାମଖିଆଲି ମନୋଭାବକୁ ପ୍ରକାଶ କରୁଛି । କାରଣ, ୬ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ମୃତଦେହ କଙ୍କାଳ ରୁପରେ ସାମ୍ନାକୁ ଆସିବ ଏବଂ କଙ୍କାଳ ମିଳିବାର ପ୍ରାୟ ଗୋଟିଏ ମାସ ଯାଏଁ କୌଣସି ଖବର ସାମ୍ନାକୁ ନଆସିଥିବା ବେଳେ ଅଚାନକ୍ ଥାନା ଅଧିକାରୀ ନିଲମ୍ବିତ ହୋଇଯିବେ, ତେବେ ଏହାକୁ ନେଇ ପ୍ରଶ୍ନContinue reading “ରହସ୍ୟ ଘେରରେ ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ପୋଲିସ କମିଶନର କହିଲେ ମହିଳା ଥାନା ଖୋଜିବ କଙ୍କାଳ କାହାର । “
ଖୋଲିଲା ୧୩ ବର୍ଷ ତଳର କ୍ରାଇମ୍ ଫାଇଲ । ୨୦୦୮ରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ମାମଲାରେ ପଞ୍ଚମ ଅଭିଯୁକ୍ତ ଗିରଫ
କନକ ବ୍ୟୁରୋ: କଙ୍କାଳର କାହାଣୀକୁ ନେଇ ପ୍ରଶ୍ନ ଘେରରେ ଥିବା କମିଶନରେଟ୍ ପୁଲିସ୍, ପୁରୁଣା ଫାଇଲ୍ ଖୋଲି ୧୩ ବର୍ଷ ତଳର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରି ପ୍ରଶଂସା ବି ସାଉଁଟିଛି । ପୁରୁଣା ଅପରାଧୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଯେଉଁ ଅଭିଯାନ ଆରମ୍ଭ କରିଥିଲା, ସେହି ଅଭିଯାନକୁ ଆଉ ଏକ ସଫଳତା ମିଳିଛି, ଯେତେବେଳେ ୨୦୦୮ ମସିହାରେ ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ମାମଲାରେ ଫେରାର ଥିବା ପଂଚମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସContinue reading “ଖୋଲିଲା ୧୩ ବର୍ଷ ତଳର କ୍ରାଇମ୍ ଫାଇଲ । ୨୦୦୮ରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ମାମଲାରେ ପଞ୍ଚମ ଅଭିଯୁକ୍ତ ଗିରଫ”
ବଢ଼ୁଛି କରୋନାର ଦ୍ୱିତୀୟ ଲହର ଭୟ । ଦେଶରେ କରୋନା ମିଟର ଉପରମୁହାଁ, ୨୪ ଘଂଟାରେ ୨୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ: ପୁଣିଥରେ କରୋନା ସଂକ୍ରମଣ ଦିନକୁ ଦିନ ଯେପରି କାୟା ମେଲାଉଛି, ଦ୍ୱିତୀୟ ଲହରର ଭୟ ସେତିକି ବଢ଼ିବାରେ ଲାଗିଛି । ଦିନକରେ ଦେଶରେ ୨୫ ହଜାର ୩୨୦ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ମାର୍ଚ୍ଚ ୧୩ରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ମାର୍ଚ୍ଚ ୧୨ରେ ଏହି ସଂଖ୍ୟା ଥିଲା ୨୩ ହଜାର ୨୮୫ । ଗତ ୨୪ ଘଂଟା ଭିତରେ ଯେତିକି ମାମଲା ଆସିଛି, ତାହାContinue reading “ବଢ଼ୁଛି କରୋନାର ଦ୍ୱିତୀୟ ଲହର ଭୟ । ଦେଶରେ କରୋନା ମିଟର ଉପରମୁହାଁ, ୨୪ ଘଂଟାରେ ୨୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ “