କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରେ ଗାଡି ଭିତରୁ କଙ୍କାଳ ମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ମୃତ ଦେହଟି ମିଳିବା ପରେ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ଭଳି ବିଚାର କରି ତୁରନ୍ତ ଏହାର ବ୍ୟବଚ୍ଛେଦ କରାଯାଇଥିଲା । ସେହିପରି ନିୟମ ଅନୁସାରେ ବ୍ୟବଛେଦ ବେଳର ଭିଡିଓ ରେକର୍ଡିଂ କରାଯାଇଛି । ତେବେ ମୃତ ମହିଳାଙ୍କ ବୟସ ୪୫ ବର୍ଷ ଓ ବ୍ୟବଛେଦ ରିପୋର୍ଟରୁ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବା କହିଛନ୍ତି ସିପିContinue reading “ଯାଆଁଳ ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।”
Author Archives: Raghaba
ଶ୍ରୀଲଙ୍କାରେ ନିଷିଦ୍ଧ ହେବ ବୁର୍ଖା ପରିଧାନ । ଇସଲାମୀୟ ଶିକ୍ଷାନୁଷ୍ଠାନକୁ ବି ବନ୍ଦ କରିବେ ଶ୍ରୀଲଙ୍କା ସରକାର ।
କନକ ବ୍ୟୁରୋ: ଶ୍ରୀଲଙ୍କାରେ ନିଷିଦ୍ଧ ହେବ ବୁର୍ଖା ପରିଧାନ । ମସୁଲିମ ମହିଳା ମାନେ ପରିଧାନ କରୁଥିବା ବୁର୍ଖାକୁ ଦେଶର ସୁରକ୍ଷା ଦୃଷ୍ଟିରୁ ଶ୍ରୀଲଙ୍କା ସରକାର ନିଷିଦ୍ଧ କରିବେ ବୋଲି କହିଛନ୍ତି । ସେହିପରି ଦେଶରେ ଥିବା ହଜାରେରୁ ଅଧିକ ଇସଲାମୀୟ ଶିକ୍ଷାନୁଷ୍ଠାନ ବା ମଦ୍ରାସାକୁ ମଧ୍ୟ ବନ୍ଦ କରାଯିବ ବୋଲି ଶ୍ରୀଲଙ୍କାର ସର୍ବସାଧାରଣ ସୁରକ୍ଷା ମନ୍ତ୍ରୀ ଶରତ ବୀରଶେଖରା କହିଛନ୍ତି । ଏପରିକି ପୂର୍ବରୁ ଦେଶରେ କୌଣସି ମୁସଲିମ ମହିଳା କି ଯୁବତୀ ଏପରି ବୁର୍ଖାContinue reading “ଶ୍ରୀଲଙ୍କାରେ ନିଷିଦ୍ଧ ହେବ ବୁର୍ଖା ପରିଧାନ । ଇସଲାମୀୟ ଶିକ୍ଷାନୁଷ୍ଠାନକୁ ବି ବନ୍ଦ କରିବେ ଶ୍ରୀଲଙ୍କା ସରକାର ।”
ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି କାର ଜବତ ଘଟଣା । ଆସିଷ୍ଟାଂଟ ପୋଲିସ ଇନ୍ସପେକ୍ଟର ସଚିନ ୱାଜେ ଗିରଫ ।
କନକ ବ୍ୟୁରୋ: ବିିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଂଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି କାର ଜବତ କରାଯିବା ଘଟଣାରେ ମୁମ୍ବାଇ ପୋଲିସ ଅଫିସର ଗିରଫ ହୋଇଛନ୍ତି । ଆସିଷ୍ଟାଂଟ ପୋଲିସ ଇନ୍ସପେକ୍ଟର ସଚିନ ୱାଜେଙ୍କୁ ଦୀର୍ଘ ୧୨ଘଂଟା ଧରି ଗୁଡାଇ ତୁଡାଇ ଏନଆଇଏ ଜେରା କରିବା ପରେ ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆଂଟିଲିଆ ସମ୍ମୁଖରୁ ମିଳିଥିବା ବିସ୍ଫୋରକ ଭର୍ତି କାର ଜବତ ଘଟଣାରେ ସଚିନ ୱାଜେଙ୍କContinue reading “ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି କାର ଜବତ ଘଟଣା । ଆସିଷ୍ଟାଂଟ ପୋଲିସ ଇନ୍ସପେକ୍ଟର ସଚିନ ୱାଜେ ଗିରଫ ।”
ବିଧାନସଭାରେ ସାନିଟାଇଜର ପିଇ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ବାଚସ୍ପତି କହିଲେ, ବେନିୟମ କାମ କରିଥିବାରୁ ବିଧାୟକ କ୍ଷମା ମାଗିନେବା ଉଚିତ ।
କନକ ବ୍ୟୁରୋ: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ବେଆଇନ୍ । ଏହି ଭୁଲ୍ ପାଇଁ ସେ କ୍ଷମା ମାଗିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ସୂର୍ଯ୍ୟପାତ୍ର । ଟ୍ରେଜେରୀ ବେଂଚ ମଧ୍ୟ ଏଭଳି ଘଟଣା ଲାଗି କ୍ଷମା ମାଗିବାକୁ ଦାବି କରିଛନ୍ତି । ବିଜେପି ବିଧାୟକ ଦଳContinue reading “ବିଧାନସଭାରେ ସାନିଟାଇଜର ପିଇ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ବାଚସ୍ପତି କହିଲେ, ବେନିୟମ କାମ କରିଥିବାରୁ ବିଧାୟକ କ୍ଷମା ମାଗିନେବା ଉଚିତ ।”
୨୦୦୮ ମସିହା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣା । ୧୩ ବର୍ଷ ପରେ ଆଉ ଜଣେ ଅପରାଧୀକୁ ବାନ୍ଧିଲା କମିଶନରେଟ୍ ପୋଲିସ ।
କନକ ବ୍ୟୁରୋ: କମିଶନରେଟ୍ ପୋଲିସକୁ ବଡ ସଫଳତା । ୨୦୦୮ ମସିହା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାରେ ପୋଲିସ ୧୩ ବର୍ଷ ପରେ ଆଉ ଜଣେ ଅପରାଧୀକୁ ଗିରଫ କରିଛି । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଦୀର୍ଘ ୧୩ ବର୍ଷ ତଳର ଏହି ଘଟଣାରେ ବିକ୍ରମ ଆଦିତ୍ୟ ଜେନା ନାମକ ଅପରାଧୀକୁ ଗିରଫ କରିଛି ବୋଲି ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୋଲିସContinue reading “୨୦୦୮ ମସିହା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣା । ୧୩ ବର୍ଷ ପରେ ଆଉ ଜଣେ ଅପରାଧୀକୁ ବାନ୍ଧିଲା କମିଶନରେଟ୍ ପୋଲିସ ।”
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । କହିଲେ, କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ଭଲ ସ୍ଥିତିରେ ଅଛି ଓଡିଶା । ହେଲେ ଏବେ ବି ଟଳିନି ବିପଦ…
କନକ ବ୍ୟୁରୋ: କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ଏବେ ଭଲ ସ୍ଥିତିରେ ଅଛି । ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ମଧ୍ୟ ଓଡିଶାର ପ୍ରଶଂସା କରିଛି । ହେଲେ ବିପଦ ଏବେ ବି ଟଳିନି । ମହାରାଷ୍ଟ୍ରର କିଛି ଅଚଂଳରେ ଏବେ ଲକଡାଉନ୍ ପୁଣି ଫେରିଛି । ତେଣୁ ଆମକୁ ଏବେ ଆହୁରି ସତର୍କ ରହିବା ସହିତ କୋଭିଡ୍ ନିୟମର ଅନୁପାଳନ କରିବାକୁ ହେବ । ମାସ୍କକୁ ସଠିକ୍ ଭାବେ ପିନ୍ଧିବା ସହିତ ନିୟମିତ ବ୍ୟବଧାନରେ ହାତକୁ ସାବୁନରେContinue reading “ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । କହିଲେ, କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ଭଲ ସ୍ଥିତିରେ ଅଛି ଓଡିଶା । ହେଲେ ଏବେ ବି ଟଳିନି ବିପଦ…”
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । କରୋନା ବିରୋଧରେ ସତର୍କ ଓ ସଚେତନ ରହି ଲଢେଇ କରିବାକୁ ପରାମର୍ଶ ଦେଲେ ନବୀନ
କନକ ବ୍ୟୁରୋ: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସମସ୍ତଙ୍କ ସହଯୋଗରେ ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଓଡିଶା ଆଜି ଭଲ ସ୍ଥିତିରେ ରହିଛି । ଏଦିଗରେ ଆମେ ନେଇଥିବା ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛନ୍ତି । ଆମର ଦୈନିକ ସଂକ୍ରମଣ ଏବେ ୧୦୦ ତଳେ ରହୁଛି । ହେଲେ ସଂକ୍ରମଣକୁ ଶୂନରେ ରଖିବା ଆମର ଲକ୍ଷ୍ୟContinue reading “ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । କରୋନା ବିରୋଧରେ ସତର୍କ ଓ ସଚେତନ ରହି ଲଢେଇ କରିବାକୁ ପରାମର୍ଶ ଦେଲେ ନବୀନ”
ଛାତ୍ରକୁ ମାଡ ମାରି ଗିରଫ ହେଲେ ଟିଉସନ ସାର୍ । ପଣିକିଆ କହିନପାରିବାରୁ ଛାତ୍ରଙ୍କୁ ନିର୍ମମ ଭାବେ ପିଟିଥିଲେ ସାର୍ ।
କନକ ବ୍ୟୁରୋ: ଛାତ୍ରଙ୍କୁ ମାଡ ମାରି ଗିରଫ ହେଲେ ଟିଉସନ୍ ଶିକ୍ଷକ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ପୁରୁଷୋତ୍ତମପୁର ଗ୍ରାମର ଜଣେ ଟିଉସନ୍ ଶିକ୍ଷକ, ଷ୍ଟାଣ୍ଡାର୍ଡ ୩ର ଜଣେ ଛାତ୍ରକୁ ମାଡ ମାରି ଗିରଫ ହୋଇଛନ୍ତି । ପାଠ ପଢାଇବା ବେଳେ ପଣିକିଆ ପଚାରିବାରୁ ଛାତ୍ର ଜଣଙ୍କ କହିପାରିନଥିଲେ । ଏଥିରେ ରାଗି ଯାଇ ସାର୍ ଜଣକ ନିର୍ମମ ଭାବେ ପିଲାଟିକୁ ବାଡେଇଥିଲେ । ମାଡ ଏତେ ଜୋରରେ ଥିଲା ଯେ, ଛାତଙ୍କ ପିଠି ଓContinue reading “ଛାତ୍ରକୁ ମାଡ ମାରି ଗିରଫ ହେଲେ ଟିଉସନ ସାର୍ । ପଣିକିଆ କହିନପାରିବାରୁ ଛାତ୍ରଙ୍କୁ ନିର୍ମମ ଭାବେ ପିଟିଥିଲେ ସାର୍ ।”
ଯାଆଁଳା ଫାଣ୍ଡି ପରିସରରେ ଗାଡି ଭିତରୁ ନରକଙ୍କାଳ ମିଳିବା ଘଟଣା । ପରିଚୟ ଖୋଜିବା ପାଇଁ ସ୍କେଚ୍ ତିଆରି କରିବ ପୋଲିସ ।
କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରେ ଏକ ସିଜ ଗାଡିରୁ ମିଳିଥିବା କଙ୍କାଳର ପରିଚୟ ଖୋଜିବ ପୋଲିସ । ଏଥିପାଇଁ ଜବତ କଙ୍କାଳର ସ୍କେଚ ତିଆରି ହେବ । ସେହିପରି ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ ପଠାଯିବ ବୋଲି ଜଣାପଡିଛି । ତେବେ ଏହି ଘଟଣା ପୋଲିସ ଉପରେ ସନ୍ଦେହକୁ ବଢାଇ ଦେଇଛି । ୨୦୧୯ରୁ ସିଜ୍ ଗାଡିଟି ପୋଲିସ ଫାଣ୍ଡି ପରିସରରେ ଥିଲେ ମଧ୍ୟ ଏଥିରେ କାହାରି ମୃତଦେହ ଥିବା କେହି ଜାଣିପାରିଲେ ନାହିଁContinue reading “ଯାଆଁଳା ଫାଣ୍ଡି ପରିସରରେ ଗାଡି ଭିତରୁ ନରକଙ୍କାଳ ମିଳିବା ଘଟଣା । ପରିଚୟ ଖୋଜିବା ପାଇଁ ସ୍କେଚ୍ ତିଆରି କରିବ ପୋଲିସ ।”
ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ ୧୨ଟାରେ ଭିଡିଓ ବାର୍ତ୍ତା ଜାରି କରି କରିବେ ସମ୍ବୋଧନ ।
କନକ ବ୍ୟୁରୋ: ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ ୧୨ଟାରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ । ତେବେ ସେ କେଉଁ ବିଷୟ ଉପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ସେନେଇ କୌଣସି ନିଦ୍ଧିଷ୍ଟ ସୂଚନା ଦେଇନାହାନ୍ତି । ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ଉଦବୋଧନ । ଅପରାହ୍ନ ୧୨ଟାରେ ଭିଡିଓ ବାର୍ତ୍ତା ଜରିଆରେ କରିବେ ସମ୍ବୋଧନ । @CMO_Odisha @Naveen_Odisha #KanakNews pic.twitter.com/Twt124vJ75 — Kanak NewsContinue reading “ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ ୧୨ଟାରେ ଭିଡିଓ ବାର୍ତ୍ତା ଜାରି କରି କରିବେ ସମ୍ବୋଧନ ।”