ଆଜି ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ । ଦ୍ୱିତୀୟ ମୁକାବିଲା ଜିତି ବିଜୟଧାରାକୁ ଫେରିବା ଲକ୍ଷରେ ଟିମ ଇଣ୍ଡିଆ 

କନକ ବ୍ୟୁରୋ : ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟ୍ୱେଂଟି-୨୦ । ଇଂଲଣ୍ଡ ବିପକ୍ଷ ଟ୍ୱେଂଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ ଦଳ । ଆଜି ଖେଳାଯିବାକୁ ଥିବା ଦ୍ୱିତୀୟ ମୁକାବିଲାକୁ ଜିତି ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି । ପାଂଚ ଟିକିଆ ଶୃଙ୍ଖଳାରେ ଇଂଲଣ୍ଡ ପ୍ରଥମ ମ୍ୟାଚକୁ ୮ ୱିକେଟରେ ଜିତି ୧-୦ରେ ଆଗୁଆ ରହିଛି  । ଆଜିର ମ୍ୟାଚ୍ ପାଇଁ ଭାରତୀୟ କ୍ୟାପଟେନ୍ ବିରାଟ କୋହଲି ଓ ମୁଖ୍ୟContinue reading “ଆଜି ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ । ଦ୍ୱିତୀୟ ମୁକାବିଲା ଜିତି ବିଜୟଧାରାକୁ ଫେରିବା ଲକ୍ଷରେ ଟିମ ଇଣ୍ଡିଆ “

ଆଜି ଖସିପାରେ ରାଜ୍ୟର ଦିନ ତାପମାତ୍ରା । ୧୧ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।

କନକ ବ୍ୟୁରୋ: ଆଜି ଖସିପାରେ ରାଜ୍ୟର ଦିନ ତାପାମାତ୍ର୍ରା । ୧୧ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କନାଳ, କେନ୍ଦ୍ରାପଡା, କଟକ ଓ ଜଗତସିହଂପୁର ଏହି ୧୧ଟି ଜିଲ୍ଲାମାନଙ୍କରେ ଆଜି ଘଡଘଡି ସହ ବର୍ଷା ହୋଇପାରେ । ଉତର ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଗତ ୨୪ ଘଂଟା ମଧ୍ୟରେContinue reading “ଆଜି ଖସିପାରେ ରାଜ୍ୟର ଦିନ ତାପମାତ୍ରା । ୧୧ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।”

ଜଣେ ଶ୍ରମିକଙ୍କ କରୁଣ କାହାଣୀ… ଦିଲ୍ଲୀ ନେଇ ଫେରାର ହୋଇଗଲା ଦଲାଲ, ୫ମାସ ଚାଲିବା ପରେ ଘରେ ପହଞ୍ଚିଲେ ପାହାଡିୟା

ଘରେ ପହଞ୍ଚିବାପାଇଁ ଝାଡ଼ଖଣ୍ଡର ଜଣେ ଶ୍ରମିକ ଦୀର୍ଘ ୧୨୦୦ କିମି ବାଟ ଚାଲିଛନ୍ତି । ପାଖରେ ପଇସା ନଥିବାରୁ ଏବଂ ନିଜ ସମସ୍ୟା ସମ୍ପର୍କରେ ଅନ୍ୟ କାହାକୁ କିଛି ଜଣାଇବାରେ ଅସମର୍ଥ ହୋଇ ବ୍ୟକ୍ତି ଜଣଙ୍କ ଦୀର୍ଘ ୫ ମାସ ଧରି ଚାଲିଛନ୍ତି । ଉକ୍ତ ବ୍ୟକ୍ତିଙ୍କ ନାମ ବେଜରୋମ୍‌ ବାମ୍‌ଦା ପାହାଡିୟା । ଘର ଝାଡ଼ଖଣ୍ଡରେ । ୫୬ ବର୍ଷୀୟ ପାହାଡିୟା ଜଣେ ଦଲାଲ୍‌ଙ୍କ ଦ୍ବାରା ଫସି ଯାଇଥିଲେ । ଶ୍ରମିକ ଭାବେ କାମ କରିବାପାଇଁContinue reading “ଜଣେ ଶ୍ରମିକଙ୍କ କରୁଣ କାହାଣୀ… ଦିଲ୍ଲୀ ନେଇ ଫେରାର ହୋଇଗଲା ଦଲାଲ, ୫ମାସ ଚାଲିବା ପରେ ଘରେ ପହଞ୍ଚିଲେ ପାହାଡିୟା”

କୋଭିସିଲ୍ଡର ପ୍ରତିକୂଳ ପ୍ରତିକ୍ରିୟା ନେଇ ସମୀକ୍ଷା କରିବେ ସରକାର । ୧୦ରୁ ଅଧିକ ଦେଶ ଆଷ୍ଟ୍ରାଜେନିକା ଟିକାର ବ୍ୟବହାରକୁ ବନ୍ଦ କରିଦେବା ପରେ ସରକାରଙ୍କ ନିଷ୍ପତ୍ତି । 

କନକ ବ୍ୟୁରୋ: ଆସନ୍ତା ସପ୍ତାହରୁ କରୋନା ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଗଭୀର ଅନୁଧ୍ୟାନ ଆରମ୍ଭ କରିବ ଭାରତ । ଆଷ୍ଟ୍ରାଜେନିକା କରୋନା ଟିକା ନେବା ପରେ ରକ୍ତ ଜମାଟ ହେବା ପରି ସମସ୍ୟା ଦେଖା ଦେଉଥିବା ଅଭିଯୋଗ ଆସିବା ଭିତରେ, ବର୍ତମାନ ଭାରତରେ କରୋନା ଟିକାକରଣ ପାଶ୍ୱର୍ ପ୍ରତିକ୍ରିୟା ଦିଗ ପ୍ରତି ଅଧିକ ଯତ୍ନବାନ ହୋଇ ଅନୁଧ୍ୟାନ ଆରମ୍ଭ କରାଯିବ ବୋଲି କୁହାଯାଇଛି । ଆଷ୍ଟ୍ରାଜେନିକା ଟିକା ନେବା ପରେ ଦେହରେ ରକ୍ତ ଜମାଟ ହେବାContinue reading “କୋଭିସିଲ୍ଡର ପ୍ରତିକୂଳ ପ୍ରତିକ୍ରିୟା ନେଇ ସମୀକ୍ଷା କରିବେ ସରକାର । ୧୦ରୁ ଅଧିକ ଦେଶ ଆଷ୍ଟ୍ରାଜେନିକା ଟିକାର ବ୍ୟବହାରକୁ ବନ୍ଦ କରିଦେବା ପରେ ସରକାରଙ୍କ ନିଷ୍ପତ୍ତି । “

ବ୍ରାଜିଲରେ ବେକାବୁ ହେଉଛି କରୋନା । ୨୪ ଘଣ୍ଟାରେ ୮୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଏପଟେ ମହାରାଷ୍ଟ୍ରରେ ସ୍ଥିତି ସଂଗୀନ୍ ।

କନକ ବ୍ୟୁରୋ: ବ୍ରାଜିଲରେ ବେକାବୁ ହେଉଛି କରୋନା ସଂକ୍ରମଣ । ଦିନକୁ ହାରାହାରି ସଂକ୍ରମଣ ୮୦ ହଜାର ଟପିଲାଣି । ବଡ଼ କଥା ହେଉଛି ଗତକାଲି ଭାରତଠାରୁ ଟପି ଯାଇଛି ବ୍ରାଜିଲର ସଂକ୍ରମଣ ସଂଖ୍ୟା । ଏପଟେ ଭାରତରେ କ୍ରମାଗତ ଶନିବାର ଆସିଥିବା ରିପୋର୍ଟ ଅନୁସାରେ ଦିନକରେ ୨୪ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଉ ଏହାରି ଭିତରେ ପ୍ରାୟ ଗୋଟିଏ ବର୍ଷ ପରେ ଦେଶରେ ପୁଣି ଉପର ମୁହାଁ ହୋଇଛି କରୋନା ମିଟର ।Continue reading “ବ୍ରାଜିଲରେ ବେକାବୁ ହେଉଛି କରୋନା । ୨୪ ଘଣ୍ଟାରେ ୮୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଏପଟେ ମହାରାଷ୍ଟ୍ରରେ ସ୍ଥିତି ସଂଗୀନ୍ ।”

ନିୟନ୍ତ୍ରଣକୁ ଆସିଲା ରାଜ୍ୟର ଜଙ୍ଗଲର ନିଆଁ । ଶିମିଳିପାଳରେ ସଂପୂର୍ଣ୍ଣ ହ୍ରାସ ପାଇଛି ନିଆଁ ଲିଭା କାର୍ଯ୍ୟ, ପ୍ରେସ୍ ଇସ୍ତାହାର ଜରିଆରେ ସୂଚନା ଦେଲେ ଟାସ୍କ ଫୋର୍ସ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଁ ନିୟନ୍ତ୍ରଣ ପାଇଁ ନିଆ ଯାଇଥିବା ପଦକ୍ଷେପକୁ ବଡ଼ ଧରଣର ସଫଳତା ମିଳିଛି । ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତିକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଛି ବୋଲି ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି । ଶିମିଳିପାଳ ଜଙ୍ଗଲର ନିଆଁକୁ ଆୟାତ କରାଯାଇଛି ।  ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଂଟର ହାଇଦ୍ରାବାଦର ରିପୋର୍ଟ ଅନୁସାରେ, ଶିମିଳିପାଳ ଜଙ୍ଗଲରେ ନିଆଁ ନିୟନ୍ତ୍ରଣକୁ ଆସିଛି । ସେହିପରି ଏଫଏସଆଇ ଡେରାଡୁନ୍ ପକ୍ଷରୁ ମିଳିଥିବାContinue reading “ନିୟନ୍ତ୍ରଣକୁ ଆସିଲା ରାଜ୍ୟର ଜଙ୍ଗଲର ନିଆଁ । ଶିମିଳିପାଳରେ ସଂପୂର୍ଣ୍ଣ ହ୍ରାସ ପାଇଛି ନିଆଁ ଲିଭା କାର୍ଯ୍ୟ, ପ୍ରେସ୍ ଇସ୍ତାହାର ଜରିଆରେ ସୂଚନା ଦେଲେ ଟାସ୍କ ଫୋର୍ସ”

ନିଆଁ ନେଇଗଲା ମା’ର ଜୀବନ, ୧୦ ବର୍ଷର ଝିଅ ଗୁରୁତର, ଭଦ୍ରକ ବାଣିତିଆ ଗାଁରେ ଅଘଟଣ, ସାମ୍ନାକୁ ଆସିଲା ଅଗ୍ନିକାଣ୍ଡର ଭୟାନକ ଚିତ୍ର ।

କନକ ବ୍ୟୁରୋ: ଭଦ୍ରକ ବାଣିତିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ଥିବା ବେଳେ ଅଗ୍ନିକାଣ୍ଡ ଘଟିବାରୁ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ତାଙ୍କର ୧୦ ବର୍ଷର ଝିଅ ଗୁରତର ହୋଇଛନ୍ତି । ଭଦ୍ରକ ଗ୍ରାମାଂଚଳ ଥାନା ବାଣୀତିଆ ଗାଁର ମହଲାସାହିରେ ପ୍ରଭାତ ବେହେରାଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି । ଘର ଭିତରେ ଥିବା ପ୍ରଭାତଙ୍କ ସ୍ତ୍ରୀ ଭାରତୀଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ସେ ଜୀବନ୍ତ ଦଗ୍ଧ ହୋଇଥିବାContinue reading “ନିଆଁ ନେଇଗଲା ମା’ର ଜୀବନ, ୧୦ ବର୍ଷର ଝିଅ ଗୁରୁତର, ଭଦ୍ରକ ବାଣିତିଆ ଗାଁରେ ଅଘଟଣ, ସାମ୍ନାକୁ ଆସିଲା ଅଗ୍ନିକାଣ୍ଡର ଭୟାନକ ଚିତ୍ର ।”

ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଘୋଷଣା କଲା ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ ।

କନକ ବ୍ୟୁରୋ: ଅମରନାଥ ଯାତ୍ରା ଆରମ୍ଭ ହେବା ନେଇ ତାରିଖ ଘୋଷଣା ସହ  ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଗତ ବର୍ଷ କରୋନା ମହାମାରୀ ପାଇଁ ଅମରନାଥ ଯାତ୍ରା ଉପରେ ରୋକ ଲଗାଯାଇଥିଲା । ଚଳିତ ବର୍ଷ କିନ୍ତୁ ଜୁନ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ଜୁନ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ରେ ଅମରନାଥ ଯାତ୍ରା ଶେଷ ହେବ ବୋଲି ଜଣାପଡ଼ିଛି। ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସଏଏସବି)Continue reading “ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଘୋଷଣା କଲା ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ ।”

ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ଜୀବନସାଥୀ କରିବେ ଟିମ ଇଣ୍ଡିଆ କ୍ରିକେଟର ଯଶପ୍ରୀତ୍ ବୁମରା । ଆସନ୍ତାକାଲି ଗୋଆରେ ହୋଇପାରେ ବିବାହ ।

କନକ ବ୍ୟୁରୋ: ବିବାହ କରିବେ ଭାରତୀୟ କ୍ରିକେଟର ଜଶପ୍ରିତ୍ ବୁମରା । ଷ୍ଟାର ସ୍ପୋର୍ଟସ୍ ଆଙ୍କର ସଂଜନା ଗଣେଶନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୁମରା । ଆସନ୍ତାକାଲି କିମ୍ବା ପହରଦିନ ଅର୍ଥାତ୍ ମାର୍ଚ୍ଚ ୧୪ କିମ୍ବା ୧୫ ତାରିଖରେ ଗୋଆରେ ହେବ ଏହି ବିବାହ ଉତ୍ସବ । ଏନେଇ ଗଣମାଧ୍ୟମରେ ଖବର ଆସିଛି । ନିଜେ ଇନଷ୍ଟାଗ୍ରାମରେ ମଧ୍ୟ ବୁମରା , ସଂଜନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ ।Continue reading “ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ଜୀବନସାଥୀ କରିବେ ଟିମ ଇଣ୍ଡିଆ କ୍ରିକେଟର ଯଶପ୍ରୀତ୍ ବୁମରା । ଆସନ୍ତାକାଲି ଗୋଆରେ ହୋଇପାରେ ବିବାହ ।”

କ୍ୱାଡ ବୈଠକକୁ ନେଇ ଚୀନର ଚିନ୍ତା । ପ୍ରଶାନ୍ତ ମହାସାଗର ଅଂଚଳର ଶାନ୍ତି ଓ ପ୍ରଗତି ନେଇ ସ୍ୱର ମିଶାଇଲେ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ।

କନକ ବ୍ୟୁରୋ: ଭାରତ ଓ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ମଧ୍ୟରେ ସମନ୍ୱୟ ପାଇଁ ଗଢା ହୋଇଥିବା କ୍ୱାଡ ଗ୍ରୁପ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରମୁଖ୍ୟ । କରୋନାରୁ ନେଇ ଅର୍ଥନୀତି , ସାମରିକ ପରି ପ୍ରସଙ୍ଗରେ ଆଲୋଚନା ହୋଇଛି । କ୍ୱାଡ ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କ୍ୱାଡ୍ ଗ୍ରୁପ୍ ଇଣ୍ଡୋ-ପାସିଫିକ୍ ଅଂଚଳର ସ୍ଥିରତାର ସ୍ତମ୍ଭ ।Continue reading “କ୍ୱାଡ ବୈଠକକୁ ନେଇ ଚୀନର ଚିନ୍ତା । ପ୍ରଶାନ୍ତ ମହାସାଗର ଅଂଚଳର ଶାନ୍ତି ଓ ପ୍ରଗତି ନେଇ ସ୍ୱର ମିଶାଇଲେ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ।”

Design a site like this with WordPress.com
Get started