କେନ୍ଦୁଝର ଭଦ୍ରା ସାହିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘରେ ବନ୍ଧକ ରଖି ୩ ଦିନ ଯାଏଁ ଶାରିରୀକ ନିର୍ଯାତନା ଦେଉଥିଲେ ପରିଚିତ । 

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ବଡବିଲ ଭଦ୍ରାସାହି ଗାଁରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗତ ଗୁରୁବାର ଦିନ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶରୁ ଆସି ଭଦ୍ରାସାହିରେ ରହି ଡ୍ରାଇଭର ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କର ପତ୍ନୀଙ୍କ ସହ ଝଗଡା ହେବା ପରେ ମହିଳା ଜଣକ ଘର ଛାଡି ଚାଲିଯାଇଥିଲେ । ଏହି ସମୟରେ ରୋଇଡା ଛକ ନିକଟରେ ମହିଳାଙ୍କ ଚିହ୍ନା ପରିଚିତ ଅନ୍ୟ ଦୁଇ ଜଣ ଡ୍ରାଇଭର ଖୁଦାବକ୍ସ ଅନସାରୀContinue reading “କେନ୍ଦୁଝର ଭଦ୍ରା ସାହିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘରେ ବନ୍ଧକ ରଖି ୩ ଦିନ ଯାଏଁ ଶାରିରୀକ ନିର୍ଯାତନା ଦେଉଥିଲେ ପରିଚିତ । “

ଭଞ୍ଜନଗର ତାରସିଂଗି ଥାନା ଅଂଚଳରେ ଅଭାବନୀୟ ଘଟଣା । ପୋଲିସର ଲାଠି ଚାର୍ଜରେ ଲହୁଲୁହାଣ ଗ୍ରାମବାସୀ ।

କନକ ବ୍ୟୁରୋ: ପୋଲିସ ଲାଠି ଚାର୍ଜରେ ଲହୁଲୁହାଣ ହେଲେ ଗ୍ରାମବାସୀ । ଭଞ୍ଜନଗର ତାରସିଂଗି ଥାନା ଅଂଚଳର ଗେରେଡା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଦିନ ରାତି ଗାଁକୁ ପଇଁତରା ମାରି ଚୋର କବଳରୁ ଗାଁକୁ ସୁରକ୍ଷା ଦେବାକୁ ଆଗେଇ ଆସିଥିବା ଯୁବକ ମାନଙ୍କ ଉପରେ ଲାଠିମାଡ଼ କରି ପୋଲିସ ସେମାନଙ୍କୁ କୋର୍ଟ ଚଲାଣ କରିଥିବା ଅଭିଯୋଗ ହୋଇଛି । ଏ ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ତାରସିଂଗିContinue reading “ଭଞ୍ଜନଗର ତାରସିଂଗି ଥାନା ଅଂଚଳରେ ଅଭାବନୀୟ ଘଟଣା । ପୋଲିସର ଲାଠି ଚାର୍ଜରେ ଲହୁଲୁହାଣ ଗ୍ରାମବାସୀ ।”

ସିପେଟର ୧୩୫ ତମ ଗଭର୍ଣ୍ଣିଂ କାଉନସିଲ ମିଟିଂ ଅନୁଷ୍ଠିତ । ସମ୍ବର୍ଦ୍ଧିତ ହେଲେ ମହାନିର୍ଦ୍ଦେଶକ ଡ. ସଞ୍ଜୟ କୁମାର ନାୟକ ।

କନକ ବ୍ୟୁରୋ: ଚଳିତ ବର୍ଷ ସିପେଟର ୧୩୫ ତମ ଗଭର୍ଣ୍ଣିଂ କାଉନସିଲ ମିଟିଂ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ଭାରତ ସରକାରଙ୍କ ଅଧୀନରେ ଥିବା ସାର ଓ ରସାୟନ ମନ୍ତ୍ରଣାଳୟର ସଚିବ ଯୋଗେନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ଏହି ବୈଠକରେ ସିପେଟ୍ ତରଫରୁ ମହାନିର୍ଦ୍ଦେଶକ ପ୍ରଫେସର ଡଃ ସଞ୍ଜୟ ନାୟକଙ୍କୁ ଏକାଡେମିକ, ରିସର୍ଚ୍ଚ ଏବଂ ପଲିମର ସାଇନ୍ସରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଫେସର ସଞ୍ଜୟ କୁମାର ନାୟକ ଏକାଧାରରେContinue reading “ସିପେଟର ୧୩୫ ତମ ଗଭର୍ଣ୍ଣିଂ କାଉନସିଲ ମିଟିଂ ଅନୁଷ୍ଠିତ । ସମ୍ବର୍ଦ୍ଧିତ ହେଲେ ମହାନିର୍ଦ୍ଦେଶକ ଡ. ସଞ୍ଜୟ କୁମାର ନାୟକ ।”

ଓଡ଼ିଶାରେ ପହଂଚିଲା ୫ଜଣିଆ ଏନଏସଜି ଟିମ । ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର କରିବ ଯାଞ୍ଚ

କନକ ବ୍ୟୁରୋ : ଓଡ଼ିଶାରେ ପହଂଚିଲା ୫ଜଣିଆ ଏନଏସଜି ଟିମ । ଏହି ଟିମ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ଯାଂଚ କରିବା ସହ ମକଡ୍ରିଲ କରିବ । ଏଥିରେ ୨ଜଣ ଅଫିସର ଓ ୩ଜଣ କମାଣ୍ଡୋ ରହିଛନ୍ତି । ପୂର୍ବରୁ ଏକାଧିକ ଥର ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ଏନଏସଜି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଂଚ ସହ ମକଡ୍ରିଲ କରାଯାଇଛି । କିନ୍ତୁ ଦୁଇ ମନ୍ଦିରର ଚତୁଃପାଶ୍ୱର୍ରେ ଉନ୍ନତୀକରଣ ପରେ ମକଡ୍ରିଲContinue reading “ଓଡ଼ିଶାରେ ପହଂଚିଲା ୫ଜଣିଆ ଏନଏସଜି ଟିମ । ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର କରିବ ଯାଞ୍ଚ”

କୋଟିଆରେ ଆନ୍ଧ୍ର ତାତି ନଥମୁଣୁ, ଓଡିଶାରେ ଛତିଶଗଡର ବିସ୍ତାରବାଦୀ ନିତି ବଢାଇଲା ଚିନ୍ତା । ଛତିଶଗଡରେ ମିଶିଯାଇପାରେ ବରଗଡ ଛରଡାପାଲି

କୋଟିଆରେ ଆନ୍ଧ୍ର ସରକାରଙ୍କ ଅନଧିକାର ପ୍ରବେଶକୁ ନେଇ ତାତି ଥମି ନଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା ଛର୍‌ଡ଼ାପାଲି ପଞ୍ଚାୟତ ଛତିଶଗଡ଼ରେ ମିଶିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଦେଶ ସ୍ବାଧୀନ ହେବା ପରଠାରୁ ଆଜି ଯାଏ ଓଡ଼ିଶା ସରକାର ଏହି ପଞ୍ଚାୟତବାସୀଙ୍କୁ ନିମ୍ନତମ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଇ ନଥିବାରୁ ସେମାନେ ଛତିଶଗଡ଼ରେ ମିଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ସରାଇପାଲି ବିଧାୟକଙ୍କୁ ଏକContinue reading “କୋଟିଆରେ ଆନ୍ଧ୍ର ତାତି ନଥମୁଣୁ, ଓଡିଶାରେ ଛତିଶଗଡର ବିସ୍ତାରବାଦୀ ନିତି ବଢାଇଲା ଚିନ୍ତା । ଛତିଶଗଡରେ ମିଶିଯାଇପାରେ ବରଗଡ ଛରଡାପାଲି”

ଜଙ୍ଗଲ ନିଆଁରେ ରାଜନୀତିର ଘିଅ ! ଉଚ୍ଚସ୍ତରୀୟ ଟିମ୍ ଗଢିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି, ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଶିମିଳିପାଳ ଗଲେ ବିଜେପି ବିଧାୟକ ଦଳ ।

କନକ ବ୍ୟୁରୋ: ଜଙ୍ଗଲ ନିଆଁରେ ପଡ଼ିଲା ରାଜନୀତିର ଘିଅ । ଉଚ୍ଚସ୍ତରୀୟ ଟିମ ଗଢିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରସଦୀପ୍ତ ନାୟକ । ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ ଦେଶର ଜଣାଶୁଣା ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଟିମ ଗଠନ କରିବାକୁ ସେ ଦାବି କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି । ଏହାସହ ନିଆଁ ଲିଭାଇବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବାContinue reading “ଜଙ୍ଗଲ ନିଆଁରେ ରାଜନୀତିର ଘିଅ ! ଉଚ୍ଚସ୍ତରୀୟ ଟିମ୍ ଗଢିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି, ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଶିମିଳିପାଳ ଗଲେ ବିଜେପି ବିଧାୟକ ଦଳ ।”

କରୋନା ସଂକ୍ରମଣରେ ପୁଣି ଭାରତକୁ ଟପିଲା ବ୍ରାଜିଲ । ଗୋଟିଏ ଦିନରେ ୮୪ହଜାର ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଶ୍ୱରେ ଦ୍ୱିତୀୟ ଦେଶ, ନିୟନ୍ତ୍ରଣ ପାଇଁ ପରାମର୍ଶ ଦେଲା WHO ।

କନକ ବ୍ୟୁରୋ: ବିଶ୍ୱକୁ ପୁଣି ଫେରୁଛି କରୋନା ସଂକ୍ରମଣ । କିଛି ଦିନ କୋଭିଡ ସଂକ୍ରମଣ କମିବା ପରେ ଏବେ ପୁଣି ଅନେକ ଦେଶରେ ସଂକ୍ରମଣ ବଢିବାକୁ ଲାଗିଛି । କରୋନା ସଂକ୍ରମଣରେ ପୁଣି ଭାରତକୁ ଟପିଛି ବ୍ରାଜିଲ । ଦିନକୁ ହାରାହାରି ସଂକ୍ରମଣ ୮୦ ହଜାର ଟପିଲାଣି । ଗୋଟିଏ ଦିନରେ ବ୍ରାଜିଲରେ ୮୫ହଜାର ୬୬୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣରେ ବିଶ୍ୱରେ ଦ୍ୱିତୀୟ ଦେଶ ବନିଯାଇଛି ବ୍ରାଜିଲ । ଏହାସହ କରୋନା ଦ୍ୱାରାContinue reading “କରୋନା ସଂକ୍ରମଣରେ ପୁଣି ଭାରତକୁ ଟପିଲା ବ୍ରାଜିଲ । ଗୋଟିଏ ଦିନରେ ୮୪ହଜାର ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଶ୍ୱରେ ଦ୍ୱିତୀୟ ଦେଶ, ନିୟନ୍ତ୍ରଣ ପାଇଁ ପରାମର୍ଶ ଦେଲା WHO ।”

ଓଡ଼ିଆ ଗଳ୍ପର ନବଜାତକ ‘କଥା’ର ବାର୍ଷିକ ଉତ୍ସବ । ଯୋଗଦେଲେ ଦେଶର ବିଶିଷ୍ଟ ଲେଖକ ପରେଶ ନାଥ ଓ ବଳରାମ, ୯ ଜଣ ଯୁବ ଲେଖକଙ୍କୁ ମିଳିଲା କଥା ନବ ପ୍ରତିଭା ପୁରସ୍କାର ।

କନକ ବ୍ୟୁରୋ: ଲେଖିବା ପାଇଁ ସାହସ ରଖିବା ଦରକାର । ଆଜି ଲେଖିବାକୁ ଡରୁଛନ୍ତି । ସମ୍ପାଦକ ଓ ଲେଖକମାନେ ଯଦି ସତ ଲେଖିବା ପାଇଁ ଡରିବେ, ତେବେ ସେମାନେ ସାମ୍ବାଦିକତା ଛାଡିଦେବା ଉଚିତ ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକ ବଳରାମ । ଏହା ସହ ଦେଶର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ସେ କହିଛନ୍ତି, ଦେଶ ବାମ କି ଡାହାଣକୁ ନୁହେଁ ସିଧା ଦେଖିବା ଆବଶ୍ୟକ । ତେବେ ଯାଇ ଦେଶର ସାମଗ୍ରିକ ବିକାଶ ସାମ୍ନାକୁContinue reading “ଓଡ଼ିଆ ଗଳ୍ପର ନବଜାତକ ‘କଥା’ର ବାର୍ଷିକ ଉତ୍ସବ । ଯୋଗଦେଲେ ଦେଶର ବିଶିଷ୍ଟ ଲେଖକ ପରେଶ ନାଥ ଓ ବଳରାମ, ୯ ଜଣ ଯୁବ ଲେଖକଙ୍କୁ ମିଳିଲା କଥା ନବ ପ୍ରତିଭା ପୁରସ୍କାର ।”

ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ଜୀବନସାଥୀ କରିବେ ଟିମ ଇଣ୍ଡିଆ କ୍ରିକେଟର ଜଶପ୍ରୀତ୍ ବୁମରା । ଆଜିି ଗୋଆରେ ବିବାହ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ 

କନକ ବ୍ୟୁରୋ : ବିବାହ କରିବେ ଭାରତୀୟ କ୍ରିକେଟର ଜଶପ୍ରିତ୍ ବୁମରା । ଷ୍ଟାର ସ୍ପୋର୍ଟସ୍ ଆଙ୍କର ସଂଜନା ଗଣେଶନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୁମରା । ଆଜି କିମ୍ବା ପହରଦିନ ଅର୍ଥାତ୍ ମାର୍ଚ୍ଚ ୧୪ କିମ୍ବା ୧୫ ତାରିଖରେ ଗୋଆରେ ହେବ ଏହି ବିବାହ ଉତ୍ସବ । ଏନେଇ ଗଣମାଧ୍ୟମରେ ଖବର ଆସିଛି । ନିଜେ ଇନଷ୍ଟାଗ୍ରାମରେ ମଧ୍ୟ ବୁମରା , ସଂଜନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେContinue reading “ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ଜୀବନସାଥୀ କରିବେ ଟିମ ଇଣ୍ଡିଆ କ୍ରିକେଟର ଜଶପ୍ରୀତ୍ ବୁମରା । ଆଜିି ଗୋଆରେ ବିବାହ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ “

ନନ୍ଦିଗ୍ରାମରେ ଦିଦି କେମିତି ହୋଇଥିଲେ ଆହତ? ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଟିମ୍ ଦେଲା ପୂରା ରିପୋର୍ଟ, ପଢ଼ନ୍ତୁ…

କନକ ବ୍ୟୁରୋ: ନନ୍ଦିଗ୍ରାମରେ କେମିତି ଆହତ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ? ଏହା ଉପରେ ସାରା ଦେଶର ନଜର ରହିଥିବାବେଳେ ଏବେ ଏହାକୁ ନେଇ ଆସିଛି ରିପୋର୍ଟ । ଏଥିରେ ଉଲ୍ଲେଖ ରହିଛି ମମତାଙ୍କ ଉପରେ ହୋଇନଥିଲା ଆକ୍ରମଣ । ମମତାଙ୍କ ଆଘାତ ଏକ ଦୁର୍ଘଟଣାରୁ ହୋଇଛି । ଜାତୀୟ ନିର୍ବାଚନ କମିଶନଙ୍କୁ ଏପରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି , ଘଟଣାର ଅନୁଧ୍ୟାନ କରିଥିବା ଦୁଇ ଜଣିଆ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ । ପଶ୍ଚିମବଙ୍ଗContinue reading “ନନ୍ଦିଗ୍ରାମରେ ଦିଦି କେମିତି ହୋଇଥିଲେ ଆହତ? ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଟିମ୍ ଦେଲା ପୂରା ରିପୋର୍ଟ, ପଢ଼ନ୍ତୁ…”

Design a site like this with WordPress.com
Get started