କନକ ବ୍ୟୁରୋ: ଗୋଟିଏ ବର୍ଷ ପରେ ଦେଶରେ ପୁଣି ଉପର ମୁହାଁ ହୋଇଛି କରୋନା ମିଟର । ଗତ ୨୪ ଘଂଟାରେ ଚଳିତବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ସାରା ଦେଶରେ ଗୋଟିଏ ଦିନରେ ୨୪ ହଜାର ୮୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସଂକ୍ରମଣ ବଢୁଥିବାରୁ ମହାରାଷ୍ଟ୍ରର ୮ ଜିଲ୍ଲାରେ ଲାଗୁ ହୋଇଛି ଲକଡାଉନ୍ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ କହୁଛି ଗତ ୮୩ ଦିନରେ ଏହିContinue reading “ଦେଶରେ ଡର ବଢାଉଛି କରୋନା ଭୂତାଣୁ । ଗତ ୨୪ ଘଂଟାରେ ଦେଶରେ ସଂକ୍ରମଣ ଟପିଲା ୨୪ ହଜାର । ମହାରାଷ୍ଟ୍ରର ୮ ଜିଲ୍ଲାରେ ଲକଡାଉନ୍ ।”
Author Archives: Raghaba
ଡେନମାର୍କ, ନରୱେ, ଆଇସଲ୍ୟାଣ୍ଡ , ଥାଇଲାଣ୍ଡରେ ଆଷ୍ଟ୍ରାଜେନିକା ଟିକା ଉପରେ ଲାଗିଲା ସାମୟିକ ରୋକ୍ । ଟିକା ନେବା ପରେ ଆସୁଛି ରକ୍ତ ଜମାଟ ଅଭିଯୋଗ ।
କନକ ବ୍ୟୁରୋ: ଆସନ୍ତା ସପ୍ତାହରୁ କରୋନା ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଗଭୀର ଅନୁଧ୍ୟାନ ଆରମ୍ଭ କରିବ ଭାରତ । ଆଷ୍ଟ୍ରାଜେନିକା ଟିକା ନେବା ପରେ ରକ୍ତ ଜମାଟ ହେବା ପରି ସମସ୍ୟା ଦେଖା ଦେଉଥିବା ଅଭି୍ଯୋଗ ଆସିବା ଭିତରେ, ବର୍ତମାନ ଭାରତରେ ପାଶ୍ୱର୍ ପ୍ରତିକ୍ରିୟା ପ୍ରତି ଅଧିକ ଯତ୍ନବାନ ହୋଇ ଅନୁଧ୍ୟାନ ଆରମ୍ଭ କରାଯିବ ବୋଲି କୁହାଯାଇଛି । ଆଷ୍ଟ୍ରାଜେନିକା ଟିକା ନେବା ପରେ ଦେହରେ ରକ୍ତ ଜମାଟ ହେବା ପରି ସମସ୍ୟା ଦେଖା ଦେଉଥିବାContinue reading “ଡେନମାର୍କ, ନରୱେ, ଆଇସଲ୍ୟାଣ୍ଡ , ଥାଇଲାଣ୍ଡରେ ଆଷ୍ଟ୍ରାଜେନିକା ଟିକା ଉପରେ ଲାଗିଲା ସାମୟିକ ରୋକ୍ । ଟିକା ନେବା ପରେ ଆସୁଛି ରକ୍ତ ଜମାଟ ଅଭିଯୋଗ ।”
ଗାଡି ପାର୍କିଂଙ୍କୁ ନେଇ ଗୁଳିକାଣ୍ଡ । ବାଲେଶ୍ୱର ଗଡଗଡିଆ ଛକ ନିକଟରେ ପାର୍କିଂ କଳିକୁ ନେଇ ବ୍ୟବସାୟୀଙ୍କୁ ଗୁଳି ମାରିଲେ ଅବସରପ୍ରାପ୍ତ ଅଧ୍ୟାପକ ।
କନକ ବ୍ୟୁରୋ: ବାଲେଶ୍ୱର ଗଡ଼ଗଡ଼ିଆ ଛକ ନିକଟରେ ଗୁଳିକାଣ୍ଡ । ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ଜଣେ ବ୍ୟବସାୟୀ । ସଂଜୟ ହାଇଟ୍ସ ଆପାର୍ଟମେଂଟରେ ଏହି ଗୁଳିକାଣ୍ଡ ହୋଇଛି । ଗାଡ଼ି ପାର୍କିଂକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସକାଳେ ବଚସା ହୋଇଥିଲା । ଏହାକୁ ନେଇ ଅପରାହ୍ଣ ୫ଟା ବେଳେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଲକ୍ଷ୍ମଣ ବେହେରା ନାମକ ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଗୁଳି ମାଡ କରିଥିବା ଅଭିଯୋଗ ହୋଇଛିContinue reading “ଗାଡି ପାର୍କିଂଙ୍କୁ ନେଇ ଗୁଳିକାଣ୍ଡ । ବାଲେଶ୍ୱର ଗଡଗଡିଆ ଛକ ନିକଟରେ ପାର୍କିଂ କଳିକୁ ନେଇ ବ୍ୟବସାୟୀଙ୍କୁ ଗୁଳି ମାରିଲେ ଅବସରପ୍ରାପ୍ତ ଅଧ୍ୟାପକ ।”
ମାର୍ଚ୍ଚ ୧୫ରୁ ହୁଇଲ ଚେୟାରରେ ମମତା କରିବେ ପ୍ରଚାର । ସେପଟେ କୋଲକାତାରେ ଆନ୍ଦୋଳନକାରୀ ଚାଷୀଙ୍କ ହୁଙ୍କାର । ବିଜେପି ବିରୋଧରେ ଗର୍ଜିଲେ ରାକେଶ ଟିକାୟତ ।
କନକ ବ୍ୟୁରୋ: ଡାକ୍ତରଖାନାରୁ ମମତା ଦିଦି ବାହାରିବା ପରେ ପୁଣି ସରଗରମ ହୋଇଛି ପଶ୍ଚିମବଙ୍ଗର ରାଜନୀତି । ଗତକାଲି ହୁଇଲ ଚେୟାରରେ ଡାକ୍ତରଖାନାରୁ ବାହାରିଥିବା ଦିଦି ଆସନ୍ତା ୧୫ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ । ଏନେଇ ଦଳ ପକ୍ଷରୁ ତିଆରି ହେଲାଣି ରୋଡମ୍ୟାପ୍ । ଏହାରି ଭିତରେ ପଶ୍ଚିମବଙ୍ଗ ରାଜନୀତିରେ ପ୍ରବେଶ କରିଛି ଚାଷୀ ଆନ୍ଦୋଳନ । ଦିଲ୍ଲୀରେ ଡେରା ପକାଇଥିବା ଚାଷୀ, କୋଲକାତାରେ ପହଁଚି, କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ତେବେContinue reading “ମାର୍ଚ୍ଚ ୧୫ରୁ ହୁଇଲ ଚେୟାରରେ ମମତା କରିବେ ପ୍ରଚାର । ସେପଟେ କୋଲକାତାରେ ଆନ୍ଦୋଳନକାରୀ ଚାଷୀଙ୍କ ହୁଙ୍କାର । ବିଜେପି ବିରୋଧରେ ଗର୍ଜିଲେ ରାକେଶ ଟିକାୟତ ।”
ନନ୍ଦିଗ୍ରାମରେ ମମତା ଆକ୍ରମଣ ଘଟଣା ନେଇ ଆସିଲା ରିପୋର୍ଟ । ବିଶେଷ ପର୍ଯ୍ୟବେକ୍ଷକ ଟିମ କହିଲା, ଦୁର୍ଘଟଣାରୁ ମମତାଙ୍କୁ ଲାଗିଛି ଆଘାତ ।
କନକ ବ୍ୟୁରୋ: ନନ୍ଦିଗ୍ରାମରେ କେମିତି ଆହତ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ? ଏହା ଉପରେ ରହିଛି ସାରା ଦେଶର ନଜର । ଏବେ ଏହାକୁ ନେଇ ଏକ ରିପୋର୍ଟ ଆସିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ମମତାଙ୍କ ଉପରେ ଆକ୍ରମଣ ହୋଇନଥିଲା, ସେ ଏକ ଦୁର୍ଘଟଣାରୁ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଏପରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି ଘଟଣାର ଅନୁଧ୍ୟାନ କରିଥିବା ଦୁଇ ଜଣିଆ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ।Continue reading “ନନ୍ଦିଗ୍ରାମରେ ମମତା ଆକ୍ରମଣ ଘଟଣା ନେଇ ଆସିଲା ରିପୋର୍ଟ । ବିଶେଷ ପର୍ଯ୍ୟବେକ୍ଷକ ଟିମ କହିଲା, ଦୁର୍ଘଟଣାରୁ ମମତାଙ୍କୁ ଲାଗିଛି ଆଘାତ ।”
ଏବେ ବି ମଣ୍ଡିରେ ପଡି ରହିଛି ଧାନ । ପଦ୍ମପୁରଠାରୁ ଆରମ୍ଭ କରି ପୋଲସରା,ସବୁଠି ଚାଷୀଙ୍କ ସମାନ ଅବସ୍ଥା ।
କନକ ବ୍ୟୁରୋ: ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ହଙ୍ଗାମା ଆଉ ଏହି ପ୍ରସଙ୍ଗରେ ଶାସକ-ବିରୋଧୀ ହୋଇଛନ୍ତି ଟଣାଓଟରା । ହେଲେ ଯାହାକୁ ନେଇ ଏତେ ସବୁ ହେଉଛି, ସେମାନଙ୍କର ସ୍ଥିତି କିନ୍ତୁ ସଙ୍ଗୀନ । ମଣ୍ଡିରେ ହିଁ ପଡ଼ି ପଡ଼ି ନଷ୍ଟ ହୋଇଗଲାଣି କ୍ୱିଂଟାଲ କ୍ୱିଂଟାଲ ଧାନ । ଯେତେବେଳେ ପ୍ରଶାସନ ସବୁ ଦେଖି ଆଖି ବନ୍ଦ କରିଦେଇଛି, ସେତେବେଳେ ଅସହାୟ ଚାଷୀ ମଣ୍ଡିରୁ ଗୋଟେଇ ନେଇଛି ଧାନ । ମଣ୍ଡିରୁ ଧାନ ଫେରାଇ ନେଇଛନ୍ତିି ପଦ୍ମପୁରରContinue reading “ଏବେ ବି ମଣ୍ଡିରେ ପଡି ରହିଛି ଧାନ । ପଦ୍ମପୁରଠାରୁ ଆରମ୍ଭ କରି ପୋଲସରା,ସବୁଠି ଚାଷୀଙ୍କ ସମାନ ଅବସ୍ଥା ।”
ଧାନକିଣାକୁ ନେଇ ବିଧାନସଭାରେ ମହାଭାରତ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ଶାସକ ଦଳର ଜିଦ୍, କ୍ଷମା ମାଗନ୍ତୁ ଦେବଗଡ଼ ବିଧାୟକ ।
କନକ ବ୍ୟୁରୋ: ମଣ୍ଡି ଅବ୍ୟବସ୍ଥାକୁ ନେଇ ଆଜି ବି ଉଠିଲା ପଡ଼ିଲା ବିଧାନସଭା । ତେବେ ଆଜି କେବଳ ବିରୋଧୀ ନୁହେଁ, ଶାସକ ଦଳର ବିଧାୟକ ବି ଗୃହ ମଧ୍ୟ ଭାଗକୁ ଆସି ହୋ ହଲ୍ଲା କରିଥିଲେ । ଗୋଟିଏ ପଟେ ମଣ୍ଡିରେ ସବୁ ଧାନ ଉଠୁ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଅଡି ବସିଥିବା ବେଳେ । ଗତକାଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସାନିଟାଇଜର ପିଇବା ଘଟଣାକୁ ନେଇ ହଟ୍ଟଗୋଳ କରିଥିଲେ ବିଜେଡିContinue reading “ଧାନକିଣାକୁ ନେଇ ବିଧାନସଭାରେ ମହାଭାରତ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ଶାସକ ଦଳର ଜିଦ୍, କ୍ଷମା ମାଗନ୍ତୁ ଦେବଗଡ଼ ବିଧାୟକ ।”
ନଈ ନେଇଗଲା ଜୀବନ । ବାଙ୍କୁଆଳ କୁଆଖାଇରୁ ଉଦ୍ଧାର ନାବାଳକ, କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ, ୪ବନ୍ଧୁ ସାଙ୍ଗ ହୋଇ ଗାଧୋଇବା ବେଳେ ବୁଡି ଯାଇଥିଲେ ନାବାଳକ ।
କନକ ବ୍ୟୁରୋ : ମୃତ୍ୟୁ କାହାପାଇଁ କେତେ ବେଳେ କେମିତି ଆସେ ତାହା କହିବା ମୁସକିଲ । ଯାହା ଘଟିଛି ବାଙ୍କୁଆଳର କୁଆଖାଇରେ । ଲକ୍ଷ୍ମୀସାଗର ଅଂଚଳର ୪ ଜଣ ସାଙ୍ଗ ଆଜି କୁଆଖାଇରେ ଗାଧୋଇବାକୁ ଯାଇଥିଲେ । ସମସ୍ତେ ସାଙ୍ଗ ହୋଇ ନଦୀ ପାର ହେଉଥିବାବେଳେ ଜଣେ ନାବାଳକ ଅଚାନକ ବୁଡି ଯାଇଥିଲେ । ଅନ୍ୟ ସାଥୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ । ବାଲିଅନ୍ତା ଅଗ୍ନିଶମ ବାହିନୀContinue reading “ନଈ ନେଇଗଲା ଜୀବନ । ବାଙ୍କୁଆଳ କୁଆଖାଇରୁ ଉଦ୍ଧାର ନାବାଳକ, କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ, ୪ବନ୍ଧୁ ସାଙ୍ଗ ହୋଇ ଗାଧୋଇବା ବେଳେ ବୁଡି ଯାଇଥିଲେ ନାବାଳକ ।”
ଯାଆଁଳା ଫାଣ୍ଡି ପରିସରରେ ଥିବା ଗାଡିରେ ମହିଳାଙ୍କ କଙ୍କାଳ ଉଦ୍ଧାର। କେମିତି ଜାଣିପାରିଲାନି ପୋଲିସ?
କନକ ବ୍ୟୁରୋ: ଜାଆଁଳା ପୋଲିସ ଫାଣ୍ଡି ପରିସରରେ ଥିବା ଗାଡି ଭିତରୁ କଙ୍କାଳ ବାହାରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାହିଁକି ନା, ଏହା ଏମିତି ଏକ ରହସ୍ୟମୟ କାହାଣୀ, ଯାହା ପୁଲିସର ପାରିବା ପଣିଆ ଏବଂ କାର୍ଯ୍ୟଧାରାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି । ପୁଲିସର ଆଖି ଆଗରେ ଥିବା ଏକ ଗାଡ଼ିରେ ଜଣେ ମହିଳାଙ୍କ ମୃତଦେହ ପଚିଷଢ଼ି କଙ୍କାଳ ପାଲଟିଯିବ କିନ୍ତୁ ପୁଲିସ୍ ଏହାର ଟେର୍ ମଧ୍ୟ ପାଇବContinue reading “ଯାଆଁଳା ଫାଣ୍ଡି ପରିସରରେ ଥିବା ଗାଡିରେ ମହିଳାଙ୍କ କଙ୍କାଳ ଉଦ୍ଧାର। କେମିତି ଜାଣିପାରିଲାନି ପୋଲିସ?”
ଦେଶରେ ପୁଣି ବଢ଼ୁଛି କୋଭିଡ଼ ସଂକ୍ରମଣ, କେମିତି ସତର୍କ ରହିବେ ଆପଣ ? କରୋନାକୁ ନେଇ ଅଶ୍ୱିନୀ ହସ୍ପିଟାଲ ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହେଲା ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀ ।
କନକ ବ୍ୟୁରୋ : କୋଭିଡର ପୁନଃସଂକ୍ରମଣ ପରିପ୍ରେକ୍ଷୀରେ ଟିକାକରଣ । ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଓଡ଼ିଶାରେ ପୁନଃସଂକ୍ରମଣକୁ ରୋକିବା ପାଇଁ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ । ଜୁଲାଇ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକାକରଣ ଲକ୍ଷ୍ୟରେ ଓଡ଼ିଶାକୁ ସାମିଲ ହେବାକୁ ପଡ଼ିବ ବୋଲି ଆଜି ଭୁବନେଶ୍ୱରରେ ଅଶ୍ୱିନୀ ହସ୍ପିଟାଲ ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀରେ ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଦେଶରେContinue reading “ଦେଶରେ ପୁଣି ବଢ଼ୁଛି କୋଭିଡ଼ ସଂକ୍ରମଣ, କେମିତି ସତର୍କ ରହିବେ ଆପଣ ? କରୋନାକୁ ନେଇ ଅଶ୍ୱିନୀ ହସ୍ପିଟାଲ ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହେଲା ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀ ।”