କନକ ବ୍ୟୁରୋ : ପ୍ରାୟ ଗୋଟିଏ ବର୍ଷ ପରେ ଦେଶରେ ପୁଣି ଉପର ମୁହାଁ ହୋଇଛି କରୋନା ମିଟର । ଗତ କିଛିଦିନ ହେଲା ଲଗାତର ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଚଳିତବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ସାରା ଦେଶରେ ଗୋଟିଏ ଦିନରେ ୨୪ ହଜାର ୮୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୮୩ ଦିନରେ ଏହା ସର୍ବାଧିକ । ଗତବର୍ଷ ଡିସେମ୍ବରContinue reading “କରୋନା ବଢୁଛି, ଚିନ୍ତା ବଢାଉଛି । ପୁଣି ଉପରମୁହାଁ ହେଉଛି କରୋନା ମିଟର । ଗତ ୨୪ ଘଣ୍ଟାରେ ଚଳିତବର୍ଷର ସର୍ବାଧିକ କରୋନା ସଂକ୍ରମଣ ଚିହ୍ନଟ ।”
Author Archives: Raghaba
ଦେଶରେ ଦୁଇ ସପ୍ତାହ ହେଲା ବଢିନି ତେଲଦର । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଥିଲେ ମଧ୍ୟ ଦେଶରେ ତେଲ ଦରବୃଦ୍ଧି ଅଟକି ଯାଇଛି ।
କନକ ବ୍ୟୁରୋ: ଗତ ମାସରେ କ୍ରମାଗତ ତେଲଦର ବୃଦ୍ଧି ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଥିଲା । କିନ୍ତୁ ଆଶ୍ବସ୍ତିର କଥା ହେଉଛି ଦେଶରେ ଗତ ୧୪ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଶେଷଥର ପାଇଁ ଗତ ଫେବ୍ରୁଆରି ୨୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ହୋଇଥିଲା । ସେହିଦିନ ପେଟ୍ରୋଲ ଲିଟର ପିଛା ୨୪ ପଇସା ଓ ଡିଜେଲ ଲିଟର ପିଛା ୧୫ ପଇସା ବଢିଥିଲା । ଭୁବନେଶ୍ବରରେContinue reading “ଦେଶରେ ଦୁଇ ସପ୍ତାହ ହେଲା ବଢିନି ତେଲଦର । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଥିଲେ ମଧ୍ୟ ଦେଶରେ ତେଲ ଦରବୃଦ୍ଧି ଅଟକି ଯାଇଛି ।”
କଟକ ଶିଶୁଭବନ ନିୟୁ ମେଡ଼ିକାଲର ଆଇସିୟୁରେ ଅଗ୍ନିକାଣ୍ତ । ନିଆଁକୁ ଆୟତ୍ତ କଲା ଦମକଳ ବିଭାଗ । ଅଗ୍ନିକାଣ୍ଡରେ କେହି ବି ହୋଇନାହାନ୍ତି ଗୁରୁତର ।
କନକ ବ୍ୟୁରୋ : କଟକ ଶିଶୁଭବନ ନିୟୁ ମେଡ଼ିକାଲର ଆଇସିୟୁରେ ଅଗ୍ନିକାଣ୍ତ ଘଟିଛି। ଖବର ପାଇ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ଏଥିରେ କେହି ବି ଗୁରୁତର ହୋଇନାହାଁନ୍ତି । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏ ନେଇ ତଦନ୍ତ କରାଯାଉଛି। ରୋଗୀସେବାରେ କୌଣସି ବାଧା ଆସି ନଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ୪ ବର୍ଷ ପୂର୍ବରୁ ଶିଶୁ ଭବନ ଠାରେ ନିଆଁ ଲାଗିଥିଲା। ଆଜିContinue reading “କଟକ ଶିଶୁଭବନ ନିୟୁ ମେଡ଼ିକାଲର ଆଇସିୟୁରେ ଅଗ୍ନିକାଣ୍ତ । ନିଆଁକୁ ଆୟତ୍ତ କଲା ଦମକଳ ବିଭାଗ । ଅଗ୍ନିକାଣ୍ଡରେ କେହି ବି ହୋଇନାହାନ୍ତି ଗୁରୁତର ।”
ଅମୃତ ମହୋତ୍ସବ ସଚେତନତା କାର୍ଯ୍ୟକ୍ରମ କରୁଛି ଭାରତୀୟ ନୌସେନା । ଗଞ୍ଜାମ ଓ ପୁରୀ ଜିଲ୍ଲାର ୬ଟି ଗାଁରେ ହେଉଛି କାର୍ଯ୍ୟକ୍ରମ ।
କନକ ବ୍ୟୁରୋ: ଭାରତ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ପାଳନକୁ ଆଉ ୭୫ ସପ୍ତାହ ବାକି । ଭାରତର ଏହି ଅମୃତ ମହୋତ୍ସବ ପାଳନ ପାଇଁ ଏବେ ଠୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରତି ଭାରତୀୟଙ୍କ ପାଖରେ ଏ ଖବର ପହଂଚାଇବା ପାଇଁ ଭାରତୀୟ ନୌସେନା ସହ ତଟରକ୍ଷୀ ବାହିନୀ ପ୍ରୟାସ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ଉପକୂଳବର୍ତ୍ତୀ ଗାଁରେ ଅମୃତ ମହୋତ୍ସବ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଓଡିଶା ଗଞ୍ଜାମ ଓ ପୁରୀ ଜିଲ୍ଲାରContinue reading “ଅମୃତ ମହୋତ୍ସବ ସଚେତନତା କାର୍ଯ୍ୟକ୍ରମ କରୁଛି ଭାରତୀୟ ନୌସେନା । ଗଞ୍ଜାମ ଓ ପୁରୀ ଜିଲ୍ଲାର ୬ଟି ଗାଁରେ ହେଉଛି କାର୍ଯ୍ୟକ୍ରମ ।”
ସଂଘର୍ଷ ଭିତରେ ସ୍ୱପ୍ନ ଦେଖିବା ଛାଡିନଥିଲେ ଅଜିତେଶ । ଏବେ କର୍କଟ ରୋଗ ଉପରେ ଗବେଷଣା ପାଇଁ ଯିବେ ତାଇୱାନ।
କନକ ବ୍ୟୁରୋ: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ, ଆଉ ଦୃଢ ଆତ୍ମବଳ ଆଗରେ ହାର ମାନେ ସବୁ ପ୍ରତିବନ୍ଧକ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ବିଂଝାରପୁର ବ୍ଲକ ତାଉଁତରା ଗାଁର ଅଜିତେଶ ଧଳ । ପିଲାଟି ଦିନରୁ ଅଭାବ ଭିତରେ ଅଜିତେଶଙ୍କ ସମୟ ବିତିଛି ହେଲେ ଏଥିରେ ସେ କେବେ ବି ହାରି ନାହାଁନ୍ତି । କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ଗୌହାଟିର ଆଇଆଇଟିରେ ପାଠ ପଢ଼ୁଥିବା ଅଜିତେଶContinue reading “ସଂଘର୍ଷ ଭିତରେ ସ୍ୱପ୍ନ ଦେଖିବା ଛାଡିନଥିଲେ ଅଜିତେଶ । ଏବେ କର୍କଟ ରୋଗ ଉପରେ ଗବେଷଣା ପାଇଁ ଯିବେ ତାଇୱାନ।”
ବିମାନଯାତ୍ରୀଙ୍କ ପାଇଁ କଡା କଟକଣା । ମାସ୍କ ନପିନ୍ଧିଲେ ବିମାନରୁ ଯାତ୍ରୀଙ୍କୁ ଓହ୍ଳାଇ ଦେବାକୁ ଡିଜିସିଏର ନିର୍ଦ୍ଦେଶ ।
କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଥିବାରୁ ବିମାନ ଯାତ୍ରୀଙ୍କ ପାଇଁ ଜାରି ହୋଇଛି କଡା ନିୟମ । ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ନପିନ୍ଧିଲେ ବିମାନରୁ ଓହ୍ଳାଇ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ସିଆଇଇଏସଏଫ ଓ ଦେଶର ସବୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ତତ୍କାଳ ଏହି ନିର୍ଦ୍ଦେଶ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ ବା ଡିଜିସିଏ । ଠିକ୍ ଭାବରେ ମାସ୍କContinue reading “ବିମାନଯାତ୍ରୀଙ୍କ ପାଇଁ କଡା କଟକଣା । ମାସ୍କ ନପିନ୍ଧିଲେ ବିମାନରୁ ଯାତ୍ରୀଙ୍କୁ ଓହ୍ଳାଇ ଦେବାକୁ ଡିଜିସିଏର ନିର୍ଦ୍ଦେଶ ।”
ଅଶ୍ୱିନୀ ହସ୍ପିଟାଲ ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହେଲା ସ୍ୱାସ୍ଥ୍ୟ ସେମିନାର । କୋଭିଡର ଦ୍ୱିତୀୟ ଲହରକୁ ନେଇ ମତ ରଖିଲେ ଡାକ୍ତର ଓ ସାମ୍ବାଦିକ ।
କନକ ବ୍ୟୁରୋ: ଦେଶରେ କୋଭିଡ଼ର ପୁନଃସଂକ୍ରମଣ ପରିପ୍ରେକ୍ଷୀରେ ଅଶ୍ୱିନୀ ହସ୍ପିଟାଲ ଓ କନକ ନ୍ୟୁଜ୍ ପକ୍ଷରୁ ଆଜି ଭୁବନେଶ୍ୱରରେ ଏକ ସ୍ୱାସ୍ଥ୍ୟ ସେମିନାର ଅନୁଷ୍ଠିତ ହୋଇଛି । ଦେଶର କେତେକ ରାଜ୍ୟରେ କୋଭିଡର ଦ୍ୱିତୀୟ ଲହର ଦେଖା ଦେବା ପରିପ୍ରେକ୍ଷୀରେ ଲୋକେ କିଭଳି ପ୍ରତିକାରମୂଳକ ପଦକ୍ଷେପ ନେବା ଉଚିତ ତା’ ଉପରେ ପ୍ରଶାସନିକ କର୍ମକର୍ତ୍ତା, ଡାକ୍ତର, ସାମ୍ବାଦିକ ଓ ଏଥିସହ ଜଡ଼ିତ ସମସ୍ତ ପକ୍ଷ ନିଜର ମତ ଦେଇଥିଲେ । ଜୁଲାଇ ସୁଦ୍ଧା ଭାରତରେ ୩୦ କୋଟିContinue reading “ଅଶ୍ୱିନୀ ହସ୍ପିଟାଲ ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହେଲା ସ୍ୱାସ୍ଥ୍ୟ ସେମିନାର । କୋଭିଡର ଦ୍ୱିତୀୟ ଲହରକୁ ନେଇ ମତ ରଖିଲେ ଡାକ୍ତର ଓ ସାମ୍ବାଦିକ ।”
ବିଧାନସଭାରେ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ହଟ୍ଟଗୋଳ ଭିତରେ ଉପସ୍ଥାପନ ହେଲା ୮ଟି ବିଲ୍, ସୋମବାର ଯାଏଁ ଗୃହ ମୁଲତବୀ ।
କନକ ବ୍ୟୁରୋ : ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ହଟ୍ଟଗୋଳ ଭିତରେ ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଅପରାହ୍ନ ୪ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ଗୃହରେ ୮ଟି ବିଲ୍ ଉପସ୍ଥାପନ ହୋଇଥିଲା । ତେବେ ଗୃହରେ ଉଭୟ ଶାସକ ଏବଂ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା । ତେଣୁ ବାଚସ୍ପତି ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।Continue reading “ବିଧାନସଭାରେ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ହଟ୍ଟଗୋଳ ଭିତରେ ଉପସ୍ଥାପନ ହେଲା ୮ଟି ବିଲ୍, ସୋମବାର ଯାଏଁ ଗୃହ ମୁଲତବୀ ।”
ନୂଆ କୃଷି ଆଇନକୁ ନେଇ ଓଡ଼ିଶା ବିଧାନସଭା ସଚିବଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । କହିଲେ, କେନ୍ଦ୍ରର କୃଷି ଆଇନ ଅସାମ୍ବିଧାନିକ ଓ ଚାଷୀ ବିରୋଧୀ, ଏହାକୁ କାର୍ଯ୍ୟକାରୀ ନକରିବାକୁ ଜଣାଇଲେ ଦାବି ।
କନକ ବ୍ୟୁରୋ : ଓଡିଶା ବିଧାନସଭା ସଚିବଙ୍କୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଚିଠି । ଏହି ଚିଠିରେ ନରସିଂହ ଲେଖିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ଟି କୃଷି ଆଇନ ଅସାମ୍ବିଧାନିକ ଓ ଚାଷୀ ବିରୋଧି । କୃଷି ରାଜ୍ୟର ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ଆଇନ ବିରୋଧରେ ରିଜଲ୍ୟୁସନ ଆଣି ଏହାକୁ କାର୍ଯ୍ୟକାରୀ ନକରିବା ପାଇଁ ସେ ଉଲ୍ଲେଖ କରିଛନ୍ତି । ସେ ଆହୁରି ଲେଖିଛନ୍ତି କେନ୍ଦ୍ର ସରକାର ରାଜ୍ୟକୁContinue reading “ନୂଆ କୃଷି ଆଇନକୁ ନେଇ ଓଡ଼ିଶା ବିଧାନସଭା ସଚିବଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । କହିଲେ, କେନ୍ଦ୍ରର କୃଷି ଆଇନ ଅସାମ୍ବିଧାନିକ ଓ ଚାଷୀ ବିରୋଧୀ, ଏହାକୁ କାର୍ଯ୍ୟକାରୀ ନକରିବାକୁ ଜଣାଇଲେ ଦାବି ।”
ମନରେଗା ଯୋଜନାରେ ଅର୍ଥ ହଡପ ଅଭିଯୋଗ । ମଷ୍ଟରରୋଲରେ ଗଡୁଛି ମୃତ ବ୍ୟକ୍ତିଙ୍କ ନାଁ, ବ୍ୟାଙ୍କରୁ ଉଠୁଛି ଟଙ୍କା ।
କନକ ବ୍ୟୁରୋ: ଏମଜିଏନଆରଇଜିଏ ଯୋଜନା ଅନ୍ତର୍ଗତ ପ୍ରକଳ୍ପ କାମରେ ମୃତବ୍ୟକ୍ତିଙ୍କ ନାଁ ମଷ୍ଟରରୋଲରେ ଚଢାଯାଇ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ନୀତିର ଏହି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଇସାଣପୁର ପଂଚାୟତରୁ । ଏଠି ଭୂତ ନାଁରେ ମନରେଗା କାମ ହୋଇଛି ଏବଂ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ବ୍ୟାଙ୍କରୁ ଟଙ୍କା ଉଠାଯାଇଛି । ଗ୍ରାମାଂଚଳରେ କର୍ମନିଯୁକ୍ତି ଯୋଗାଇବା ଲାଗି ସରକାର ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ଏମଜିଏନଆରଇଜିଏ ଯୋଜନାContinue reading “ମନରେଗା ଯୋଜନାରେ ଅର୍ଥ ହଡପ ଅଭିଯୋଗ । ମଷ୍ଟରରୋଲରେ ଗଡୁଛି ମୃତ ବ୍ୟକ୍ତିଙ୍କ ନାଁ, ବ୍ୟାଙ୍କରୁ ଉଠୁଛି ଟଙ୍କା ।”