ଅଗଷ୍ଟ ୧ରେ ହେବ ଏ ବର୍ଷର ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ : ୧୧ଟି ଭାଷାରେ କରାଯିବ ପରୀକ୍ଷା

କନକ ବ୍ୟୁରୋ : ‘ଅଣ୍ଡର୍‌ଗ୍ରାଜୁଏଟ୍‌ ମେଡିକାଲ୍‌ କୋର୍ସେସ୍‌’ରେ ନାମ ଲେଖାଇବା ପାଇଁ ଅଗଷ୍ଟ ୧ ତାରିଖ ଦିନ ‘ନ୍ୟାସ୍‌ନାଲ୍‌ ଇଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍‌ସ୍‌ ଟେଷ୍ଟ୍‍’ (ଏନ୍‌ଇଇଟି) ପରୀକ୍ଷା କରାଯିବ ବୋଲି ଗତକାଲି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ଘୋଷଣା କରିଛି । ଶୁକ୍ରବାର ଦିନ ଏ ସଂକ୍ରାନ୍ତରେ ‘ଏନ୍‌ଟିଏ’ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ଅଗଷ୍ଟ ୧ ତାରିଖ ଦିନ ହିନ୍ଦୀ ଓ ଇଂରାଜୀ ସମେତ ୧୧ଟି ଭାଷାରେ ‘ପେନ୍‌ ଓ ପେପର୍‌ ମୋଡ୍‌’ରେ ‘ଏନ୍‌ଇଇଟିContinue reading “ଅଗଷ୍ଟ ୧ରେ ହେବ ଏ ବର୍ଷର ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ : ୧୧ଟି ଭାଷାରେ କରାଯିବ ପରୀକ୍ଷା”

୨୦୨୨ ଶେଷ ସୁଦ୍ଧା ସମଗ୍ର ଏସିଆକୁ ୧ ବିଲିୟନ ଟିକା ପଠାଇବାକୁ ‘କ୍ୱାଡ୍’ ଦେଶସମୂହ ଏକମତ ।

କନକ ବ୍ୟୁରୋ : ୨୦୨୨ ଶେଷ ସୁଦ୍ଧା ସମଗ୍ର ଏସିଆକୁ ୧ ବିଲିୟନ୍‌ କରୋନା ଭାଇରସ୍‌ ଟିକା ପଠାଇବା ଲାଗି ଅର୍ଥ, ଉତ୍ପାଦନ ଓ ବଣ୍ଟନ ସାମର୍ଥ୍ୟ ସକାଶେ ଏକଜୁଟ ହେବାକୁ ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ନେତାମାନେ ଏକମତ ହୋଇଥିବା କଥା ଶୁକ୍ରବାର ଦିନ ଭାରତର ବୈଦେଶିକ ସଚିବ କହିଛନ୍ତି। ବୈଶ୍ୱିକ ଟିକାକରଣ ସମ୍ପ୍ରସାରଣ ଏବଂ ଦକ୍ଷିଣପୂର୍ବ ଏସିଆ ଓ ସମଗ୍ର ବିଶ୍ୱରେ ଚୀନର ବର୍ଦ୍ଧିଷ୍ଣୁ ଟିକାକରଣ କୂଟନୀତିକୁ ମୁକାବିଲା କରିବା ଲାଗିContinue reading “୨୦୨୨ ଶେଷ ସୁଦ୍ଧା ସମଗ୍ର ଏସିଆକୁ ୧ ବିଲିୟନ ଟିକା ପଠାଇବାକୁ ‘କ୍ୱାଡ୍’ ଦେଶସମୂହ ଏକମତ ।”

ଶିମିଳିପାଳରେ ସ୍ଥିତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍ : କହିଲେ ଜଙ୍ଗଲ ନିଆଁ ରହିଛି ନିୟନ୍ତ୍ରଣରେ, ବନାଗ୍ନିରେ ବାଘଙ୍କର ହୋଇନାହିଁ କ୍ଷତି

କନକ ବ୍ୟୁରୋ : ଶିମିଳିପାଳରେ ସ୍ଥିତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍ । ଜାତୀୟ ଉଦ୍ୟାନର ଅଧିକାଂଶ ଅଂଶ ବୁଲି ଦେଖି ଥିଲେ । ଏପରିକି ସ୍ଥାନୀୟ ଅଧିବାସୀଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି । ଶିମିଳିପାଳ ଜାତୀୟ ଉଦ୍ୟାନର ଅଧିକାଂଶ ଅଂଶ ବୁଲି ଦେଖିଲୁ। ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା ବି କରିଛୁ । ଜଙ୍ଗଲ ନିଆଁ ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ । ବନାଗ୍ନିରେ ବାଘଙ୍କର କୌଣସି କ୍ଷତି ହୋଇନାହିଁ । ଶିମିଳିପାଳ ସ୍ଥିତିContinue reading “ଶିମିଳିପାଳରେ ସ୍ଥିତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍ : କହିଲେ ଜଙ୍ଗଲ ନିଆଁ ରହିଛି ନିୟନ୍ତ୍ରଣରେ, ବନାଗ୍ନିରେ ବାଘଙ୍କର ହୋଇନାହିଁ କ୍ଷତି”

ପୁଣି ଲେଉଟିଲା କରୋନା ଲକଡାଉନ : ମହାରାଷ୍ଟ୍ରର ୮ ଜିଲ୍ଲାରେ ତାଲାବନ୍ଦ; ମହାରାଷ୍ଟ୍ରର ସ୍କୁଲ ଓ ହଷ୍ଟେଲ ଗୁଡ଼ିକରେ ଉଦବେଗଜନକ ଭାବେ ବଢ଼ୁଛି ସଂକ୍ରମଣ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ ରହିଛି । ସଂକ୍ରମଣ ବଢ଼ୁଥିବା ଜିଲ୍ଲାମାନଙ୍କରେ କଡ଼ାକଡ଼ି ଲକ ଡାଉନ ପାଳନ ପାଇଁ ନିଷ୍ପତି ନେଇଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟର ୮ ଜିଲ୍ଲାରେ ସଂକ୍ରମଣ ଲଗାତର ବଢ଼ୁଥିବାରୁ ଲକଡାଉନ ଲାଗୁ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ପୁଣି ମହାରାଷ୍ଟ୍ରରେ ୧୫ ହଜାର ୮୨୩ ମାମଲା ଚିହ୍ନଟ ହୋଇଛି । ସରକାର ଏହି ଜିଲ୍ଲାମାନଙ୍କରେ କୋଭିଡ ନିୟମ କଡାକଡି କରିଛନ୍ତି । ପୁନେରେ ରାତି ୧୧ରୁContinue reading “ପୁଣି ଲେଉଟିଲା କରୋନା ଲକଡାଉନ : ମହାରାଷ୍ଟ୍ରର ୮ ଜିଲ୍ଲାରେ ତାଲାବନ୍ଦ; ମହାରାଷ୍ଟ୍ରର ସ୍କୁଲ ଓ ହଷ୍ଟେଲ ଗୁଡ଼ିକରେ ଉଦବେଗଜନକ ଭାବେ ବଢ଼ୁଛି ସଂକ୍ରମଣ”

ରାଜ୍ୟରେ ୮ଟି ନୂଆ ପ୍ରକଳ୍ପକୁ ନୀତିଗତ ଅନୁମୋଦନ : ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ମିଳିଲା ମଂଜୁରୀ

କନକ ବ୍ୟୁରୋ : ରାଜ୍ୟରେ ୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ମଂଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ୮ଟି ନୂଆ ପୁଂଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଅନୁମୋଦନ ପାଇଥିବା ଏହି ୮ଟି ପ୍ରକଳ୍ପରେ ସମୁଦାୟ ୧ ହଜାର ୨୧୪ କୋଟି ଟଙ୍କା ବିନିଯୋଗ ହେବ । ୨୪ ଶହ ୨୭ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି ।Continue reading “ରାଜ୍ୟରେ ୮ଟି ନୂଆ ପ୍ରକଳ୍ପକୁ ନୀତିଗତ ଅନୁମୋଦନ : ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ମିଳିଲା ମଂଜୁରୀ”

ଭାରତରେ ତିଆରୀ ହେବ ଜନସନ ଆଣ୍ଡ ଜନସନର କୋଭିଡ ଟିକା : କ୍ୱାଡ ରାଷ୍ଟ୍ର ସମୂହ ବୈଠକରେ ନିଷ୍ପତି; ଅର୍ଥ ଯୋଗାଇ ଦେବେ ଆମେରିକା ଆଉ ଜାପାନ

କନକ ବ୍ୟୁରୋ : ଆମେରିକାର ଜନ୍ସନ ଆଣ୍ଡ୍ ଜନ୍ସନ କମ୍ପାନିର ସିଙ୍ଗଲ ଡୋଜ୍ କୋଭିଡ ଟିକା ଭାରତରେ ତିଆରି ହେବ । କ୍ୱାଡ୍ ରାଷ୍ଟ୍ର ସମୂହର ଟିକା ବିକାଶ ଯୋଜନାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏବଂ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ମିଳିତ ସହାଭାଗିତାରେ ଏହି ଟିକା ତିଆରି କରାଯିବ । ଭାରତରେ ଏହି ଟିକା ପ୍ରସ୍ତୁତ କରିବା ପାଇଁ ଜାପାନ ଏବଂ ଆମେରିକା ଅର୍ଥ ଯୋଗାଣ କରିବେ ଏବଂ ଅଷ୍ଟ୍ରେଲିଆ ବିଭିନ୍ନContinue reading “ଭାରତରେ ତିଆରୀ ହେବ ଜନସନ ଆଣ୍ଡ ଜନସନର କୋଭିଡ ଟିକା : କ୍ୱାଡ ରାଷ୍ଟ୍ର ସମୂହ ବୈଠକରେ ନିଷ୍ପତି; ଅର୍ଥ ଯୋଗାଇ ଦେବେ ଆମେରିକା ଆଉ ଜାପାନ”

ମେ’ ୧୫ ସୁଦ୍ଧା ରାଜ୍ୟରେ ୪୬ଲକ୍ଷ ବୟସ୍କ ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ : ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ

କନକ ବ୍ୟୁରୋ : ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିଲେ ବି ଦେଶର କିଛି ରାଜ୍ୟ ଏବେ ଚିନ୍ତା ବଢ଼ାଇ ‌‌ଦେଇଛନ୍ତି । ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି । ‌ଏହି ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ବିଭାଗର ଜଣେ ସ୍ବତନ୍ତ୍ର ସଚିବଙ୍କ ସହ ୬ ଡାକ୍ତରଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ପୂର୍ବରୁContinue reading “ମେ’ ୧୫ ସୁଦ୍ଧା ରାଜ୍ୟରେ ୪୬ଲକ୍ଷ ବୟସ୍କ ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ : ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ”

ଭୁବନେଶ୍ୱରରେ ୬ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ : ଲୁଇସ୍ ରୋଡ ସ୍ଥିତ ଡିଡି ବିଲ୍ଡର୍ସ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ

କନକ ବ୍ୟୁରୋ : ୬ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ । ଭୁବନେଶ୍ୱର ଲୁଇସ୍ ରୋଡ ସ୍ଥିତି ଡିଡି ବିଲ୍ଡର୍ସ  କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ବର୍ତମାନ ସୁଦ୍ଧା ୬ କୋଟିରୁ ଅଧିକ ଟଙ୍କାର ଠକେଇର ପ୍ରମାଣ ମିଳିଛି । ତେବେ ଠକେଇ ପରିମାଣ ଆହୁରି ବଢ଼ିବା ଅନୁମାନ କରାଯାଉଛି । ମିଛ ଡିଲରଙ୍କ ନାଁରେ ବିଲ୍ କରି ଜିଏସଟି ଫାଙ୍କୁଥିଲେ ଏହି ବିଲ୍ଡର ସଂସ୍ଥାର ମାଲିକ । ଜାଲContinue reading “ଭୁବନେଶ୍ୱରରେ ୬ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ : ଲୁଇସ୍ ରୋଡ ସ୍ଥିତ ଡିଡି ବିଲ୍ଡର୍ସ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ”

ନବରଙ୍ଗପୁର ଉମରକୋଟରେ ଗୁଳିମାଡ : ଝରିଗାଁ ରୋଡରେ ସ୍ଥାନୀୟ ବ୍ୟବସାୟୀ ସଂଜୀବ ସୁବୁଦ୍ଧିଙ୍କୁ ଗୁଳି କଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ଉମରକୋଟ ସହରରେ ଫୁଟିଲା‌ ଗୁଳି । ଉମରକୋଟ ସହରର ଯୁବ ବ୍ୟବସାୟୀ ଟି.ସଂଜୀବ ସୁବୁଦ୍ଧି ନିଜ ବାଇକରେ ଝରିଗାଁ ଯିବା ରାସ୍ତାରେ ଥିବା ନିଜ ଘରକୁ ଫେରୁଥିଲେ । ରାତି ପ୍ରାୟ ୯ଟା ୪୦ ମିନଟ ସମୟରେ ପଞ୍ଜାବ ନେସନାଲ ବ୍ୟାଙ୍କ ନିକଟରେ ହଠାତ୍ ୩ ଜଣ ଯୁବକ ଏକ କଳା ପସଲର ରେ ଆସି ତାଙ୍କୁ  ଗୋଟିଏ ରାଉଣ୍ଡ ଗୁଳି ଚାଳନା କରି ଘଟଣା ସ୍ଥଳରୁ ଉଭାନ ହୋଇଗଲେ। ତାଙ୍କ ଅଣ୍ଟାରେContinue reading “ନବରଙ୍ଗପୁର ଉମରକୋଟରେ ଗୁଳିମାଡ : ଝରିଗାଁ ରୋଡରେ ସ୍ଥାନୀୟ ବ୍ୟବସାୟୀ ସଂଜୀବ ସୁବୁଦ୍ଧିଙ୍କୁ ଗୁଳି କଲେ ଦୁର୍ବୃତ୍ତ”

ଚୀନକୁ ଚ୍ୟାଲେଂଜ ଦେବା ପାଇଁ କ୍ୱାଡ ଗ୍ରୁପ୍ର ବୈଠକ : ଭର୍ଚ୍ୟୁଆଲ ବୈଠକରେ ସାମିଲ ହେଲେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରମୁଖ୍ୟ 

କନକ ବ୍ୟୁରୋ : ଭାରତ ଓ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ମଧ୍ୟରେ ସମନ୍ୱୟ ପାଇଁ ଗଢା ହୋଇଥିବା କ୍ୱାଡ ଗ୍ରୁପ୍ର ଆଜି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରମୁଖ୍ୟମାନେ ଏହି ଭର୍ଚ୍ୟୁଆଲ ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ କରୋନା, ଅର୍ଥନୀତି ଓ ସାମରିକ ଆଦି ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ଏହି ଚାରି ଦେଶର ଏହା  ପ୍ରଥମ ବୈଠକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,Continue reading “ଚୀନକୁ ଚ୍ୟାଲେଂଜ ଦେବା ପାଇଁ କ୍ୱାଡ ଗ୍ରୁପ୍ର ବୈଠକ : ଭର୍ଚ୍ୟୁଆଲ ବୈଠକରେ ସାମିଲ ହେଲେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରମୁଖ୍ୟ “

Design a site like this with WordPress.com
Get started