ଅର୍ଥନୀତିରେ କରୋନା ମାଡ଼ ପରେ ଭଣ୍ଡାର ଖୋଲିଦେଲା ଆମେରିକା । ଲୋକଙ୍କୁ ବାଂଟିଦେଲେ ୧୪୦ ଲକ୍ଷ କୋଟି ଟଙ୍କା ।

କନକ ବ୍ୟୁରୋ: ଗୁରୁବାର ଦିନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ କୋଭିଡ୍ ପରବର୍ତୀ ସ୍ଥିତିର ମୁକାବିଲା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସାରା ବିଶ୍ୱକୁ ଚମକାଇ ଦେଇଛି । ଏଥିପାଇଁ ବାଇଡେନ୍ ପ୍ରଶାସନ ୧.୯ ଟ୍ରିଲିଅନ୍ ଡଲାରର ସହାୟତା ପ୍ୟାକେଜ ଘୋଷଣା କରିଛି । ଭାରତୀୟ ମୁଦ୍ରା ହିସାବରେ ଏହାର ପରିମାଣ ପ୍ରାୟ ୧୪୦ ଲକ୍ଷ କୋଟି ଟଙ୍କା । ଆପଣ ଅନୁମାନ କରନ୍ତୁ ଆମ ଦେଶର ବାର୍ଷିକ ବଜେଟ୍ ପରିମାଣ ହେଉଛି ୨୬ ଲକ୍ଷContinue reading “ଅର୍ଥନୀତିରେ କରୋନା ମାଡ଼ ପରେ ଭଣ୍ଡାର ଖୋଲିଦେଲା ଆମେରିକା । ଲୋକଙ୍କୁ ବାଂଟିଦେଲେ ୧୪୦ ଲକ୍ଷ କୋଟି ଟଙ୍କା ।”

କରୋନାର ଦ୍ୱିତୀୟ ଲହରକୁ ନେଇ ଏବେ ଚାରିଆଡେ ଭୟ । ଏହାରି ଭିିତରେ ଜାଣନ୍ତୁ, ଟିକାକରଣରେ ଓଡିଶାର ସ୍ଥାନ କେତେ?

କନକ ବ୍ୟୁରୋ: କୋଭିଡ ସହିତ ଚାଲିଥିବା ଲଢେଇ ଭିତରେ ଏବେ ସବୁଠାରୁ ବଡ ଚ୍ୟାଲେଂଜ ପାଲଟିଛି ଟିକାକରଣ । ଆଉ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ଟିକା ଦେବାରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏ ପର୍ଯ୍ୟନ୍ତ ୯୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ ୱାର୍କରଙ୍କୁ ଟିକାର ଦ୍ୱିତୀୟ ଡୋଜ ଦିଆଚାଲିଛି । ମେ ୧୫ ସୁଦ୍ଧା ୪୬ ଲକ୍ଷ ବୟସ୍କContinue reading “କରୋନାର ଦ୍ୱିତୀୟ ଲହରକୁ ନେଇ ଏବେ ଚାରିଆଡେ ଭୟ । ଏହାରି ଭିିତରେ ଜାଣନ୍ତୁ, ଟିକାକରଣରେ ଓଡିଶାର ସ୍ଥାନ କେତେ?”

ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ହଙ୍ଗାମା । ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ବିଧାୟକ ।

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ମାତ୍ରେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି ବିରୋଧୀ । ଆଜି ଅଧିବେଶନ ଆରମ୍ଭ ମାତ୍ରେ ବିରୋଧୀଙ୍କ ନାରାବାଜିରେ ଉଠିଥିଲା ପଡିଥିଲା ବିଧାନସଭା । ନାରାବାଜି ଭିତରେ ମଣ୍ଡିରେ ଧାନକିଣାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିଲେ । ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରି ଗୃହ ମଝିକୁ ଆସିଥିଲେ ସୁବାସ ପାଣିଗ୍ରହୀ ଆଉ କେହି କିଛିContinue reading “ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ହଙ୍ଗାମା । ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ବିଧାୟକ ।”

ଶେଷ ହେଲା ଅପେକ୍ଷା । ଅବସ୍ଥା ସୁଧୁରିବା ପରେ କୋଲକାତାର ଏସଏସକେଏମ୍ ଡାକ୍ତରଖାନାରୁ ବାହାରିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 

କନକ ବ୍ୟୁରୋ: ଡାକ୍ତରଖାନାରୁ ସୁସ୍ଥ ହୋଇ ଡିସଚାର୍ଜଡ୍ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଡାକ୍ତରୀ ଟିମ୍ ତାଙ୍କର ଅବସ୍ଥା ଯାଂଚ କରିବା ପରେ ହୁଇଲ ଚେୟାରରେ ତାଙ୍କୁ ଡିସଚାର୍ଜ କରିବାକୁ ଅନୁମତି ଦେଇଛନ୍ତି । ମମତାଙ୍କୁ ଏକ ହୁଇଲ ଚେୟାରରେ ବସାଇ ଡାକ୍ତରଖାନାରୁ ଅଣାଯାଇଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଗତ ବୁଧବାର ଦିନ ନାମାଙ୍କନ କରି ଫେରିବା ସମୟରେ ବୁରୁଲିଆରେ ତାଙ୍କ ଗୋଡରେ ଜୋରଦାର ଆଘାତ ଲାଗିଥିଲା । ମମତା ଅଭିଯୋଗContinue reading “ଶେଷ ହେଲା ଅପେକ୍ଷା । ଅବସ୍ଥା ସୁଧୁରିବା ପରେ କୋଲକାତାର ଏସଏସକେଏମ୍ ଡାକ୍ତରଖାନାରୁ ବାହାରିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ “

ଗୃହରେ ଧାନ ତାତି, ମଣ୍ଡିରେ ପଡିଛି ଚାଷୀଙ୍କ ଧାନ । କେଉଁଠି ଟୋକନ ଧରି ବସିଛନ୍ତି ଚାଷୀ, କେଉଁଠି ପୂରିଲାଣି ଟୋକନ ଅବଧି ।

କନକ ବ୍ୟୁରୋ: ସାରା ରାଜ୍ୟରୁ ଆସୁଥିବା ଧାନ ମଣ୍ଡି ସଂପର୍କୀତ ଚିତ୍ର ଓଡିଶାର ଏଭଳି ଏକ ସମସ୍ୟାକୁ ବୟାନ କରୁଛି ଯାହାର ସମାଧାନ ହୋଇ ପାରୁନାହିଁ । ଗୋଟିଏ ପଟେ ସରକାର କହୁଛନ୍ତି ପଂଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯାଉଛି, ଅନ୍ୟପଟେ ଚାଷୀ କହୁଛନ୍ତି ତାଙ୍କ ଧାନକୁ କିଣୁ ନାହାନ୍ତି ସରକାର । ଆରୋପ-ପ୍ରତ୍ୟାରୋପ ଭିତରେ ମଣ୍ଡିରେ ସେମିତି ଧାନବସ୍ତା ପଡି ରହିଛି । କେଉଁଠି ଚାଷୀଙ୍କୁ ଟୋକନ ମିଳିନି ତ କେଉଁଠି ଟୋକନ ଥାଇ ବିContinue reading “ଗୃହରେ ଧାନ ତାତି, ମଣ୍ଡିରେ ପଡିଛି ଚାଷୀଙ୍କ ଧାନ । କେଉଁଠି ଟୋକନ ଧରି ବସିଛନ୍ତି ଚାଷୀ, କେଉଁଠି ପୂରିଲାଣି ଟୋକନ ଅବଧି ।”

କେନ୍ଦ୍ରାପଡାରେ ସୁଜାତା ପାଣ୍ଡିୟାନ । କହିଲେ, ଏସଏଚଜି ମାନଙ୍କୁ ଅଧିକ ସଶକ୍ତ କରିବାକୁ ନିଆଯିବ ପଦକ୍ଷେପ 

କନକ ବ୍ୟୁରୋ: ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଆଜି କେନ୍ଦ୍ରାପଡା ଗସ୍ତ କରିଛନ୍ତି।ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ କରାଯାଇଥିବା ବେଳେ ଏହି ବିଭାଗକୁ କିପରି ଲୋକାଭିମୁଖୀ କରାଯିବ, ମହିଳାମାନେ କିପରି ଉନ୍ନତି କରିବେ ଏବଂ ସରକାରଙ୍କ ଯୋଜନା କିପରି ମହିଳା ମାନଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ବିଭିନ୍ନ ବିଭାଗୀୟ ଅଧିକାରୀ  ଉପସ୍ଥିତି ରହି ଜିଲ୍ଲାରେContinue reading “କେନ୍ଦ୍ରାପଡାରେ ସୁଜାତା ପାଣ୍ଡିୟାନ । କହିଲେ, ଏସଏଚଜି ମାନଙ୍କୁ ଅଧିକ ସଶକ୍ତ କରିବାକୁ ନିଆଯିବ ପଦକ୍ଷେପ “

ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପଶ୍ଚିମବଙ୍ଗର ପରିବର୍ତ୍ତନ ଯାତ୍ରା ହଳଦିଆ, ନନ୍ଦିଗ୍ରାମ ଓ ପୂର୍ବ ମେଦିନାପୁରରୁ ଆରମ୍ଭ ହେବ ।

କନକ ବ୍ୟୁରୋ: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନନ୍ଦିଗ୍ରାମ ଏବଂ ହଳଦିଆ ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅବସରରେ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଆୟୋଜିତ ବିଶାଳ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଏହି ସଭାରେ ଯୋଗଦେଇ ସେ କହିଛନ୍ତି, ଭାରତ ସରକାର ଚାହୁଁଛନ୍ତି ପଶ୍ଚିମବଙ୍ଗର ପରିବର୍ତ୍ତନ ହଳଦିଆ, ନନ୍ଦିଗ୍ରାମContinue reading “ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପଶ୍ଚିମବଙ୍ଗର ପରିବର୍ତ୍ତନ ଯାତ୍ରା ହଳଦିଆ, ନନ୍ଦିଗ୍ରାମ ଓ ପୂର୍ବ ମେଦିନାପୁରରୁ ଆରମ୍ଭ ହେବ ।”

ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜର ହଷ୍ଟେଲ୍ ଫି ଛାଡ କଲେ ରାଜ୍ୟ ସରକାର । ଉପକୃତ ହେବେ ୧୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍ନିକ୍ କଲେଜର ହଷ୍ଟେଲ ଫି ଛାଡ କଲେ ରାଜ୍ୟ ସରକାର । ଯାହାଦ୍ୱାରା ଏହି ଅନୁଷ୍ଠାନରେ ପଢୁଥିବା ପ୍ରାୟ ୧୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । କରୋନା ମହାମାରୀ ଯୋଗୁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ସମସ୍ୟା ଭୋଗିବାକୁ ପଡିଛି । ଏହି ସମୟରେ ଲକଡାଉନ୍ କାରଣରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦContinue reading “ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜର ହଷ୍ଟେଲ୍ ଫି ଛାଡ କଲେ ରାଜ୍ୟ ସରକାର । ଉପକୃତ ହେବେ ୧୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ।”

ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ । ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । 

କନକ ବ୍ୟୁରୋ: ଆଜି ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ତେଣୁ ଭାରତ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ । ଦଳ ପକ୍ଷରୁ ଦୁଇ ଓପନର ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ଏହି ୫ଟିକିଆ ଟି-୨୦ ସିରିଜରେ ଉଭୟ ଦଳ ପ୍ରଥମ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ତେଣୁ ଆଜି ଦମଦାରContinue reading “ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ । ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । “

କେମିତି ରହିଛି ଜଙ୍ଗଲ ସ୍ଥିତି? ରିପୋର୍ଟ ଦେଲେ ଟାସ୍କ ଫୋର୍ସ ମୁଖ୍ୟ । ଜାଣିବା ପାଇଁ ପଢନ୍ତୁ…

କନକ ବ୍ୟୁରୋ : ଜଙ୍ଗଲ ସ୍ଥିତିକୁ ନେଇ ୨୪ ଘଣ୍ଟାର ରିପୋର୍ଟ ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ । ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଥିବା ରିପୋର୍ଟରେ ଉଲ୍ଲେଖ । ଶିମିଳିପାଳରେ ୯ଟି ଫାୟାର ଆଲର୍ଟ ସମେତ ମୋଟ ୭୦୦ଟି ଫାୟାର ଆଲର୍ଟ ପଞ୍ଜିକରଣ କରାଯାଇଛି । ଶିମିଳିପାଳର କିଛି ଅଂଶରେ ବର୍ଷା ହୋଇଥିବାରୁ ନିଆଁ ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଇଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯେପରି ନିଆଁ ବିସ୍ତାର ନହୁଏ ସେଥିପ୍ରତିContinue reading “କେମିତି ରହିଛି ଜଙ୍ଗଲ ସ୍ଥିତି? ରିପୋର୍ଟ ଦେଲେ ଟାସ୍କ ଫୋର୍ସ ମୁଖ୍ୟ । ଜାଣିବା ପାଇଁ ପଢନ୍ତୁ…”

Design a site like this with WordPress.com
Get started