ପ୍ରଥମ ଟି-୨୦ରେ ଭାରତ ପରାସ୍ତ । ବିଜୟରୁ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ । ୮ ୱିକେଟରେ ଇଂଲଣ୍ଡ ବିଜୟୀ

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ ଦଳ । ଏହି ମ୍ୟାଚରେ ଇଂଲଣ୍ଡ ୮ ୱିକେଟରେ ବିଜୟ ଲାଭ କରିଛି । ଏହି ମ୍ୟାଚରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରିଥିବା ନଜର ଆସିଛି । ବିଜୟ ସହ ଏବେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲାContinue reading “ପ୍ରଥମ ଟି-୨୦ରେ ଭାରତ ପରାସ୍ତ । ବିଜୟରୁ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ । ୮ ୱିକେଟରେ ଇଂଲଣ୍ଡ ବିଜୟୀ”

ଲଣ୍ଡନରୁ ଟୁଇଟ୍ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଝିଅ ମରିୟମକୁ ପାକିସ୍ତାନ ସରକାର ଧମକାଉଥିବା କଲେ ଅଭିଯୋଗ ।

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ, ମରିୟମ ନୱାଜଙ୍କୁ ଧମକାଉଛନ୍ତି ପାକିସ୍ତାନ ସରକାର । ଏହାକୁ ନେଇ ଲଂଣ୍ଡନରୁ ଟୁଇଟ୍ କରିଛନ୍ତି ନୱାଜ୍ ସରିଫ୍ । ସିଧାସଳଖ ପାକିସ୍ତାନ ସରକାର ବିରୋଧରେ ବିଷ ଓଗାଳିଛନ୍ତି । କହିଛନ୍ତି ତାଙ୍କ ଝିଅର କିଛି ହେଲେ, ଏଥିପାଇଁ ଦାୟୀ ରହିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ପାକ ସେନାଧକ୍ଷ୍ୟ ଜେନେରାଲ କମରଜାଭେଦ ବାଜୱା । ପ୍ରାୟ ଦେଢ ବର୍ଷର ନୀରବତା ପରେ ପାକିସ୍ତାନ ସରକାରକୁContinue reading “ଲଣ୍ଡନରୁ ଟୁଇଟ୍ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଝିଅ ମରିୟମକୁ ପାକିସ୍ତାନ ସରକାର ଧମକାଉଥିବା କଲେ ଅଭିଯୋଗ ।”

ଦେଶରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ଗତ ୫ ଦିନରେ ଏକ ଲକ୍ଷର ନିକଟତର ହେଲାଣି ନୂଆ ସଂକ୍ରମଣ ସଂଖ୍ୟା

କନକ ବ୍ୟୁରୋ: ଦେଶରେ ଦ୍ୱିତୀୟ ପର୍ଯ୍ୟାୟର ସଂକ୍ରମଣ ଅତି ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ଫଳରେ ଦେଶରେ ଏବେ ଦୈନିକ ନୂଆ ସଂକ୍ରମଣ ସଂଖ୍ୟା ଚିନ୍ତଜନକ ଭାବେ ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୫ ଦିନରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷରେ ପହଁଚି ଗଲାଣି । ଯାହାକି ଏକ ସତର୍କ ଘଂଟି ପରି ହୋଇଛି । ଗତ ୫ ଦିନରେ ସାରା ଦେଶରେ ମୋଟ୍Continue reading “ଦେଶରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ଗତ ୫ ଦିନରେ ଏକ ଲକ୍ଷର ନିକଟତର ହେଲାଣି ନୂଆ ସଂକ୍ରମଣ ସଂଖ୍ୟା”

ବାପୁଙ୍କ ଦାଣ୍ଡି ଯାତ୍ରାର ୯୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଅମୃତ ମହୋତ୍ସବ । ସାବରମତି ଆଶ୍ରମରୁ ପଦଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ଚଳିତ ବର୍ଷ ମହାତ୍ମାଗାନ୍ଧିଙ୍କ ଦାଣ୍ଡି ଯାତ୍ରାକୁ ପୂରଣ ହୋଇଛି ୯୧ ବର୍ଷ । ଏହାର ପୂର୍ତ୍ତି ଅବସରରେ ଯେଉଁ ରାସ୍ତାରେ ଗାନ୍ଧିଜୀ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ, ସେହି ରାସ୍ତାରେ ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିଛନ୍ତି ପଦଯାତ୍ରା । ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜେ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଛନ୍ତି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦାଣ୍ଡି ଯାତ୍ରାକୁ ପୂରଣ ହୋଇଛି ୯୧ ବର୍ଷ । ଏହିContinue reading “ବାପୁଙ୍କ ଦାଣ୍ଡି ଯାତ୍ରାର ୯୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଅମୃତ ମହୋତ୍ସବ । ସାବରମତି ଆଶ୍ରମରୁ ପଦଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ।”

କ୍ୱାଡ୍ ବୈଠକ ଉପରେ ରହିଛି ସାରା ବିଶ୍ୱର ନଜର । ଭିଡିଓ କନଫରେନ୍ସିଂରେ ବୈଠକରେ ସାମିଲ ହେବେ ଆମେରିକା, ଭାରତ, ଜାପାନ-ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ଆମେରିକା ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ବସୁଛି କ୍ୱାଡ୍ ବୈଠକ । କ୍ୱାଡ ବୈଠକରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଡିଜିଟାଲ ମାଧ୍ୟମରେ ଯୋଡି ହେବେ । କ୍ୱାଡ୍ ବୈଠକରେ ଚାରି ଦେଶର ଶୀର୍ଷ ନେତାଙ୍କର ଏହା ପ୍ରଥମ ସମ୍ମିଳନୀ । ଚୀନ୍ ର ବିସ୍ତାରବାଦୀ ନୀତିକୁ ମୁକାବିଲା କରିବାକୁ ଏହାକୁ ଗଠନContinue reading “କ୍ୱାଡ୍ ବୈଠକ ଉପରେ ରହିଛି ସାରା ବିଶ୍ୱର ନଜର । ଭିଡିଓ କନଫରେନ୍ସିଂରେ ବୈଠକରେ ସାମିଲ ହେବେ ଆମେରିକା, ଭାରତ, ଜାପାନ-ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ।”

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା । ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ବାଳ ସାହିତ୍ୟ ପୁରସ୍କାର । ଚନ୍ଦ୍ରଶେଖର ହୋତାଙ୍କୁ କେନ୍ଦ୍ର ଯୁବ ସାହିତ୍ୟ ପୁରସ୍କାର ।

କନକ ବ୍ୟୁରୋ: ୨୦୨୦ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଆଜି ଘୋଷଣା କରାଯାଇଛି। ଏଥର ୨୦ଟି ଭାଷାରେ ୨୦ ଜଣ ଲେଖକଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଥିବାର ଘୋଷଣା କରାଯାଇଥିବା ବେଳେ ଓଡ଼ିଆ, ନେପାଳି, ମାଲାୟାଲମ ଓ ରାଜସ୍ଥାନୀ ଭାଷାରେ ପୁରସ୍କାର ଘୋଷଣା କରାଯାଇ ନାହିଁ। ପରବର୍ତ୍ତୀ ସମୟରେ ଏହି ୪ଟି ଭାଷାର ପୁରସ୍କାର ଘୋଷଣା କରାଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ଓContinue reading “କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା । ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ବାଳ ସାହିତ୍ୟ ପୁରସ୍କାର । ଚନ୍ଦ୍ରଶେଖର ହୋତାଙ୍କୁ କେନ୍ଦ୍ର ଯୁବ ସାହିତ୍ୟ ପୁରସ୍କାର ।”

ନନ୍ଦିଗ୍ରାମ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା । ବିଜେପି ପକ୍ଷରୁ ଆଜି ନାମାଙ୍କନ ପତ୍ର ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏଥର ନନ୍ଦିଗ୍ରାମରେ ହାଇଭୋଲଟେଜ୍ ଟକ୍କର । ମମତା ବାନାର୍ଜୀଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ଶୁକ୍ରବାର ଭରିଛନ୍ତି ନାମାଙ୍କନ ପତ୍ର । ଏହି ଆସନରେ ଦୁଇ ହେଭିୱେଟ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି । ତେବେ ନାମାଙ୍କନ ଭରିବା ପରେ ନିଜର ବିଜୟ ନେଇ ଇସାରା କରିଛନ୍ତି ଶୁଭେନ୍ଦୁ । ନାମାଙ୍କନ ପତ୍ର ଭରିବା ଆଗରୁ ସଭା କରିଥିଲେContinue reading “ନନ୍ଦିଗ୍ରାମ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା । ବିଜେପି ପକ୍ଷରୁ ଆଜି ନାମାଙ୍କନ ପତ୍ର ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ ।”

ଶ୍ରେୟାସ ଆୟରଙ୍କ ଦମଦାର ଅର୍ଦ୍ଧଶତକ । ୧୨୪ ରନ କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୧୨୫ର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଇଛି । ଏହି ମ୍ୟାଚର ପ୍ରଥମ ଇଂନିସରେ ଦମଦାର ବ୍ୟାଟିଂ କରିଛନ୍ତି ଶ୍ରେୟାସ ଆୟର । ହେଲେ ଭାରତ ପକ୍ଷରୁ ଅନ୍ୟ କେହି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ତେଣୁ ଭାରତ ୨୦ ଓଭରରେ ମାତ୍ର ୧୨୪ ରନ କରିବାରେ ସକ୍ଷମ ହୋଇଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭContinue reading “ଶ୍ରେୟାସ ଆୟରଙ୍କ ଦମଦାର ଅର୍ଦ୍ଧଶତକ । ୧୨୪ ରନ କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୧୨୫ର ବିଜୟ ଲକ୍ଷ୍ୟ ।”

କେବେ ଗଡ଼ିବ ଓଡ଼ିଶାରେ ପାସେଞ୍ଜର ଟ୍ରେନ୍ । ଇଷ୍ଟକୋଷ୍ଟ ରେଲୱେ କହିଲା, ପରିସ୍ଥିତିରେ ସୁଧାର ଆସିଲେ ଏପ୍ରିଲରୁ ଚାଲିପାରେ ଟ୍ରେନ୍ ।

କନକ ବ୍ୟୁରୋ: କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିବା ପାସେଞ୍ଜର ଟ୍ରେନ ଲୋକଙ୍କ ଚିନ୍ତା ବଢାଇଦେଇଛି । ପାସେଞ୍ଜର ଟ୍ରେନ ନଚାଲିବା କାରଣରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାସେଞ୍ଜର ଟ୍ରେନ ଚାଲିବା ନେଇ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରିନାହିଁ । ଏପଟେ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ କୁହାଯାଇଛି, କୋଭିଡ ପରିସ୍ଥିତିରେ ସୁଧାର ଆସିଲେ ଏପ୍ରିଲ ମାସରୁ ସ୍ୱାଭାବିକ ହୋଇପାରେ ଟ୍ରେନ ଚଳାଚଳContinue reading “କେବେ ଗଡ଼ିବ ଓଡ଼ିଶାରେ ପାସେଞ୍ଜର ଟ୍ରେନ୍ । ଇଷ୍ଟକୋଷ୍ଟ ରେଲୱେ କହିଲା, ପରିସ୍ଥିତିରେ ସୁଧାର ଆସିଲେ ଏପ୍ରିଲରୁ ଚାଲିପାରେ ଟ୍ରେନ୍ ।”

ବନ୍ଦ ହୋଇଗଲା ବିଜୁ ଯୁବ ବାହିନୀ । ବିଧାନସଭାରେ ଉତ୍ତର ରଖି ସୂଚନା ଦେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।

କନକ ବ୍ୟୁରୋ: ବିଜୁ ଯୁବ ବାହିନୀକୁ ୨୦୧୮ରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ଦେଇଥିଲା । ବେଶ ଧୁମଧାମରେ ଆରମ୍ଭ ହୋଇଥିଲା ଏହି ଯୋଜନା । ଲକ୍ଷ୍ୟ ଥିଲା, ରାଜ୍ୟର ବିକାଶରେ ଯୁବପିଢ଼ିର ଯୋଗଦାନକୁ ତ୍ୱରାନ୍ୱିତ କରିବ ବିଜୁ ଯୁବ ବାହିନୀ । ୬୮୨୯ ଗ୍ରାମ ପଂଚାୟତରେ ୭୪୮୯ ଗ୍ରୁପ୍ ଗଠନ କରାଯାଇଥିଲା । ଏଥିରେ ସଦସ୍ୟ ଥିଲେ ୨ଲକ୍ଷ ୬୪ ହଜାରରୁ ଅଧିକ । ହେଲେ ଏବେ ବନ୍ଦContinue reading “ବନ୍ଦ ହୋଇଗଲା ବିଜୁ ଯୁବ ବାହିନୀ । ବିଧାନସଭାରେ ଉତ୍ତର ରଖି ସୂଚନା ଦେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।”

Design a site like this with WordPress.com
Get started