ମହାରାଷ୍ଟ୍ରକୁ ପୁଣି ଫେରିଲା ତାଲାବନ୍ଦ । ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏଁ ହେବ ସଂପୂର୍ଣ୍ଣ ଲକଡାଉନ୍ ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ପୁଣି ଫେରୁଛି ତାଲାବନ୍ଦ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗପୁର ସହରରେ ସଂପୂର୍ଣ୍ଣ ତାଲାବନ୍ଦ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ମାର୍ଚ୍ଚ  ୨୧ ତାରିଖ ଯାଏଁ ସେଠାରେ ସଂପୂର୍ଣ୍ଣ ଲକଡାଉନ୍ ହେବ । ଏହି ସମୟରେ କୌଣସି ଲୋକ ଘରୁ ବାହାରିପାରିବେ ନାହିଁ । କେବଳ ଜରୁରୀ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ । ବୁଧବାର ନାଗପୁରରେ ୧୭୧୦Continue reading “ମହାରାଷ୍ଟ୍ରକୁ ପୁଣି ଫେରିଲା ତାଲାବନ୍ଦ । ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏଁ ହେବ ସଂପୂର୍ଣ୍ଣ ଲକଡାଉନ୍ ।”

ହ୍ୱିଲ ଚେୟାରରେ ବସି ନିର୍ବାଚର ପ୍ରଚାର କରିବେ ମମତା ବାନାର୍ଜୀ । ହସ୍ପିଟାଲ ବେଡରୁ ଦଳୀୟ କର୍ମୀଙ୍କୁ ଶାନ୍ତି ବଜାୟ ରଖିବାକୁ କଲେ ଅପିଲ ।

କନକ ବ୍ୟୁରୋ : ହ୍ୱିଲ ଚେୟାରରେ ବସି ପ୍ରଚାର କରିବେ ମମତା ବାନାର୍ଜୀ । ଆହତ କାରଣରୁ ତାଙ୍କର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବାତିଲ ହେବ ନାହିଁ ହସ୍ପିଟାଲ ବେଡରୁ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ ଜାରି କରି ଏହା କହିଛନ୍ତି ମମତା ବାନାର୍ଜୀ । ସମର୍ଥକଙ୍କୁ ଅପିଲ କରି ଶାନ୍ତି ବଜାୟ ରଖିବାକୁ ସେ ଅପିଲ କରିଛନ୍ତି । ଏଥିସହ ସେ କହିଛନ୍ତି, ତାଙ୍କର ବିଶ୍ୱାସ ରହିଛି, ଖୁବ ଶୀଘ୍ର ସେ ହସ୍ପିଟାଲରୁContinue reading “ହ୍ୱିଲ ଚେୟାରରେ ବସି ନିର୍ବାଚର ପ୍ରଚାର କରିବେ ମମତା ବାନାର୍ଜୀ । ହସ୍ପିଟାଲ ବେଡରୁ ଦଳୀୟ କର୍ମୀଙ୍କୁ ଶାନ୍ତି ବଜାୟ ରଖିବାକୁ କଲେ ଅପିଲ ।”

ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ୍, ଟୁଇଟ୍ କରି ଦେଲେ ସୂଚନା।

କନକ ବ୍ୟୁରୋ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏ ନେଇ ସୁନୀଲ ଛେତ୍ରୀ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ଟୁଇଟରେ ସେ ଲେଖିଛନ୍ତି ଯେ – ମୁଁ କରୋନା ଆକ୍ରାନ୍ତ ହୋଇଛି। ହେଲେ, ମୁଁ ଏବେ ଭଲ ଅନୁଭବ କରୁଛି। ଏବେ ଧୀ‌ରେ ଧୀରେ ସୁସ୍ଥ ହେଉଛି ଏବଂ ଶୀଘ୍ର ଫୁଟବଲ୍ ପିଚକୁ ଫେରିବା ଉଚିତ୍ ବୋଲି ଲେଖିଛନ୍ତି ସୁନୀଲ ଛେତ୍ରୀ। In a not-so-happyContinue reading “ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ୍, ଟୁଇଟ୍ କରି ଦେଲେ ସୂଚନା।”

ଝିଅ ଲୁଚାଉଥିଲା ବାପାର ପାପ! ଘଟଣା ଉପରୁ ପରଦା ହଟାଇଲା ଡିଏନଏ ରିପୋର୍ଟ, ଜଣାପଡିଲା ଅସଲ ଅପରାଧୀ କିଏ?

କନକ ବ୍ୟୁରୋ : ଗୁରୁବାର ବମ୍ବେ ହାଇକୋର୍ଟ ଡିଏନଏ ରିପୋର୍ଟ ଆଧାରରେ ନାବାଳିକା କନ୍ୟାକୁ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ସାବତ ବାପାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ୩୬ ବର୍ଷିୟ ଅଭିଯୁକ୍ତ ଥାନେରେ ମେକାନିକ୍ ଭାବେ କାମ କରୁଥିଲା। ସେ ନିଜର ସାବତ କନ୍ୟାକୁ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିଲା। ଏହି ମାମଲାରେ ଅଭିଯୁକ୍ତର ପତ୍ନୀ ତଥା ପୀଡିତାଙ୍କ ମା’ ଏବଂ ଖୋଦ୍ ପୀଡ଼ିତା ସାକ୍ଷ୍ୟ ପ୍ରଦାନରେ ସହଯୋଗ ନ କରିବାରୁContinue reading “ଝିଅ ଲୁଚାଉଥିଲା ବାପାର ପାପ! ଘଟଣା ଉପରୁ ପରଦା ହଟାଇଲା ଡିଏନଏ ରିପୋର୍ଟ, ଜଣାପଡିଲା ଅସଲ ଅପରାଧୀ କିଏ?”

କାଲି ଅପେକ୍ଷା ଆଜି ବଢିଛି ଜଙ୍ଗଲ ନିଆଁ । ରାଜ୍ୟର ୧୦୪୮ ପଏଣ୍ଟରେ ବନାଗ୍ନି ଠାବ । 

କନକ ବ୍ୟୁରୋ: ରାଜ୍ୟରେ ପୁଣି ବଢିଲା ଜଙ୍ଗଲ ନିଆଁ । ଗତକାଲି ରାଜ୍ୟର ୪୯୭ ପଏଣ୍ଟରେ ନିଆଁ ଥିବାବେଳେ ଆଜି ଏହି ସଂଖ୍ୟା ୧୦୪୮କୁ ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ଶିମିଳିପାଳରେ ଜଙ୍ଗଲ ନିଆଁର ପରିମାଣ କମ୍ ହୋଇଛି । ଗତ ଦୁଇ ଦିନରେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଇଲାକା ମଧ୍ୟରେ ୨୬ ଓ ୨୪ ବନାଗ୍ନି ପଏଣ୍ଟ ତୁଳନାରେ କେବଳ ୫ଟି ବନାଗ୍ନି ପଏଣ୍ଟ ରିପୋର୍ଟ ହୋଇଛି । ଆହୁରି ମଧ୍ୟ ଶିମିଳିପାଳରContinue reading “କାଲି ଅପେକ୍ଷା ଆଜି ବଢିଛି ଜଙ୍ଗଲ ନିଆଁ । ରାଜ୍ୟର ୧୦୪୮ ପଏଣ୍ଟରେ ବନାଗ୍ନି ଠାବ । “

ଆସନ୍ତାକାଲି ରାଜ୍ୟର ୭ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି ।

କନକ ବ୍ୟୁରୋ: ରାଜ୍ୟର ୭ଟି ଜିଲ୍ଲାରେ ଆସନ୍ତାକାଲି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି । ଏହାକୁ ଆଖି ଆଗରେ ରଖି ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ୭ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏ ସମ୍ପର୍କୀତ ଏକ ଚିଠିକୁ ମଧ୍ୟ ଏସଆରସି ଜିଲ୍ଲାପାଳଙ୍କୁ ପଠାଇ ଦେଇଛନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତାକାଲି ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ଅଂଚଳରେContinue reading “ଆସନ୍ତାକାଲି ରାଜ୍ୟର ୭ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି ।”

ନିଲାମ ହେଉନି ଫେରିଘାଟ । ଗମନାଗମନ ପାଇଁ ସମସ୍ୟା ଭୋଗୁଛନ୍ତି ଦ୍ୱିପାଂଚଳର ଲୋକ ।

କନକ ବ୍ୟୁରୋ: ଫେରିଘାଟ ନିଲାମ ନହେବାରୁ ନଦୀ ପଠାରେ ଖତ ଖାଉଛି ଡଙ୍ଗା । ଘାଟ ବନ୍ଦ ହୋଇଯିବାରୁ ଯାତାୟତରେ ସମସ୍ୟା ଭୋଗୁଛନ୍ତି ହଜାର ହଜାର ଲୋକ । ସ୍କୁଲ କଲେଜ ହାଟବଜାର ସହିତ ଜରୁରୀ କାର୍ଯ୍ୟରେ ବାହାରିଲେ ନଦୀ ବନ୍ଧ ରାସ୍ତାରେ ଯିବାକୁ ପଡୁଛି ମାଇଲ ମାଇଲ ବାଟ । ଘାଟ ନିଲାମ କରିବା ସହ ସେତୁ ନିର୍ମାଣ ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି ସ୍ଥାନିୟ ବାସିନ୍ଦା । କେନ୍ଦ୍ରାପଡା ମର୍ଶାଘାଈ ବ୍ଲକ ପିକିରାଳିContinue reading “ନିଲାମ ହେଉନି ଫେରିଘାଟ । ଗମନାଗମନ ପାଇଁ ସମସ୍ୟା ଭୋଗୁଛନ୍ତି ଦ୍ୱିପାଂଚଳର ଲୋକ ।”

ରାଉରକେଲାରେ ବିକଟାଳ ଶବ୍ଦ କରି ବୁଲେଟ୍ ଚଳାଉଥିଲେ ସାବଧାନ । ଛକ ଛକରେ ଜଗିଛନ୍ତି ଟ୍ରାଫିକ ପୁଲିସ, କଟିବ ମୋଟା ଅଙ୍କର ଜୋରିମାନା

କନକ ବ୍ୟୁରୋ: ରାଉରକେଲାରେ ଜୋରଦାର ହୋଇଛି ବୁଲେଟ୍ ଧରପଗଡ । ବିକଟାଳ ଶବ୍ଦ କରି ଆସୁଥିବା ବୁଲେଟ୍ ଆରୋହିଙ୍କୁ ବିଭିନ୍ନ ସ୍ଥାନରେ ଅଟକାଉଛି ଟ୍ରାଫିକ ପୁଲିସ । ଆଉ ସେହିଠାରେ ହିଁ ମୋବାଇଲ ଗ୍ୟାରେଜ ଖୋଲାଯାଇଛି । ଗାଡିର ସାଇଲେନ୍ସର ବଦଳାଇବାକୁ କୁହାଯାଉଛି । ଯେଉଁମାନେ ବଦଳାଉଛନ୍ତି ସେମାନଙ୍କୁ ବୁଝାଇ ଛାଡି ଦେଉଥିବା ବେଳେ ଯେଉଁମାନେ ଅମାନିଆ ହେଉଛନ୍ତି ସେମାନଙ୍କୁ ମୋଟା ଅଙ୍କର ଜରିମାନା କରୁଛି ପରିବହନ ବିଭାଗ ଓ ପୁଲିସ । from Kanak NewsContinue reading “ରାଉରକେଲାରେ ବିକଟାଳ ଶବ୍ଦ କରି ବୁଲେଟ୍ ଚଳାଉଥିଲେ ସାବଧାନ । ଛକ ଛକରେ ଜଗିଛନ୍ତି ଟ୍ରାଫିକ ପୁଲିସ, କଟିବ ମୋଟା ଅଙ୍କର ଜୋରିମାନା”

ଶିମିଳିପାଳରୁ ଜଣେ ଶିକାରୀ ଗିରଫ । ଦେଶୀ ବନ୍ଧୁକ, ଝିଙ୍କ ମାଂସ ସହ ଦିଆସିଲ୍ ଜବତ ।

କନକ ବ୍ୟୁରୋ: ଶିମିଳିପାଳରୁ ଶିକାରୀ ଗିରଫ । ଗତକାଲି ରାତିରେ ଶିମିଳିପାଳ ପୂର୍ବ ପାଦଦେଶର ପୋଡାଡିହା ରେଂଜ ଅଂଚଳରୁ ଜଣେ ଶିକାରୀକୁ ଗିରଫ କରିବା ସହ ଗୋଟିଏ ଦେଶୀ ବନ୍ଧୁକ ଓ ଝିଙ୍କ ମାଂସ ଜବତ କରିଛି ବନବିଭାଗ । ଗିରଫ ଶିକାରି ପୋଡାଡିହା ରେଂଜ ପଣ୍ଡେସାହି ଗାଁର ଅନ୍ତରା ସିଂ । ତେବେ ଶିକାରୀ ନିକଟରୁ ଦିଆସିଲ ଜବତ ହେବା ପରେ ନିଆଁ ଲଗାଉଥିବା ସନ୍ଦେହ କରି ପଚରାଉଚରା କରୁଛି ବନ ବିଭାଗ । ଶିକାରୀContinue reading “ଶିମିଳିପାଳରୁ ଜଣେ ଶିକାରୀ ଗିରଫ । ଦେଶୀ ବନ୍ଧୁକ, ଝିଙ୍କ ମାଂସ ସହ ଦିଆସିଲ୍ ଜବତ ।”

ନଦୀରେ ବୁଡି ପ୍ରାଣ ହରାଇଲେ ଦୁଇ ନାବାଳିକା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାତାଳୀ ନଦୀରୁ ମୃତଦେହ ଉଦ୍ଧାର ।

କନକ ବ୍ୟୁରୋ : ନଦୀରେ ବୁଡି ପ୍ରାଣ ହରାଇଲେ ଦୁଇ ନାବାଳିକା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଗୋଲୁର ଗ୍ରାମ ପଂଚାୟତ ଅନ୍ତର୍ଗତ ତାମଡିଙ୍ଗ ଏବଂ ପଡ଼େଇସିଂ ଗ୍ରାମର ଦୁଇ ଜଣ ପଞ୍ଚମ ଶ୍ରେଣୀର ଛାତ୍ରୀ ଆଜି ଅପରାହ୍ନରେ ପାଖରେ ଥିବା ପାତାଳୀ ନଦୀକୁ  ମାଛ ଧରିବାକୁ ଯାଇ ନଦୀରେ ବୁଡ଼ି ଆଖି ବୁଜିଛନ୍ତି । ମୃତକମାନେ ହେଲେ ୧୩ ବର୍ଷୀୟ ଡାଲିମା ଖିଲ ଓ ୧୨ ବର୍ଷୀୟ ଅମିତା ଖିଲ। ସୂଚନାContinue reading “ନଦୀରେ ବୁଡି ପ୍ରାଣ ହରାଇଲେ ଦୁଇ ନାବାଳିକା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାତାଳୀ ନଦୀରୁ ମୃତଦେହ ଉଦ୍ଧାର ।”

Design a site like this with WordPress.com
Get started