କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଅନେକ ବଡ଼ ବଡ଼ ମନ୍ଦିରରେ ଆଡ଼ମ୍ବରପୂଣ୍ଣ ଜାଗର ଯାତ୍ରା ବନ୍ଦ କରାଯାଇଛି । ଏସଆରସିଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଏସ୍ଓପି ଅନୁସାରେ ଜାଗର ଦିନ ମନ୍ଦିର ଭିତରେ ଓ ବାହାରେ ଗହଳି ହେବ ନାହିଁ କି ମେଳା ବିସବ ନାହିଁ । କୋଭିଡ କଟକଣାରେ ମହାଶିବରାତ୍ରୀ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏସଆରସିଙ୍କ ଏହି ମାଗଦର୍ଶିକାରୁContinue reading “କଟକଣାରେ ଲିଙ୍ଗରାଜରେ ହେବ ଜାଗର ଯାତ୍ରା : ବେଢା ଭିତରେ ଦୀପ ଜାଳିବେ କେବଳ ସେବାୟତ ପରିବାର; ଦର୍ଶନ ଓ ପୂଜା ପାଇଁ ସାଧାରଣ ଭକ୍ତଙ୍କୁ ଅନୁମତି”
Author Archives: Raghaba
ମହଙ୍ଗା ପଡିବ ମନ୍ତ୍ର ପଢିବା । ହାତଗଣ୍ଠି ପକାଇଲେ ପଡିବ ହାତକଡି! ପଣ୍ଡିତ, ଟେଣ୍ଟ ହାଉସ ମାଲିକ, ଗାଡି ମାଲିକ କେହି ପଡିବେନି ବାଦ୍ । ବାଲ୍ୟ ବିବାହ ପାଇଁ ଲାଗିଲା କଟକଣା
ସାବଧାନ ହୋଇଯାଆନ୍ତୁ ପୁରୋହିତ, ମଣ୍ଡପ ମାଲିକ ଏବଂ ବ୍ୟାଣ୍ଡ ବାଜା ମାଲିକ । ବେଆଇନ୍ ବାଲ୍ୟବିବାହରେ ମନ୍ତ୍ରପଢିଲେ କି ହାତଗଣ୍ଠି ପକାଇଲେ ବନ୍ଧା ହୋଇପାରନ୍ତି ପୁରୋହିତ । ସମାନ ନିୟମ ମଣ୍ଡର ମାଲିକ ଏବଂ ବ୍ୟାଣ୍ଡ ବାଜା ମାଲିକଙ୍କ ଉପରେ ବି ଲାଗୁ ରହିବ । ବାଲ୍ୟବିବାହ ବେଆଇନ୍ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ବର୍ଷରୁ କମ ପୁଅ ମୁଣ୍ଡରେ ସଂସାର ବୋଝ ଲଦିବା ହେଉଛି ଦଣ୍ଡନୀୟ ଅପରାଧ। ୨୦୦୬ମସିହାରୁ ଏମିତି ଆଇନ ଅଛି। ତେବେContinue reading “ମହଙ୍ଗା ପଡିବ ମନ୍ତ୍ର ପଢିବା । ହାତଗଣ୍ଠି ପକାଇଲେ ପଡିବ ହାତକଡି! ପଣ୍ଡିତ, ଟେଣ୍ଟ ହାଉସ ମାଲିକ, ଗାଡି ମାଲିକ କେହି ପଡିବେନି ବାଦ୍ । ବାଲ୍ୟ ବିବାହ ପାଇଁ ଲାଗିଲା କଟକଣା”
ଶ୍ରୀମନ୍ଦିରର ସୁରକ୍ଷା ଯାଂଚ କରିବ ଏନଏସଜି : ଆସନ୍ତା ୧୮ରେ ୫ଜଣିଆ ଏନଏସଜି ଟିମ୍ କରିବେ ସମୀକ୍ଷା
କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ଯାଂଚ କରିବ ଏନଏସଜି । ଆଗାମୀ ୧୮ ତାରିଖରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ଏକ ୫ ଜଣିଆ ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଂଚ କରିବ ବୋଲି ଜଣାପଡିଛି । ତେବେ ଏହି ଟିମ୍ ପହଂଚିବା ପରେ ସମସ୍ତ ଆନୁସଂଗିକ ସୁବିଧା ଯୋଗାଇ ଦେବାକୁ ଏନଏସଜି ମୁଖ୍ୟାଳୟ ପକ୍ଷରୁ ଚିଠି ଲେଖାଯାଇଛି । ଆଇଜି ଅପରେସନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ କର୍ତୃପକ୍ଷଙ୍କୁ ଏହି ଚିଠି ଲେଖାଯାଇଛିContinue reading “ଶ୍ରୀମନ୍ଦିରର ସୁରକ୍ଷା ଯାଂଚ କରିବ ଏନଏସଜି : ଆସନ୍ତା ୧୮ରେ ୫ଜଣିଆ ଏନଏସଜି ଟିମ୍ କରିବେ ସମୀକ୍ଷା”
ସମ୍ବଲପୁର କୁଚିଣ୍ଡାର ଇର୍ସିତା କେଶରୱାନି ଓଜେଏସ ଟପ୍ପର : ପରୀକ୍ଷା ଫଳ ପ୍ରକାଶ ପରେ ଘରେ ଉତ୍ସାହର ପରିବେଶ
କନକ ବ୍ୟୁରୋ : ଓପିଏସି ଦ୍ୱାରା ପରିଚାଳିତ ଓଜେଏସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗଡପୋଷର ଝିଅ ଇର୍ସିତା କେଶରୱାନି ଟପ୍ପର ହୋଇଛନ୍ତି । ଚଳିତବର୍ଷ ମଧ୍ୟ ମହିଳାମାନେ ବାଜିମାତ କରିଥିବା ବେଳେ ପଶ୍ଚିମ ଓଡିଶା ଗ୍ରାମାଂଚଳର ଝିଅ ଟପ୍ପର ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପରୀକ୍ଷା ଫଳ ପ୍ରକାଶ ପରେ ଘରେ ଉତ୍ସାହର ପରିବେଶ । ଝିଅକୁ ବାପା ମା ମିଠା ଖୁଆଇContinue reading “ସମ୍ବଲପୁର କୁଚିଣ୍ଡାର ଇର୍ସିତା କେଶରୱାନି ଓଜେଏସ ଟପ୍ପର : ପରୀକ୍ଷା ଫଳ ପ୍ରକାଶ ପରେ ଘରେ ଉତ୍ସାହର ପରିବେଶ”
ଜଳେଶ୍ୱରରୁ ୧ କିଲୋ ବ୍ରାଉନ ସୁଗାର ଜବତ, ଜଣେ ଗିରଫ : ବିଳମ୍ବିତ ରାତିରେ ଝାଡ଼େଶ୍ୱରପୁରରେ ଚଢ଼ାଉ କଲା ଭୁବନେଶ୍ୱର ଏସଟିଏଫର ୧୨ ଜଣିଆ ଟିମ୍
କନକ ବ୍ୟୁରୋ : ବାଲେଶ୍ୱର ଜଳେଶ୍ୱରରୁ ୧ କିଲୋ ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରାଯାଇଛି । ବିଳମ୍ବିତ ରାତିରେ ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡ଼େଶ୍ୱରପୁର ଅଂଚଳରେ ଭୁବନେଶ୍ୱର ଏସଟିଏଫର ୧୨ ଜଣିଆ ଟିମ୍ ଚଢ଼ାଉ କରିଥିଲେ । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ହୋଇଥିବା ଯୁବକ ଜଣକ ଝାଡ଼େଶ୍ୱରପୁର ଅଂଚଳର ଶେଖ ମୁନାଫ ହୁସେନ । from KanakContinue reading “ଜଳେଶ୍ୱରରୁ ୧ କିଲୋ ବ୍ରାଉନ ସୁଗାର ଜବତ, ଜଣେ ଗିରଫ : ବିଳମ୍ବିତ ରାତିରେ ଝାଡ଼େଶ୍ୱରପୁରରେ ଚଢ଼ାଉ କଲା ଭୁବନେଶ୍ୱର ଏସଟିଏଫର ୧୨ ଜଣିଆ ଟିମ୍”
ଶିମିଳିପାଳ ନିଆଁ ଲିଭାଇବାରେ ବନବିଭାଗର ବିଫଳତାକୁ ଦାୟୀ କରି ମୟୂରଭଂଜ ବନ୍ଦ : ବନ୍ଦ ଡ଼ାକରା ଦେଲା ଯୁବଛାତ୍ର ସଂଗଠନ ଓ ଭଂଜସେନା
କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶିମିିଳିପାଳ ଅରଣ୍ୟରେ ଜଳୁଥିବା ନିଆଁ ଲିଭାଇବା ଏବଂ ଅରଣ୍ୟର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ‘ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ’ର ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ବହିଷ୍କାର ଦାବି କରି ଆଜି ଜିଲ୍ଲାର ଅଗ୍ରଣୀ ସଙ୍ଗଠନ ‘ଭଞ୍ଜସେନା’ ପକ୍ଷରୁ ଆରମ୍ଭ ହୋଇଛି । ଜିଲ୍ଲାବ୍ୟାପୀ ଚାଲିଥିବା ଏହି ବନ୍ଦ ଚାଲୁ ରହିବ ବୋଲି ‘ଭଞ୍ଜସେନା’ର ସଂସ୍ଥାପକ କଳିଙ୍ଗକେଶରୀ ଜେନାଙ୍କ ଠାରୁ ପ୍ରକାଶ । ଆଜିର ଏହିContinue reading “ଶିମିଳିପାଳ ନିଆଁ ଲିଭାଇବାରେ ବନବିଭାଗର ବିଫଳତାକୁ ଦାୟୀ କରି ମୟୂରଭଂଜ ବନ୍ଦ : ବନ୍ଦ ଡ଼ାକରା ଦେଲା ଯୁବଛାତ୍ର ସଂଗଠନ ଓ ଭଂଜସେନା”
ଜଣେ କିନ୍ନର ହେଲେ ନ୍ୟୁଜ୍ ଆଙ୍କର । ଆରମ୍ଭ କଲେ ନୂଆ ଜୀବନ, ତନଶୁଭାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା
ମଙ୍ଗଳବାର ମହିଳା ଦିବସ ଅବସରରେ ବାଂଲାଦେଶରେ ଏମିତି ଏକ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା, ଯାହା ଉପରେ ସାରା ବିଶ୍ୱର ନଜର ପଡିଛି | କିନ୍ନର ତନଶୁଭା ଅନାନ ଶିଶିର ବାଂଲାଦେଶର ଏକ ଟିଭି ଚ୍ୟାନେଲରେ ନ୍ୟୁଜ ପଢିବା ଆରମ୍ଭ କରିଛନ୍ତି | ତନଶୁଭା ବାଂଲାଦେଶର ପ୍ରଥମ କିନ୍ନର ନ୍ୟୁଜ ଆଙ୍କର ହୋଇପାରିଛନ୍ତି | ତେବେ ନ୍ୟୁଜ ପଢିସାରିବା ପରେ ତାଙ୍କ ଆଖିରୁ ଦି ଟୋପା ଲୁହ ମଧ୍ୟ ଝରିପଡିଥିଲା | କାରଣ କିନ୍ନର ଭାବେContinue reading “ଜଣେ କିନ୍ନର ହେଲେ ନ୍ୟୁଜ୍ ଆଙ୍କର । ଆରମ୍ଭ କଲେ ନୂଆ ଜୀବନ, ତନଶୁଭାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା”
ବିଧାନସଭା ପାଇଁ ପୁଣି ହେବ ବିଧାୟକଙ୍କ କୋଭିଡ ପରୀକ୍ଷା : ରିପୋର୍ଟ ନେଗେଟିଭ ଆସିଲେ ମିଳିବ ପ୍ରବେଶ ଅନୁମତି
କନକ ବ୍ୟୁରୋ : ପୁଣି ଥରେ ବିଧାୟକଙ୍କ ହେବ କୋଭିଡ ପରୀକ୍ଷା । ଆସନ୍ତା ଶୁକ୍ରବାର ଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୁଣି ଥରେ ବିଧାୟକ, ସୁରକ୍ଷଶ କର୍ମଚାରୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର କୋଭିଡ ପରୀକ୍ଷା କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଓ ଗୁରୁବାର ଦୁଇଦିନ ଆଂଟିଜେନ ପରୀକ୍ଷା ପାଇଁ ଧାର୍ଯ୍ୟ କରାଯାଇଛି ।Continue reading “ବିଧାନସଭା ପାଇଁ ପୁଣି ହେବ ବିଧାୟକଙ୍କ କୋଭିଡ ପରୀକ୍ଷା : ରିପୋର୍ଟ ନେଗେଟିଭ ଆସିଲେ ମିଳିବ ପ୍ରବେଶ ଅନୁମତି”
କରୋନା ଭୂତାଣୁର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ବିରୋଧରେ ଅଳ୍ପ ପ୍ରଭାବ ପକାଉଛି ମଡେନା ଓ ଫାଇଜର ଟିକା : ଅଧ୍ୟୟନରୁ ଜଣାପଡ଼ିଲା ତଥ୍ୟ
କନକ ବ୍ୟୁରୋ : କରୋନା ଭୂତାଣୁର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ବିରୋଧରେ ବିଶେଷ ପ୍ରଭାବୀ ନୁହେଁ ମଡେର୍ଣ୍ଣା ଓ ଫାଇଜର ଟିକା । ନୂଆ ଅଧ୍ୟୟନରୁ ଜଣାପଡିଛି ଏଭଳି ଚିନ୍ତା କଲାଭଳି ତଥ୍ୟ । ଆମେରିକାର ପ୍ରାୟ ୨୦ଟି ରାଜ୍ୟରେ କରୋନାର ଏହି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ- ‘ବି ପଏଂଟ୍ ୱାନ ପଏଂଟ ଥ୍ରୀ ଫାଇବ ୱାନ୍’ ଦେଖାଦେଇଛି । ହେଲେ କରୋନାର ଏହି ନୂଆ ପ୍ରକାର ବା ଷ୍ଟ୍ରେନ ବିରୋଧରେ ଆମେରିକା ପ୍ରସ୍ତୁତ ଉଭୟ ମଡେର୍ଣ୍ଣାContinue reading “କରୋନା ଭୂତାଣୁର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ବିରୋଧରେ ଅଳ୍ପ ପ୍ରଭାବ ପକାଉଛି ମଡେନା ଓ ଫାଇଜର ଟିକା : ଅଧ୍ୟୟନରୁ ଜଣାପଡ଼ିଲା ତଥ୍ୟ”
ଆସିଲା ଇଣ୍ଡିଆ ସ୍କିଲ ରିପୋର୍ଟ ୨୦୨୧ : ଦେଶରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଦକ୍ଷ; ପୁରୁଷଙ୍କ ନିଯୁକ୍ତି କ୍ଷମତା ୩୪ ଦଶମିକ ୨୬ ପ୍ରତିଶତ
କନକ ବ୍ୟୁରୋ : ଆସିଲା ଇଣ୍ଡିଆ ସ୍କିଲ ରିପୋର୍ଟ ୨୦୨୧ । ଦେଶରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଦକ୍ଷ । ପୁରୁଷଙ୍କ ନିଯୁକ୍ତି କ୍ଷମତା ୩୪ ଦଶମିକ ୨୬ ପ୍ରତିଶତ ଥିବା ବେଳେ ହେଲେ ମହିଳାଙ୍କ କ୍ଷେତ୍ରରେ ଦକ୍ଷତା ୪୧ ଦଶମିକ ୨୫ ପ୍ରତିଶତ ରହିଛି । ୨୦୨୧ ରିପୋର୍ଟ ଭଳି ୨୦୨୦ ରିପୋର୍ଟରେ ମଧ୍ୟ ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିଯୁକ୍ତି ଦକ୍ଷତା ଅଧିକ ରହିଛି । ୨୦୨୦ରେ ପୁରୁଷଙ୍କ ଦକ୍ଷତା ହାର ୩୪Continue reading “ଆସିଲା ଇଣ୍ଡିଆ ସ୍କିଲ ରିପୋର୍ଟ ୨୦୨୧ : ଦେଶରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଦକ୍ଷ; ପୁରୁଷଙ୍କ ନିଯୁକ୍ତି କ୍ଷମତା ୩୪ ଦଶମିକ ୨୬ ପ୍ରତିଶତ”