ଟ୍ୱିନସିଟି କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର । ହେଲେ ଦାୟିତ୍ୱ ଗ୍ରହଣ ଉତ୍ସବରେ ସାମିଲ ହେଲେନି ବିଦାୟୀ କମିଶନର ସୁଧାଂଶୁ ଷଡଙ୍ଗୀ

କନକ ବ୍ୟୁରୋ: କଟକ-ଭୁବନେଶ୍ୱରର ଅଷ୍ଟମ ପୁଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୯୯୫ ମସିହାର ଏହି ଆଇପିଏସ ଅଧିକାରୀ ସରକାରଙ୍କ ପାଇଁ ଅନେକ ସମୟରେ ସଙ୍କଟମୋଚକ ରହିଆସିଛନ୍ତି । ତେଣୁ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଟ୍ୱିନି ସିଟିର ପୁଲିସ କମିଶନର ଭାବେ ସୌମେନ୍ଦ୍ରଙ୍କ କାର୍ଯ୍ୟ ନିଶ୍ଚିତଭାବେ ଆଗକୁ ଆହ୍ୱାନପୂର୍ଣ୍ଣ ରହିବ । ସୌମେନ୍ଦ୍ର କହିଛନ୍ତି-ଅପରାଧ ନିୟନ୍ତ୍ରଣ ଟ୍ୱିନସିଟି ପୁଲିସ ପାଇଁ ପ୍ରାଥମିକତା ରହିବ । ଦାୟିତ୍ୱ ନେବା ପରେ ଟ୍ୱିନି ସିଟିର ସମସ୍ତContinue reading “ଟ୍ୱିନସିଟି କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର । ହେଲେ ଦାୟିତ୍ୱ ଗ୍ରହଣ ଉତ୍ସବରେ ସାମିଲ ହେଲେନି ବିଦାୟୀ କମିଶନର ସୁଧାଂଶୁ ଷଡଙ୍ଗୀ”

ଓଡିଶାରେ ପହଂଚିଲା ବିପୁଳ ପରିମାଣର କରୋନା ଟିକା । ୯ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା ଆସିବା ପରେ ଟିକାକରଣ ଆହୁରି ତ୍ୱରାନ୍ୱିତ ହେବା ସମ୍ଭାବନା ।

କନକ ବ୍ୟୁରୋ: ରାଜ୍ୟରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏହି ସମୟରେ ପୁଣି ଆସିଛି ବିପୁଳ ପରିମାଣର ଟିକା । ରାଜ୍ୟରେ ପଂହଚିଛି ୯ ଲକ୍ଷରୁ ଅଧିକ କୋଭିସିଲ୍ଟ । ମୋଟ ୯ ଲକ୍ଷ ୪ ହଜାର ୧୮୦ ଡୋଜ ଏକ ସ୍ୱତନ୍ତ୍ର ବିମାନରେ ଆସି ପହଂଚିଛି । ଏହା ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବ । ବର୍ତମାନ ଦେଶରେ କେବଳ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ରContinue reading “ଓଡିଶାରେ ପହଂଚିଲା ବିପୁଳ ପରିମାଣର କରୋନା ଟିକା । ୯ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା ଆସିବା ପରେ ଟିକାକରଣ ଆହୁରି ତ୍ୱରାନ୍ୱିତ ହେବା ସମ୍ଭାବନା ।”

ବୃତ୍ତି ଟଙ୍କା ପାଇଁ ଆସି ସୈତାନଙ୍କ କବଳରେ ପଡ଼ିଗଲେ କଲେଜ ଛାତ୍ରୀ । ରାସ୍ତାରୁ ଉଠାଇ ନେଲେ ଜଙ୍ଗଲରେ ଗଣଦୁଷ୍କର୍ମ କଲେ ପୁଲିସ୍ କର୍ମଚାରୀଙ୍କ ସହ ୪ ଦୁର୍ବୃତ୍ତ ।

କନକ ବ୍ୟୁରୋ: ଜଣେ ଆଦିବାସୀ ନାବାଳିକାଙ୍କ ସହିତ ଏମିତି କିଛି ଘଟଣା ଘଟିଛି ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଇଛି । ୧୭ବର୍ଷିୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଆଉ ଗଣଦୁଷ୍କର୍ମ କରିଛନ୍ତି  ୪ ଅଭିଯୁକ୍ତ ସନ୍ତୋଷ, ରବି, ସିଲୁ ଓ ବବଲୁ । ଆଦିବାସୀ ନାବାଳିକା ଜଣଙ୍କ ନିଜ ପୁରୁଷ ବନ୍ଧୁଙ୍କ ସହିତ ଯାଇଥିଲେ ବୃତି ଟଙ୍କା ଆଣିବା ପାଇଁ । ଟଙ୍କା ନେଇ ପୁରୁଷ ବନ୍ଧୁଙ୍କ ଘରକୁ ଫେରିବା ବେଳେContinue reading “ବୃତ୍ତି ଟଙ୍କା ପାଇଁ ଆସି ସୈତାନଙ୍କ କବଳରେ ପଡ଼ିଗଲେ କଲେଜ ଛାତ୍ରୀ । ରାସ୍ତାରୁ ଉଠାଇ ନେଲେ ଜଙ୍ଗଲରେ ଗଣଦୁଷ୍କର୍ମ କଲେ ପୁଲିସ୍ କର୍ମଚାରୀଙ୍କ ସହ ୪ ଦୁର୍ବୃତ୍ତ ।”

ମହାଶିବରାତ୍ରୀରେ ପରଦାକୁ ଆସୁଛି ଓଡିଆ ଆକ୍ସନ ଫିଲ୍ମ ‘ତାଣ୍ଡବ’

କନକ ବ୍ୟୁରୋ: ବହୁ ଦିନର ଅପେକ୍ଷା ପରେ ପରଦାକୁ ଆସିବାକୁ ଯାଉଛି ଓଡିଆ ଆକ୍ସନ ଫିଲ୍ମ ‘ତାଣ୍ଡବ’ । ପୃଥିବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ  ମହାଶିବରାତ୍ରୀ ଅର୍ଥାତ ମାର୍ଚ୍ଚ ୧୧ ତାରିଖରେ ପରଦାକୁ ଆସିବ । ସନ୍ଦୀପ ସାହୁଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଦେବାଶିଷ ପତି, ଚନ୍ଦ୍ରାଣୀ ଦାସ, ଅନୀଶା, ମିହିର ଦାସ,  ପୁଷ୍ପା ପଣ୍ଡା, ମନୋଜ ମିଶ୍ର ଓ ସମ୍ଭବ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହା ଛଡା ଫିଲ୍ମରେContinue reading “ମହାଶିବରାତ୍ରୀରେ ପରଦାକୁ ଆସୁଛି ଓଡିଆ ଆକ୍ସନ ଫିଲ୍ମ ‘ତାଣ୍ଡବ’”

ଦେଶରେ କେତେ ରହିବ ସଂରକ୍ଷଣ ? ୫୦ ପ୍ରତିଶତରୁ ଟପିବ ନା ନାହିଁ, ସବୁ ରାଜ୍ୟର ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ । ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ । 

କନକ ବ୍ୟୁରୋ: ସଂରକ୍ଷଣକୁ  ନେଇ  ଦେଶରେ ବିତର୍କ ଚାଲିଛି  । କାହାକୁ କେତେ ଓ କେଉଁ ଆଧାର ଭିତରେ ସଂରକ୍ଷଣ ଦିଆଯିବ  ।  ଚାକିରୀ  କ୍ଷେତ୍ର ହେଉ ବା ପାଠପଠା କ୍ଷେତ୍ରରେ  ଅଧିକ ସଂରକ୍ଷଣ ପାଇଁ  ବିଭିନ୍ନ ଜାତିର ସଂଗଠନ ସାମ୍ନାକୁ ଆସିଛନ୍ତି  । ଏ ନେଇ ମଧ୍ୟ ମାମଲା ମଧ୍ୟ କୋର୍ଟରେ  ରହିଛି । କିନ୍ତୁ ଗତ ସୋମବାର ସଂରକ୍ଷଣ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ମାନଙ୍କର ମତାମତ ଲୋଡିଛନ୍ତି । ରାଜ୍ୟ ସରକାରଙ୍କୁ ଚିଠିContinue reading “ଦେଶରେ କେତେ ରହିବ ସଂରକ୍ଷଣ ? ୫୦ ପ୍ରତିଶତରୁ ଟପିବ ନା ନାହିଁ, ସବୁ ରାଜ୍ୟର ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ । ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ । “

ଦେଶୀ ଟିକାକୁ ବିଦେଶୀ ସାର୍ଟିଫିକେଟ୍ । କୋଭାକ୍ସିନ୍ ଟିକାର ଉପାଦେୟତାକୁ ପ୍ରଶଂସା କଲା, ବିଶ୍ୱର ସବୁଠୁ ପୁରୁଣା ମେଡ଼ିକାଲ ଜର୍ଣ୍ଣାନ ଲାନ୍ସେଟ ।

କନକ ବ୍ୟୁରୋ : ଯେଉଁ ବିଶ୍ୱାସ ରଖି ସାରା ଭାରତରେ ଚାଲିଥିବା ଟିକାକରଣ ପ୍ରକ୍ରିୟାରେ କୋଭାକସିନ ଟିକା ଦିଆଯାଉଥିଲା ସେହି ବିଶ୍ୱାସ ଧୀରେ ଧୀରେ ସତ ପ୍ରମାଣ ହେବାରେ ଲାଗିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକସିନ ସୁରକ୍ଷିତ, ପ୍ରତିରୋଧଶକ୍ତିଯୁକ୍ତ ଏବଂ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଏହାର ଫେଜ-ଟୁ ପରୀକ୍ଷାର ଫଳ ପ୍ରକାଶ କରି ଲାନସେଟ ପକ୍ଷରୁ ଏହା କୁହାଯାଇଛି । ଲାନସେଟ ହେଉଛି ବିଶ୍ୱର ସବୁଠାରୁ ପୁରୁଣା ଏବଂ ନିର୍ଭରଯୋଗ୍ୟ ମେଡିକାଲContinue reading “ଦେଶୀ ଟିକାକୁ ବିଦେଶୀ ସାର୍ଟିଫିକେଟ୍ । କୋଭାକ୍ସିନ୍ ଟିକାର ଉପାଦେୟତାକୁ ପ୍ରଶଂସା କଲା, ବିଶ୍ୱର ସବୁଠୁ ପୁରୁଣା ମେଡ଼ିକାଲ ଜର୍ଣ୍ଣାନ ଲାନ୍ସେଟ ।”

ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପାଇଁ ଏମଓୟୁ ସ୍ୱାକ୍ଷର । ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ରେ ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସମ୍ଭାବନା ଆଣିବ

କନକ ବ୍ୟୁରୋ: ପାରାଦୀପ ପ୍ଲାଷ୍ଟିକ୍ ପାର୍କର ବିକାଶ ପାଇଁ ମଙ୍ଗଳବାର ଆଇଓସିଏଲ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷାର ହୋଇଛି । ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଣିବ ବୋଲି ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ରାଜ୍ୟ ସରକାରContinue reading “ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପାଇଁ ଏମଓୟୁ ସ୍ୱାକ୍ଷର । ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ରେ ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସମ୍ଭାବନା ଆଣିବ”

ଶାଶୁଘରେ ବନ୍ଧା ପଡ଼ିଲେ ଡ଼ାକ୍ତରଙ୍କ ପତ୍ନୀ । ବାହାରୁ ତାଲା ପକାଇ ତଳ ଘରେ ଜଗି ରହିଲେ ଶ୍ୱଶୁର । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଖୋଲିଲା ତାଲା ।

କନକ ବ୍ୟୁରୋ: ଛାତ ଉପରେ ଅସହାୟ ବୋହୂ । ଆଉ ଦଉଡ଼ି ସାହାଯ୍ୟରେ ଉପରକୁ ଖାଦ୍ୟ ପୁଡିଆ ପଠାଉଛନ୍ତି ଝିଅର ବାପା । ବ୍ରହ୍ମପୁର ବାଂଛାନିଧି ନଗରରେ ଏହି ଘଟଣା ଘଟିଛି । ଶାଶୁଘରେ ବୋହୂକୁ ଉପର ଘରେ ବନ୍ଦ କରିଦିଆଯାଇଛି । ଅଭିଯୋଗ ଅନୁସାରେ ବ୍ରହ୍ମପୁରରେ ରହୁଥିବା ଡ଼ାକ୍ତର ଶାନ୍ତିଭୁଷଣ ପାଠୀଙ୍କ ପତ୍ନୀ ନିବେଦିତା ସାହୁଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ତାଙ୍କ ଶ୍ୱଶୁର । ତିନି ମହଲା ଘରର ଉପରେ ବୋହୂ ରହିଥିବା ବେଳେ ମଝିContinue reading “ଶାଶୁଘରେ ବନ୍ଧା ପଡ଼ିଲେ ଡ଼ାକ୍ତରଙ୍କ ପତ୍ନୀ । ବାହାରୁ ତାଲା ପକାଇ ତଳ ଘରେ ଜଗି ରହିଲେ ଶ୍ୱଶୁର । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଖୋଲିଲା ତାଲା ।”

ଯୁଦ୍ଧକାଳୀନ ଭିତ୍ତିରେ ଶିମିଳିପାଳରେ ଚାଲିଛି ନିଆଁ ଲିଭା ଅଭିଯାନ । ବନ ଓ ଅଗ୍ନିଶମ କର୍ମଚାରୀଙ୍କ ସହ ସାମିଲ ହେଲା ଓଡ୍ରାଫ୍ ଟିମ୍ । ସ୍ଥିତି ସମୀକ୍ଷା ପରେ ଟାସ୍କଫୋର୍ସ ମୁଖ୍ୟଙ୍କ ସୂଚନା ।

କନକ ବ୍ୟୁରୋ: ଶିମିଳିପାଳର ନିଆଁ ଲିଭାଇବାକୁ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଅଭିଯାନ । କେବଳ ଶିଣିଳିପୀଳ ନୁହେଁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ପୋଡାଡିହା, ଚକ୍ରଧରପୁର, ବଡଖମଣ ପଂଚାୟତ ଅଂଚଳରେ ୧୦ରୁ ୧୨ ଟି ସ୍ଥାନରେ ଭୟଙ୍କର ନିଆଁ ଲାଗିଛି । ସନ୍ଧ୍ୟା ହେଲେ ଶିମିଳିପାଳର କରାଳ ନିଆଁ ଦୂରଦୁରାନ୍ତକୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଆଉ ଏହାରି ଭିତରେ ନିଆଁ ଲିଭା ଅଭିଯାନ ଯୁଦ୍ଧକାଳୀନ ଭିତିରେ ଚାଲିଛି । ବନବିଭାଗ ଓ ଅଗ୍ନିଶମContinue reading “ଯୁଦ୍ଧକାଳୀନ ଭିତ୍ତିରେ ଶିମିଳିପାଳରେ ଚାଲିଛି ନିଆଁ ଲିଭା ଅଭିଯାନ । ବନ ଓ ଅଗ୍ନିଶମ କର୍ମଚାରୀଙ୍କ ସହ ସାମିଲ ହେଲା ଓଡ୍ରାଫ୍ ଟିମ୍ । ସ୍ଥିତି ସମୀକ୍ଷା ପରେ ଟାସ୍କଫୋର୍ସ ମୁଖ୍ୟଙ୍କ ସୂଚନା ।”

ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ । ଇଡକୋ ଓ ଆଇଓସିଏଲ ମଧ୍ୟ ସ୍ୱାକ୍ଷାରିତ ହେଲା ଏମଓୟୁ ।

କନକ ବ୍ୟୁରୋ: ପାରାଦୀପ ଠାରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ନିର୍ମାଣ ପାଇଁ ଇଣ୍ଡିଆନ ଅଏଲ ଓ ଇଡକୋ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପାରାଦୀପରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ପ୍ରକଳ୍ପର ବ୍ୟୟ ଅଟକଳ ୧୦୬ କୋଟି ଟଙ୍କା ରଖାଯାଇଛି । ୧୨୦ ଏକର ଜମିରେ ଏହି ପାର୍କContinue reading “ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ । ଇଡକୋ ଓ ଆଇଓସିଏଲ ମଧ୍ୟ ସ୍ୱାକ୍ଷାରିତ ହେଲା ଏମଓୟୁ ।”

Design a site like this with WordPress.com
Get started