ଯାଜପୁର କଲରଙ୍ଗୀ ଖଣି ଅଂଚଳରେ ଆଦିବାସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ବୃତ୍ତି ଟଙ୍କା ପାଇଁ ଆସିଥିବା ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଗଲେ କଲେଜ ଛାତ୍ରୀ ।

କନକ ବ୍ୟୁରୋ: ଯାଜପୁର କଲରଙ୍ଗୀ ଖଣି ଅଂଚଳରେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ । ବୃତି ଟଙ୍କା ଆଣିବାକୁ ଯାଇଥିବାବେଳେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି ୪ ଜଣ । ମହିଳା ଦିବସ ପୂର୍ବ ରାତିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।Continue reading “ଯାଜପୁର କଲରଙ୍ଗୀ ଖଣି ଅଂଚଳରେ ଆଦିବାସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ବୃତ୍ତି ଟଙ୍କା ପାଇଁ ଆସିଥିବା ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଗଲେ କଲେଜ ଛାତ୍ରୀ ।”

ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ । ଅପରାଧ ନିୟନ୍ତ୍ରଣ ସୌମେନ୍ଦ୍ରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । 

କନକ ବ୍ୟୁରୋ : ନୂଆ ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦାୟିତ୍ୱ ଗ୍ରହଣ । ୧୯୯୫ ବ୍ୟାଚ୍ ଆଇପିଏସ ଅଫିସର ସୌମେନ୍ଦ୍ର । ସୁଧାଂଶୁ ଷଡଙ୍ଗୀ ସ୍ଥାନରେ ସୌମେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ । ତେବେ ଟ୍ୱିନସିଟିରେ ଅପରାଧ ନିୟନ୍ତ୍ରଣ ସୌମେନ୍ଦ୍ରଙ୍କ ପାଇଁ ବଡ ଆହ୍ୱାନ ହେବ । ୧୯୯୫ ବ୍ୟାଚର ଏହି ଆଇପିଏସ ଅଫିସର ବିଭିନ୍ନ ସମୟରେ ସରକାରଙ୍କ ପାଇଁ ସଙ୍କଟ ମୋଚକ ସାଜିଛନ୍ତି । ରଥଯାତ୍ରା ଭଳି ବଡ ଦାୟିତ୍ୱ ହେଉ, ନବକଳେବର ଭଳିContinue reading “ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ । ଅପରାଧ ନିୟନ୍ତ୍ରଣ ସୌମେନ୍ଦ୍ରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । “

ମହିଳାଙ୍କ ପାଇଁ ସଂସଦରେ ସ୍ୱର ଉଠାଇଲେ ସସ୍ମିତ । ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦାବି କଲେ ବିଜେଡି ସାଂସଦ ।

କନକ ବ୍ୟୁରୋ : ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାରେ ଶୂନ୍ୟକାଳରେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ଉଠାଇଛନ୍ତି। ଶୂନ୍ୟକାଳରେ ନେତୃତ୍ୱ ଭୂମିକାରେ ମହିଳାଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ଏବଂ ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରୁଥିବା ଆଇନ ପ୍ରସଙ୍ଗରେ ସେ ବକ୍ତବ୍ୟ ରଖିଛନ୍ତି। ସସ୍ମିତ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ‘ଯେଉଁ ମାନବ ଚାଲାଣ ବିଲ୍ ୨୦୧୮ରେ ଲୋକସଭାରେ ଆସିଥିଲା, କିନ୍ତୁ ପୂର୍ବContinue reading “ମହିଳାଙ୍କ ପାଇଁ ସଂସଦରେ ସ୍ୱର ଉଠାଇଲେ ସସ୍ମିତ । ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦାବି କଲେ ବିଜେଡି ସାଂସଦ ।”

ଦିନକ ପରେ ମହାଶିବରାତ୍ରି : କରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ଶୋଭନେଶ୍ୱର ମନ୍ଦିରରେ ୧୪୪ ଧାରା ଜାରି

କନକ ବ୍ୟୁରୋ : ନିଆଳିର ପ୍ରସିଦ୍ଧ ଶୋଭନେଶ୍ୱର ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ନିଆଳି ନୂଆଗାଁରେ ପ୍ରସିଦ୍ଧ ଜାଗର ଯାତ୍ରା ବେଶ ଧୁମଧାମରେ ପାଳନ କରାଯାଏ । କରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ଶୋଭନେଶ୍ୱର ଶିବ ମନ୍ଦିରରେ ୧୪୪ ଧାରା ଜାରି କାରାଯାଇଛି । ଏହା ୧୦ ତାରିଖ ଅପରାହ୍ନ ୪ଟାରୁ ୧୨ ତାରିଖ ଅପରାହ୍ନା ୪ଟା ପର୍ଯ୍ୟନ୍ତ ଧାରା ବଳବତର ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ପ୍ରଦାନ କରାଯାଇଛିContinue reading “ଦିନକ ପରେ ମହାଶିବରାତ୍ରି : କରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ଶୋଭନେଶ୍ୱର ମନ୍ଦିରରେ ୧୪୪ ଧାରା ଜାରି”

ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ବାଘେନ ଜଙ୍ଗଲରେ ନିଆଁ : ଔଷଧୀୟ ବୃକ୍ଷ ନଷ୍ଟ ସହ ଜୀବଜନ୍ତୁଙ୍କ ପ୍ରତି ରହିଛି ବିପଦ 

କନକ ବ୍ୟୁରୋ : ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ବାଘେନ ଜଙ୍ଗଲରେ ନିଆଁ । ଏହି ଜଙ୍ଗଲ ଛିତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଜଙ୍ଗଲରେ ହରିଶଙ୍କର ଏବଂ ଗନ୍ଧମାର୍ଦ୍ଦନ ରହିଛି । ଏପରିକି ଏହି ଜଙ୍ଗଲରେ ବହୁ ପୁରାତନ ଔଷଧୀୟ ଗଛ ରହିଛି । ଏହା ସହ ବହୁ ଜୀବଜନ୍ତୁ ମଧ୍ୟ ଏହି ଜଙ୍ଗଲରେ ରହିଛନ୍ତି  । ଯଦି ଜଙ୍ଗଲରେ ଏମିତି ନିଆଁ ଲାଗି ରହିଥାଏ ତେବେ ଅନେକ ମୁଲ୍ୟବାନ ଔଷଧୀୟ ବୃକ୍ଷ ନଷ୍ଟ ହେବା ସହ ଜୀବଜନ୍ତୁContinue reading “ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ବାଘେନ ଜଙ୍ଗଲରେ ନିଆଁ : ଔଷଧୀୟ ବୃକ୍ଷ ନଷ୍ଟ ସହ ଜୀବଜନ୍ତୁଙ୍କ ପ୍ରତି ରହିଛି ବିପଦ “

ମୁକେଶ ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିଥିବା ବ୍ୟକ୍ତିର ଫଟୋ ସାମ୍ନାକୁ ଆସିଲା । ପିପିଇ କିଟ୍ ପିନ୍ଧି ଘୂରି ବୁଲୁଥିଲା ଦୃବୁର୍ତ୍ତ । 

କନକ ବ୍ୟୁରୋ : ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖିବା ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ଯେଉଁ ବ୍ୟକ୍ତି ଗାଡିରେ ବିସ୍ଫୋରକ ରଖି ଆଣ୍ଟିଲିଆ ପାଖକୁ ଆସିଥିଲା। ସେହି ବ୍ୟକ୍ତିର ଫଟୋ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇ ଯାଇଥିଲା। ଏହି ସିସିଟିଭି ଜରିଆରେ ଅଭିଯୁକ୍ତକୁ ଦେଖିବାକୁ ମିଳିଥିଲେ ହେଁ, ପିପିଇ କିଟ୍ ପିନ୍ଧିଥିବାରୁ ତାର ପରିଚୟ ଜଣାପଡ଼ୁନାହିଁ। ପ୍ରକାଶିତ ରିପୋର୍ଟContinue reading “ମୁକେଶ ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିଥିବା ବ୍ୟକ୍ତିର ଫଟୋ ସାମ୍ନାକୁ ଆସିଲା । ପିପିଇ କିଟ୍ ପିନ୍ଧି ଘୂରି ବୁଲୁଥିଲା ଦୃବୁର୍ତ୍ତ । “

ଉପର ଘରେ ବନ୍ଧା ପଡ଼ିଛନ୍ତି ଡ଼ାକ୍ତରଙ୍କ ପତ୍ନୀ : ବାହାରୁ ତାଲା ପକାଇ ତଳ ଘରେ ବସିଛନ୍ତି ଶ୍ୱଶୁର

କନକ ବ୍ୟୁରୋ : ଉପର ଘରେ ବନ୍ଧା ପଡ଼ିଛନ୍ତି ଡ଼ାକ୍ତରଙ୍କ ପତ୍ନୀ । ହେଲେ ବାହାରୁ ତାଲା ପକାଇ ତଳ ଘରେ ବସିଛନ୍ତି ଶ୍ୱଶୁର । ଏଭଳି ଅଭାବନୀୟ ଚିତ୍ର ଆସିଛି ଖୋଡ଼ାସିଂ ବାଂଛାନିଧି ନଗରରୁ । ଅଭିଯୋଗ ଅନୁସାରେ ଡ଼ାକ୍ତର ଶାନ୍ତିଭୁଷଣ ପାଠିଙ୍କ ପତ୍ନୀ ନିବେଦିତା ସାହୁଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ତାଙ୍କ ଶ୍ୱଶୁର । ଆଜି ସକାଳୁ ଉପର ଘରକୁ ଥିବା ସିଡ଼ିରେ ଶ୍ୱଶୁର ତାଲା ପକାଇଦେଇଥିଲେ । ଫଳରେ ବାଲକୋନୀରୁ ଦଉଡ଼ି ସାହାଯ୍ୟରେContinue reading “ଉପର ଘରେ ବନ୍ଧା ପଡ଼ିଛନ୍ତି ଡ଼ାକ୍ତରଙ୍କ ପତ୍ନୀ : ବାହାରୁ ତାଲା ପକାଇ ତଳ ଘରେ ବସିଛନ୍ତି ଶ୍ୱଶୁର”

ଜଳୁଛି ଶିମିଳିପାଳ : ଜଙ୍ଗଲରେ ନିଆଁ ଯୋଗୁଁ ଗାଁ ମୁହାଁ ହରିଣ; କରଞ୍ଜିଆ ବନଖଣ୍ଡ ରରୁଁଆ ବିଟ ବୃନ୍ଦେଇ ପୋଶି ଗାଁରେ ପଶିଲା ହରିଣ

କନକ ବ୍ୟୁରୋ : ଜଳୁଛି ଶିମିଳିପାଳ ଜଙ୍ଗଲ । ଅସ୍ତବ୍ୟସ୍ତ ଜନଜୀବନ । ଜଙ୍ଗଲ ନିଆଁ ଖାଲି ଲୋକଙ୍କ ଉପରେ ପ୍ରଭାବ ପକାଇନି ବରଂ ଜଙ୍ଗଲ ନିଆଁ ପାଇଁ ହନ୍ତସନ୍ତ ହେଉଛନ୍ତି ବନ୍ୟପ୍ରାଣୀ । ଜଙ୍ଗଲ ନିଆଁରେ ବେସାହାର ହୋଇପଡ଼ିଛନ୍ତି ବନ୍ୟପାଣୀ । ନିଆଁର ଝୁଲରେ ଜଙ୍ଗଲରେ ଥିବା ଅନେକ ଜୀବଜନ୍ତୁ ଜୀବନ ହରାଇଛନ୍ତି । ଆଉ କିଛି ଜୀବଜନ୍ତୁ ପ୍ରାଣ ବଂଚାଇବାକୁ ଜନବସତି ଆଡେ ଧାଇଁ ଆସୁଛନ୍ତି । ଏବେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତିContinue reading “ଜଳୁଛି ଶିମିଳିପାଳ : ଜଙ୍ଗଲରେ ନିଆଁ ଯୋଗୁଁ ଗାଁ ମୁହାଁ ହରିଣ; କରଞ୍ଜିଆ ବନଖଣ୍ଡ ରରୁଁଆ ବିଟ ବୃନ୍ଦେଇ ପୋଶି ଗାଁରେ ପଶିଲା ହରିଣ”

ବଲିଉଡ଼ ଅଭିନେତା ରଣବୀର କପୁରଙ୍କୁ କରୋନା : ସୂଚନା ଦେଲେ ମା ନିତୁ କପୁର; ଘରୋଇ ସଂଗରୋଧରେ ରହି ଚାଲିଛି ଚିକିତ୍ସା

କନକ ବ୍ୟୁରୋ : କରୋନା କବଳରେ ବଲିଉଡ ଅଭିନେତା ରଣବୀର କପୁର । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି ରଣବୀରଙ୍କ ମା ତଥା ଅଭିନେତ୍ରୀ ନୀତୁ କପୁର । ୩୮ବଷୀୟ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାରୁ ଆସୁଛି ଓ ଏବେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ସଂଗରୋଧରେ ରହିଥିବା ନିତୁ ଜଣାଇଛନ୍ତି । ଅସୁସ୍ଥତା ଯୋଗୁଁ ରଣବୀର ନିଜର ଦୁଇଟି ବଡ ଫିଲ୍ମ ପ୍ରୋଜକ୍ଟ ସମସେରା ଓ ବହ୍ମୋସ୍ତ୍ରର ସୁଟିଂ ସେଟରୁ ବିରତି ନେଇଛନ୍ତି ।Continue reading “ବଲିଉଡ଼ ଅଭିନେତା ରଣବୀର କପୁରଙ୍କୁ କରୋନା : ସୂଚନା ଦେଲେ ମା ନିତୁ କପୁର; ଘରୋଇ ସଂଗରୋଧରେ ରହି ଚାଲିଛି ଚିକିତ୍ସା”

ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍ : ଅଳ୍ପକେ ବର୍ତ୍ତିଲେ ଚାଳକ

କନକ ବ୍ୟୁରୋ : ଜଳିଗଲା ଚଳନ୍ତା କାର । ଅଳ୍ପକେ ବର୍ତିଲେ ଚାଳକ । ଢ଼େଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି ଗାଁ ନିକଟରେ ଜଳିଗଲା ଚଳନ୍ତା କାର । ସୁଶାନ୍ତ କୁମାର ପୃଷ୍ଟି ନିଜ କାରରେ ପଣ୍ଡୁଆ ଛରୁ ନିଜ ଘରକୁ ଫେରୁଥିବା ବେଳେ କାର ଇଂଜିନିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଜୀବନ ବଂଚାଇବାକୁ ଯାଇ କାର ଭିତରୁ ବାହାରି ଆସିଥିଲେ ସୁଶାନ୍ତ । କାରଟି ସମ୍ପୁର୍ଣ୍ଣ ଜଳିଯାଇଥିଲା ।Continue reading “ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍ : ଅଳ୍ପକେ ବର୍ତ୍ତିଲେ ଚାଳକ”

Design a site like this with WordPress.com
Get started