କନକ ବ୍ୟୁରୋ: ଅନ୍ତର୍ଜାତୀୟ ମହିଳା ଦିବସ ଭଳି ବିଶ୍ୱ ପୁରୁଷ ଦିବସ ମଧ୍ୟ ପାଳନ ହେଉ । ଆଜି ରାଜ୍ୟସଭାରେ ମହିଳା ଦିବସ ପ୍ରସଙ୍ଗକୁ ନେଇ ଆଲୋଚନା ବେଳେ ଏହି ଦାବି କରିଛନ୍ତି ବିଜେପି ସାଂସଦ ସୋନାଲ ମାନସିଂ । ସେ କହିଛନ୍ତି ଆମେ ସବୁବେଳେ ସମାନତା କଥା କହିଥାଉଁ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଦିବସ ପାଳନ ଭଳି ପୁରୁଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦିବସ ପାଳନ ସପକ୍ଷରେ ସେ ଯୁକ୍ତି ବାଢିଛନ୍ତି । ଏଥିସହ ସମାଜରContinue reading “ବିଶ୍ୱ ପୁରୁଷ ଦିବସ ପାଳନ କରିବାକୁ ଦାବି କଲେ ବିଜେପି ସାଂସଦ । କହିଲେ, ଆମେ ସମାନତାର କଥା କହିଥାଉ, ତେଣୁ ପୁରୁଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦିବସ ପାଳନ ହେଉ ।”
Author Archives: Raghaba
ପେଟ୍ରୋଲ ଦରକୁ ନେଇ ରାଜ୍ୟସଭାରେ ହଙ୍ଗାମା । ସରକାରଙ୍କୁ ଦୋଷ ଦେଲେ ବିରୋଧୀ । ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ।
କନକ ବ୍ୟୁରୋ: ତେଲ ପାଇଁ ହଙ୍ଗାମା ହେତୁ ସୋମବାର ଚାଲିପାରିଲାନି ରାଜ୍ୟସଭା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବି ନାରାବାଜି କରିଥିଲେ । ବାରମ୍ବାର ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି । ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପ୍ରଥମେ ଗୃହକୁ ଦିନContinue reading “ପେଟ୍ରୋଲ ଦରକୁ ନେଇ ରାଜ୍ୟସଭାରେ ହଙ୍ଗାମା । ସରକାରଙ୍କୁ ଦୋଷ ଦେଲେ ବିରୋଧୀ । ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ।”
ରାଜଧାନୀ ରାସ୍ତାରେ ଲୁଟେରା ଲୁଟି ନେଉଛନ୍ତି ମୋବାଇଲ ଓ ସୁନା ଚେନ୍ । ଅପରାଧୀଙ୍କୁ ରୋକିବା ପାଇଁ କମିସନରେଟ୍ ପୁଲିସ ଗଠନ କଲା ସ୍ପେଶାଲ୍-୨୬ ।
କନକ ବ୍ୟୁରୋ: କେତେ ସୁରକ୍ଷିତ ରାଜଧାନୀ ? ସାଧାରଣ ଲୋକଟିଏ ମନରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । କାରଣ ଦିନକୁ ଦିନ ସହରରେ ବଢୁଛି ଛିନ୍ତାଇ ଓ ଚୋରି । ତେଣୁ ଘରୁ ବାହାରିବା ପରେ ପିନ୍ଧିଥିବା ସୁନାଚେନ୍, ମୋବାଇଲକୁ ଟାର୍ଗେଟ କରୁଛନ୍ତି ଲୁଟେରା । ହାଇସ୍ପିଡ୍ ବାଇକ୍ରେ ଆସି ଚାହୁଁ ଚାହୁଁ ଲୁଟି ନେଉଛନ୍ତି । ଗୋଟିଏ ପଟେ କଟାମୁଣ୍ଡ ମିଷ୍ଟ୍ରି ଓ ୧୯୯୯ ମସିହା ଗଣଦୁଷ୍କର୍ମକାରୀ ବିବନକୁ ଗିରଫ କରି ବାହା ବାContinue reading “ରାଜଧାନୀ ରାସ୍ତାରେ ଲୁଟେରା ଲୁଟି ନେଉଛନ୍ତି ମୋବାଇଲ ଓ ସୁନା ଚେନ୍ । ଅପରାଧୀଙ୍କୁ ରୋକିବା ପାଇଁ କମିସନରେଟ୍ ପୁଲିସ ଗଠନ କଲା ସ୍ପେଶାଲ୍-୨୬ ।”
ସବୁ ଦଳର ଫୋକସରେ ମହିଳା । ମୁଖ୍ୟମନ୍ତ୍ରୀ କହିଲେ, ପ୍ରତି ମାଆ ଭିତରେ ରହିଛି ନେତୃତ୍ୱ ନେବାର କ୍ଷମତା । ମାହାଙ୍ଗାରେ ମହିଳା ସମାବେଶ କରି ସରକାରଙ୍କୁ ଟାର୍ଗେଟ କଲା ବିଜେପି ।
କନକ ବ୍ୟୁରୋ: ମହିଳା ଦିବସକୁ ହାତଛଡ଼ା କରିନାହାନ୍ତି ରାଜନୈତିକ ଦଳ । କାରଣ ରାଜ୍ୟ ରାଜନୀତିରେ ନିର୍ଣ୍ଣାୟକ ହୋଇଆସିଛି ମହିଳାଙ୍କ ଭୋଟ । ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମହିଳା ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିବା ବେଳେ ମାହାଙ୍ଗାରେ ଅନୁଷ୍ଠିତ ବିଜେପି ମହିଳା ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଦଳର ପ୍ରଭାରୀ ପୁରନ୍ଦେଶ୍ୱରୀ । ଏପଟେ ମହିଳା କଂଗ୍ରେସ ପାଳନ କରିଛି କଳାଦିବସ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ମାଆ ଭିତରେ ରହିଛି ନେତୃତ୍ୱ ନେବାର କ୍ଷମତାContinue reading “ସବୁ ଦଳର ଫୋକସରେ ମହିଳା । ମୁଖ୍ୟମନ୍ତ୍ରୀ କହିଲେ, ପ୍ରତି ମାଆ ଭିତରେ ରହିଛି ନେତୃତ୍ୱ ନେବାର କ୍ଷମତା । ମାହାଙ୍ଗାରେ ମହିଳା ସମାବେଶ କରି ସରକାରଙ୍କୁ ଟାର୍ଗେଟ କଲା ବିଜେପି ।”
ମହିଳା ଦିବସରେ ତାମିଲନାଡୁର ନିର୍ବାଚନ ପ୍ରତିଶ୍ରୁତି । ଡିଏମକେର ବଡ ଘୋଷଣା, ସରକାର ଗଢିଲେ ରାସନ କାର୍ଡ ଥିବା ପ୍ରତି ପରିବାରର ମହିଳାଙ୍କୁ ଦିଆଯିବ ମାସିକ ଏକ ହଜାର ଟଙ୍କା ।
କନକ ବ୍ୟୁରୋ: ତାମିଲନାଡୁରେ ଡିଏମକେର ସରକାର ଗଠନ ହେଲେ ପ୍ରତି ପରିବାର ମହିଳା ମୁଖ୍ୟଙ୍କୁ ମାସିକ ଏକ ହଜାର ଟଙ୍କା ଦେବା ନେଇ ଦଳ ବିଧାନସଭା ନିର୍ବାଚନ ପାଇଁ ଜାରି କରିଥିବା ଘୋଷଣା ପତ୍ରରେ ଉଲ୍ଲେଖ କରିଛି । ପୂର୍ବରୁ ମାଗଣା ମଙ୍ଗଳସୂତ୍ର, ଗ୍ରାଇଣ୍ଡର ଯୋଜନା କାର୍ଯ୍ୟକାରୀ କରିଥିବା ଏହି ଦଳ ଏବେ ଗୃହିଣୀଙ୍କୁ ଟାର୍ଗେଟ କରିଛି । ରାସନ କାର୍ଡଧାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଲଖ ୧ ହଜାର ଟଙ୍କା ଦେବା ନେଇ ଘୋଷଣା କରିଛି ଡିଏମକେContinue reading “ମହିଳା ଦିବସରେ ତାମିଲନାଡୁର ନିର୍ବାଚନ ପ୍ରତିଶ୍ରୁତି । ଡିଏମକେର ବଡ ଘୋଷଣା, ସରକାର ଗଢିଲେ ରାସନ କାର୍ଡ ଥିବା ପ୍ରତି ପରିବାରର ମହିଳାଙ୍କୁ ଦିଆଯିବ ମାସିକ ଏକ ହଜାର ଟଙ୍କା ।”
ରାଜ୍ୟର ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗ । ବିଜେପିର ଅଭିଯୋଗ, କାମ୍ପା ଫଣ୍ଡ ଦୁର୍ନୀତି ଲୁଚାଇବା ପାଇଁ ଲଗାଯାଇଛି ନିଆଁ ।
କନକ ବ୍ୟୁରୋ: ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ କୁହୁଳୁଛି ରାଜନୀତି । ଆଉ ଶିମିଳିପାଳର ନିଆଁରେ ଘିଅ ଢ଼ାଳିଲା ଭଳି ବୟାନ ଦେଇ, ଉଭୟ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । କେବଳ ସେତିକି ନୁହେଁ, ନିଆଁ ପଛରେ ସରକାର ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ । କାମ୍ପା ଫଣ୍ଡରେ ହୋଇଥିବା ଦୁର୍ନୀତି ଲୁଚାଇବା ପାଇଁ ଜଙ୍ଗଲରେ ନିଆଁ ଲଗାଯାଇଥିବା ଅଭିଯୋଗ କରିଛନ୍ତି ବାରିପଦାର ବିଜେପି ବିଧାୟକ ପ୍ରକାଶ ସୋରେନ୍ ।Continue reading “ରାଜ୍ୟର ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗ । ବିଜେପିର ଅଭିଯୋଗ, କାମ୍ପା ଫଣ୍ଡ ଦୁର୍ନୀତି ଲୁଚାଇବା ପାଇଁ ଲଗାଯାଇଛି ନିଆଁ ।”
ଜଙ୍ଗଲ ନିଆଁ ଭିତରେ ‘କାମ୍ପା ଦୁର୍ନୀତି’! ବିଜେପି ନେତାଙ୍କ ଅଭିଯୋଗ, କେନ୍ଦ୍ର ଦେଉଛି ଟଙ୍କା, ନିଆଁ ଆଢୁଆଳରେ ହେଉଛି ଦୁର୍ନୀତି ।
କନକ ବ୍ୟୁରୋ: ଜଙ୍ଗଲ ନିଆଁରେ ବିଜେପି ଢ଼ାଳିଲା କାମ୍ପା ଦୁର୍ନୀତିର ଘିଅ । କେନ୍ଦ୍ରର ଟଙ୍କାକୁ ପକେଟରେ ପୂରାଇବା ପାଇଁ ନିଆଁକୁ ଅସ୍ତ୍ର କରୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ଆଣିଛି ବିଜେପି । କେନ୍ଦ୍ର ସରକାର କାମ୍ପା ବୃକ୍ଷରୋପଣ ଯୋଜନାରରେ ଜଙ୍ଗଲ ବଢ଼ାଇବା ପାଇଁ ପଇସା ଦେଉଛି କିନ୍ତୁ ସେ ଟଙ୍କା ଚଳୁ ହୋଇଯାଉଛି ବୋଲି ବିଜେପି ନେତାମାନେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବିଜେପି ନେତାଙ୍କ କହିବା ମୁତାବକ, ନୂଆ କେନ୍ଦୁପତ୍ର କଅଁଳିବା ପାଇଁContinue reading “ଜଙ୍ଗଲ ନିଆଁ ଭିତରେ ‘କାମ୍ପା ଦୁର୍ନୀତି’! ବିଜେପି ନେତାଙ୍କ ଅଭିଯୋଗ, କେନ୍ଦ୍ର ଦେଉଛି ଟଙ୍କା, ନିଆଁ ଆଢୁଆଳରେ ହେଉଛି ଦୁର୍ନୀତି ।”
ଶିମିଳିପାଳ ନିଆଁକୁ ନେଇ କଥା ଗୋଟିଏ, କାମ ଆଉ ଗୋଟିଏ । ମନ୍ତ୍ରୀ କହିଲେ, ଅଗ୍ନିଋତୁରେ ନିଆଁ ଲାଗେ । ଅନ୍ୟପଟେ ନିଆଁ ଲିଭାଇବା ପାଇଁ ଗଠନ ହେଲା ଟାସ୍କଫୋର୍ସ ।
କନକ ବ୍ୟୁରୋ: ରବିବାର ରାତିରେ ଶିମିଳିପାଳର ଭୟଙ୍କର ଚିତ୍ର ଦେଖିଲେ ସେଠାରେ ନିଆଁ ନିୟନ୍ତ୍ରଣରେ ଅଛି ବୋଲି କହିବା ଛଳନା ବ୍ୟତୀତ ଆଉ କିଛି ହୋଇନପାରେ । ଘନ ଅନ୍ଧାରକୁ ଆଲୋକିତ କରି ଦେଉଥିବା ନିଆଁର ବହ୍ନି ଭିତରେ ବାଜି ଲାଗିଛି, ଜଙ୍ଗଲି ଜନ୍ତୁଙ୍କ ଜୀବନ ଓ ଦେଶର ଅନ୍ୟତମ ପ୍ରମୁଖ ଜୈବ ବିବିିଧତାର ପେଣ୍ଠସ୍ଥଳୀ । ପୋଡ଼ାଡିହା ଓ ଭଞ୍ଜବସା ରେଞ୍ଜରେ କିଲୋମିଟର୍ କିଲୋମିଟର୍ ଧରି ବ୍ୟାପିଛି ନିଆଁ । ବଡ଼ କଥା ହେଉଛି, ଭଞ୍ଜବସାContinue reading “ଶିମିଳିପାଳ ନିଆଁକୁ ନେଇ କଥା ଗୋଟିଏ, କାମ ଆଉ ଗୋଟିଏ । ମନ୍ତ୍ରୀ କହିଲେ, ଅଗ୍ନିଋତୁରେ ନିଆଁ ଲାଗେ । ଅନ୍ୟପଟେ ନିଆଁ ଲିଭାଇବା ପାଇଁ ଗଠନ ହେଲା ଟାସ୍କଫୋର୍ସ ।”
ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଟ୍ୱିନ-ସିଟିର ନୂଆ ପୋଲିସ କମିଶନର । ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣର ସିଏମଡି ଦାୟିତ୍ୱ, ଅଗ୍ନିଶମ ଡିଜି ହେଲେ ଏମ୍ ଅକ୍ଷୟ ।
କନକ ବ୍ୟୁରୋ: ୧୯୯୫ ମସିହାର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଟ୍ୱିନ-ସିଟିର ନୂଆ ପୋଲିସ କମିଶନର । ବର୍ତ୍ତମାନର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀକୁ ବଦଳି କରି ତାଙ୍କ ବଦଳରେ ଆଇପିଏସ୍ ଅଫିସର ସୌମେନ୍ଦ୍ରଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର କମିଶନର ଦାୟିତ୍ୱ ଦିଆଯାଇଛି । ଏଥିସହ ବର୍ତ୍ତମାନ ପୋଲିସ କମିଶନର ଥିବା ସୁଧାଂଶୁ ଷଡଙ୍ଗୀଙ୍କୁ ରାଜ୍ୟ ପୋଲିସ ଗୃହ ନିର୍ମାଣର ସିଏମଡି ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ୧୯୮୮ ମସିହା ବ୍ୟାଚର ଆଇପିଏସ୍ ଅଫିସରContinue reading “ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଟ୍ୱିନ-ସିଟିର ନୂଆ ପୋଲିସ କମିଶନର । ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣର ସିଏମଡି ଦାୟିତ୍ୱ, ଅଗ୍ନିଶମ ଡିଜି ହେଲେ ଏମ୍ ଅକ୍ଷୟ ।”
ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ୨ ଚକିଆ ଯାନ ଉପରେ ରହିବ କଡା ନଜର ।
କନକ ବ୍ୟୁରୋ: ରାସ୍ତାରେ ଦୁର୍ଘଟଣାରେ ଜନଜୀବନହାନି ରୋକିବା ନିମନ୍ତେ ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଆଜି ରାଜଯର ପୋଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଲକ୍ଷ୍ୟଭେଦୀ କାର୍ୟ୍ୟଯୋଜନା ମଧ୍ୟ ପ୍ରସ୍ତୁତି କରିବାକୁ ସେ କହିଛନ୍ତି । ଆଜି ଲୋକସଭା ଭବନରେ ସଡକ ନିରାପତ୍ତା ସ୍ଥିତିର ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖContinue reading “ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ୨ ଚକିଆ ଯାନ ଉପରେ ରହିବ କଡା ନଜର ।”