ଋଷର ମସ୍କୋରେ ଭାରତର ପ୍ରଥମ ଉର୍ଜା କାର୍ୟ୍ୟାଳୟ ଉଦଘାଟିତ । ଋଷର ରୋଜନେଫ୍ଟ ଭାରତରେ ୧୩ ବିଲିୟନ ଡଲାର କରିଛି ପୁଞ୍ଜିନିବେଶ ।

କନକ ବ୍ୟୁରୋ: ମସ୍କୋରେ ଉଦଘାଟିତ ହେଲା ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ । ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଓ ଋଷର ଡେପୁଟି ଉର୍ଜା ମନ୍ତ୍ରୀଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଛି । ତୈଳ ରାଷ୍ଟ୍ର୍ାୟତ୍ତ ଉଦ୍ୟୋଗ ଯଥା ଇଣ୍ଡିଆନ୍ ଅଏଲ୍, ଓଏନଜିସି ବିଦେଶ, ଗେଲ୍ , ଅଏଲ ଇଣ୍ଡିଆ ଏବଂ ନବରତ୍ନ କମ୍ପାନି ଇଆଇଲର ମିଳିତ ସହଯୋଗରେ ଏହି ଉର୍ଜା କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି । ପ୍ରତ୍ୟେକ ରାଷ୍ଟ୍ରାୟତ୍ତଉଦ୍ୟୋଗ ବ୍ୟବସାୟିତContinue reading “ଋଷର ମସ୍କୋରେ ଭାରତର ପ୍ରଥମ ଉର୍ଜା କାର୍ୟ୍ୟାଳୟ ଉଦଘାଟିତ । ଋଷର ରୋଜନେଫ୍ଟ ଭାରତରେ ୧୩ ବିଲିୟନ ଡଲାର କରିଛି ପୁଞ୍ଜିନିବେଶ ।”

ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ ମହାସମର । କରୋନା ପାଇଁ ଟୁର୍ଣ୍ଣାମେଣ୍ଟରେ ହେବ ଏହି ସବୁ ବଡ ପରିବର୍ତ୍ତନ ।

କନକ ବ୍ୟୁରୋ: ସରିଛି ଅପେକ୍ଷା, ବାଜି ସାରିଛି ଆଇପିଏଲ ବିଗୁଲ । ୨୦୨୧ ଆଇପିଏଲ ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ଚଳିତ ବର୍ଷ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଆଇପିଏଲ ମହାସମର । ପ୍ରଥମ ମ୍ୟାଚରେ ଡିପେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଚଳିତ ବର୍ଷ କରୋନା କାଳରେ ଆରମ୍ଭ ହେବ ଆଇପିଏଲର ୧୪ତମ ସଂସ୍କରଣ । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ଅନେକ କିଛି ପରିବର୍ତ୍ତନContinue reading “ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ ମହାସମର । କରୋନା ପାଇଁ ଟୁର୍ଣ୍ଣାମେଣ୍ଟରେ ହେବ ଏହି ସବୁ ବଡ ପରିବର୍ତ୍ତନ ।”

କେଉଁଠି ଲାଗିଛି ନିଆଁ, କ’ଣ ରହିଛି ସ୍ଥିତି? ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ, ସନ୍ଧ୍ୟାସୁଦ୍ଧା ରିପୋର୍ଟ ଦେବାକୁ ଜଙ୍ଗଲ ବିଭାଗର ଚିଠି ।

କନକ ବ୍ୟୁରୋ: ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର  । କେମିତି ଅଛି ଜଙ୍ଗଲ, ନିଆଁକୁ ନେଇ ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ । ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସମସ୍ତ ଡିଏଫଓଙ୍କୁ ଚିଠି । ପ୍ରତିଦିନ ସନ୍ଧ୍ୟା ୬ଟା ସୁଦ୍ଧା ରିପୋର୍ଟ ଦେବାକୁ ସମସ୍ତ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ କେଉଁଠି ଲାଗିଛି, ସ୍ଥିତି କ’ଣ ଅଛି କ’ଣ ପଦକ୍ଷେପ ନିଆଯାଇଛି, ଏନେଇ ବସ୍ତୃତ ରିପୋର୍ଟContinue reading “କେଉଁଠି ଲାଗିଛି ନିଆଁ, କ’ଣ ରହିଛି ସ୍ଥିତି? ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ, ସନ୍ଧ୍ୟାସୁଦ୍ଧା ରିପୋର୍ଟ ଦେବାକୁ ଜଙ୍ଗଲ ବିଭାଗର ଚିଠି ।”

ଶିମିଳିପାଳ ଜଙ୍ଗଲରେ ନିଆଁ । ମନ୍ତ୍ରୀ କହିଲେ, କୌଣସି ଜୀବଜନ୍ତୁଙ୍କର ହୋଇନାହିଁ କ୍ଷତି, ଶିମିଳିପାଳରେ ୧୪୦୦ ପଏଣ୍ଟରେ ଲାଗିଥିଲା ନିଆଁ । 

କନକ ବ୍ୟୁରୋ :  ଶିିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରୁଥିବା ବେଳେ ମୁହଁ ଖୋଲିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ଥିବା ସମୟକୁ ଅଗ୍ନି ଋତୁ ବୋଲି କୁହାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ । ଆଉ ଏହାକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛିContinue reading “ଶିମିଳିପାଳ ଜଙ୍ଗଲରେ ନିଆଁ । ମନ୍ତ୍ରୀ କହିଲେ, କୌଣସି ଜୀବଜନ୍ତୁଙ୍କର ହୋଇନାହିଁ କ୍ଷତି, ଶିମିଳିପାଳରେ ୧୪୦୦ ପଏଣ୍ଟରେ ଲାଗିଥିଲା ନିଆଁ । “

ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଟାସ୍କ ଫୋର୍ସ । ୯ ଜଣିଆ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ, କମିଟିର ମୁଖ୍ୟ ଭାବେ ଆଜିଠୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ପ୍ରେସମିଟ୍ କରିବେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ।

କନକ ବ୍ୟୁରୋ: ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୯ ଜଣିଆ ଟାକ୍ସ ଫୋର୍ସ କମିଟି ଗଠନ କଲେ ରାଜ୍ୟ ସରକାର  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁକ୍ରମେ ଗଠନ ହେଲା ଏହି କମିଟି । ତେବେ କମିଟିର ନାଁ- ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ ଏବଂ କମିଟିର ଅଧ୍ୟକ୍ଷ ହେଲେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ । ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ ଏହି ଟାସ୍କ ଫୋର୍ସ କମିଟି । ଜୈବ୍ୟ ବିବିଧତା ଓ ବନ୍ୟContinue reading “ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଟାସ୍କ ଫୋର୍ସ । ୯ ଜଣିଆ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ, କମିଟିର ମୁଖ୍ୟ ଭାବେ ଆଜିଠୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ପ୍ରେସମିଟ୍ କରିବେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ।”

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ : ଟୁଇଟରରେ ଦେଲେ ସୂଚନା, ସ୍ୱାସ୍ଥ୍ୟବସ୍ଥା ଠିକ ଅଛି, ନିଜେ ସଙ୍ଗରୋଧରେ ରହିଛନ୍ତି

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କୋଭିଡ୍‌-୧୯ ପଜିଟିଭ୍‌ । ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଦିଲୀପ ରାୟ ଲେଖିଛନ୍ତି, କୋଭିଡ୍‌-୧୯ର ପ୍ରାରମ୍ଭିକ ଲକ୍ଷଣ ଜଣାପଡ଼ିବା ପରେ ମୁଁ ପରୀକ୍ଷା କରାଇଲି ଏବଂ ତାହା ପଜିଟିଭ୍‌ ଆସିଛି ବୋଲି ଗତକାଲି ମିଳିଥିବା ରିପୋର୍ଟରୁ ଜାଣିଲି । ମୋର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ଏହା ବିଶେଷ ଚିନ୍ତାର ବିଷୟ ନୁହେଁ । କିନ୍ତୁ, ମୁଁ ଅନୁରୋଧ କରିବାକୁ ଚାହେଁ କେହି ଏ ଭୂତାଣୁ ସଂକ୍ରମଣକୁ ଖାମଖିଆଲିContinue reading “ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ : ଟୁଇଟରରେ ଦେଲେ ସୂଚନା, ସ୍ୱାସ୍ଥ୍ୟବସ୍ଥା ଠିକ ଅଛି, ନିଜେ ସଙ୍ଗରୋଧରେ ରହିଛନ୍ତି”

କଟକ ମାହାଙ୍ଗାରେ ବିଜେପିର ମହିଳା ସମାବେଶ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁରନ୍ଦେଶ୍ୱରୀ

କନକ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ବିଜେପି ପକ୍ଷରୁ କଟକ ମାହାଙ୍ଗାରେ ମହିଳା ସମାବେଶ କରାଯାଇଛି । ଏଥିରେ ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ, ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ସହ ୫ ହଜାରରୁ ଅଧିକ ମହିଳା ସାମିଲ ହୋଇଛନ୍ତି । ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ଆଇନ ଶୃଙ୍ଖଳା, ଅପରାଧ ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ଓଡିଶା ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ରାଜ୍ୟContinue reading “କଟକ ମାହାଙ୍ଗାରେ ବିଜେପିର ମହିଳା ସମାବେଶ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁରନ୍ଦେଶ୍ୱରୀ”

ଜଣେ ଗ୍ରୀନ ଯୋଦ୍ଧାର କାହାଣୀ । ୩୦ ବର୍ଷ ଭିତରେ ଲଗାଇଲେଣି ୩ ଲକ୍ଷରୁ ଅଧିକ ଗଛ । CBSE ଜେନେରାଲ ନଲେଜ ପୁସ୍ତକରେ ତାଙ୍କୁ ଗ୍ରୀନ ଯୋଦ୍ଧା ଭାବେ ପିଲାମାନେ ଜାଣିବାକୁ ପାଉଛନ୍ତି ।

କନକ ବ୍ୟୁରୋ: ପରିବେଶରେ ଯେଉଁ ପରିବର୍ତ୍ତନର ସ୍ୱପ୍ନ ଦେଖୁଛ, ସେ ସ୍ୱପ୍ନର ଶୁଭାରମ୍ଭ ଆମଠାରୁ ଆରମ୍ଭ କର । ପରିବେଶର ସୁରକ୍ଷା ପାଇଁ ଏମିତି କିଛି ବାର୍ତ୍ତା ବାଣ୍ଟୁଛନ୍ତି ଜଣେ ବସ୍ କଣ୍ଡକ୍ଟର । ପେଶାରେ ବସ୍ କଣ୍ଡକ୍ଟର କିନ୍ତୁ ନିଶା ବୃକ୍ଷରୋପଣ । ୩୦ ବର୍ଷରୁ ଅଧିକ ବର୍ଷ ହେବ ୩ ଲକ୍ଷରୁ ଅଧିକ ଗଛ ଲଗାଇଥିବା ଏହି ବସ୍ କଣ୍ଡକ୍ଟରଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରୁ ସୋସିଆଲ ମିଡ଼ିଆ ସବୁଠି ଚର୍ଚ୍ଚା । ନାଁContinue reading “ଜଣେ ଗ୍ରୀନ ଯୋଦ୍ଧାର କାହାଣୀ । ୩୦ ବର୍ଷ ଭିତରେ ଲଗାଇଲେଣି ୩ ଲକ୍ଷରୁ ଅଧିକ ଗଛ । CBSE ଜେନେରାଲ ନଲେଜ ପୁସ୍ତକରେ ତାଙ୍କୁ ଗ୍ରୀନ ଯୋଦ୍ଧା ଭାବେ ପିଲାମାନେ ଜାଣିବାକୁ ପାଉଛନ୍ତି ।”

ମୁଖ୍ୟ ଶାସନ ସଚିବଙ୍କୁ ବିରୋଧୀଦଳ ମୁଖ୍ୟ ସଚେତକଙ୍କ ଚିଠି : ଶିମିଳିପାଳ ସମେତ ୯୧୯ ଜଙ୍ଗଲରେ ବ୍ୟାପୁଥିବା ନିଆଁକୁ ଯଥାଶୀଘ୍ର ଆୟତ୍ତକୁ ଆଣିବା ପାଇଁ ଦାବି

କନକ ବ୍ୟୁରୋ : ଏବେ ବି ଜଳୁଛି ଶିମିଳିପାଳ । ଶିମିଳିପାଳ ସମେତ ରାଜ୍ୟରେ ଏପର୍ଯ୍ୟନ୍ତ ୯୧୯ ଜଙ୍ଗଲରେ ବ୍ୟାପୁଥିବା ନିଆଁକୁ ଯଥାଶୀଘ୍ର ଆୟତ୍ତକୁ ଆଣିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଚିଠି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦୀର୍ଘ ୧୦ ଦିନରୁ ଉଦ୍ଧ୍ୱର୍ ହେବ ଓଡିଶାର ସବୁଜ ବନାନୀ ହୁ ହୁ ହୋଇ ଜଳିଯାଉଛି । କିନ୍ତୁ ଜଙ୍ଗଲ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ଏଥିପତ୍ରି ଦୃଷ୍ଟିContinue reading “ମୁଖ୍ୟ ଶାସନ ସଚିବଙ୍କୁ ବିରୋଧୀଦଳ ମୁଖ୍ୟ ସଚେତକଙ୍କ ଚିଠି : ଶିମିଳିପାଳ ସମେତ ୯୧୯ ଜଙ୍ଗଲରେ ବ୍ୟାପୁଥିବା ନିଆଁକୁ ଯଥାଶୀଘ୍ର ଆୟତ୍ତକୁ ଆଣିବା ପାଇଁ ଦାବି”

ମାଆ ମାନେ ଜନ୍ମରୁ ନେତା, ଦେଶର ନେତୃତ୍ୱ ନେବାରେ ଅସୁବିଧା ନାହିଁ । ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ ।

କନକ ବ୍ୟୁରୋ : ମହିଳା ଦିବସରେ ବିଜେଡିର ମହିଳା ସମାବେଶ । ଆଉ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମହିଳାଙ୍କୁ ନେଇ ବଡ ବୟାନ ରଖିଛନ୍ତି । ବିଜେଡିର ଫୋକସରେ ମହିଳା ମାନେ ରହିଛନ୍ତି । ମାଆ ମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ବିଜେଡି କାମ କରୁଛି । ଯେଉଁଥିପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖିଛୁ । ସେହିଭଳି ସଂସଦ ନିର୍ବାଚନରେ ମହିଳାଙ୍କ ପାଇଁ ୩୩%Continue reading “ମାଆ ମାନେ ଜନ୍ମରୁ ନେତା, ଦେଶର ନେତୃତ୍ୱ ନେବାରେ ଅସୁବିଧା ନାହିଁ । ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ ।”

Design a site like this with WordPress.com
Get started