ମାଲକାନଗିରିରେ ଲୌହମୁକ୍ତ ପାଣି ଯୋଗାଇବା ପାଇଁ ବନ ବିଭାଗର ପ୍ରୟାସ । ଲୋକଙ୍କ ପାଖରେ ପହଞ୍ଚାଉଛି ଇକୋ ଏଚ ଟୁ ଓ କିଟ୍ ।

କନକ ବ୍ୟୁରୋ: ଖରା ଦିନେ ଦୁର୍ଗମ ଇଲାକାରେ ପିଇବା ପାଣିର ଅଭାବ ଯୋଗୁ ଲୋକ ନଈନାଳରୁ ପାଣି ସଂଗ୍ରହ କରିବା ଚିତ୍ର ନଜରକୁ ଆସେ । ସାରା ରାଜ୍ୟରୁ ପାଣି ସମସ୍ୟା ସଂପର୍କୀତ ଖବର ଗଣମାଧ୍ୟମରେ ପ୍ରକାଶ ପାଏ । ତେବେ ଜଳ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ନଳକୁପ ଯୋଗାଇ ଦିଆଯାଇଛି । ତେବେ ପାଣିରେ ଆଇରନ ପରିମାଣ ଅଧିକ ରହୁଥିବାରୁ ସେଗୁଡିକ ବ୍ୟବହାର ଉପଜୋଗୀ ହୋଇପାରୁନାହିଁ । ମାଲକାନଗିରି ଜିଲ୍ଲାର ଦୁର୍ଗମContinue reading “ମାଲକାନଗିରିରେ ଲୌହମୁକ୍ତ ପାଣି ଯୋଗାଇବା ପାଇଁ ବନ ବିଭାଗର ପ୍ରୟାସ । ଲୋକଙ୍କ ପାଖରେ ପହଞ୍ଚାଉଛି ଇକୋ ଏଚ ଟୁ ଓ କିଟ୍ ।”

ଗହୀରମଥା ଉପକୂଳରେ ବିରଳ ଅଲିଭରିଡଲେ କଇଁଛଙ୍କ ଭିଡ । ସୁଦୂର ଶ୍ରୀଲଙ୍କାର ଜାଫନା ଉପକୂଳରୁ ଓଡିଶା ଉପକୂଳ ଆସିଲେ କଇଁଛ ।

କନକ ବ୍ୟୁରୋ: ଗହୀରମଥା ଉପକୂଳରେ ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଭିଡ । ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି, ଅଗରନାଶୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ସାତଭାୟା, ପେଣ୍ଠ ସଂଲଗ୍ନ ଗଭୀର ସୁମଦ୍ରରେ ଅଲିଭ୍ରିଡ୍ଲେ କଇଁଛଙ୍କ ସମାଗମ ହେଉଛି । ସୁଦୂର ଶ୍ରୀଲଙ୍କାର ଜାଫ୍ନା ଉପକୂଳରୁ ହଜାର ହଜାର ମାଇଲି ଅତିକ୍ରମ କରି ଓଡିଶା ଉପକୂଳ ଗହୀରମଥାରେ ବିରଳ ପ୍ରଜାତିର ଅଲିଭ୍ରିଡ୍ଲେ କଇଁଛ ଭିଡ ଜମାଉଛନ୍ତି । ସାରା ବିଶ୍ୱର ଉପଲବ୍ଧ ହେଉଥିବା ଅଲଭିରିଡଲେ କଇଁଛଙ୍କ ମୋଟ ସଂଖ୍ୟାର ପ୍ରାୟ ୫୦Continue reading “ଗହୀରମଥା ଉପକୂଳରେ ବିରଳ ଅଲିଭରିଡଲେ କଇଁଛଙ୍କ ଭିଡ । ସୁଦୂର ଶ୍ରୀଲଙ୍କାର ଜାଫନା ଉପକୂଳରୁ ଓଡିଶା ଉପକୂଳ ଆସିଲେ କଇଁଛ ।”

ସମସ୍ତଙ୍କ ସହଯୋଗରେ ‘ରେଡିଓ ଚକ୍‌ଲେଟ୍’ର କାର୍ଯ୍ୟକ୍ରମ ଅଧିକ ସରସ, ସୁନ୍ଦର ହୋଇପାରିବ : ତନୟା ପଟ୍ଟନାୟକ

କନକ ବ୍ୟୁରୋ : ଜଗତସିଂହପୁର ସହରର ସାରଦା ମଣ୍ତପ ପରିସରରେ ଓଡ଼ିଶାର ନମ୍ବର ୱାନ୍‌ ଏଫଏମ୍ ରେଡିଓ ଚକ୍‌ଲେଟ୍ ୧୦୪ ଧୁମ୍ ମିଠାର ଶ୍ରୋତା ସମ୍ମିଳନୀ ଶ୍ରୋତାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏଥିରେ ରେଡିଓ ଚକ୍ଲେଟ୍‌ର ନିର୍ଦ୍ଦେଶିକା ତଥା ‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ‌ଯୋଗଦେଇ ରେଡିଓ ଚକ୍‌ଲେଟ୍‌ର କାର୍ଯ୍ୟକ୍ରମକୁ ଅଧିକ ସରସ ଓ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଥିଲେ ଯେ, ‘ଏହି କାର୍ଯ୍ୟକ୍ରମ ଆମେContinue reading “ସମସ୍ତଙ୍କ ସହଯୋଗରେ ‘ରେଡିଓ ଚକ୍‌ଲେଟ୍’ର କାର୍ଯ୍ୟକ୍ରମ ଅଧିକ ସରସ, ସୁନ୍ଦର ହୋଇପାରିବ : ତନୟା ପଟ୍ଟନାୟକ”

ମହିଳାଙ୍କୁ ନେଇ ଡିଏମକେର ବଡ ଘୋଷଣା । ସରକାର ଗଢିଲେ ପ୍ରତି ପରିବାରର ମହିଳାଙ୍କୁ ମାସିକ ଏକ ହଜାର ଟଙ୍କା ।

କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ନେଇ ତାମିଲନାଡୁରେ ଡିଏମକେର ବଡ ଘୋଷଣା । ରବିବାର ଦଳର ସଂକଳ୍ପ ପତ୍ର ଜାରି କରାଯାଇ ଏକ ବଡ ଘୋଷଣା କରାଯାଇଛି । ଦଳର ମୁଖ୍ୟ ଏମକେ ଷ୍ଟାଲିନ ସାତ ସୁତ୍ରୀ ପ୍ରତିଶ୍ରୁତି ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ଏଥିସହ ଡିଏମକେ ଆଗାମୀ ନିର୍ବାଚନରେ ବିଜୟୀ ହୋଇ ସରକାର ଗଢିଲେ ପ୍ରତି ମାସରେ ରାଜ୍ୟର ସମସ୍ତ ମହିଳାଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ସମସ୍ତଙ୍କୁContinue reading “ମହିଳାଙ୍କୁ ନେଇ ଡିଏମକେର ବଡ ଘୋଷଣା । ସରକାର ଗଢିଲେ ପ୍ରତି ପରିବାରର ମହିଳାଙ୍କୁ ମାସିକ ଏକ ହଜାର ଟଙ୍କା ।”

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଭୁବନେଶ୍ୱରରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ଲାଗି କଲେ ଅନୁରୋଧ ।

କନକ ବ୍ୟୁରୋ: ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ବେଳେ ଏଥିମଧ୍ୟରୁ ଗୋଟିଏ ସଂସ୍ଥାନ ଭୁବନେଶ୍ୱରରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦେଶର ଆୟୁର୍ବିଜ୍ଞାନ ଏବଂ ବିକାଶ ସଂସ୍ଥାନ ଯଥା ପୁନେସ୍ଥିତ ଜାତୀୟContinue reading “କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଭୁବନେଶ୍ୱରରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ଲାଗି କଲେ ଅନୁରୋଧ ।”

ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ ଟିମ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବ ଓଡ୍ରାଫ ।

କନକ ବ୍ୟୁରୋ: ଜଙ୍ଗଲ ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ ଟିମ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବ ଓଡ୍ରାଫ । ଟାସ୍କ ଫୋର୍ସ ଟିମର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀଙ୍କ ସୂଚନା । ସେହିପରି ଜଙ୍ଗଲ ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ୯ ଜଣିଆ ଟାସ୍କ ଫୋର୍ସ ଟିମ ମଧ୍ୟ ଗଠନ କରିଛନ୍ତି । ଗତ କିଛି ଦିନ ହେବ ମୟୂରଭଞ୍ଜର ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ଏହି ନିଆଁ ଭୟଙ୍କରContinue reading “ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ ଟିମ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବ ଓଡ୍ରାଫ ।”

ଓସାକ୍ସରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ । ଏଚଆଇଭି ଓ ସିଫିଲିସ କମ୍ବୋ କିଟର ବାର୍ତ୍ତା ସମ୍ବଳିତ ବସ ଟିକେଟ୍ ହେଲା ଉନ୍ମୋଚିତ ।

କନକ ବ୍ୟୁରୋ: ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀମାନଙ୍କ ଭିତରେ ଥିବା ସୁପ୍ତ ଶକ୍ତିକୁ ଜାଗ୍ରତ କରି ଏକ ଶକ୍ତିଶାଳୀ ଓ ବଳିଷ୍ଠ ସମାଜ ଗଠନ କରିବା ପାଇଁ ଆହୁରି ଅଧିକ ପ୍ରୟାସର ଆବଶ୍ୟକତା ରହିଛି । ସୋମବାର ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ରContinue reading “ଓସାକ୍ସରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ । ଏଚଆଇଭି ଓ ସିଫିଲିସ କମ୍ବୋ କିଟର ବାର୍ତ୍ତା ସମ୍ବଳିତ ବସ ଟିକେଟ୍ ହେଲା ଉନ୍ମୋଚିତ ।”

ଜଙ୍ଗଲରେ ନିଆଁ: ଗୋଟିଏ ବିଭାଗ ଲଗାନ୍ତି, ଆଉ ଗୋଟେ ବିଭାଗ ଲିଭାନ୍ତି: ବିଜେପି ବିଧାୟକ

କନକ ବ୍ୟୁରୋ: ଜଙ୍ଗଲରେ ଗୋଟିଏ ବିଭାଗ ନିଆଁ ଲଗାଏ, ଆଉ ଗୋଟେ ବିଭାଗ ନିଆଁ ଲିଭାଏ । ଏକଥା ଆମେ କହୁନୁ ବରଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏଭଳି କିଛି ଖୁଲାସା କରିଛି ବିଜେପି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କହିଛନ୍ତି କି, ଜଙ୍ଗଲରେ ନୂଆ କେନ୍ଦୁପତ୍ର ପାଇଁ ଗଛ ମୂଳରେ ରାଜ୍ୟ ସରକାରଙ୍କ କେନ୍ଦୁପତ୍ର ବିଭାଗ ପ୍ରତିବର୍ଷ ନିଆଁ ଲଗାନ୍ତି ଏବଂContinue reading “ଜଙ୍ଗଲରେ ନିଆଁ: ଗୋଟିଏ ବିଭାଗ ଲଗାନ୍ତି, ଆଉ ଗୋଟେ ବିଭାଗ ଲିଭାନ୍ତି: ବିଜେପି ବିଧାୟକ”

ସମାଜରେ ସତରେ ସୁରକ୍ଷିତ ତ ନାରୀ ? ନାରୀକୁ ମିଳୁଛି ତ ଉଚିତ ସମ୍ମାନ ? ଗୋଟିଏ ଦିନ ନୁହେଁ ସବୁଦିନ ମିଳୁ ନାରୀକୁ ସମ୍ମାନ ।

କନକ ବ୍ୟୁରୋ: ଆଜି ନାରୀ ଦିବସ । ମହିଳାଙ୍କ ପାଇଁ ଦିନଟିଏ । ମାର୍ଚ୍ଚ ୮କୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳି ଆସୁଛି ବିଶ୍ୱ । ଆଜିର ଦିନରେ ମହିଳାଙ୍କ ପାଖକୁ ଛୁଟେ ଶୁଭେଚ୍ଛାର ସୁଅ । ମିଠା, ଚକଲେଟ ସହ ଉପହାର ଦେଇ ଜଣାଯାଏ ଅଭିନନ୍ଦନ । ଆଉ କୁହାଯାଏ, ହାପି ୱମେନ୍ସ ଡେ… ମହିଳାଙ୍କ ପାଇଁ ସୋସିଆଲ ମିଡିଆରେ କିଏ ଲେଖେ କେତେ କଥା । ନାରୀଙ୍କୁ ନେଇ ଲେଖାଯାଏ କବିତା, ଗଢାହୁଏContinue reading “ସମାଜରେ ସତରେ ସୁରକ୍ଷିତ ତ ନାରୀ ? ନାରୀକୁ ମିଳୁଛି ତ ଉଚିତ ସମ୍ମାନ ? ଗୋଟିଏ ଦିନ ନୁହେଁ ସବୁଦିନ ମିଳୁ ନାରୀକୁ ସମ୍ମାନ ।”

ଧାନ ବିକ୍ରି କରିନପାରି ରାସ୍ତାରେ ଚାଷୀ । ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଭଣ୍ଡାରିପୋଖରୀ ଅଂଚଳର ଚାଷୀ ।

କନକ ବ୍ୟୁରୋ: ଧାନ ବିକ୍ର କରି ନପାରି ରାସ୍ତାରେ ଚାଷୀ । ସେବା ସମବାୟ ସମିତିରେ ଟୋକନ ଅବଧି ଭିତରେ ଧାନ ବିକ୍ରି କରି ପାରିଲେ ନାହିଁ ଆଉ ଟୋକନ ଅବଧି ସରିଯିବା ପରେ ରାସ୍ତା ଉପରେ ଧାନ ଗାଡି ରଖି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବିଭିନ୍ନ ପଂଚାୟତର ଚାଷୀ । ସେପଟେ ଟାର୍ଗେଟ ନଥିବା କହି ନିଜ ମୁଣ୍ଡରୁ ସବୁ ଦୋଷ ଛଡେଇ ଦେଉଛନ୍ତି ସେବାContinue reading “ଧାନ ବିକ୍ରି କରିନପାରି ରାସ୍ତାରେ ଚାଷୀ । ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଭଣ୍ଡାରିପୋଖରୀ ଅଂଚଳର ଚାଷୀ ।”

Design a site like this with WordPress.com
Get started