ଆଉ କେତେ ଜୀବନ ଦେଇ ଜଳିବି? ହଜାର ହଜାର କିଲୋମିଟର ଲମ୍ବିଥିବା ମୋ ବାହୁରେ ବାରୁଦ ଭଳି ନିଆଁ ବ୍ୟାପିଛି । ହୃଦୟରେ ଲାଗିଥିବା ନିଆଁ ଏବେ ବି ହୁତହୁତ ହୋଇ ଜଳୁଛି, ମୁଁ ଶିମିଳିପାଳ କହୁଛି…

କନକ ବ୍ୟୁରୋ: ମୁଁ ଶିମିଳିପାଳ…. ଆପଣଙ୍କ ଶିମିଳିପାଳ ମୋ ଘର ଓଡ଼ିଶାର ମୟୁରଭଞ୍ଜରେ ମୋ ଉଚ୍ଚତା ହାରାହାରି ୯୦୦ ମିଟର ମୋ ବୟସ କେତେ ମୁଁ ନିଜେ ଜାଣିନି କିନ୍ତୁ ମୋ ବାହୁ ୨୭୫୦ ବର୍ଗ. କିଲୋମିଟର ଯାଏଁ ବ୍ୟାପିଛି ୧୯୮୦ ଦଶକରେ ମୋତେ ପରିଚୟ ମିଳିଥିଲା ୨୦୦୯ ମେ ୨୭ରେ  ମୁଁ ୟୁନିସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା  ବି ପାଇଛି ମୋ କୋଳରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ ୪୬ପ୍ରକାର ସ୍ତନ୍ୟପାୟୀContinue reading “ଆଉ କେତେ ଜୀବନ ଦେଇ ଜଳିବି? ହଜାର ହଜାର କିଲୋମିଟର ଲମ୍ବିଥିବା ମୋ ବାହୁରେ ବାରୁଦ ଭଳି ନିଆଁ ବ୍ୟାପିଛି । ହୃଦୟରେ ଲାଗିଥିବା ନିଆଁ ଏବେ ବି ହୁତହୁତ ହୋଇ ଜଳୁଛି, ମୁଁ ଶିମିଳିପାଳ କହୁଛି…”

ବେଙ୍ଗାଲୁରୁରେ ବିଶ୍ୱର ସର୍ବବୃହତ୍‌ ଇ-ସ୍କୁଟର କାରଖାନା; ପ୍ରତି ୨ ସେକେଣ୍ଡରେ ତିଆରି ହେବ ଗୋଟିଏ ସ୍କୁଟର

କନକ ବ୍ୟୁରୋ : ଦେଶ ଆଗଉଛି । ସାରା ବିଶ୍ୱରେ ଭାରତ ନିଜର ପରିଚୟ ସୃଷ୍ଟି କରିବାକୁ ପ୍ରୟାସ ଜାରି ରହିଛି । ଏହି କ୍ରମରେ ବେଙ୍ଗାଲୁରୁରେ ବିଶ୍ୱର ଇ-ସ୍କୁଟର କାରଖାନା ନିର୍ମାଣ ହେବାକୁ ଯାଉଥିବା ଖବର ମିଳିଛି । ବେଙ୍ଗାଲୁରୁରେ ସ୍ଥାପନ ହେବାକୁ ଯାଉଥିବା ବିଶ୍ୱର ସବୁଠାରୁ ବଡ଼ ଇଲେକ୍ଟ୍ରିକ୍‌ ସ୍କୁଟର୍‌ କାରଖାନାରେ ପ୍ରତି ୨ ସେକେଣ୍ଡରେ ଗୋଟିଏ ସ୍କୁଟର ତିଆରି ହେବ ବୋଲି ଆକଳନ କରାଯାଇଛି। ଏହି କମ୍ପାନି ସ୍ଥାପନ କରିବାକୁ ଯାଉଥିବା ‘ଓଲାContinue reading “ବେଙ୍ଗାଲୁରୁରେ ବିଶ୍ୱର ସର୍ବବୃହତ୍‌ ଇ-ସ୍କୁଟର କାରଖାନା; ପ୍ରତି ୨ ସେକେଣ୍ଡରେ ତିଆରି ହେବ ଗୋଟିଏ ସ୍କୁଟର”

୨ଟି କଣ୍ଟେନରରୁ ଶହେରୁ ଅଧିକ ଗୋରୁ ଉଦ୍ଧାର : ଶେରଗଡ ଟୋଲ ପ୍ଲାଜା ନିକଟରୁ ଉଦ୍ଧାର କଲା ପୋଲିସ

କନକ ବ୍ୟୁରୋ :ବେଆଇନ ଗୋଚାଲାଣ ବେଳେ ବାଲେଶ୍ୱର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ବାମପଦାସ୍ଥିତ ମା ଭାରତୀ ଗୋଶାଳାରେ ରଖାଯାଇଛି । ଗତକାଲି ବିଳମ୍ବିତ ରାତିରେଏହି ୨ କଣ୍ଟେନର ଗୋରୁ ନେଇ ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ସମ୍ପୃକ୍ତ ୨ କଣ୍ଟେନରକୁ ସେରଗଡ଼ ଟୋଲଗେଟ ନିକଟରେ ସ୍ଥାନୀୟ ଗୋରକ୍ଷକ ଏବଂ ପୁଲିସ ଅଟକାଇଥିଲେ । ଏହାପରେ ସେଠାରୁ ୨ କଣ୍ଟେନରରୁ ୧୦୨Continue reading “୨ଟି କଣ୍ଟେନରରୁ ଶହେରୁ ଅଧିକ ଗୋରୁ ଉଦ୍ଧାର : ଶେରଗଡ ଟୋଲ ପ୍ଲାଜା ନିକଟରୁ ଉଦ୍ଧାର କଲା ପୋଲିସ”

ଜଳୁଛି ଶିମିଳିପାଳ, ନିଆଁ ଲିଭାଇବାରେ ସରକାର ଫେଲ । ପ୍ରେସମିଟରେ ସରକାରଙ୍କୁ ଟାର୍ଗେଟ କଲା ବିଜେପି ।

କନକ ବ୍ୟୁରୋ : ଗତ ଗୋଟିଏ ସପ୍ତାହେରୁ ଅଧିକ ଦିନ ହେବ ଶିମିଳିପାଳ ଜଳୁଛି । ଆଉ ଏବେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସପ୍ତାହେରୁ ଅଧିକ ଦିନ ହେବ ଶିମିଳିପାଳ ଜଙ୍ଗଲ ହୁ ହୁ ହୋଇ ଜଳୁଥିବା ବେଳେ ନିଆଁ ଲିଭାଇବା ଦିଗରେ ସରକାର ଦୃଷ୍ଟି ଦେଉନାହାନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଶିମିଳିପାଳର ୧୦ଟି କୋର ଏରିଆରେ ନିଆଁ ଲାଗିବା ସହ ବଫର ଏରିଆରେ ଥିବା ପିଠାବଟାContinue reading “ଜଳୁଛି ଶିମିଳିପାଳ, ନିଆଁ ଲିଭାଇବାରେ ସରକାର ଫେଲ । ପ୍ରେସମିଟରେ ସରକାରଙ୍କୁ ଟାର୍ଗେଟ କଲା ବିଜେପି ।”

ପଞ୍ଜାବ ବଜେଟ୍ ଅଧିବେଶନରେ ଚାଷୀଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ । ୧.୧୩ ଲକ୍ଷ କୃଷକଙ୍କୁ ଋଣ ଛାଡ, ସରକାରୀ ବସ୍ ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ତାଙ୍କ କାର୍ଯ୍ୟକାଳର ଶେଷ ବଜେଟ୍ ଆଜି ଉପସ୍ଥାପନ କରିଛନ୍ତି । ଏନେଇ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ ଅନେକ ଲୋକାଭିମୁଖୀ ଯୋଜନାର ଘୋଷଣା କରିଛନ୍ତି । ଯାହା ମଧ୍ୟରେ ରାଜ୍ୟସରକାରୀ କର୍ମଚାରୀଙ୍କୁ ଷଷ୍ଠ ବେତନ ସହିତ ମହିଳା ମାନଙ୍କ ପାଇଁ ସରକାରୀ ବସ୍ ରେ ମାଗଣା ଯାତ୍ରା ଭଳି ଲୋକପ୍ରିୟ ଯୋଜନା ରହିଛି । ଅନ୍ୟପଟେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ରାଶିକୁ ବୃଦ୍ଧି କରାଯାଇଛିContinue reading “ପଞ୍ଜାବ ବଜେଟ୍ ଅଧିବେଶନରେ ଚାଷୀଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ । ୧.୧୩ ଲକ୍ଷ କୃଷକଙ୍କୁ ଋଣ ଛାଡ, ସରକାରୀ ବସ୍ ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା”

ରାଜ୍ୟରେ କରୋନା ସ୍ଥିତି : ଗତ ୨୪ ଘଣ୍ଟାରେ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୦୩ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୫ ହଜାର ୮୦ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୭୫୩ ଜଣ। ଗତContinue reading “ରାଜ୍ୟରେ କରୋନା ସ୍ଥିତି : ଗତ ୨୪ ଘଣ୍ଟାରେ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ”

ଏକତରଫା ପ୍ରେମରୁ ପ୍ରେମିକର ଉନ୍ମତ୍ତକାଣ୍ଡ  : କଳାହାଣ୍ଡି କେସିଙ୍ଗାରେ ଯୁବତୀଙ୍କ ଗଳକାଟି ହତ୍ୟା ଉଦ୍ୟମ କଲା ପ୍ରେମିକ; ଝିଅକୁ ବଂଚାଇବାକୁ ଯାଇ ମା ମୃତ

କନକ ବ୍ୟୁରୋ : ଏକ ତରଫା ପ୍ରେମକୁ ନେଇ ପ୍ରେମିକର ଉନ୍ମତ୍ତକାଣ୍ଡ । ଯୁବତୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କଲା ପ୍ରେମିକ । ଝିଅକୁ ବଂଚାଇବାକୁ ଯାଇ ମା’ର ମୃତ୍ୟୁ । କଳାହାଣ୍ଡି କେସିଙ୍ଗା ଥାନା କର୍ଲାଖୁଂଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ମୁତାବକ ଯୁବତୀ ଏବଂ ତାଙ୍କ ମା ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା ଅଭିଯୁକ୍ତ ତିଲକର ନାୟକ । ଆକ୍ରମଣରେ ଯୁବତୀ ଏବଂContinue reading “ଏକତରଫା ପ୍ରେମରୁ ପ୍ରେମିକର ଉନ୍ମତ୍ତକାଣ୍ଡ  : କଳାହାଣ୍ଡି କେସିଙ୍ଗାରେ ଯୁବତୀଙ୍କ ଗଳକାଟି ହତ୍ୟା ଉଦ୍ୟମ କଲା ପ୍ରେମିକ; ଝିଅକୁ ବଂଚାଇବାକୁ ଯାଇ ମା ମୃତ”

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ । ‘ନିଟ୍’ ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଭାରତର ମହା ମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଚଳିମ ମାସ ୨୧ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱର ପହଂଚିବେ ବୋଲି ସୂଚନା ମିଳିଛି । ସୂଚନା ମୁତାବକ ଚଳିତ ମାସ ୨୧ ଓ ୨୨ ତାରିଖ ଦୁଇଦିନ ଧରି ରାଷ୍ଟ୍ରପତି ଓଡିଶାରେ ରହିବେ । ଏହି ଗସ୍ତରେ ସମୟରେ ସେ ରାଜଭବନରେ ରାତ୍ରିଯାପନ କରିବେ ବୋଲି ଜଣାପଡିଛି । ଏହିContinue reading “ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ । ‘ନିଟ୍’ ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ”

ପେଟ୍ରୋଲ-ଡିଜେଲ ଦରବୃଦ୍ଧିକୁ ନେଇ ରାଜ୍ୟସଭାରେ ହଙ୍ଗାମା : ମୋଦିଙ୍କ ବିରୋଧରେ ବିରୋଧୀ ସଦସ୍ୟଙ୍କ ନାରାବାଜି; ଗୃହ ମୁଲତବୀ

କନକ ବ୍ୟୁରୋ : ତେଲ ପାଇଁ ହଙ୍ଗାମା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟସଭାରେ ଆଜି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବି ନାରାବାଜି କରିଥିଲେ । ଫଳରେ ରାଜ୍ୟସଭା ସଭାପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ହଙ୍ଗାମା ଯୋଗୁଁ ପ୍ରଥମେ ଗୃହକୁ ଦିନ ୧୧ଟା ଓ ପରେ ଦିନ ଦିନ ଗୋଟାଏ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ସଭାପତି ।Continue reading “ପେଟ୍ରୋଲ-ଡିଜେଲ ଦରବୃଦ୍ଧିକୁ ନେଇ ରାଜ୍ୟସଭାରେ ହଙ୍ଗାମା : ମୋଦିଙ୍କ ବିରୋଧରେ ବିରୋଧୀ ସଦସ୍ୟଙ୍କ ନାରାବାଜି; ଗୃହ ମୁଲତବୀ”

ସଡକ ଓ ପରିବହନ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ପୁରୁଣା ଗାଡି ସ୍କ୍ରାପ କରି ନୂଆ ଗାଡି କିଣିଲେ ମିଳିବ ୫ ପ୍ରତିଶତ ରିହାତି

କନକ ବ୍ୟୁରୋ: କିଛିଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁରୁଣା ଓ ଅଯୋଗ୍ୟ ଗାଡିକୁ ସ୍କ୍ରାପିଂ କରାଇବା ନେଇ ଏକ ପଲିସି ଘୋଷଣା କରିଥିଲେ । ଲୋକମାନେ ଏହି ନିୟମକୁ ଅପେକ୍ଷା କରିଥିବା ବେଳେ ଏବେ ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଏକ ନୂଆ ଘୋଷଣା କରିଛନ୍ତି । ଗଡକରୀଙ୍କ ଘୋଷଣା ମୁତାବକ ସ୍କ୍ରାପିଂ ନୀତି ଅପଣାଉଥିବା ଲୋକ ନୂଆଗାଡି କିଣିଲେ ତାଙ୍କୁ ୫ ପ୍ରତିଶତ ରିହାତି ମିଳିବ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଥିଲାContinue reading “ସଡକ ଓ ପରିବହନ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ପୁରୁଣା ଗାଡି ସ୍କ୍ରାପ କରି ନୂଆ ଗାଡି କିଣିଲେ ମିଳିବ ୫ ପ୍ରତିଶତ ରିହାତି”

Design a site like this with WordPress.com
Get started