ଗଜପତିରେ ଘର ଭିତରେ ଯୁବକ-ଯୁୂବତୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ମୃତ ଦୁଇ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ବେଳେ ଆଉ ଜଣେ ଯୁବକ ଅଛନ୍ତି । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅର୍ନ୍ତଗତ ଆରିବା ଗାଁରେ ଘଟିଛି ଏହି ଘଟଣା । ତେବେ ଯୁବକ-ଯୁବତୀଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ପହଂଚିଛି ପୁଲିସ୍ । ତେବେ ଉଭୟଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବାରୁContinue reading “ଗଜପତିରେ ଘର ଭିତରେ ଯୁବକ-ଯୁୂବତୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି”

ଶିମିଳିପାଳ ଜଙ୍ଗଲରେ ନିଆଁ : ଶୋଇ ପଡିଥିଲା ପ୍ରଶାସନ, ଟ୍ୱିଟ୍ କରି ନିଦ ଭାଙ୍ଗିଥିଲେ ଅକ୍ଷିତା । 

କନକ ବ୍ୟୁରୋ : ଶିମିଳିପାଳରେ ଲାଗିଥିବା ନିଆଁ ରାଜ୍ୟ ସମେତ ଦେଶବାସୀଙ୍କୁ ମଧ୍ୟ ବିଚଳିତ ଓ ଚିନ୍ତିତ କରିଛି । ତେବେ ଏଭଳି ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ନିଆଁ ନିୟନ୍ତ୍ରଣାଧୀନ ରହିଛି । କୌଣସି ବନ୍ୟ ଜୀବଜନ୍ତୁଙ୍କ ଜୀବନ ହାନି ହୋଇନାହିଁ । ଯାହା ଅଧିକାଂଶ ଲୋକଙ୍କୁ ଆଶ୍ୱସ୍ତି କରିଛି । ତେବେ ଏହା ସମ୍ଭବ ହୋଇପାରିଛି ମୟୂରଭଞ୍ଜର ରାଜକୁମାରୀ ୨୬ ବର୍ଷୀୟା ଅକ୍ଷିତା ମଞ୍ଜରୀ ଭଞ୍ଜଦେଓଙ୍କ ଲଗାତାର ପ୍ରୟାସ ଯୋଗୁଁContinue reading “ଶିମିଳିପାଳ ଜଙ୍ଗଲରେ ନିଆଁ : ଶୋଇ ପଡିଥିଲା ପ୍ରଶାସନ, ଟ୍ୱିଟ୍ କରି ନିଦ ଭାଙ୍ଗିଥିଲେ ଅକ୍ଷିତା । “

ଜଙ୍ଗଲରେ ନିଆଁ ଲଗାଇଲେ ହେବେ ଗିରଫ । କଡ଼ା ନିର୍ଦ୍ଦେଶ ଜାରି କଲେ ସମ୍ବଲପୁର ଡିଏଫଓ

କନକ ବ୍ୟୁରୋ : ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ ସମ୍ପୃକ୍ତ ବ୍ୟକ୍ତି  । ଏନେଇ କଡ଼ା ନିର୍ଦ୍ଦେଶ ଜାରି କଲେ ସମ୍ବଲପୁର ଡିଏଫଓ  । ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବନବିଭାଗର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ଡିଏଫଓ  । ରାଜ୍ୟର ଅନେକ ଜିଲ୍ଲାର ଜଙ୍ଗଲ ମାନଙ୍କରେ ନିଆଁ ଅଣ ଆୟତ ହେବାକୁ ଲାଗିଛି । ଧିରେ ଧିରେ ତ୍ରୀବ୍ର ହେବାରେ ଲାଗିଛି ଜଙ୍ଗଲ ନିଆଁ । ଯାହାକୁ ପ୍ରଶାସନର ନିଦ ହଜାଇଦେଇଛିContinue reading “ଜଙ୍ଗଲରେ ନିଆଁ ଲଗାଇଲେ ହେବେ ଗିରଫ । କଡ଼ା ନିର୍ଦ୍ଦେଶ ଜାରି କଲେ ସମ୍ବଲପୁର ଡିଏଫଓ”

ସମ୍ବଲପୁର ସଦର ରେଞ୍ଜ ଝାଙ୍କରପାଲିରେ ଦନ୍ତା ହାତୀର ଉତ୍ପାତ : ହାତୀ ପାଇଁ ଚୁଲି ନିଆଁରେ ଜଳିଗଲା ଘର

କନକ ବ୍ୟୁରୋ : ମୁଣ୍ଡରରେ ଦନ୍ତା ହାତୀ ‘ଡନ’ର ଆତଙ୍କ । ହାତୀ ପାଇଁ ଚୁଲି ନିଆଁରେ ଜଳିଗଲା ଘର । ସମ୍ବଲପୁର ଯୁଯୁମୁରା ଅଂଚଳରେ ପୁଣି ଆତଙ୍କ ଖେଳାଉଛି ଦନ୍ତା ହାତି । ବନ ବିଭାଗ ସ୍ୱତନ୍ତ୍ର ସ୍କ୍ୱାଡ ମଧ୍ୟ ହାତୀକୁ ଧରିବାରେ ବିଫଳ ହୋଇଛି । ହାତୀ ଉପଦ୍ରବରେ ଜଣଙ୍କର ଘର ପୋଡି ପାଉଁଶ ହୋଇଯାଇଛି । ସୌଭାଗ୍ୟବଶତଃ ଏଥିରୁ ପରିବାର ଲୋକ ବଂଚି ଯାଇଛନ୍ତି । ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ସଦରContinue reading “ସମ୍ବଲପୁର ସଦର ରେଞ୍ଜ ଝାଙ୍କରପାଲିରେ ଦନ୍ତା ହାତୀର ଉତ୍ପାତ : ହାତୀ ପାଇଁ ଚୁଲି ନିଆଁରେ ଜଳିଗଲା ଘର”

ଜଳୁଛି ଶିମିଳିପାଳ : ଲିଭିବାର ନାଁ ଧରୁନି ; ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ ମୟୁରଭଞ୍ଜ ମହାରାଣୀ ଓ ରାଜକୁମାରୀ

କନକ ବ୍ୟୁରୋ : ଏବେ ବି ଜଳୁଛି ଶିମିଳିପାଳ । ଲିଭିବାର ନାଁ ଧରୁନି । ନିଆଁକୁ ଆୟତ କରିବାକୁ ନାକେଦମ ହେଲାଣି ବନବିଭାଗ । ବିଭାଗର ହଜାରେରୁ ଅଧିକ କର୍ମଚାରୀ ଓ ୨ ଶହରୁ ଅଧିକ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁଲିଭା କାମରେ ନିୟୋଜିତ ଅଛନ୍ତି । ଗୋଟିଏ ସ୍ଥାନରେ ନିଆଁ ଲିଭିବାବେଳକୁ ଅନ୍ୟ ଜାଗାରେ ନିଆଁ ଲାଗୁଛି । ଏହି ସମୟରେ ଶିମିଳିପାଳ ପାଦଦେଶରେ ଥିବା ବାଙ୍ଗିରିପୋଷି ରେଞ୍ଜ ଅଂଚଳକୁ ଯାଇ ମୟୁୁରଭଞ୍ଜ ମହାରାଣୀContinue reading “ଜଳୁଛି ଶିମିଳିପାଳ : ଲିଭିବାର ନାଁ ଧରୁନି ; ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ ମୟୁରଭଞ୍ଜ ମହାରାଣୀ ଓ ରାଜକୁମାରୀ”

ଚିନ୍ତା ବଢାଉଛି ଜଙ୍ଗଲ ନିଆଁ : ସମ୍ବଲପୁରରେ ଜଳୁଛି ବୁଢାରଜା ପାହାଡ

କନକ ବ୍ୟୁରୋ : ସମ୍ବଲପୁର ବୁଢ଼ାରଜା ପାହାଡ଼ରେ ଲାଗିଲା ନିଆଁ । ସମ୍ବଲପୁର ସହର ମଝିରେ ଥିବା ଐତିହାସିକ ବୁଢ଼ାରଜା ପାହାଡ଼ରେ ବାରମ୍ବାର ନିଆଁ ଲାଗିବାକୁ ନେଇ ବନ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସହରବାସୀ । ବୁଢ଼ାରଜା ପାହାଡ଼ର ପଛ ପଟେ ଥିବା ଭୀମଭୋଇ ପାର୍କ ସାମ୍ନାରେ ଏହି ନିଆଁ ଲାଗିଛି । ତେବେ ସେହି ଅଂଚଳରେ ବନ୍ୟଜନ୍ତୁ ଥିବା କାରଣରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛିContinue reading “ଚିନ୍ତା ବଢାଉଛି ଜଙ୍ଗଲ ନିଆଁ : ସମ୍ବଲପୁରରେ ଜଳୁଛି ବୁଢାରଜା ପାହାଡ”

ଜଳୁଛି ନୟାଗଡ : ଜିଲ୍ଲାର ବିଭିନ୍ନ ଜଂଗଲର ପ୍ରାୟ ୩୮୦ଟି ସ୍ଥାନରେ ଲାଗିଛି ନିଆଁ; ବନବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି

କନକ ବ୍ୟୁରୋ : ଜଳୁଛି ନୟାଗଡ । ଜିଲ୍ଲାର ବିଭିନ୍ନ ଜଂଗଲର ପ୍ରାୟ ୩୮୦ଟି ସ୍ଥାନରେ ନିଆଁ ଲାଗିଛି । ଅନେକ ମୂଲ୍ୟବାନ ଗଛପତ୍ର ପୋଡି ପାଉଁଶ ହେବାକୁ ଲାଗିଛି । ବନଖଣ୍ଡ ଅଧିନରେ ଥିବା ପ୍ରାୟ ପ୍ରତ୍ୟେକ ଅଂଚଳ ଧୂଆଁମୟ ହୋଇଯାଇଛି । ଲୋକମାନେ ମଧ୍ୟ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ନିଆଁ ଲିଭା କାମ ଚାଲିଛି । ଅତ୍ୟାବଶ୍ୟକ କ୍ଷେତ୍ରରେ ୨୦ ଟିContinue reading “ଜଳୁଛି ନୟାଗଡ : ଜିଲ୍ଲାର ବିଭିନ୍ନ ଜଂଗଲର ପ୍ରାୟ ୩୮୦ଟି ସ୍ଥାନରେ ଲାଗିଛି ନିଆଁ; ବନବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି”

ଆଜିଠାରୁ ପାର୍ଲାମେଂଟରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ଦରବୃଦ୍ଧି ଓ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

କନକ ବ୍ୟୁରୋ : ଆଜିଠୁ ସଂସଦରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ବସିବ । କରୋନା କଟକଣା ମଧ୍ୟରେ ଚାଲିବାକ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । କରୋନା କଟକଣା ପାଇଁ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜ୍ୟସଭା ଓ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକସଭା କାର୍ଯ୍ୟ ଚାଲିବ ବୋଲି ବାଚସ୍ପତି ଓମ୍ ବିର୍ଲା କହିଛନ୍ତି । ସେହିପରି ସାଂସଦମାନଙ୍କୁ ଟିକାକରଣ ନିମନ୍ତେ ସଂସଦContinue reading “ଆଜିଠାରୁ ପାର୍ଲାମେଂଟରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ଦରବୃଦ୍ଧି ଓ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି”

ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ଜଙ୍ଗଲ ନିଆଁ… ଜଳୁଛି ଗୋଟିଏ ପରେ ଗୋଟିଏ ଜଙ୍ଗଲ । ଶିମିଳିପାଳରେ ସ୍ଥିତି ଭୟଙ୍କର, ଭାଙ୍ଗୁନି ପ୍ରଶାସନର ନିଦ

ଓଡ଼ିଶାରେ ଆଉ ନିୟନ୍ତ୍ରଣରେ ନାହିଁ ଜଙ୍ଗଲ ନିଆଁ। ଗୋଟିଏ ପରେ ଗୋଟିଏ ଜଙ୍ଗଲ ହାତରୁ ଖସୁଛି। ଶିମିଳିପାଳରେ ସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ସୁନାବେଡ଼ା ଅଭୟାରଣ୍ୟ ଏବେ ନିଆଁ କବଳରେ। କପିଳାସ, କୁଲଢ଼ିହା ମଧ୍ୟ ନିଆଁର ଆଁ ଭିତରକୁ ଆସିଲାଣି। ନୃସିଂହନାଥ, ହରିଶଙ୍କର ରେଞ୍ଜରେ ଜଳୁଛି ଜଙ୍ଗଲ। ମୟୂରଭଞ୍ଜରୁ ମାଲକାନଗିରି ହେଉ କି କଳାହାଣ୍ଡିରୁ କଣ୍ଟାବାଞ୍ଝି। ସବୁଠି ଜଙ୍ଗଲ ନିଆଁ ଆଜି ଭୟଙ୍କର ରୂପ ଧାରଣ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫୦୦ରୁ ଅଧିକContinue reading “ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ଜଙ୍ଗଲ ନିଆଁ… ଜଳୁଛି ଗୋଟିଏ ପରେ ଗୋଟିଏ ଜଙ୍ଗଲ । ଶିମିଳିପାଳରେ ସ୍ଥିତି ଭୟଙ୍କର, ଭାଙ୍ଗୁନି ପ୍ରଶାସନର ନିଦ”

ଆଜି ଅନ୍ତର୍ଜାତୀୟ ମହିଳା ଦିବସ : ବିଶ୍ୱବ୍ୟାପୀ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ

କନକ ବ୍ୟୁରୋ: ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ । କିଛି କିଛି କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ମହିଳା କର୍ମଚାରୀଙ୍କୁ ଉପହାର ପ୍ରଦାନ କରିବା ସହ ସାଜସଜ୍ଜା ବିContinue reading “ଆଜି ଅନ୍ତର୍ଜାତୀୟ ମହିଳା ଦିବସ : ବିଶ୍ୱବ୍ୟାପୀ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ”

Design a site like this with WordPress.com
Get started