ନଦୀ ମୁହାଣରେ ମରିପଡିଛି ୫ କ୍ୱିଣ୍ଟାଲ ଓଜନର ହ୍ୱେଲ ସାର୍କ । ଏତେ ବଡ଼ ମାଛକୁ ଦେଖିବାକୁ ଜମିଛି ଲୋକଙ୍କ ଭିଡ ।

କନକ ବ୍ୟୁରୋ : ୫ କ୍ୱିଣ୍ଟାଲ ଓଜନର ହ୍ୱେଲ ସାର୍କ ମାଛ ମରିପଡିଛି ନଦୀ ମୁହାଣରେ । ଏହାକୁ ଦେଖିବାକୁ ଏବେ ଲୋକଙ୍କ ଭିଡ ଜମୁଛି । ଗତ ୩ ଦିନ ତଳେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ପଡିଥିଲା ଏହି ବିଶାଳ ସାର୍କ ମାଛଟି । ତାକୁ ଧୀବରମାନେ କୂଳକୁ ନେଇ ଆସିଥିଲେ । ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବାରୁ ତାହାକୁ ପୁଣି ନେଇ ସମୁଦ୍ରରେ ଛାଡି ଦେଇ ଆସିଥିଲେ ।Continue reading “ନଦୀ ମୁହାଣରେ ମରିପଡିଛି ୫ କ୍ୱିଣ୍ଟାଲ ଓଜନର ହ୍ୱେଲ ସାର୍କ । ଏତେ ବଡ଼ ମାଛକୁ ଦେଖିବାକୁ ଜମିଛି ଲୋକଙ୍କ ଭିଡ ।”

ମେସିନ୍ ଖୋଜିବ ମାଟି ତଳୁ ମୋବାଇଲ୍ । ବଦଳିଲା ଜେଲର ସୁରକ୍ଷା ଶୈଳୀ, ଆଉ ଲାଗିବନି ୪-ଜି ଜାମର୍ ।

କନକ ବ୍ୟୁରୋ : ରାଜ୍ୟରେ କୌଣସି ବି ଜେଲ୍‌ରେ ଆଉ ଲାଗିବ ନାହିଁ ୪-ଜି ଜାମର‌୍‌ ! ଜେଲ୍‌ରେ କଏଦୀ ବ୍ୟବହାର କରୁଥିବା ମୋବାଇଲ୍‌ ଠାବ କରିବ ଡିପ୍‌ ସର୍ଚ୍ଚ ମେଟାଲ୍‌ ଡିଟେକ୍ଟର । ଚୌଦ୍ବାର ସର୍କଲ ଜେଲ୍‌ରୁ ବାହାର ଲୋକଙ୍କୁ ମୋବାଇଲ୍‌ରେ ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର୍‌ଙ୍କ ମୋବାଇଲ୍‌ ଧରିବ ଏହି ମେଟାଲ୍‌ ଡିଟେକ୍ଟର । ଦୁଇଫୁଟ୍‌ ମାଟି ତଳେ ମୋବାଇଲ୍‌ ପୋତାଯାଇଥିଲେ ବି ଏହି ମେସିନ୍‌ ମାଧ୍ୟମରେ ମୋବାଇଲ୍‌ ଠାବ କରାଯାଇପାରିବ । କମିସନରେଟ୍‌ ପୁଲିସContinue reading “ମେସିନ୍ ଖୋଜିବ ମାଟି ତଳୁ ମୋବାଇଲ୍ । ବଦଳିଲା ଜେଲର ସୁରକ୍ଷା ଶୈଳୀ, ଆଉ ଲାଗିବନି ୪-ଜି ଜାମର୍ ।”

ଏହି ଦେଶ ଜାରି କଲା ବିଶ୍ୱର ସବୁଠାରୁ ବଡ ନୋଟ୍ । ଗୋଟିଏ ନୋଟ ମାଧ୍ୟମରେ ଆପଣ କିଣିପାରିବେ ଏତେସବୁ ସାମଗ୍ରୀ

କନକ ବ୍ୟୁରୋ : ଗମ୍ଭୀର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଆମେରିକୀୟ ଦେଶ ଭେନଜୁଏଲା ଏବେ ବିଶ୍ୱର ସବୁଠାରୁ ବଡ ନୋଟ ଜାରି କରିଛି । ଭେନଜୁଏଲା ୧୦ ଲକ୍ଷ ଟଙ୍କିଆ ନୋଟ ଜାରି କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ କହିରଖୁ କି ଭେନଜୁଏଲା ପାଇଁ ୧୦ ଲକ୍ଷର ମୂଲ୍ୟ ଆମେରିକାର ଗୋଟଏ ଡଲାରର ଅଧା ଦାମ ସହିତ ସମାନ । ଏହାର ଅର୍ଥ ଭେନଜୁଏଲାର ୧୦ ଲକ୍ଷContinue reading “ଏହି ଦେଶ ଜାରି କଲା ବିଶ୍ୱର ସବୁଠାରୁ ବଡ ନୋଟ୍ । ଗୋଟିଏ ନୋଟ ମାଧ୍ୟମରେ ଆପଣ କିଣିପାରିବେ ଏତେସବୁ ସାମଗ୍ରୀ”

ଗଛରୁ ତିଆରି ହେଲା ଭେଜ୍ ଅଣ୍ଡା । ଏଣିକି ସମସ୍ତେ ଖାଇବେ ଅମଲେଟ୍

ଆପଣ କେବେ ଭାବିଛନ୍ତି କି ଅଣ୍ଡା ଭଳି ସ୍ୱାଦ ଆଉ କେଉଁ ଖାଦ୍ୟରୁ ମଧ୍ୟ ମିଳିପାରିବ ? ଆପଣ କହିବେ ଏହା କିପରି ସମ୍ଭବ ? ତେବେ ଏହାକୁ ସମ୍ଭବ କରି ଦେଖାଇଛନ୍ତି ମୁମ୍ବାଇର ଏକ ଷ୍ଟାର୍ଟଅପ କମ୍ପାନୀ | ମୁମ୍ବାଇର ଇଭୋ ଫୁଡ଼ସ ନାମକ ଷ୍ଟାର୍ଟଅପକୁ ୨୦୧୯ ମସିହାରେ କାର୍ତ୍ତିକ ଦୀକ୍ଷିତ ଓ ଶ୍ରଦ୍ଧା ଭନସାଲି ଆରମ୍ଭ କରିଥିଲେ | ପାଖାପାଖି ବର୍ଷେ ଧରି ଦୁହେଁ ବିଭିନ୍ନ ନମୁନା ପ୍ରସ୍ତୁତ କରିଥିଲେ | ଆଉ ଏହିContinue reading “ଗଛରୁ ତିଆରି ହେଲା ଭେଜ୍ ଅଣ୍ଡା । ଏଣିକି ସମସ୍ତେ ଖାଇବେ ଅମଲେଟ୍”

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ । ବଲାଙ୍ଗିର ସହର ନିକଟରେ ଜଙ୍ଗଲରେ ନିଆଁ, ସେପଟେ ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡରେ ଜଳୁଛି ୧୦ରୁ ଅଧିକ ଜଙ୍ଗଲ ଜଳୁଛି ।

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାର ସହର ନିକଟରେ ଜଳୁଛି ଜଙ୍ଗଲ । ହାତୀପାହାଡ, ସଦେଇପାଲି, ସୁଲିଆପାହାଡ, ପଥର ଚେପା, ମଟଖାଇ ପାହାଡ, ବିଜାଖମନ ଜଙ୍ଗଲରେ ନିଆଁ ବ୍ୟାପୁଛି । ଅନେକ ମୂଲ୍ୟବାନ ଗଛଲତା ସବୁ ଏହି ନିଆଁରେ ନଷ୍ଟ ହୋଇଗଲାଣି । ନିରୀହ ଜୀବଜନ୍ତୁଙ୍କ ପ୍ରାଣହାନି ବି ଘଟୁଛି । ବଲାଙ୍ଗିର ସହର ନିକଟରେ ଜଙ୍ଗଲରେ ନିଆଁ ଲାଗିବା ପରେ ପରେ ବଲାଙ୍ଗିର ସହରରେ ମଧ୍ୟ ତାପମାତ୍ରା ହଠାତ୍ ବଢିବାରେ ଲାଗିଛି । ବାୟୁପ୍ରଦୂଷଣ ମାତ୍ରାContinue reading “ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ । ବଲାଙ୍ଗିର ସହର ନିକଟରେ ଜଙ୍ଗଲରେ ନିଆଁ, ସେପଟେ ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡରେ ଜଳୁଛି ୧୦ରୁ ଅଧିକ ଜଙ୍ଗଲ ଜଳୁଛି ।”

ଚମକ ହରାଉଛି ସୁନା । ୬ ମାସରେ ଶସ୍ତା ହେଲାଣି ୧୨ ହଜାର ଟଙ୍କା, ବିଶେଷଜ୍ଞଙ୍କ ଆକଳନ ୪୦ ହଜାର ସ୍ତରକୁ ଖସି ଆସିବ ସୁନା ଦର ।

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଖୁବ ଜୋରରେ ଚମକୁ ଥିବାବେଳେ ଧିରେ ଧିରେ ଏହାର ଚମକ ହରାଉଛି । ଗତ ୬ ମାସ ଭିତରେ ସୁନାର ଦର ୧୨ ହଜାର ଟଙ୍କା କମିଲାଣି । ଏବେ ୧୦ ଗ୍ରାମ୍ ୨୨ କାରେଡ୍ ସୁନାର ଦର ୪୧ ହଜାର ଭଳି ସ୍ତରକୁ ଖସିଆସିଛି । ସେହିଭଳି ୨୪ କ୍ୟାରେଡ ସୁନା ୪୫ ହଜାର ଟଙ୍କା ଭଳି ସ୍ତରରେ ରହିଛି । ଗତବର୍ଷ ଆରମ୍ଭରୁ ସୁନାର ଦରContinue reading “ଚମକ ହରାଉଛି ସୁନା । ୬ ମାସରେ ଶସ୍ତା ହେଲାଣି ୧୨ ହଜାର ଟଙ୍କା, ବିଶେଷଜ୍ଞଙ୍କ ଆକଳନ ୪୦ ହଜାର ସ୍ତରକୁ ଖସି ଆସିବ ସୁନା ଦର ।”

ଭୁବନେଶ୍ୱର ସିଆରପି ଛକରେ ଗାଡି ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ ସୁଧୀର ଓ ସାଗର । ସେପଟେ ଅଭିଯୁକ୍ତଙ୍କୁ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଅଟକ ରଖିଲା ପୋଲିସ ।

କନକ ବ୍ୟୁରୋ : ଭୁବନେଶ୍ୱର ସିଆରପି ଛକରେ ଗାଡି ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ଦିନ ଦ୍ୱିପହରରେ ଟୁକୁନା ସାହୁ ଓରଫ ଜଟଙ୍କୁ ଆକ୍ରମଣ ଖଣ୍ଡା ଭଳି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ ସୁଧୀର ଓ ସାଗର । ତେବେ ଲୋକଙ୍କ ମାଡରେ ଗୁରୁତର ଅଭିଯୁକ୍ତଙ୍କୁ ପୋଲିସ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ, ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପରେ ହତ୍ୟାକାରୀଙ୍କContinue reading “ଭୁବନେଶ୍ୱର ସିଆରପି ଛକରେ ଗାଡି ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ ସୁଧୀର ଓ ସାଗର । ସେପଟେ ଅଭିଯୁକ୍ତଙ୍କୁ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଅଟକ ରଖିଲା ପୋଲିସ ।”

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅନେକ ଜଙ୍ଗଲରେ ଲାଗିଛି ନିଆଁ । 

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକଣ୍ଠରେ ଜଳୁଛି ଜଙ୍ଗଲ । ଉପଖଣ୍ଡର ଏକାଧିକ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ବନବିଭାଗ ଏହି ନିଆଁ ଲିଭାଇବାକୁ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏହି ନିଆଁ ଏବେ ଅଣାୟତ ହୋଇପଡିଲାଣି । କାମାକ୍ଷାନଗର ଉପକଣ୍ଠର ଦାନପଶି, ଇଚ୍ଛାବତୀପୁର, ମଠକରଗୋଳା, ବିରାଶାଳ, ସୁନାଝରି, ମହୁଲପାଳ, ମହାବିରୋଧ ରେଂଜର ଅନେକ ଜଙ୍ଗଲରେ ଏବେ ନିଆଁ ଲାଗିଛି । ସେହିପରି କଙ୍କଡାହାଡ ବ୍ଲକର ଦୁର୍ଗମ ଅଂଚଳ କଣ୍ଡାର, ଏକୁଲସେକୁଲContinue reading “ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅନେକ ଜଙ୍ଗଲରେ ଲାଗିଛି ନିଆଁ । “

ଆଜି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ମୋଦିଙ୍କ ମହାବେଶ । ମିଥୁନ ଚକ୍ରବର୍ତିଙ୍କ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର

ଜୋରଦାର ହେବାକୁ ଯାଉଛି ପଶ୍ଚିମବଙ୍ଗ ନିର୍ବାଚନ ରାଲି । ନିଜ ଆଶନ ବଞ୍ଚାଇବା ପାଇଁ ମମତା ଦିଦି ଭରପୁର ପ୍ରୟାସ କରୁଥିବା ବେଳେ, ଗଡ ହାତେଇବାକୁ ବିଜେପି ରଣନୀତି ନିର୍ବାଚନ ରାଲିକୁ ଜୋରଦାର କରିଛି । ଆଜି ପ୍ରଚାରରେ ବଲିଉଡ୍ ସୁପରଷ୍ଟାର ମିଥୁନ୍ ଚକ୍ରବର୍ତ୍ତି ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ବିଜେପିର ମିଶନ ପଶ୍ଚିମ ବଙ୍ଗ । ଆଜି କୋଲକାତାରେ ମୋଦି କରିବେ ବିଶାଳ ସମାବେଶ । କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ଏହି ସମାବେଶରେContinue reading “ଆଜି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ମୋଦିଙ୍କ ମହାବେଶ । ମିଥୁନ ଚକ୍ରବର୍ତିଙ୍କ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର”

ଗୋପାଳନ କ୍ଷେତ୍ରରେ ଧୋନୀ ନମ୍ବର ୱାନ୍ । ସର୍ବଶ୍ରେଷ୍ଠ ଗୋପାଳନ ଭାବେ ମିଳିଲା ସାର୍ଟିଫିକେଟ୍, ହେଲେ ସମ୍ମାନିତ

 କ୍ରିକେଟ ପଡିଆରେ ଅନେକ ରେକର୍ଡ ସୃଷ୍ଟି କରି ନିକଟରେ ଅବସର ନେଇଥିବା କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏବେ ଆଉ ଏକ ସମ୍ମାନ ମିଳିଛି | କ୍ରିକେଟରୁ ଅବସର ନେବା ପରେ ପଶୁପାଳନ ଓ ଚାଷରେ ଧ୍ୟାନ କେନ୍ଦ୍ରିତ କରିଥିବା ଧୋନୀଙ୍କୁ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଭାବେ ସମ୍ମାନିତ କରାଯାଇଛି | ଝାଡ଼ଖଣ୍ଡର ରାଞ୍ଚିରେ ଚାଲିଥିବା କୃଷକ ମେଳାରେ ପୂର୍ବ ଭାରତର ୧ନମ୍ବର ଗୋପାଳକ ଭାବେ ଧୋନୀଙ୍କୁ ଏହି ପୁରସ୍କାର ଦିଆଯାଇଛି | କୃଷକContinue reading “ଗୋପାଳନ କ୍ଷେତ୍ରରେ ଧୋନୀ ନମ୍ବର ୱାନ୍ । ସର୍ବଶ୍ରେଷ୍ଠ ଗୋପାଳନ ଭାବେ ମିଳିଲା ସାର୍ଟିଫିକେଟ୍, ହେଲେ ସମ୍ମାନିତ”

Design a site like this with WordPress.com
Get started