ରଣନୀତି ପାଇଁ ରାଜ୍ୟ ବିଜେପିର ମାନସ ମନ୍ଥନ । ଆଜି ଆୟୋଜିତ ହେବ କାର୍ଯ୍ୟକାରିଣୀ ବୈଠକ, ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ତିଆରି ହେବ ଆଗାମୀ ଦିନ ପାଇଁ ବ୍ଲୁ ପ୍ରିଣ୍ଟ ।

କନକ ବ୍ୟୁରୋ : ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏଥିରେ ଦଳର ଆଗାମୀ ଦିନର ରଣନୀତିକୁ ଅଧିକ ସୁସଂଗଠିତ କରାଯିବା ପାଇଁ ବ୍ଲୁପ୍ରିଂଟ ତିଆରି ହେବ ବୋଲି ସୂଚନା ମିଳିଛି । ଗତକାଲି ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଗଠନ ପ୍ରସଙ୍ଗ ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଏଥିରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ବୈଠକରେContinue reading “ରଣନୀତି ପାଇଁ ରାଜ୍ୟ ବିଜେପିର ମାନସ ମନ୍ଥନ । ଆଜି ଆୟୋଜିତ ହେବ କାର୍ଯ୍ୟକାରିଣୀ ବୈଠକ, ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ତିଆରି ହେବ ଆଗାମୀ ଦିନ ପାଇଁ ବ୍ଲୁ ପ୍ରିଣ୍ଟ ।”

ଜଳୁଛି ରାଜଧାନୀ । ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ, ଶନିବାର ଦେଶରେ ସର୍ବୋଚ୍ଚ ତତଲା ସହର ହେଲା ଭୁବନେଶ୍ୱର ।

କନକ ବ୍ୟୁରୋ : ପୁଣି ଦେଶର ତତଲା ସହର ସାଜିଲା ରାଜଧାନୀ ଭୁବନେଶ୍ୱର । ଗତକାଲି ପୁଣି ଥରେ ସହରର ତାପମାତ୍ରା ରେକର୍ଡ ଛୁଇଁଛି । ଶନିବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୦ ଦଶମିକ ୪ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ଏହା ଦେଶର ସବୁଠାରୁ ଅଧିକ ତାପମାତ୍ରା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ କ୍ରମାଗତ ଭାବେ ତିନି ଦିନ ଧରି ଦେଶର ତତଲା ସହର ସାଜିଥିଲା ଭୁବନେଶ୍ୱରContinue reading “ଜଳୁଛି ରାଜଧାନୀ । ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ, ଶନିବାର ଦେଶରେ ସର୍ବୋଚ୍ଚ ତତଲା ସହର ହେଲା ଭୁବନେଶ୍ୱର ।”

ମାତ୍ରାଧିକ କୋଭିଡ୍ ଟିକା ତିଆରି ନେଇ ବଢିଲା ଚିନ୍ତା । ପର୍ଯ୍ୟାପ୍ତ ପରିମାଣରେ ମିଳୁନି କଞ୍ଚାମାଲ

କୋଭିଡ୍‌ ଟିକା ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲର ଅଭାବ ଯୋଗୁଁ ବିଶ୍ବ ସମୁଦାୟର ଚାହିଦା ମୁତାବକ ଟିକାପ୍ରସ୍ତୁତି ହୋଇପାରୁନାହିଁ ବୋଲି ବିଶ୍ବର ସର୍ବାଧିକ ଟିକା ପ୍ରସ୍ତୁତକର୍ତ୍ତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାଵାଲା ସତର୍କ କରାଇ ଦେଇଛନ୍ତି । ତେବେ ଏହା ପଛରେ ଆମେରିକା ବାଇଡେନ୍‌ ପ୍ରଶାସନର ଫାଇଜର କମ୍ପାନି ପ୍ରୀତିକୁ ସେ ଦାୟୀ କରିଛନ୍ତି। ଆଷ୍ଟ୍ରାଜେନେକା ଓ ନୋଭାଭାକ୍ସ କମ୍ପାନି ପକ୍ଷରୁ କୋଟି କୋଟି ସଂଖ୍ୟାରେ କୋଭିଡ୍‌ ଟିକାର ମାତ୍ରା ପ୍ରସ୍ତୁତ କରିବାର ଲାଇସେନ୍ସ ପାଇଥିବାContinue reading “ମାତ୍ରାଧିକ କୋଭିଡ୍ ଟିକା ତିଆରି ନେଇ ବଢିଲା ଚିନ୍ତା । ପର୍ଯ୍ୟାପ୍ତ ପରିମାଣରେ ମିଳୁନି କଞ୍ଚାମାଲ”

ଦେଶରେ ଡର ବଢାଉଛି କରୋନା ଭୂତାଣୁ । ୮ ରାଜ୍ୟର ୬୩ ଜିଲ୍ଲାରେ ବିଗୁଡୁଛି ସ୍ଥିତି ।

କନକ ବ୍ୟୁରୋ : ଦେଶରେ ଡର ବଢାଇଲାଣି କରୋନା ଭୂତାଣୁ । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୮ ହଜାର ୭୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆସାମର ଆକ୍ରାନ୍ତ ସଂଖ୍ୟା ଆସିନଥିବାରୁ ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ତେବେ ୧୮ ହଜାରରୁ ଅଧିକ ଆକ୍ରାନ୍ତ ସଂଖ୍ୟାକୁ ଦେଖିବାକୁ ଗଲେ, ଗତ ଜାନୁଆରୀ ୬ ତାରିଖ ପରେ ଦେଶରେ ଏପରି ଅଧିକ ସଂକ୍ରମଣ ଦେଖିବାକୁ ମିଳିଛି । ଶେଷ ଥରContinue reading “ଦେଶରେ ଡର ବଢାଉଛି କରୋନା ଭୂତାଣୁ । ୮ ରାଜ୍ୟର ୬୩ ଜିଲ୍ଲାରେ ବିଗୁଡୁଛି ସ୍ଥିତି ।”

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଆଶ୍ୱସ୍ତି । ନ୍ୟାସନାଲ ଆସେମ୍ଲିରେ ବିଶ୍ୱାସ ମତରେ ଜିତିଲେ ଇମ୍ରାନ ଖାନ୍ ।

କନକ ବ୍ୟୁରୋ: ଶକ୍ତି ପରୀକ୍ଷାରେ ବିଜୟ ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଶକ୍ତି ପରୀକ୍ଷାରେ ବିଜୟ ସହିତ ପାକିସ୍ତାନରେ ଇମ୍ରାନ ଖାନ ସରକାରକୁ ନେଇ ଲାଗି ରହିଥିବା ଆଶା ଆଶଙ୍କା ମଧ୍ୟ ଟଳିଯାଇଛି । ଶୁକ୍ରବାର ପାକ୍ ସଂସଦରେ ହୋଇଥିବା ଶକ୍ତି ପରୀକ୍ଷାକୁ ବର୍ଜନ କରିଥିଲେ ବିରୋଧୀ ଦଳ । ଆଉ ଇମ୍ରାନ୍ ଖାନଙ୍କ ଦଳ ତେହରିକ୍ ଇ ଇନସାଫ୍ ଦଳ ସପକ୍ଷରେ ଯାଇଥିଲା ୧୭୮ ଟି ମତ ।Continue reading “ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଆଶ୍ୱସ୍ତି । ନ୍ୟାସନାଲ ଆସେମ୍ଲିରେ ବିଶ୍ୱାସ ମତରେ ଜିତିଲେ ଇମ୍ରାନ ଖାନ୍ ।”

୧୦୦ ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ହରିୟାଣାରେ ଏକ୍ସପ୍ରେସ ୱେକୁ ୫ ଘଂଟା ଧରି ଅବରୋଧ କଲେ ଚାଷୀ । ସେପଟେ ଟୁଇଟ କରି କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ କୃଷିନୀତି ପ୍ରତ୍ୟାହାର ଦାବିରେ ଶହେ ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ । ଏହି ଅବସରରେ ଆଜି ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନରତ ଚାଷୀ କେନ୍ଦ୍ର ସରକାରଙ୍କ ବିରୋଧରେ ନିଜର ଅସନ୍ତୋଷ ପ୍ରଦର୍ଶନ କରିଛନ୍ତି । ଆଜି କୁଣ୍ଡଲି, ମାନେସର-ପାଲୱାଲ ଏକ୍ସପ୍ରେସ ୱେରେ ୫ ଘଂଟିଆ ରାଜପଥ ଅବରୋଧ ଫଳରେ ଗମନାଗମନ ଠପ୍ ହୋଇଯାଇଥିଲା । ଆଜି ହରିୟାଣାର ୱେଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେକୁ ଚାଷୀ ଘେରିଥିଲେ । ରାସ୍ତାContinue reading “୧୦୦ ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ହରିୟାଣାରେ ଏକ୍ସପ୍ରେସ ୱେକୁ ୫ ଘଂଟା ଧରି ଅବରୋଧ କଲେ ଚାଷୀ । ସେପଟେ ଟୁଇଟ କରି କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ ।”

ଆସନ୍ତାକାଲି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାବେଶ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ନେଇ ଦଳ ଆଶାବାଦୀ ।

କନକ ବ୍ୟୁରୋ: ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି । ଏଥିପାଇଁ ଆଜି ପଶ୍ଚିମବଙ୍ଗର ବିଜେପି ନେତାଏଁ ବ୍ରିଗେଡ୍ ଗ୍ରାଉଣ୍ଡ ପରିଦର୍ଶନ କରି ପ୍ରସ୍ତୁତି ତଦାରଖ କରିଛନ୍ତି । ଆସନ୍ତାକାଲି ବ୍ରିଗେଡ ଗ୍ରାଉଣ୍ଡରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହେବା ଆଶା ରଖିଛି ବିଜେପି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓ ବିଶାଳ ରାଲି । ଏଥର ମୋଦି ପଶ୍ଚିମବଙ୍ଗରେ ପ୍ରାୟ ୨୦ଟିContinue reading “ଆସନ୍ତାକାଲି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାବେଶ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ନେଇ ଦଳ ଆଶାବାଦୀ ।”

ଖୋର୍ଦ୍ଧା ଜିଲ୍ଲାରେ ବ୍ଲାକସ୍ପଟ୍ ଅଂଚଳ ଅଧିକ ଦୁର୍ଘଟଣାପ୍ରବଣ । ୨୦୧୯-୨୦ରେ କେବଳ ଖୋର୍ଦ୍ଧା ଜିଲ୍ଲାରେ ହୋଇଛି ୭୮୦ ଦୁର୍ଘଟଣା ।

କନକ ବ୍ୟୁରୋ: ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ କିଛି ବ୍ଲାକ ସ୍ପଟ୍ ଅଂଚଳ ଅଧିକ ଦୁର୍ଘଟଣାପ୍ରବଣ ବୋଲି ଜଣାପଡିଛି । ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରହିଛି । ଭୁବନେଶ୍ୱରର ପିତାପଲି, ପାହାଳ, ଆଚାର୍ଯ୍ୟ ବିହାର ଛକ, ଏଜି ଛକରୁ ରାଜଭବନ ଛକ, ରାମମନ୍ଦିର ଛକରୁ ମାଷ୍ଟର କ୍ୟାଂଟିନ, କଳିଙ୍ଗ ବିହାର ଓ ତମାଣ୍ଡୋ ଛକ, ଆଇଗଣିଆ, ଗଙ୍ଗପଡା ଛକ, ଲିଙ୍ଗିପୁର କଟ୍, ରାମେଶ୍ୱର, ନାଚୁଣୀ, ହଂସପାଳ ଓ ବୋମିଖାଲରେ ଅଧିକ ଦୁର୍ଘଟଣା ପ୍ରବଣ ବୋଲି ଜଣାପଡ଼ିଛିContinue reading “ଖୋର୍ଦ୍ଧା ଜିଲ୍ଲାରେ ବ୍ଲାକସ୍ପଟ୍ ଅଂଚଳ ଅଧିକ ଦୁର୍ଘଟଣାପ୍ରବଣ । ୨୦୧୯-୨୦ରେ କେବଳ ଖୋର୍ଦ୍ଧା ଜିଲ୍ଲାରେ ହୋଇଛି ୭୮୦ ଦୁର୍ଘଟଣା ।”

ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ । ମହିଳା ଭୋଟବ୍ୟାଙ୍କ ହାତେଇବାକୁ ବିଜେଡି, ବିଜେପି ଓ କଂଗ୍ରେସର କସରତ ।

କନକ ବ୍ୟୁରୋ: ସବୁ ରାଜନୈତିକ ଦଳଙ୍କ ଟାର୍ଗେଟରେ ମହିଳା । ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପଡୁଛି, ଏଥିଲାଗି ୩ଟି ରାଜନୈତିକ ଦଳ ନିଜ ନିଜର ବ୍ଲପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ଭୋଟବ୍ୟାଙ୍କକୁ ପ୍ରଭାବିତ କରିବାକୁ ନିଜ ନିଜ ସ୍ତରରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେଡି, ରାଜ୍ୟ କାର୍ଯ୍ୟାଳୟରେ ବଡ ଧରଣର ଆୟୋଜନ କରିଛି । ଏଥିରେContinue reading “ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ । ମହିଳା ଭୋଟବ୍ୟାଙ୍କ ହାତେଇବାକୁ ବିଜେଡି, ବିଜେପି ଓ କଂଗ୍ରେସର କସରତ ।”

ନାସା ନକ୍ସାରେ ଶିମିଳିପାଳ: ଏବେ ବି ଜଳୁଛି ଜଙ୍ଗଲ । ପଦକ୍ଷେପ ପରେ ମଧ୍ୟ ନିୟନ୍ତ୍ରଣ ହେଉନି ନିଆଁ।

କନକ ବ୍ୟୁରୋ: ଶିମିଳିପାଳ ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରୟାସ । ବନ ବିଭାଗ, ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ନିଆଁ ଲିଭା ଚାଲିଛି । ରାତିର ଅନ୍ଧାରରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏକାଧିକ ଦମକଳ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ପାଣି ପକାଉଛନ୍ତି ଆଉ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଶିମିଳିପାଳର ଆଭ୍ୟନ୍ତରୀଣ ଅଂଚଳରୁ ପ୍ରତିଦିନContinue reading “ନାସା ନକ୍ସାରେ ଶିମିଳିପାଳ: ଏବେ ବି ଜଳୁଛି ଜଙ୍ଗଲ । ପଦକ୍ଷେପ ପରେ ମଧ୍ୟ ନିୟନ୍ତ୍ରଣ ହେଉନି ନିଆଁ।”

Design a site like this with WordPress.com
Get started