କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ଯୋଜନା ନେଇ ଗତ ୨୭ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୩ଟି ସଂକଳ୍ପ ପ୍ରସ୍ତାବ ଦଳମତ ନିର୍ବିଶେଷରେ ପାରିତ ହୋଇଥିଲା । ଗୃହରେ ଉଭୟ ବିଜେପି ଓ କଂଗ୍ରେସ ଏହାକୁ ସମର୍ଥନ ଦେଇଥିଲେ । ଶ୍ରୀମନ୍ଦିରର ବିକାଶ ପାଇଁ ସମସ୍ତ ଜଗନ୍ନାଥ ପ୍ରେମୀ ଅବଦାନ ଦେବାକୁ ମଧ୍ୟ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଗଜପତିଙ୍କୁ ସେ ପ୍ରଶଂସା ମଧ୍ୟ କରିଥିଲେ । ଏପଟେ କିନ୍ତୁ ଶ୍ରୀମନ୍ଦିରର ବିକାଶContinue reading “ବଦଳୁଛି ରାଜ୍ୟ ରାଜନୀତିର ଚରିତ୍ର । ବିକାଶ ଓ ସ୍ଥାନୀୟ ପ୍ରସଙ୍ଗକୁ ପଛରେ ପକାଇ ଧସେଇ ପଶୁଛି ଜାତି ଓ ଧର୍ମର ମୁଦ୍ଦା ।”
Author Archives: Raghaba
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେଲେ ଗଜପତି । କହିଲେ, ଶ୍ରୀମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପଦକ୍ଷେପ ନିଆଯିବ ।
କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେଲେ ଗଜପତି । କହିଲେ, ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଜଗନ୍ନାଥ ମହାପ୍ରଭୁ । ଶ୍ରୀମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପଦକ୍ଷେପ ନିଆଯିବ । ରାଜ୍ୟ ସରକାର ଶ୍ରୀମନ୍ଦିର ଉନ୍ନତି କାମ ହାତକୁ ନେଇଛନ୍ତି । ଶ୍ରୀମନ୍ଦିର ଉନ୍ନତି ନେଇ ଗଜପତିଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଗଜପତି ମହାରାଜାଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବାContinue reading “କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେଲେ ଗଜପତି । କହିଲେ, ଶ୍ରୀମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପଦକ୍ଷେପ ନିଆଯିବ ।”
ଦିନ ଦ୍ୱିପହରରେ ରାସ୍ତା ଉପରେ ଯୁବକଙ୍କୁ ହାଣି ବିଭତ୍ସ ହତ୍ୟା । ଭୁବନେଶ୍ୱରର ଆଇନଶୃଙ୍ଖଳାକୁ ନେଇ ଉଠିଲା ପ୍ରଶ୍ନ ।
କନକ ବ୍ୟୁରୋ: ଭୁବନେଶ୍ୱରର ବିଚ ରାସ୍ତାରେ ଲୋମହର୍ଷଣକାରୀ ହତ୍ୟା । ଏମିତି ସେମିତି ହତ୍ୟା ନୁହେଁ, ଶହ ଶହ ଲୋକଙ୍କ ସାମ୍ନାରେ ହତ୍ୟାକାଣ୍ଡ ଘଟାଇଲେ ଦୁଇଭାଇ । ଏକ ପିକଅପ ଭ୍ୟାନ ଭିତରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ମାରଣାସ୍ତ୍ରରେ ଭୁଷି ଚାଲିଥିଲେ ଦୁଇଭାଇ । ଯାହାକୁ ଦେଖି ରାସ୍ତାରେ ଗାଡି ବି ଅଟକି ଯାଇଥିଲା ଆଉ ସ୍ତବ୍ଧ ହୋଇଯାଇଥିଲେ ଲୋକେ । ଘଟଣା ଏମିତି ଘଟିଥିଲା ଯେ, ବାଟରେ ଯାଉଥିବା ଲୋକ ବି ଅଭିଯୁକ୍ତଙ୍କୁContinue reading “ଦିନ ଦ୍ୱିପହରରେ ରାସ୍ତା ଉପରେ ଯୁବକଙ୍କୁ ହାଣି ବିଭତ୍ସ ହତ୍ୟା । ଭୁବନେଶ୍ୱରର ଆଇନଶୃଙ୍ଖଳାକୁ ନେଇ ଉଠିଲା ପ୍ରଶ୍ନ ।”
ଏଥର ନନ୍ଦୀଗ୍ରାମରେ ହାଇଭୋଲଟେଜ୍ ଲଢେଇ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କଲା ବିଜେପି ।
କନକ ବ୍ୟୁରୋ: ଆଜି ଭାରତୀୟ ଜନତା ର୍ପାର୍ଟି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରକାଶ କରିଛି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ୫୭ ଜଣଙ୍କର ନାମ ସ୍ଥାନ ପାଇଛି। ତେବେ ଏ ମଧ୍ୟରେ ବହୁଚର୍ଚ୍ଚିତ ତଥା ସମ୍ମାନଜନକ ନନ୍ଦୀଗ୍ରାମ ବିଧାନସଭା ଆସନ ରହିଛି। ଏଠାରୁ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପି ଆସିଥିବା ମମତା ବାନାର୍ଜୀଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଫଳରେ ନନ୍ଦୀଗ୍ରାମରେ ମମତା-ଶୁଭେନ୍ଦୁଙ୍କ ମଧ୍ୟରେ ହାଇଭୋଲଟେଜ୍Continue reading “ଏଥର ନନ୍ଦୀଗ୍ରାମରେ ହାଇଭୋଲଟେଜ୍ ଲଢେଇ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କଲା ବିଜେପି ।”
କରୋନା ସଂକ୍ରମଣ ନେଇ ୮ଟି ରାଜ୍ୟକୁ କେନ୍ଦ୍ରର ପରାମର୍ଶ । ଓଡିଶାର ୧୦ ଜିଲ୍ଲାକୁ ସଂକ୍ରମଣ ସ୍ଥିତି ନେଇ ସତର୍କ କଲା କେନ୍ଦ୍ର ।
କନକ ବ୍ୟୁରୋ: ୮ଟି ରାଜ୍ୟର ୬୩ଟି ଜିଲ୍ଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ସଂପୃକ୍ତ ଜିଲ୍ଲାଗୁଡିକରେ ଟେଷ୍ଟିଂ, କଂଟାକ୍ଟ ଟ୍ରେସିଂ ଓ ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସଂପୃକ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି । ଓଡିଶାଟି ୧୦ଟି ଜିଲ୍ଲା ସହ ଆନ୍ଦ୍ରପ୍ରଦେଶ, ହରିୟାଣା, ଗୋଆ, ହିମାଚଳ ପ୍ରଦେଶ, ଉତରାଖଣ୍ଡ ଓ କେନ୍ଦ୍ରଶାସିତ ଅଂଚଳ ଦିଲ୍ଲୀ–ଚଣ୍ଡୀଗଡର କିଛି ଜିଲ୍ଲା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁContinue reading “କରୋନା ସଂକ୍ରମଣ ନେଇ ୮ଟି ରାଜ୍ୟକୁ କେନ୍ଦ୍ରର ପରାମର୍ଶ । ଓଡିଶାର ୧୦ ଜିଲ୍ଲାକୁ ସଂକ୍ରମଣ ସ୍ଥିତି ନେଇ ସତର୍କ କଲା କେନ୍ଦ୍ର ।”
ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମୋହର । ମିଶନ ଶକ୍ତିକୁ ନୂଆ ବିଭାଗର ମାନ୍ୟତା ଦେବା ପ୍ରସ୍ତାବ ପାରିତ ।
କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବ ଉପରେ ଲାଗିଲା ମୋହର । ମିଶନ ଶକ୍ତିକୁ ନୂଆ ବିଭାଗର ମାନ୍ୟତା ଦେବା ପ୍ରସ୍ତାବ ପାରିତ । ୧୦ଟି ମେଗା ଗ୍ରାମାଞ୍ଚଳ ପ୍ରକଳ୍ପକୁ ମଞ୍ଜୁରୀ । ଆଳି, ରାଜକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା, ଜଟଣୀରେ ହେବ ପ୍ରକଳ୍ପ । ଗଦିଁଆ, ଭୁବନ, ଯାଜପୁର ଓ ବିଞ୍ଝାରପୁର ବ୍ଲକରେ ହେବ ପ୍ରକଳ୍ପ । ଏମ୍ସର ସାଟେଲାଇଟ ସେଣ୍ଟରକୁ ୨୫ ଏକର ଜାଗା ଦେବା ପ୍ରସ୍ତାବ ମଧ୍ୟ ପାରିତ ।Continue reading “ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମୋହର । ମିଶନ ଶକ୍ତିକୁ ନୂଆ ବିଭାଗର ମାନ୍ୟତା ଦେବା ପ୍ରସ୍ତାବ ପାରିତ ।”
ବିଗିଡ଼ିଲା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କ ସ୍ୱାସ୍ଥ୍ୟାବସ୍ଥା । ଚିକିତ୍ସା ପାଇଁ ବିମାନ ଯୋଗେ ନିଆଗଲା ମୁମ୍ବାଇ।
କନକ ବ୍ୟୁରୋ : ବିଗିଡିଲା ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ସାଂସଦ ଥିବା ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା। ହଠାତ ସ୍ୱାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଯିବାରୁ ପ୍ରଜ୍ଞା ସିଂ ଠାକୁରଙ୍କୁ ବିମାନ ଯୋଗେ ଚିକିତ୍ସା ପାଇଁ ମୁମ୍ବାଇ ନିଆଯାଇଛି। ବିଜେପି ସାଂସଦଙ୍କ କାର୍ୟ୍ୟାଳୟ ଅନୁଯାୟୀ, ପ୍ରଜ୍ଞା ଠାକୁରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହା ପରେ ତାଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଗତ ମାସରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିବାରୁ ବିଜେପି ସାଂସଦଙ୍କୁContinue reading “ବିଗିଡ଼ିଲା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କ ସ୍ୱାସ୍ଥ୍ୟାବସ୍ଥା । ଚିକିତ୍ସା ପାଇଁ ବିମାନ ଯୋଗେ ନିଆଗଲା ମୁମ୍ବାଇ।”
ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପାଇବେ ପିଏମ୍ କିଷାନ୍ ଯୋଜନାର ଲାଭ । ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ପ୍ରତିଶ୍ରୁତି ଦେଲେ କେନ୍ଦ୍ର କୃଷି ମନ୍ତ୍ରୀ ।
କନକ ବ୍ୟୁରୋ: ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବେ । ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ଏନେଇ ତତକ୍ଷଣାତ ପଦକ୍ଷେପ ନେବା ସ୍ୱରୂପ କେନ୍ଦ୍ର କୃଷି ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଟ୍ୱିଟ୍ କରି କହିଛନ୍ତିContinue reading “ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପାଇବେ ପିଏମ୍ କିଷାନ୍ ଯୋଜନାର ଲାଭ । ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ପ୍ରତିଶ୍ରୁତି ଦେଲେ କେନ୍ଦ୍ର କୃଷି ମନ୍ତ୍ରୀ ।”
ପରିତ୍ୟକ୍ତ କୂଅରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା, କାରଣ ଅସ୍ପଷ୍ଟ ।
କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅରୁ ମା’ ଓ ଝିଅଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ଘଟଣା ଘଟିଛି ଚେଡେଙ୍ଗା ପଞ୍ଚାୟତର କଉଡିଗୁଡା ଗ୍ରାମରେ । ଏହି ଗ୍ରାମରେ ବାସ କରୁଥିବା ହରି କାଉଡି ଓ ତାଙ୍କ ପତ୍ନୀ ମୋତି କାଉଡିଙ୍କର ଏକ ଛୋଟ ପରିବାର । ଏହି ଦମ୍ପତିଙ୍କର ଗୋଟିଏ ଚାରି ବର୍ଷର ଝିଅ ରଜନୀ କାଉଡି । ତେବେContinue reading “ପରିତ୍ୟକ୍ତ କୂଅରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା, କାରଣ ଅସ୍ପଷ୍ଟ ।”
ସିଆରପି ଛକ ହତ୍ୟାକାଣ୍ଡ ପଛରେ ପ୍ରେମ ଆଙ୍ଗଲ। ମୃତ ଟୁକୁନାଙ୍କ ସାଙ୍ଗ କହିଲେ, ତାଙ୍କ ଭଉଣୀ ସହ ଥିଲା ସୁଧୀରର ପ୍ରେମ ସମ୍ପର୍କ।
କନକ ବ୍ୟୁରୋ: ସିଆରପି ଛକ ହତ୍ୟାକାଣ୍ଡ ପଛରେ ରହିଛି ପ୍ରେମ ଆଙ୍ଗଲ । ମୃତ ଟୁକୁନାଙ୍କ ସାଙ୍ଗ କହିଛନ୍ତ, ଟୁକୁନାଙ୍କ ଭଉଣୀ ସହ ସୁଧୀରର ପ୍ରେମ ସମ୍ପର୍କ ଥିଲା । ଏପରିକି ଶାରୀରିକ ସମ୍ପର୍କର ଅଶ୍ଲୀଳ ଭିଡିଓ ରଖି ଟୁକୁନା ବ୍ଲାକମେଲ କରୁଥିଲା । ଯାହାକୁ ଡିଲିଟ କରିବା ପାଇଁ ବାରମ୍ବାର ସୁଧୀର କହିଥିଲେ ମଧ୍ୟ ଟୁକୁନା ଏହା କରିନଥିଲା । ପରେ ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗିରହିିଲା ।Continue reading “ସିଆରପି ଛକ ହତ୍ୟାକାଣ୍ଡ ପଛରେ ପ୍ରେମ ଆଙ୍ଗଲ। ମୃତ ଟୁକୁନାଙ୍କ ସାଙ୍ଗ କହିଲେ, ତାଙ୍କ ଭଉଣୀ ସହ ଥିଲା ସୁଧୀରର ପ୍ରେମ ସମ୍ପର୍କ।”