ଚଢାଉ ପରେ ମୁଁ ଆଉ ଶସ୍ତା ନୁହେଁ ବୋଲି କହିଥିଲେ ତାପସୀ । କଙ୍ଗନା କହିଲେ, ତୁମେ ଶସ୍ତା ଥିଲ, ଶସ୍ତା ରହିବ । 

କନକ ବ୍ୟୁରୋ : ମାର୍ଚ୍ଚ ୩ରେ ଆୟକର ବିଭାଗ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଆୟକର ବିଭାଗର ଏହି ଚଢ଼ାଉ ପରେ ଏବେ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ପୂର୍ବରୁ ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ଅନେକ ଟୁଇଟର ୱାର ହୋଇଥିବା ଦେଖାଯାଇଛି। ହେଲେ ଏବେ ଆୟକର ବିଭାଗର ଚଢ଼ାଉ ପରେ ପୁଣି ଥରେ ତାପସୀଙ୍କୁ ଟାର୍ଗେଟ କରିContinue reading “ଚଢାଉ ପରେ ମୁଁ ଆଉ ଶସ୍ତା ନୁହେଁ ବୋଲି କହିଥିଲେ ତାପସୀ । କଙ୍ଗନା କହିଲେ, ତୁମେ ଶସ୍ତା ଥିଲ, ଶସ୍ତା ରହିବ । “

ଆଇପିଏଲକୁ ନେଇ ବଡ ଖବର । ୯ ଏପ୍ରିଲରୁ ଆରମ୍ଭ ହୋଇପାରେ ଆଇପିଏଲ, ୬ଟି ସ୍ଥାନରେ ଖେଳାଯାଇପାରେ ମ୍ୟାଚ୍ ।

କନକ ବ୍ୟୁରୋ : ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗର ୧୪ତମ ସଂସ୍କରଣ ଆସନ୍ତା ଏପ୍ରିଲ୍‌‌ ୯ ତାରିଖରୁ ଆରମ୍ଭ ହେବାଲାଗି ସ୍ଥିର ହୋଇଥିବା ସୂଚନା ମିଳିଛି। ଆଇପିଏଲ୍ ମ୍ୟାଚ୍‌‌ ଏପ୍ରିଲ୍‌ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ତାରିଖ ପର୍ଯ୍ୟନ୍ତ ଦେଶର ୬ଟି ସ୍ଥାନ‌ରେ ଅନୁଷ୍ଠିତ ହୋଇପାରେ । ସୂଚନା ଅନୁସାରେ ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ଆଇପିଏଲ୍ ମ୍ୟାଚ ଖେଳାଯିବ। ସମୁଦାୟ ୫୧ ଦିନ ଧରି ଅନୁଷ୍ଠିତ ଦିନ ଧରି ଅନୁଷ୍ଠିତContinue reading “ଆଇପିଏଲକୁ ନେଇ ବଡ ଖବର । ୯ ଏପ୍ରିଲରୁ ଆରମ୍ଭ ହୋଇପାରେ ଆଇପିଏଲ, ୬ଟି ସ୍ଥାନରେ ଖେଳାଯାଇପାରେ ମ୍ୟାଚ୍ ।”

ମୋଦି ଷ୍ଟାଡିୟମରେ ମହାବିଜୟ । ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ମାତ୍ ଦେଇ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଟିକେଟ ହାତେଇଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଭାରତର ଏଣ୍ଟ୍ରି । ଚତୁର୍ଥ ଟେଷ୍ଟରେ ବିଜୟ ସହ ସିରିଜରେ ୩-୧ରେ ଆଗୁଆ ରହି ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଟିକେଟ ହାତେଇଛି ଟିମ୍ ଇଣ୍ଡିଆ । ଅକ୍ଷର-ଅଶ୍ୱିନୀଙ୍କ ଘାତକ ବୋଲିଂ ବଳରେ ଚତୁର୍ଥ ଟେଷ୍ଟରେ ଇନିଂସ ପରାଜୟବରଣ କରିଛି ଇଂଲଣ୍ଡ । ଇନିଂସ ଓ ୨୫ ରନରେ ପରାଜିତ ହେବା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରୁ ମଧ୍ୟ ବାଦ୍ ପଡିଛି ଇଂଲଣ୍ଡ । ଦ୍ୱିତୀୟ ଇନିଂସରେ ୫ଟିContinue reading “ମୋଦି ଷ୍ଟାଡିୟମରେ ମହାବିଜୟ । ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ମାତ୍ ଦେଇ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଟିକେଟ ହାତେଇଲା ଟିମ୍ ଇଣ୍ଡିଆ ।”

ପତ୍ନୀଙ୍କ ବିୟୋଗରେ ଭାଙ୍ଗିପଡିଲେ ସ୍ୱାମୀ, ସ୍ମୃତିକୁ ଝୁରିଝୁରି ତିଆରି କରିଦେଲେ ତାଜମହଲ ।

କନକ ବ୍ୟୁରୋ: କୁହାଯାଏ, ପ୍ରେମ ଓ ଭଲ ପାଇବାର ପ୍ରତୀକ ହେଉଛି ତାଜମହଲ । ପ୍ରେମର ସନ୍ତକ ରୂପେ ସାରା ବିଶ୍ୱରେ ତାଜମହଲ ବେଶ୍ ଖ୍ୟାତି ଅର୍ଜନ କରିଛି । ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ତିଆରି କରିଥିଲେ ଶାହାଜାହାନ । ଆଉ ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ତାଜମହଲ ସ୍ଥାନ ପାଇଛି । ତେବେ ସତରେ ହେଉ କିମ୍ବା ଫଟୋ ଓ ଭିଡିଓରେ ଆପଣ କେବେ ନା କେବେ ତାଜମହଲ ନିଶ୍ଚୟ ଦେଖିଥିବେ । କିନ୍ତୁ ଆଜିContinue reading “ପତ୍ନୀଙ୍କ ବିୟୋଗରେ ଭାଙ୍ଗିପଡିଲେ ସ୍ୱାମୀ, ସ୍ମୃତିକୁ ଝୁରିଝୁରି ତିଆରି କରିଦେଲେ ତାଜମହଲ ।”

ବଞ୍ଚିଗଲା ଇମ୍ରାନଙ୍କ ଇଜ୍ଜତ । ୧୭୮ ଭୋଟରେ ଆସ୍ଥା ଭୋଟ ଜିତିବା ସହ ସଂସଦରେ ବହୁମତ ପ୍ରମାଣିତ କଲେ ପାକ୍ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ବଞ୍ଚିଗଲା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇଜ୍ଜତ । ବିରୋଧୀଙ୍କ ଦାବି ପରେ ସଂସଦରେ ଆସ୍ଥା ଭୋଟ ଲୋଡି ବିଜୟୀ ହୋଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବହୁମତ ହାସଲ କରିଛନ୍ତି। ୧୭୮ଭୋଟରେ ସେ ଆସ୍ଥା ଭୋଟ ଜିତିଥିବା ଜଣାପଡ଼ିଛି। ପାକିସ୍ତାନ ସିନେଟ୍ ନିର୍ବାଚନରେ ଇମ୍ରାନଙ୍କ ଅର୍ଥମନ୍ତ୍ରୀ ଅବ୍ଦୁଲ ହଫିଜ୍ ଶେଖ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିପିପି ପାର୍ଟିର ବରିଷ୍ଠ ନେତା ୟୁସୁଫ୍ ରାଜା ଗିଲାନୀଙ୍କଠାରୁ ପରାଜିତ ହେବାContinue reading “ବଞ୍ଚିଗଲା ଇମ୍ରାନଙ୍କ ଇଜ୍ଜତ । ୧୭୮ ଭୋଟରେ ଆସ୍ଥା ଭୋଟ ଜିତିବା ସହ ସଂସଦରେ ବହୁମତ ପ୍ରମାଣିତ କଲେ ପାକ୍ ପ୍ରଧାନମନ୍ତ୍ରୀ ।”

ସାଲିଆ ସାହିରୁ ଆଣିଲେ, ସିଆରପି ଛକରେ ହାଣିଲେ । ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ହତ୍ୟାର ପୁରା କାହାଣୀ କହିଲେ ଡିସିପି ।

କନକ ବ୍ୟୁରୋ: ହଠାତ ରାଜଧାନୀ ଭୁବନେଶ୍ୱରର ସିଆରପି ଛକରେ ଯେଉଁହଲା ପଟା ଦେଖାଦେଲା, ତାର ପୁରା କାହାଣୀ କହିଛନ୍ତି ଡିସିପି ଉମାଶଙ୍କର ମିଶ୍ର । ସାଲିଆ ସାହିର ୩ଜଣ ବ୍ୟକ୍ତି ସାଗର ପୃଷ୍ଟି, ସୁଧିର ପୃଷ୍ଟି, ଟୁକୁନା ଦାସ ଓରଫ ଜଟ ଏକ ପିକପ ଭ୍ୟାନରେ ଆସୁଥିବା ବେଳେ ସିଆରପି ଛକରେ ଅଟକି ଯାଇଥିଲା ଗାଡି । ହଠାତ ଗାଡିଟିକୁ ଅଟକାଇ ଦେଇ ସୁଧିର ଓ ସାଗର ଏଖ ଛୋଟ ଖଣ୍ଡା ଭଳି ମାରଣାସ୍ତ୍ରରେ ଟୁକୁନାଙ୍କୁ ମରଣାନ୍ତକContinue reading “ସାଲିଆ ସାହିରୁ ଆଣିଲେ, ସିଆରପି ଛକରେ ହାଣିଲେ । ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ହତ୍ୟାର ପୁରା କାହାଣୀ କହିଲେ ଡିସିପି ।”

ସିନ୍ଦୂର ପିନ୍ଧି ଶାଶୁଘରକୁ ଯିବା ବଦଳରେ ଶ୍ମଶାନ ଗଲା କନ୍ୟାର ଶବ । ବିଦାୟୀ ବେଳେ କାନ୍ଦି କାନ୍ଦି ହୋଇଗଲା ହୃଦଘାତ, ଚାଲିଗଲା ଜୀବନ ।

କନକ ବ୍ୟୁରୋ: ସ୍ୱପ୍ନ ଭାଙ୍ଗିଗଲା, ଆଶା ମରିଗଲା, ସିନ୍ଦୂର ପିନ୍ଧି ପ୍ରିୟା ମୋର ପରପାରିକୁ ଚାଲିଗଲା । ନା ସଂସାର ଆଗେଇଲା, ନା ସାଙ୍ଗରେ ରହିଲା… ନୂଆ ସମ୍ପର୍କଟେ ଆରମ୍ଭ ହେଉ ହେଉ ଶେଷ ହୋଇଗଲା । ହାତଗଣ୍ଠି ପଡିବାର କେଇ ମୁହୂର୍ତ୍ତ ପରେ ହାତଛାଡି ଚାଲିଗଲା, ବେଦୀରୁ ଉଠିବା ପରେ ହିଁ ସବୁଦିନ ପାଇଁ ବିଦାୟ ନେଇଗଲା… ଆଖି ଆଗରେ ଜୀବନସାଥୀର ମୃତ୍ୟୁ ପରେ ଏବେ କେମିତି ଜିଇଁବ ଆଉ ଗୋଟେ ଜୀବନ ? ଏକାଏକାContinue reading “ସିନ୍ଦୂର ପିନ୍ଧି ଶାଶୁଘରକୁ ଯିବା ବଦଳରେ ଶ୍ମଶାନ ଗଲା କନ୍ୟାର ଶବ । ବିଦାୟୀ ବେଳେ କାନ୍ଦି କାନ୍ଦି ହୋଇଗଲା ହୃଦଘାତ, ଚାଲିଗଲା ଜୀବନ ।”

ବିଶ୍ୱର ସବୁଠୁ ଲମ୍ବା ଜୀବିତ ବିଲେଇ । ଲମ୍ବ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

କନକ ବ୍ୟୁରୋ :  ‘ଗିନିଜ୍‌ ବୁକ୍‌’ ଅନୁଯାୟୀ ଏବେ ଜୀବିତ ଥିବା ବିଶ୍ୱର ସବୁଠାରୁ ଲମ୍ବା ବିଲେଇର ନାମ ଲୁଡୋ। ଲୁଡୋର ଲମ୍ବ ୩ ଫୁଟ୍‌ ୧୦.୬ ଇଂଚ୍‌। ଲୁଡୋକୁ ପାଳିଛନ୍ତି ଇଂଲଣ୍ଡ୍‌ ଅନ୍ତର୍ଗତ ୱେକଫିଲଡର କେଲସି ଗିଲ୍‌। ଲୁଡୋ, ମେନ୍‌ କୁନ୍‌ ପ୍ରଜାତିର ବିଲେଇ। ତେବେ, ଲୁଡୋ ସର୍ବକାଳୀନ ଲମ୍ବା ବିଲେଇ ନୁହେଁ। କିଛି ବର୍ଷ ତଳେ ସବୁଠାରୁ ଲମ୍ବା ବିଲେଇ ଥିଲା ଷ୍ଟିଵି। ଷ୍ଟିୱି ମଧ୍ୟ ମେନ୍‌ କୁନ୍‌ ପ୍ରଜାତିର ଥିଲା। ପାଳିଥିଲେ, ଯୁକ୍ତରାଷ୍ଟ୍ରContinue reading “ବିଶ୍ୱର ସବୁଠୁ ଲମ୍ବା ଜୀବିତ ବିଲେଇ । ଲମ୍ବ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।”

ଫେବ୍ରୁଆରୀରେ ମମତାଙ୍କ ଦଳ ଛାଡିଥିଲେ, ଆଜି ବିଜେପିରେ ସାମିଲ ହେଲେ ଦିନେଶ । ଜେପି ନଡ୍ଡା କହିଲେ, ଉପଯୁକ୍ତ ଦଳରେ ସାମିଲ ହୋଇଛନ୍ତି ଦିନେଶ ।

କନକ ବ୍ୟୁରୋ : ଫେବ୍ରୁଆରୀ ମାସରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟାଳୟରେ  ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦିନେଶ ତ୍ରିବେଦୀ ବିଜେପିରେ ଯୋଗ ଦେଇଛନ୍ତି। ଦିନେଶ ତ୍ରିବେଦୀଙ୍କୁ ଦଳକୁ ସ୍ୱାଗତ କରି ଜେପି ନଡ୍ଡା କହିଛନ୍ତି, ଦିନେଶଙ୍କୁ ‘ବିଜେପି’କୁ ସ୍ୱାଗତ କରୁଛି। ମୁଁContinue reading “ଫେବ୍ରୁଆରୀରେ ମମତାଙ୍କ ଦଳ ଛାଡିଥିଲେ, ଆଜି ବିଜେପିରେ ସାମିଲ ହେଲେ ଦିନେଶ । ଜେପି ନଡ୍ଡା କହିଲେ, ଉପଯୁକ୍ତ ଦଳରେ ସାମିଲ ହୋଇଛନ୍ତି ଦିନେଶ ।”

୧୦୦ ଦିନ ଛୁଇଁଲା ଚାଷୀ ଆନ୍ଦୋଳନ: ରାସ୍ତା ଅବରୋଧ କରି ଶକ୍ତିପ୍ରଦର୍ଶନ କଲେ ଚାଷୀ ।

କନକ ବ୍ୟୁରୋ: ୧୦୦ ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆଜି ୧୦୦ ଦିନ ପୂରିଛି । ଏପର୍ଯ୍ୟନ୍ତ ବି କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି ଆନ୍ଦୋଳନରତ ଚାଷୀ । ତେବେ ଆନ୍ଦୋଳନକୁ ୧୦୦ ଦିନ ପୂରିଥିବାବେଳେ ପୂର୍ବାହ୍ନ ୧୧ଟାରୁ କେଏମପି ଏକ୍ସପ୍ରେସ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଆନ୍ଦୋଳନରତ ଚାଷୀ ।Continue reading “୧୦୦ ଦିନ ଛୁଇଁଲା ଚାଷୀ ଆନ୍ଦୋଳନ: ରାସ୍ତା ଅବରୋଧ କରି ଶକ୍ତିପ୍ରଦର୍ଶନ କଲେ ଚାଷୀ ।”

Design a site like this with WordPress.com
Get started