ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସମୟରେ ପର୍ଦ୍ଦାଫାସ ହୋଇଥିବା ଡ୍ରଗ୍ସ ମାମଲାରେ ଏନ୍ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ) ଆଜି ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟରେ ୧୨ ହଜାର ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଛି । ୨୦୦ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରିବାପରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ଚାର୍ଜସିଟ୍ରେ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସମେତ ୩୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଗତContinue reading “ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଚାର୍ଜସିଟ୍ ଦାଖଲ କଲା ଏନସିବି । ବଢିପାରେ ରିୟା ଚକ୍ରବର୍ତ୍ତିଙ୍କ ଟେନସନ୍”
Author Archives: Raghaba
ଆହୁରି ବଢିପାରେ ପେଟ୍ରୋଲ ଓ ଡିଜେଲ ଦର : ତୈଳ ଉତ୍ପାଦନ ସମ୍ପର୍କିତ କଟକଣା ହଟାଇନେବା ପାଇଁ ଭାରତର ଦାବିକୁ ଓପେକ୍ ଦେଶସମୁହର ପ୍ରତ୍ୟାଖ୍ୟାନ
କନକ ବ୍ୟୁରୋ : ପେଟ୍ରୋଲ କିଣିଲେ ଏବେ ଗ୍ରାହକଙ୍କ ପକେଟ ପୋଡୁଛି । ଯଦିଓ ଗତ ୫ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତିତ ରହିଛି । କିନ୍ତୁ ଏବେ ବି ପେଟ୍ରୋଲ ୯୦ ଟଙ୍କା ଉପରେ ଓ ଡିଜେଲ ଲିଟର ପିଛା ଦର ୮୫ ଟଙ୍କାରୁ ଅଧିକ ରହିଛି । ହେଲେ ଆଗକୁ ଏହା ଆହୁରି ମହଙ୍ଗା ହେବାର ସଂକେତ ମିଳୁଛି । କାରଣ ଓପେକ ଅର୍ଥାତ ଅର୍ଗାନାଇଜେସନ ଅଫ ପେଟ୍ରୋଲିୟମ ଏକ୍ସପୋର୍ଟିଂ କଂଟ୍ରିଜ,Continue reading “ଆହୁରି ବଢିପାରେ ପେଟ୍ରୋଲ ଓ ଡିଜେଲ ଦର : ତୈଳ ଉତ୍ପାଦନ ସମ୍ପର୍କିତ କଟକଣା ହଟାଇନେବା ପାଇଁ ଭାରତର ଦାବିକୁ ଓପେକ୍ ଦେଶସମୁହର ପ୍ରତ୍ୟାଖ୍ୟାନ”
ରାଜସ୍ଥାନରେ ବିବାହ ସାରି ଭୁବନେଶ୍ବରରେ ସବ୍ୟସାଚୀ ଓ ଅର୍ଚ୍ଚିତା : ପୁଷ୍ପଗୁଚ୍ଛ ଦେଇ ଭୁବନେଶ୍ୱର ବିମାନବନ୍ଦରରେ ପରିବାରବର୍ଗ ଏବଂ ଶୁଭେଚ୍ଛୁ କଲେ ସ୍ୱାଗତ
କନକ ବ୍ୟୁରୋ : ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଭୁବନେଶ୍ୱରରେ ପହଂଚିଛନ୍ତି ଓଲିଉଡର ହଟ ଯୋଡି ସବ୍ୟସାଚ୍ଚୀ ଏବଂ ଅର୍ଚ୍ଚିତା । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେମାନଙ୍କର ପରିବାରବର୍ଗ ଏବଂ ଶୁଭେଚ୍ଛୁମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ରାଜସ୍ଥାନରେ ଡେଷ୍ଟିନେସନ ୱେଡିଂ ଜରିଆରେ ବିବାହ କରିଥିଲେ ଉଭୟ । ଅଳ୍ପ କିଛି ସମ୍ପର୍କିୟ ବନ୍ଧୁଙ୍କ ଗହଳରେ ହୋଇଥିଲା ଏହି ବିବାହ ଉତ୍ସବ । ବିବାହ ବେଳର କିଛି ଫଟୋ ମଧ୍ୟ ଉଭୟContinue reading “ରାଜସ୍ଥାନରେ ବିବାହ ସାରି ଭୁବନେଶ୍ବରରେ ସବ୍ୟସାଚୀ ଓ ଅର୍ଚ୍ଚିତା : ପୁଷ୍ପଗୁଚ୍ଛ ଦେଇ ଭୁବନେଶ୍ୱର ବିମାନବନ୍ଦରରେ ପରିବାରବର୍ଗ ଏବଂ ଶୁଭେଚ୍ଛୁ କଲେ ସ୍ୱାଗତ”
ଆସନ୍ତା ୪ରୁ ୫ଦିନ ତାତିରୁ ମିଳିବ ଆଶ୍ୱସ୍ତି… ଏହି ଜିଲ୍ଲା ଗୁଡିକରେ ସକାଳୁ ସକାଳୁ ପଡିବ ହାଲକା କୁହୁଡି
ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ତାପମାତ୍ରାରେ ବୃଦ୍ଧି ଦେଖାଯିବ ନାହିଁ । ଏବେର ତାପମାତ୍ରା ଜାରି ରହିବ ଓ ଦିନ କିମ୍ବା ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିଛି କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି । ସେ ସବୁ ସ୍ଥାନରେ ଆସନ୍ତା ୪/୫ ଦିନ ଯାଏ ବି ସେହିଭଳି ତାପମାତ୍ରା ଜାରି ରହିବ। ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,Continue reading “ଆସନ୍ତା ୪ରୁ ୫ଦିନ ତାତିରୁ ମିଳିବ ଆଶ୍ୱସ୍ତି… ଏହି ଜିଲ୍ଲା ଗୁଡିକରେ ସକାଳୁ ସକାଳୁ ପଡିବ ହାଲକା କୁହୁଡି”
ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଯୁଦ୍ଧକାଳୀନ ଭିତରେ ଚାଲିଛି କାମ : ବନ ବିଭାଗ, ଓଡ୍ରାମ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ଚାଲିଛି ନିଆଁ ଲିଭା
କନକ ବ୍ୟୁରୋ : ଶିମିଳିପାଳର ନିଆଁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ନିଆଁକୁ ଆୟତ କରିବା ପାଇଁ ଯୁଦ୍ଧକାଳିନ ଭିତରେ ଚାଲିଛି ପ୍ରୟାସ । ବନ ବିଭାଗ, ଓଡ୍ରାମ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ଚାଲିଛି ନିଆଁ ଲିଭା । ରାତିର ଅନ୍ଧାରରେ ବି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏକାଧିକ ଦମକଳ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ପାଣି ମରାଯାଉଛି । ପିସିସିଏଫ୍Continue reading “ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଯୁଦ୍ଧକାଳୀନ ଭିତରେ ଚାଲିଛି କାମ : ବନ ବିଭାଗ, ଓଡ୍ରାମ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ଚାଲିଛି ନିଆଁ ଲିଭା”
ଆଜି ଚାଷୀ ଆନ୍ଦୋଳନକୁ ପୂରିଲା ଶହେ ଦିନ : ଚାଷୀ ଆନ୍ଦୋଳନ ଲମ୍ବା ସମୟ ଧରି ଜାରି ରହିବ ବୋଲି କହିଲେ ଟିକାୟତ
କନକ ବ୍ୟୁରୋ : ଆଜି ଚାଷୀ ଆନ୍ଦୋଳନକୁ ଶହେ ଦିନ ପୂରିଲା । ଏ ଅବସରରେ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଯୋଜନା କରିଛନ୍ତି ଆନ୍ଦୋଳନକାରୀ ଚାଷୀ । ଏସବୁ ଭିତରେ ଚାଷୀ ନେତା ରାକେଶ ଟିକାୟତଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଚାଷୀ ଆନ୍ଦୋଳନ ଲମ୍ବା ସମୟ ଧରି ଜାରି ରହିବ । ସରକାର ଦାବି ନମାନିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତContinue reading “ଆଜି ଚାଷୀ ଆନ୍ଦୋଳନକୁ ପୂରିଲା ଶହେ ଦିନ : ଚାଷୀ ଆନ୍ଦୋଳନ ଲମ୍ବା ସମୟ ଧରି ଜାରି ରହିବ ବୋଲି କହିଲେ ଟିକାୟତ”
କୋଭିଡ୍ ଟିକାକରଣ ଭିତରେ ଓଡିଶା ପାଇଁ ଖୁସି ଖବର । ମାତ୍ର ୫ ଦିନ ଭିତରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ନେଲେ ଟିକା ।
କନକ ବ୍ୟୁରୋ: କୋଭିଡ୍ ଟିକାକରଣ ଭିତରେ ଓଡିଶା ପାଇଁ ଆସିଛି ଖୁସି ଖବର । ମାତ୍ର ୫ ଦିନ ଭିତରେ ଓଡିଶାରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ବରିଷ୍ଠ ନାଗରିକଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ ବର୍ଗରେ ୧ ଲକ୍ଷ ୧୧ ହଜାର ୩୩୭ ଜଣ ଟିକା ନେଇଛନ୍ତି । ସେହିପରି ରୋଗ ଥିବା ୪୫ ବର୍ଷରୁ ୫୯ ବର୍ଷ ବୟସ ବର୍ଗରେ ୪ ହଜାର ୭୨୪Continue reading “କୋଭିଡ୍ ଟିକାକରଣ ଭିତରେ ଓଡିଶା ପାଇଁ ଖୁସି ଖବର । ମାତ୍ର ୫ ଦିନ ଭିତରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ନେଲେ ଟିକା ।”
ଆସାମ ବିଧାନସଭା ନିର୍ବାଚନ: ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ମାଜୁଲିରୁ ଇଲେକ୍ସନ୍ ଲଢିବେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।
କନକ ବ୍ୟୁରୋ : ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଜାତୀୟ ମହାସଚିବ ଅରୁଣ ସିଂ ଆସାମ ନିର୍ବାଚନ ପାଇଁ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସର୍ବାନନ୍ଦ ସୋନଓ୍ବାଲ ମାଜୁଲି ବିଧାନସଭା ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି । ସେହିପରି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀContinue reading “ଆସାମ ବିଧାନସଭା ନିର୍ବାଚନ: ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ମାଜୁଲିରୁ ଇଲେକ୍ସନ୍ ଲଢିବେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।”
ଓଟିଟି ପ୍ଲାଟଫର୍ମ ନେଇ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡା କଥା । କହିଲେ, ଜାରି ହୋଇଥିବା ନିର୍ଦ୍ଦେଶାବଳୀ ପ୍ରଭାବଶୂନ୍ୟ ।
କନକ ବ୍ୟୁରୋ: ଓଟିଟି ପ୍ଲାଟଫର୍ମ ନେଇ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ପ୍ରଭାବଶୂନ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହାସହ କଠୋର ଆଇନ ଲାଗୁ ନେଇ ବିଚାର କରିବାକୁ କେନ୍ଦ୍ରକୁ କହିଛନ୍ତି କୋର୍ଟ । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ବେଂଚ କହିଛନ୍ତି ଯେ, ଓଟିଟିକୁ ନେଇ କେନ୍ଦ୍ର ଆଣିଥିବା ନିୟମାବଳୀ ପ୍ରଭାବଶୂନ୍ୟ, ଏହା କେବଳ ଏକ ନିର୍ଦ୍ଦେଶନାମା ଲାଗିଛି । ଏହାପୂର୍ବରୁ ଗତକାଲି ୱେବ ସିରିଜ୍ ଓ ଅନ୍ୟ ସୋ ଗୁଡ଼ିକୁ ସ୍କ୍ରିନିଂ କରାଯିବାର ଆବଶ୍ୟକତାContinue reading “ଓଟିଟି ପ୍ଲାଟଫର୍ମ ନେଇ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡା କଥା । କହିଲେ, ଜାରି ହୋଇଥିବା ନିର୍ଦ୍ଦେଶାବଳୀ ପ୍ରଭାବଶୂନ୍ୟ ।”
‘ମୁଁ କରୋନା ପଜିଟିଭ’… ଏତିକି କହିବା ପରେ ଉଡାଣ ଆରମ୍ଭରୁ ବିମାନକୁ ଫେରାଇ ଆଣିଲେ ପାଇଲଟ
କନକ ବ୍ୟୁରୋ: ବିମାନରେ ଯାତ୍ରା କରୁଥିବାବେଳେ କରୋନା ପଜିଟିଭ ବୋଲି ଜଣାପଡିଲା, ଆଉ ଏହା ପରେ ଉଡାଣ କରିବା ପୂର୍ବରୁ ବିମାନକୁ ପୁଣି ରନୱେରୁ ବିମାନବନ୍ଦରକୁ ଫେରାଇ ଆଣିଲେ ପାଇଲଟ । ଗୁରୁବାର ଦିନ ଦିଲ୍ଲୀ ବିମାନବନ୍ଦରରେ କିଛି ଏଭଳି ଘଟଣା ଘଟିଥିଲା । ମିଳିଥିବା ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରୁ ପୁଣେ ଅଭିମୁଖେ ଇଣ୍ଡିଗୋର ୬ ଇ ୨୮୬ ବିମାନ ଯେତେବେଳେ ଉଡାଣ ପାଇଁ ରନୱେରେ ଗଡ଼ିବା ଆରମ୍ଭ କରିଥିଲା, ଜଣେ ଯାତ୍ରୀ କହିଥିଲେContinue reading “‘ମୁଁ କରୋନା ପଜିଟିଭ’… ଏତିକି କହିବା ପରେ ଉଡାଣ ଆରମ୍ଭରୁ ବିମାନକୁ ଫେରାଇ ଆଣିଲେ ପାଇଲଟ”