ବାଇଡେନଙ୍କ ମୁହଁରେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରଶଂସା । କହିଲେ, ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ମୂଳ ଆମେରିକୀୟ ।

କନକ ବ୍ୟୁରୋ: ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ମୂଳ ଆମେରିକୀୟ । ଏକଥା ଶୁଣି କିଛି ଆଶ୍ଚର୍ଯ୍ୟ ଲାଗୁଛି କି , ଲାଗିବା ବି ସ୍ୱାଭାବିକ । ହେଲେ ଏକଥା ଆମେ କହୁନାହୁଁ ବରଂ ଖୋଦ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକଥା କହିଛନ୍ତି । ଅବଶ୍ୟ ବାଇଡେନ ମଜାଳିଆ ଢଙ୍ଗରେ ଏହା କହିଛନ୍ତି । ଆମେରିକୀୟ ମହାକାଶ ସଂସ୍ଥା, ନାସାର ବୈଜ୍ଞାନିକଙ୍କ ସହ ଭିଡିଓ କନଫେରେନ୍ସିଂରେ କଥା ହେବା ବେଳେ ଏହା ଥିଲା ବାଇଡେନଙ୍କ ଉକ୍ତିContinue reading “ବାଇଡେନଙ୍କ ମୁହଁରେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରଶଂସା । କହିଲେ, ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ମୂଳ ଆମେରିକୀୟ ।”

ବଲିଉଡ ଡ୍ରଗ୍ସ କନେକ୍ସନ ମାମଲାରେ ଚାର୍ଜସିଟ ଦାଖଲ କଲା ଏନସିବି । ୩୦ ହଜାର ପୃଷ୍ଠାର ଚାର୍ଜସିଟରେ ୧୨ ହଜାର ପୃଷ୍ଟା ହାର୍ଡ କପି ଓ ସିଡି ।

କନକ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡଗ୍ସ ମାମଲାରେ ଚାର୍ଜସିଟ ଦାଖଲ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ବଡକଥା ହେଉଛି ଏହି ମାମଲାରେ ୩୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଏନସିବି ଏହି ଘଟଣାରେ ୧୨ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିବାବେଳେ ଏଥିରେ ୨୦୦ ଜଣଙ୍କୁ ସାକ୍ଷୀ ଦର୍ଶାଇଛି । ସେହିପରି ଚାର୍ଜସିଟରେ ଅଭିଯୁକ୍ତଙ୍କ ତାଲିକାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତୀଙ୍କ ନାଁ ରହିଛି । ରିୟାଙ୍କContinue reading “ବଲିଉଡ ଡ୍ରଗ୍ସ କନେକ୍ସନ ମାମଲାରେ ଚାର୍ଜସିଟ ଦାଖଲ କଲା ଏନସିବି । ୩୦ ହଜାର ପୃଷ୍ଠାର ଚାର୍ଜସିଟରେ ୧୨ ହଜାର ପୃଷ୍ଟା ହାର୍ଡ କପି ଓ ସିଡି ।”

କରୋନା କଟକଣା ସହ ପାଳନ ହେବ ଗୁପ୍ତେଶ୍ବର ପୀଠରେ ମହାଶିବରାତ୍ରୀ: ଜିଲ୍ଲା ପ୍ରଶାସନ ଜାରିକଲା ଗାଇଡଲାଇନ

କନକ ବ୍ୟୁରୋ: ପ୍ରସିଦ୍ଧ ଗୁପ୍ତେଶ୍ବର ପୀଠରେ କୋଭିଡ-୧୯ ଗାଇଡଲାଇନ ଅନୁସାରେ ମହାଶିବରାତ୍ରୀ ପାଳନ ହେବ। ଏ ନେଇ କୋରାପୁଟ  ଜିଲ୍ଲାପାଳ ଆଜି ଗାଇଡଲାଇନ ଜାରି କରିଛନ୍ତି। ଶିବରାତ୍ରୀ ସମୟରେ ପୂଜକଙ୍କୁ ନେଇ କେବଳ ନୀତି ହେବ, ଶ୍ରଦ୍ଧାଳୁଙ୍କ ପାଇଁ ଗୁପ୍ତେଶ୍ବର ମନ୍ଦିର ମନା ରହିବ। ବାହାର ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଦିଆଯିବ ନାହିଁ। କୋରାପୁଟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁପ୍ତେଶ୍ବର ମହାଶିବରାତ୍ରୀକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ନଜର ପକାନ୍ତୁ ଜାଗରContinue reading “କରୋନା କଟକଣା ସହ ପାଳନ ହେବ ଗୁପ୍ତେଶ୍ବର ପୀଠରେ ମହାଶିବରାତ୍ରୀ: ଜିଲ୍ଲା ପ୍ରଶାସନ ଜାରିକଲା ଗାଇଡଲାଇନ”

ନନ୍ଦିଗ୍ରାମରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ହୋଇପାରେ ଲଢେଇ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହେବ ସବୁଠାରୁ ବଡ ଲଢେଇ । ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥର ଭବାନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାସହ ମମତା ତାଙ୍କର ପାରମ୍ପରିକ ଆସନ ଭବାନୀପୁରରୁ ନିର୍ବାଚନ ଲଢିବେ ନାହିଁ । ଅର୍ଥାତ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥରContinue reading “ନନ୍ଦିଗ୍ରାମରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ହୋଇପାରେ ଲଢେଇ ।”

ଜନ୍ମଜୟନ୍ତୀରେ ବିଜୁ ବାବୁଙ୍କୁ ଝୁରୁଛି ଜନ୍ମମାଟି । ଗଞ୍ଜାମ ଜିଲ୍ଲା ନୂଆଗାଁରେ ଏବେ ବି ସତେଜ ରହିଛି ସ୍ମୃତି ।

କନକ ବ୍ୟୁରୋ: ଓଡିଶାର ଜନମାନସର ନେତା ବିଜୁ ପଟ୍ଟନାୟକଙ୍କୁ ଆଜି ବି ଝୁରୁଛି ତାଙ୍କ ପୈତୃକ ଗାଁ । ଚିହ୍ନ ଲିଭିଯାଇଛି ହେଲେ, ଗଞ୍ଜାମ ଜିଲ୍ଲା ବେଲଗୁଂଠା ବ୍ଲକ ନୂଆଗାଁରେ ବିଜୁଙ୍କ ସ୍ମୃତି ଏବେ ବି ସତେଜ୍ ହୋଇ ରହିଛି । ବିଜୁବାବୁଙ୍କ ସ୍ମୃତି ରକ୍ଷା ପାଇଁ କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ । ଯାହାକୁ ନେଇ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ୧୦୫ ବର୍ଷ ତଳେ ଏହି ନୂଆଗାଁରେ ଜନ୍ମContinue reading “ଜନ୍ମଜୟନ୍ତୀରେ ବିଜୁ ବାବୁଙ୍କୁ ଝୁରୁଛି ଜନ୍ମମାଟି । ଗଞ୍ଜାମ ଜିଲ୍ଲା ନୂଆଗାଁରେ ଏବେ ବି ସତେଜ ରହିଛି ସ୍ମୃତି ।”

ଠକ ବିକିଦେଲେ ଚାଷୀଙ୍କ ଧାନ । ଜାଲ୍ କାଗଜପତ୍ରରେ ସଂପର୍କୀୟ ଦର୍ଶାଇ ନିରୀହ ଆଦିବାସୀଙ୍କ ଧାନ ବିକିଦେଲେ ଦଲାଲ ।

କନକ ବ୍ୟୁରୋ: ମଣ୍ଡିରେ ଚାଲିଛି ଦଲାଲ୍ ରାଜ । ଗୋଟିଏ ପଟେ ଧାନ ବିକି ନପାରି ଚାଷୀ ହତାଶ ହେଉଥିବା ବେଳେ ଅନ୍ୟପଟେ ଜମିପଟ୍ଟା ନକଲ କରି ଟୋକନ ହାତେଉଛନ୍ତି ଦଲାଲ୍ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର କାଲିମେଳା ତେଲେରାଇ ଗାଁର ଚାଷୀ ସିଙ୍ଗା କୱାସୀ । ଧାନ ବିକିବା ପାଇଁ ମାସ ମାସ ଧରି ଟୋକନକୁ ଅପେକ୍ଷା କରି ବସିଥିଲେ , ହେଲେ ତାଙ୍କୁ ଟୋକନ୍ ମିଳିଲାContinue reading “ଠକ ବିକିଦେଲେ ଚାଷୀଙ୍କ ଧାନ । ଜାଲ୍ କାଗଜପତ୍ରରେ ସଂପର୍କୀୟ ଦର୍ଶାଇ ନିରୀହ ଆଦିବାସୀଙ୍କ ଧାନ ବିକିଦେଲେ ଦଲାଲ ।”

ବିବନ ବଖାଣିଲା ୨୨ ବର୍ଷ ତଳର ଦୁଷ୍କର୍ମ କାହାଣୀ । ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କଲା ସିବିଆଇ ।

କନକ ବ୍ୟୁରୋ: ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଦିନରାତି ଏକ କରିଦେଇଛି ସିବିଆଇ । ଆଜି ସକାଳୁ ସକାଳୁ ବିବନକୁ ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କରିଛି ସିବିଆଇ । ବାରଙ୍ଗରେ ୨୨ ବର୍ଷ ତଳେ କଣ ଘଟିଥିଲା ? କେମିତି ଏହି ଜଘନ୍ୟ କାଣ୍ଡ କରିଥିଲା ବିବନ ? କେମିତି କେଉଁ ରାସ୍ତା ଦେଇ ପୀଡିତାଙ୍କୁ ବିବନ ନେଇ ଯାଇଥିଲା ? ସିବିଆଇContinue reading “ବିବନ ବଖାଣିଲା ୨୨ ବର୍ଷ ତଳର ଦୁଷ୍କର୍ମ କାହାଣୀ । ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କଲା ସିବିଆଇ ।”

କେନ୍ଦ୍ରାପଡାରେ ହେବ ଇସ୍ପାତ କାରଖାନା: ଏମଓୟୁ ପରେ ମିତ୍ତଲ-ନିପ୍ପନ ଷ୍ଟିଲ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ନିୟୁତ ଟନ୍ ବିଶିଷ୍ଟ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ କରିବା ପାଇଁ ଗତକାଲି ବିଶ୍ୱର ଅଗ୍ରଣୀ ଇସ୍ପାତ କମ୍ପାନୀ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବାରୁ ଏହି କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପContinue reading “କେନ୍ଦ୍ରାପଡାରେ ହେବ ଇସ୍ପାତ କାରଖାନା: ଏମଓୟୁ ପରେ ମିତ୍ତଲ-ନିପ୍ପନ ଷ୍ଟିଲ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।”

ମୟୂରଭଞ୍ଜରେ ନାରୀ ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ନଦୀ କୂଳରୁ ମିଳିଲା ମୁର୍ମୂଷ ଝିଅ ।

କନକ ବ୍ୟୁରୋ: ମୟୂରଭଞ୍ଜର ଦୁଇଟି କଥା କୋଉଠି ନା କୋଉଠି ସଭ୍ୟ ସମାଜରେ ନାରୀର ସୁରକ୍ଷାକୁ ନେଇ ପ୍ରଶ୍ନ ଛିଡା କରିଛି । କାରଣ ନଦୀ ପୋଲ ତଳୁ ଜଣେ ମହିଳାଙ୍କ ମୃତଦେହ ମିଳୁଛି ଆଉ ଜଣେ ୫ବର୍ଷ ଝିଅର ଶରୀର ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରାଯାଉଛି । ପୂରା ଘଟଣା ହେଉଛି, ମାର୍ଚ୍ଚ ୩ ତାରିଖରେ ମୟୂରଭଞ୍ଜ-କେନ୍ଦୁଝର ସୀମାନ୍ତ ବୈତରଣୀ ନଦୀ ପୋଲ ତଳୁ ଚେତାଶୁନ୍ୟ ଅବସ୍ଥାରେ ଜଣେ ୫ବର୍ଷର ଝିଅ ପଡିଥିବା ଲୋକମାନେ ଦେଖିଥିଲେContinue reading “ମୟୂରଭଞ୍ଜରେ ନାରୀ ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ନଦୀ କୂଳରୁ ମିଳିଲା ମୁର୍ମୂଷ ଝିଅ ।”

କେନ୍ଦ୍ରାପଡ଼ାରେ ହେବନି ତ କେନ୍ଦୁଝରର ପୁନରାବୃତ୍ତି ? ଆର୍ସେଲର ମିତ୍ତଲର ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ।

କନକ ବ୍ୟୁରୋ: ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ଭିତରେ ହୋଇଥିବା ଚୁକ୍ତି ଯଦି ବାସ୍ତବତା ରୂପ ନିଏ, ତେବେ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ଓଡ଼ିଶାର ଶିଳ୍ପ ସ୍ୱପ୍ନ ଆହୁରି ଦୁଇ ପାଦ ଆଗକୁ ଯିବ । ଖଣିଜ ସମ୍ପଦ ପରିପୂର୍ଣ୍ଣ ଓଡ଼ିଶା ପାଇଁ ୫୦ ହଜାର କୋଟିର ପୁଞ୍ଜିନିବେଶ ଏବଂ ୧୨ ମିଲିୟନ୍ ଟନ୍ର ଇସ୍ପାତ ପ୍ରକଳ୍ପ ନିଶ୍ଚିତ ଭାବେ ବିକାଶ ଧାରାକୁ ଆଗେଇ ନେଇପାରିବ । କିନ୍ତୁ ଆଶଙ୍କା ଏଇଥି ପାଇଁ ରହିଛି,Continue reading “କେନ୍ଦ୍ରାପଡ଼ାରେ ହେବନି ତ କେନ୍ଦୁଝରର ପୁନରାବୃତ୍ତି ? ଆର୍ସେଲର ମିତ୍ତଲର ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ।”

Design a site like this with WordPress.com
Get started