କନକ ବ୍ୟୁରୋ : ଗତ ୨ ଦିନରେ ଦେଶରେ କରୋନା ଟିକାକରଣ ତ୍ୱରାନ୍ୱିତ ହୋଇଛି । ଗତକାଲି ଗୋଟିଏ ଦିନରେ ସାରାଦେଶରେ ପ୍ରାୟ ୧୦ ଲକ୍ଷ ୯୦ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତକାଲି ସଂଧ୍ୟା ୭ଟା ସୁଦ୍ଧା ୧୦ ଲକ୍ଷ ୯୦ ହଜାର ଲୋକ କରୋନା ଟିକା ନେଇଛନ୍ତି । ୪ ଲକ୍ଷ ୯୦ ହଜାର ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଗୁରୁବାର ଟିକା ଦିଆଯାଇଥିବାବେଳେ ଜଟିଳ ରୋଗContinue reading “ଗୁରୁବାର ଗୋଟିଏ ଦିନରେ କରୋନା ଟିକା ନେଲେ ୧୦ ଲକ୍ଷ ୯୦ ହଜାର ଲୋକ : ସାଢେ ୪ ଲକ୍ଷରୁ ଅଧିକ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଗଲା ଟିକା”
Author Archives: Raghaba
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ : ଫରେଷ୍ଟ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଆଜି ପ୍ରବାଦ ପୁରୁଷ, ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀକୁ ସାରା ରାଜ୍ୟରେ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିନକୁ ଖୁବ୍ ଉତ୍ସାହର ସହ ପାଳନ କରାଯାଉଛି । ଫରେଷ୍ଟ ପାର୍କରେ ଥିବା ବିଜୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସେ ପାର୍ଟି ଅଫିସକୁ ଯିବେ । ସେଠାରେContinue reading “ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ : ଫରେଷ୍ଟ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ”
ଧର୍ମଗଡର ଡୁଙ୍ଗୁରିଗୁଡାରେ ବସ-ବାଇକ ମୁହାଁମୁହିଁ ଧକ୍କା : ବାଇକରେ ଯାଉଥିବା ୩ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ଧର୍ମଗଡର ଡୁଙ୍ଗୁରିଗୁଡାରେ ବସ ସହ ବାଇକ ମୁହାଁମୁହିଁ ଧକ୍କା, ୩ଜଣଙ୍କ ମୃତ୍ୟୁ । ବାଇକ ଚାଳକ ଓ ବାଇକରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁତର ଆହତ ଝିଅର ବି ମୃତ୍ୟୁ ହୋଇଛି । ମୃତକ ୩ଜଣ ହେଲେ ସ୍ୱାମୀ, ସ୍ତ୍ରୀ ଓ ଝିଅ । ଏମାନେ ତୁରେଛଡା ଗାଁର ବୋଲି ଜଣାପଡିଛି । ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । ସେପଟେ, ବାଥରୁମରେ ଜଣେContinue reading “ଧର୍ମଗଡର ଡୁଙ୍ଗୁରିଗୁଡାରେ ବସ-ବାଇକ ମୁହାଁମୁହିଁ ଧକ୍କା : ବାଇକରେ ଯାଉଥିବା ୩ଜଣଙ୍କ ମୃତ୍ୟୁ”
ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ରିଲିଆନ୍ସ ଗ୍ରୁପ । ସୂଚନା ଦେଲେ ନୀତା ଅମ୍ବାନୀ । କହିଲେ ନୂଆ ରାସ୍ତା ଦେଇ ଆଗକୁ ବଢୁଛି ଭାରତ ।
କନକ ବ୍ୟୁରୋ: କରୋନା ମହାମାରୀ ବିରୋଧରେ କର୍ପୋରେଟ ଜଗତ ସେମାନଙ୍କ କର୍ମଚାରୀଙ୍କ ପାଇଁ ମାଗଣା ଟିକା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ପ୍ରଥମେ ଇନଫୋସିସ୍, ଆସେଞ୍ଚର ପରେ ଏବେ ଦେଶର ସର୍ବବୃହତ କର୍ପୋରେଟ ହାଉସ୍ ରିଲିଆନ୍ସ କମ୍ପାନୀ ତା’ର କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ଟିକା ଖର୍ଚ୍ଚ ବହନ କରିବ ବୋଲି କହିଛି । ଏନେଇ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ନିର୍ଦ୍ଦେଶକ ନୀତା ଅମ୍ବାନୀ କହିଛନ୍ତି କମ୍ପାନୀର ଯେଉଁ ଯୋଗ୍ୟ କର୍ମଚାରୀ ମାନେ ଟିକାContinue reading “ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ରିଲିଆନ୍ସ ଗ୍ରୁପ । ସୂଚନା ଦେଲେ ନୀତା ଅମ୍ବାନୀ । କହିଲେ ନୂଆ ରାସ୍ତା ଦେଇ ଆଗକୁ ବଢୁଛି ଭାରତ ।”
ପ୍ରତିବର୍ଷ ମୁଣ୍ଡପିଛା ନଷ୍ଟ ହେଉଛି ୫୦ କିଲୋ ଖାଦ୍ୟ ଦେଶରେ । ୟୁଏନପି ରିପୋର୍ଟରୁ ଆସିଲା ସାଂଘାତିକ୍ ତଥ୍ୟ
ପ୍ରତିବର୍ଷ ଭାରତୀୟ ଘରମାନଙ୍କରେ ମୁଣ୍ଡପିଛା ୫୦ କିଲୋ ଖାଦ୍ୟ ନଷ୍ଟ ହେଉଥିବା କଥା ଗୁରୁବାର ଦିନ ‘ୟୁନାଇଟେଡ୍ ନେସନ୍ସ୍ ଏନ୍ଭାଇରନ୍ମେଣ୍ଟ୍ ପ୍ରୋଗ୍ରାମ୍’ (ୟୁଏନ୍ଇପି) ଦ୍ୱାରା ପ୍ରକାଶିତ ‘ଫୁଡ୍ ୱେଷ୍ଟ୍ ଇଣ୍ଡେକ୍ସ୍ ରିପୋର୍ଟ ୨୦୨୧’ରୁ ଜଣାପଡ଼ିଛି। ‘ୟୁଏନ୍ଇପି’ ରିପୋର୍ଟ ଅନୁସାରେ, ପ୍ରାୟ ୯୩୧ ନିୟୁତ ଟନ୍ ଖାଦ୍ୟ ବା ୨୦୧୯ରେ ବିଶ୍ୱବ୍ୟାପୀ ଖାଉଟିମାନଙ୍କୁ ମିଳିଥିବା ସମୁଦାୟ ଖାଦ୍ୟର ୧୭% ଭାରତୀୟ ଘର, ଖୁଚୁରା ବିକ୍ରୟ କେନ୍ଦ୍ର, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଖାଦ୍ୟ ଯୋଗାଣକାରୀଙ୍କ ଆବର୍ଜନା କୁଣ୍ଡ ବା ‘ୱେଷ୍ଟ୍Continue reading “ପ୍ରତିବର୍ଷ ମୁଣ୍ଡପିଛା ନଷ୍ଟ ହେଉଛି ୫୦ କିଲୋ ଖାଦ୍ୟ ଦେଶରେ । ୟୁଏନପି ରିପୋର୍ଟରୁ ଆସିଲା ସାଂଘାତିକ୍ ତଥ୍ୟ”
ଏମିତିବି ଆସେ ମୃତ୍ୟୁ…ବାଥରୁମରେ ଗାଧୋଉଥିବା ବେଳେ ମାଡିଗଲା ଟ୍ରାକ୍ଟର; ଯୁବତୀଙ୍କ ମୃତ୍ୟୁ
କନକ ବ୍ୟୁରୋ : ଏମିତିବି ଆସେ ମୃତ୍ୟୁ । ଇଏ ଏକ ଏମିତି ଦୁର୍ଘଟଣାର କାହାଣୀ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାଥରୁମରେ ଜଣେ ଯୁବତୀ ଗାଧୋଉଥିବା ବେଳେ ମାଡିଗଲା ଟ୍ରାକ୍ଟର । ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବତୀ । ରାୟଗଡା ସହରର ସ୍ଥାନୀୟ ନଦୀ କନ୍ଧ ସାହିରେ ବାଲି ଅନଲୋଡ ପାଇଁ ଯାଉଥିବା ବେଳେ ଯାଗାଟି ଉଠାଣି ହୋଇଥିବାରୁ ଟ୍ରାକ୍ଟରଟି ତଳକୁ ଗଡିବାକୁ ଲାଗିଲା । ଫଳରେ ଗାଡିଟି ୩ରୁ ୪ଟି ଘରContinue reading “ଏମିତିବି ଆସେ ମୃତ୍ୟୁ…ବାଥରୁମରେ ଗାଧୋଉଥିବା ବେଳେ ମାଡିଗଲା ଟ୍ରାକ୍ଟର; ଯୁବତୀଙ୍କ ମୃତ୍ୟୁ”
୪୯୭ ଦିନ ପରେ ପୁଣି ବିଦେଶ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ପୂର୍ବରୁ ବାଂଗ୍ଲାଦେଶ ଯିବେ ମୋଦି । ୨୧ ଆସନରେ ପଡିପାରେ ପ୍ରଭାବ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକବର୍ଷ ପରେ ପୁଣି ବିଦେଶ ଯାତ୍ରା କରିବେ । କରୋନା ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଯାତ୍ରା । ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାଂଗ୍ଲାଦେଶ ଯାତ୍ରା ଏକ ରାଜନୈତିକ ଅଭିସନ୍ଧି ବୋଲି ଆଲୋଚନା ହେଉଛି । ଏହାରି ମଧ୍ୟରେ କୁହାଯାଇଛି କି ପଶ୍ଚିମବଙ୍ଗ ଓ ଆସାମରେ ଯେଉଁଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ ସେଦିନ ପ୍ରଧାନମନ୍ତ୍ରୀ ବାଂଗ୍ଲାଦେଶରେ ଗସ୍ତରେ ଥିବେContinue reading “୪୯୭ ଦିନ ପରେ ପୁଣି ବିଦେଶ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ପୂର୍ବରୁ ବାଂଗ୍ଲାଦେଶ ଯିବେ ମୋଦି । ୨୧ ଆସନରେ ପଡିପାରେ ପ୍ରଭାବ”
ଶିମିଳିପାଳକୁ ନେଇ ସତ କ’ଣ ? ପରିବେଶବିତ୍ ରଖିଲେ ଭିନ୍ନ ମତ; ଠାକୁରମୁଣ୍ଡା ଓ ପୋଡାଡିହାରେ ସର୍ବାଧିକ ପ୍ରଭାବିତ
କନକ ବ୍ୟୁରୋ : ଶିମିଳିପାଳକୁ ନେଇ ସତ କ’ଣ ? କାରଣ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ଶିମିଳିପାଳ ଗସ୍ତରେ ଥିବା ବନ୍ୟପ୍ରାଣୀ ପିସିସିଏଫଙ୍କ କହିବା ହେଲା ନିଆଁ ସଂପୂର୍ଣ୍ଣ ଆୟତରେ ଅଛି । ଠାକୁରମୁଣ୍ଡା ଓ ପୋଡାଡିହି ରେଞ୍ଜ ସର୍ବାଧିକ ପ୍ରଭାବିତ ହୋଇଛି । ମୟୁରଭଞ୍ଜ ଜିଲ୍ଲାର ୨୦୯ଟି ବିଟରୁ ମାତ୍ର ୨ରୁ ୩ଟିରେ ନିଆଁର ମାତ୍ରା ଅଧିକ ଥିଲା । ହେଲେ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆରContinue reading “ଶିମିଳିପାଳକୁ ନେଇ ସତ କ’ଣ ? ପରିବେଶବିତ୍ ରଖିଲେ ଭିନ୍ନ ମତ; ଠାକୁରମୁଣ୍ଡା ଓ ପୋଡାଡିହାରେ ସର୍ବାଧିକ ପ୍ରଭାବିତ”
ଉତ୍ତମ ବାସ ଉପଯୋଗୀ ସହର ତାଲିକାର ଦ୍ୱିତୀୟ ସ୍ଥାନରେ ଭୁବନେଶ୍ୱର : ୧୦ ଲକ୍ଷରୁ କମ୍ ଲୋକ ବସବାସ କରୁଥିବା ସହର ମଧ୍ୟରେ ଦେଶରେ ଦ୍ୱିତୀୟ
କନକ ବ୍ୟୁରୋ : ୧୦ ଲକ୍ଷରୁ କମ୍ ଲୋକ ବସବାସ କରୁଥିବା ସହର ମଧ୍ୟରେ ଭୁବନେଶ୍ବରରେ ରହିବାକୁ ଅଧିକ ଲୋକ ପସନ୍ଦ କରନ୍ତି। ଏପରିକି ଗୁରୁଗ୍ରାମ, ଥିରୁଅନନ୍ତପୁରମ୍, ଗାନ୍ଧୀନଗର ଭଳି ସହର ତୁଳନାରେ ବି ଅଧିକ ଲୋକଙ୍କର ପସନ୍ଦର ସହର ହେଉଛି ଭୁବନେଶ୍ବର। ଉତ୍ତମ ବାସୋପଯୋଗୀ ସହର ତାଲିକାରେ ସିମ୍ଲା ଦେଶରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ବର ଦ୍ବିତୀୟ ସ୍ଥାନ ହାସଲ କରିଛି। ରାଜ୍ୟର ଅନ୍ୟ ଏକ ସହର ଭାବେ ରାଉରକେଲା ୫୪ତମ ସ୍ଥାନରେ ରହିଛି।Continue reading “ଉତ୍ତମ ବାସ ଉପଯୋଗୀ ସହର ତାଲିକାର ଦ୍ୱିତୀୟ ସ୍ଥାନରେ ଭୁବନେଶ୍ୱର : ୧୦ ଲକ୍ଷରୁ କମ୍ ଲୋକ ବସବାସ କରୁଥିବା ସହର ମଧ୍ୟରେ ଦେଶରେ ଦ୍ୱିତୀୟ”
ଯୁକ୍ତରାଷ୍ଟ୍ର ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ଆମେରିକୀୟ । ବାଇଡେନଙ୍କ ଏହି ମନ୍ତବ୍ୟକୁ ନେଇ ଜୋର ଧରିଛି ଚର୍ଚ୍ଚା
ଭାରତୀୟ-ଆମେରିକୀୟମାନେ ଯୁକ୍ତରାଷ୍ଟ୍ର ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ‘ନାସା’ର ବୈଜ୍ଞାନିକମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗ୍ରେ କଥାବାର୍ତ୍ତା କରିବା ବେଳେ କହିଛନ୍ତି । ଭାରତୀୟ ବଂଶୋଦ୍ଭବ ସମ୍ପ୍ରଦାୟର ବହୁସଂଖ୍ୟକ ବ୍ୟକ୍ତି ତାଙ୍କ ପ୍ରଶାସନରେ ନିଯୁକ୍ତି ପାଉଥିବା କଥାକୁ ଭିତ୍ତିକରି ବାଇଡେନ୍ ଏ କଥା କହିଥିବା ଜଣାପଡ଼ିଛି । ରାଷ୍ଟ୍ରପତି ହେବାର ୫୦ ଦିନରୁ କମ୍ ସମୟ ମଧ୍ୟରେ, ବାଇଡେନ୍ ତାଙ୍କ ପ୍ରଶାସନର ପ୍ରମୁଖ ପଦବୀରେ ଅନ୍ୟୂନ ୫୫ଜଣ ଭାରତୀୟ-ଆମେରିକୀୟଙ୍କୁ ନିଯୁକ୍ତି ଦେଇଛନ୍ତି । ଭାଷଣContinue reading “ଯୁକ୍ତରାଷ୍ଟ୍ର ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ଆମେରିକୀୟ । ବାଇଡେନଙ୍କ ଏହି ମନ୍ତବ୍ୟକୁ ନେଇ ଜୋର ଧରିଛି ଚର୍ଚ୍ଚା”