କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ପୂର୍ବ ଉପକୂଳରେ କିଛି ସମୟ ପୂର୍ବରୁ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ଥିବା ଜଣାଯାଇଛି । ଏହା ପରେ ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ନ୍ୟୁଜିଲାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା(ଏନଇଏମଏ)ର ସୂଚନା ଅନୁସାରେ ଏହି ଭୂମିକମ୍ପ ସ୍ଥାନୀୟ ସମୟ ଶୁକ୍ରବାର ପୂର୍ବାହ୍ଣ ୨ଟାContinue reading “ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ, ଆସିଲା ସୁନାମୀ”
Author Archives: Raghaba
କୋଲକାତାର ଘରୋଇ ହସ୍ପିଟାଲରେ ସଫଳ ହେଲା ହୃତପିଣ୍ଡ ପ୍ରତ୍ୟାରୋପଣ । ପୁଣି ପୂର୍ବଭଳି ହସିବ ଘଟଗାଁ’ର କୁନି ପୁଅ ବାଦଲ ।
କନକ ବ୍ୟୁରୋ: ଦୀର୍ଘ ୩ ବର୍ଷର ଯନ୍ତ୍ରଣାରୁ ମିଳିବ ମୁକ୍ତି । ପୁଣି ପୂର୍ବଭଳି ହସିବ ଏବଂ ଖେଳିବ ଘଟଗାଁର କୁନି ପୁଅ ବାଦଲ । ନିକଟରେ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାର ବିରଳ ଅସ୍ତ୍ରୋପଚାର କରାଯାଇ ହୃତପିଣ୍ଡ ପ୍ରତ୍ୟାରୋପଣ କରାଯାଇଛି । ଯାହାକି ଓଡିଶାର ପ୍ରଥମ ଘଟଣା ବୋଲି କହିଛନ୍ତି ବାଦଲକୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କୋଲକାତା ନେଇଥିବା ଡାକ୍ତର ମାନସ ପଣ୍ଡା । ହାର୍ଟ ଟ୍ରାନ୍ସପ୍ଲାଂଟ ଅର୍ଥାତ୍ ହୃତପିଣ୍ଡ ପ୍ରତ୍ୟାରୋପଣ ହେଉଛିContinue reading “କୋଲକାତାର ଘରୋଇ ହସ୍ପିଟାଲରେ ସଫଳ ହେଲା ହୃତପିଣ୍ଡ ପ୍ରତ୍ୟାରୋପଣ । ପୁଣି ପୂର୍ବଭଳି ହସିବ ଘଟଗାଁ’ର କୁନି ପୁଅ ବାଦଲ ।”
କରୋନା ଟିକା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ଦିଲ୍ଲୀ ହାଇକୋର୍ଟ । କହିଲେ, ଦେଶର ଲୋକଙ୍କୁ ଟିକା ନଦେଇ ବିଦେଶକୁ ରପ୍ତାନୀ ହେଉଛି କାହିଁକି?
କନକ ବ୍ୟୁରୋ: ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି ଯେଉଁଥିରେ ଦେଶରେ ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଓ ୪୫ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କର ଟିକାକରଣ ଚାଲିଛି । କୋୱିନ୍ ଆପରେ ରେଜିଷ୍ଟ୍ରେସନ କରି ବା ଅନସ୍ପଟ୍ ରେଜିଷ୍ଟ୍ରେସନ କରି ସରକାରୀ ଓ ବେସରକାରୀ ହସ୍ପିଟାଲରେ ଲୋକେ ଟିକା ନେଉଛନ୍ତି । ସରକାରୀ ଡାକ୍ତରଖାନାରେ ମାଗଣା ଓ ବେସରକାରୀ ଡାକ୍ତରଖାନାରେ ୨୫୦ ଟଙ୍କା ଦେଇ ଟିକା ନେଉଛନ୍ତି ଲୋକେContinue reading “କରୋନା ଟିକା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ଦିଲ୍ଲୀ ହାଇକୋର୍ଟ । କହିଲେ, ଦେଶର ଲୋକଙ୍କୁ ଟିକା ନଦେଇ ବିଦେଶକୁ ରପ୍ତାନୀ ହେଉଛି କାହିଁକି?”
ତେଲେଙ୍ଗାନାରୁ ଆସିଲା ଚକିତ କଲା ଭଳି ଖବର । ମାଲିକକୁ ମାରି ଥାନାରେ ବନ୍ଧା ପଡିଛି କୁକୁଡା ।
କନକ ବ୍ୟୁରୋ: ଥାନାରେ ଅଟକ ରହିଛି କୁକୁଡା । ଆଉ ତା ଗୋଡରେ ବନ୍ଧା ହୋଇଛି ଦଉଡି । ଏକଥାଟି ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ହେଲେ ଏହା ପଛର କାରଣ ଜାଣିଲେ ମଧ୍ୟ ଆପଣ ବିଶ୍ୱାସ କରିବେନି । ମାଲକାନଗିରି ଜିଲ୍ଲୀ ସୀମାନ୍ତ ତେଲେଙ୍ଗାନାର ଗୋଲାପାଲି ଅଂଚଳରେ ଗୋଟିଏ କୁକୁଡା ତା ମାଲିକକୁ ହତ୍ୟା କରି ଗିରଫ ହୋଇଛି । ଯାହାପରେ ପୋଲିସ ଗୋଟିଏ କୁକୁଡାକୁ ଆଣି ସପ୍ତାହେ ହେଲା ବାନ୍ଧିକି ରଖିଛିContinue reading “ତେଲେଙ୍ଗାନାରୁ ଆସିଲା ଚକିତ କଲା ଭଳି ଖବର । ମାଲିକକୁ ମାରି ଥାନାରେ ବନ୍ଧା ପଡିଛି କୁକୁଡା ।”
ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ । ଜାଣନ୍ତୁ, କାରଣ କ’ଣ ?
କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ । ପଞ୍ଚାୟତିରାଜ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ସମସ୍ତ କଲେଜର ପ୍ରିନ୍ସିପାଲ ଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତିରାଜ ଦିବସContinue reading “ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ । ଜାଣନ୍ତୁ, କାରଣ କ’ଣ ?”
ମମତାଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ଭବିଷ୍ୟତବାଣୀ । କହିଲେ, ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ମମତା ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଜଗୁନି କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ପୁଣି ଜିତିବ ମମତାଙ୍କ ଦଳ ଟିଏମସି । ନିର୍ବାଚନରେ ବିଜୟ ସହିତ ପୁଣି ପଶ୍ଚିମବଙ୍ଗରେ କ୍ଷମତା ବଜାୟ ରଖିବେ ମମତା ବାନାର୍ଜୀ । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଡାକରାରେ ପଶ୍ଚିମବଙ୍ଗ ଯାଇଥିଲେ ଜଗୁନି । ଏପରିକି ମମତାଙ୍କ ଘରେ ସେ ଗ୍ରହଶାନ୍ତି ପୂଜାContinue reading “ମମତାଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ଭବିଷ୍ୟତବାଣୀ । କହିଲେ, ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ମମତା ।”
ନିୟନ୍ତ୍ରଣରେ ଅଛି କି ଶିମିଳିପାଳର ନିଆଁ ? ପ୍ରଶାସନର ପଦକ୍ଷେପ ଭିତରେ ପ୍ରଶ୍ନ ଉଠାଇଥିଲେ ବିଶେଷଜ୍ଞ ।
କନକ ବ୍ୟୁରୋ: ଦୀର୍ଘ ୧୦ ଦିନ ପରେ ଆଜି ବି ଜଳୁଛି ଶିମିଳିପାଳ । ଜଙ୍ଗଲ ଜଳିବାର ଦୃଶ୍ୟ କୋଉଠି ନା କୋଉଠି କିଛି ବଡ ପ୍ରଶ୍ନ ଛିଡା କରୁଛି । ଶିମିଳିପାଳର କୋର ଅଂଚଳରେ ନିଆଁ କେତେଦୂର ବ୍ୟାପିଛି ? ୨୭୫୦ କିଲୋମିଟର ବିଶିଷ୍ଟ ଶିମିଳିପାଳରେ ନିଆଁ କେଉଁ ଯାଏଁ ଲାଗିଛି ? କେତେ ଅଂଚଳ ଏବେ ସୁଦ୍ଧା ଜଳିଗଲାଣି ? କେତେ ଜୀବଜନ୍ତୁ ମରିଗଲେଣି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ବିContinue reading “ନିୟନ୍ତ୍ରଣରେ ଅଛି କି ଶିମିଳିପାଳର ନିଆଁ ? ପ୍ରଶାସନର ପଦକ୍ଷେପ ଭିତରେ ପ୍ରଶ୍ନ ଉଠାଇଥିଲେ ବିଶେଷଜ୍ଞ ।”
ଜାତି ଭିତ୍ତିକ ଗଣନା ପୂର୍ବରୁ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, କାହିଁକି ବିବ୍ରତ ହେଉଛି ବିଜେପି?
କନକ ବ୍ୟୁରୋ: ପ୍ରଥମ ଥର ପାଇଁ ହୁଏତ ଓଡ଼ିଶା ରାଜନୈତିକ ଇତିହାସରେ ଜାତିକୁ ନେଇ ଏକ ବଡ଼ ଧରଣର ରାଜନୈତିକ ବିବାଦ ଆରମ୍ଭ ହୋଇଛି । ଯେତେବେଳେ ଜାତିଭିତ୍ତିକ ଗଣନା ପାଇଁ ରାଜ୍ୟ ସରକାର ଅଂଟା ଭିଡ଼ିଛନ୍ତି, ସେତିକିବେଳେ ପଛୁଆ ବର୍ଗର ଅଧିକାର କଥା ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି ଏବଂ ଏସଇବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲେ ମଧ୍ୟ ଓଡିଶାContinue reading “ଜାତି ଭିତ୍ତିକ ଗଣନା ପୂର୍ବରୁ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, କାହିଁକି ବିବ୍ରତ ହେଉଛି ବିଜେପି?”
ଓଡ଼ିଶାର ଶିଳ୍ପ ବିପ୍ଲବ ପାଇଁ ନୂଆ ସଂଭାବନା । କେନ୍ଦ୍ରାପଡାରେ ସ୍ଥାପନ ହେବ ୧୨ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଂଟ ।
କନକ ବ୍ୟୁରୋ : କଳିଙ୍ଗନଗର ଷ୍ଟିଲ ପ୍ଲାଂଟର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୩ ମିଲିୟନ୍ ଟନ୍ । ସେହିପରି ରାଉରକେଲା ଷ୍ଟିଲ୍ ପ୍ଲାଂଟର କ୍ଷମତା ୪.୨ ମିଲିୟନ ଟନ୍, ବୋକାରୋ ଷ୍ଟିଲ ପ୍ଲାଂଟର ୪.୬ ମିଲିୟନ ଟନ୍ ଓ ଜାମଶେଦପୁର ଷ୍ଟିଲ ପ୍ଲାଂଟର ବାର୍ଷିକ ଉତ୍ପାଦନ କ୍ଷମତା ୧୦ ମିଲିୟନ ଟନ୍ । ଏହାକୁ ଲକ୍ଷ୍ୟ କରି ଆପଣମାନେ ଜାଣିପାରିବେ କେନ୍ଦ୍ରାପଡା ପ୍ରସ୍ତାବିତ ଷ୍ଟିଲ ପ୍ଲାଂଟର ଆକାର କିଭଳି ହେବ । ଉପରୋକ୍ତ ସବୁ ଷ୍ଟିଲContinue reading “ଓଡ଼ିଶାର ଶିଳ୍ପ ବିପ୍ଲବ ପାଇଁ ନୂଆ ସଂଭାବନା । କେନ୍ଦ୍ରାପଡାରେ ସ୍ଥାପନ ହେବ ୧୨ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଂଟ ।”
ଧବଳେଶ୍ୱର ପୀଠରେ ଏବର୍ଷ ହେବନି ଜାଗର ଯାତ୍ରା । କେବଳ ପୂଜକଙ୍କୁ ନେଇ ପାଳନ ହେବ ରୀତିନୀତି । ୧୧ ତାରିଖରୁ ମନ୍ଦିରରେ ଜାରି ହେବ ଧାରା ୧୪୪ ।
କନକ ବ୍ୟୁରୋ: ଆଠଗଡ ଧବଳେଶ୍ୱର ପୀଠରେ ଚଳିତବର୍ଷ ହୋଇପାରିବନି ଜାଗର ଯାତ୍ରା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଏନେଇ ନିଷ୍ପତ୍ତି ନେଇଛି ଦେବୋତ୍ତର ବିଭାଗ । ଆଜି ଏନେଇ ଏକ ବୈଠକ ବସିଥିଲା, ବୈଠକରେ ଆଲୋଚନା ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଉପ-ଜିଲ୍ଲାପାଳ । ସୂଚନା ମୁତାବକ, ଧବଳେଶ୍ୱର ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ ନାହିଁ । କେବଳ ପୂଜକଙ୍କୁ ନେଇ ମନ୍ଦିର ରୀତିନୀତି ସମ୍ପନ୍ନ ହେବ ।Continue reading “ଧବଳେଶ୍ୱର ପୀଠରେ ଏବର୍ଷ ହେବନି ଜାଗର ଯାତ୍ରା । କେବଳ ପୂଜକଙ୍କୁ ନେଇ ପାଳନ ହେବ ରୀତିନୀତି । ୧୧ ତାରିଖରୁ ମନ୍ଦିରରେ ଜାରି ହେବ ଧାରା ୧୪୪ ।”