ମାରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି । କହିଲେ, ସାମୁଦ୍ରିକ ଅର୍ଥନୀତି ସହ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡିଶା ।

କନକ ବ୍ୟୁରୋ: ଏକବିଂଶ ଶତାବ୍ଦୀରେ ଓଡ଼ିଶା ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବାର ସମ୍ଭାବନା ରଖିଛି । ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ବୁଧବାର ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଶାର ସାଧବContinue reading “ମାରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି । କହିଲେ, ସାମୁଦ୍ରିକ ଅର୍ଥନୀତି ସହ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡିଶା ।”

ପୁରୀ ଜିଲ୍ଲାରେ ଓଡିଶାର ଦ୍ୱିତୀୟ ନଗଡା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ଜିଲ୍ଲା ପ୍ରଶାସନ । ଅବହେଳିତ ବାଲିକନ୍ଦଳ ଗାଁକୁ ଯାଇ ସ୍ଥିତି ପରଖିଲେ ସରକାରୀ ଅଧିକାରୀ ।

କନକ ବ୍ୟୁରୋ: ଓଡିଶାର ଦ୍ୱିତୀୟ ନଗଡା ସଂପର୍କୀତ ଖବର ଗଣମାଧ୍ୟମରେ ବାଜିବା ପରେ ଚିହିଁକି ଉଠିଛି ପ୍ରଶାସନ । ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବହେଳିତ ଗାଁରେ ପହଂଚି ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି ପ୍ରଶାସନିକ ଅଧିକାରୀ । ପୁରୀ ଜିଲ୍ଲା ଗୋପ ବ୍ଲକ ବାଲିକନ୍ଦଳ ଗାଁର ଦଳିତ ସାହି ବାସିନ୍ଦା ଅତି ଦୟନୀୟ ଅବସ୍ଥାରେ ରହିଥାନ୍ତି । ଯେଉଁଠି ରାସ୍ତାଠାରୁ ଶିକ୍ଷା ସାତ ସପନ । ତା ସାଙ୍ଗକୁ ସେଠାରେ ଅନେକ ଶିଶୁ ଅପପୁଷ୍ଟିରContinue reading “ପୁରୀ ଜିଲ୍ଲାରେ ଓଡିଶାର ଦ୍ୱିତୀୟ ନଗଡା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ଜିଲ୍ଲା ପ୍ରଶାସନ । ଅବହେଳିତ ବାଲିକନ୍ଦଳ ଗାଁକୁ ଯାଇ ସ୍ଥିତି ପରଖିଲେ ସରକାରୀ ଅଧିକାରୀ ।”

୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ: ଝାରପଡା ଜେଲରେ ବିବନ୍ ବିଶ୍ୱାଳର ଟିଆଇ ପରେଡ୍ ଶେଷ । ଅଭିଯୁକ୍ତକୁ ଚିହ୍ନିଲେ ପୀଡିତା ।

କନକ ବ୍ୟୁରୋ: ୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଟିଆଇ ପରେଡରେ ଚିହ୍ନିଲେ ପୀଡିତା । ଝାରପଡା ଜେଲରେ ହୋଇଥିବା ଟିଆଇ ପରେଡରେ ପୀଡିତା ଜଣକ ଅଭିଯୁକ୍ତକୁ ଚିହ୍ନିଥିବା ନେଇ ସୂଚନା ମିଳିଛି । ତେବେ ଖୁବ ସହଜରେ ପୀଡିତା ୨୨ ବର୍ଷ ତଳର ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଚିହ୍ନଟ କରିଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଟିଆଇ ପରେଡରେ ଯାହା ହୋଇଛି ତାହାContinue reading “୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ: ଝାରପଡା ଜେଲରେ ବିବନ୍ ବିଶ୍ୱାଳର ଟିଆଇ ପରେଡ୍ ଶେଷ । ଅଭିଯୁକ୍ତକୁ ଚିହ୍ନିଲେ ପୀଡିତା ।”

ବ୍ଲକ ଅଫିସରୁ ମିଳିଲା ନାହିଁ ଇନ୍ଦିରା ଆବାସ ବାବଦକୁ ବଳକା ଟଙ୍କା। ସାହୁକାର କରଜ ସୁଝି ପାରିଲେନି ଭଂଜନଗରର ହିତାଧିକାରୀ । ଟଙ୍କା ବଦଳରେ ପକ୍କା ଘରକୁ ବନ୍ଧକ ରଖିଲା ସାହୁକାର ।

କନକ ବ୍ୟୁରୋ: ଇନ୍ଦିରା ଆବାସ ଯୋଜନାରେ ପକ୍କା ଘର ତିଆରି ହୋଇଛି , କିନ୍ତୁ ଘରେ ତାଲା ପଡିଛି । ଆଉ ହିତାଧିକାରୀ ପୂର୍ବ ଭଳି ଏବେ ବି ସେହି କୁଡିଆ ଭିତରେ ରହୁଛନ୍ତି । ଏହାର କାରଣ ହେଉଛି ତାଙ୍କ ଇନ୍ଦିରା ଆବାସ ସାହୁକାର ପାଖରେ ବନ୍ଧା ପଡିଛି । ଅସଲ କଥା ହେଉଛି, ଇନ୍ଦିରା ଆବାସ ଘର ସଂପୂର୍ଣ୍ଣ କରିବା ପାଇଁ ସାହୁକାରଠାରୁ କରଜ ଆଣିଥିଲେ ଭଂଜନଗର ବ୍ଳକ୍ ରଙ୍ଗାମେରୁ ଗାଁର ବିନ ନାଇକContinue reading “ବ୍ଲକ ଅଫିସରୁ ମିଳିଲା ନାହିଁ ଇନ୍ଦିରା ଆବାସ ବାବଦକୁ ବଳକା ଟଙ୍କା। ସାହୁକାର କରଜ ସୁଝି ପାରିଲେନି ଭଂଜନଗରର ହିତାଧିକାରୀ । ଟଙ୍କା ବଦଳରେ ପକ୍କା ଘରକୁ ବନ୍ଧକ ରଖିଲା ସାହୁକାର ।”

ଶିମିଳିପାଳ ପାଦଦେଶରେ ଲାଗିଛି ନିଆଁ । ନିଆଁ ଲିଭା କାମରେ ନିୟୋଜିତ ୧୦୫୦ ବନ କର୍ମଚାରୀ । କାଲି ସୁଦ୍ଧା ରିପୋର୍ଟ ମାଗିଲେ ସରକାର ।

କନକ ବ୍ୟୁରୋ: ଶିମିଳିପାଳ ପାଦଦେଶରେ ଲାଗିଛି ନିଆଁ । ଆଉ ଯାହାକୁ ଲିଭାଇବା ପାଇଁ ୧୦୫୦ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିସହିତ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ଓ ୪୦ଟି ଗାଡିକୁ ନେଇ ନିଆଁ ଲିଭା କାମ ଜାରି ରହିଛି । ଅନ୍ୟପଟେ ଜଙ୍ଗଲ ଜଳିବା ନେଇ କାଲି ସୁଦ୍ଧା ରିପୋର୍ଟ ଦେବାକୁ କହିଛନ୍ତି ସରକାର । ତା ସହିତ ନିଆଁ ଲାଗିବାର କାରଣ ଖୋଜିବା ପାଇଁ ଶିମିଳିପାଳ ପିସିସିଏଫ ୱାଇଲଡ ଲାଇଫଙ୍କୁContinue reading “ଶିମିଳିପାଳ ପାଦଦେଶରେ ଲାଗିଛି ନିଆଁ । ନିଆଁ ଲିଭା କାମରେ ନିୟୋଜିତ ୧୦୫୦ ବନ କର୍ମଚାରୀ । କାଲି ସୁଦ୍ଧା ରିପୋର୍ଟ ମାଗିଲେ ସରକାର ।”

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଟିଏମସିକୁ ସମର୍ଥନ ଦେଲେ ଅଖିଳେଶ ଯାଦବ । କହିଲେ ‘ଟିଏମସିର ବିଜୟ ହିଁ ସମାଜବାଦୀ ପାର୍ଟିର ବିଜୟ’

କନକ ବ୍ୟୁରୋ : ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ରାହାଜିଙ୍ଗ ଠାରେ ଆୟୋଜିତ ଏକ ସଭାରେ ମମତାଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ସେ କହିଛନ୍ତି କି ପଶ୍ଚିମବଙ୍ଗରେ ଥିବା ତାଙ୍କର ସମର୍ଥକ ଓ ଦଳର ନେତା ମାନେ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ କାମ କରିବେ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷା କିରଣମୟ ନନ୍ଦ ଟିଏମସି ସମର୍ଥନରେ ନିର୍ବାଚନ ପ୍ରଚାର କରିବେ । ମମତାଙ୍କୁContinue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଟିଏମସିକୁ ସମର୍ଥନ ଦେଲେ ଅଖିଳେଶ ଯାଦବ । କହିଲେ ‘ଟିଏମସିର ବିଜୟ ହିଁ ସମାଜବାଦୀ ପାର୍ଟିର ବିଜୟ’”

ବିବାହିତା ମହିଳା ସ୍ୱାମୀଙ୍କର ‘ଦାସ କିମ୍ବା ସଂପତ୍ତିର ଅଂଶ’ ନୁହନ୍ତି; ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ କରାଯାଇ ପାରିବନାହିଁ : ସୁପ୍ରିମ୍‌କୋର୍ଟ

କନକ ବ୍ୟୁରୋ : ‘ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀଙ୍କର ‘ଦାସ କିମ୍ବା ସଂପତ୍ତିର ଅଂଶ’ ନୁହନ୍ତି ଯେ ତାଙ୍କୁ ସ୍ୱାମୀଙ୍କ ସହ ରହିବା ପାଇଁ ବାଧ୍ୟ କରାଯାଇ ପାରିବ କିମ୍ବା ତାଙ୍କ ସହିତ ଯିବାକୁ ନିର୍ଦ୍ଦେଶ ଦିଆଯାଇପାରିବ’ ବୋଲି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ମତ ରଖିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶ ଗୋରଖପୁରର ହେମନ୍ତ ଗୁପ୍ତା ୨୦୧୩ରେ ତାଙ୍କ ପତ୍ନୀଙ୍କୁ ଯୌତୁକ ନିର୍ୟାତନା ଦେବା ସହ ତାଙ୍କୁ ଘରୁ ବାହାର କରିଦେଇଥିଲେ। ପରବର୍ତ୍ତୀ ସମୟରେContinue reading “ବିବାହିତା ମହିଳା ସ୍ୱାମୀଙ୍କର ‘ଦାସ କିମ୍ବା ସଂପତ୍ତିର ଅଂଶ’ ନୁହନ୍ତି; ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ କରାଯାଇ ପାରିବନାହିଁ : ସୁପ୍ରିମ୍‌କୋର୍ଟ”

ପିଲା ପଢିବେ ବୋଲି… ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ପାଇଁ ନିଜ ଦରମାରୁ ସଞ୍ଚି ଜାଗା କିଣିଦେଲେ ଦିଦି, ଗାଁରେ ଗଢାହେଲା ଅଙ୍ଗନୱାଡି । ମନ ଜିଣିନେଲେ ମମତା ଦିଦି…

କନକ ବ୍ୟୁରୋ: ନାଚଗୀତରେ ଚାଲିଛି ପାଠପଢା । ଅ, ଆ ଠୁ ଆରମ୍ଭ କରି ଜହ୍ନମାମୁ ଗପ, ବାଘ ମାମୁ ଗୀତ । ବଡ ହେଲେ ମୁଁ ଡାକ୍ତର ହେବି… ଗୀତର ତାଳେ ତାଳେ କୁନି କୁନି ପିଲାଙ୍କୁ ଭବିଷ୍ୟତର ଶିକ୍ଷା ଦେଉଛନ୍ତି ଦିଦି । ନାଚିଗାଇ, ଝୁମି ଖେଳି ଶିକ୍ଷାର ଆଦ୍ୟପର୍ବକୁ ଅତି ସହଜରେ ଶିକ୍ଷାଉଛନ୍ତି ଅଙ୍ଗନୱାଡି ଦିଦି ମମତା । ଆଉ ନୂଆ ନୂଆ ସିଲଟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ମଡାଉଥିବା… ଚକ, ଅଖ,Continue reading “ପିଲା ପଢିବେ ବୋଲି… ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ପାଇଁ ନିଜ ଦରମାରୁ ସଞ୍ଚି ଜାଗା କିଣିଦେଲେ ଦିଦି, ଗାଁରେ ଗଢାହେଲା ଅଙ୍ଗନୱାଡି । ମନ ଜିଣିନେଲେ ମମତା ଦିଦି…”

୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ଝାରପଡା ଜେଲରେ ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳର ଟିଆଇ ପରେଡ୍ ଶେଷ ।

କନକ ବ୍ୟୁରୋ: ୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନର ଶେଷ ହେଲା ଟିଆଇ ପରେଡ୍ । ଆଜି ଝାରପଡା ଜେଲରେ ଅଭିଯୁକ୍ତ ବିବନର ଟିଆଇ ପରେଡ୍ ଶେଷ ହୋଇଛି । ଅନ୍ୟପଟେ ଟିଆଇ ପରେଡ ଶେଷ ହେବା ପରେ ପୀଡିତା ଜଣକ ପ୍ରତିିକ୍ରିୟା ଦେଇ କହିଛନ୍ତି ଯେ, ଟିଆଇ ପରେଡରେ ଯାହା ହୋଇଛି ତାହା କୋର୍ଟରେ ଜଣାପଡିବ । ଦୀର୍ଘ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାରେ କମିଶନରେଟ୍Continue reading “୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ଝାରପଡା ଜେଲରେ ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳର ଟିଆଇ ପରେଡ୍ ଶେଷ ।”

ଉତ୍ତରପ୍ରଦେଶ ଅମରେହାରେ କୃଷକ ମାନଙ୍କ ନିଷ୍ପତ୍ତି । କମ୍ପାନୀ ମାନଙ୍କୁ ବନ୍ଦ କରାଯିବ ଦୁଗ୍ଧ ଯୋଗାଣ । ଗାଜିପୁର ସୀମାକୁ ପଠାଯିବ ଦୁଗ୍ଧ !

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନ୍ କୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ହେଲେ ଏବେ ଉତ୍ତରପ୍ରଦେଶର ଅମରେହାରେ କୃଷକ ମାନେ ଏକ ନୂଆ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି । ଏଠାରେ କୃଷକ ମାନେ କ୍ଷୀର ନ ବିକିବାକୁ ନିଷ୍ପତ୍ତି ନେଇଛନ୍ତି , ଫଳରେ ସେଠାରେ କ୍ଷୀର ସଂକଟ ଦେଖା ଦେଇଛି । ସୂଚନା ମୁତାବକ ଅମରେହାContinue reading “ଉତ୍ତରପ୍ରଦେଶ ଅମରେହାରେ କୃଷକ ମାନଙ୍କ ନିଷ୍ପତ୍ତି । କମ୍ପାନୀ ମାନଙ୍କୁ ବନ୍ଦ କରାଯିବ ଦୁଗ୍ଧ ଯୋଗାଣ । ଗାଜିପୁର ସୀମାକୁ ପଠାଯିବ ଦୁଗ୍ଧ !”

Design a site like this with WordPress.com
Get started