କନକ ବ୍ୟୁରୋ: ଘରେ ଘରେ ପହଞ୍ଚିବ ରୋଷେଇ ଗ୍ୟାସ୍ । ଆଉ କୋଟିଏ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ କନେକସନ୍ । ଦିନକୁ ଦିନ ଗ୍ୟାସ ଦର ବଢୁଥିବା ବେଳେ ଉଜ୍ଜଳା ଯୋଜନାରେ କେନ୍ଦ୍ର ସରକାର ଲୋକଙ୍କ ପାଖରେ ଅଧିକରୁ ଅଧିକ ଗ୍ୟାସ କନେକସନ୍ ବଢାଇବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ତୈଳ ସଚିବ କହିଛନ୍ତି, ଆସନ୍ତା ୨ବର୍ଷ ମଧ୍ୟରେ ଆଉ ୧ କୋଟି ମାଗଣା କନେକସନ୍ ଦେବା ପାଇଁ ପ୍ରୟାସ କରାଯାଉଛି । ସବୁଠୁContinue reading “ଉଜ୍ଜ୍ୱଳା ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ଏକାଥରେ ୩ଟି ଡିଲରଙ୍କ ପାଖରେ କରିପାରିବେ ବୁକିଂ, ପଢ଼ନ୍ତୁ ପୂରା ଖବର…”
Author Archives: Raghaba
କରୋନା ବିରୋଧରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ । ଟିକାର ପ୍ରଥମ ଡୋଜ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ସବୁଠାରୁ ବଡ ଟିକା କରଣ ଅଭିଯାନ ଭାରତରେ ଚାଲୁ ରହିଛି । ଏହି କ୍ରମରେ ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର.ଆର୍ ହସ୍ପିଟାଲରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ ରାଜନାଥ୍ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀମାନେ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣContinue reading “କରୋନା ବିରୋଧରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ । ଟିକାର ପ୍ରଥମ ଡୋଜ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ”
ବିଜେପି ପାଇଁ ସଙ୍କଟ ବଢାଉଛି ସେକ୍ସ ସ୍କାଣ୍ଡାଲ ଭିଡ଼ିଓ । କର୍ଣ୍ଣାଟକ ମନ୍ତ୍ରୀ କହିଲେ ମିଛ ଭିଡ଼ିଓ, କେନ୍ଦ୍ରମନ୍ତ୍ରୀ କହିଲେ ପ୍ରମାଣିତ ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।
କନକ ବ୍ୟୁରୋ : କର୍ଣ୍ଣାଟକ ଜଳ ସଂଶାଧନ ମନ୍ତ୍ରୀ ତଥା ବିଜେପି ନେତା ରମେଶ ଜରକିହୋଲିଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆସିଛି । ସେକ୍ସ ସ୍କାଣ୍ଡାଲ ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ କର୍ଣ୍ଣାଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଶାସକ ଦଳର ବିଧାୟକଙ୍କ ନାଁରେ ଏହି ଅଭିଯୋଗ ଆସିଥିବାରୁ ବିରୋଧୀ କଂଗ୍ରେସ ଏବେ ରାସ୍ତାକୁ ଓହ୍ଲାଇଛି । ତୁରନ୍ତ ଏହି ଘଟଣାର ଯାଞ୍ଚ କରାଯିବା ସହ ଜରକିହୋଲି ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲିContinue reading “ବିଜେପି ପାଇଁ ସଙ୍କଟ ବଢାଉଛି ସେକ୍ସ ସ୍କାଣ୍ଡାଲ ଭିଡ଼ିଓ । କର୍ଣ୍ଣାଟକ ମନ୍ତ୍ରୀ କହିଲେ ମିଛ ଭିଡ଼ିଓ, କେନ୍ଦ୍ରମନ୍ତ୍ରୀ କହିଲେ ପ୍ରମାଣିତ ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । “
କୋଟିଆ ପ୍ରସଙ୍ଗରେ ସହାୟତା ଲୋଡିଲେ ରାଜ୍ୟ ସରକାର : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ଠାରୁ ଲୋଡିଲେ ଆଇନଗତ ସହାୟତା
କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ସହାୟତା ଲୋଡିଲେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲା କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ସରକାର । ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ଆଇନଗତ ସହାୟତା ଲୋଡିଛନ୍ତି । ସମସ୍ତ ତଥ୍ୟ ସହ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ କୁହାଯାଇଛି । ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଗୋଟିଏ ମାସରContinue reading “କୋଟିଆ ପ୍ରସଙ୍ଗରେ ସହାୟତା ଲୋଡିଲେ ରାଜ୍ୟ ସରକାର : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ଠାରୁ ଲୋଡିଲେ ଆଇନଗତ ସହାୟତା”
ଥଟାମଜାରୁ ଦୁଇ ଛାତ୍ରଙ୍କ ମଧ୍ୟରେ ଛୁରାମାଡ : ଛୁରାମାଡରେ ଜଣେ ଛାତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ : ସ୍କୁଲ ଭିତରେ ଛୁରା ମାଡ । ଗଂଜାମ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଖବର । ଭଂଜନଗର ବୋରସିଂ ହାଇସ୍କୁଲରେ ଦସ୍ୱବ ଜଣ ଛାତ୍ରଙ୍କ ମଧ୍ୟରେ ଛୁରାମାଡ ହୋଇଛି । ଥଟ୍ଟାମଜାକୁ କେନ୍ଦ୍ର କରି ଦଶମ ଶ୍ରେଣୀର ଉଭୟ ଛାତ୍ରଙ୍କ ମଧ୍ୟରେ ଛୁରାମାଡ ହୋଇଥିବା ଜଣାପଡିଛି । ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଛୁରା ମାଡ କରିଥିବା ଅନ୍ୟ ଜଣେ ଛାତ୍ରଙ୍କୁ ସ୍କୁଲରେ ଅଟକ ରଖାଯାଇଛିContinue reading “ଥଟାମଜାରୁ ଦୁଇ ଛାତ୍ରଙ୍କ ମଧ୍ୟରେ ଛୁରାମାଡ : ଛୁରାମାଡରେ ଜଣେ ଛାତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି”
ପିପିଲି ଉପନିର୍ବାଚନ ପାଇଁ ଇଭିଏମ ଓ ଭିଭିପ୍ୟାଟ ପ୍ରସ୍ତୁତ : ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଲେ ସିଇଓ
କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ସରିଛି ପ୍ରସ୍ତୁତି । ଉପ-ନିର୍ବାଚନ ପାଇଁ ଅବଶ୍ୟକ ଇଭିଏମ ଓ ଭିଭିପ୍ୟାଟ ଆସିସାରିଛି । ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ପ୍ରସ୍ତୁତି ସରିଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ କେବଳ ଅପେକ୍ଷା କରିଛୁ । ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । କୋଭିଡ୍ ପାଇଁ ପ୍ରତି ବୁଥରେ ମାତ୍ର ୧୦୦୦ ଜଣ ଭୋଟ୍ ଦେବେ । ଇଭିଏମ ଅଧିକାରୀମାନଙ୍କ ଟ୍ରେନିଂ ଶେଷ ହୋଇଛିContinue reading “ପିପିଲି ଉପନିର୍ବାଚନ ପାଇଁ ଇଭିଏମ ଓ ଭିଭିପ୍ୟାଟ ପ୍ରସ୍ତୁତ : ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଲେ ସିଇଓ”
ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଟ୍ୱିଟ, କହିଲେ, ଶିମିଳିପାଳରେ ନିଆଁ ଏସିଆ ପାଇଁ ଭଲ ସଙ୍କେତ ନୁହେଁ
କନକ ବ୍ୟୁରୋ : ବିପଦରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ । ଦିନେ କି ଦୁଇଦିନ ନୁହେଁ ପ୍ରାୟ ଗୋଟିଏ ସପ୍ତାହ ହେଲାଣି, ଜଙ୍ଗଲ ଭିତରେ ହିଁ ଜଳିଯାଉଛି ଗଛପତ୍ର । ଶିମିଳିପାଳ ଜଙ୍ଗଳ ଜଳିବା ଏସିଆ ପାଇଁ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଘଟଣା ପ୍ରତି ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି ପ୍ରତାପ । ଗୋଟିଏ ସପ୍ତାହେ ପୂର୍ବରୁContinue reading “ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଟ୍ୱିଟ, କହିଲେ, ଶିମିଳିପାଳରେ ନିଆଁ ଏସିଆ ପାଇଁ ଭଲ ସଙ୍କେତ ନୁହେଁ”
ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ । କହିଲେ ସରକାରଙ୍କ ନିଷ୍ପତ୍ତି ବିରୋଧରେ କହିବା ଦେଶଦ୍ରୋହ ନୁହେଁ
କନକ ବ୍ୟୁରୋ : ଅନୁଛେଦ ୩୭୦ ଉପରେ ଟିପ୍ପଣୀ ଦେବାକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ବିରେଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ଉପରେ ସୁପ୍ରିମକୋର୍ଟ ୫୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ମିଳିଥିବା ସୂଚନା ମୁତାବକ ରଜତ୍ ଶର୍ମା ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଅଭିଯୋଗ ଆଣି କହିଥିଲେ କି ୩୭୦ ଉଛେଦକୁ ନେଇ ଫାରୁକ୍ ଅବଦୁଲ୍ଲା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଓ ଏଭଳି କରିବା ପାଇଁ ତାଙ୍କୁ ଚୀନ ଓ ପାକିସ୍ତାନରୁContinue reading “ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ । କହିଲେ ସରକାରଙ୍କ ନିଷ୍ପତ୍ତି ବିରୋଧରେ କହିବା ଦେଶଦ୍ରୋହ ନୁହେଁ”
ଦିଲ୍ଲୀ ନଗର ନିଗମ ଉପ-ନିର୍ବାଚନ ଫଳାଫଳ : ୫ ଆସନରୁ ୪ଟିରେ ଆପ୍ ର ବାଜିମାତ, ଗୋଟିଏରେ କଂଗ୍ରେସ, ବିଜେପିର ହାତ ଖାଲି
କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ମୋଟ ୫ ଟି ଆସନରୁ ଆମ୍ ଆଦମୀ ପାର୍ଟି ୪ ଟି ଆସନରେ ବିଜୟଲାଭ କରିଥିବା ବେଳେ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି । ତ୍ରୈଲୋକ୍ୟପୁରୀ, ରୋହିଣୀ, କଲ୍ୟାଣପୁରୀ ଓ ଶାଲିମାର ବାଗ ଆସନରେ ଆପ୍ ବାଜିମାତ୍ କରିଥିବା ବେଳେ ଚୌହାନ ବାଙ୍ଗଡ ଆସନରେ କଂଗ୍ରେସ ବିଜୟୀ ହୋଇଛି । ତ୍ରୈଲୋକ୍ୟପୁରୀ ଆସନରୁ ଆପ୍ ପ୍ରାର୍ଥୀ ବିଜୟContinue reading “ଦିଲ୍ଲୀ ନଗର ନିଗମ ଉପ-ନିର୍ବାଚନ ଫଳାଫଳ : ୫ ଆସନରୁ ୪ଟିରେ ଆପ୍ ର ବାଜିମାତ, ଗୋଟିଏରେ କଂଗ୍ରେସ, ବିଜେପିର ହାତ ଖାଲି”
କେନ୍ଦ୍ରାପଡା ରାଜନଗରରେ ମହାଦୁର୍ନୀତି ଅଭିଯୋଗ : ରାସ୍ତା କାମ ପାଇଁ ଗୋଟିଏ ମାସରେ ଦୁଇ ଦୁଇ ଜଣ ଠିକାଦାରଙ୍କୁ ଦିଆଯାଇଛି ଟେଣ୍ଡର
କନକ ବ୍ୟୁରୋ : ରାସ୍ତା କାମରେ ମହାଦୁର୍ନୀତି । ଗୋଟିଏ ରାସ୍ତା କାମ ପାଇଁ ଦୁଇ ଥର ଟେଣ୍ଡର । ମାଟି, ବାଲି ଓ ମୋରମ୍ କାମ ପରେ ସେହି ରାସ୍ତାରେ ପୁଣି ମାଟି କାମ କରିବା ପାଇଁ ଟେଣ୍ଡର ହୋଇଛି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ରାଜନଗରରୁ । ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆଖିବୁଜା ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଲୋକଙ୍କ କହିବା ଅନୁସାରେ, ରାଜନଗର ବ୍ଲକର ଆରଡିContinue reading “କେନ୍ଦ୍ରାପଡା ରାଜନଗରରେ ମହାଦୁର୍ନୀତି ଅଭିଯୋଗ : ରାସ୍ତା କାମ ପାଇଁ ଗୋଟିଏ ମାସରେ ଦୁଇ ଦୁଇ ଜଣ ଠିକାଦାରଙ୍କୁ ଦିଆଯାଇଛି ଟେଣ୍ଡର”