ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ ହୁମା ନିକଟରେ ଅଘଟଣ : ଓଲଟିଲା ଗ୍ୟାସ ଟ୍ୟାଙ୍କର, ଟ୍ୟାଙ୍କରରେ ଆମୋନିଆ ଗ୍ୟାସ ରହିଥିବା ସୂଚନା

କନକ ବ୍ୟୁରୋ : ଓଲଟିଲା ଗ୍ୟାସ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ ହୁମା ନିକଟରେ ଏହି ଘଟଣା ଘଟିଛି । ଟ୍ୟାଙ୍କରରେ ଆମୋନିଆ ଗ୍ୟାସ ରହିଥିବା ସୂଚନା ମିଳିଛି । ଟ୍ୟାଙ୍କର ପାରାଦ୍ୱୀପରୁ ବିଶାଖାପାଟଣା ଯାଉଥିବା ସମୟରେ ଏହି ଅଘଟଣ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି । ଜାତୀୟ ରାଜପଥ ୧୬ରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଫଳରେ ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେContinue reading “ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ ହୁମା ନିକଟରେ ଅଘଟଣ : ଓଲଟିଲା ଗ୍ୟାସ ଟ୍ୟାଙ୍କର, ଟ୍ୟାଙ୍କରରେ ଆମୋନିଆ ଗ୍ୟାସ ରହିଥିବା ସୂଚନା”

ଗ୍ରୀଷ୍ମ ଲହରି ପ୍ରବାହରେ ସନ୍ତୁଳି ହେବ ଓଡ଼ିଶା : ଆସନ୍ତା ୩ ମାସ ସ୍ବାଭାବିକଠାରୁ ଅଧିକ ତାପମାତ୍ରା

ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ଲହରି ପ୍ରବାହରେ ସନ୍ତୁଳି ହେବ ଓଡ଼ିଶା । ଗତ ୪ ଦିନରେ ଏହାର ସ୍ପଷ୍ଟ ପ୍ରମାଣ ପାଇସାରିଛନ୍ତି ଓଡ଼ିଶାବାସୀ । ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ଓଡ଼ିଶା ଉପରେ ଟିକେ ଅଧିକ ରହିବ। ଏହି ତିନି ମାସରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ । ତେବେ ମିଳିଥିବ‌ା ତଥ୍ୟ ଅନୁଯାୟୀ ଏହି ୩ ମାସରେ ଓଡ଼ିଶାର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ହାରାହାରି .୬୬ ଡିଗ୍ରିContinue reading “ଗ୍ରୀଷ୍ମ ଲହରି ପ୍ରବାହରେ ସନ୍ତୁଳି ହେବ ଓଡ଼ିଶା : ଆସନ୍ତା ୩ ମାସ ସ୍ବାଭାବିକଠାରୁ ଅଧିକ ତାପମାତ୍ରା”

ଇନଷ୍ଟାଗ୍ରାମରେ କୋହଲିଙ୍କ ଫଲୋୟର ସଂଖ୍ୟା ୧୦୦ ମିଲିୟନ ଛୁଇଁଲା । ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ କ୍ଲବରେ ସାମିଲ ହେଲେ ବିରାଟ ।

କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ଅନେକ ରେକର୍ଡ ଅର୍ଜନ କରୁଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ବି ଏକ ରେକର୍ଡ ଅର୍ଜନ କରିଛନ୍ତି । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋୟର ସଂଖ୍ୟା ୧୦୦ ମିଲିୟନ ପାର୍ କରିଛି । ଯାହା ତାଙ୍କୁ ଏବେ ରେକର୍ଡ ବୁକରେ ସ୍ଥାନ ଦେଇଛି । କେବଳ ପ୍ରଥମ କ୍ରିକେଟର ଭାବେ ନୁହେଁ, କୋହଲି ପ୍ରଥମ ଏସୀୟ ବ୍ୟକ୍ତି ଭାବେContinue reading “ଇନଷ୍ଟାଗ୍ରାମରେ କୋହଲିଙ୍କ ଫଲୋୟର ସଂଖ୍ୟା ୧୦୦ ମିଲିୟନ ଛୁଇଁଲା । ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ କ୍ଲବରେ ସାମିଲ ହେଲେ ବିରାଟ ।”

ରନ୍ ଫର୍ ହୋପ୍ ଦୌଡରେ ବାହାରିଛନ୍ତି ସୁଫିଆ ଖାନ । ଦିଲ୍ଲୀରୁ ମୁମ୍ବାଇ ଦେଇ ଯିବେ କୋଲକାତା । 

କନକ ବ୍ୟୁରୋ: ରନ୍ ଫର୍ ହୋପ୍ ଦୌଡରେ ବାହାରିଛନ୍ତି ରାଜସ୍ତାନୀ ଝିଅ ସୁଫିଆ ଖାନ । ଇଣ୍ଡିଆନ ଗୋଲଡେନ୍ କ୍ୱାଡ୍ରିଆଲେଟେରାଲ ରନ୍ ତରଫରୁ ଦେଶରେ ଭାଇଚାରା ଓ ସଦଭାବନା ସୃଷ୍ଟି କରିବାକୁ ଦୌଡିବାକୁ ବାହାରିଛନ୍ତି ସୁଫିଆ । ସେ ଦେଶର ଚାରୋଟି ମେଟ୍ରୋ ସିଟି ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ଦୌଡିବାକୁ ବାହାରିଥିବା ବେଳେ ଦୁଇଟି ସିଟି ଦିଲ୍ଲୀ ଓ ମୁମ୍ବାଇ ଅତିକ୍ରମ କରି ଏବେ କୋଲକତା ଅଭିମୁଖେ ବାହାରିଛନ୍ତି । ଆଜି ଖଲ୍ଲିକୋଟ ଜାତୀୟContinue reading “ରନ୍ ଫର୍ ହୋପ୍ ଦୌଡରେ ବାହାରିଛନ୍ତି ସୁଫିଆ ଖାନ । ଦିଲ୍ଲୀରୁ ମୁମ୍ବାଇ ଦେଇ ଯିବେ କୋଲକାତା । “

ତୋର ମୋର ଯୋଡି ସୁନ୍ଦର… ମୁଣ୍ଡରେ ବାହାମୁକୁଟ, ବେକରେ ବରଣମାଳ… ବିବାହ ପରେ ପରିବାର ଲୋକଙ୍କ ସହ ଫଟୋ ଛାଡିଲେ ସବ୍ୟସାଚୀ ଓ ଅର୍ଚ୍ଚିତା ।

କନକ ବ୍ୟୁରୋ: ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରହିଟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବିବାହ ଅନୁଷ୍ଠିତ ହୋଇଛି । ରିଲ ଲାଇଫରୁ ରିୟଲ୍ ଲାଇଫ ଯୋଡ଼ି ବନିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସିନେ-ପରଦାରେ ଦର୍ଶକ ଏହି ଯୋଡ଼ିଙ୍କୁ ବେଶ ପସନ୍ଦ କରିଥିବା ବେଳେ ଏବେ ବାସ୍ତବ ଜୀବନର ଦମ୍ପତି ପାଲଟିଛନ୍ତି ସବ୍ୟ-ଅର୍ଚ୍ଚିତା । ଯଦିଓ ଉଭୟ ନିଜ ବିବାହ ସମ୍ପନ୍ନ ହୋଇଥିବା ନେଇ ସୂଚନା ଦେଇ ନ ଥିଲେ, କିନ୍ତୁ ବିବାହ ଅନୁଷ୍ଠାନରContinue reading “ତୋର ମୋର ଯୋଡି ସୁନ୍ଦର… ମୁଣ୍ଡରେ ବାହାମୁକୁଟ, ବେକରେ ବରଣମାଳ… ବିବାହ ପରେ ପରିବାର ଲୋକଙ୍କ ସହ ଫଟୋ ଛାଡିଲେ ସବ୍ୟସାଚୀ ଓ ଅର୍ଚ୍ଚିତା ।”

୧୯୪୦ ମସିହାରେ ନିର୍ମାଣ ହୋଇଥିଲା ଟମ୍ ଆଣ୍ଡ ଜେରି କାର୍ଟୁନ ସିରିଜ୍ । ଦୁଇ ସାଙ୍ଗ ମିଶି ରଚିଥିଲେ ଇତିହାସ ।

କନକ ବ୍ୟୁରୋ: ଟମ୍ ଆଣ୍ଡ ଜେରି କାର୍ଟୁନ୍ ସିରିଜକୁ ଆପଣ କେବେ ନା କେବେ ନିଶ୍ଚୟ ଦେଖିଥିବେ । ମୂଷା, ବିଲେଇର ଏହି ଲଢେଇ ଆପଣଙ୍କୁ ନିଶ୍ଚୟ ହସେଇଥିବ । ସେଇଥିପାଇଁ ତ ଆଜି ବି ଅନେକ ଛୋଟ ପିଲା ଏହି କାର୍ଟୁନ ସିରିଜ୍ ଦେଖିଥାନ୍ତି । ଛୋଟ ଛୋଟ ପିଲାମାନଙ୍କ ପାଇଁ ଟମ୍ ଆଣ୍ଡ ଜେରି ସୋ ସବୁଠୁ ଲୋକପ୍ରିୟ । ତେବେ ଏହି ସିରିଜ କିଏ ତିଆରି କରିଥିଲା ? ଆଉ କେବେ କରିଥିଲାContinue reading “୧୯୪୦ ମସିହାରେ ନିର୍ମାଣ ହୋଇଥିଲା ଟମ୍ ଆଣ୍ଡ ଜେରି କାର୍ଟୁନ ସିରିଜ୍ । ଦୁଇ ସାଙ୍ଗ ମିଶି ରଚିଥିଲେ ଇତିହାସ ।”

ଆମ ଆଦମୀ ପାର୍ଟିରେ ଯୋଗଦେଲେ ପୂର୍ବତନ ମିସ୍ ଇଣ୍ଡିଆ ଦିଲ୍ଲୀ ମାନସୀ ସେହଗଲ । କହିଲେ, କେଜ୍ରିୱାଲ ଓ ରାଘବ ଚଢାଙ୍କୁ ଆଦର୍ଶ ଭାବି ଆପ୍ ପ୍ରତି ହେଲେ ଆକୃଷ୍ଟ ।

କନକ ବ୍ୟୁରୋ: ଆମ ଆଦମୀ ପାର୍ଟିରେ ଯୋଗଦେଲେ ପୂର୍ବତନ ମିସ୍ ଇଣ୍ଡିଆ ଦିଲ୍ଲୀ ମାନସୀ ସେହଗଲ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ରାଘବ ଚଢାଙ୍କୁ ଆଦର୍ଶ ଭାବି ଆପ୍ ପ୍ରତି ଆକୃଷ୍ଟ ହେବା ପରେ ସେ ଦଳରେ ସାମିଲ ହେବା ନେଇ ନିଷ୍ପତି ନେଇଥିବା କହିଛନ୍ତି ମାନସୀ ସେହଗଲ । ଆପ୍ ନେତା ରାଘବ ଚଢାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଆପ୍ ସରକାର ଗଠନ କରିବା ପରେ ଶିକ୍ଷା ଓContinue reading “ଆମ ଆଦମୀ ପାର୍ଟିରେ ଯୋଗଦେଲେ ପୂର୍ବତନ ମିସ୍ ଇଣ୍ଡିଆ ଦିଲ୍ଲୀ ମାନସୀ ସେହଗଲ । କହିଲେ, କେଜ୍ରିୱାଲ ଓ ରାଘବ ଚଢାଙ୍କୁ ଆଦର୍ଶ ଭାବି ଆପ୍ ପ୍ରତି ହେଲେ ଆକୃଷ୍ଟ ।”

୯ ସେକେଣ୍ଡରେ ୧୩ ଥର ପୁସଅପ୍ସ ମାରିବା ସହ ଛାତ୍ରଛାତ୍ରୀଙ୍କ ସହ ଡ୍ୟାନ୍ସ କଲେ ରାହୁଲ । ସେପଟେ ଆସାମରେ ଆଦିବାସୀ ଡାନ୍ସ କଲେ ପ୍ରିୟଙ୍କା ଗାନ୍ଧୀ ।

କନକ ବ୍ୟୁରୋ: ତାମିଲନାଡୁରେ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । କନ୍ୟାକୁମାରୀରେ ରୋଡ ସୋ କରିବା ପରେ ସେଟଂ ଜୋଶେଫ ସ୍କୁଲରେ ପହଁଚି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତା ହୋଇଥିଲେ ରାହୁଲ । ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ପରେ ଜଣେ ଛାତ୍ରୀଙ୍କ ପୁସ୍ଅପ୍ସ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ । ଦଶମ ଶ୍ରେଣୀ ଛାତ୍ର ମେରୋଲିନ ସେନିଘାଙ୍କ ଠାରୁ ଚ୍ୟାଲେଞ୍ଜ ଗ୍ରହଣ କରି ୯ ସେକେଣ୍ଡରେ ୧୩ ଥର ପୁସଅପ୍ସContinue reading “୯ ସେକେଣ୍ଡରେ ୧୩ ଥର ପୁସଅପ୍ସ ମାରିବା ସହ ଛାତ୍ରଛାତ୍ରୀଙ୍କ ସହ ଡ୍ୟାନ୍ସ କଲେ ରାହୁଲ । ସେପଟେ ଆସାମରେ ଆଦିବାସୀ ଡାନ୍ସ କଲେ ପ୍ରିୟଙ୍କା ଗାନ୍ଧୀ ।”

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶ ଦାତା ନିଯୁକ୍ତ ହେଲେ ପ୍ରଶାନ୍ତ କିଶୋର । ଦରମା ନେବେ କେବଳ ୧ ଟଙ୍କା ।

କନକ ବ୍ୟୁରୋ: ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋରଙ୍କୁ ନେଇ ଏବେ ଚର୍ଚ୍ଚା । ଏହି ଚର୍ଚ୍ଚା ସେତେବେଳେ ଆସିଛି ଯେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କୁ ମ୍ରୁଖ୍ୟ ପରାମର୍ଶ ଦାତା ଭାବେ ନିଯୁକ୍ତ କରିଛନ୍ତି । ମାତ୍ର ୧ ଟଙ୍କା ଦରମାରେ ପ୍ରଶାନ୍ତ କିଶୋର ଅମରିନ୍ଦର ସିଂହଙ୍କ ପାଇଁ ରାଜନୈତିକ ପରାମର୍ଶ ଦାତା ଭାବେ କାମ କରିବେ । ଆଉ ବର୍ଷକ ପରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଆସୁଛି ।Continue reading “ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶ ଦାତା ନିଯୁକ୍ତ ହେଲେ ପ୍ରଶାନ୍ତ କିଶୋର । ଦରମା ନେବେ କେବଳ ୧ ଟଙ୍କା ।”

ଲଗାତର ପଞ୍ଚମ ମାସରେ ବଢିଲା ଜିଏସଟି ସଂଗ୍ରହ । ଫେବ୍ରୁଆରୀ ମାସରେ ଟପିଲା ୧ଲକ୍ଷ ୧୩ ହଜାର କୋଟି । ପୂର୍ବ ମାସ ଅପେକ୍ଷା ୭ପ୍ରତିଶତ ବୃଦ୍ଧି ।

କନକ ବ୍ୟୁରୋ: ଚଳିତବର୍ଷ ଫେବ୍ରୁଆରୀ ମାସରେ ୧ଲକ୍ଷ ୧୩ ହଜାର କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି । ଅର୍ଥ ମନ୍ତ୍ରାଳୟ ତରଫରୁ ଆସିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପଞ୍ଚମ ମାସ  ପାଇଁ ଜିଏସଟି ବାବଦ ସଂଗ୍ରହ ଏକ ଲକ୍ଷ କୋଟି ପାର କରିଛି । ଯଦି ଗତବର୍ଷ ଫେବ୍ରୁଆରୀ ମାସର ଜିଏସଟି ସଂଗ୍ରହ ସହିତ ତୁଳନା କରାଯାଏ, ତେବେ ଚଳିତବର୍ଷ ଜିଏସଟି ସଂଗ୍ରହରେ ୭ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହା ନିଶ୍ଚିତContinue reading “ଲଗାତର ପଞ୍ଚମ ମାସରେ ବଢିଲା ଜିଏସଟି ସଂଗ୍ରହ । ଫେବ୍ରୁଆରୀ ମାସରେ ଟପିଲା ୧ଲକ୍ଷ ୧୩ ହଜାର କୋଟି । ପୂର୍ବ ମାସ ଅପେକ୍ଷା ୭ପ୍ରତିଶତ ବୃଦ୍ଧି ।”

Design a site like this with WordPress.com
Get started