କନକ ବ୍ୟୁରୋ: ବାଲାକୋଟ ଏୟାରଷ୍ଟ୍ରାଇକର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପୁଣି ଚାଲ୍ ଖେଳିଛି ପାକିସ୍ତାନ । ଏକ ପ୍ରୋପାଗଣ୍ଡା ଭିଡିଓ ଜାରି କରିି ପାକିସ୍ତାନ ଏଥିରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଏକ ଭିଡିଓକୁ ଦେଖାଇଛି । ଏହି ଭିଡିଓରେ କଶ୍ମୀରରେ ଶାନ୍ତି ପ୍ରତିଷ୍ଠା କରିବା ସହ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସିି ପାର୍ଥକ୍ୟ ନଥିବା କଥା କହୁଛନ୍ତି ଅଭିନନ୍ଦନ । ତେବେ ଏହି ଭିଡିଓରେ ୧୬ରୁ ୧୭ଟି କଟ୍ ଥିବାContinue reading “ବାଲାକୋଟ ଆକ୍ରମଣର ଦୁଇ ବର୍ଷ ପରେ ପାକର ପ୍ରୋପାଗଣ୍ଡା ଭିଡିଓ । ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭିଡିଓ କଲା ଜାରି; ଭିଡିଓରେ ୧୭ଟି କଟ୍ ଥିବାରୁ ବଢିଲା ସନ୍ଦେହ।”
Author Archives: Raghaba
ମୁମ୍ବାଇ ବିଦ୍ୟୁତ ବିଭ୍ରାଟ ପଛରେ ଚୀନ୍ ହ୍ୟାକର । ଚୀନର ସାଇବର ଆଟାକ ନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଲା ରିପୋର୍ଟ ।
କନକ ବ୍ୟୁରୋ: ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିଥିବା ଚୀନ୍ ସାଇବର ଆଟାକ ମଧ୍ୟ ଜାରି ରଖିଛି । ଗତବର୍ଷ ଅକ୍ଟୋବର ମାସରେ ମୁ୍ମ୍ବାଇରେ ଦୀର୍ଘ ସମୟ ଧରି ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ଏପରିକି ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ବେପାର ବାଣିଜ ସବୁ କିଛି ଠପ୍ ହୋଇଯାଇଥିଲା । ତେବେ ଏହା ପଛରେ ଚୀନ୍ର ସାଇବର ଆଟାକର ସମ୍ପୃକ୍ତି ଥିବା ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେContinue reading “ମୁମ୍ବାଇ ବିଦ୍ୟୁତ ବିଭ୍ରାଟ ପଛରେ ଚୀନ୍ ହ୍ୟାକର । ଚୀନର ସାଇବର ଆଟାକ ନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଲା ରିପୋର୍ଟ ।”
ଚୀନର ଆଉ ଏକ ଚାଲ । ଭାରତର ଟିକା କମ୍ପାନି ଉପରେ ସାଇବର ଆକ୍ରମଣ କରିବାକୁ ଅହରହ ଉଦ୍ୟମ କରୁଛି ସୈତାନ ଚୀନ୍ ।
କନକ ବ୍ୟୁରୋ : କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତଠାରୁ ପଛେଇଯିବା ପରେ ଚୀନ ଏବେ ଭାରତର ଟିକା ପ୍ରସ୍ତୁତକାରୀ କମ୍ପାନି ମାନଙ୍କ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରୁଛି । କିଛି ସପ୍ତାହ ତଳେ ଚୀନ ହ୍ୟାକରମାନେ ଭାରତର ଦୁଇ ଟିକା ପ୍ରସ୍ତୁତିକାରୀ କମ୍ପାନି ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକର ଆଇଟି ସିଷ୍ଟମ ଉପରେ ସାଇବର ଆକ୍ରମଣ କରି ସେଗୁଡ଼ିକରୁ ତଥ୍ୟ ଚୋରାଇବା ଓ ତଥ୍ୟ ନଷ୍ଟ କରିବା ଲଗି ଉଦ୍ୟମ କରିଥିଲେContinue reading “ଚୀନର ଆଉ ଏକ ଚାଲ । ଭାରତର ଟିକା କମ୍ପାନି ଉପରେ ସାଇବର ଆକ୍ରମଣ କରିବାକୁ ଅହରହ ଉଦ୍ୟମ କରୁଛି ସୈତାନ ଚୀନ୍ ।”
ସୁନା ଲୁଟିବାକୁ ଆସି ଗୁଳିମାଡ କଲେ ଦୁର୍ବୃତ୍ତ । ସୁନ୍ଦରଗଡ ଜିଲ୍ଲା ବଡଗାଁ’ର ସୁନା ବେପାରୀ ରୋହିତ ବର୍ମାଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ସୁନା ଲୁଟିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଗୁଳି ମାଡରେ ସୁନା ଦୋକାନୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଘଟିଛି ଏଭଳି ଏକ ଛାତିଥର ଘଟଣା, ଯାହାର ସାକ୍ଷୀ ସାଜିଛି ସିଟିଟିଭି କ୍ୟାମେରା । ଦୋକାନରେ ଲାଗିଥିବା ସିସିଟିଭ୍ କ୍ୟାମେରାରେ ଏହି ଗୁଳିକାଣ୍ଡର ପ୍ରତିଟି ଦୃଶ୍ୟ କଏଦ ହୋଇଛି । ଆଜି ସକାଳ ପ୍ରାୟ ୯ଟ ୧୦ ମିନିଟରେ ସୁନା ଦୋକନର ସଟର ଖୋଲୁଥିଲେ ସୁନାବେପାରୀ ରୋହିତ ବର୍ମା । ଏହି ସମୟରେ ତିନିଜଣ ଦୁର୍ବୃତ୍ତContinue reading “ସୁନା ଲୁଟିବାକୁ ଆସି ଗୁଳିମାଡ କଲେ ଦୁର୍ବୃତ୍ତ । ସୁନ୍ଦରଗଡ ଜିଲ୍ଲା ବଡଗାଁ’ର ସୁନା ବେପାରୀ ରୋହିତ ବର୍ମାଙ୍କ ମୃତ୍ୟୁ ।”
ଗାଡି ଚୋରିର ନୂଆ ତରିକା: ଟେଷ୍ଟ ଡ୍ରାଇଭ ନାଁରେ ଗାଡି ଧରି ଚମ୍ପଟ ହେଉଥିଲା ଚୋର । ଅଭିଯୋଗ ପରେ ଧରିଲା ସ୍ପେଶାଲ ସ୍କ୍ୱାର୍ଡ ।
କନକ ବ୍ୟୁରୋ: ଓଏଲଏକ୍ସରେ ଗାଡି ବିକିବାକୁ ଚାହୁଁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ ଆପଣ ବି ହୋଇପାରନ୍ତି ଲୁଟର ଶିକାର । କାହିଁକି ନାଁ, ଅମିତ ପାତ୍ର ନାମକ ଜଣେ ବ୍ୟକ୍ତିକୁ ଆଜି ପୋଲିସ ଗିରଫ କରିବା ପରେ ଗାଡି ଚୋରି ଘଟଣାର ଏକ ନୂଆ ତରିକା ଦେଖିବାକୁ ମିଳିଛି । ଗଞ୍ଜାମ ଅଂଚଳର ଯୁବକ ଅମିତ ପାତ୍ର ଓଏଲଏକ୍ସରେ ଗାଡି ବିକିବା ବିଜ୍ଞାପନ ଦେଖିବା ପରେ ଏହାକୁ କିଣିବାକୁ ଆଗ୍ରହ ଦେଖାଉଥିଲା । ହେଲେContinue reading “ଗାଡି ଚୋରିର ନୂଆ ତରିକା: ଟେଷ୍ଟ ଡ୍ରାଇଭ ନାଁରେ ଗାଡି ଧରି ଚମ୍ପଟ ହେଉଥିଲା ଚୋର । ଅଭିଯୋଗ ପରେ ଧରିଲା ସ୍ପେଶାଲ ସ୍କ୍ୱାର୍ଡ ।”
ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ । ପିଏମ କିଷାନ ଯୋଜନାରେ ଉପକୃତ ହୁଅନ୍ତୁ ପଞ୍ଜିକୃତ ସମସ୍ତ ଓଡ଼ିଆ ଚାଷୀ, ନବୀନ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି କହିଲେ ଧର୍ମେନ୍ଦ୍ର ।
କନକ ବ୍ୟୁରୋ : ଚାଷୀଙ୍କ ପାଇଁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଓଡିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପଞ୍ଜିକୃତ ୪୦ ଲକ୍ଷ ୫୦ ହଜାର ଓଡିଶାର ଚାଷୀ ଯେପରି ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ନିଧିContinue reading “ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ । ପିଏମ କିଷାନ ଯୋଜନାରେ ଉପକୃତ ହୁଅନ୍ତୁ ପଞ୍ଜିକୃତ ସମସ୍ତ ଓଡ଼ିଆ ଚାଷୀ, ନବୀନ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି କହିଲେ ଧର୍ମେନ୍ଦ୍ର । “
ଏକାମ୍ର କ୍ଷେତ୍ର ଯାଇ ସରକାରଙ୍କୁ ପ୍ରଶ୍ନ ପଚାରିଲେ ଅପରାଜିତା । କହିଲେ, ପୁରାତନ କୀର୍ତିରାଜିକୁ ଭାଙ୍ଗି କ’ଣ ସଂରକ୍ଷଣ କରୁଛନ୍ତି ସରକାର?
କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଖନନ ସ୍ଥଳକୁ ଯାଇ ଅନେକ ଫଟୋକୁୁ ଟୁଇଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆଉ କହିଛନ୍ତି, ପ୍ରତ୍ନତତ୍ତ୍ୱ ସବେକ୍ଷଣ ସଂସ୍ଥା ବା ଏଏସଆଇର ଡାକରାରେ ସେ ଖନନ ସ୍ଥଳୀକୁ ଯାଇଥିଲେ । ଏଥିସହ ବର୍ଷ ବର୍ଷର ଐତିହାସିକ କିର୍ତିରାଜିକୁ ଧ୍ୱଂସ କରି କ’ଣ ସୌନ୍ଦର୍ଯ୍ୟକରଣ କରାଯାଉଛି ବୋଲି ଅପରାଜିତ ପ୍ରଶ୍ନ ଉଠାଇଛନ୍ତି । କେବଳ ସେତିକି ନୁହେଁ ବଂର କେଉଁ ସଂରକ୍ଷଣ ବିଶେଷଜ୍ଞ ଏଭଳି ପରାମର୍ଶContinue reading “ଏକାମ୍ର କ୍ଷେତ୍ର ଯାଇ ସରକାରଙ୍କୁ ପ୍ରଶ୍ନ ପଚାରିଲେ ଅପରାଜିତା । କହିଲେ, ପୁରାତନ କୀର୍ତିରାଜିକୁ ଭାଙ୍ଗି କ’ଣ ସଂରକ୍ଷଣ କରୁଛନ୍ତି ସରକାର?”
ଟିକା ନେଲେ ମୋଦି ଓ ନବୀନ
କନକ ବ୍ୟୁରୋ : ରାଜ୍ୟର ୧୫୩ଟି ହସ୍ପିଟାଲରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ବଡ କଥା ହେଉଛି ପ୍ରଥମ ଥର ପାଇଁ ଘରୋଇ ହସ୍ପିଟାଲରେ ଟିକା ଦିଆଯାଇଛି । ଭୁବନେଶ୍ୱରର ୧୦ଟି ହସ୍ପିଟାଲ ସମେତ ସାରା ରାଜ୍ୟରେ ୨୧ଟି ବେସରକାରୀ ହସ୍ପିଟାଲରେ ଟିକାକରଣ କରାଯାଇଛି । କେତେକ ଘରୋଇ ହସ୍ପିଟାଲରେ ବିନା ପଞ୍ଜୀକରଣରେ, ସେହି ସ୍ଥାନରେ ପଞ୍ଜୀକରଣ କରି ଟିକା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆହୁରିContinue reading “ଟିକା ନେଲେ ମୋଦି ଓ ନବୀନ”
୬ଟି ସହରରେ ଖେଳାଯିବ ଆଇପିଏଲ! କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ବିନା କିଛି ଷ୍ଟାଡିୟମରେ ହୋଇପାରେ ମ୍ୟାଚ୍ ।
କନକ ବ୍ୟୁରୋ : ଗତବର୍ଷ କୋଭିଡ୍-୧୯ ମହାମାରୀ ପାଇଁ ଆଇପିଏଲ୍ ୟୁଏଇରେ ଖେଳାଯାଇଥିବା ବେଳେ ଚଳିତ ବର୍ଷର ସଂସ୍କରଣ ଭାରତରେ ଖେଳାଯିବା ନିଶ୍ଚିତ ହୋଇଛି। ଏଥିପାଇଁ ବିସିସିଆଇ ଏବଂ ଆଇପିଏଲ୍ ପରିଚାଳନା ପରିଷଦ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ମୁମ୍ବାଇ, ପୁନେ ଏବଂ ଅହମ୍ମଦାବାଦରେ ଏହାକୁ ସୀମିତ ରଖାଯିବ ବୋଲି ପ୍ରାରମ୍ଭିକ ଯୋଜନା କରାଯାଇଥିଲା। ଏବେ କିନ୍ତୁ ବିସିସିଆଇ ୬ଟି ସହରକୁ ସଂକ୍ଷିପ୍ତ ତାଲିକାରେ ରଖିଛି। ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ, କୋଲକାତା, ଅହମ୍ମଦାବାଦ ଏବଂ ଦିଲ୍ଲୀ ଏଥିରେ ରହିଛନ୍ତି।Continue reading “୬ଟି ସହରରେ ଖେଳାଯିବ ଆଇପିଏଲ! କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ବିନା କିଛି ଷ୍ଟାଡିୟମରେ ହୋଇପାରେ ମ୍ୟାଚ୍ ।”
ଜାତୀୟ ରାଜପଥରେ ପୁଣି ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଗ୍ୟାସ ଟ୍ୟାଙ୍କରର ଉଦ୍ଧାର କାର୍ଯ୍ୟ ଜାରି; ଲୋକେ ଆତଙ୍କିତ ।
କନକ ବ୍ୟୁରୋ: ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଆମୋନିଆ ଗ୍ୟାସ୍ ବୋଝେଇ ଟ୍ୟାଙ୍କର । ପାରାଦୀପରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭିମୁଖେ ଯାଉଥବା ବେଳେ ଗଂଜାମ ଥାନା ଅନ୍ତର୍ଗତ ପୁଇଁତଳା-ହୁମା ମଧ୍ୟବର୍ତ୍ତୀ ସ୍ଥାନରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ୧୬ ନମ୍ବର ଜାତୀୟ ରାଜପଥରେ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଆମୋନିଆ ଗ୍ୟାସ୍ ବୋଝେଇ ଟ୍ୟାଙ୍କରର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ଗ୍ୟାସ୍ ଟ୍ୟାଙ୍କରଟିContinue reading “ଜାତୀୟ ରାଜପଥରେ ପୁଣି ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଗ୍ୟାସ ଟ୍ୟାଙ୍କରର ଉଦ୍ଧାର କାର୍ଯ୍ୟ ଜାରି; ଲୋକେ ଆତଙ୍କିତ ।”