ସତ ମାନିଲା ସଇତାନ୍ ଚୀନ : ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତର ସମ୍ମାନ ପରେ ପଦାକୁ ଆସିଲା ସତ

କନକ ବ୍ୟୁରୋ : ଗତବର୍ଷ ଜୁନ୍‌ ମାସରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଉପତ୍ୟକାରେ ସଙ୍ଗଠିତ ସଂଘର୍ଷରେ ପ୍ରାଣ ହରାଇଥିବା ଚାରିଜଣ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ସୈନିକମାନଙ୍କର ନାମ ଓ ପୂର୍ଣ୍ଣ ବିବରଣୀ ଚୀନ୍‌ ପ୍ରଥମ କରି ଉଲ୍ଲେଖ କରିଛି । ଏହି ତୁମୁଳ ସଂଘର୍ଷରେ କେତେ ସଂଖ୍ୟକ ଚୀନ୍‌ ସେନା ପ୍ରାଣ ହରାଇଥିଲେ ତା’ର ବିବରଣୀ ପ୍ରକାଶ କରିବାକୁ ଚୀନ୍‌ ଅଗ୍ରାହ୍ୟ କରି ଆସୁଥିଲା । ଚୀନ୍‌ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍ସ୍‌’ ଏକ ରିପୋର୍ଟରେ କହିଛି,Continue reading “ସତ ମାନିଲା ସଇତାନ୍ ଚୀନ : ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତର ସମ୍ମାନ ପରେ ପଦାକୁ ଆସିଲା ସତ”

ମାଲିକର କଥା ମାନି ଫଟା ଫଟ୍ ପରିବା କାଟୁଛି ମାଙ୍କଡ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ…

ସାଧାରଣତଃ ମାଙ୍କଡ଼ମାନେ ମଣିଷଙ୍କୁ ହଇରାଣ କରୁଥିବା ଶୁଣିବାକୁ ମିଳିଥିବା ବେଳେ କେତେବଳେ ମାଙ୍କଡ଼ ଛୋଟ ଛୁଆଙ୍କୁ ଉଠାଇ ନେଇଥିବାର ଘଟଣା ସାମ୍ନାକୁ ଆସିଛି।  ଅପରପକ୍ଷରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମାଙ୍କଡ଼କୁ ନିଜ ଛୁଆ ଭଳି ରଖିଥାଆନ୍ତି। ତେବେ କୌଣସି ମାଙ୍କଡ଼ ଘର କାମରେ ତାର ମାଲିକଙ୍କୁ ସାହାଯ୍ୟ କରୁଥିବା ଘଟଣା ଶୁଣିଛନ୍ତି। ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ମାଙ୍କଡ଼ ତାର ମାଲିକାଣୀଙ୍କ କଥାContinue reading “ମାଲିକର କଥା ମାନି ଫଟା ଫଟ୍ ପରିବା କାଟୁଛି ମାଙ୍କଡ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ…”

ଜମ୍ମୁ-କାଶ୍ମୀର ସୋଫିଆ ଠାରେ ପୋଲିସର ଏନକାଉଁଣ୍ଟର । ଗଡିଲା ୩ ଆତଙ୍କୀ ମୁଣ୍ଡ, ଜଣେ ପୋଲିସକର୍ମୀ ଶହୀଦ୍

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସୋଫିଆ ସେକ୍ଟରରେ ଭାରତୀୟ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ସକାଳୁ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହା ସହ ମୃତ ଆତଙ୍କବାଦୀଙ୍କ ନିକଟକୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଗୋଳା ବାରୁଦ ଜବତ୍ ହୋଇଛି । ଆତଙ୍କବାଦୀଙ୍କ ମୃତ୍ୟୁ ପରେ ପୋଲିସ ପୁରା ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେଶନ ଜାରି ରଖିଛି । ସୂଚନାContinue reading “ଜମ୍ମୁ-କାଶ୍ମୀର ସୋଫିଆ ଠାରେ ପୋଲିସର ଏନକାଉଁଣ୍ଟର । ଗଡିଲା ୩ ଆତଙ୍କୀ ମୁଣ୍ଡ, ଜଣେ ପୋଲିସକର୍ମୀ ଶହୀଦ୍”

ପ୍ରଶାସନର କଟକଣା ଭିତରେ ଖଣ୍ଡଗିରିରେ ଆରମ୍ଭ ହେଲା ମାଘମେଳା : କେବଳ ନୀତି ରକ୍ଷା ପାଇଁ ହେବ ହୋମ, ଯଜ୍ଞ ଓ ପୂଜା, ପାଠ

କନକ ବ୍ୟୁରୋ : କରୋନା କଟକଣା ଲଗାଇ ଖଣ୍ଡଗିରି ମେଳାକୁ ବନ୍ଦ କରିଛି ପ୍ରଶାସନ । କେବଳ ନୀତି ରକ୍ଷା ପାଇଁ ପୂଜା, ଯଜ୍ଞ ହେବ ବୋଲି ଘୋଷଣା କରିଥିଲା । ଏଥିପାଇଁ ଋଷିକେଶ, ହରିଦ୍ୱାରରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ସାଧୁସନ୍ଥଙ୍କ ସମାଗମ ହେଲାଣି । ୯ ଦିନ ପର୍ଯ୍ୟନ୍ତ ସାଧୁମାନେ ଖଣ୍ଡଗିରି ଗୁମ୍ଫା ଓ ଜଙ୍ଗଳରେ ଅବସ୍ଥାନ କରି ବିଶ୍ୱଶାନ୍ତି ପାଇଁ ମହାଯଜ୍ଞ କରିବେ । ନାମଯଜ୍ଞ, ସଂକୀର୍ତନ ସହContinue reading “ପ୍ରଶାସନର କଟକଣା ଭିତରେ ଖଣ୍ଡଗିରିରେ ଆରମ୍ଭ ହେଲା ମାଘମେଳା : କେବଳ ନୀତି ରକ୍ଷା ପାଇଁ ହେବ ହୋମ, ଯଜ୍ଞ ଓ ପୂଜା, ପାଠ”

ତେଲ ଦରରେ ନିଆଁ । ରାଜଧାନୀରେ ୯୦.୬୦ ପଇସା ଛୁଇଁଲା ପେଟ୍ରୋଲ, ମାଲକାନଗିରିରେ ତେଲ ଦର ସର୍ବାଧୀକ

ଦେଶରେ କ୍ରମାଗତଭାବେ ଗତ ୧୦ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ୁଛି। ଗତ ୯ ତାରିଖରୁ ଏହି ଦର ଲଗାତାର ବଢ଼ି ଚାଲିଛି। ଦଶ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୩ ଟଙ୍କା ଏବଂ ଡିଜେଲ ଦର ସାଢ଼େ ୩ ଟଙ୍କା ମହଙ୍ଗା ହୋଇଯାଇଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୬୦ ପଇସା ଏବଂ ଡିଜେଲ ଦର ୮୭ ଟଙ୍କା ୪୮ ପଇସାରେ ପହଞ୍ଚିContinue reading “ତେଲ ଦରରେ ନିଆଁ । ରାଜଧାନୀରେ ୯୦.୬୦ ପଇସା ଛୁଇଁଲା ପେଟ୍ରୋଲ, ମାଲକାନଗିରିରେ ତେଲ ଦର ସର୍ବାଧୀକ”

ମଙ୍ଗଳ ପୃଷ୍ଠରେ ସଫଳତା ସହ ଅବତରଣ କଲା ନାସାର ରୋଭର : ଲାଲ୍ ଗ୍ରହରେ ଜୀବ ସତାର ସନ୍ଧାନ ଦିଗରେ ଅନୁସନ୍ଧାନ କରି ମାର୍ସ ପର୍ସିଭେରେନ୍ସ ରୋଭର

କନକ ବ୍ୟୁରୋ : ମଙ୍ଗଳ ଗ୍ରହରେ ନୂଆ ଅତିଥି । ପୃଥିବୀରୁ ଯାଇଛି ଏହି ଅତିଥି । ନାସା ପକ୍ଷରୁ ପଠାଯାଇଥିବା ରୋଭର ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟରେ ସଫଳତାର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିଛି । ମାର୍ସ ପର୍ସିଭେରେନ୍ସ ରୋଭର ମଙ୍ଗଳ ପୃଷ୍ଠରେ ଥିବା ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି । ଏହି କ୍ରେଟର ବା ଘାତ ହେଉଛି ପୂର୍ବରୁ ମଙ୍ଗଳ ଗ୍ରହରେ ବୋହୁଥିବା ଏକ ନଦୀ ବୋଲି ବୈଜ୍ଞାନିକContinue reading “ମଙ୍ଗଳ ପୃଷ୍ଠରେ ସଫଳତା ସହ ଅବତରଣ କଲା ନାସାର ରୋଭର : ଲାଲ୍ ଗ୍ରହରେ ଜୀବ ସତାର ସନ୍ଧାନ ଦିଗରେ ଅନୁସନ୍ଧାନ କରି ମାର୍ସ ପର୍ସିଭେରେନ୍ସ ରୋଭର”

ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି : ଓଡିଶା ପକ୍ଷରୁ ଦାୟର ଅଦାଲତ ଅବମାନନା ଅଭିଯୋଗ ଉପରେ ଜବାବ ରଖିସାରିଛି ଆନ୍ଧ୍ର

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ଏଏମ ଖାନୱିଲକର ଓ ବିଚାରପତି ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ହେବ ଶୁଣାଣି । ଗତକାଲି ଆନ୍ଧ୍ର ପକ୍ଷରୁ ଓଡିଶା ଅଦାଲତ ଅବମାନନା ଅଭିଯୋଗ ସଂପର୍କିତ ପିଟିସନ୍ ଉପରେ ଜବାବ ଦାଖଲ କରାଯାଇଥିଲା । ଏଥିରେ ଆନ୍ଧ୍ର ସରକାର କହିଥିଲେ, କୋଟିିଆର ୩ଟି ଗାଁରେ ନିର୍ବାଚନ କରାଇ ଆନ୍ଧ୍ର ଅଦାଲତଙ୍କ ଅବମାନନା କରିନାହାନ୍ତି । ତେଣୁ ଓଡିଶାର ପିଟିସନକୁ ଖାରଜ କରିବା ପାଇଁContinue reading “ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି : ଓଡିଶା ପକ୍ଷରୁ ଦାୟର ଅଦାଲତ ଅବମାନନା ଅଭିଯୋଗ ଉପରେ ଜବାବ ରଖିସାରିଛି ଆନ୍ଧ୍ର”

୧୪ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ସମ୍ଭାବନା । କେତେକ ସ୍ଥାନରେ ହୋଇପାରେ ସ୍ୱଳ୍ପ ବର୍ଷା, ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା

କନକ ବ୍ୟୁରୋ : ରାଜ୍ୟର ୧୪ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ । ବିଶେଷକରି ପଶ୍ଚିମ, କେନ୍ଦ୍ରୀୟ ଓ ପଶ୍ଚିମ-ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏଭଳି ସ୍ଥିତି ଲାଗି ରହିବ। କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଲାଗିContinue reading “୧୪ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ସମ୍ଭାବନା । କେତେକ ସ୍ଥାନରେ ହୋଇପାରେ ସ୍ୱଳ୍ପ ବର୍ଷା, ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା”

ବ୍ୟାଙ୍କର ଲକରରୁ ୩୩ ଲକ୍ଷ ଟଙ୍କାର ସୁନା ଗହଣା ଗାୟବ : ବରଗଡ ଏସବିଆଇ ମୁଖ୍ୟ ଶାଖା ବିରୋଧରେ ଥାନାରେ ଅଭିଯୋଗ

କନକ ବ୍ୟୁରୋ : ବ୍ୟାଙ୍କ ଲକରରୁ ସୁନାଗହଣା ଗାୟବ । ପ୍ରାୟ ୩୩ ଲକ୍ଷ ଟଙ୍କାର ଗହଣା ଗାୟବ ହେବା ନେଇ ହୋଇଛି ଅଭିଯୋଗ । ଏଭଳି ଏକ ଚାଂଚଲ୍ୟକର ଅଭିଯୋଗ ଆସିଛି ବରଗଡ ସହରରୁ । ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ବରଗଡର ମହାନ୍ତି ପଡା ବାସିନ୍ଦା ସ୍ନିଗ୍ଧା ତ୍ରିପାଠୀଙ୍କ ଲକରରୁ ସୁନାଗହଣା ଗାୟବ ହୋଇଥିବା ବରଗଡ ଥାନାରେ ଅଭିଯୋଗ ହୋଇଛି ।Continue reading “ବ୍ୟାଙ୍କର ଲକରରୁ ୩୩ ଲକ୍ଷ ଟଙ୍କାର ସୁନା ଗହଣା ଗାୟବ : ବରଗଡ ଏସବିଆଇ ମୁଖ୍ୟ ଶାଖା ବିରୋଧରେ ଥାନାରେ ଅଭିଯୋଗ”

କଟକଣା ଭିତରେ ଚନ୍ଦ୍ରଭାଗାରେ ମାଘବୁଡ ଅନୁଷ୍ଠିତ : ଅନୁମତି ପ୍ରାପ୍ତ ଭକ୍ତ ହିଁ ପକାଇଲେ ବୁଡ଼

କନକ ବ୍ୟୁରୋ : କଟକଣା ଭିତରେ ହୋଇଛି ଚନ୍ଦ୍ରଭାଗାର ମାଘ ସପ୍ତମୀ ବୁଡ । କୋଣାର୍କ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି ରହିଛି । କରୋନା ସଂକ୍ରମଣକୁ ନଜରରେ ରଖି ମାଘ ସପ୍ତମୀର ବୁଡ଼ ଉପରେ କଟକଣା ଲଗାଯାଇଛି । ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମାତ୍ର ୫୦୦ ଜଣ ଏଥିରେ ସାମିଲ ହୋଇପାରିବେ ବୋଲି ନିଷ୍ପତି ହୋଇଥିଲା । କରୋନାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି କଟକଣା ଜାରି କରିଛି । ମାଘContinue reading “କଟକଣା ଭିତରେ ଚନ୍ଦ୍ରଭାଗାରେ ମାଘବୁଡ ଅନୁଷ୍ଠିତ : ଅନୁମତି ପ୍ରାପ୍ତ ଭକ୍ତ ହିଁ ପକାଇଲେ ବୁଡ଼”

Design a site like this with WordPress.com
Get started