ସିଲ୍କ ସିଟିର ଗୋଲାପ ଚାଷୀ । କଠିନ ପରିଶ୍ରମ ଫଳରେ ଏକର ଏକର ଜମିରେ ଫୁଟୁଛି ଭଳିକି ଭଳି ଗୋଲାପ

କନକ ବ୍ୟୁରୋ : କଥାରେ ଅଛି ଉଚ୍ଚ ପଦବୀର ଚାକିରୀ ହେଉ କିମ୍ବା ଭଲ ଦରମା । ଯଦି ମନରେ ଶାନ୍ତି ନ ଥାଏ କିମ୍ବା ସେ କାମ କରିବାରେ ଆଶ୍ୱସ୍ତି ନ ଥାଏ ତାହେଲେ କାମ କରିବାରେ ମଜା ଆସେନି । ଠିକ୍ ଏଭଳି କିଛି ଘଟିଛି ଶ୍ରୀଧର ଭର୍ମା ଓ ରମେଶ ଚନ୍ଦ୍ର ପାତ୍ରଙ୍କ କ୍ଷେତ୍ରରେ । ବ୍ରହ୍ମପୁର ସହରର ଦୁଇ ସଫଳ ଚାଷୀ ଶ୍ରୀଧର ଭର୍ମା ଓ ରମେଶଚନ୍ଦ୍ର ପାତ୍ର । ସରକାରୀContinue reading “ସିଲ୍କ ସିଟିର ଗୋଲାପ ଚାଷୀ । କଠିନ ପରିଶ୍ରମ ଫଳରେ ଏକର ଏକର ଜମିରେ ଫୁଟୁଛି ଭଳିକି ଭଳି ଗୋଲାପ”

ଚାଷ କାମ ସହ ଲୋକଙ୍କ ଦୁଃଖସୁଖରେ ଯୋଡା ନମତାରା ପଂଚାୟତର ସରପଂଚ । ୧୬ ଏକର ଜମିରେ ଗହମଠୁ ପରିବା ଯାଏଁ କରୁଛନ୍ତି ଚାଷ ହୃଦାନନ୍ଦ

କନକ ବ୍ୟୁରୋ : ନମତରା ପଞ୍ଚାୟତରସରଞ୍ଚ ସକାଳୁସକାଳୁ ପଞ୍ଚାୟତର ଲୋକମାନଙ୍କ ଭଲ ମନ୍ଦ ବୁଝିବା ପରେ ବାହାରି ଯାଆନ୍ତି ନିଜ ବିଲକୁ ୮ଏକର ବିଲରେ ଗହମ ଚାଷ ସହ କରିଛନ୍ତି ବିଭିନ୍ନ ପ୍ରକାରର ପନିପରିବା ଚାଷ । ୬ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି । ବାର୍ଷିକ ଆୟକରୁଛନ୍ତି ୬ଲକ୍ଷ ଟଙ୍କା । ଆଜିର ସମାଜରେ ରାଜନେତାମାନେ ସଉକିନ ଜୀବନ ବିତାଉଥିବା ବେଳେ ଏମିତି ଜଣେ ସରପଂଚ ଅଛନ୍ତି ଯିଏ କି ନିଜେ ବିଲରେ କାମ କରିବା ସହ ଅନ୍ୟମାନଙ୍କୁContinue reading “ଚାଷ କାମ ସହ ଲୋକଙ୍କ ଦୁଃଖସୁଖରେ ଯୋଡା ନମତାରା ପଂଚାୟତର ସରପଂଚ । ୧୬ ଏକର ଜମିରେ ଗହମଠୁ ପରିବା ଯାଏଁ କରୁଛନ୍ତି ଚାଷ ହୃଦାନନ୍ଦ”

କାଲି ୭ ଘଣ୍ଟା ପାଇଁ ବନ୍ଦ ରହିବ ‘ମୋ ବସ’ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା ।

କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । କାଲି ୭ ଘଣ୍ଟା ପାଇଁ ବନ୍ଦ ରହିବ ମୋ ବସ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା । କାଲି ସକାଳୁ ଦିନ ୨ଟା ଯାଏଁ ବନ୍ଦ ରହିବ ମୋ ବସ ସେବା । ଦିନ ୨ଟା ପରେ ସ୍ୱାଭାବିକ ହେବ ବସ ଚଳାଚଳ । ସେହିପରି ବନ୍ଦ ପାଳନ ଯୋଗୁଁ ଘରୋଇ ବସ ସେବା ମଧ୍ୟContinue reading “କାଲି ୭ ଘଣ୍ଟା ପାଇଁ ବନ୍ଦ ରହିବ ‘ମୋ ବସ’ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା ।”

ଆଦିବାସୀ ଗାଁର ସଫଳ ଚାଷୀ । ଗୋଲାପ ଫୁଲ ବିକ୍ରି କରି ଦିନକୁ ୨ ହଜାର ଯାଏଁ କରୁଛନ୍ତି ରୋଜଗାର ।  

କନକ ବ୍ୟୁରୋ : ଗୋଲାପ ଦେଇଛି ରୋଜଗାର । ଗୋଲାପ ଫୁଲ ବିକ୍ରି କରି ସ୍ୱାବଲମ୍ବୀ ଏବେ ଆଦିବାସୀ ଅଂଚଳର ଚାଷୀ । ଦୈନିକ ୧ ହଜାରେରୁ ୨ ହଜାର ଟଙ୍କା ଯାଏଁ ଗୋଲାପ ଫୁଲ ବିକ୍ରି କରି ଆର୍ଥିକସ୍ତରରେ ବେଶ୍ ସ୍ୱଚ୍ଛଳ ହୋଇପାରିଛନ୍ତି ଆଦିବାସୀ ଗାଁ ର ସଫଳ ଗୋଲାପୀ ଚାଷୀ ସୁନୁ କୁମୁଡା । ପ୍ରଶାସନ ତରଫରୁ ପ୍ରାଥମିକ ଭାବେ ଏମଜିଏନଆରଜିଏସ୍ ମାଧ୍ୟମରେ ଅନୁଦାନ ଦେଇ ସନୁଙ୍କୁ ସ୍ୱାବଲମ୍ବୀ କରିଥିଲା ଜଳଛାୟା ପ୍ରକଳ୍ପ ।Continue reading “ଆଦିବାସୀ ଗାଁର ସଫଳ ଚାଷୀ । ଗୋଲାପ ଫୁଲ ବିକ୍ରି କରି ଦିନକୁ ୨ ହଜାର ଯାଏଁ କରୁଛନ୍ତି ରୋଜଗାର ।  “

କର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ । ୧୪ ଦିନ ଭିତରେ ଆଖିବୁଜିଲେଣି ମୋଟ ୬ଟି ହାତୀ ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ବନ ବିଭାଗର ଚିନ୍ତା ବଢାଇ ଦେଇଛି । କର୍ଲାପାଟ ଜଙ୍ଗଲରେ ଆଜି ଆଉ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଫଳରେ ଗତ ୧୪ ଦିନ ଭିତରେ ଆଖି ବୁଜିଲେଣି ମୋଟ ୬ଟି ହାତୀ । ତେବେ କାହିଁକି ଏଭଳି ହାତୀଙ୍କର ମୃତ୍ୟୁ ହେଉଛି ତାର କାରଣ ଖୋଜିବାକୁ ପହଂଚିଛନ୍ତି ଭୁବନେଶ୍ୱର ଓୟୁଏଟିର ଦୁଇ ଜଣିଆ ଟିମ୍ । ଏହି ବିଶେଷଜ୍ଞ ଦଳରେContinue reading “କର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ । ୧୪ ଦିନ ଭିତରେ ଆଖିବୁଜିଲେଣି ମୋଟ ୬ଟି ହାତୀ ।”

କୋଟିଆରେ ଆନ୍ଧ୍ରର ନିର୍ବାଚନ ପରେ ଧର୍ମେନ୍ଦ୍ରଙ୍କ ଟ୍ୱିଟର କଟାକ୍ଷ । କହିଲେ ବେଳ ଥାଉଥାଉ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର । ବିଜେଡି କହିଲା ନ୍ୟାୟାଳୟରେ ରହିଛି ମାମଲା ।

କନକ ବ୍ୟୁରୋ: ସଂଘୀୟ ବ୍ୟବସ୍ଥାରେ ଥାଇ ଓଡିଶାର ସ୍ୱାଭିମାନ ଓ ଅସ୍ମିତାକୁ ଚ୍ୟାଲେଞ୍ଜ କରି କୋରାପୁଟ କୋଟିଆରେ ନିର୍ବାଚନ କରିଛି ଆନ୍ଧ୍ରପ୍ରଦେଶ । ହେଲେ, ହଠାତ ଆସି ଆନ୍ଧ୍ର ପ୍ରଶାସନ ଏହି ନିର୍ବାଚନ କରିନାହିଁ । ଏଥିପାଇଁ ଦୀର୍ଘଦିନ ହେବ ସେଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜାରି ରଖିଥିଲା ଆନ୍ଧ୍ର ସରକାର । ଏପରିକି ନିର୍ବାଚନ ପାଇଁ ବିଜ୍ଞପ୍ତିି ଜାରି ପରେ ଏହି ଖବର ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ ହୋଇଛି । ହେଲେ ନିର୍ବାଚନ ରୋକିବାContinue reading “କୋଟିଆରେ ଆନ୍ଧ୍ରର ନିର୍ବାଚନ ପରେ ଧର୍ମେନ୍ଦ୍ରଙ୍କ ଟ୍ୱିଟର କଟାକ୍ଷ । କହିଲେ ବେଳ ଥାଉଥାଉ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର । ବିଜେଡି କହିଲା ନ୍ୟାୟାଳୟରେ ରହିଛି ମାମଲା ।”

ରାଜ୍ୟରେ ସେଂଚୁରୀ ମାରିବାକୁ ବସିଲାଣି ତେଲ ଦର ।  ପ୍ରତିଦିନ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ ।

କନକ ବ୍ୟୁରୋ: ପ୍ରତିଦିନ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦାମ୍ । ସକାଳୁ ଉଠୁ ଉଠୁ ବଢ଼ିଯାଉଛି ପେଟ୍ରୋଲ ଦର । ସବୁ ଦିନ ତେଲ ଦରରେ ହେଉଛି ନୂଆ ନୂଆ ରେକର୍ଡ । ମାଲକାନଗରିର କାଲିମେଳାରେ ସର୍ବାଧିକ ରହିଛି ତେଲ ଦର । ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୯୧ ପଇସା, ଡିଜେଲ୍ ଲିଟର ପିଛା ୯୧ ଟଙ୍କା ୩୯ ପଇସା ରହିଛି । ମାଲକାନଗିରି ସଦର ମହକୁମାରେ ପେଟ୍ରୋଲ ୯୪ ଟଙ୍କା ଉପରେContinue reading “ରାଜ୍ୟରେ ସେଂଚୁରୀ ମାରିବାକୁ ବସିଲାଣି ତେଲ ଦର ।  ପ୍ରତିଦିନ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ ।”

କାଲି ୬ ଘଂଟା ପାଇଁ ବନ୍ଦ ହୋଇଯିବ ଓଡିଶା । ତେଲ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ରୁ ଦିନ ଗୋଟାଏ ଯାଏଁ କଂଗ୍ରେସର ବନ୍ଦ ଡାକରା ।

କନକ ବ୍ୟୁରୋ: ଆସନ୍ତାକାଲି ୬ ଘଂଟିଆ ଓଡିଶା ବନ୍ଦ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଘୋଷଣା କରିଛି କଂଗ୍ରେସ । ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲି ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି । ତେବେ ବନ୍ଦ ସମୟରେ ବିଭିନ୍ନ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ ବୋଲି କଂଗ୍ରେସ ଘୋଷଣା କରିଛି । ପେଟ୍ରୋଲContinue reading “କାଲି ୬ ଘଂଟା ପାଇଁ ବନ୍ଦ ହୋଇଯିବ ଓଡିଶା । ତେଲ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ରୁ ଦିନ ଗୋଟାଏ ଯାଏଁ କଂଗ୍ରେସର ବନ୍ଦ ଡାକରା ।”

ନ୍ୟୁଜିଲାଣ୍ଡର ସବୁଠୁ ବଡ ସହର ଅକଲାଣ୍ଡରେ ଲକଡାଉନ୍ । ଭୂତାଣୁ ଭୟରେ ତିନି ଦିନିଆ ତାଲାବନ୍ଦ ଘୋଷଣା କଲେ ନ୍ୟୁଜିଲାଣ୍ଡ ସରକାର ।

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡର ସବୁଠୁ ବଡ ସହରରେ ପୁଣି ଫେରିଲା ଲକଡାଉନ୍ । କରୋନା ସଂକ୍ରମଣ ବ୍ୟାପୁଥିବା ଦେଖି ନ୍ୟୁଜିଲାଣ୍ଡ ସରକାର ଅକଲାଣ୍ଡ ସହରରେ ୩ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଲକଡାଉନ୍ ରବିବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇ ତିନି ଦିନ ଯାଏଁ ବଳବତ୍ତର ରହିବ । ଏନେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅକଲାଣ୍ଡରେ ତିନିଦିନିଆ ଲକଡାଉନ୍ ଘୋଷଣାContinue reading “ନ୍ୟୁଜିଲାଣ୍ଡର ସବୁଠୁ ବଡ ସହର ଅକଲାଣ୍ଡରେ ଲକଡାଉନ୍ । ଭୂତାଣୁ ଭୟରେ ତିନି ଦିନିଆ ତାଲାବନ୍ଦ ଘୋଷଣା କଲେ ନ୍ୟୁଜିଲାଣ୍ଡ ସରକାର ।”

ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରା: ଜାଣନ୍ତୁ, କ’ଣ ଖୋଲା କ’ଣ ବନ୍ଦ?

କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏହି ବନ୍ଦ ପାଳନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ତେବେ ଜାଣନ୍ତୁ ଏହି ସମୟରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ… ବନ୍ଦ ରହିବ  ପେଟ୍ରୋଲ ପମ୍ପ ଘରୋଇ ବସ ସମସ୍ତ ଶିକ୍ଷାନୁଷ୍ଠାନContinue reading “ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରା: ଜାଣନ୍ତୁ, କ’ଣ ଖୋଲା କ’ଣ ବନ୍ଦ?”

Design a site like this with WordPress.com
Get started