ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫୪/୧ । ୨୪୯ ରନରେ ଆଗୁଆ ଭାରତ । 

କନକ ବ୍ୟୁରୋ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚର ୨ୟ ଦିନରେ ଭାରତ ନିଜ ସ୍ଥିତିକୁ ସୁଦୃଢ କରି ନେଇଛି । ଇଂଲଣ୍ଡ ନିଜ ପ୍ରଥମ ଇନିଂସରେ ୧୩୪ରନରେ ଅଲଆଉଟ ହେବା ପରେ ଭାରତ ୨ୟ ଇନିଂସରେ ଗୋଟିଏ ଓ୍ବିକେଟ ହରାଇ ୫୪ ରନ କରି ୨୪୯ ରନରେ ଅଗ୍ରଣୀ ହୋଇପାରିଛି । ରୋହିତ ଶର୍ମା ୨୫ ଓ ଚେତେଶ୍ବର ପୂଜାରା ୭ ରନ କରି ଅପରାଜିତ ଅଛନ୍ତି ।Continue reading “ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫୪/୧ । ୨୪୯ ରନରେ ଆଗୁଆ ଭାରତ । “

ତେଲଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସର ‘ଓଡିଶା ବନ୍ଦ’ ଡାକରା । ଦିନ ୧ଟା ଯାଏଁ ଘରୋଇ ବସ୍‌ ଚଳାଚଳ ବନ୍ଦ

କନକ ବ୍ୟୁରୋ: କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟି ରଖି ରାଜ୍ୟବ୍ୟାପୀ ଆସନ୍ତାକାଲି ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିବ। ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ୭ ଘଣ୍ଟା ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଦିନ ଗୋଟିଏ ପରେ ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ ସ୍ବାଭାବିକ ହେବ। ବସ୍‌ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍‌ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।Continue reading “ତେଲଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସର ‘ଓଡିଶା ବନ୍ଦ’ ଡାକରା । ଦିନ ୧ଟା ଯାଏଁ ଘରୋଇ ବସ୍‌ ଚଳାଚଳ ବନ୍ଦ”

ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ଟାରୁ ଦିନ ୧ଟା ଅଖଚକ ସବୁ ବନ୍ଦ  ।  

କନକ ବ୍ୟୁରୋ: ଆସନ୍ତାକାଲି ଓଡିଶା ବନ୍ଦ । ପେଟ୍ରୋଲ, ଡିଜେଲ ଓ ଏଲପିଜି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଫେବୃଆରୀ ୧୫ରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ଏହିଦିନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ପାଳନ ହେବ । ତେବେ କଂଗ୍ରେସ କର୍ମୀମାନେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି । ସାଧାରଣ ଲୋକContinue reading “ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ଟାରୁ ଦିନ ୧ଟା ଅଖଚକ ସବୁ ବନ୍ଦ  ।  “

କେନ୍ଦ୍ର ପରିବହନ ମନ୍ତ୍ରାଳୟର ନିର୍ଦ୍ଦେଶନାମା । ଫେବୃଆରୀ ୧୫ରୁ ଫାସଟ୍ୟାଗ ନଥିିଲେ ଦେବାକୁ ପଡିବ ଦୁଇଗୁଣା ଟୋଲ୍ ।

କନକ ବ୍ୟୁରୋ: ଫାସ ଟ୍ୟାଗ ନଥିଲେ ଏଣିକି ଟୋଲଗେଟରେ ଦେବାକୁ ପଡ଼ିବ ଦୁଇଗୁଣା ପଇସା । କେନ୍ଦ୍ର ପରିବହନ ମନ୍ତ୍ରାଳୟା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫେବୃୟାରୀ ୧୫ ମଧ୍ୟ ରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ । ନୂଆବର୍ଷରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରାଳୟ ଘୋଷଣା କରିଥିଲେ । କିନ୍ତୁ ପରେ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ଫାସଟ୍ୟାଗ୍ ଲଗାଇଥିଲେ ଟୋଲପ୍ଲାଜାରେ ଟୋଲ ଦେବା ପାଇଁ ଆଉContinue reading “କେନ୍ଦ୍ର ପରିବହନ ମନ୍ତ୍ରାଳୟର ନିର୍ଦ୍ଦେଶନାମା । ଫେବୃଆରୀ ୧୫ରୁ ଫାସଟ୍ୟାଗ ନଥିିଲେ ଦେବାକୁ ପଡିବ ଦୁଇଗୁଣା ଟୋଲ୍ ।”

ଲାଜେଇ ଆଖି, ଲାଜମିଶା ଲଭ ଲେଟର । ଚୋରା ଚାହାଣୀରୁ ଚକଲେଟ ଦିଆନିଆ । ପ୍ରେମର ପଣକିଆ ଡାକୁଥିବା ପ୍ରେମୀ ପାଇଁ ଶୀତ, ବସନ୍ତ ସବୁ ନୂଆ ନୂଆ ।

କନକ ବ୍ୟୁରୋ: ପ୍ରେମ ଶ୍ୱାଶତ, ପ୍ରେମ ଚିରନ୍ତନ, ପ୍ରେମ ଅମର । ପ୍ରେମ ପ୍ରେମିକର ଭାବନା… ପ୍ରେମିକାର ଆନମନା… ପ୍ରେମ ଆଖିରେ ହୁଏ, ଛାତିରେ ହୁଏ… ପ୍ରେମ ବି ହୋଇଯାଏ ପ୍ରଥମ ଛୁଆଁରେ… କିଏ କୁହେ ପ୍ରେମ ଅଢେଇ ଅକ୍ଷର ତ … ଆଉ କିଏ କୁହେ ପ୍ରେମ ପାଇଁ ଶବ୍ଦ ନାହିଁ.. ଦୁଇ ପ୍ରେମ ପକ୍ଷୀଙ୍କ ରାଗ, ରୁଷା, ଅଭିମାନ, ଆକର୍ଷଣର ଫେଣ୍ଟାଫେଣ୍ଟି ରୂପର ନାଁ ପ୍ରେମ । ତେଣୁ ତ ପ୍ରେମ ସୀମାହୀନ ସାଗର,Continue reading “ଲାଜେଇ ଆଖି, ଲାଜମିଶା ଲଭ ଲେଟର । ଚୋରା ଚାହାଣୀରୁ ଚକଲେଟ ଦିଆନିଆ । ପ୍ରେମର ପଣକିଆ ଡାକୁଥିବା ପ୍ରେମୀ ପାଇଁ ଶୀତ, ବସନ୍ତ ସବୁ ନୂଆ ନୂଆ ।”

ପୋଲିସ କିଭଳି ଜନତାଙ୍କ ସେବା କରିଥାଏ ତାକୁ କାମରେ କରି ଦେଖାଇଛନ୍ତି ଜଣେ ହାବିଲଦାର । ନିଷ୍ଠାପର କର୍ତ୍ତବ୍ୟ କରି ୩ କୁନି କୁନି ପିଲାଙ୍କ ଜୀବନ ବଞ୍ଚାଇ ଦେଲେ ହାବିଲଦାର ନରେନ୍ଦ୍ରନାଥ ସୋରେନ ।

କନକ ବ୍ୟୁରୋ : ହୃଦୟ ଜିଣିଲେ ହାବିଲଦାର । ଜଣେ ସୁରକ୍ଷାକର୍ମୀ କିଭଳି ଜନତାଙ୍କ ସୁରକ୍ଷା ଓ ଜୀବନ ରକ୍ଷା ପାଇଁ ଶପଥ କରିଥାଏ । ଆଉ ସେହି ନିଷ୍ଠାପର କର୍ତ୍ତବ୍ୟ କରି ଦେଖାଇଛନ୍ତି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଏହି ହାବିଲଦାର । ଜଣେ ସାଧାରଣ ହାବିଲଦାର ନରେନ୍ଦ୍ରନାଥ ସୋରେନଙ୍କ ଯୋଗୁଁ ବଞ୍ଚିଯାଇଛି ୩ ନୀରିହ ଶିଶୁଙ୍କ ଜୀବନ । ବର୍ତ୍ତମାନ ହାବିଲଦାରଙ୍କ ଏହି କାମ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ହାବିଲଦାରଙ୍କ ଏହି କାମ ଶୁଣିଲେContinue reading “ପୋଲିସ କିଭଳି ଜନତାଙ୍କ ସେବା କରିଥାଏ ତାକୁ କାମରେ କରି ଦେଖାଇଛନ୍ତି ଜଣେ ହାବିଲଦାର । ନିଷ୍ଠାପର କର୍ତ୍ତବ୍ୟ କରି ୩ କୁନି କୁନି ପିଲାଙ୍କ ଜୀବନ ବଞ୍ଚାଇ ଦେଲେ ହାବିଲଦାର ନରେନ୍ଦ୍ରନାଥ ସୋରେନ ।”

ଆସାମରେ ରାହୁଲ ଗାନ୍ଧୀଙ୍କ ରାଲି । ସରକାରକୁ ଆସିଲେ ସିଏଏ ଲାଗୁ ନକରିବାକୁ ଦେଲେ ପ୍ରତିଶୃତି ।

କନକ ବ୍ୟୁରୋ: ଆସାମରେ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରବିବାର ଶିବସାଗରରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେଇ ରାହୁଲ ସିଏଏ ବିରୋଧରେ ଗର୍ଜିବା ସହିତ ମୋଦୀ ସରକାରକୁ ନିନ୍ଦା କରିଛନ୍ତି । ରାହୁଲ କହିଛନ୍ତି , ଆସାମରେ ଯଦି କଂଗ୍ରେସ ସରକାର ଆସିବ ତେବେ ସେଠାରେ ସିଏଏ କଦାପି ଲାଗୁ କରାଯିବ ନାହିଁ । ଆପଣଙ୍କୁ ଦେଶର ଯେତିକି ଆବଶ୍ୟକତା ଅଛି, ଦେଶକୁ ମଧ୍ୟ ଆସାମର ସେତିକି ଆବଶ୍ୟକତାContinue reading “ଆସାମରେ ରାହୁଲ ଗାନ୍ଧୀଙ୍କ ରାଲି । ସରକାରକୁ ଆସିଲେ ସିଏଏ ଲାଗୁ ନକରିବାକୁ ଦେଲେ ପ୍ରତିଶୃତି ।”

ଯେବେ ପୁଲୱାମାରେ ପାଶବିକତା ରଚିଥିଲା ସୈତାନ ପାକିସ୍ତାନ । ଭାରତ ମାତାର କୋଳ ହୋଇଥିଲା ଶୂନ୍ୟ । ୪୦ ଯବାନ ସହିଦ ହେବା ପରେ କାନ୍ଦିଥିଲା ଦେଶ । ସାରା ଦେଶକୁ ଦୋହଲାଇ ଦେଇଥିବା ଦୁଃଖର ଦିନକୁ ପୂରିଛି ଦୁଇବର୍ଷ ।

କନକ ବ୍ୟୁରୋ: ବିତିଛି ଦିନ, ରହିଛି ଚିହ୍ନ । ଦୁଇ ବର୍ଷ ତଳେ ଦେଶ ଦେଖିଥିଲା ପାକିସ୍ତାନର ପୁଲୱାମା ପାପ । ସୈତାନ ପାକିସ୍ତାନର ଷଡଯନ୍ତ୍ର ସାମ୍ନାରେ ଦୋହଲିଯାଇଥିଲା ଦେଶ । ଭୟଙ୍କର ବିସ୍ଫୋରଣରେ ସହିଦ ହୋଇଥିଲେ ବୀର ଯବାନ । ଭାରତ ମାତା କୋଳରୁ ତା ସାହସୀ ପୁଅଙ୍କୁ ଛଡାଇ ନେଇଥିଲା ପାପୀ ପାକିସ୍ତାନ । ଆଉ ଆଜି ସେହି କଳାଦିନକୁ ପୂରିଛି ଦୁଇ ବର୍ଷ । କ୍ୟାଲେଣ୍ଡରେ ଦିନ ଗଡିଯାଇଛି ସତ ହେଲେ ଏବେContinue reading “ଯେବେ ପୁଲୱାମାରେ ପାଶବିକତା ରଚିଥିଲା ସୈତାନ ପାକିସ୍ତାନ । ଭାରତ ମାତାର କୋଳ ହୋଇଥିଲା ଶୂନ୍ୟ । ୪୦ ଯବାନ ସହିଦ ହେବା ପରେ କାନ୍ଦିଥିଲା ଦେଶ । ସାରା ଦେଶକୁ ଦୋହଲାଇ ଦେଇଥିବା ଦୁଃଖର ଦିନକୁ ପୂରିଛି ଦୁଇବର୍ଷ ।”

ଚମୋଲି ଜଳ ପ୍ରଳୟ: ଗୋଟିଏ ଦିନରେ ୧୨ ଶବ ଉଦ୍ଧାର । ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା । ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : କିଛିଦିନ ତଳେ ଉତ୍ତରାଖଣ୍ଡର ଚମୋଲି ଠାରେ ହୋଇଥିବା ହିମସ୍କଳନ ଘଟଣାରେ ମୃତକଙ୍କ ସଂଖ୍ୟା ୫୦ ଛୁଇଁଛି । ଆଜି ଗୋଟିଏ ଦିନରେ ଉଦ୍ଧାରକାରୀ ଦଳ ସୁଡଙ୍ଗ ଭିତରୁ ୧୨ ଜଣଙ୍କ ଶବ ଉଦ୍ଧାର କରିଛି । ଚମୋଲି ଜିଲ୍ଲାପାଳ ସ୍ୱାତୀ ଭଦୋରିଆ କହିଛନ୍ତି କି ସୁଡଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯରାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ୧୪ ରୁ ୧୬ ତାରିଖ ଯାଏ ସେହି ଅଞ୍ଚଳରେ ପାଗ ଖରାପContinue reading “ଚମୋଲି ଜଳ ପ୍ରଳୟ: ଗୋଟିଏ ଦିନରେ ୧୨ ଶବ ଉଦ୍ଧାର । ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା । ଉଦ୍ଧାର କାର୍ଯ୍ୟ ଜାରି”

ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ରଥଯାତ୍ରାକୁ ଟକ୍କର ଦେବ ଟିଏମସିର ‘ଦିଦିର ଦୂତ’ । ସୋନାରପୁରରେ ଶୁଭାରମ୍ଭ କଲେ ଅଭିଷେକ ବାନାର୍ଜୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏହାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବିଜେପି ମମତା ସରକାରଙ୍କ ବିରୋଧରେ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ କରିଥିବାବେଳେ ଟିଏମସି(ତୃଣମୂଳ କଂଗ୍ରେସ) ‘ଦିଦିର ଦୂତ’ ଯାତ୍ରା ଶୁଭାରମ୍ଭ କରିଛି । ଶନିବାର ଦିନ ସୋନାରପୁରରେ ତୃଣମୂଳ କଂଗ୍ରେସ ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ‘ଦିଦିର ଦୂତ’ ଯାତ୍ରାର ଶୁଭାରମ୍ଭ କରିଛନ୍ତିContinue reading “ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ରଥଯାତ୍ରାକୁ ଟକ୍କର ଦେବ ଟିଏମସିର ‘ଦିଦିର ଦୂତ’ । ସୋନାରପୁରରେ ଶୁଭାରମ୍ଭ କଲେ ଅଭିଷେକ ବାନାର୍ଜୀ”

Design a site like this with WordPress.com
Get started