ବାଇ-ଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ ।

କନକ ବ୍ୟୁରୋ: ଜାତୀୟ ସ୍ମାରକୀ ପ୍ରାଧିକରଣର ବାଇ-ଲ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଆଜି ଏହାକୁ ନେଇ ମୁହଁ ଖୋଲିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେତେବେଳେ ଲିଙ୍ଗରାଜ ମନ୍ଦିରର ବିକାଶ କାମକୁ ହାତକୁ ନେଇଛନ୍ତି ଠିକ୍ ସେତେବେଳେ ବାଇ-ଲ’ ଆଣି ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ । ଲୋକଙ୍କ ଭାବାବେଗ ଓ ସେବାୟତଙ୍କ ଦାବିକୁ ଦୃଷ୍ଟିରେContinue reading “ବାଇ-ଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ ।”

ଭାରତୀୟ ସେନା ହାତକୁ ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ । ସ୍ୱଦେଶୀ କୌଶଳରେ ନିର୍ମିତ ହୋଇଛି ଭାରତୀୟ ବ୍ରହ୍ମାସ୍ତ୍ର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଓ କେରଳ ଗସ୍ତରେ ଅଛନ୍ତି । ତାଙ୍କର ଏହି ଗସ୍ତବେଳେ ସେ ପ୍ରଥମେ ଚେନ୍ନାଇ ପହଂଚି ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ସେନା ହାତରେ ଅର୍ପଣ କରିଛନ୍ତି । ଏହା ସହ ସେ ଚେନ୍ନାଇରେ ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ଯୋଜନା ମଧ୍ୟରେ ଚେନ୍ନାଇରContinue reading “ଭାରତୀୟ ସେନା ହାତକୁ ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ । ସ୍ୱଦେଶୀ କୌଶଳରେ ନିର୍ମିତ ହୋଇଛି ଭାରତୀୟ ବ୍ରହ୍ମାସ୍ତ୍ର”

ଭିଣୋଇ ସହ ସାନ ଝିଅକୁ ବିବାହ କରିବା ପାଇଁ ପରିବାର ଲୋକଙ୍କ ଜିଦ୍ । ଅରାଜି ହେବାରୁ ମାଆ-ଝିଅଙ୍କୁ ଘରୁ ତଡିିଦେଲେ ପରିବାରଲୋକେ । 

କନକ ବ୍ୟୁରୋ: ରାଉରକେଲାରୁ ଘରୋଇ ହିଂସାର ଏଭଳି ଏକ ଅଭିଯୋଗ ଆସିଛି, ଯାହା ସଭ୍ୟ ସମାଜର ବିବେକକୁ ଦୋହଲାଇ ଦେବ । ବଡ ଜ୍ୱାଇଁ ସହ ସାନ ଝିଅକୁ ବିବାହ କରିବା ପାଇଁ ଜିଦ୍ କରିଛନ୍ତି ଜଣେ ବାପା । ଆଉ ଏଥିରେ ସାନ ଝିଅ ଓ ମା’ ରାଜି ନହେବାରୁ ଅକଥନୀୟ ଅତ୍ୟାଚାର କରିବା ସହ ଘରୁ ବାହାର କରିଦେଇଛନ୍ତି ପରିବାର ଲୋକ । ରାଉରକେଲା ଆରଏସପି କାମ କରି ଅବସର ନେଇଥିବା କୃପାସିନ୍ଧୁ ସେଠୀଙ୍କContinue reading “ଭିଣୋଇ ସହ ସାନ ଝିଅକୁ ବିବାହ କରିବା ପାଇଁ ପରିବାର ଲୋକଙ୍କ ଜିଦ୍ । ଅରାଜି ହେବାରୁ ମାଆ-ଝିଅଙ୍କୁ ଘରୁ ତଡିିଦେଲେ ପରିବାରଲୋକେ । “

ପୁଣି ନଜରବନ୍ଦୀ ହେଲେ ଓମର ଓ ଫାରୁକ୍ ଅବଦୁଲ୍ଲା । ପୁଲୱାମା ଯିବାକୁ ମେହବୁବା ମୁଫତିଙ୍କୁ ମିଳିଲା ନାହିଁ ଅନୁମତି ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫେରେନ୍ସର ନେତା ଫାରୁକ୍ ଅବଦୁଲ୍ଲା ଓ ତାଙ୍କ ପୁଅ ଓମର ଅବଦୁଲ୍ଲାକୁ ତାଙ୍କ ଶ୍ରୀନଗର ସ୍ଥିତ ବାସଭବନରେ ନଜରବନ୍ଦି କରାଯାଇଛି । ଏନେଇ ଟ୍ୱିଟ୍ ଯୋଗେ ଜଣାଇଛନ୍ତି ଓମର ଅବଦୁଲ୍ଲା । ସେ ତାଙ୍କ ଟ୍ୱିଟରରେ ଆହୁରି ଲେଖିଛନ୍ତି କି ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଲୱାମା ଯିବା ପାଇଁ ବି ଅନୁମତି ମିଳିନାହିଁ । ଏହାସହ ଓମର ଅବଦୁଲ୍ଲାଙ୍କ ଘର ଆଗରେ ଏକ ମୋବାଇଲContinue reading “ପୁଣି ନଜରବନ୍ଦୀ ହେଲେ ଓମର ଓ ଫାରୁକ୍ ଅବଦୁଲ୍ଲା । ପୁଲୱାମା ଯିବାକୁ ମେହବୁବା ମୁଫତିଙ୍କୁ ମିଳିଲା ନାହିଁ ଅନୁମତି ।”

ଟୁଇଟରରେ ଟୁଲକିଟ୍ ବ୍ୟବହାର କରିବା ମାମଲା । ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ୍

କନକ ବ୍ୟୁରୋ : ଆନ୍ତର୍ଜାତୀୟ ପରିବେଶକର୍ମୀ ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି କିଛିଦିନ ଆଗରୁ ଏକ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟ୍ କୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହି ଟ୍ୱିଟରେ ଟୁଲକିଟ୍ ବ୍ୟବହାର ହୋଇଥିବା ନେଇ ପ୍ରମାଣ ମିଳିବା ପରେ ଏହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପର ହୋଇପଡିଥିଲା । ଏହି ମାମଲାରେ ଆଜି ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ସେଲ ବେଙ୍ଗାଲୁରୁରୁContinue reading “ଟୁଇଟରରେ ଟୁଲକିଟ୍ ବ୍ୟବହାର କରିବା ମାମଲା । ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ୍”

ଚମୋଲି ଦୁର୍ଘଟଣା : ତପୋବନ ସୁଡଙ୍ଗରୁ ମିଳିଲା ୫ ଶବ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୩ କୁ ବୃଦ୍ଧି

କନକ ବ୍ୟୁରୋ :  ଉତ୍ତରାଖଣ୍ଡ ଚମୋଲିରେ ଫେବୃଆରୀ ୭ ତାରିଖ ଦିନ ହିମସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ତପୋବନ ସୁଡଙ୍ଗ ମଧ୍ୟରେ ଉଦ୍ଧାରକାରୀ ଦଳ ଲଗାତର ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ରବିବାର ଦିନ ସୁଡଙ୍ଗ ଭିତରୁ ୫ ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ୫ ଜଣଙ୍କୁ ମିଶାଇ ହିମସ୍କଳନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୪୩ ରେ ପହଂଚିଛି । ଶନିବାର ଦିନ ଚମୋଲି ଜିଲ୍ଲାContinue reading “ଚମୋଲି ଦୁର୍ଘଟଣା : ତପୋବନ ସୁଡଙ୍ଗରୁ ମିଳିଲା ୫ ଶବ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୩ କୁ ବୃଦ୍ଧି”

ପ୍ରେମ ଦିବସରେ ପଟ୍ଟାମୁଣ୍ଡାଇରୁ ଆସିଲା ଦୁଃଖଦ ଖବର । ପାରିବାରିକ କଳହରୁ କିରୋସିନ ଢାଳି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ, ବଂଚାଇବାକୁ ଯାଇ ସ୍ତ୍ରୀ ମୃତ

କନକ ବ୍ୟୁରୋ : ପ୍ରେମ ଦିବସରେ ପଟ୍ଟାମୁଣ୍ଡାଇରୁ ଆସିଲା ଦୁଃଖଦ ଖବର । ପାରିବାରିକ କଳହରୁ କିରୋସିନ ଢାଳି ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ବଂଚାଇବାକୁ ଯାଇ ସ୍ତ୍ରୀ ମୃତ । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀର ଜୀବନ ଚାଲିଯାଇଛି ।  ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁର ଶୈଳେନ୍ଦ୍ର ମଲ୍ଲିକ ପାରିବାରିକ କାଳହକୁ ନେଇ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ସ୍ୱାମୀକୁ ବଂଚାଇବାକୁ ଯାଇ ସ୍ତ୍ରୀ ବନ୍ଦିତା ମଲ୍ଲିକ ମଧ୍ୟContinue reading “ପ୍ରେମ ଦିବସରେ ପଟ୍ଟାମୁଣ୍ଡାଇରୁ ଆସିଲା ଦୁଃଖଦ ଖବର । ପାରିବାରିକ କଳହରୁ କିରୋସିନ ଢାଳି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ, ବଂଚାଇବାକୁ ଯାଇ ସ୍ତ୍ରୀ ମୃତ”

ଓଡିଶା ସୀମାରେ ପଶି ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ । କେନ୍ଦ୍ରମନ୍ତ୍ରୀ କହିଲେ, ସୀମାନ୍ତର ଭାଇ,ଭଉଣୀମାନଙ୍କୁ ଓଡିଶା ସହ ଯୋଡି ରଖିବା ଆମର ଦାୟିତ୍ୱ ।

କନକ ବ୍ୟୁରୋ: ଆନ୍ଧ୍ର ବିରୋଧରେ ଏକାଠି ଲଢ଼ିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ । କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ପରେ ଆନ୍ଧ୍ର ଓଡିଶା ସୀମା ବିବାଦକୁ ନେଇ ଟୁଇଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ କରି ସେ ଲେଖିଛନ୍ତି, ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି । ଏହାକୁ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବେ ବୋଲି ଆଶାପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆମ ରାଜ୍ୟର ଭୌଗଳିକ ସୀମାକୁ ସୁରକ୍ଷିତ କରିବାContinue reading “ଓଡିଶା ସୀମାରେ ପଶି ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ । କେନ୍ଦ୍ରମନ୍ତ୍ରୀ କହିଲେ, ସୀମାନ୍ତର ଭାଇ,ଭଉଣୀମାନଙ୍କୁ ଓଡିଶା ସହ ଯୋଡି ରଖିବା ଆମର ଦାୟିତ୍ୱ ।”

ଜାତିସଂଘ ମହାସଚିବ ପଦ ପାଇଁ ପ୍ରାର୍ଥୀ ହେବେ ଭାରତୀୟ ମହିଳା । ୭୦ ବର୍ଷ ପରେ ଜାତିସଂଘର ମହିଳା ମହାସଚିବ ହୋଇପାରନ୍ତି ଆକାଂକ୍ଷା

କନକ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଆରୋରା ଜାତିସଂଘର ମହାସଚିବ ପଦ ପାଇଁ ପ୍ରାର୍ଥୀପତ୍ର ଘୋଷଣା କରିଛନ୍ତି । ଜାତିସଂଘର ରାଷ୍ଟ୍ରବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ରେ ଆକାଂକ୍ଷା ଏବେ କୋଅର୍ଡିନେଟର ଭାବେ କାମ କରୁଛନ୍ତି । ଜାତିସଂଘରେ ବର୍ତ୍ତମାନ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍ ଙ୍କ ବିପକ୍ଷରେ ସେ ତାଙ୍କର ପ୍ରାର୍ଥିତ୍ୱ ଘୋଷଣା କରିବାରେ ଆକାଂକ୍ଷା ହେଉଛନ୍ତି ପ୍ରଥମ ମହିଳା । ପ୍ରାର୍ଥୀତ୍ୱ ଘୋଷଣା ପରେ ସେ ନିଜ ପାଇଁ ପ୍ରଚାର ବି ଆରମ୍ଭ କରିଦେଇଛନ୍ତିContinue reading “ଜାତିସଂଘ ମହାସଚିବ ପଦ ପାଇଁ ପ୍ରାର୍ଥୀ ହେବେ ଭାରତୀୟ ମହିଳା । ୭୦ ବର୍ଷ ପରେ ଜାତିସଂଘର ମହିଳା ମହାସଚିବ ହୋଇପାରନ୍ତି ଆକାଂକ୍ଷା”

ହୁ ହୁ ହୋଇ ବଢୁଛି ତେଲ ଦର । ଦିଲ୍ଲୀ ଓ ମୁମ୍ବାଇଠୁ ବଳିଗଲା ଓଡିଶା, ୯୪ ଟଙ୍କା ଟପିଲା ପେଟ୍ରୋଲ ଦର… ଡିଜେଲ ଲିଟରକୁ ୯୧ ଟଙ୍କା ୩୯ ପଇସା

କନକ ବ୍ୟୁରୋ : ତେଲ ଦର ହୁ ହୁ ହୋଇ ବଢିଚାଲିଛି । ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ଠାରୁ ମଧ୍ୟ ଓଡିଶାରେ ଲିଟର ପିଛା ତେଲ ଦର ବଢିଯାଇଛି । ସ୍ଥିତି ଏମିତି ହୋଇଛି, ଯେ ତେଲ ଦର ଉପରେ ରୋକ ନଲାଗିଲେ କମ ଦିନ ଭିତରେ ଶହେ ଟଙ୍କା ଛୁଇଁପାରେ । ଅନ୍ୟପଟେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮Continue reading “ହୁ ହୁ ହୋଇ ବଢୁଛି ତେଲ ଦର । ଦିଲ୍ଲୀ ଓ ମୁମ୍ବାଇଠୁ ବଳିଗଲା ଓଡିଶା, ୯୪ ଟଙ୍କା ଟପିଲା ପେଟ୍ରୋଲ ଦର… ଡିଜେଲ ଲିଟରକୁ ୯୧ ଟଙ୍କା ୩୯ ପଇସା”

Design a site like this with WordPress.com
Get started