କନକ ବ୍ୟୁରୋ : ଆସନ୍ତାକାଲି କୋଟିଆର ସୀମାନ୍ତ ଗାଁରେ ଆନ୍ଧ୍ରର ପଂଚାୟତ ସ୍ତରୀୟ ନିର୍ବାଚନ ହେବାକୁ ଯାଉଛି । ହେଲେ ଓଡିଶା ଗାଁର ଲୋକେ ଆନ୍ଧ୍ର ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ଶପଥ କରିଛନ୍ତି । ଆନ୍ଧ୍ର ସୀମାନ୍ତରେ ଥିବା ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଂଚାୟତର କୁଲାହାଡି ଗାଁର ଲୋକେ ଶପଥ କରିଛନ୍ତି ଆନ୍ଧ୍ରର ନିର୍ବାଚନରେ ଭୋଟ ଦେବେ ନାହିଁ । ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନ କରାଉଥିବା ଖବର ମିଳିବା ପରେContinue reading “ଆସନ୍ତାକାଲି କୋଟିଆର ସୀମାନ୍ତ ଗାଁରେ ଆନ୍ଧ୍ରର ପଂଚାୟତ ସ୍ତରୀୟ ନିର୍ବାଚନ : କୁଲାଡ଼ିବାସୀଙ୍କୁ ମନେଇବାରେ ପ୍ରଶାସନ ସଫଳ : ଆନ୍ଧ୍ର ନିର୍ବାଚନରେ ଦେବୁନି ଭୋଟ୍”
Author Archives: Raghaba
ଚାଲ ଖେଳୁନାହିଁ ତ ଚୀନ୍? ୨ ଦିନରେ ୨୦୦ରୁ ଅଧିକ ଯୁଦ୍ଧ କମାଣ ପୋଙ୍ଗାଙ୍ଗ ହ୍ରଦ ନିକଟରୁ ପ୍ରତ୍ୟାହାର କରିଛି ଡ୍ରାଗନବାହିନୀ, ଆଚମ୍ବିତ କରୁଛି ଅପସାରଣ ବେଗ ।
କନକ ବ୍ୟୁରୋ : ଚୀନର ‘ପିପୁଲସ୍ ଲିବରେସନ୍ ଆର୍ମି’ ଗୁରୁବାର ସୁଦ୍ଧା ପାଙ୍ଗୋଙ୍ଗ୍ ହ୍ରଦର ଦକ୍ଷିଣକୂଳରୁ ୨୦୦ରୁ ଅଧିକ ଯୁଦ୍ଧ କମାଣ ପ୍ରତ୍ୟାହାର କରିଛି। କେବଳ ସେତିକି ନୁହେଁ, ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତରକୂଳରୁ ଶ୍ରୀଜାପ ସେକ୍ଟର୍ ‘ଫିଙ୍ଗର୍’ ଏବଂ ‘ଫିଙ୍ଗର୍ ୮’ର ପୂର୍ବପାର୍ଶ୍ୱରୁ ସୈନିକମାନଙ୍କୁ ନେବା ଲାଗି ଚୀନ୍ ପାଖାପାଖି ୧୦୦ରୁ ଭାରୀଯାନ ପ୍ରସ୍ତୁତ କରି ରଖିଛି। ମାତ୍ର ଦୁଇ ଦିନ ମଧ୍ୟରେ ଚୀନର ଏ ପ୍ରକାର ତ୍ୱରିତ୍ୱ ଅପସାରଣ ଭାରତୀୟ ସେନା ଅଧିକାରୀ ଏବଂ ଜାତୀୟContinue reading “ଚାଲ ଖେଳୁନାହିଁ ତ ଚୀନ୍? ୨ ଦିନରେ ୨୦୦ରୁ ଅଧିକ ଯୁଦ୍ଧ କମାଣ ପୋଙ୍ଗାଙ୍ଗ ହ୍ରଦ ନିକଟରୁ ପ୍ରତ୍ୟାହାର କରିଛି ଡ୍ରାଗନବାହିନୀ, ଆଚମ୍ବିତ କରୁଛି ଅପସାରଣ ବେଗ ।”
ଖୋର୍ଦ୍ଧାରେ ହାତୀ ଆତଙ୍କ : ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ
କନକ ବ୍ୟୁରୋ : ଖୋର୍ଦ୍ଧା ସହର ନିକଟରେ ପୁଣି ହାତୀ ଆତଙ୍କ । ଖୋର୍ଦ୍ଧା ନିକଟସ୍ଥ ଟାଙ୍ଗିଆପଡା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତିଙ୍କ ନାଁ ନାରାୟଣ ସାମନ୍ତରାୟ । ହାତୀ ଆକ୍ରମଣରେ ତାଙ୍କର ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । from Kanak News via <a href="https://ifttt.com/?
ଚାଷୀଙ୍କୁ ମିଳିବ କାଳିଆ ତୃତୀୟ କିସ୍ତି ଟଙ୍କା : ଏଥର ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ ଦିଆଯିବ କାଳିଆ ଟଙ୍କା
କନକ ବ୍ୟୁରୋ : ଚାଷୀଙ୍କୁ ମିଳିବ କାଳିଆ ତୃତୀୟ କିସ୍ତି ଟଙ୍କା । ଆଜି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କୃଷି ବିଭାଗ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏଥର ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ କାଳିଆ ଅର୍ଥ ପ୍ରଦାନ କରାଯିବ । ଏହି ତାଲିକାରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହିତ ନୂଆ ହିତାଧିକାରୀମାନଙ୍କ ସଂଖ୍ୟା କେତେ ତାହା ଜଣାପଡିନାହିଁContinue reading “ଚାଷୀଙ୍କୁ ମିଳିବ କାଳିଆ ତୃତୀୟ କିସ୍ତି ଟଙ୍କା : ଏଥର ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ ଦିଆଯିବ କାଳିଆ ଟଙ୍କା”
ବେପାର କରି ଟଙ୍କା କମାଅ, କିନ୍ତୁ ଭାରତୀୟ ସମ୍ବିଧାନକୁ ମାନ । ସାମାଜିକ ଗଣମାଧ୍ୟମକୁ ସରକାରଙ୍କ ଚେତାବନୀ ।
କନକ ବ୍ୟୁରୋ : ସଂସଦର ପ୍ରଶ୍ନକାଳ ବେଳେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଯଦି ସାମାଜିକ ଗଣମାଧ୍ୟମଗୁଡ଼ିକର ଅପବ୍ୟବହାରରେ ଭୁଲ୍ ଖବର ପ୍ରସାରଣ ଦ୍ୱାରା ହିଂସାକାଣ୍ଡକୁ ଉସୁକାଯାଏ, ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି। ବିଶେଷ କରି ଟ୍ୱିଟର, ଫେସବୁକ ଓ ହ୍ୱାଟସଆପ ପରି ସାମାଜିକ ଗଣମାଧ୍ୟମଗୁଡ଼ିକର ନାମ ଉଲ୍ଲେଖ କରିContinue reading “ବେପାର କରି ଟଙ୍କା କମାଅ, କିନ୍ତୁ ଭାରତୀୟ ସମ୍ବିଧାନକୁ ମାନ । ସାମାଜିକ ଗଣମାଧ୍ୟମକୁ ସରକାରଙ୍କ ଚେତାବନୀ ।”
କେନ୍ଦ୍ରାପଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର : ପୋଲିସ ଓ ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ବାନ୍ଧିବା ପାଇଁ ଜିଲ୍ଲା ପୋଲିସର ପ୍ରୟାସ
କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର ପଂଚାୟତରେ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପୋଲିସ ଜନସମ୍ପର୍କ ଶିବିର । ଜିଲ୍ଲାରେ ପ୍ରଥମ କରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଏବଂ ସାଧାରଣ ଲୋକମାନଙ୍କ ମଧ୍ୟରେ ଏକ ନୂଆ ସମ୍ପର୍କର ଡୋରି ବାନ୍ଧିବା ପ୍ରୟାସ କରିଛନ୍ତି ଜିଲ୍ଲା ପୋଲିସ । ପୋଲିସ ଏବଂ ଜନସାଧାରଣ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନା ସହିତ ଆଇନ କାନୁନ ବିଷୟରେ ସଚେତନ କରିବା ଏହିContinue reading “କେନ୍ଦ୍ରାପଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର : ପୋଲିସ ଓ ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ବାନ୍ଧିବା ପାଇଁ ଜିଲ୍ଲା ପୋଲିସର ପ୍ରୟାସ “
ପୁରୀ ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଯୋଜନା ବେଳେ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କଲା ପୋଲିସ
କନକ ବ୍ୟୁରୋ : ପୁରୀ ଟାଉନଥାନା ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବା ସମୟରେ ଡକାୟତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି ପୁରୀ ଟାଉନଥାନା ପୋଲିସ । ସେମାନଙ୍କ ନିକଟରୁ ୨ଟି ଖଣ୍ଡା , ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ମଦ ବୋତଲ , ଦୁଇଟି ପାଣି ବୋତଲ, କିଛି ଡିସପୋଜାଲ୍ ଗ୍ଲାସ୍ ଜବତ କରିଛି ପୋଲିସ । ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦେବୀଘାଟ ଅଂଚଳରେ ଗୋଟିଏ ପରିବା ଦୋକାନରେContinue reading “ପୁରୀ ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଯୋଜନା ବେଳେ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କଲା ପୋଲିସ”
ଶ୍ୱଶୁର ଘର ଉପରକୁ ଜ୍ୱାଇଁର ଗୁଳିମାଡ : ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍କ ଦେୱାନ ସାହିର ଘଟଣା
କନକ ବ୍ୟୁରୋ : ଶ୍ୱଶୁରଙ୍କ ଘର ଉପରକୁ ଗୁଳିମାଡ । ଏପରି ଘଟଣା ଘଟିଛି ଖୋର୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେବାନ ସାହିରେ । ଗୁରୁଜଙ୍ଗର ହରି ବେହେରାଙ୍କ ଘର ଉପରକୁ ତାଙ୍କର ଜ୍ୱାଇଁ ଦୁଇ ରାଉଣ୍ଡ ଗୁଳି ଚଲାଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଗୁଳି ଦୁଇଟି ଘରର କାନ୍ଥରେ ବାଜିଛି । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସହ ଅନ୍ୟ କେତେଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ଘଟଣାରContinue reading “ଶ୍ୱଶୁର ଘର ଉପରକୁ ଜ୍ୱାଇଁର ଗୁଳିମାଡ : ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍କ ଦେୱାନ ସାହିର ଘଟଣା “
ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି : ୫୦ମିଟର ଦ୍ୱରରୁ ଦେଖାଯାଉନି ରାସ୍ତା; ଟ୍ୱିନସିଟିରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
କନକ ବ୍ୟୁରୋ : ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଘନ କୁହୁଡ଼ି । ୫୦ ମିଟର ଦ୍ୱରରୁ ଦେଖାଯାଉନି ରାସ୍ତା ଘାଟ । ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି । କଟକ, ଭୁବନେଶ୍ୱରରେ ମଧ୍ୟ କୁହୁଡ଼ି ପାଇଁ ଯାତାୟତରେ ଅସୁବିଧା ଦେଖାଦେଇଛି । କିଛି ଦିନ ହେବ କୁହୁଡ଼ିର ପ୍ରଭାବ ଦେଖା ଯାଉନଥିବା ବେଳେ ପୁଣି ଥରେ ଆଜି ଦେଖାଦେଇଛି ଘନ କୁହୁଡ଼ି । ଆଜି ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ,Continue reading “ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି : ୫୦ମିଟର ଦ୍ୱରରୁ ଦେଖାଯାଉନି ରାସ୍ତା; ଟ୍ୱିନସିଟିରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ”
୨୦୨୧ ଆଇପିଏଲ ଅକ୍ସନ ପାଇଁ ଆସିଲା ତାରିଖ : ୧୮ ଫେବ୍ରୁଆରୀରେ ଚେନ୍ନାଇରେ ଖେଳାଳି ନିଲାମ; ଏଥର ବିକ୍ରି ହେବେ ୨୯୨ ଖେଳାଳି
କନକ ବ୍ୟୁରୋ : ୧୮ ଫେବ୍ରୁଆରୀରେ ୨୦୨୧ ଆଇପିଏଲ୍ ଅକ୍ସନ । ଏଥର ନିଲାମିରେ ଅଂଶଗ୍ରହଣ କରୁଛନ୍ତି ୨୯୨ ଖେଳାଳି । ଚେନ୍ନାଇରେ ଆସନ୍ତା ୧୮ ତାରିଖରେ ହେବ ଏହି ଅକ୍ସନ । ଏହି ଅବସରରେ ୨ କୋଟି ପ୍ରାଇସ୍ ବର୍ଗରେ ସ୍ଥାନ ପାଇଛନ୍ତି ୪ ଜଣ ଖେଳାଳି । ହରଭଜନ ସିଂ , କେଦାର ଯାଦବ , ଷ୍ଟିଭେନ୍ ସ୍ମିଥ୍ ଏବଂ ଗ୍ଲେନ୍ ମାକ୍ସୱେଲ୍ ମଧ୍ୟ ୨ କୋଟି ବେସ୍ ପ୍ରାଇସ୍ ବର୍ଗରେ ରହିଛନ୍ତି ।Continue reading “୨୦୨୧ ଆଇପିଏଲ ଅକ୍ସନ ପାଇଁ ଆସିଲା ତାରିଖ : ୧୮ ଫେବ୍ରୁଆରୀରେ ଚେନ୍ନାଇରେ ଖେଳାଳି ନିଲାମ; ଏଥର ବିକ୍ରି ହେବେ ୨୯୨ ଖେଳାଳି”