ଏଣିକି ଓଡିଆ ସ୍କୁଲରେ ପଢାଯିବ ବାଣିଜ୍ୟ ପାଠ: ଆସନ୍ତା ଶିକ୍ଷାବର୍ଷରୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ କମର୍ସ ଷ୍ଟ୍ରିମ୍; ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ: ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ଷ୍ଟ୍ରୀମ । ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତି ନିଆଯାଇଥିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ଘରୋଇ ସ୍ତୁଲ ଗୁଡିକରେ ଆର୍ଥୀକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଡବ୍ଲୁଏସ କୋଟରେ ଆଡମିଶନ ଅନଲାଇନ ଜରିଆରେ କରାଯିବ । ଯାହା ଫଳରେ ସ୍ୱଚ୍ଛତା ରହିପାରିବ । କିଛି ସ୍ଥାନରୁ ଆଡମିଶନ ସଂପର୍କିତContinue reading “ଏଣିକି ଓଡିଆ ସ୍କୁଲରେ ପଢାଯିବ ବାଣିଜ୍ୟ ପାଠ: ଆସନ୍ତା ଶିକ୍ଷାବର୍ଷରୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ କମର୍ସ ଷ୍ଟ୍ରିମ୍; ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା”

ଦେଶରେ ଆରମ୍ଭ ହେଲା କରୋନା ପାଇଁ ଟିକା କରଣ । ଟିକା ନେବା ପୂର୍ବରୁ ପରେ କେମିତି ରହିବେ ସାବଧାନ । ଟିକା ନେବା ପୂର୍ବରୁ ଓ ନେବା ପରେ ମଦ ପିଇଲେ କ’ଣ ହେବ ପାଶ୍ୱ ପ୍ରତିକ୍ରିୟା ?

କନକ ବ୍ୟୁରୋ : ଆଜି ଭାରତରେ କରୋନା ଟିକାକରଣର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧା ମାନଙ୍କୁ ଦିଆଯାଉଛି ଟିକା । ଏହାର ପରବର୍ତ୍ତି ପର୍ଯ୍ୟାୟରେ ସାଧାରଣ ଲୋକଙ୍କୁ ଟିକା ଦିଆଯିବ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ହେଲେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିକା ନେବା ପୂର୍ବରୁ ଓ ଟିକା ନେବା ପରେ ମଦ ପିଇବା ଉପରେ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ହେଲେ ବିଶ୍ୱର ଅନ୍ୟContinue reading “ଦେଶରେ ଆରମ୍ଭ ହେଲା କରୋନା ପାଇଁ ଟିକା କରଣ । ଟିକା ନେବା ପୂର୍ବରୁ ପରେ କେମିତି ରହିବେ ସାବଧାନ । ଟିକା ନେବା ପୂର୍ବରୁ ଓ ନେବା ପରେ ମଦ ପିଇଲେ କ’ଣ ହେବ ପାଶ୍ୱ ପ୍ରତିକ୍ରିୟା ?”

ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସଜ୍ଜା କାଟୁଥିଲା ଅଭିଯୁକ୍ତ

କନକ ବ୍ୟୁରୋ: ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତ କଏଦୀର ନାଆଁ ରବି ଦୁଲାଲ୍। ସେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ ହୋଇ ଜେଲରେ ଥିଲା। ଆଜି ସକାଳେ ରବି ପାଣି ଆଣିବାକୁ ଯାଇଥିଲା। ଏହି ସମୟରେ ତାର ମୁଣ୍ଡ ବାଡ଼େଇ ହୋଇଗଲା। ସେ ତଳେ ପଡ଼ିଗଲା। ତାପରେ ତାକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାକୁ ମୃତ ଘୋଷଣା କରିଥଲେ।ଅଭିଯୁକ୍ତ ମାଓବାଦୀଙ୍କ ସହContinue reading “ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସଜ୍ଜା କାଟୁଥିଲା ଅଭିଯୁକ୍ତ”

ଟିକା ନେଲେ ଅଦାର ପୁନାୱାଲା: ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦାର ପୁନାୱାଲା ନେଲେ ଟିକା; କହିଲେ, ଟିକାକରଣରେ କୋଭିସିଲ୍ଡ ସାମିଲ ହେବା ମୋ ପାଇଁ ଗୌରବର ବିଷୟ

କନକ ବ୍ୟୁରୋ: ଟିକା ନେଲେ ଟିକା ପ୍ରସ୍ତୁତ କରିଥିବା ସଂସ୍ଥାର ମୁଖ୍ୟ । କୋଭସିଲ୍ଡ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା ଟିକା ନେଇଛନ୍ତି । ଆଉ ଟିକା ନେବା ବେଳର ଭିଡିଓକୁ ନିଜ ଟ୍ୱିଟ୍ରେ ପୋଷ୍ଟ କରିଛନ୍ତି । ଏହାସହ ମେଗା ଟିକାକରଣର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଦାର ପୁନାୱାଲା । ମହାମାରୀ ଲଢେଇରେ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଭାକସିନ ସାମିଲContinue reading “ଟିକା ନେଲେ ଅଦାର ପୁନାୱାଲା: ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦାର ପୁନାୱାଲା ନେଲେ ଟିକା; କହିଲେ, ଟିକାକରଣରେ କୋଭିସିଲ୍ଡ ସାମିଲ ହେବା ମୋ ପାଇଁ ଗୌରବର ବିଷୟ”

ଟ୍ରାକ୍ଟର ମାର୍ଚ୍ଚ ନ ରୋକିବାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କୁ ଧମକ ଦେଲା ଶିଖ୍ ସଂଗଠନ । କହିଲେ ଶିଖଙ୍କୁ ଗଣହତ୍ୟା ମାମଲାରେ ବୋବଡେ ଥିଲେ ସାମିଲ

କନକ ବ୍ୟୁରୋ : କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକ ମାନେ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆନ୍ତର୍ଜାତିକ ଶିଖ୍ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସ୍ ଏଫ ଜେ) ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କୁ ଧମକ ଦେଇଛନ୍ତି । ଏହି ଧମକରେ ଶିଖ୍ ଫର ଜଷ୍ଟିସ୍ ପ୍ରଧାନବିଚାରପତିଙ୍କ ଉଦ୍ଦେଶ୍ୟରେ କହିଛି କି ଜାନୁଆରୀ ୨୬ ରେ କୃଷକ ମାନେ ଆୟୋଜିତ କରୁଥିବା ଟ୍ରାକ୍ଟର ମାର୍ଚ୍ଚକୁ ରୋକିବାକୁ ଚେଷ୍ଟା କଲେ ପରିଣତି ଭୟଙ୍କର ହେବ ।Continue reading “ଟ୍ରାକ୍ଟର ମାର୍ଚ୍ଚ ନ ରୋକିବାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କୁ ଧମକ ଦେଲା ଶିଖ୍ ସଂଗଠନ । କହିଲେ ଶିଖଙ୍କୁ ଗଣହତ୍ୟା ମାମଲାରେ ବୋବଡେ ଥିଲେ ସାମିଲ”

ଏମ୍ସକୁ ମିଶାଇ ରାଜ୍ୟର ୧୬୧ କେନ୍ଦ୍ରରେ ଚାଲିଛି ଟିକାକରଣ: ରାଜଧାନୀର ୬ଟି ସ୍ଥାନରେ ୧୦୦ ଜଣଙ୍କୁ ଦିଆସାରିଲାଣି କରୋନା ଟିକା; ଟିକା ନେଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ

କନକ ବ୍ୟୁରୋ: ରାଜ୍ୟର ପ୍ରଥମ ଟିକାକରଣ ଆରମ୍ଭ ହୋଇଛି କ୍ୟାପିଟାଲ ହସ୍ପିଟାଲରୁ । ଏଠାରେ ପ୍ରଥମ ଟିକା ନେଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିରଂଚି ନାୟକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଟିକା ନେବା ପରେ ସଂପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବିରଂଚିଙ୍କ ପରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଟିକା ନେଇଛନ୍ତି । ଏବଂ ଟିକା ନେବା ପରେ ସେContinue reading “ଏମ୍ସକୁ ମିଶାଇ ରାଜ୍ୟର ୧୬୧ କେନ୍ଦ୍ରରେ ଚାଲିଛି ଟିକାକରଣ: ରାଜଧାନୀର ୬ଟି ସ୍ଥାନରେ ୧୦୦ ଜଣଙ୍କୁ ଦିଆସାରିଲାଣି କରୋନା ଟିକା; ଟିକା ନେଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ”

ଟିକା ନେବା ପରେ ଅସୁବିଧା ହେଲେ କେମିତି ପାଇବେ କ୍ଷତିପୂରଣ । କାହା ନିକଟରେ କରିବେ ଆବେଦନ । ଜାଣନ୍ତୁ ଟିକା ପ୍ରସ୍ତୁତକାରୀ ଭାରତ ବାୟୋଟେକ୍ ର ଘୋଷଣା

କନକ ବ୍ୟୁରୋ : ଆପଣ ଟିକା ନେବା ପରେ ଶତ ପ୍ରତିଶତ ସୁରକ୍ଷିତ ଏକଥା କେହି କହିପାରିବେ ନାହିଁ । ହେଲେ ଟିକା ନେବା ପରେ ଯଦି ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଏ କି ଆପଣଙ୍କର ମୃତ୍ୟୁ ହୋଇଯାଏ ସେନେଇ ଆପଣ ବା ଆପଣଙ୍କ ପରିବାର ଲୋକଙ୍କୁ କ’ଣ କରିବାକୁ ପଡିବ । କ୍ଷତିପୂରଣ ପାଇଁ ଆପଣ କେମିତି ଓ କାହା ନିକଟରେ ଆବେଦନ କରିବେ ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ । ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତContinue reading “ଟିକା ନେବା ପରେ ଅସୁବିଧା ହେଲେ କେମିତି ପାଇବେ କ୍ଷତିପୂରଣ । କାହା ନିକଟରେ କରିବେ ଆବେଦନ । ଜାଣନ୍ତୁ ଟିକା ପ୍ରସ୍ତୁତକାରୀ ଭାରତ ବାୟୋଟେକ୍ ର ଘୋଷଣା”

‘ଗୋରୀ’ କୁମ୍ଭୀର ପାଇଁ ଖୋଜା ଚାଲିଛି ସାଥୀ: ଭିତରକନିକା ବାହାରୁ ବଉଳା କୁମ୍ଭୀର ଆଣିବାକୁ ଚାଲିଛି ଯୋଜନା

କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଥିବା ଶଙ୍ଖୁଆ କୁମ୍ଭୀର ‘ଗୋରୀ’କୁ ଏବେ ୪୬ ବର୍ଷ । ଯୌବନ ଅପରାହ୍ନରେ ପାଦ ଥାପି ଲାଣି ଗୋରୀ । ଅତୀତରେ ଗୋରୀ ପାଇଁ ଉଭୟ ବିଦେଶୀ ଓ ଦେଶୀ ବର କୁମ୍ଭୀରକୁ ଅଣାଯାଇ ମିଳନର ସୁଯୋଗ ଦିଆଯାଇଛି । ହେଲେ କୌଣସି ଲାଭ ହୋଇନି । ଏବେ ପୁଣି ଥରେ ତାପାଇଁ ବର ଖୋଜା ଚାଲିଛି । ଭିତରକନିକା ଜାତୀୟ ଉଦ୍ୟାନContinue reading “‘ଗୋରୀ’ କୁମ୍ଭୀର ପାଇଁ ଖୋଜା ଚାଲିଛି ସାଥୀ: ଭିତରକନିକା ବାହାରୁ ବଉଳା କୁମ୍ଭୀର ଆଣିବାକୁ ଚାଲିଛି ଯୋଜନା”

କରୋନା ଯୋଦ୍ଧାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: କହିଲେ, କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁନି; ସମସ୍ତଙ୍କ ସୁସ୍ଥତା କାମନା କଲେ ନବୀନ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟିକାକରଣର ଫିଡବ୍ୟାକ୍ ନେଇଛନ୍ତି।ସେ ଭିଡିଓ କନଫରେନ୍ସିଂ ଜରିଆରେ ଫିଡବ୍ୟାକ୍ ନେବା ସମୟରେ ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହାଛଡ଼ା ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଏବଂ କ୍ୟାପିଟାଲ ହସ୍ପିଟାଲର ନର୍ସଙ୍କ ସହ କଥା ହୋଇଛନ୍ତି। ସେ ଏହି ଅବସରରେ କୋଭିଡ୍ ଟିକାକରଣ ଲାଗି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କର ସହଯୋଗ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ  କହିଛନ୍ତି ‘କୋଭିଡ୍ ଟିକାକରଣ ରାଜ୍ୟରେ ଆରମ୍ଭContinue reading “କରୋନା ଯୋଦ୍ଧାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: କହିଲେ, କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁନି; ସମସ୍ତଙ୍କ ସୁସ୍ଥତା କାମନା କଲେ ନବୀନ”

ଦେଶରେ ପ୍ରଥମ ଟିକା ନେଲେ ଦିଲ୍ଲୀ ଏମ୍ସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଉପସ୍ଥିତ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଦନ ଓ ଏମ୍ସ ନିର୍ଦ୍ଦେଶକ ଡ, ରଣଦୀପ ଗୁଲେରିଆ

କନକ ବ୍ୟୁରୋ : ଦେଶର ସର୍ବ ବୃହତ ଟିକାକରଣ ଆଜି ଭାରତରେ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଶୁଭାରମ୍ଭ ପରେ ପ୍ରଥମ ଟିକା ନେଇଛନ୍ତି ଦିଲ୍ଲୀ ଏମ୍ସ୍ର କରୋନା ଯୋଦ୍ଧା ତଥା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ସଫେଇ କର୍ମଚାରୀ ମନିଶ କୂୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ , ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥଲେ ।Continue reading “ଦେଶରେ ପ୍ରଥମ ଟିକା ନେଲେ ଦିଲ୍ଲୀ ଏମ୍ସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଉପସ୍ଥିତ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଦନ ଓ ଏମ୍ସ ନିର୍ଦ୍ଦେଶକ ଡ, ରଣଦୀପ ଗୁଲେରିଆ”

Design a site like this with WordPress.com
Get started