କନକ ବ୍ୟୁରୋ : ଭିତରକନିକାରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହେବ । ଆଜିଠାରୁ ୨୩ ତାରିଖ ଯାଏଁ ଏହି କୁମ୍ଭୀର ଗଣନା ହେବ । ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ଓ ମହାକାଳପଡା ରେଞ୍ଜରେ କୁମ୍ଭୀର ଗଣନା ହେବ । ଏହି ଗଣନାରେ ଫରେଷ୍ଟର, ଫରେଡଗାର୍ଡ ସହ କର୍ମଚାରୀମାନେ ସାମିଲ ହୋଇଛନ୍ତି । ଏହି ଗଣନା କାର୍ଯ୍ୟ ପାଇଁ ୨୨ଟି ଦଳ ଗଠନ କରାଯାଇଛି ।Continue reading “ଭିତରକନିକାରେ ଅଛନ୍ତି କେତେ କୁମ୍ଭୀର ? ଆଜିଠାରୁ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ ଗଣନା”
Author Archives: Raghaba
ସୀମିତ ଅତିଥି ଓ କରୋନା ଯୋଦ୍ଧାଙ୍କୁ ନେଇ ପାଳନ ହେବ ସାଧାରଣତନ୍ତ୍ର ଦିବସ : ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ; ଭାଗ ନେଇପାରିବେନି ଜନସାଧାରଣ
କନକ ବ୍ୟୁରୋ : ଏଥର କରୋନା କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । ଏ ନେଇ ଗୃହ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ସକାଳ ୮ଟା୩୦ ପରେ ମୁଖ୍ୟ ଅତିଥି ପତାକା ଉତୋଳନ କରିବେ । କରୋନାକୁ ଦୃଷ୍ଟିରେ ରଖି ଏଥର ସାଧାରଣତନ୍ତ୍ର ଦିବସରେ କେବଳ ପୁଲିସ ବାହିନଷ ଅଂଶଗ୍ରହଣ କରିବେ । ଛାତ୍ର ଓ ଏନସିସି କ୍ୟାଡେଟ ଅଂଶଗ୍ରହଣ କରିପାରିବେ ନାହିଁ । ସାଧାରଣତନ୍ତ୍ରContinue reading “ସୀମିତ ଅତିଥି ଓ କରୋନା ଯୋଦ୍ଧାଙ୍କୁ ନେଇ ପାଳନ ହେବ ସାଧାରଣତନ୍ତ୍ର ଦିବସ : ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ; ଭାଗ ନେଇପାରିବେନି ଜନସାଧାରଣ”
ଆସନ୍ତାକାଲି କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ : ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ; ପ୍ରଥମ ଦିନରେ ଦେଶର ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
କନକ ବ୍ୟୁରୋ : ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟିକାକରଣ କାôଯ୍ର୍ୟକ୍ରମର ଶୁଭାରମ୍ଭ କରିବେ । ଦିନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଥମ ଦିନରେ ଦେଶରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ୩ ହଜାର ୬ଟି କେନ୍ଦ୍ରରେ ଏହି ଟିକାକରଣ ହେବ । ପ୍ରତ୍ୟେକ କେନ୍ଦ୍ରରେ ଦୈନିକContinue reading “ଆସନ୍ତାକାଲି କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ : ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ; ପ୍ରଥମ ଦିନରେ ଦେଶର ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା”
ଏଣିକି ନମ୍ବର ପୂର୍ବରୁ ଶୂନ୍ ଲଗାଇବା ବାଧ୍ୟତାମୂଳକ : ଲ୍ୟାଣ୍ଡଲାଇନ୍ରୁ ମୋବଇଲକୁ ଫୋନ୍ କରୁଥିଲେ ଆପଣଙ୍କୁ ଶୂନ ଲଗାଇବା ଜରୁରୀ, ଆଜିଠାରୁ ସାରା ଦେଶରେ ଲାଗୁ ହେବ ନିୟମ
କନକ ବ୍ୟୁରୋ : ଲ୍ୟାଣ୍ଡଲାଇନ୍ରୁ ମୋବଇଲକୁ ଫୋନ୍ କରୁଥିଲେ ଆପଣଙ୍କୁ ଏଣିକି ନମ୍ବର ପୂର୍ବରୁ ଶୂନ୍ ଲଗାଇବା ବାଧ୍ୟତାମୂଳକ ହୋଇଛି । ଆଜିଠାରୁ ଏହି ନିୟମ ସାରା ଦେଶରେ ଲାଗୁ ହେବ । ଟେଲିକମ୍ ମନ୍ତ୍ରାଳୟ ଏ ସମ୍ପର୍କିତ ଟ୍ରାଇର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବାରୁ ଏହି ନୂଆ ନିମୟ ଆଜିଠାରୁ ଲାଗୁ ହେବାକୁ ଯାଉଛି । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଟ୍ରାଇ ମେ ୨୯ ତାରିଖରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁContinue reading “ଏଣିକି ନମ୍ବର ପୂର୍ବରୁ ଶୂନ୍ ଲଗାଇବା ବାଧ୍ୟତାମୂଳକ : ଲ୍ୟାଣ୍ଡଲାଇନ୍ରୁ ମୋବଇଲକୁ ଫୋନ୍ କରୁଥିଲେ ଆପଣଙ୍କୁ ଶୂନ ଲଗାଇବା ଜରୁରୀ, ଆଜିଠାରୁ ସାରା ଦେଶରେ ଲାଗୁ ହେବ ନିୟମ”
ଚାଷୀ ଆନ୍ଦୋଳନକୁ ନେଇ ଆଜି ବସିବ ନବମ ରାଉଣ୍ଡ ବୈଠକ : ଚାଷୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର; ଚାଷୀ ନେତା କହିଲେ, ସମାଧାନ ଚାହୁଁ ନାହାଁନ୍ତି ମୋଦି ସରକାର
କନକ ବ୍ୟୁରୋ : ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା ଭିତରେ ଆଜି ଚାଷୀ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନବମ ରାଉଣ୍ଡ ବୈଠକ ବସିବାକୁ ଯାଉଛି । ବୈଠକ ପୂର୍ବରୁ ଚାଷୀ ନେତା ଚେତାବନୀ ଦେଇ କହିଛନ୍ତି- ଏହା କେନ୍ଦ୍ର ସରକାରଙ୍କ ସହ ଶେଷ ବୈଠକ । ଏହା ପରେ ସେମାନେ ଆଉ ସରକାରଙ୍କ ସହ ଆଲୋଚନା କରିବେ ନାହିଁ । ସରକାରଙ୍କ ଉପରେ ଭରସା ନଥିବା କହିଛନ୍ତି- ଭାରତୀୟ ଚାଷୀContinue reading “ଚାଷୀ ଆନ୍ଦୋଳନକୁ ନେଇ ଆଜି ବସିବ ନବମ ରାଉଣ୍ଡ ବୈଠକ : ଚାଷୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର; ଚାଷୀ ନେତା କହିଲେ, ସମାଧାନ ଚାହୁଁ ନାହାଁନ୍ତି ମୋଦି ସରକାର”
କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନରେ ପହଞ୍ଚିବା ପରେ ୨ ସପ୍ତାହ ପାଇଁ ହେଲେ କ୍ୱାରେଣ୍ଟାଇନ
କନକ ବ୍ୟୁରୋ : କରୋନା ଭୂତାଣୁର ଉତ୍ପତି ସ୍ଥଳ ନେଇ ଅନେକ ବାଦ ବିବାଦ ପରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛି ଚୀନ । ବିଶ୍ୱ ମହାମାରୀର ମୂଳ ଖୋଜିବେକୁ ଚୀନରେ ପହଂଚିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନରେ ପହଚିଂବା ପରେ ୨ ସପ୍ତାହ ପାଇଁ ଏହି ଟଇମ କ୍ୱାରେନଟିନ୍ରେ ରହିବେ । ଏହାପରେ କରୋନା ଭୂତାଣୁର ମୂଳ ଖୋଜିବେ ୧୦ ବୈଜ୍ଞାନିକ । ଅନେକ ବାଦ ବିବାଦ ପରେ ଅନ୍ତର୍ଜାତୀୟContinue reading “କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନରେ ପହଞ୍ଚିବା ପରେ ୨ ସପ୍ତାହ ପାଇଁ ହେଲେ କ୍ୱାରେଣ୍ଟାଇନ “
ସାମ୍ନାକୁ ଆସିଲା ଆମେରିକା କ୍ୟାପିଟଲ ଆକ୍ରମଣ ପଛର ଅଜବ କାହାଣୀ । ୪୨ବର୍ଷର ତଳ ଏକ ଉପନ୍ୟାସରୁ ପ୍ରେରଣା ପାଇଥିଲେ ବିଦ୍ରୋହୀ ।
କନକ ବ୍ୟୁରୋ : ଆମେରିକାର କ୍ୟାପିଟଲ ହିଲରେ ଆକ୍ରମଣ ପାଇଁ ଏକ ଉପନ୍ୟାସରୁ ପ୍ରେରଣା ମିଳିଥିଲା । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ଏକ ସତ କଥା । ଉପନ୍ୟାସ ‘ଦି ଟର୍ଣ୍ଣର ଡାଏରୀଜ’ । ୧୯୭୮ ମସିହାରେ ଲେଖାଯାଇଥିବା ଏହି ଉପନ୍ୟାସ ୪୨ବର୍ଷ ପରେ ଆମେରିକାର ଗଣତନ୍ତ୍ର ଇତିହାସ ଉପରେ ଏତେ ବଡ ପ୍ରଭାବ ପକାଇବ, ଏହା ହୁଏତ କେହି କେବେ ଭାବିନଥିଲେ । ୪୨ବର୍ଷ ପୂର୍ବରୁ ୱିଲିୟମ ଲୁଥର ନାମକ ଜଣେContinue reading “ସାମ୍ନାକୁ ଆସିଲା ଆମେରିକା କ୍ୟାପିଟଲ ଆକ୍ରମଣ ପଛର ଅଜବ କାହାଣୀ । ୪୨ବର୍ଷର ତଳ ଏକ ଉପନ୍ୟାସରୁ ପ୍ରେରଣା ପାଇଥିଲେ ବିଦ୍ରୋହୀ ।”
ଖେଳୁଆଡ ମନୋଭାବ ଭୁଲିଗଲେ କି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସମାଲୋଚନା ପରେ ରଖିଲେ ସ୍ପଷ୍ଟୀକରଣ । କହିଲେ, ଗେମକୁ ବୁଝିବା ପାଇଁ ସବୁବେଳେ କରନ୍ତି ଏମିତି ।
କନକ ବ୍ୟୁରୋ : ଅଷ୍ଟ୍ରେଲିଆ କ୍ରିକେଟ ଟିମର ବେଷ୍ଟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ଖେଳ ମନୋଭାବକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରନ ମେସିନ ଭାବେ ପରିଚିତ ସ୍ମିଥ ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ଋଷଭ ପନ୍ଥଙ୍କ ବ୍ୟାଟିଂ ଗାର୍ଡ ବା କ୍ରିଜରେ ଲଗାଯାଇଥିବା ମାର୍କକୁ ଜୋତା ସାହାଯ୍ୟରେ ବାରମ୍ବାର ଘସୁଥିବାର ନଜର ଆସିଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବେଶ ସମାଲୋଚନା କରାଯାଇଥିଲା । ଏବେ ଏହିContinue reading “ଖେଳୁଆଡ ମନୋଭାବ ଭୁଲିଗଲେ କି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସମାଲୋଚନା ପରେ ରଖିଲେ ସ୍ପଷ୍ଟୀକରଣ । କହିଲେ, ଗେମକୁ ବୁଝିବା ପାଇଁ ସବୁବେଳେ କରନ୍ତି ଏମିତି ।”
ପୋଙ୍ଗଲ ପର୍ବ ଅବସରରେ ତାମିଲନାଡୁରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେଲେ ସାମିଲ ।
କନକ ବ୍ୟୁରୋ : ତାମିଲନାଡୁର ମଦୁରାଇରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେଠାରେ ପହଁଚି ପାରମ୍ପାରିକ ଜଲିକାଟୁ ବା ବଳଦ ଲଢେଇ ଖେଳରେ ସେ ସାମିଲ ହୋଇଛନ୍ତି । ଉତର ଭାରତରୁ ଦକ୍ଷିଣ ଭାରତ ଯାଏଁ ଆଜି ପର୍ବର ଦିନ । ମକର ସଂକ୍ରାନ୍ତି, ପୋଙ୍ଗଲ ପର୍ବ ଅବସରରେ ସେଠାରେ ପାରମ୍ପାରିକ ଖେଳ ଜଲିକଟୁର ଆୟୋଜନ କରାଯାଇଛି । ଯେଉଁଥିରେ ରାହୁଲ ଗାନ୍ଧି ସାମିଲ ହୋଇଛନ୍ତି । ସେଠାରେ ସାମିଲ ହୋଇ ରାହୁଲ ଗାନ୍ଧିContinue reading “ପୋଙ୍ଗଲ ପର୍ବ ଅବସରରେ ତାମିଲନାଡୁରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେଲେ ସାମିଲ ।”
ଦିନକ ପରେ ଦେଶ ନେବ ଟୀକା । ଶନିବାର ସାଢେ ୧୦ଟାରେ କରୋନା ଟୀକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟୀକା ।
କନକ ବ୍ୟ୍ୟୁରୋ: ଆସନ୍ତା ୧୬ ତାରିଖ ଅର୍ଥାତ ଶନିବାର ଦିନ ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦିନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଥମ ଦିନରେ ଦେଶରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ୩ ହଜାର ୬ଟି କେନ୍ଦ୍ରରେ ଏହି ଟିକାକରଣ ହେବ ।Continue reading “ଦିନକ ପରେ ଦେଶ ନେବ ଟୀକା । ଶନିବାର ସାଢେ ୧୦ଟାରେ କରୋନା ଟୀକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟୀକା ।”