ଦୁଲୁକିବ ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ । ଆଜିଠୁ ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପଲ୍ଲୀ ହେବ ଗୋପପୁର । ୧୧ ଦିନ ଚାଲିବ କଂସ ମହାରାଜଙ୍କ ରାଜୁତି ।

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପାଲି ହେବ ଗୋପପୁର । ଜିରା ନଦୀ ପାଲଟିଯିବ ଯମୁନା, ଆଉ ବରଗଡ଼ ସହରବାସୀ ପାଲଟିଯିବେ ଜଣେ ଜଣେ କଳାକାର । ଗଣତନ୍ତ୍ରର ଶାସନ ଭିତରେ ୧୧ଦିନ ଧରି ଚାଲିବ ମହାରାଜ କଂସଙ୍କ ପ୍ରତିକାତ୍ମକ ରାଜତନ୍ତ୍ର । ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୁରା ବରଗଡ଼ ସହର ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି । ୧୧ଦିନ ଧରି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚରେ ଦ୍ୱାପର ଯୁଗର କୃଷ୍ଣ ଲୀଳାର ଝଲକ ଦେଖିବାକୁ ମିଳିବ, କାରଗାରରେ ଜନ୍ମଠାରୁ ନେଇ ଲୀଳାଖେଳା ଏବଂ କଂସ ବଦ୍ଧକୁ ନେଇ ୧୧ଦିନ ଧରି ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ । ୮କିଲୋମିଟର ପରିଧି ମଧ୍ୟରେ ରାଜଦରବାର, ରଙ୍ଗମହଲ ଏବଂ ନନ୍ଦ ରାଜାଙ୍କ ଦରବାର ସମେତ ୧୦ଟି ସ୍ଥାନରେ ଧନୁଯାତ୍ରା ଅନୁଷ୍ଠିତ ହେବ ।

ପ୍ରଥମ ଦିନରେ ଦେବକୀ-ବସୁଦେବ ବିବାହ , ଦୈବବାଣୀ, ଉଗ୍ରସେନକୁ ଗାଦିଚ୍ୟୁତ କରି ଆରମ୍ଭ ହେବ କଂସ ମହାରାଜାଙ୍କ ରାଜୁତି । ୧୧ଦିନ ଧରି ଚାଲିବାକୁ ଥିବା ଧନୁଯାତ୍ରାରେ ମେଳା ମହୋତ୍ସବ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ସୁରୁଖୁରୁରେ ଧନୁଯାତ୍ରା ଅନୁଷ୍ଠିତ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

The post ଦୁଲୁକିବ ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ । ଆଜିଠୁ ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପଲ୍ଲୀ ହେବ ଗୋପପୁର । ୧୧ ଦିନ ଚାଲିବ କଂସ ମହାରାଜଙ୍କ ରାଜୁତି । first appeared on Kanak News.

from Kanak News
via <a href="https://ifttt.com/?

ଆଜି ପବିତ୍ର ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଖୋର୍ଦ୍ଧା ଅଟ୍ରି ହଟକେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ ।

କନକ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି, ଚଳଚଂଚଳ ରାଜ୍ୟର ପ୍ରମୁଖ ଦେବାଳୟ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି, ସେପଟେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଉଷ୍ମପ୍ରସବନ ଅଟ୍ରିର ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ସମାଗମ । ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳଲାଗି କରାଯାଇ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ଏବଂ ଧନୁମୁଆଁ ଭୋଗ ଅର୍ପଣ କରାଯିବ । ଘଂଟ ଛତାର ପଟୁଆରରେ ମକରବେଢ଼ା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ମକରସଂକ୍ରାନ୍ତି ପ୍ରମୁଖ ଯାତ୍ରା, ଏହି ଯାତ୍ରାରେ ମକରବେଶ ବା ମକରଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଚତୂର୍ଦ୍ଧାମୂର୍ତ୍ତି ।

The post ଆଜି ପବିତ୍ର ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଖୋର୍ଦ୍ଧା ଅଟ୍ରି ହଟକେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଅଙ୍କୁର ପୂଜନ, ମଣ୍ଡଳ ସ୍ଥାପନ ହୋଇସାରିଥିବା ବେଳେ ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ । ସ୍ରୋତୀୟ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣରେ ମୁଖରିତ ହେବ ଗଗନ ପବନ । ଅଖଣ୍ଡ ଦୀପ ସ୍ଥାପନ ପରେ ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ । ଯଜ୍ଞ ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୬୦ଜଶ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବେଦପାଠ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ମଣ୍ଡପ ପ୍ରସ୍ତୁତ କରାଯାଇଛି, ସିଂହଦ୍ୱାରରେ ଋକବେଦ, ପଶ୍ଚିମଦ୍ୱାରରେ ସାମବେଦ, ଉତରଦ୍ୱାରରେ ଅଥର୍ବବେଦ ଏବଂ ଦକ୍ଷିଣ ଦ୍ୱାରରେ ଯଦୁର୍ବେଦ ପାଠ କରାଯିବ ।

ଅନ୍ୟପଟେ ଶ୍ରୀମାର୍ଗ ଏବଂ ଶ୍ରୀସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଆଜି ଏହା ଉପରେ ଟ୍ରାଏଲ ରନ କରାଯିବ । ୧୭ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁରୀ ପୋଲିସ ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ । first appeared on Kanak News.

from Kanak News
via <a href="https://ifttt.com/?

ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ୱାବଲମ୍ବୀ ଭୀମସେନ ।

କନକ ବ୍ୟୁରୋ; ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ଭଲ ରୋଜଗାରର ଆଶା ରଖିଛନ୍ତି ଗଞ୍ଜାମ କର୍ପୁର ନୂଅ ଗାଁର ଭୀମସେନ ଦଳାଇ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରୁଣ ନେଇ ସେ ଏହି ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଭୁବନେଶ୍ୱରରେ ତାଲିମ ମଧ୍ୟ ନେଇଛନ୍ତି । କୁଣ୍ଡ ନିର୍ମାଣ, ମାଛ ଜାଅାଁଳ ରକ୍ଷଣା ବେକ୍ଷଣା ପାଇଁ ତାଲିମ ନେବା ପରେ କଲିକତାରୁ ମାଛ ଜାଅାଁଳ ଆଣି ୩ଟି କୁଣ୍ଡରେ ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।

ଭୀମସେନ କୁହନ୍ତି, ଠିକ୍ ସମୟରେ ମାଛ କୁଣ୍ଡର ପାଣି ବାହାର କରିବା, ଅମ୍ଳଜାନ ପ୍ରଦାନ କରିବା ଓ ଜଳର ପି.ଏଚ. ସ୍ତର ମାପିବା ଓ ଉପଯୁକ୍ତ ବିହନ ଚୟନ କରି ଚାଷ କଲେ ଏହି ଚାଷରେ ଅଧିକ ଲାଭ ହୋଇଥାଏ । ତେବେ କୋଲକୋତାରୁ ଆଣିଥିବା ବିହନ ଯାଅାଁଳ ଏବେ ୧୦୦ ଗ୍ରାମ ପର୍ଯ୍ୟନ୍ତ ବଢ଼ିଲେଣି । ଆଗକୁ ଏଥିରୁ ତାଙ୍କୁ ଭଲ ଲାଭ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହି କାମରେ ୪ରୁ ୫ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ସକାଳୁ ମାଛ ଦାନା ଦେବା ଠାରୁ ଆରମ୍ଭ କରି କୁଣ୍ଡ ସଫା କରିବା ଓ ଅନନ୍ୟ କାମରେ ସହଯୋଗ କରନ୍ତି କର୍ମଚାରୀ ।

ନୂଆ ପ୍ରଣାଳୀରେ ମାଛ ଚାଷ କରୁଥିବାରୁ ସ୍ଥାନୀୟ ଅଂଚଳର ଲୋକମାନେ ଏହି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତାଙ୍କ ନିକଟକୁ ଆସି ଏହି ଚାଷ ବିଷୟରେ ବୁଝି ନେଉଛନ୍ତି ।

The post ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ୱାବଲମ୍ବୀ ଭୀମସେନ । first appeared on Kanak News.

from Kanak News
via <a href="https://ifttt.com/?

କୋରାପୁଟରେ କଫି ଚାଷ ଭଳି ସଫଳ ହେବ ଟସର ଚାଷ । ଉପକୃତ ହେବେ ସ୍ଥାନୀୟ ଅଞ୍ଚଳର ଚାଷୀ ।

କନକ ବ୍ୟୁରୋ: ରେଶମ ଏକ ପୋକରୁ ବାହାରୁ ଥିବା ସୁତା । ଏହା ଦେଖିବାକୁ ଯେତିକି ସୁନ୍ଦର ଏଥିରୁ ତିଆରି ହୋଇଥିବା ବସ୍ତ୍ର ତା ଠାରୁ ଅଧିକା ସୁନ୍ଦର । ଅନ୍ୟ ଚାଷ ଭଳି ରେଶମ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । କୋରାପୁଟ ଜିଲ୍ଳାରେ ଏହି ଚାଷ ପାଇଁ ଉତ୍ତମ ଜଳବାୟୁ ଥିବା ବେଳେ ଏହି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦେଖିବାକୁ ମିଳୁନାହିଁ । ତେଣୁ ଏହି ଚାଷର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି । ମେଳା ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଉଛନ୍ତି ।

ଟସର, ମୁଗା, ମଲବରି ଓ ଏଣ୍ଡି ପୋକରୁ ପ୍ରସ୍ତୁତ ହୁଏ ସୁତା । ଆଉ ଏଥିରୁ ତିଆରି ହୁଏ ସୁନ୍ଦର ସୁନ୍ଦର ବସ୍ତ୍ର । ଯାହାର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ରହିଛି । ନବରଙ୍ଗପୁର ଜିଲ୍ଳାରେ ଟସର ହେଉଥିବା ବେଳେ କୋରାପୁଟ ଜିଲ୍ଳାର ସେମିଳିଗୁଡ଼ା ଓ ପଟାଙ୍ଗିରେ ମୁଗା, ମଲବରି ଓ ଏଣ୍ଡି କିସମର ଚାଷ ହେଉଛି । ପ୍ରଥମେ ଅଣ୍ଡାରୁ ଲାର୍ଭା ହୁଏ, ପରେ ଏହା ପୋକରେ ପରିଣତ ହୁଏ । ଏହା ପରେ ସେଥିରୁ କୋଷା ତିଆରି ହୁଏ । ଆଉ ସେହି କୋଷାରୁ ରେସମ ସୁତା ବାହାରିଥାଏ । ପୁଣି ସେହି କୋଷାରୁ ପ୍ରଜାପତି ସୃଷ୍ଟି ହୋଇଥାଏ । ସେହି ପ୍ରଜାପତି ପୁଣି ଅଣ୍ଡା ଦେଇ ଆଗକୁ ବଢ଼଼ିଥାଏ । କିଛି ଏଭଳି ପ୍ରକ୍ରିୟାରେ ରେଶମ ଚାଷ କରନ୍ତି ଚାଷୀ ।

କୋରାପୁଟ ଜିଲ୍ଲାରେ ଚାଷୀ ମାନେ କିଭଳି ଅନ୍ୟ ଚାଷ ଭଳି ଟସର ଚାଷ କରି ଲାଭବାନ ହୋଇପାରିବେ ସେନେଇ ତତ୍ପର ହୋଇଛି ପ୍ରଶାସନ ।

The post କୋରାପୁଟରେ କଫି ଚାଷ ଭଳି ସଫଳ ହେବ ଟସର ଚାଷ । ଉପକୃତ ହେବେ ସ୍ଥାନୀୟ ଅଞ୍ଚଳର ଚାଷୀ । first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ‘ଆମ୍ବ ମଣିଷ’ । କରୋନା ମହାମାରୀ ସମୟରେ ଗାଁକୁ ଫେରି ଲଗାଇଛନ୍ତି ୫୦ ଲକ୍ଷ ଆମ୍ବ ଗଛ

କନକ ବ୍ୟୁରୋ: ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ମ୍ୟାଙ୍ଗୋ ମ୍ୟାନ୍ । ସବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗେଇବାର ବାର୍ତା ଦେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲ୍ଲି ପଞ୍ଚାୟତର ଶୁଭବ୍ରତ ରାୟ ।

କରୋନା ମହାମାରୀ ସମୟରେ ବାହାର ରାଜ୍ୟରେ ରହି କାମ କରୁଥିବା ଶୁଭବ୍ରତ ଗାଁକୁ ଫେରିଥିଲେ । ଆମ୍ବ ଏକ ଅର୍ଥକାରୀ ଫଳ ହୋଇଥିବା ବେଳେ ଆମ୍ବ ଟାକୁଆ ସଂଗ୍ରହ କରି ଗଛ ଲଗାଇବା ଆରମ୍ଭ କଲେ । ପ୍ରଥମେ ପ୍ରଥମେ ଲୋକମାନେ ତାଙ୍କୁ ଉପହାସ କରୁଥିଲେ । ଗଛ ବଡ଼ ହେବ ଆଉ ଫଳ କେବେ ଫଳିବ ବୋଲି କହୁଥିଲେ । କିନ୍ତୁ ବର୍ତମାନ ତାଙ୍କ ବଗିଚାରେ ୫୦ ଲକ୍ଷରୁ ଅଧିକ ଗଛ ହେଲାଣି । ଜିଲ୍ଲା ତଥା ଜିଲ୍ଲା ବାହାର ଲୋକେ ତାଙ୍କ ନିକଟକୁ ଆସି ଆମ୍ବ ଚାରା କିଣିନେଉଛନ୍ତି । ଏଥିରୁ ତାଙ୍କୁ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କାର ରୋଜଗାର ମିଳୁଛି ।

ଆମ୍ରପଲ୍ଲି, ବାଇଗଣ ପଲେଇ ଭଳି ବିଭିନ୍ନ ପ୍ରଜାତିର ଗଛ ଲଗାଇଛନ୍ତି ଶୁଭବ୍ରତ । ପାଖାପାଖି ୫ ଏକର ଜମିରେ ସେ ଆମ୍ବ ଚାରା ଲଗାଇଛନ୍ତି । କେବଳ ଏତିକି ନୁହେଁଁ ସେ ପରିବେଶ ସଚେତନତାର ବାର୍ତା ମଧ୍ୟ ଦେଉଛନ୍ତି । ପ୍ରତିବର୍ଷ ୨ଲକ୍ଷ ଚାରା ଗଛ ବିକ୍ରି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।ତେବେ ବେରୋଜଗାର ସମସ୍ୟା ସମାଜ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଶୁଭବ୍ରତଙ୍କ ଏଭଳି କାମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।

The post ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ‘ଆମ୍ବ ମଣିଷ’ । କରୋନା ମହାମାରୀ ସମୟରେ ଗାଁକୁ ଫେରି ଲଗାଇଛନ୍ତି ୫୦ ଲକ୍ଷ ଆମ୍ବ ଗଛ first appeared on Kanak News.

from Kanak News
via <a href="https://ifttt.com/?

ପେସା ଶିକ୍ଷକତା, ହେଲେ ନିଶା ପାଲଟିଛି ଚାଷ । ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରି କରିବା ସହ ବହୁମୁଖୀ ଚାଷ କରୁଛନ୍ତି କାଇମନୀ ମହାନ୍ତ

କନକ ବ୍ୟୁରୋ: କୁହାଯାଏ କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ମଣିଷକୁ ସଫଳତା ଦେଇଥାଏ । ଯାହାର ଉଦାହରଣ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ସୁଲିଆ ଗାଁର କାଇମନୀ ମହାନ୍ତ । ଉଚ୍ଚଶିକ୍ଷା ପରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରିବା ସହ ବାଡ଼ିରେ କରିଛନ୍ତି ବହୁମୁଖୀ ଚାଷ । ତେବେ ଚାଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କାଇମନୀ ।

  • ପେସା, ଶିକ୍ଷକତା
  • ନିଶା ପାଲଟିଛି ଚାଷ କାମ
  • କାଇମନୀଙ୍କ ବହୁମୁଖୀ ଚାଷ

ଶିକ୍ଷାଗତ ଯୋଗ୍ୟତା ଏମ.ଏ ଓ ବିଏଡ । ସରକାରୀ ଚାକିରି ନମିଳିବାରୁ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରନ୍ତି ଯାଜପୁର ଦାନଗଦି ବ୍ଲକ ସୁଲିଆ ଗାଁର କାଇମନୀ ମହାନ୍ତ । ମିଳୁଥିବା ପାରିଶ୍ରମିକରେ ଘର ଚଳାଇବା କଷ୍ଟକର ହେବାରୁ ନୂଆ କିଛି କରିବାର ଆଶା ନେଇ ନିଜ ବାଡ଼ିରେ ଆରମ୍ଭ କରିଛନ୍ତି ବହୁମୁଖୀ ଚାଷ । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରିବା ସହ ବତକ ଚାଷ ମଧ୍ୟ ସେ କରିଛନ୍ତି । ଏହା ସହିତ ନିଜ ବାଡ଼ିରେ କଦଳୀ, ଶାଗ, ଧଣିଆ, ପନିପରିବା ଚାଷ କରି ଭଲ ରୋଜଗାର କରୁଛନ୍ତି । ନିଜେ ଉତ୍ପାଦନ କରିବା ସହ ନିଜେ ସ୍ଥାନୀୟ ବଜାରରେ ବିକ୍ରି କରନ୍ତି ।

ଚାଷ କରି ନିଜେ ଆତ୍ମନିର୍ଭର ହେବା ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିଛନ୍ତି କାଇମନୀ । ପ୍ରଥମେ ଦୁଇଟି କୁଣ୍ଡରେ ମାଛ ଚାଷ ଆରମ୍ଭ କରିଥିଲେ । ଏଥିରୁ ଭଲ ରୋଜଗାର ହେବାରୁ ଏବେ ୬ଟି କୁଣ୍ଡରେ ସେ ମାଛ ଚାଷ କରୁଛନ୍ତି । ମାଛ ବିକ୍ରି କରିବା ସହ ମାଛ ଜାଅାଁଳ ମଧ୍ୟ ସେ ଉତ୍ପାଦନ କରୁଛନ୍ତି । ଏହି ଚାଷ କରି କାଇମନୀ ବାର୍ଷିକ ୮ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ତେବେ ଶିଳ୍ପ ଜିଲ୍ଲା ଯାଜପୁରରେ ବେକାରୀ ସମସ୍ୟା ବଢୁଥିବା ବେଳେ ଦୃଢ଼ ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ କାଇମନୀଙ୍କୁ ସଫଳତା ଦେଇଛି ।

The post ପେସା ଶିକ୍ଷକତା, ହେଲେ ନିଶା ପାଲଟିଛି ଚାଷ । ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରି କରିବା ସହ ବହୁମୁଖୀ ଚାଷ କରୁଛନ୍ତି କାଇମନୀ ମହାନ୍ତ first appeared on Kanak News.

from Kanak News
via <a href="https://ifttt.com/?

ବାଉଁଶରେ ତିଆରି ହେଉଛି ସୁନ୍ଦର ସୁନ୍ଦର ହସ୍ତକଳା । କତା ଓ ବାଉଁଶରେ ଘରସଜ୍ଜା ସାମଗ୍ରୀ ତିଆରି କରୁଛନ୍ତି ମହାବୀର ଉତ୍ପାଦିକା ଗୋଷ୍ଠୀର ସଦସ୍ୟା

କନକ ବ୍ୟୁରୋ: ବାଉଁଶରେ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରସଜ୍ଜା ସାମଗ୍ରୀ । ଆକର୍ଷଣୀୟ ଫୁଲତୋଡ଼ା, ଫୁଲଦାନୀ, ପେନ ଷ୍ଟାଣ୍ଡ, ୱାଲ ହ୍ୟାଙ୍ଗିଙ୍ଗ ଭଳି ଜିନିଷ ତିଆରି କରୁଛନ୍ତି ମହିଳା । ସେହିପରି ଘରେ ବ୍ୟବହାର ହେଉଥିବା ଝୁଡ଼ି, ଟୋକେଇ, କୁଲା, ଫୁଲ ଚାଙ୍ଗୁଡ଼ି ସାମଗ୍ର୍ରୀ ପ୍ରସ୍ତୁତ କରୁଛନ୍ତି ଭୋଗରାଇ ବ୍ଲକ ହୁଗୁଳି ପଞ୍ଚାୟତ ବରବରିଆ ଗାଁର ଏସଏଚଜି ମହିଳା । ମହାବୀର ଉତ୍ପାଦକ ଗୋଷ୍ଠୀର ମହିଳା ମାନେ ବାଉଁଶ ଓ ନଡ଼ିଆ କତାରେ ଏହି ସବୁ ସାମଗ୍ରୀ ତିଆରି ପାଇଁ ତାଲିମ ନେଇଛନ୍ତି । ବିଭିନ୍ନ ପ୍ରକାରର ଉପକରଣ ତିଆରି କରି ଏହାକୁ ବଜାରରେ ବିକ୍ରି କରୁଛନ୍ତି । କିଛି ରୋଜଗାର କରି ନିଜେ ଆତ୍ମନିର୍ଭର ହୋଇପାରୁଛନ୍ତି ।

  • ରୋଜଗାରର ମାଧ୍ୟମ ସାଜିଛି ବାଉଁଶ କଳା
  • ଉପକୃତ ହେଉଛନ୍ତି ୨୦ରୁ ଅଧିକ ମହିଳା

ଗାଁର ମହିଳା ମାନେ ଏହି ସବୁ ସାମଗ୍ରୀ ତିଆରି କରିବା ପାଇଁ ୧୫ ଦିନିଆ ତାଲିମ ନେଇଛନ୍ତି । ଘର କାମ ସାରି ଦିନକୁ ଏହି କାମ ପାଇଁ ୨ରୁ ୩ ଘଣ୍ଟା ସମୟ ଦେଉଛନ୍ତି । ସ୍ଥାନୀୟ ବଜାର ସହ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଦ୍ୱାରା ବିକ୍ରି କରୁଛନ୍ତି । ଆଖପାଖରେ ଅନୁଷ୍ଠିତ ହେଉଥିବା ମେଳା ମହୋତ୍ସବରେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି । ତେବେ ନିଜର ଖର୍ଚ୍ଚ ପାଇଁ ମହିଳା ମାନଙ୍କୁ ଆଉ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ନିଜେ ରୋଜଗାର କରି ଆତ୍ମନିର୍ଭରଶୀଳ ହେଉଛନ୍ତି ଏହି ଅଞ୍ଚଳର ଏସଏଚଜି ମହିଳା । ଯାହା ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

The post ବାଉଁଶରେ ତିଆରି ହେଉଛି ସୁନ୍ଦର ସୁନ୍ଦର ହସ୍ତକଳା । କତା ଓ ବାଉଁଶରେ ଘରସଜ୍ଜା ସାମଗ୍ରୀ ତିଆରି କରୁଛନ୍ତି ମହାବୀର ଉତ୍ପାଦିକା ଗୋଷ୍ଠୀର ସଦସ୍ୟା first appeared on Kanak News.

from Kanak News
via <a href="https://ifttt.com/?

ପେସା ଅଧ୍ୟାପକ, କାମ ଠକେଇ: ନକଲି ଭିଜିଲାନ୍ସ ଅଧିକାରୀ କହି ଠିକାଦାରଙ୍କୁ ଲଗାଇଲେ ଚୂନ

କନକ ବ୍ୟୁରୋ: ପେଶା ଅଧ୍ୟାପକ । କିନ୍ତୁ ନିଶା ପରକୁ ଚୂନା ଲଗେଇବା । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଅଧ୍ୟାପକ । ନକଲି ଭିଜିଲାନ୍ସ ଅଧିକାରୀ ହୋଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ ଅଧ୍ୟାପକ ମନୋଜ ମାଝୀ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ୭ ଲକ୍ଷ ୭୦ ହଜାର ଟଂକା ଚୁନା ଲଗାଇ ଦେଇଛନ୍ତି । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଏହି ନକଲି ଭିଜିଲାନ୍ସ ଏସପି ।

ପେସାରେ ଜଣେ ଅଧ୍ୟାପକ । କିନ୍ତୁ ୟାଙ୍କ କାମ ଶୁଣିଲେ ଆପଣ ତାଜୁବ ହୋଇଯିବେ । ନିଜକୁ ଭିଜିଲାନ୍ସ ପରିଚୟ ଦେଇ ଲୋକଙ୍କୁ ବନାଉଥିଲେ ଭୂଆଁ । ହେଲେ ଏବେ ସେ ପୁଲିସ ହାତରେ ଧରାପଡ଼ିଛନ୍ତି । ଗିରଫ ଅଧ୍ୟାପକ ଜଣକ ହେଉଛନ୍ତି ମନୋଜ ମାଝି । ନିଜକୁ ଭିଜିଲାନ୍ସ ଏସ୍ପିର ପରିଚୟ ଦେଇ ଜଣେ ଠିକାଦାରଙ୍କ ଠାରୁ ୭ ଲକ୍ଷ ୭୦ ହଜାର ଟଙ୍କା ଚୂନା ଲଗାଇଥିବା ଅଭିଯୋଗ ହୋଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଭିଯୁକ୍ତ ଜଣକ ହେଉଛନ୍ତି ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜର ମନସ୍ତତ୍ୱ ବିଭାଗର ଅଧ୍ୟାପକ ।

ଅଭିଯୁକ୍ତ ମନୋଜ ମାଝି ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ରାୟଗଡ଼ାର ଠିକାଦାର ମନୋଜ ଚୌଧୁରୀଙ୍କୁ ଯୋଗାଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ଭିଜିଲାନ୍ସ କାର୍ଯ୍ୟାଳୟ ନିର୍ମାଣ ହେବ ବୋଲି ଠିକାକାରଙ୍କୁ କହିଥିଲେ ମନୋଜ । । ଠିକାଦାରଙ୍କୁ କାମ ଦେବା ପାଇଁ ୧୦ ଲକ୍ଷ ଟଙ୍କା ଲାଂଚ ମାଗିଥିଲେ । ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ କିଛି କାଗଜପତ୍ର ମଧ୍ୟ ଦେଇଥିଲେ । ଏହାପରେ ପ୍ରଥମେ ୫ଲକ୍ଷ ଟଙ୍କା ଏବଂ ପରେ ୨ଲକ୍ଷ ୫୦ ହଜାର ଟଂକା ପଠାଇଥିଲେ ଠିକାଦାର । ଟଙ୍କା ନେବା ପରେ ଆଉ ଧରା ଛୁଆଁ ଦେଇନଥିଲେ ମନୋଜ ମାଝୀ । ତେବେ ଗତବର୍ଷ ମେ ୩୧ ତାରିଖରେ ମନୋଜ ଚୌଧୁରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସାଇବର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୂର୍ବରୁ ଅଭିଯୁକ୍ତ ମନୋଜଙ୍କ ନାମରେ ଟଙ୍କା ଠକେଇ ନେଇ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖାରେ ୫ଟି ମାମଲା ସହ ଗଂଜାମ, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି । ମନୋଜଙ୍କ ଠାରୁ ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା, ଗୋଟିଏ ମୋବାଇଲ, ୬ଟି ଏଟିଏମ କାର୍ଡ ଜବତ କରିଛି ପୁଲିସ ।

The post ପେସା ଅଧ୍ୟାପକ, କାମ ଠକେଇ: ନକଲି ଭିଜିଲାନ୍ସ ଅଧିକାରୀ କହି ଠିକାଦାରଙ୍କୁ ଲଗାଇଲେ ଚୂନ first appeared on Kanak News.

from Kanak News
via <a href="https://ifttt.com/?

ଅଙ୍ଗନବାଡ଼ି କର୍ମୀ ବୈଶାଳୀ ପାଣ୍ଡେଙ୍କ କେମିତି ହେଲା ମୃତ୍ୟୁ? ପୁରୀ ଯିବା କହି ଘରୁ ବାହାରିଥିଲେ, ବ୍ରହ୍ମପୁରରେ ମୃତ୍ୟୁ

କନକ ବ୍ୟୁରୋ: ଅଙ୍ଗନୱାଡି କର୍ମୀ ବୈଶାଳୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ । ଓୟୋ ହୋଟେଲରେ ସେଇ କାଳରାତିରେ କଣ ଘଟିଥିଲା, ତାହା ଜଣାପଡ଼ୁନାହିଁ । ପୁରୀ ଯିବାକୁ କହି ଘରୁ ବାହାରିଥିଲେ ଓ ଫେରିଆସିବେ ବୋଲି ଫୋନ୍ରେ କହିଥିଲେ । କିନ୍ତୁ ଏକ ଘଂଟା ଭିତରେ ଏମିତି କଣ ଘଟିଲା ଯେ, ବୈଶାଳୀଙ୍କ ମୃତ୍ୟୁ ଘଟିଲା । ବୈଶାଳୀଙ୍କ ହାର୍ଟବିଟ୍ ବନ୍ଦ ହୋଇ ଯାଇଥିବା ନେଇ ତାଙ୍କ ଘର ଲୋକଙ୍କୁ ଫୋନ କରି ଜଣାଇଥିଲେ ସଂକେତ । ଘର ଲୋକ ବ୍ରହ୍ମପୁର ଏମକେସିଜି ହପ୍ପିଟାଲରେ ପହଁଚିଲା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା ।

ବୈଶାଳୀ ପାଣ୍ଡେ
ବୟସ ୨୬ ବର୍ଷ
ପୁରୀ ଚନ୍ଦନପୁର ଥାନା ବୀରବଳଭଦ୍ରପୁର ଗାଁରେ ବୈଶାଳୀଙ୍କ ଘର । ସାଙ୍ଗର ଜନ୍ମଦିନ ପାଳନ ପାଇଁ ପୁରୀ ଯାଉଛନ୍ତି ବୋଲି କହି ଘରୁ ବାହାରିଥିଲେ । ହେଲେ ବ୍ରହ୍ମପୁର ଉପକଂଠ ଗୋଳନ୍ଥରା ଅଂଚଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଯାହାକୁ କେହି ଗ୍ରହଣ କରିପାରୁନାହାନ୍ତି । ଏକମାତ୍ର ରୋଜଗାରିଆ ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ ।

ଜାନୁଆରୀ ୧୨ ତାରିଖ
ସକାଳ ପ୍ରାୟ ସାଢ଼େ ୧୦ଟା
ଅଙ୍ଗନାବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିବା ବୈଶାଳୀ ପୁରୀ ଅଭିମୁଖେ ବାହାରିଥିଲେ । ପରିବାର ଦେଇଥିବା ଏଫଆଇଆର୍ ଅନୁସାରେ ବାଟରୁ ତାଙ୍କୁ ସଂକେତ ସେନାପତି ନାମକ ଜଣେ ଯୁବକ ନିଜ କାରରେ ବସାଇ ବ୍ରହ୍ମପୁର ନେଇ ଯାଇଥିଲେ । ଏପଟେ ବ୍ରହ୍ମପୁର ପୁଲିସ କହିଛି, ସଂଧ୍ୟା ପ୍ରାୟ ୫ ଟା ବେଳେ ହଳଦିଆପଦରଠାରେ ଥିବା ନିର୍ମାଲ୍ୟ ପ୍ଲାଜା ନାମକ ଓୟ ହୋଟେଲକୁ ଯାଇଥିଲେ ବୈଶାଳୀ ଓ ସଂକେତ । ବ୍ରହ୍ମପୁର ଏସପି କହିଛନ୍ତି, ସୋସିଆଲ ମିଡିଆରେ ପରିଚୟ ହେବା ପରେ ଦୁହିଁଙ୍କ ମଧ୍ୟରେ ବର୍ଷେ ହେବ ସଂପର୍କ ଗଢି ଉଠିଥିଲା ।

ରାତି ୯ଟା ୧୫
ଆସନ୍ତାକାଲି ଘରକୁ ଯିବେ ବୋଲି ଘରକୁ ଫୋନ କରି କହିଥିଲେ ବୈଶାଳୀ । କିନ୍ତୁ ଏହାର ୧ ଘଂଟା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା ।
ରାତି ପ୍ରାୟ ସାଢ଼େ ୧୦ଟା
ବୈଶାଳୀଙ୍କ ହାର୍ଟବିଟ୍ ବନ୍ଦ ହୋଇ ଯାଇଥିବା ନେଇ ତାଙ୍କ ଘର ଲୋକଙ୍କୁ ଫୋନ କରି ଜଣାଇଥିଲେ ସଂକେତ । ଘର ଲୋକ ବ୍ରହ୍ମପୁର ଏମକେସିଜି ହପ୍ପିଟାଲରେ ପହଁଚିଲା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା । ବୈଶାଳୀଙ୍କ ଏପରି ସଂଦେହଜନକ ଅବସ୍ଥାରେ ମୃତ୍ୟୁ ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ଗରିବ ପରିବାରର ଏକମାତ୍ର ସାହାରା ଥିଲେ ବୈଶାଳୀ ।

ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ, ବୈଶାଳୀଙ୍କୁ ପିଟି ପିଟି ସଂକେତ ସେନାପତି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସଂକେତଙ୍କ ଘର ରାୟଗଡ଼ା ଜିଲ୍ଲାରେ ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିଲେ । ଜେକେ ଟୟାରରେ ସେଲ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଗୋଳନ୍ଥରା ଥାନାରେ ତାଙ୍କୁ ଅଟକ ରଖି ପଚାରା ଉଚରା କରୁଛି ପୁଲିସ । ବୈଶାଳୀ ଜଣେ ଭଲ ଝିଅ, ପରିବାର ସବୁ ଦାୟିତ୍ୱ ତୁଲାନ୍ତି ବୋଲି ଗାଁ ଲୋକ କହୁଥିବା ବେଳେ କେମିତି ବୈଶାଳୀଙ୍କ ମୃତ୍ୟୁ ହେଲା, ଏହା ଅନେକ ପ୍ରଶ୍ନ ଛିଡ଼ା କରିଛି ।

ଅସୁସ୍ଥତାଜନିତ ମୃତ୍ୟୁ ନା’ ଯୋଜନାବଦ୍ଧ ହତ୍ୟାକାଣ୍ଡ?
ବୈଶାଳୀଙ୍କୁ କାହିଁକି ବ୍ରହ୍ମପୁର ନେଇଥିଲେ ସଂକେତ?
ହୋଟେଲ ରୁମରେ ଦୁହିଁଙ୍କ ଭିତରେ ହୋଇଥିଲା କି ବଚସା?
ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛି ବ୍ରହ୍ମପୁର ପୁଲିସ ।

The post ଅଙ୍ଗନବାଡ଼ି କର୍ମୀ ବୈଶାଳୀ ପାଣ୍ଡେଙ୍କ କେମିତି ହେଲା ମୃତ୍ୟୁ? ପୁରୀ ଯିବା କହି ଘରୁ ବାହାରିଥିଲେ, ବ୍ରହ୍ମପୁରରେ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started