
କନକ ବ୍ୟୁରୋ: ଓଡ଼ିଶାରେ କିଏ ନେବ ୨୪ରେ ଶପଥ । ତାକୁ ନେଇ ଏବେ ଚାଲିଛି ତର୍କ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗତକାଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ, ୨୪ରେ ବିଜେପି ଜିତିବି ଓ ଶପଥ ଗ୍ରହଣ ଉତ୍ସବରେ ସେ ସାମିଲ ହେବେ । ଏହାକୁ କଟାକ୍ଷ କରି ବିଜେଡି କହିଛି ୨୪ରେ ନବୀନ ଶପଥ ନେବେ ଓ ଯଦି ଆଗ୍ରହ ଅଛି ହିମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ । ଏପରି ଆରୋପ ପ୍ରତ୍ୟାରୋପ ମଧ୍ୟରେ ରୋଚକ ହୋଇଛି ଓଡ଼ିଶା ରାଜନୀତି ।
ଆସନ୍ତା ନିର୍ବାଚନରେ ଜିତି ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିବା ପରେ ଚିହିଁକି ଉଠିଛନ୍ତି ବିଜେଡି ନେତା । ଭୁବନେଶ୍ୱରରେ ଗତକାଲି ହିମନ୍ତ ବିଶ୍ୱଶର୍ମା କହିଥିଲେ ଏଥର ବିଜେପି ସରକାର ଗଡିବ, ଆଉ ତାଙ୍କୁ ଶପଥ ଗ୍ରହଣ ସମାରୋହକୁ ଆସିବାକୁ ପଡ଼ିବ । କଟାକ୍ଷ କରି ବିଧାୟକ ନୃସିଂହ ସାହୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ଉତ୍ସବରେ ଯୋଗ ଦେବା ପାଇଁ ତାଙ୍କୁ ନିମନ୍ତ୍ରଣ ରହିଲା ।
ହିମନ୍ତ ବିଶ୍ୱଶର୍ମା ନିର୍ବାଚନୀ ଅଙ୍କକଷି କହିଥିଲେ
ହିମନ୍ତଙ୍କ ଅଙ୍କକଷା
୨୦୧୯ ରେ ବିଜେପି ଓଡ଼ିଶାରେ ୩୮ପ୍ରତିଶତ ଭୋଟ ପାଇଥିଲା
ମୋଦୀ ସରକାରଙ୍କ ଜନହିତକର କାର୍ଯ୍ୟ ଯୋଗୁଁ ଆଉ ୪ପ୍ରତିଶତ ଭୋଟ ନିଶ୍ଚିତ ଆସିବ
ଏଥର ସରକାର ଗଢ଼ିବ ବିଜେପି
ତେବେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଏପରି ଆକଳନକୁ ଦିବାସ୍ୱପ୍ନ କହି ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା । ଏହାର ଜବାବରେ ଆଉ ୪ ମାସ ଅପେକ୍ଷା କରିବାକୁ ବିଜେଡିକୁ ପରାମର୍ଶ ଦେଇଛନ୍ତି ବିଜେପି ନେତା ବିରଂଚି ତ୍ରିପାଠୀ । ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଧୀରେ ଧୀରେ ଉଷୁମ ହେଉଥିବା ବେଳେ ରୋଚକ ହେବାରେ ଲାଗିଛି ରାଜନୈତିକ ବୟାନବାଜି ।
The post ଆସାମ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି, ବିଜେଡି କଲା କଟାକ୍ଷ: ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ ବିଜେଡି ବିଧାୟକ first appeared on Kanak News.
from Kanak News
via <a href="https://ifttt.com/?








