ସମସ୍ୟା ଘେରରେ ଗାଁ । ଯିବା ଆସିବା କରିବାକୁ ନାହିଁ ରାସ୍ତା । ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ସ୍ୱାସ୍ଥ୍ୟ । ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ଲୋକେ

କନକ ବ୍ୟୁରୋ: ସମସ୍ୟା ଘେରରେ କଙ୍କଡାହାଡ଼ ଗଣ୍ଡିଖୋଲ ଗାଁ । ଯିବା ଆସିବା କରିବାକୁ ଭଲ ରାସ୍ତାଟିଏ ନଥିବା ବେଳେ ପିଇବା ପାଣି ବି ମିଳୁନି । ସେହିଭଳି ଗାଁରେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ସ୍ୱାସ୍ଥ୍ୟ । ଭଲ ରାସ୍ତାନଥିବାରୁ ଗୁରୁତର ଅବସ୍ଥାରେ ରୋଗୀଟିଏକୁ ବି ନେବା ସମ୍ଭବ ହୋଇପାରୁନି । ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ପ୍ରତିଥର ଭଳି ଚଳିତଥର ମଧ୍ୟ ମିଳିଛି ପ୍ରତିଶ୍ରୁତି ।

ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ । ବହୁବାର ଅଭିଯୋଗ ହୋଇଥିଲେ ବି କୌଣସି ସୁବିଧା ପହଞ୍ଚିପାରୁନି ଗାଁରେ । ଆଦିବାସୀ ବଣ ପାହାଡ ଘେରା କଙ୍କଡାହାଡର଼ ଗଣ୍ଡିଖୋଲ ଗାଁ । ଆଜି ବି ଗାଁକୁ ସଂଯୋଗ ହୋଇପାରିନି ପକ୍କା ସଡକ । ବସୁଧା ଯୋଜନାରେ ପାଣି ବି ମିଳିନି ଗାଁର ଲୋକଙ୍କୁ । ରାସ୍ତା ନଥିବାରୁ ଗୁରୁତର ଅବସ୍ଥାରେ ରୋଗୀଟିଏ ନେବା ବି ମୁସ୍କିଲ ହୋଇପଡୁଛି । ସମସ୍ୟା ଭିତରେ ଜୀବନ ଜୀବିକା ପାଇଁ ଅହରହ ସଂଘର୍ଷ କରୁଛନ୍ତି ଗାଁର ଲୋକମାନେ । କିଛି ଲୋକ ଜଙ୍ଗଲଜାତ ଦ୍ରବ୍ୟରୁ ଚଳୁଥିବା ବେଳେ କିଛି ବାହାର କାମ କରି ପେଟ ପୋଷୁଛନ୍ତି । ଗାଁରେ ୩୩ରୁ ଅଧିକ ପରିବାର ରହୁଛନ୍ତି । ହେଲେ ଘର ଖଣ୍ଡିଏ ବି ମିଳିପାରିନି ସେମାନଙ୍କୁ । ବହୁବାର ସମସ୍ୟା ନେଇ ଅଭିଯୋଗ କରିଛନ୍ତି । ହେଲେ ପ୍ରତିଥର ସମସ୍ତ ସମସ୍ୟା ଫାଇଲର ନାଲିଫିତା ତଳେ ରହିଯାଇଛି ।

ଏତିକିରେ ସରିନି ଗାଁର ଦୁଃଖ । ପାହାଡ଼ ପାଦ ଦେଶରେ ଥିବା ଗଣ୍ଡିଖୋଲ ଗାଁରେ ସ୍କୁଲ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରଟିଏ ନାହିଁ । ଗାଁରୁ ୩ରୁ ୪କିମି ଗଲେ ପଡେ ସ୍କୁଲ ଓ ଅଙ୍ଗନବାଡି । ଜଙ୍ଗଲ ରାସ୍ତା ଯୋଗୁ ସବୁବେଳେ ଯିବା ସମ୍ଭବ ହେଉନାହଁ । ସେପଟେ ଗାଁ ଉପର ମୁଣ୍ଡରୁ ଆସୁଥିବା ପାହାଡ଼ି ଝରଣା ଲୋକଙ୍କ ଆଶ୍ରା ଭରସା । ଏହି ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ସେପେଟ ଖୁବଶୀଘ୍ର ବିଡ଼ିଓଙ୍କ ସହିତ ଆଲୋଚନା କରି ଗାଁକୁ ଯାଇ ସମସ୍ୟାର ସମାଧାନ କରାଯିବାର ମିଳିଛି ପ୍ରତିଶ୍ରୁତି । ତେବେ ଗାଁର ସମସ୍ୟା ପ୍ରତି ଗୁରତ୍ୱ ଦିଆଯାଇ ସମାଧାନ କରିପାରିଲେ, ଗାଁର ସମସ୍ତ ଲୋକେ ଉପକୃତ ହୋଇପାରିବେ ।

The post ସମସ୍ୟା ଘେରରେ ଗାଁ । ଯିବା ଆସିବା କରିବାକୁ ନାହିଁ ରାସ୍ତା । ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ସ୍ୱାସ୍ଥ୍ୟ । ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ଲୋକେ first appeared on Kanak News.

from Kanak News
via <a href="https://ifttt.com/?

ମଣିପୁର ଥୌବଲରୁ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ । ୬ହଜାର ୭୧୩ କି.ମି ଯାତ୍ରା ଆରମ୍ଭ କଲେ ରାହୁଲ ।

କନକ ବ୍ୟୁରୋ: ମଣିପୁର ଥୌବଲ ଜିଲ୍ଲାରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ୬ହଜାର ୭୧୩କିଲୋମିଟରର ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ । ୧୧୦ ଜିଲ୍ଲାର ଶହେ ଲୋକସଭା ଆସନ ଓ ୩୩୭ବିଧାନସଭା ଅଂଚଳ ଦେଇ ଗତି କରିବ ନ୍ୟାୟ ଯାତ୍ରା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ୬୭ ଦିନ ଧରି ମାର୍ଚ୍ଚ ୨୦ ଯାଏଁ ଚାଲିବ । ପୂର୍ବରୁ ପଶ୍ଚିମ ଭାରତକୁ ଯାତ୍ରା କରିବେ ରାହୁଲ ଗାନ୍ଧୀ । ଯାତ୍ରା ଆରମ୍ଭରୁ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମଣିପୁର ଯାହା ହରାଇଛି ତାକୁ ଫେରାଇ ଆଣିବ କଂଗ୍ରେସ । ଏବଂ ମଣିପୁର ହେଉଛି ବିଜେପି ରାଜନୀତିର ଏକ ଉଦାହରଣ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

The post ମଣିପୁର ଥୌବଲରୁ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ । ୬ହଜାର ୭୧୩ କି.ମି ଯାତ୍ରା ଆରମ୍ଭ କଲେ ରାହୁଲ । first appeared on Kanak News.

from Kanak News
via <a href="https://ifttt.com/?

କୋଭିଡ୍ ସମୟରେ ୪୦ ହଜାର କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି । ତୃଣମୂଳସ୍ତରରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ଦଳ

କନକ ବ୍ୟୁରୋ : ପୁଣି ଫେରିଲା କୋଭିଡ୍ ପ୍ରସଙ୍ଗ । କୋଭିଡ୍ ସମୟରେ ରାଜ୍ୟରେ ୪୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

ସରକାରଙ୍କ ଲୋକାଲ ଫଣ୍ଡ ଅଡିଟରୁ ଏଭି ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ସମୟରେ ରାଜ୍ୟ କରୋନା ବିରୋଧରେ ଲଢ଼େଇ କରୁଥିଲା, ସେତେବେଳେ ରାଜ୍ୟ ସରକାର ଲୁଟ୍ କରୁଥିବା ଅଭିଯୋଗ ଆଣିଛନ୍ତି ମନୋଜ ମହାପାତ୍ର । ପଂଚାୟତ, ଜିଲ୍ଲାପରିଷଦ, ପୌରାଂଚଳରେ ଖର୍ଚ୍ଚ ହୋଇଥିବା ୪୦ହଜାର କୋଟି ଟଙ୍କାର ୟୁସି ନାହିଁ । ଦୁର୍ନୀତି ଓ ଅନିୟମିତତା ଯୋଗୁଁ ସବୁ ବ୍ଲକକୁ ୪୦୦ କୋଟିରୁ ଅଧିକ ଫାଇନ ହୋଇଛି । କିନ୍ତୁ ରାଜ୍ୟ ସରକାର ଏସବୁ ଆଦାୟ କରୁନଥିବା ବିଜେପି ଅଭିଯୋଗ କରିଛି ।

The post କୋଭିଡ୍ ସମୟରେ ୪୦ ହଜାର କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି । ତୃଣମୂଳସ୍ତରରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ଦଳ first appeared on Kanak News.

from Kanak News
via <a href="https://ifttt.com/?

ଓୟୋ ରୁମରେ ଯୁବତୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ । ଭଉଣୀ କହିଲେ, ରାସ୍ତାରୁ ଉଠାଇ ନେଇ କରାଯାଇଛି ଦୁଷ୍କର୍ମ

କନକ ବ୍ୟୁରୋ : ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରଠାରେ ଥିବା ଓୟୋ ରୁମରେ ଯୁବତୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବା ତାଙ୍କ ଭଉଣୀ କହିଛନ୍ତି । ଏକମାତ୍ର ରୋଜଗାରିଆ ଝିଅର ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛି ପୂରା ପରିବାର । ବ୍ରହ୍ମପୁର ଉପକଣ୍ଠ ଏକ ଓୟୋ ରୁମରୁ ମିଳିଥିଲା ତାଙ୍କ ମୃତଦେହ । ମୃତ ଯୁବତୀ ଜଣକ ପୁରୀ ଜିଲ୍ଲାର । ପୁରୀର ଏକ ଜନ୍ମଦିନ ଭୋଜିରେ ଯୋଗ ଦେବାକୁ ଯିବେ ବୋଲି ପରିବାର ଲୋକଙ୍କୁ ଜଣାଇ ସେ ଘରୁ ବାହାରି ଯାଇଥିଲେ ।

ସଂଧ୍ୟାରେ ଜଣେ ଯୁବକଙ୍କ ସହ ଉକ୍ତ ଓୟୋ ହୋଟେଲରେ ଆସି ରହିଥିଲେ । ଶୁକ୍ରବାର ରାତି ୯ଟାରେ ପରିବାର ଲୋକଙ୍କ ସହ ଫୋନରେ କଥା ହେବା ପରେ ସାଥିରେ ଥିବା ଯୁବକ ଜଣକ ମଧ୍ୟରାତ୍ରରେ ଯୁବତୀ ଜଣକ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଫୋନ କରି କହିଥିଲେ । ତେବେ ବ୍ରହ୍ମପୁର ବଡ ମେଡିକାଲ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ଗୋଳନ୍ଥରା ଥାନା ପୋଲିସ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅଟକ ଯୁବକ ଜଣକ ରାୟଗଡା ଜିଲ୍ଲାର ମୁଳବାସିନ୍ଦା ହୋଇଥିଲେ ହେଁ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ରହନ୍ତି । ଉଭୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଫେସବୁକ୍ ମାଧ୍ୟମରେ ଗତ ଏକ ବର୍ଷ ହେଲା ସଂପର୍କ ଗଢି ଉଠିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

The post ଓୟୋ ରୁମରେ ଯୁବତୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ । ଭଉଣୀ କହିଲେ, ରାସ୍ତାରୁ ଉଠାଇ ନେଇ କରାଯାଇଛି ଦୁଷ୍କର୍ମ first appeared on Kanak News.

from Kanak News
via <a href="https://ifttt.com/?

ପେଶା ଅଧ୍ୟାପକ, କିନ୍ତୁ ନିଶା ଠକେଇ: ଭିଜିଲାନ୍ସ ଏସପିର ପରିଚୟ ଦେଇ ବନ୍ଧା ହେଲେ ମୟୂରଭଞ୍ଜ ଜିଲ୍ଲାର ମନୋଜ ମାଝୀ

କନକ ବ୍ୟୁରୋ: ପେଶା ଅଧ୍ୟାପକ । କିନ୍ତୁ ନିଶା ଥିଲା ପରକୁ ଚୂନ ଲଗେଇବା । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହେଲେ ଅଧ୍ୟାପକ । ରାଜ୍ୟରେ ବିଭିନ୍ନ ସ୍ଥାନରେ ସକ୍ରିୟ ଭାବେ ଭିଜିଲାନ୍ସ ଚଢାଉ କରିଛି । ଆଉ ଏହାର ଫାଇଦା ନେଇ ନକଲି ଭିଜିଲାନ୍ସ ହୋଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ ଅଧ୍ୟାପକ ମନୋଜ ମାଝୀ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ୭ ଲକ୍ଷ ୭୦ ହଜାର ଟଂକା ଚୁନା ଲଗାଇ ଦେଇଛନ୍ତି । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଏହି ନକଲି ଭିଜିଲାନ୍ସ ଏସପି । ଗତବର୍ଷ ମେ ୩୧ ତାରିଖରେ ରାୟଗଡା ଅଂଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଏହି ଠକେଇ ଅଭିଯୋଗ ଆଣିଥିଲେ । ଏତଲା ଆଧାରରେ ଅଭିଯୁକ୍ତ ମନୋଜ କୁମାର ମାଝୀଙ୍କୁ ଗିରଫ କରାଯାଇଛି । ଏତଲାକାରୀ ଜଣେ ଠିକାଦାର ହୋଇଥିବାରୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଅଭିଯୁକ୍ତ ଭିଜିଲାନ୍ସ କାର୍ଯ୍ୟାଳୟର ନିର୍ମାଣ କାମ ହେବ ବୋଲି କହିଥିଲେ । ବିଶ୍ୱାସ ଜନ୍ମାଇବା ପାଇଁ କିଛି ଡକ୍ୟୁମେଂଟ ମଧ୍ୟ ଦେଖାଇଥିଲେ । ତେଣୁ ପ୍ରଥମେ ଅନ୍ ଲାଇନରେ ୫ଲକ୍ଷ ଓ ପରେ ୨ଲକ୍ଷ ୫୦ ହଜାର ଟଂକା ଦେଇଥିଲେ ଠିକାଦାର । ଟଂକା ନେଇଯିବା ପରେ ଆଉ ଧରା ଛୁଆଁ ଦେଇନଥିଲେ ଠକ ମନୋଜ ମାଝୀ । ଏ ନେଇ ତଦନ୍ତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଭିଯୁକ୍ତ ଜଣକ ହେଉଛନ୍ତି ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜର ମନସ୍ତତ୍ୱ ବିଭାଗର ଅଧ୍ୟାପକ । ଅଭିଯୁକ୍ତଙ୍କ ନାମରେ ଟଂକା ଠକେଇ ନେଇ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖାରେ ୫ଟି ମାମଲା ସହ ଗଂଜାମ, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି । ମନୋଜ ମାଝୀଙ୍କ ଠାରୁ ୨ ଲକ୍ଷ ୬୦ ହଜାର ନଗଦ ଟଂକା ଗୋଟିଏ ମୋବାଇଲ, ୬ଟି ଏଟିଏମ କାର୍ଡ ଜବତ କରିଛି ।

The post ପେଶା ଅଧ୍ୟାପକ, କିନ୍ତୁ ନିଶା ଠକେଇ: ଭିଜିଲାନ୍ସ ଏସପିର ପରିଚୟ ଦେଇ ବନ୍ଧା ହେଲେ ମୟୂରଭଞ୍ଜ ଜିଲ୍ଲାର ମନୋଜ ମାଝୀ first appeared on Kanak News.

from Kanak News
via <a href="https://ifttt.com/?

ବିଜେପିର ଦୃଢ଼ୋକ୍ତି, ବିଜେଡିର କଟାକ୍ଷ: ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସନ୍ତୁ ବୋଲି କହିଲେ ବିଜେଡି ନେତା ନୃସିଂହ ଚରଣ ସାହୁ, ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ଓ ଶପଥ ଗ୍ରହଣରେ ଆସିବେ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଆସାମ ମୁଖ୍ୟମନ୍ତ୍ରଙ୍କ ଦୃଢ଼ୋକ୍ତିକୁ କଡ଼ା ସମାଲୋଚନା କରିଛି ବିଜେଡି । ହିମନ୍ତ ବିଶ୍ୱଶର୍ମାଙ୍କୁ ପାଲଟା ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ଦେଇଛି ବିଜେଡି । ୨୦୨୪ରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଗଠନ କରିବେ ଏବଂ ଶପଥ ଗ୍ରହଣକୁ ଆସିବାକୁ ଯଦି ଆଗ୍ରହ ଅଛି ତେବେ ହିମନ୍ତ ବିଶ୍ୱଶର୍ମା ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ରହିଲା ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ । ସମାନ ଢଙ୍ଗରେ ସମାଲୋଚନା କରିଛନ୍ତି ବିଧାୟକ ଶଶୀଭୂଷଣ ବେହେରା । କହିଛନ୍ତି ଦୀବାସ୍ୱପ୍ନ ଦେଖିବାକୁ କାହାରିକୁ ମନା ନାହିଁ । ଗତକାଲି ଓଡ଼ିଶା ଗସ୍ତରେ ଆସି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶାରେ ବିଜେପି ସରକାର ଗଠନ କରିବବୋଲି କହିଥିଲେ । ଏବଂ ସେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ।

The post ବିଜେପିର ଦୃଢ଼ୋକ୍ତି, ବିଜେଡିର କଟାକ୍ଷ: ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସନ୍ତୁ ବୋଲି କହିଲେ ବିଜେଡି ନେତା ନୃସିଂହ ଚରଣ ସାହୁ, ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ଓ ଶପଥ ଗ୍ରହଣରେ ଆସିବେ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଲୋୟର ପିଏମଜିରେ ପୁଣି ଗର୍ଜିବେ ଶିକ୍ଷକ: ୩ଦଫା ଦାବିରେ ଜାନୁଆରୀ ୨୯ରୁ ଆନ୍ଦୋଳନ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଚେତାବନୀ

କନକ ବ୍ୟୁରୋ: ପୁଣି ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ ସଂଘ । ତିନି ଦଫା ଦାବି ନେଇ ଆସନ୍ତା ୨୯ ତାରିଖରୁ ସଂଘ ଆନ୍ଦୋଳନ କରିବ । ଲୋୟର ପିଏମ୍ଜିରେ ଏକାଠି ହେବେ ଲକ୍ଷାଧିକ ଶିକ୍ଷକ । ସଂଘ କହିଛି, ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲା । ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ । ଜାନୁଆରୀ ୨୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ସଂଘ ଆନ୍ଦୋଳନ କରିବ ବୋଲି କହିଛି । ସଂଘ ଦାବି କରିଛି, ଠିକା କର୍ମଚାରୀଙ୍କୁ ୬ ବର୍ଷର ଇନ୍କ୍ରିମେଂଟ ଦେଇ ମୂଳ ଚାକିରିରେ ଗଣନା କରାଯାଉ । ସମାନ କାମକୁ ସମାନ ଦରମା ମିଳୁ । ଏହା ସହ ନୂତନ ପେନ୍ସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ଲାଗୁ କରିବାକୁ ଦାବି କରିଛି ପ୍ରାଥମିକ ଶିକ୍ଷକ ସଂଘ ।

The post ଲୋୟର ପିଏମଜିରେ ପୁଣି ଗର୍ଜିବେ ଶିକ୍ଷକ: ୩ଦଫା ଦାବିରେ ଜାନୁଆରୀ ୨୯ରୁ ଆନ୍ଦୋଳନ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଚେତାବନୀ first appeared on Kanak News.

from Kanak News
via <a href="https://ifttt.com/?

ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲେ ଜଗତସିଂହପୁର ବଡ ଗାଁର ୧୪ ବର୍ଷୀୟ ଶୁଭସ୍ମିତା

କନକ ବ୍ୟୁରୋ : ବେଙ୍ଗାଲୁରୁରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା । ଜଗତସିଂହପୁର ବଡ଼ବାଗ ଗାଁର ଶୁଭସ୍ମିତା ବେହେରାଙ୍କୁ ହତ୍ୟା କରାଯାଇଛି । ଗତକାଲି ସକାଳୁ ରାସ୍ତା କଡ଼ରୁ ନାବାଳିକାଙ୍କ ମୃତଦେହ ମିଳିଥିଲା । ରାଜନାକୁଂଟେ ଥାନା ପକ୍ଷରୁ ଏଦିଗରେ ତନାଘନା କରାଯାଇ ତିନି ଜଣ ସଂଦିଗ୍ଧଙ୍କୁ ଅଟକ ରଖାଯାଇଛି । ମୃତ୍ୟୁ ଖବର ଜଣାପଡ଼ିବା ପରେ ବଡ଼ବାଘ ଗାଁରେ ଶୋକର ଛାୟା ଖେଳିଯାଇଛି । ଶୁଭସ୍ମିତା ମା’ ସସ୍ମିତାଙ୍କ ସହ କିଛି ମାସ ତଳେ ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ଶ୍ରମଜୀବୀ ଭାବେ କାମ କରି ଏକ ଭଡ଼ା ଘରେ ରହୁଥିଲେ । ଶୁକ୍ରବାର ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ । ଭୋର ସମୟରେ ଶୁଭସ୍ମିତା ଘରେ ନଥିବା ଦେଖି ମା’ ସସ୍ମିତା ଆଖପାଖରେ ଖୋଜିଥିଲେ । ଘର ଠାରୁ କିଛି ଦୂରରେ ଶୁଭସ୍ମିତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ । ପୋଲିସ ଏବେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।

The post ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲେ ଜଗତସିଂହପୁର ବଡ ଗାଁର ୧୪ ବର୍ଷୀୟ ଶୁଭସ୍ମିତା first appeared on Kanak News.

from Kanak News
via <a href="https://ifttt.com/?

ହସ୍ପିଟାଲ ବେଡରେ ଛଳ ଛଳ ହୋଇ କାନ୍ଦୁଛି ମା’ । କହୁଛି, ପୁଅ ଜନ୍ମ କରି ଭୁଲ୍ ହୋଇଗଲା

କନକ ବ୍ୟୁରୋ : ବୟସ ୭୦ ଟପି ଗଲାଣି । ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୁଢୀ ମା । ଆଖିରୁ ଲୁହ ଝରି ଆସୁଛି । କୋହଭରା କଣ୍ଠରେ ହସ୍ପିଟାଲ ବେଡରେ ବୁଢୀ ମା କହୁଛନ୍ତି ପୁଅ ଜନ୍ମକରି ବୋଧହୁଏ ଭୁଲ୍ ହୋଇଗଲା । ପୁଅର ମାଡରେ ଛଟପଟ ହେଉଥିବା ମା’ ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି । ଆଉ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମା’କୁ ମିଳିଥିବା ବାର୍ଦ୍ଧକ୍ୟ ଭତା ଟଂକା ମାଗିଥିଲା ପୁଅ । ହେଲେ ମା’ ଟଂକା ନଦେବାରୁ ପୁଅ ଭୁଲିଗଲା ମା’ର ମମତା । ଭତା ଟଂକା ପାଇଁ ମାରି ମାରି ଦରମଲା କରି ଦେଇଛି ଜଣେ କୁଳାଙ୍ଗାର ପୁଅ । ଘଟଣା ଘଟିଛି ଗଂଜାମ ଜିଲ୍ଲା ଆସିକା ଜୟପୁର ପଂଚାୟତର ପଢାଳ ଗାଁରେ । ସୂଚନା ଅନୁସାରେ ପଢାଳ ଗାଁର ଦେବକି ରାଉତଙ୍କୁ ତାଙ୍କ ସାନ ପୁଅ ପମୋଦ ରାଉତ ପ୍ରଥମେ ଭତା ଟଂକା ମାଗିଥିଲେ । ଭତା ଟଂକା ନଦେବାରୁ ଅତି ନିର୍ଦ୍ଦୟ ଭାବରେ ପିଟିଥିଲେ । ପିଟିପିଟି ହାତ ଭାଂଗି ଦେଇଥିବା ବେଳେ ବୃଦ୍ଧାଙ୍କ ଅଂଟାରେ ମଧ୍ୟ ଆଘାତ ଲାଗିଛି । ତେବେ ଯନ୍ତ୍ରଣାରେ ଛଟପଟ ହେଉଥିବା ମାକୁ ଘରେ ଛାଡି ଦେଇ କୁଆଡେ ଚାଲିଯାଇଥିଲେ । ବଡ ପୁଅ ରଂଜନ ରାଉତଙ୍କୁ ହସ୍ପିଟାଲ ନେବାକୁ ଅନୁରୋଧ କରିଥିଲେ ମା । ହେଲେ ମେଡିକାଲ ନେବା ପରିବର୍ତେ ବଡ ଝିଅ ଘରେ ଛାଡି ଆସିଥିଲା ପୁଅ । ଝିଅମାନଙ୍କ ସହାୟତାରେ ବୃଦ୍ଧା ମାଙ୍କୁ ଆସକା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଜନ୍ମ କରିଥିବା ମା ଯେମିତି ପୁଅ ପାଇଁ ଅଲୋଡା ହୋଇଯାଇଛି । ଏମିତିକି ହସ୍ପିଟାଲ ନେବା ପାଇଁ ପୁଅ ମାନଙ୍କ ପାଖରେ ସମୟ ହେଲାନି । ଆଉ ଏହି ଦୁଃଖରେ ବୁଢୀ ମା କହୁଛନ୍ତି, ସବୁ କରିବ ପୁଅ ଜନ୍ମ କରିବନି ।

The post ହସ୍ପିଟାଲ ବେଡରେ ଛଳ ଛଳ ହୋଇ କାନ୍ଦୁଛି ମା’ । କହୁଛି, ପୁଅ ଜନ୍ମ କରି ଭୁଲ୍ ହୋଇଗଲା first appeared on Kanak News.

from Kanak News
via <a href="https://ifttt.com/?

ବାଡିରେ ପଡିଛି କୁନି ପିଲାର କଟା ମୁଣ୍ଡ । ଯାଜପୁର ରାଧାନଗର ଗାଁରେ ଚାଂଚଲ୍ୟ, ବଳି ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ

କନକ ବ୍ୟୁରୋ : ଯାଜପୁରରେ ଚାଂଚଲ୍ୟ । ଲକ୍ଷ୍ମୀନଗର ପଂଚାୟତ ରାଧାନଗର ଗାଁରୁ ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି । ଶିଶୁର ପରିଚୟ ମିଳିପାରିନାହିଁ । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଜଣେ ଗ୍ରାମବାସୀଙ୍କ ବାଡିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା । ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଦେଖିଥିଲେ ଲୋକେ । ଏନେଇ ଆଜି ସକାଳେ ଯାଜପୁର ରୋଡ୍ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଶିଶୁର କଟା ମୁଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବଳି ଦେବା ପରେ ଶିଶୁର କଟା ମୁଣ୍ଡ ପକାଇ ଦେଇଥିବା ଆଶଙ୍କା କରାଯାଉଛି । ତେବେ କଟା ମୁଣ୍ଡ ପଛର କ’ଣ ରହିଛି ପ୍ରକୃତ କାରଣ, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

The post ବାଡିରେ ପଡିଛି କୁନି ପିଲାର କଟା ମୁଣ୍ଡ । ଯାଜପୁର ରାଧାନଗର ଗାଁରେ ଚାଂଚଲ୍ୟ, ବଳି ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started