ଯୋତା ପଲିସ କଲେ ଜଳୁଛି ଚୁଲି । ନିଆଳି ବଜାରରେ ୩୦ ବର୍ଷ ହେଲା ଜୀବନ ସଂଘର୍ଷ କରୁଥିବା କଲ୍ୟାଣୀ ମଞ୍ଜୁଙ୍କ କାହାଣୀ ।

କନକ ବ୍ୟୁରୋ: ଅନ୍ୟର ଯୋତା ଚପଲକୁ ପଲିସ କରି ଚମକ ଆଣୁଛନ୍ତି । ହେଲେ ନିଜ ଜୀବନର ଚମକ ଚାଲି ଯାଇଛି । ଛିଣ୍ଡା ଯୋତା ଚପଲକୁ ମରାମତି କଲେ, ପଲିସ କରି ଚକ ଚକ କରିଦେଲେ ଘରେ ଚୁଲି ଜଳୁଛି । ପରିବାର ଚଳାଇବାକୁ ଜଣେ ମହିଳା ରାସ୍ତାକଡରେ ଖୋଲା ଆକାଶ ତଳେ ସଂଘର୍ଷ କରୁଛନ୍ତି ନିଆଳିର କଲ୍ୟାଣୀ ମଞ୍ଜୁ ।

ନିଆଳି ବଜାରର ରାସ୍ତା କଡରେ ଦୋକାନ ଖୋଲି ଛତା ତଳେ ଖରାବର୍ଷାକୁ ଖାତିର ନକରି କଲ୍ୟାଣୀ ମଞ୍ଜୁ ପ୍ରତିଦିନ ଦିନ ୧୦ଟାରୁ ସନ୍ଧ୍ୟା ଯାଏଁ ବସି ଯାଆନ୍ତି । ଜଣେ ମହିଳା ହୋଇ ମଧ୍ୟ କଲ୍ୟାଣୀ ପରିବାର ପାଇଁ ଯୋତା ମରାମତି ବୃତିକୁ ଆପଣେଇ ନେଇଛନ୍ତି । ୨୦୦୨ ମସିହାରେ ୪ଟି ଝିଅ ଓ ଗୋଟିଏ ଦିବ୍ୟାଙ୍ଗ ପୁଅକୁ ଛାଡି ସ୍ୱାମୀ ଆରପାରିକୁ ଚାଲିଯିବା ପରେ ପରିବାରର ବୋଝ ମଞ୍ଜୁଙ୍କ ଉପରେ ପଡିଥିଲା । ଯୋତା ପଲିସ କରି ସେ ୩ଟି ଝିଅକୁ ବିବାହ କରିସାରିଲେଣି । ଏବେ ଘରେ ଦିବ୍ୟାଙ୍ଗ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।ହେଲେ ଏହି ଗରିବ ମହିଳାଙ୍କୁ ସରକାରୀ ସହାୟତା କହିଲେ ମିଳୁଛି ମାତ୍ର ୫ କେଜି ଚାଉଳ ଓ ବିଧବା ଭତ୍ତା । ସରକାରୀ ଆବାସ ଘର ଖଣ୍ଡେବି କଲ୍ୟାଣୀ ମଞ୍ଜୁଙ୍କ ପାଇଁ ସାତ ସପନ ପାଲଟିଛି ।

The post ଯୋତା ପଲିସ କଲେ ଜଳୁଛି ଚୁଲି । ନିଆଳି ବଜାରରେ ୩୦ ବର୍ଷ ହେଲା ଜୀବନ ସଂଘର୍ଷ କରୁଥିବା କଲ୍ୟାଣୀ ମଞ୍ଜୁଙ୍କ କାହାଣୀ । first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ରହସ୍ୟଜନକ ମୃତ୍ୟୁ । ଆତ୍ମହତ୍ୟା ନା ହତ୍ୟା, ସୁରାକ ଖୋଜୁଛି ପୋଲିସ ।

କନକ ବ୍ୟୁରୋ: ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ରହସ୍ୟଜନକ ମୃତ୍ୟୁ । ଖୁଜେନପାଲି ରେଳ ଧାରଣାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ବଣିକ ସଂଘର ସଭାପତି ତ୍ରିପୁରା ପାଣିଗ୍ରାହୀଙ୍କ ମୃତଦେହ ମଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ଜଣାପଡ଼ିନାହିଁ । ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ କାହିଁକି ରେଳ ଧାରଣାରେ ମୃତ ପକାଇଲା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ରହସ୍ୟଜନକ ମୃତ୍ୟୁ । ଆତ୍ମହତ୍ୟା ନା ହତ୍ୟା, ସୁରାକ ଖୋଜୁଛି ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ବିମାନ ଉଡାଣରେ ବିଳମ୍ବକୁ ନେଇ ଇଣ୍ଡିଗୋ ବିମାନରେ ମାରପିଟ୍ । ଉଡାଣ ସମୟ ବଦଳିବାରୁ ରାଗିଯାଇ ପାଇଲଟଙ୍କୁ ମୁଥ ମାରିଲେ ଯାତ୍ରୀ ।

କନକ ବ୍ୟୁରୋ: ବିମାନ ଉଡାଣରେ ଡେରିକୁ ରାଗିଗଲେ ଯାତ୍ରୀ । ଉଡାଣରେ ବିଳମ୍ବ ହେଉଥିବା ଘୋଷଣା କରିବା ବେଳେ ଜଣେ ଯାତ୍ରୀ ରାଗିଯାଇ ପାଇଲଟଙ୍କୁ ମୁଥ ମାରିଛନ୍ତି । ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି ଦିଲ୍ଲୀରୁ ଉଡାଣ ଅପେକ୍ଷାରେ ଥିବା ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଛି ।

ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଘନ କୁହୁଡି ଯୋଗୁଁ ପାଖାପାଖି ୧୦୦ଟି ବିମାନର ଉଡାଣ ବିଳମ୍ବିତ ହୋଇଥିଲା । ଦିଲ୍ଲୀରୁ ଗୋଆ ଯିବାକୁ ଥିବା ଇଣ୍ଡିଗୋ ବିମାନର ପାଇଲଟ ପାସେଞ୍ଜ ଚାମ୍ବର୍ସକୁ ଆସି ବିଳମ୍ବିତ ଉଡାଣସୂଚୀ ସଂପର୍କରେ ଘୋଷଣା କରୁଥିଲେ । ବିମାନ ଉଡାଣରେ ବିଳମ୍ବ ଖବର ଶୁଣି ଜଣେ ଯାତ୍ରୀ ରାଗିଯାଇ ନିଜ ସିଟରୁ ଉଠିଆସି, ପାଇଲଟଙ୍କୁ ଚାପୁଡା ମାଡ ମାରିଥିଲେ । ସୂଚନା ଅନୁସାରେ ଯାତ୍ରୀ ଜଣକ ଗୋଆ ଯିବାକୁ ବିମାନ ଟିକେଟ କରିଥିଲେ । ବିମାନରେ ଅଧଘଂଟାରୁ ଅଧିକ ସମୟ ବସିବା ପରେ ବିମାନ ଉଡାଣରେ ଡେରି ନେଇ ଘୋଷଣା କରିବାକୁ ପାସେଞ୍ଜର ଚାମ୍ବରକୁ ଆସିଥିଲେ ପାଇଲଟ । ଅଧଘଂଟାରୁ ଅଧିକ ସମୟ ଧରି ବିମାନରେ ବସି ବସି ବିରକ୍ତ ହୋଇଥିବା ଜଣେ ଯାତ୍ରୀ ପୁଣି ଡେରିରେ ଉଡାଣ ଖବର ଶୁଣି ରାଗରେ ନିୟନ୍ତ୍ରଣ ହରାଇଥିଲେ । ନିଜ ସିଟରୁ ଉଠିଯାଇ ପାଇଲଟଙ୍କୁ ଏକ ଚାପୁଡା ଦେଇଥିଲେ । ଯାତ୍ରୀଙ୍କ ନାମ ସାହିଲ କଟାରିୟା ବୋଲି ଜଣାପଡିଛି । ଘଟଣାର କିଛି ସମୟରେ ସିଆଇଏସଏଫ କର୍ମଚାରୀ ସାହିଲ କଟାରିୟାଙ୍କୁ ବିମାନରୁ ଓହ୍ଲାଇ ନେଇ ଅଟକ ରଖିଥିବା ସୂଚନା ମିଳିଛି ।

The post ବିମାନ ଉଡାଣରେ ବିଳମ୍ବକୁ ନେଇ ଇଣ୍ଡିଗୋ ବିମାନରେ ମାରପିଟ୍ । ଉଡାଣ ସମୟ ବଦଳିବାରୁ ରାଗିଯାଇ ପାଇଲଟଙ୍କୁ ମୁଥ ମାରିଲେ ଯାତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକ୍ଷେତ୍ରରେ ଆଜିଠାରୁ ମହାଯଜ୍ଞ । କିଛି ସମୟ ପରେ ସ୍ଥାପନ ହେବ ଅଖଣ୍ଡ ଦୀପ । ବେଦ ମନ୍ତ୍ରୋଚାରଣରେ ମୁଖରିତ ବଡଦାଣ୍ଡ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ ହୋମଯଜ୍ଞ । ଏଥିପାଇଁ ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ଦ୍ୱାର । ଏହା ପରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରି ମହାଯଜ୍ଞର ଶୁଭାରମ୍ଭ କରାଯିବ ।

ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ । ଯଜ୍ଞ ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୬୦ଜଣ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ବେଦପାଠ ବ୍ୟବସ୍ଥା ହୋଇଛି । ସିଂହଦ୍ୱାରରେ ଋକ୍ବେଦ, ପଶ୍ଚିମଦ୍ୱାରରେ ସାମବେଦ, ଉତରଦ୍ୱାରରେ ଅର୍ଥବବେଦ ଏବଂ ଦକ୍ଷିଣ ଦ୍ୱାରରେ ଯର୍ଜୁବେଦ ପାଠ କରାଯିବ । ଆସନ୍ତାକାଲି ମଧ୍ୟ ଯଜ୍ଞ ଅନୁଷ୍ଠିତ ହେବ । ସେପଟେ ଶ୍ରୀମାର୍ଗ ଏବଂ ଶ୍ରୀସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଆଜି ଏହା ଉପରେ ଟ୍ରାଏଲ ରନ କରାଯିବ । ୧୭ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁରୀ ପୋଲିସ ।

The post ଶ୍ରୀକ୍ଷେତ୍ରରେ ଆଜିଠାରୁ ମହାଯଜ୍ଞ । କିଛି ସମୟ ପରେ ସ୍ଥାପନ ହେବ ଅଖଣ୍ଡ ଦୀପ । ବେଦ ମନ୍ତ୍ରୋଚାରଣରେ ମୁଖରିତ ବଡଦାଣ୍ଡ । first appeared on Kanak News.

from Kanak News
via <a href="https://ifttt.com/?

ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ସବୁଜିମା ଘେରା ଏହି ପର୍ଯ୍ୟଟନସ୍ଥକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ।

କନକ ବ୍ୟୁରୋ: ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ଗଜପତି ରାୟଗଡ ବ୍ଳକରେ ବଣ ପାହାଡ ଜଙ୍ଗଲ ଘେରା ମନୋରମ ପରିବେଶ ଭିତରେ ରହିଛି ଏହି ଜଳପ୍ରପାତ । ସବୁଜିମା ଭିତରେ ରହିଥିବା ଏହି ପର୍ଯ୍ୟଟନ ସ୍ଥଳୀକୁ ଦୂରଦୂରାନ୍ତରୁ ଛୁଟିଆସୁଛନ୍ତି ପର୍ଯ୍ୟଟକ । ଭୋଜିଭାତ କରିବା ସହ ସେଲଫି ବି ନେଉଛନ୍ତି । ତା ସହିତ ପ୍ରକୃତିର ଚିତ୍ରକୁ ନିଜ କ୍ୟାମେରାରେ ତୋଳି ନେଉଛନ୍ତି ପର୍ଯ୍ୟଟକ ମାନେ ।

The post ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ସବୁଜିମା ଘେରା ଏହି ପର୍ଯ୍ୟଟନସ୍ଥକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । first appeared on Kanak News.

from Kanak News
via <a href="https://ifttt.com/?

ନିଜ ପିଲାଦିନ ମନେପକାଇଲେ । ପିଲାଙ୍କ ସହ ତଳେ ବସି ସମୟ ବିତାଇଲେ ବାଲେଶ୍ୱର ଏସପି ସାଗରିକା ନାଥ ।

କନକ ବ୍ୟୁରୋ: ପଦବୀ ଭୁଲି ପିଲାଙ୍କ ସହ ପିଲା ହୋଇ ତଳେ ବସିଲେ । ନିଜ ଛୋଟ ବେଳର ସ୍କୁଲ କଥା ମନେ ପକାଇଲେ ବାଲେଶ୍ୱର ଏସପି ସାଗରିକା ନାଥ । ନୀଳଗିରି ରତ୍ନକରଟା ହାଇସ୍କୁଲରେ ଡିଭାଇନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସଚେତନତା ମୂଳକ କାର୍ଯ୍ୟକ୍ରମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ଯୋଗଦେଇ ଏସପି ସାଗରିକା ନାଥ ପିଲାଙ୍କ ପାଖରେ ବସି ଭଲମନ୍ଦ ପଚାରି ବୁଝିବା ସହିତ ନିଜ ସ୍କୁଲ ବେଳର ସ୍ମୃତିକୁ ମନେ ପକାଇଛନ୍ତି । ଏସପିଙ୍କ ଏଭଳି ଉଦାରତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

The post ନିଜ ପିଲାଦିନ ମନେପକାଇଲେ । ପିଲାଙ୍କ ସହ ତଳେ ବସି ସମୟ ବିତାଇଲେ ବାଲେଶ୍ୱର ଏସପି ସାଗରିକା ନାଥ । first appeared on Kanak News.

from Kanak News
via <a href="https://ifttt.com/?

ଜୈସୱାଲ ଓ ଦୁବେଙ୍କ ଧୂଆଁଧାର ବ୍ୟାଟିଂ । ଟିମ୍ ଇଣ୍ଡିଆର ଆଉ ଏକ ଟି-୨୦ ସିରିଜ୍ ବିଜୟ ।

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଆଉଏକ ଟି-୨୦ ସିରିଜ୍ ବିଜୟ । ଦ୍ୱିତୀୟ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟ୍ରେ ହରାଇଲା ଭାରତ । ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍ଜା କରି ନେଇଛି । ଇନ୍ଦୋରରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୭୨ ରନ୍ କରି ଅଲଆଉଟ୍ ହୋଇଥିଲା । ଅଲରାଉଣ୍ଡର ଗୁଲବଦିନ ନଇବ ସର୍ବାଧିକ ୫୭ ରନର ଇନିଂସ୍ ଖେଳିଥିଲେ । ନଜିବୁଲ୍ଲା ଜାଦରାନ ମୁଜୀବ-ଉର୍-ରେହମାନ୍ ୨୧ ରନ୍ ଏବଂ କରିମ ଜନ୍ନତ ୨୦ ରନ୍ କରିଥିଲେ ।

ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ୱିକେଟ୍ ନେଇଥିବା ବେଳେ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ସଫଳତା ପାଇଥିଲେ । ୧୭୩ ରନ୍ର ଲକ୍ଷ୍ୟକୁ ଭାରତ ମାତ୍ର ୧୫ ଓଭର ୪ଟି ବଲ୍ରେ ହାସଲ କରିନେଇଥିଲା । ଅଧିନାୟକ ରୋହିତ୍ ଶର୍ମା ପୁଣିଥରେ ଖାତା ଖୋଲିପାରିନଥିଲେ । ଯଶସ୍ୱୀ ଜୈସୱାଲ ଓ ଶିବମ ଦୁବେ ଜବରଦସ୍ତ ବ୍ୟାଟିଂ କରି ଆଫଗାନ୍ ବୋଲରଙ୍କୁ ନିରାଶ କରିଥିଲେ । ଜୈସୱାଲ ୩୪ ବଲ୍ ଖେଳି ୫ଟି ଚୌକା ଓ ୬ଟି ଛକା ସହ ୬୮ ରନ୍ କରି ଆଉଟ ହୋଇଥିଲେ । ଦୁବେ ୩୨ ବଲରେ ୬୩ ରନ୍ କରି ଅପରାଜିତ ଥିଲେ । ପ୍ରତ୍ୟାବର୍ତନ ମ୍ୟାଚ୍ରେ ବିରାଟ କୋହଲି ୨୯ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଥମ ମ୍ୟାଚକୁ ମଧ୍ୟ ଭାରତ ୬ ୱିକେଟ୍ରେ ଜିତି ନେଇଥିଲା ।

The post ଜୈସୱାଲ ଓ ଦୁବେଙ୍କ ଧୂଆଁଧାର ବ୍ୟାଟିଂ । ଟିମ୍ ଇଣ୍ଡିଆର ଆଉ ଏକ ଟି-୨୦ ସିରିଜ୍ ବିଜୟ । first appeared on Kanak News.

from Kanak News
via <a href="https://ifttt.com/?

ଉଗ୍ର ହେବାରେ ଲାଗିଛି ଭାରତ-ମାଳଦ୍ୱୀପ ବିବାଦ । ଚୀନରୁ ଫେରିବା ପରେ ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନାଲିଆଖି ।

କନକ ବ୍ୟୁରୋ: ଚୀନରୁ ଫେରିବା ପରେ ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନାଲିଆଖି । ମାର୍ଚ୍ଚ ୧୫ସୁଦ୍ଧା ସୈନ ପ୍ରତ୍ୟାହାର କରିନେବାକୁ ମହମ୍ମଦ ମୋଇଜୁଙ୍କ ଅଲଟିମେଟମ । ଦୁଇ ଦେଶର ସମ୍ପର୍କରେ ଦେଖାଦେଇଥିବା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଭାରତୀୟ ପର୍ଯ୍ୟଟକ ମାନେ ଏବେ ମାଳଦ୍ୱୀପରୁ ମୁହଁ ଫେରାଇ ଲାକ୍ଷାଦ୍ୱୀପକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପୁଣିଥରେ ଇଣ୍ଡିଆ ଆଉଟ ସ୍ଲୋଗାନ ଦେବା ସହ ୧୫ମାର୍ଚ୍ଚ ସୁଦ୍ଧା ଭାରତୀୟ ସୈନଙ୍କୁ ଦେଶକୁ ଫେରାଇନିଅ ବୋଲି ଦାବି ଦେହରାଇଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ ମାଳଦ୍ୱୀପରେ ୮୮ଜଣ ଭାରତୀୟ ସୈନ ରହିଛନ୍ତି । ମାଳଦ୍ୱୀପକୁ ଭାରତ ପକ୍ଷରୁ ଦିଆଯାଇଥିବା ହେଲିକପ୍ଟର, ବିମାନ ଓ ବୋଟର ପରିଚାଳନା ପାଇ ସୈନ ମାନେ ସେଠାରେ ରହିଛନ୍ତି । ଭାରତ ସହ ବିବାଦ ଭିତରେ ଚୀନ ସହ ସମ୍ପର୍କ ମଜବୁତ କରୁଛି ମାଳଦ୍ୱୀପ । ଚୀନକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ୨୦ ଚୁକ୍ତି ସ୍ୱାକ୍ଷାରିତ କରାଯାଇଛି । ସେପଟେ ମାଳଦ୍ୱୀପ ପର୍ଯଟନ ଭିତିଭୂମି ମଜବୁତ ପାଇଁ ଚୀନ ମଧ୍ୟ ପୁଂଜି ନିବେଶ କରିବାକୁ ରାଜି ହୋଇଥିବା ଜଣାପଡିଛି ।

The post ଉଗ୍ର ହେବାରେ ଲାଗିଛି ଭାରତ-ମାଳଦ୍ୱୀପ ବିବାଦ । ଚୀନରୁ ଫେରିବା ପରେ ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନାଲିଆଖି । first appeared on Kanak News.

from Kanak News
via <a href="https://ifttt.com/?

ନ୍ୟାୟ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ । ନାଗରିକଙ୍କୁ ସାମାଜିକ ଓ ରାଜନୈତିକ ନ୍ୟାୟ ପ୍ରଦାନ କରିବା ମୂଳ ଲକ୍ଷ୍ୟ

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ରବିବାର ମଣିପୁରରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଥୈବଲ ଜିଲ୍ଲାରୁ ଏହାର ଶୁଭାରମ୍ଭ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଆଜି ମଧ୍ୟ ଦଳୀୟ ନେତାଙ୍କ ସହ ମଣିପୁର ଓ ନାଗାଲାଣ୍ଡର ବିଭିନ୍ନ ଅଂଚଳରେ ପଦଯାତ୍ରା କରିବେ ରାହୁଲ ଗାନ୍ଧୀ । କଂଗ୍ରେସର ପ୍ରାୟ ୭୦ଜଣ ବରିଷ୍ଠ ଏହି ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ପଦଯାତ୍ରାରେ ସାମିଲ ହୋଇଛନ୍ତି ।
ଭାରତୀୟ ନାଗରିକଙ୍କୁ ସାମାଜିକ ଓ ରାଜନୈତିକ ନ୍ୟାୟ ଦେବା ପାଇଁ ଏହି ଯାତ୍ରା କରାଯାଉଛି । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୬.୭୧୩ କିଲୋମିଟର ଅତିକ୍ରମ କରି ୨୦ ମାର୍ଚ୍ଚରେ ମୁମ୍ବାଇରେ ସରିବ । ଏହି ସମୟରେ ରାହୁଲ ଗାନ୍ଧି ବରିଷ୍ଠ ନେତାଙ୍କ ସହ ପଦଯାତ୍ରା କରିବା ସହ ବସରେ ମଧ୍ୟ ଯାତ୍ରା କରିବେ । ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ଦେଶର ୧୫ ରାଜ୍ୟ ଦେଇ ଅତିକ୍ରମ କରିବ ।

The post ନ୍ୟାୟ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ । ନାଗରିକଙ୍କୁ ସାମାଜିକ ଓ ରାଜନୈତିକ ନ୍ୟାୟ ପ୍ରଦାନ କରିବା ମୂଳ ଲକ୍ଷ୍ୟ first appeared on Kanak News.

from Kanak News
via <a href="https://ifttt.com/?

ମା’ ସୀତାଙ୍କ ବାପ ଘରୁ ଅଯୋଧ୍ୟା ଅସିଲା ଭାର । ମିଠା, ପିଠା, ବସ୍ତ୍ର ସାଙ୍ଗକୁ ଆସିଛି ଅଳଙ୍କାର ଏବଂ ରୂପା ଚାନ୍ଦିର ବାସନ ।

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଦେଶବ୍ୟାପୀ ରାମ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବାକୁ ସମସ୍ତେ ନିଜ ନିଜ ସ୍ତରରେ ପ୍ରସ୍ତୁତି କରୁଥିବା ବେଳେ ମାତା ସୀତାଙ୍କ ବାପଘର କୁହାଯାଉଥିବା ବିହାରର ମିଥିଲାରୁ ଅଯୋଧ୍ୟାରେ ପହଁଚିଛି ସ୍ୱତନ୍ତ୍ର ଉପହାର ।

ମୋଟ ୧୨ଟି ଟ୍ରକରେ ବିଭିନ୍ନ ରକମର ମିଠା, ପିଠା, ବସ୍ତ୍ର ସାଙ୍ଗକୁ ଅଳଙ୍କାର ଏବଂ ରୂପା ଚାନ୍ଦିର ବାସନ ସାମଗ୍ରୀ ଅଯୋଧ୍ୟାରେ ପହଁଚଛି । ଏସବୁକୁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟଷ୍ଟ ବୋର୍ଡକୁ ହସ୍ତାନ୍ତର କରାଯାଇଥିବା ଦେଖିବାକୁ ମିଳିଛି । ହିନ୍ଦୁ ରିତୀନିତିରେ ମାଙ୍ଗଳିକ କାର୍ଯ୍ୟରେ ଶଶ୍ରୁ ଘରୁ ଭାର ଆସିବାର ପରମ୍ପରା ରହିଥିବା ବେଳେ ମିଥିଲା ରାଜ ପରିବାର ପକ୍ଷରୁ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାକୁ ଏସବୁ ଉପହାର ସ୍ୱରୁପ ଭେଟି ଦିଆଯାଇଛି ।

The post ମା’ ସୀତାଙ୍କ ବାପ ଘରୁ ଅଯୋଧ୍ୟା ଅସିଲା ଭାର । ମିଠା, ପିଠା, ବସ୍ତ୍ର ସାଙ୍ଗକୁ ଆସିଛି ଅଳଙ୍କାର ଏବଂ ରୂପା ଚାନ୍ଦିର ବାସନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started