ଗୁଡ଼ି ଉଡ଼ାଇବା ବେଳେ ମାଂଜା ସୂତା ବ୍ୟବହାର ନକରିବାକୁ ଅପିଲ । ସାଧାରଣ ଲୋକଙ୍କୁ ଟ୍ୱିଟ କରି ସର୍ତକ କରାଇଲା ଓଡ଼ିଶା ପୋଲିସ

କନକ ବ୍ୟୁରୋ : ଆସନ୍ତାକାଲି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ତେଣୁ ଗୁଡ଼ି ଉଡାଇବା ବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ । ଗୁଡ଼ି ଉଡାଇବା ବେଳେ ସତର୍କତା ଅବଲମ୍ବନ କରିବା ସହ ବିପଜ୍ଜନକ ମାଞ୍ଜା ସୂତା ବ୍ୟବହାର ନକରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନତଃ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।

The post ଗୁଡ଼ି ଉଡ଼ାଇବା ବେଳେ ମାଂଜା ସୂତା ବ୍ୟବହାର ନକରିବାକୁ ଅପିଲ । ସାଧାରଣ ଲୋକଙ୍କୁ ଟ୍ୱିଟ କରି ସର୍ତକ କରାଇଲା ଓଡ଼ିଶା ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ବାଲିଅନ୍ତାର ବ୍ୟବସାୟୀଙ୍କ ହତ୍ୟା ପଛରେ କିଏ ? ସନ୍ଦେହ ବଢ଼ାଇଲେ ସନ୍ଦିଗ୍ଧ ମହିଳା, ମୃତ୍ୟୁ ସମୟରେ ନିକଟରେ ଥିବା ମହିଳା ଫେରାର

କନକ ବ୍ୟୁରୋ : ସନ୍ଦେହ ଘେରରେ ବାଲିଅନ୍ତାରେ ବ୍ୟବସାୟୀଙ୍କୁ ହତ୍ୟା ଘଟଣା । ବ୍ୟବସାୟୀ ବିଶ୍ୱଜିତ୍ ନାୟକଙ୍କ ପାଖରେ ଜଣେ ମହିଳା ରହୁଥିଲେ । ହେଲେ ବିଶ୍ୱଜିତଙ୍କୁ ହତ୍ୟା ପରଠୁ ଆଉ ତାଙ୍କର ଦେଖାନାହିଁ । ସେ କେଉଁଆଡେ ଫେରାର ହୋଇଯାଇଛନ୍ତି । ମହିଳା ଜଣଙ୍କ ତାଙ୍କ ପତ୍ନୀ କି କେୟାର ଟେକର ତାହା ସ୍ପଷ୍ଟ ହୋଇନାହିଁ । ବିଶ୍ୱଜିତଙ୍କ ମୃତ୍ୟୁ ପରେ ଏବେ ସଂଦୀଗ୍ଧ ମହିଳାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଶ୍ୱଜିତଙ୍କ ତଂଟିକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯିବା ପରେ ମୃତ ଦେହକୁ କମ୍ବଳରେ ଘୋଡାଇ ରଖାଯାଇଛି । ହତ୍ୟାକାରୀ କିଏ ଓ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ମୃତଦେହକୁ ଜଗି ରହିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସାଗୁଆ ଗାଁରେ ଚାଂଚଲ୍ୟ ଖେଳିଯାଇଛି । ବିଶ୍ୱଜିତ୍ ଅଧିକାଂଶ ସମୟରେ ଭୁବନେଶ୍ୱରରେ ରହୁଥିଲେ । ଦୁଇ ଦିନ ତଳେ ସେ ଗାଁକୁ ଆସିଥିଲେ । ଗାଁରେ ସେ ଏକ ଅଲଗା ଘର କରି ରହୁଥିଲେ ।

The post ବାଲିଅନ୍ତାର ବ୍ୟବସାୟୀଙ୍କ ହତ୍ୟା ପଛରେ କିଏ ? ସନ୍ଦେହ ବଢ଼ାଇଲେ ସନ୍ଦିଗ୍ଧ ମହିଳା, ମୃତ୍ୟୁ ସମୟରେ ନିକଟରେ ଥିବା ମହିଳା ଫେରାର first appeared on Kanak News.

from Kanak News
via <a href="https://ifttt.com/?

ପାରାଦୀପ ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା । ଅଟକ ଥିବା ଜଣେ କ୍ର୍ୟୁ ମେମ୍ବର ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

କନକ ବ୍ୟୁରୋ : ପାରାଦୀପରେ କୋକେନ ଜବତ ହୋଇଥିବା ଜାହାଜରୁ ଡେଇଁ ପଡ଼ିଲେ କ୍ରିୟୁ ମେମ୍ବର । ନିଜ ହାତ କାଟି ସମୁଦ୍ରକୁ ଡେଇଁ ପଡ଼ିଲେ ବୁଇ କଂ ହୁ । ସେ ଭିଏତନାମାର ନାଗରିକ । ଗୁରୁତର ଅବସ୍ଥାରେ ତାଙ୍କୁ ପାରାଦୀପ ପୋର୍ଟ ମେଡିକାଲରେ ଭର୍ତି କରାଯାଇଛି । ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ଜଣାପଡ଼ିନାହିଁ । ଗତ ଡିସେମ୍ବର ୧ ତାରିଖରେ ପାରାଦୀପରେ ଏକ ଜାହାଜରୁ କୋକେନ ଜବତ ହୋଇଥିଲା । ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହେବା ପରେ ୨୧ ଜଣ କ୍ରିୟୁ ମେମ୍ବରଙ୍କୁ ଅଟକ ରଖାଯାଇଛି । କଷ୍ଟମ୍ ବିଭାଗ କ୍ରିୟୁ ମେମ୍ବରଙ୍କୁ ଅଟକ ରଖିଥିବା ବେଳେ ଭିଏତନାମାର କ୍ରିୟୁ ମେମ୍ବର ସମୁଦ୍ରକୁ ଡେଇଁ ପଡ଼ିଥିଲେ ।

The post ପାରାଦୀପ ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା । ଅଟକ ଥିବା ଜଣେ କ୍ର୍ୟୁ ମେମ୍ବର ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ first appeared on Kanak News.

from Kanak News
via <a href="https://ifttt.com/?

ବାଲେଶ୍ୱରରୁ ଲଢ଼ିବେନି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ସେ ନୁହେଁ ନନା ଅଛନ୍ତି, ଘନ ଘନ ବାଲେଶ୍ୱର ଗସ୍ତ ପରେ ଲୋକସଭା ଆସନରୁ ଲଢ଼ିବା ନେଇ ବଢ଼ିଥିଲା ଚର୍ଚ୍ଚା

କନକ ବ୍ୟୁରୋ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । ବାଲେଶ୍ୱର ଲୋକସଭା ଆସନରୁ ଲଢିବେନି କେନ୍ଦ୍ରରେଳମନ୍ତ୍ରୀ । ଘନ ଘନ ବାଲେଶ୍ୱର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅଶ୍ୱିନୀ । ଏହାକୁ ଦୃଷ୍ଟିରେ ରଖି ଚର୍ଚ୍ଚା ହେଉଥିଲା ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ଏହି ରାଜ୍ୟସଭା ସାଂସଦ । ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ କହିଛନ୍ତି, ସେ ନୁହେଁ, ନନା ଅଛନ୍ତି ।

The post ବାଲେଶ୍ୱରରୁ ଲଢ଼ିବେନି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ସେ ନୁହେଁ ନନା ଅଛନ୍ତି, ଘନ ଘନ ବାଲେଶ୍ୱର ଗସ୍ତ ପରେ ଲୋକସଭା ଆସନରୁ ଲଢ଼ିବା ନେଇ ବଢ଼ିଥିଲା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ବାରିପଦା ମଧୁବନ ଗ୍ୟାରେଜ ଛକରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଦୁଇଟି ଟାୟାର ଦୋକାନ

କନକ ବ୍ୟୁରୋ : ଟାୟାର ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ହୁତୁହତୁ ହୋଇ ଜଳିଗଲା ଦୋକାନ । ଆଖି ଆଗରେ ଜଳିଗଲା ଦୋକାନରେ ଥିବା ଜିନିଷ । ବାରିପଦା ମଧୁବନ ଗ୍ୟାରେଜ ଛକରେ ଥିବା ଦୁଇଟି ରିସଲ ଟାୟାରେ ଦୋକାନରେ ନିଆଁ ଲାଗିଯାଇଛି । ଲକ୍ଷାଧିକ ଟଙ୍କାର ପୁରୁଣା ଟାୟାର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସଠିକ୍ ସମୟରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିବାରୁ ଅନେକ ଦୋକାନରେ ନିଆଁ ପ୍ରକୋପରୁ ବଂଚିଯାଇଛି । ଗତ ୨ ବର୍ଷ ପୂର୍ବରୁ ମଧ୍ୟ ଠିକ୍ ମକର ସଂକ୍ରାନ୍ତି ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ୮ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ।

The post ବାରିପଦା ମଧୁବନ ଗ୍ୟାରେଜ ଛକରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଦୁଇଟି ଟାୟାର ଦୋକାନ first appeared on Kanak News.

from Kanak News
via <a href="https://ifttt.com/?

କଟନୀଛଟନୀକୁ ବିରୋଧ । ରାତିସାରା ମଣ୍ଡି ଆଗରେ ଧାରଣା ଦେଲେ ଜଟଣୀ କନ୍ତିଆ ପଞ୍ଚାୟତର ୩୦ରୁ ଅଧିକ ଚାଷୀ

କନକ ବ୍ୟୁରୋ : କଟନୀ ଛଟନୀକୁ ବିରୋଧ । ରାତି ସାରା ମଣ୍ଡି ଆଗରେ ଧାରଣାରେ ବସିଲେ ଖୋର୍ଦ୍ଧା ଜଟଣୀ ବ୍ଲକ କନ୍ତିଆ ପଂଚାୟତର ୩୦ରୁ ଅଧିକ ଚାଷୀ । ୫ ଶହ କୁଇଂଟାଲରୁ ଅଧିକ ଧାନ ଆଣି ମଣ୍ଡିରେ ରଖି ପ୍ରତିବାଦ କରିଥିଲେ । ମିଲର ଧାନ ବସ୍ତା ପ୍ରତି ୬ କେଜି କଟନୀ କରିବାକୁ କହୁଥିବା ବେଳେ ଏଥିରେ ଚାଷୀ ରାଜି ହେଉନାହାନ୍ତି । ଏହାକୁ ନେଇ ମିଲର ଓ ଚାଷୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ପରେ ସ୍ଥାନୀ ୟସରପଞ୍ଚ ପହଞ୍ଚି ଏତେ ପରିମାଣର ଧାନ କାଟ ନାହିଁ, ବରଂ ଅଳ୍ପ କିଛି କାଟିବା ସହ ଧାନ ଉଠାଇବାକୁ ମିଲରଙ୍କୁ କହିଥିଲେ । ହେଲେ ମିଲର ନିଜ ଜିଦ୍ରେ ଅଟଳ ରହିଥିଲେ । କିଛି ନଶୁଣି ମଣ୍ଡି ଛାଡି ପଳାଇଥିଲେ । ଏହାକୁ ନେଇ ଚାଷୀମାନେ ପ୍ରବଳ ଶୀତରେ ରାତି ସାରା ଧାରଣାରେ ବସିଥିଲେ । ଖବର ପାଇ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ପହଞ୍ଚି ଚାଷୀଘଙ୍କୁ ସମର୍ଥନ କରିଥିଲେ । ଆଜି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ କହିଛନ୍ତି ।

The post କଟନୀଛଟନୀକୁ ବିରୋଧ । ରାତିସାରା ମଣ୍ଡି ଆଗରେ ଧାରଣା ଦେଲେ ଜଟଣୀ କନ୍ତିଆ ପଞ୍ଚାୟତର ୩୦ରୁ ଅଧିକ ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ଆମେରିକାରେ ଜୟ ଶ୍ରୀରାମ ନାରା । ବିଭିନ୍ନ ସ୍ଥାନରେ ହିନ୍ଦୁ ସଂପ୍ରଦାୟ ପାଳୁଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ

କନକ ବ୍ୟୁରୋ : ଆମେରିକାରେ ଜୟ ଶ୍ରୀରାମ ନାରା । ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାକୁ ଆଉ ସପ୍ତାହେ । ଏହାପୂର୍ବରୁ ସାରା ବିଶ୍ୱରେ ଭାରତୀୟମାନେ ଏହି ଐତିହାସିକ ଘଟଣାକୁ ବିଭିନ୍ନ ଉପାୟରେ ପାଳନ କରିବା ଆରମ୍ଭ କରିଛନ୍ତି । ଆମେରିକାର ଭାରତୀୟମାନେ ଶନିବାର ନ୍ୟୁଜର୍ସିର ଏଡିସନରେ ଏକ ବିଶାଲ କାର ରାଲିର ଆୟୋଜନ କରିଥିଲେ ।

ଏହି ରାଲିରେ ପ୍ରାୟ ୩୫୦ଟି କାର ସାମିଲ ହୋଇଥିଲା । ଏବଂ ଏହି କାର୍ଯ୍ୟକ୍ରମର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହିନ୍ଦୁ ସଂପ୍ରଦାୟବାସୀ ହାତରେ ପ୍ରଭୁ ରାମଚନ୍ଦ୍ରଙ୍କ ଫଟୋ ଥିବା ପତାକା ଧରିବା ସହ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଛି । ସେହିପରି ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଆମେରିକାର ମେରିଲ୍ୟାଣ୍ଡରେ ବିଶ୍ୱ ହିନ୍ଦୁ ପରିଷଦର କର୍ମୀ ଟେସଲା ମ୍ୟୁଜିକାଲ ଲାଇଟ ସୋ’ର ଆୟୋଜନ କରିଛନ୍ତି । ଏହି ଲାଇଟ ସୋ’ରେ ୧୫୦ରୁ ଅଧିକ ଟେସଲା କାର ସାମିଲ ହୋଇଥିଲା । ସେହିପରି ୱାଶିଂଟନ, ଭର୍ଜିନିଆ ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବାସୀ ଭାରତୀୟ ଜୟ ଶ୍ରୀରାମ ନାରା ଦେଇଛନ୍ତି ।

The post ଆମେରିକାରେ ଜୟ ଶ୍ରୀରାମ ନାରା । ବିଭିନ୍ନ ସ୍ଥାନରେ ହିନ୍ଦୁ ସଂପ୍ରଦାୟ ପାଳୁଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ first appeared on Kanak News.

from Kanak News
via <a href="https://ifttt.com/?

ଆଜି ଭୋଗି, କାଲି ପୋଙ୍ଗଲ । ଦକ୍ଷିଣ ଓଡ଼ିଶାରେ ଧୁମଧାମରେ ଚାଲିଛି ଉତ୍ସବ ।

କନକ ବ୍ୟୁରୋ: ଆସନ୍ତାକାଲି ମକର ସଂକ୍ରାନ୍ତି । ଏହାପୂର୍ବରୁ ତେଲୁଗୁ ସଂପ୍ରଦାୟର ଲୋକମାନେ ପାଳୁଛନ୍ତି ପୋଂଗଲ । ପରିବାର ଓ ବନ୍ଧୁଙ୍କ ସହ ଧୁମଧାମରେ ଦକ୍ଷିଣ ଓଡିଶାରେ ଏହି ପର୍ବ ପାଳନ କରୁଛନ୍ତି ତେଲୁଗୁ ସଂପ୍ରଦାୟ ବାସୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ଆଜି ପ୍ରଥମ ଦିନ । ଆସନ୍ତାକାଲି ପୋଙ୍ଗଲ ଓ ପରଦିନ କାନୁଗୁ ରୂପେ ପାଳନ କରିବେ । ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଏହି ପର୍ବ ପାଳନ ହେଉଛି । ଆନ୍ଧ୍ର ମହିଳା ସମାଜ ତରଫରୁ ବ୍ରହ୍ମପୁର ପ୍ରକାଶ ମହଲ ପରିସରରେ ସମସ୍ତ ମହିଳା ପୁରୁଷ ଓ ଛୋଟ ଛୋଟ ପିଲା ମାନେ ଏହାକୁ ପାଳନ କରୁଛନ୍ତି ।

The post ଆଜି ଭୋଗି, କାଲି ପୋଙ୍ଗଲ । ଦକ୍ଷିଣ ଓଡ଼ିଶାରେ ଧୁମଧାମରେ ଚାଲିଛି ଉତ୍ସବ । first appeared on Kanak News.

from Kanak News
via <a href="https://ifttt.com/?

ସକାଳୁ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ । ମହାପ୍ରଭୁଙ୍କୁ ଦର୍ଶନ ପରେ ପ୍ରସ୍ତୁତି ନେଇ ପଚାରି ବୁଝିଲେ ।

କନକ ବ୍ୟୁରୋ:ସକାଳୁ ସକାଳୁ ପୁରୀ ପରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପୁରୀରେ ପହଂଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହା ପରେ ପରିକ୍ରମା ସ୍ଥଳରେ ପହଂଚିଥିଲେ । ପ୍ରରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦ୍ଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଫାଇଭ୍-ଟି ଅଧ୍ୟକ୍ଷଙ୍କ ସହ ପୁରୀ ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ପାଣ୍ଡିଆନଙ୍କ ପରିକ୍ରମା ସ୍ଥଳକୁ ଯାଇଥିଲେ ।

The post ସକାଳୁ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ । ମହାପ୍ରଭୁଙ୍କୁ ଦର୍ଶନ ପରେ ପ୍ରସ୍ତୁତି ନେଇ ପଚାରି ବୁଝିଲେ । first appeared on Kanak News.

from Kanak News
via <a href="https://ifttt.com/?

ଉଜୁଡା ବିଲକୁ ଦେଖି ବିଷ ପିଇଦେଲେ ଚାଷୀ । ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର ।

କନକ ବ୍ୟୁରୋ: ଚାଷ ଜମିକୁ ନେଇ ଯାଇଥିବା କିଟନାଶକ ପିଇ ବିଲ ମୁଣ୍ଡରେ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ । ପୁରୀ ଜିଲ୍ଲା ଅନ୍ତିକେରା ଗାଁର ଚାଷୀ କାଶୀନାଥ ସ୍ୱାଇଁଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଧାର କରଜ କରି ଦୁଇ ଏକର ଜମିରେ ଧାନ ଚାଷ କରିଥିଲେ କାଶୀନାଥ । ହେଲେ ପାଣି ଅଭାବରୁ ବିଲରେ ଧାନ ତଳି ଝାଉଁଳି ଗଲାଣି । ଧାନ ବିଲରେ ଏପରି ଅବସ୍ଥା ଦେଖି ସହିପାରିନଥିଲେ କାଶୀନାଥ । ଶେଷରେ ବିଲକୁ ନେଇ ଯାଇଥିବା କୀଟନାଶକ ପିଇ ଦେଇଥିଲେ ।

The post ଉଜୁଡା ବିଲକୁ ଦେଖି ବିଷ ପିଇଦେଲେ ଚାଷୀ । ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started