ଦୋଷ କାହାର ଥିଲା ହେଲେ ଦଣ୍ଡିତ ହୋଇଥିଲେ ୯୦୦ ଲୋକ । ଜାଣନ୍ତୁ କ’ଣ ଥିଲା ଏହି ପୋଷ୍ଟ ଅଫିସ ଦୁର୍ନୀତି

କନକ ବ୍ୟୁରୋ : ୧୯୯୯ ରେ ବ୍ରଟିଶ ସରକାର ନିୟନ୍ତ୍ରିତ ପୋଷ୍ଟ ଅଫିସ ଜାପାନର କମ୍ପାନୀ ଫୁଜିଟୁରୁ ହୋରିଜନ୍ ଆଇଟି ସେବା ହାସଲ କରିଥିଲା । ଏହା ମାଧ୍ୟମରେ ବିକ୍ରୟ ଆକାଉଟିଂ କାର୍ଯ୍ୟ କରାଯାଉଥିଲା । କିଛି ସମୟପରେ ଡାକଘରରୁ ପୋଷ୍ଟ ମାଷ୍ଟରମାନେ ଜାଣିବା ପାଇଁ ପାଇଲେ କି ଆକାଉଣ୍ଟରେ ସ୍ୱାଭାବିକ କ୍ଷତି ଘଟୁଛି । ଏସବୁ କ୍ଷତିପୂରଣ ପାଇଁ ପୋଷ୍ଟ ମାଷ୍ଟରଙ୍କୁ ଦାୟି କରାଗଲା । ପୋଷ୍ଟ ମାଷ୍ଟରଙ୍କୁ କøଣସି ବି ପ୍ରକାରର କ୍ଷତି ପାଇଁ ବିବେଚନା କରାଯାଉଥିଲା । ସେତେବେଳେ ଡାକଘର ପ୍ରଶାସନ ଏହାର ଆଇଟି ସିଷ୍ଟମକୁ ବିଚାର କରି ପୋଷ୍ଟ ମାଷ୍ଟରଙ୍କ ଉପରେ ସମସ୍ତ ଦାୟିତ୍ୟ ଦେଇଦେଇଥିଲେ ।

ଯେତେବେଳେ ପୋଷ୍ଟ ଅଫିସ୍ ଆଇଟି ସିଷ୍ଟମରେ ଥିବା ଭୁଲ ପରିବର୍ତ୍ତେ ଦୋଷ ପୋଷ୍ଟ ମାଷ୍ଟରଙ୍କ ଉପରେ ଲଗାଇଲା ସେତେବେଳେ ଏହା ପୋଷ୍ଟମାଷ୍ଟରଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇଲା  । ୨୦୦୦ ରୁ ୨୦୧୪ ଭିତରେ ୯୦୦ କର୍ମଚାରୀଙ୍କୁ ଚାକିରୀରୁ କାଢିଦିଆଗଲା । ସେମାନଙ୍କ ଭିତରୁ କିଛିଜଣଙ୍କୁ ଦୋଷି ସାବ୍ୟସ୍ତ କରି ଜେଲରେ ରଖାଯାଇଥିଲା । ୨୦୦୯ରେ କମ୍ପ୍ୟୁଟର ସାପ୍ତାହିକ ନାମକ ଏକ ପତ୍ରିକା ପ୍ରଥମଥର ପାଇଁ ରିପୋର୍ଟ କରିଥିଲା ଯେ ପୋଷ୍ଟମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ପ୍ରକୃତରେ ତାଙ୍କର ସେଥିରେ କୌଣସି ଦୋଷ ନ ଥିଲା ।

ଭାରତୀୟ ହଂସମୁଖ ଶିଗଡିଆ ମଧ୍ୟ ଡାକଘରର ଦୁର୍ନୀତିର ଶିକାର ହୋଇଥିଲେ । ତାଙ୍କୁ ପ୍ରିନ୍ସ ୱିଲିୟମ୍ସ ଏବଂ କେଟ୍ ମିଡଲଟନଙ୍କ ବାହଘରରେ ଆନୁଷ୍ଠାନିକଭାବରେ ନିମନ୍ତ୍ରଣ କରାଯାଇଥିଲା   । ହଂସମୁଖ ଶିଗାଡିଆ କହିଛନ୍ତି କି ସେ ଏପରି ଏକ ଦଣ୍ଡ ଭୋଗିଛନ୍ତି ଯାହା ସେ କେବେ କରିନଥିଲେ । ସେ ମଧ୍ୟ କେଟ୍ ମିଡିଲେଟକୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି କି ସେ କଷ୍ଟ ସମୟରେ ସାହାଯ୍ୟ କରିବା ପାଇଁ ଆଗେଇଅସିଥିଲେ ।

ଏକ ପତ୍ରିକା ତା’ର ଅନୁସନ୍ଧାନ ରିପୋର୍ଟରୁ ଜାଣିବାକୁ ପାଇଥିଲା କି, ଯେ ଦୋଷ ଡାକ ବିଭାଗର ଆଇଟି ସିଷ୍ଟମରେ ଥିଲା । ପରେ ଏକ ତଦନ୍ତ ଆରମ୍ଭ ହୋଇଥିଲା । ୨୦୧୫ ରେ ଡାକ ବିଭାଗର ସିଇଓ ପାଲା ଭେନେଲ୍ସ ସଂସଦୀୟ କମିଟିକୁ କହିଥିଲେ କି ଏହି ଭୁଲ ପଛରେ ପୋଷ୍ଟ ମାଷ୍ଟରଙ୍କର ଦୋଷ ଥିବା ନେଇ କୌଣସି ପ୍ରମାଣ ନାହିଁ । ହେଲେ ବିନା ଦୋଷରେ ସେମାନଙ୍କ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଅଭିଯୁକ୍ତ କର୍ମଚାରୀମାନେ ୨୦୧୬ ରେ ଲଣ୍ଡନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୩ ବର୍ଷର ଆଇନଗତ ପ୍ରକ୍ରିୟା ପରେ କୋର୍ଟ ରାୟ ଶୁଣାଇଥିଲେ କି ଏହି ମାମଲାରେ ଦୋଷ କୌଣସି ପୋଷ୍ଟମାଷ୍ଟରଙ୍କର ନୁହେଁ ବରଂ ସମସ୍ତ ଦୋଷ ହୋରିଜନ ଆଇଟିର ।

୨୦୨୪ ଜାନୁଆରୀ ୧ ରେ ଏକ ଟିଭି ଡକୁଡ୍ରାମା ମିଷ୍ଟର ବ୍ୟାଟ୍ସ ବନାମ ଡାକ ବିଭାଗ ଏହି ପ୍ରସଙ୍ଗରେ ଟେଲିକାଷ୍ଟ ହୋଇଥିଲା । ଏଥିରେ ଆଲାନ ବ୍ୟାଟ୍ସ ନାମକ ଜଣେ ପୋଷ୍ଟମାଷ୍ଟରଙ୍କ କାହାଣୀ ଉଲ୍ଲେଖ କରାଯାଇଥିଲା । ଆଲାନ ବ୍ୟାଟ୍ସ ଏହି ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରିବାକୁ ଦୀର୍ଘ ୨୦ ବର୍ଷ ଧରି ଅନବରତ ପ୍ରୟାସ ଜାରି ରଖିଥିଲେ ।

The post ଦୋଷ କାହାର ଥିଲା ହେଲେ ଦଣ୍ଡିତ ହୋଇଥିଲେ ୯୦୦ ଲୋକ । ଜାଣନ୍ତୁ କ’ଣ ଥିଲା ଏହି ପୋଷ୍ଟ ଅଫିସ ଦୁର୍ନୀତି first appeared on Kanak News.

from Kanak News
via <a href="https://ifttt.com/?

ଅଭାବ ଛଡାଇ ନେଲା ଶିକ୍ଷା ଅଧିକାର । ପାଠ ପଢିବାକୁ ଇଚ୍ଛା ଥିଲେ ବି ପରିବାର ଚଳାଇବାକୁ ମୂଲ ଲାଗୁଛନ୍ତି ଗଜପତିର ଭିକ୍ଟର ମଲ୍ଲିକ

କନକ ବ୍ୟୁରୋ : ଇଛା ଅଛି ପାଠ ପଢ଼ିବାକୁ । ହେଲେ ପରିସ୍ଥିତି ବାଧ୍ୟ କରିଛି କାମ କରିବାକୁ । ଘରେ ବୃଦ୍ଧ ବାପା,ଜେଜେ ମା’ । ଯଦି କାମ ନକରନ୍ତି ତେବେ ଘରେ ଚୁଲି ଜଳିବନି । ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡ଼ା ଗାଁର ଆଦିବାସି ପୁଅ ଭିକ୍ଟର ମିଲ୍ଲିକ । ବୟସ ମାତ୍ର ୧୭, ହେଲେ କାନ୍ଧରେ ପରିବାରର ବୋଝ । କାରଣ ବାପା ବିଶାନ୍ତି ମଲ୍ଲିକ ଗଛରୁ ପଡ଼ି ଗୋଡ଼ ଭାଙ୍ଗି ଯିବାରୁ କୌଣସି କାମ କରିପାରୁନାହାଁନ୍ତି । ଘରେ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି । ଜେଜେମା ନଇଁ ନଇଁ ବାପା ବିଶାନ୍ତିଙ୍କ ସେବା କରୁଛନ୍ତି । ଦୁଃଖ କଷ୍ଟରେ ଗାଈ ଚଳାଇ ଭିକ୍ଟର ଦଶମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଆଗକୁ ପଢ଼ିବାକୁ ଇଛା ଥିଲେ ବି ଅଭାବ ଅନଟନ ତାଙ୍କ ପାଠପଢ଼ାରେ ଡୋରୀ ଲଗାଇଦେଇଛି ।

ଗୋଟିଏ ପଟେ ନିଜ ଘର ଭାଙ୍ଗି ଯାଇଛି । ଘରକୁ ଭଲ କରି ତିଆରୀ କରିବାକୁ ପାଖରେ ଅର୍ଥ ନାହିଁ । ଏଭଳି ପରିସ୍ଥିତିରେ ଗ୍ରାମବାସୀମାନେ ଚଳିବାକୁ ଏକ ଘର ଦେଇଛନ୍ତି । ସେଇଠି ତାଙ୍କ ପରିବାର ରହୁଛନ୍ତି । ଅର୍ଥ ଅଭାବରୁ ନାନା ଅସୁବିଧା ଦେଇ ଗତି କରୁଛନ୍ତି ଭିକ୍ଟରଙ୍କ ପରିବାର । ଅନ୍ୟପଟେ ଜିଲ୍ଲା ମଙ୍ଗଳ ଅଧିକାରୀ ଏନେଇ କହିଛନ୍ତି ବର୍ଷ ଶେଷ ହେଲାଣୀ ଯେତେବେଳେ ଆଡମିଶନ ହେବ ସେତେବେଳେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ।

ସରକାର ତାଙ୍କୁ ପକ୍କା ଘର ସହ ଭିକ୍ଟରଙ୍କୁ ପାଠ ପଢ଼ା ଖର୍ଚ୍ଚ ଦେଲେ ପରିବାରକୁ ବଡ଼ ସହାୟତା ହେବ ବୋଲି ଗାଁ ଲୋକ କହିଛନ୍ତି ।

The post ଅଭାବ ଛଡାଇ ନେଲା ଶିକ୍ଷା ଅଧିକାର । ପାଠ ପଢିବାକୁ ଇଚ୍ଛା ଥିଲେ ବି ପରିବାର ଚଳାଇବାକୁ ମୂଲ ଲାଗୁଛନ୍ତି ଗଜପତିର ଭିକ୍ଟର ମଲ୍ଲିକ first appeared on Kanak News.

from Kanak News
via <a href="https://ifttt.com/?

ଶୀତରେ ବି ଜଳକଷ୍ଟ । ଗଜପତିରେ ଗୋଳିଆ ପାଣି ପିଉଛନ୍ତି ଲକ୍ଷ୍ମୀପୁର କଲୋନୀ ବାସିନ୍ଦା । ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ

କନକ ବ୍ୟୁରୋ : ପାଣି ଜୀବନର ମୂଳ ଉତ୍ସ । ବଂଚିବା ପାଇଁ ପାଣିର କୌଣସି ବିକଳ୍ପ ନାହିଁ । ହେଲେ ଆମ ରାଜ୍ୟର ଅନେକ ଅଂଚଳରେ ପାଣି ପାଇଁ ଲୋକେ ନାକେଦମ୍ ହେଉଛନ୍ତି । ଉପାନ୍ତରୁ ଉପକୂଳ ସବୁଠି ରହିଛି ଜଳ ସମସ୍ୟା । ଖରାଦିନେ ବା ଗ୍ରୀଷ୍ମ ଋତୁ ନୁହେଁ, ଶୀତ ଦିନେ ବି ଲୋକମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ସଂଗ୍ରହ କରିବା ପାଇଁ ଗୋଟିଏ ନଳକୂପ ପାଖରେ ଭିଡ ଲଗାଉଛନ୍ତି । ହେଲେ ସେହି ନଳକୂପରୁ ବାହାରୁଛି ଗୋଳିଆ ପାଣି । ଯାହାକୁ ଦେଖିଲେ, ସ୍ପଷ୍ଟ ଭାବେ ଜଣାପଡୁଛି, ଏହା ବ୍ୟବହାର ଉପଯୋଗୀ ନୁହେଁ । ତଥାପି ସେହି ପାଣିକୁ ବୋହି ନେବା ପାଇଁ ମହିଳାଙ୍କ ଭିଡ ଲାଗୁଛି । ଶୀତ ଦିନେ ଜଳଯନ୍ତ୍ରଣା ଭୋଗୁଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲକ୍ଷ୍ମୀପୁର କଲୋନୀ ବାସିନ୍ଦା ।

ଗାଁରେ ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗି ରହିଛି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଏହି କଲୋନୀରେ ୮୦ ପରିବାର ଗୋଳିଆ ପାଣିକୁ ବ୍ୟବହାର କରୁଛନ୍ତି । ୪ ଶହ ଲୋକ ଜଳକଷ୍ଟ ଭୋଗୁଥିବା ବେଳେ ସମାଧାନ ହୋଇପାରୁନାହିଁ । ୨୦୧୨ ମସିହାରୁ ଗାଁରେ ଏକ ନଳକୂପ ଖୋଳି ମଟର ଯୋଗେ ପାଣି ଉଠାଇ ଟ୍ୟାପ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା । ମାତ୍ର କିଛି ଦିନ ଜଳ ଯୋଗାଣ ପରେ ତାହା ଅଚଳ ହୋଇଯିବାରୁ ପାଣି ପାଇଁ ମହିଳାଙ୍କ ସଂଘର୍ଷ କରିବାକୁ ପଡୁଛି । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇଲେ ବି କେହି ଶୁଣୁନାହାନ୍ତି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଗାଁରେ ଥିବା ଜଳ ସମସ୍ୟାର ସମାଧାନ ହେଉନାହିଁ । ଲୋକମାନେ ଗୋଳିଆ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି । ତେଣୁ ଆଗାମୀ ଦିନରେ ଜଳ ସମସ୍ୟାର ସମାଧାନ କରାନଗଲେ, ଲୋକେ ଆସନ୍ତା ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଖୁବଶୀଘ୍ର ଗାଁରେ ଜଳ ସମସ୍ୟା ଦୂର କରିବା ପାଇଁ ଗାଁଲୋକ ଦାବି କରିଛନ୍ତି ।

The post ଶୀତରେ ବି ଜଳକଷ୍ଟ । ଗଜପତିରେ ଗୋଳିଆ ପାଣି ପିଉଛନ୍ତି ଲକ୍ଷ୍ମୀପୁର କଲୋନୀ ବାସିନ୍ଦା । ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ first appeared on Kanak News.

from Kanak News
via <a href="https://ifttt.com/?

ବହୁଚର୍ଚ୍ଚିତ ବ୍ରହ୍ମୁପରର ବିଷ୍ଣୁ ଗୌଡ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ଲକ୍ଷ ଜରିମାନା

କନକ ବ୍ୟୁରୋ: ହତ୍ୟାକାରୀ ଡାକ୍ତରଙ୍କୁ ଆଜୀବନ ଜେଲ୍ । ବ୍ରହ୍ମପୁରର ବହୁଚର୍ଚ୍ଚିତ ବିଷ୍ଣୁ ଗୌଡ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କରାଦଣ୍ଡାଦେଶ ସହ ୧୦ଲକ୍ଷ ଜରିମାନା । ମାମଲାର ରାୟ ଶୁଣାଇ ଏହି ଦଣ୍ଡାଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ୩ । ଏହାସହ ଅନ୍ୟ ଦୁଇ ଅଭିଯୁକ୍ତ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କୁ ୨ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ୫ହଜାର ଟଙ୍କା ଜରିମାନା କରାଯାଇଛି । ୨୦୧୮ ସେପ୍ଟେମ୍ବର ୪ତାରିଖରେ ତ୍ରିକୋଣୀୟ ପ୍ରେମକୁ ନେଇ ବିଷ୍ଣୁ ଗୌଡ଼ଙ୍କୁ ଡାକ୍ତରଙ୍କ କ୍ଲିନିକରେ ହତ୍ୟା କରାଯାଇଥିଲା । ବିଷ୍ଣୁଙ୍କୁ ନିଜ ହସ୍ପିଟାଲକୁ ଡାକି ସେଠାରେ ନିଶା ଦେଇ ତାଙ୍କୁ ହତ୍ୟା କରିବା ପରେ କ୍ଲିନିକାଲ ବ୍ଲେଡରେ ବିଷ୍ଣୁଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପକାଇଥିଲେ ଅଭିଯୁକ୍ତ ଡାକ୍ତର । ପରେ ଡାକ୍ତର ହୃଷିକେଶ ତ୍ରିପାଠୀ ନିଜର ଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କ ସହାୟତାରେ ସହର ଉପକଣ୍ଠ ପଲିଗୁମୁଳା ନେଇଯାଇଥିଲେ । ତଦନ୍ତ ବେଳେ ପୁଲିସ ଉକ୍ତ କ୍ଲିନିକର ଆବର୍ଜନା ପକାଯାଇଥିବା ସ୍ଥାନରୁ ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡତ ମୃତଦେହ ଉଦ୍ଧାର କରିଥିଲା ।

The post ବହୁଚର୍ଚ୍ଚିତ ବ୍ରହ୍ମୁପରର ବିଷ୍ଣୁ ଗୌଡ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ଲକ୍ଷ ଜରିମାନା first appeared on Kanak News.

from Kanak News
via <a href="https://ifttt.com/?

ମଞ୍ଚରେ ମୁହାଁମୁହିଁ ହେଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଓ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ: ମାଗଣା ସ୍କିମ ବଣ୍ଟନକୁ ନେଇ କଥା କଟାକଟି

କନକ ବ୍ୟୁରୋ: ଗୋଟିଏ ମଂଚରେ ଏକାଠି ହେଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଓ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ । ଗୋଟିଏ ପଟେ ସୂରଜ ସୂର୍ଯ୍ୟବଂଶୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିଥିବା ବେଳେ ସେପଟେ ସପ୍ତଗିରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଜୟଦେବ ଭବନରେ ଜାତୀୟ ଯୁବ ଦିବସ ଅବସରରେ ଦୁଇ ନେତାଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ସୂରଜ ରାଜ୍ୟରେ ଯୁବକଙ୍କ ଅବସ୍ଥା କ’ଣ ରହିଛି, ସେ ସମ୍ପର୍କରେ କହିଥିଲେ । ସେହିପରି ଉଲାକା କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ନେଇ ନିଜ ମତ ରଖିବା ସହ ରାଜ୍ୟ ସରକାରଙ୍କ ମାଗଣା ସ୍କିମକୁ ବଂଟନକୁ ବିରୋଧ କରିଥିଲେ ।

The post ମଞ୍ଚରେ ମୁହାଁମୁହିଁ ହେଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଓ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ: ମାଗଣା ସ୍କିମ ବଣ୍ଟନକୁ ନେଇ କଥା କଟାକଟି first appeared on Kanak News.

from Kanak News
via <a href="https://ifttt.com/?

ଅରନ୍ଦିମ-ଅଶ୍ୱିନୀ ବୈଷ୍ଣବ ଭେଟଘାଟ ପ୍ରସଙ୍ଗ: ପ୍ରତିକ୍ରିୟା ରଖି ଅରିନ୍ଦମ କହିଲେ, ଆଗକୁ କ’ଣ ହେବ ଦେଖିବା, ସୁଯୋଗ ମିଳିଲେ ଲଢ଼ିବେ ନିର୍ବାଚନ

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ନେତା ତଥା ଅଭିନେତା ଅରିନ୍ଦମ ରାୟ ଭେଟିବା ଘଟଣାକୁ ଚର୍ଚ୍ଚା ବଢ଼ିବା ପରେ ମୁହଁ ଖୋଲିଛନ୍ତି ଅରିନ୍ଦମ । କହିଛନ୍ତି ଦେଖିବା ଆଗକୁ କଣ ହେଉଛି । ସୀମା ଭିତରେ ନରହି ଲୋକଙ୍କ ସେବା କରିବାକୁ ଚାହୁଁଛି । ରାମ ମନ୍ଦିରକୁ ପ୍ରଶଂସା କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମଧ୍ୟ ପ୍ରଶଂସା କରିଛନ୍ତି । ନବୀନ ପଟ୍ଟନାୟକଙ୍କ ଠାରୁ ତାଙ୍କୁ ପ୍ରେରଣା ମିଳେ ତେବେ ସୁଯୋଗ ଦେଲେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ଅରିନ୍ଦମ ରାୟ । କିଛି ଦିନ ତଳେ କଟକ ଗସ୍ତରେ ଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ । ପ୍ରାୟ ୩୦ମିନିଟ୍ ଧରି ଉଭୟଙ୍କ ଭିତରେ ଆଲୋଚନା ହେବା ପରେ ଏହି ଭେଟଘାଟକୁ ନେଇ ଚର୍ଚ୍ଚା ବଢ଼ିଥିଲା ।

The post ଅରନ୍ଦିମ-ଅଶ୍ୱିନୀ ବୈଷ୍ଣବ ଭେଟଘାଟ ପ୍ରସଙ୍ଗ: ପ୍ରତିକ୍ରିୟା ରଖି ଅରିନ୍ଦମ କହିଲେ, ଆଗକୁ କ’ଣ ହେବ ଦେଖିବା, ସୁଯୋଗ ମିଳିଲେ ଲଢ଼ିବେ ନିର୍ବାଚନ first appeared on Kanak News.

from Kanak News
via <a href="https://ifttt.com/?

ହୁତି ବିଦ୍ରୋହୀମାନଙ୍କ ଉପରେ ଆମେରିକା-ବ୍ରିଟେନର ମିଳିତ  ଆକ୍ରମଣ ।  ଟମହାକ୍ କ୍ଷେପଣାସ୍ତ୍ର ଦ୍ୱାରା ବିଦ୍ରୋହୀଙ୍କ ଅସ୍ତ୍ର ଡିପୋ ଧ୍ବଂସ ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ  ବିଳମ୍ବିତ ରାତିରେ ଏକ ବିବୃତ୍ତିରେ ଚେତାବନୀ ଦେଇଛନ୍ତି ଯେ ଆବଶ୍ୟକ ସ୍ଥଳେ ସେ କଡ଼ା ପଦକ୍ଷେପ ନେବାକୁ ଦ୍ୱିଧା କରିବେ ନାହିଁ ।

ୟେମେନରେ ହୁତି ବିଦ୍ରୋହୀମାନଙ୍କ ଆଡ୍ଡା ଉପରେ ଆମେରିକା ଏବଂ ବ୍ରିଟେନ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଗତ ବର୍ଷ ଶେଷ ଆଡକୁ  ଲୋହିତ ସାଗରରେ ଅନ୍ତର୍ଜାତୀୟ ପରିବହନକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ ।

ରଏଟର୍ସ ରିପୋର୍ଟ ଅନୁଯାୟୀ, ପ୍ରତ୍ୟକ୍ଷଦର୍ଶୀମାନେ ସାରା ଦେଶରେ ବିସ୍ଫୋରଣ ହୋଇଥିବା ନିଶ୍ଚିତ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ବିଳମ୍ବିତ ରାତିରେ ଏକ ବିବୃତ୍ତିରେ ଚେତାବନୀ ଦେଇଛନ୍ତି ଯେ ଆବଶ୍ୟକ ସ୍ଥଳେ ସେ କଡ଼ା ପଦକ୍ଷେପ ନେବାକୁ ଦ୍ୱିଧା କରିବେ ନାହିଁ ।

ବାଇଡେନ କହିଛନ୍ତି, ‘ଏହି ଟାର୍ଗେଟେଡ୍ ଆକ୍ରମଣ ଏକ ସ୍ପଷ୍ଟ ବାର୍ତ୍ତା ପଠାଉଛି ଯେ ଆମେରିକା ଏବଂ ଆମର ଅଂଶୀଦାରମାନେ ଆମର କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବରଦାସ୍ତ କରିବେ ନାହିଁ କିମ୍ବା ଶତ୍ରୁମାନଙ୍କୁ ନାଭିଗେସନ୍ ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରିବାକୁ ଦେବେ  ନାହିଁ।

‘ହୁତି ଅଧିକାରୀ ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତିଜଣେ ହୁତି ଅଧିକାରୀ ରାଜଧାନୀ ସାନା ତଥା ସାଦା ଏବଂ ଧାମର ସହର ତଥା ହୋଡିଡା ପ୍ରଦେଶରେ ହୋଇଥିବା ଆକ୍ରମଣକୁ ଏହାକୁ ‘ଆମେରିକୀୟ-ଜିଓନିଷ୍ଟ-ବ୍ରିଟିଶ ଆକ୍ରୋଶ’ ବୋଲି ନିଶ୍ଚିତ କରିଛନ୍ତି ।

ବିମାନ, ଜାହାଜ, ବୁଡ଼ାଜାହାଜ ଦ୍ୱାରା ଆକ୍ରମଣ

ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ବିମାନ, ଜାହାଜ ଏବଂ ବୁଡ଼ାଜାହାଜ ଦ୍ୱାରା ଏହି ଆକ୍ରମଣ କରାଯାଉଛି । ଏହି ଅଧିକାରୀ କହିଛନ୍ତି ଯେ ଏକ ଡଜନରୁ ଅଧିକ ସ୍ଥାନକୁ ଟାର୍ଗେଟ କରାଯାଇଛି ଏବଂ ଏହି ଆକ୍ରମଣ ହୁତିଙ୍କ ସାମରିକ କ୍ଷମତାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ହୋଇଛି ଏବଂ ଏହା କେବଳ ଏକ  ସାଙ୍କେତିକ ଆକ୍ରମଣ ନୁହେଁ, ଦରକର ପଡ଼ିଲେ ଆମେ ଆହୁରି ବଡ଼ ଆକ୍ରମଣ କରିବୁ । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣଗୁଡିକ ହୁତି ଆଡ୍ଡା ଉପରେ ଟମହାକ୍ କ୍ଷେପଣାସ୍ତ୍ର ଦ୍ଵାରା କରାଯାଇ ଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହୁତିଙ୍କ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ ହୋଇଯାଇଛି ।

ହୁତି ବିଦ୍ରୋହୀମାନେ ୟେମେନର ଅଧିକାଂଶ ଅଞ୍ଚଳକୁ ନିୟନ୍ତ୍ରଣ କରିଥାନ୍ତି । ଗତ ବର୍ଷରୁ ସେମାନେ ଲୋହିତ ସାଗରରେ ଜାହାଜ ଚଳାଚଳ ଉପରେ ଆକ୍ରମଣ କରୁଛନ୍ତି । ଗାଜାକୁ ନିୟନ୍ତ୍ରଣ କରୁଥିବା ପାଲେଷ୍ଟାଇନ ଇସଲାମବାଦୀ ଗୋଷ୍ଠୀ ହମାସକୁ ସମର୍ଥନ କରି ସେମାନେ ଏହି ଆକ୍ରମଣ କରୁଛନ୍ତି ବୋଲି ସେମାନେ ଦାବି କରନ୍ତି ।  ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହମାସ୍ ଆକ୍ରମଣ ପରେ ଇସ୍ରାଏଲର ପାଲଟା ଆକ୍ରମଣ ଆରମ୍ଭ କରିଛି ଯେଉଁଥିରେ ଗାଜାରେ ୨୩,୦୦୦ ରୁ ଅଧିକ ପାଲେଷ୍ଟାଇନିୟଙ୍କ ମୃତ୍ୟୁ ହୋଇଛି ।  ହୁତି ବିଦ୍ରୋହୀମାନେ ଏପର୍ଯ୍ୟନ୍ତ ୨୭ ଟି ଜାହାଜ ଉପରେ ଆକ୍ରମଣ କରି ୟୁରୋପ ଏବଂ ଏସିଆ ମଧ୍ୟରେ ପ୍ରମୁଖ ମାର୍ଗରେ ଅନ୍ତର୍ଜାତୀୟ ବାଣିଜ୍ୟରେ ବାଧା ସୃଷ୍ଟି କରିଛନ୍ତି ।  ଯାହା ପୃଥିବୀର ସମୁଦ୍ର ମାର୍ଗରେ ହେଉଥିବା ପରିବହନର ପ୍ରାୟ ୧୫% ପରିବହନ କରିଥାଏ ।

The post ହୁତି ବିଦ୍ରୋହୀମାନଙ୍କ ଉପରେ ଆମେରିକା-ବ୍ରିଟେନର ମିଳିତ  ଆକ୍ରମଣ ।  ଟମହାକ୍ କ୍ଷେପଣାସ୍ତ୍ର ଦ୍ୱାରା ବିଦ୍ରୋହୀଙ୍କ ଅସ୍ତ୍ର ଡିପୋ ଧ୍ବଂସ । first appeared on Kanak News.

from Kanak News
via <a href="https://ifttt.com/?

୫୬ ହଜାର କୋଟି ଟଙ୍କା ହେରଫେର ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ମେସର୍ସ ଭୂଷଣ ଭୂଷଣ ଷ୍ଟିଲ ଲିମିଟେଡର ୫ ଅଧିକାରୀ ଗିରଫ

କନକ ବ୍ୟୁରୋ : ୫୬ ହଜାର କୋଟି ଟଙ୍କାର ଏକ ବଡ ବ୍ୟାଙ୍କ ଦୁର୍ନୀତିରେ ସହ ଜଡିତ ମାମଲାରେ କେନ୍ଦ୍ରୀୟ ଯାଂଚ ଏଜେନ୍ସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମେସର୍ସ ଭୂଷଣ ଷ୍ଟିଲ ଲିମିଟେଡ କମ୍ପାନୀ ଓ କମ୍ପାନୀ ସହ ଜଡିତ କିଛି ନିର୍ଦ୍ଦେଶକଙ୍କ ସମେତ ଏହି ମାମଲା ଅନ୍ୟ କିଛି ଲୋକଙ୍କ ନାମରେ ଥିଲା । ଏହି ମାମଲାର ତଦନ୍ତ କରି ଇଡି କମ୍ପାନୀ ସହ ଜଡିତ ୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଇଡି କୋର୍ଟରେ ହାଜର କରିଛି ।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଜୟ ମିତ୍ତଲ, ଅର୍ଚ୍ଚନା ମିତଲ (ନୀରଜ ସିଂଘଲଙ୍କ ଭଉଣୀ), ନିତୀନ ଜୋହରୀ (କମ୍ପାନୀର ପୂର୍ବତନ ସିଏଫଓ), ପ୍ରେମ ତିୱାରୀ (କମ୍ପାନୀର ପୂର୍ବତନ ସଭାପତି), ପ୍ରେମ ଅଗ୍ରୱାଲ(କମ୍ପାନୀର ପୂର୍ବତନ ଉପ ସଭାପତି)

କିପରି ହୋଇଥିଲା ୫୬ ହଜାର କୋଟିର ଠକେଇ ?
ଏହି ବ୍ୟାଙ୍କ ଠକେଇ ମାମଲାକୁ ନେଇ କେନ୍ଦ୍ରୀୟ ଯାଂଚ କମିଟି ଏସଏଫଆଇଓ ଦ୍ୱାରା କରାଯାଇଥିଲା । ପରେ ଇଡି ଏହି ମାମଲାକୁ ହାତକୁ ନେଇଥିଲା । ପରବର୍ତି ଯାଂଚ ଆଧାରରେ ଇଡି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ନିରଜ ସିଂଘଲଙ୍କ ସହ ଅନ୍ୟ ସହଯୋଗୀଙ୍କୁ ଗିରଫ କରିଥିଲା । ସେ ଅନେକ ଛୋଟ ସେଲ କମ୍ପାନୀ ମାଧ୍ୟମରେ ନୂଆ ପ୍ରୋଜେକ୍ଟ ନାମରେ ବ୍ୟାଙ୍କରୁ ଲୋନ ଆଣୁଥିଲେ । ପରେ ସେ ସବୁ ଚଳୁ କରିବା ସହ ଅସଲି ପ୍ରୋଜେକ୍ଟ କାମ ବେଳେ କ୍ଷତି ହେବାରୁ ଏ ଠକାମୀ ବିଷୟରେ ଜଣା ପଡିଥିଲା ।

ବ୍ୟାଙ୍କ ଠାରୁ ଲୋନ ନେଇ ଠକିବା ପରେ ବ୍ୟାଙ୍କର ବିଭିନ୍ନ ଶାଖାରୁ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ପ୍ରଥମେ ଏସଏଫଆଇଓ ଯାଂଚ କରୁଥିବା ବେଳେ ସଂଗୀନ ମାମଲା ଦେଖି ଇଡି ମାମଲାରେ ପ୍ରବେଶ କରିଥିଲା । ଗତ ବର୍ଷ ୨୦୨୩ ଅକ୍ଟୋବର ମାସ ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, କୋଲକାତା, ମୁମ୍ବାଇ ତଥା ଭୁବନେଶ୍ୱର ଆଦି ସ୍ଥାନରେ ସର୍ଚ ଅପରେସନ କରାଯାଇଥିଲା ।

ଯାଂଚରୁ ଏସବିଆଇ ତଥା ପିଏନବି ବ୍ୟାଙ୍କ ସହ କୋଟିଏରୁ ଅଧିକ ଟଙ୍କା ଠକେଇ ହୋଇଥିବା ବେଳେ ଧରା ପଡିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତିକୁ ଅବୈଧ ଘୋଷଣା କରା ଯାଇଛି । ଏହା ଛଡା ଆସାମ, ରାୟଗଡା, ହରିୟାଣା, ଓ ଫରିଦାବାଦରେ ପ୍ରାୟ ୬୧ କୋଟିର ସମ୍ପତିକୁ ବ୍ୟାଜାପ୍ତ କରା ଯାଇଛି ଯାହାର ବର୍ତମାନ ବଜର ମୂଲ୍ୟ ଢେର ଅଧିକ ବୋଲି ଜଣା ପଡିଛି । ଖାଲି ଏତିକି ନୁହେଁ ନଗଦ ପଇସା ସହ ବିଦେଶୀ ମୁଦ୍ରା ଚେକ ଓ ୩ ଟି ମୂଲ୍ୟବାନ ଗାଡି ମଧ୍ୟ ଜବତ କରା ଯାଇଛି ।

The post ୫୬ ହଜାର କୋଟି ଟଙ୍କା ହେରଫେର ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ମେସର୍ସ ଭୂଷଣ ଭୂଷଣ ଷ୍ଟିଲ ଲିମିଟେଡର ୫ ଅଧିକାରୀ ଗିରଫ first appeared on Kanak News.

from Kanak News
via <a href="https://ifttt.com/?

ଭାରତର ଦୀର୍ଘତମ ସମୁଦ୍ର ପୋଲ ଲୋକାର୍ପିତ: ମୁମ୍ବାଇରେ ଅଟଳ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଭାରତର ଦୀର୍ଘତମ ସମୁଦ୍ର ପୋଲ ଲୋକାର୍ପିତ ହୋଇଛି । ମୁମ୍ବାଇରେ ଅଟଳ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ସେତୁ । ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ ।

ଏହି ପୋଲ ଦ୍ୱାରା ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଂଟାରୁ ପ୍ରାୟ ୨୦ ମିନିଟକୁ ହ୍ରାସ ପାଇବ । ଅର୍ଥାତ୍ ଏହି ସେତୁ ଉଦଘାଟନ ପରେ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇରେ ପହଂଚିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ । ଶନିବାରଠାରୁ ଏହି ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ଜନସାଧାରଣଙ୍କ ପାଇଁ ଏହି ପୋଲ ଖୋଲିବା ଦ୍ୱାରା ପ୍ରତ୍ୟେକ ଗାଡି ପ୍ରାୟ ୩୦୦ ଟଙ୍କାର ଇନ୍ଧନ ସଞ୍ଚୟ କରିବ ।

୨୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ସେତୁ ତିଆରି ହୋଇଛି । ଅଟଳ ସେତୁରେ ଦୈନିକ ୭୦ ହଜାର ଯାନବାହନ ଚଳାଚଳ କରିବାର କ୍ଷମତା ରଖିଛି । ଏହାଦ୍ୱାରା କେବଳ ଯାତ୍ରୀଙ୍କ ଯାତ୍ରା ଦୂରତା ଓ ସମୟ କମିବ ନାହିଁ ବରଂ ସାମୁଦ୍ରିକ ସେତୁ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି ।

The post ଭାରତର ଦୀର୍ଘତମ ସମୁଦ୍ର ପୋଲ ଲୋକାର୍ପିତ: ମୁମ୍ବାଇରେ ଅଟଳ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

୨୧ ବର୍ଷ ପୂର୍ବରୁ ହିମାଚଳ ପ୍ରଦେଶରେ ହୋଇପାରିବ ନାହିଁ କନ୍ୟା ବିବାହ । କ୍ୟାବିନେଟରେ ପ୍ରସ୍ତାବ ପାରିତ କଲେ ହିମାଚଳ ସରକାର

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ସରକାର କନ୍ୟା ବିବାହକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ୨୧ ବର୍ଷ ପୂର୍ବରୁ କନ୍ୟା ବିବାହକୁ ବେଆଇନ ବୋଲି ଘୋଷଣା କରାଯାଇଛି । କନ୍ୟା ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହେବ ବୋଲି ରାଜ୍ୟ କ୍ୟାବିନେଟରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ଏହାସହ କେନ୍ଦ୍ର ସରକାର କନ୍ୟା ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ରଖିଥିବାରୁ ଏହାକୁ ୨୧ ବର୍ଷକୁ ବୃଦ୍ଧି କରାଯାଉ ବୋଲି ହିମାଚଳ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଛନ୍ତି ।

ସୂଚନା ମୁତାବକ ଶୁକ୍ରବାର ଦିନ ହିମାଚଳର ରାଜଧାନୀ ସିମଳା ଠାରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରସିଂ ସୁଖୁଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିିଥିଲା । ଏହି ବୈଠକରେ ହିମାଚଳରେ ନୂଆ ସିନେମା ପଲିସିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ନୂଆ ନିୟମ ମୁତାବକ ଏବେ ହିମାଚଳରେ ଯେଉଁମାନେ ସିନେମା ସୁଟିଂ କରିବାକୁ ଚାହୁଁଛନ୍ତି ସେମାନେ ଆବେଦନ କରିବାର ୩ ଦିନ ମଧ୍ୟରେ ମଞ୍ଜୁରୀ ମଳିଯିବ ।

ସବୁଠାରୁ ବଡ ଆଲୋଚନା କନ୍ୟା ବିବାହକୁ ନେଇ ହୋଇଥିଲା । ବୈଠକରେ ପ୍ରସ୍ତାବ ପାରିତ ହୋଇଛି କି, ଏବେ ରାଜ୍ୟରେ ୨୧ ବର୍ଷ ପୂର୍ବରୁ କୌଣସି ବାପା, ମା’ ସେମାନଙ୍କ କନ୍ୟାକୁ ବିବାହ କରାଇପାରିବେ ନାହିଁ । ଏବେ ପ୍ରସ୍ତାବ ଏବେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି । କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଏହା ଆଇନରେ ପରିଣତ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯିବ ।

The post ୨୧ ବର୍ଷ ପୂର୍ବରୁ ହିମାଚଳ ପ୍ରଦେଶରେ ହୋଇପାରିବ ନାହିଁ କନ୍ୟା ବିବାହ । କ୍ୟାବିନେଟରେ ପ୍ରସ୍ତାବ ପାରିତ କଲେ ହିମାଚଳ ସରକାର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started