ସଙ୍କଟ ସମୟରେ ପାକିସ୍ତାନ ପାଇଁ ଏକ ଖୁସି ଖବର, ୭୦୦ ମିଲିୟନ ଡଲାରର ଋଣ ଅନୁମୋଦନ

କେବଳ ଋଣ ଉପରେ ନିର୍ଭରଶୀଳ ପାକିସ୍ତାନୀ ଅର୍ଥନୀତିକୁ ସାମୟିକ ଆଶ୍ଵସ୍ତି ମିଳିଛି। ବେଲ୍ ଆଉଟ  ପ୍ୟାକେଜ ଅଧୀନରେ ପାକିସ୍ତାନ ପାଇଁ ୭୦୦ ମିଲିୟନ ଡଲାରର ଏକ ରୁଣକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁମୋଦନ କରିଛି । ଷ୍ଟାଣ୍ଡବାଇ ଆରେଞ୍ଜମେଣ୍ଟ କିମ୍ବା SBA ପାକିସ୍ତାନରେ ଅର୍ଥନୈତିକ ସଂସ୍କାର ପାଇଁ ଏକ କାର୍ଯ୍ୟକ୍ରମ କରିଥିଲା । ଏହାର ସମୀକ୍ଷା କରିବା ପରେ ଆଇଏମ୍ଏଫ୍ ଏହି ନିଷ୍ପତ୍ତି ନେଇଛି ।

ପାକିସ୍ତାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଅବନତି କାହାଠାରୁ ଆଉ ଲୁଚିହେଇ ରହିନାହିଁ । ପାକିସ୍ତାନ ଧୀରେ ଧୀରେ ଦାରିଦ୍ର ଆଡକୁ ଗତି କରୁଛି । ସେଠାକାର ଅବସ୍ଥା ବହୁତ ଖରାପ ହେଇଗଲାଣି ।  ଲୋକମାନେ ଦୈନନ୍ଦିନ  ଜିନିଷ ପାଇଁ ମଧ୍ୟ ସରକାର ଉପରେ ନିର୍ଭରଶୀଳ ହେଉଛନ୍ତି ।  ଏଭଳି ସମୟରେ ବର୍ତ୍ତମାନ ପାକିସ୍ତାନ ପାଇଁ ଏକ ଖୁସି ଖବର ଆସିଛି । ଆଇଏମ୍ଏଫ୍ ଏବ ୭୦୦ ମିଲିୟନ ଡଲାରର ଏକ ରୁଣକୁ ଅନୁମୋଦନ କରିଛି ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପାକିସ୍ତାନ ପାଇଁ ୭୦୦ ମିଲିୟନ୍ ଡଲାରର ଏକ ଋଣ ଅନୁମୋଦନ କରିଛି ଯାହା ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦେଶକୁ କିଛି ମାତ୍ରାରେ ଆଶ୍ଵସ୍ତି ଦେବ ।  ଷ୍ଟାଣ୍ଡବାଇ ଆରେଞ୍ଜମେଣ୍ଟ କିମ୍ବା SBA ପାକିସ୍ତାନରେ ଅର୍ଥନୈତିକ  ସଂସ୍କାର ପାଇଁ ଏକ କାର୍ଯ୍ୟକ୍ରମ କରିଥିଲା । ଏହାର ସମୀକ୍ଷା କରିବା ପାରେ ଆଇଏମ୍ଏଫ୍ ଏହି ନିଷ୍ପତ୍ତି ନେଇଛି ।  ବର୍ତ୍ତମାନ ପାକିସ୍ତାନ ଆଇଏମଏଫରୁ ୧୦୦ ମିଲିୟନ ଡଲାରର ପ୍ରଥମ କିସ୍ତି ପାଇଛି । ଅବଶିଷ୍ଟ ଦୁଇଟି କିସ୍ତି ପ୍ରୋଗ୍ରାମ ସମୀକ୍ଷା କରିବା ପରେ ପ୍ରକାଶ ପାଇବ ଯାହା ଡିସେମ୍ବର ପର୍ଯ୍ୟନ୍ତ ସମୟ ନେଇପାରେ । ବେଲ ଆଉଟ କାର୍ଯ୍ୟକ୍ରମ ଅଧୀନରେ, IMF ଜୁଲାଇ ୨୦୨୩ ରେ ୧୦୦ ମିଲିୟନ ଡ଼ଲାରର ପ୍ରାରମ୍ଭିକ ଟ୍ରାନ୍ସଫର କରିଥିଲା । ଆଇଏମଏଫ ପାକିସ୍ତାନର ପରିସ୍ଥିତିର ସମୀକ୍ଷା କରିଛି ଆଇଏମ୍ଏଫ୍ ର ଏକ ମିଶନ୍ ଜୁଲାଇରୁ ସେପ୍ଟେମ୍ବର ୨୦୨୩  ପର୍ଯ୍ୟନ୍ତ ପାକିସ୍ତାନର ଆର୍ଥିକ ପ୍ରଦର୍ଶନକୁ ସମୀକ୍ଷା କରିଥିଲା । ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ SDR ରେ ୭୦୦ ମିଲିୟନ ଆମେରିକୀୟ ଡଲାରର ଋଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଷ୍ଟାଣ୍ଡ-ବାଇ ବ୍ୟବସ୍ଥା ଅନୁଯାୟୀ ମୋଟ ବିତରଣ ରାଶି ୧.୯ ବିଲିୟନ ଡ଼ଲାର ହେଇଯିବ ।

ପାକିସ୍ତାନ କିପରି ଏହି ଋଣ ପାଇଲା ?

ସମଗ୍ର ବିଶ୍ୱ ଜାଣେ ଯେ ପାକିସ୍ତାନର ବହୁତ ବଡ଼ ଋଣ ଭାରରେ ଅଛି । ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ପାକିସ୍ତାନ କିପରି ଏତେ ବଡ଼ ଋଣ ପାଇଲା ? ଆପଣଙ୍କୁ କହିରଖୁଛୁ ଯେ ପାକିସ୍ତାନ ଏହି ଋଣ ବିତରଣ କିମ୍ବା ବିତରଣ ପ୍ରକ୍ରିୟାରେ ନେଇଛି । ଜନସାଧାରଣ କିମ୍ବା ଉତ୍ସର୍ଗୀକୃତ ପାଣ୍ଠିରୁ ଦେୟ ବା ବିତରଣ ହେଉଛି ଏକ ଦେୟ  । ବୈକଳ୍ପିକ ଭାବରେ, ଏହାର ଅର୍ଥ ହେଉଛି ଗ୍ରାହକଙ୍କ ତରଫରୁ ଏକ ତୃତୀୟ ପକ୍ଷକୁ ଏକ ଦେୟ ପ୍ରଦାନ କରାଯାଇଥାଏ, ଯାହା ପାଇଁ ପରେ ଗ୍ରାହକଙ୍କଠାରୁ ଅର୍ଥ ଫେରସ୍ତ କରାଯାଏ ।  ଆଗାମୀ ଦିନରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ବୈଦେଶିକ ମୁଦ୍ରା ଭଣ୍ଡାରରୁ ପାକିସ୍ତାନ ଶେଷ ହେବାକୁ ଯାଉଛି । ଗତ ବର୍ଷ ଆରମ୍ଭରେ ପାକିସ୍ତାନ ସରକାର କହିଥିଲେ ଯେ ବର୍ତ୍ତମାନ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ମାତ୍ର ୩.୦୯  ବିଲିୟନ ଡଲାର ରହିଛି । ୩୧ ଡିସେମ୍ବର ପୂର୍ବରୁ ପାକିସ୍ତାନ ପାଇଁ IMF ର ସମସ୍ତ ସର୍ତ୍ତ ପୂରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

The post ସଙ୍କଟ ସମୟରେ ପାକିସ୍ତାନ ପାଇଁ ଏକ ଖୁସି ଖବର, ୭୦୦ ମିଲିୟନ ଡଲାରର ଋଣ ଅନୁମୋଦନ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟସଭା ପାଇଁ ନିର୍ବିରୋଧ ନିର୍ବାଚିତ ହେଲେ ଆମ୍ ଆଦମୀ ପାର୍ଟିର ୩ ନେତା । ସ୍ୱାତୀ, ସଞ୍ଜୟ ଓ ଏନଡିଗୁପ୍ତା ନିର୍ବାଚିତ

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ୩ ଜଣ ରାଜ୍ୟସଭା ପ୍ରାର୍ଥୀ ସଂଜୟ ସିଂ, ସ୍ୱାତୀ ମାଲିୱାଲ ଓ ଏନଡି ଗୁପ୍ତା ନିର୍ବାଚିତ ହେବା ନେଇ ସମସ୍ତ ପ୍ରତିବନ୍ଧକ ହଟିଛି । ସ୍କୁଟିନିଂ ପରେ ୩ ଜଣଙ୍କୁ ନିର୍ବିରୋଧ ନିର୍ବାଚିତ କରାଯାଇଛି । ବିଜୟ ସାର୍ଟିଫିକେଟ ନେବାକୁ ଏହି ୩ ଜଣ ନେତା ଆଜି ସ୍କୁଟିନିଂ ଅଫିସ ଆସିବେ । ସେପଟେ ଜେଲରେ ବନ୍ଦ ଥିବା ସଂଜୟ ସିଂ ବି ବିଜୟ ପରେ କୋର୍ଟଙ୍କ ଅନୁମତି ନେଇ ସାର୍ଟିଫିକେଟ ନେବାକୁ ଆସିବେ ବୋଲି ଜଣାପଡିଛି ।

ଦିଲ୍ଲୀରୁ ରାଜ୍ୟସଭାକୁ ୩ ଟି ଆସନ ପାଇଁ ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ଆଶାୟୀ ପ୍ରାର୍ଥୀ ସଂଜୟ ସିଂ, ସ୍ୱାତୀ ମାଲିୱାଲ ଓ ଏନଡି ଗୁପ୍ତା ସୋମବାର ଦିନ ନାମାଙ୍କନ ଦାଖଲ କରିଥିଲେ । ଆମ୍ ଆଦମୀ ପାର୍ଟିର ୩ ରାଜ୍ୟସଭା ସାଂସଦ ଏନଡି ଗୁପ୍ତା, ସଂଜୟ ସିଂ ଓ ସୁଶୀଲ କୁମାର ଗୁପ୍ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ ତାରିଖରେ ସମାପ୍ତ ହେବାକୁ ଯାଉଛି । ଏହି କ୍ରମରେ ଆପ୍ ଏଥର ସୁଶୀଲ ଗୁୁପ୍ତାଙ୍କ ବଦଳରେ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପଠାଇଛି ।

ଜେଲରେ ବନ୍ଦ ଥିବା ସଂଜୟ ସିଂ ପୋଲିସ କର୍ମୀଙ୍କ ସୁରକ୍ଷାରେ ଜେଲରୁ ଯାଇ ନାମାଙ୍କନ ଭରିଥିଲେ । ସେ ଗାଡିରୁ ଓହ୍ଲାଇବା ପରେ ଦଳୀୟ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିବା ସହ ବିଜେପି ବିରୋଧରେ ନାରାବାଜୀ କରିଥିଲେ ।

The post ରାଜ୍ୟସଭା ପାଇଁ ନିର୍ବିରୋଧ ନିର୍ବାଚିତ ହେଲେ ଆମ୍ ଆଦମୀ ପାର୍ଟିର ୩ ନେତା । ସ୍ୱାତୀ, ସଞ୍ଜୟ ଓ ଏନଡିଗୁପ୍ତା ନିର୍ବାଚିତ first appeared on Kanak News.

from Kanak News
via <a href="https://ifttt.com/?

ରାମ କଥା କୁଣ୍ଡ ଓ କଲାମନ୍ଦିରରେ ପୂଜାର୍ଚ୍ଚନା ସହ ସଙ୍କୀର୍ତ୍ତନ କଲେ ମୋଦୀ । ନାସିକରେ କଲେ ବିଶାଳ ରୋଡ ସୋ ।

କନକ ବ୍ୟୁରୋ: ମହାରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ନାସିକରେ ବିଶାଳ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବା ପରେ ରାମ କଥା କୁଣ୍ଡ ଓ କଳାମନ୍ଦିର ଯାଇ ପୂଜାର୍ଚ୍ଚାନ କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ଦିରର ଠାକୁରଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ସହ ଭକ୍ତଙ୍କ ମେଳରେ ବସି ନାମ ସଂକୀର୍ତ୍ତର୍ନ କରିଛନ୍ତି ।

ଏହାପରେ ମୁମ୍ବାଇ ଯାଇ ଦେଶର ଦୀର୍ଘତମ ଟ୍ରାନ୍ସ ହାର୍ବର ଲିଙ୍କ୍ ବା ଅଟଳ ସେତୁର ଲୋକାର୍ପଣ କରିବେ । ଏହି ପୋଲ ଦ୍ୱାରା ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଂଟାରୁ ପ୍ରାୟ ୨୦ ମିନିଟକୁ ହ୍ରାସ ପାଇବ । ଅର୍ଥାତ୍ ଏହି ସେତୁ ଉଦଘାଟନ ପରେ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇରେ ପହଂଚିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ । ଶନିବାରଠାରୁ ଏହି ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ୨୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁରେ ଦୈନିକ ୭୦ ହଜାର ଯାନବାହନ ଚଳାଚଳ କରିପାରିବେ । ଏହାଦ୍ୱାରା କେବଳ ଯାତ୍ରୀଙ୍କ ଯାତ୍ରା ଦୂରତା ଓ ସମୟ କମିବ ନାହିଁ ବରଂ ସାମୁଦ୍ରିକ ସେତୁ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି । ପ୍ରଥମେ ନାସିକ ପହଂଚି ମହାରାଷ୍ଟ୍ର ମୁଖ୍ୟ ଓ ଉମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ରୋଡ କରିଥିଲେ ପ୍ରଧାନମନ୍ତ୍ରୀ ।

The post ରାମ କଥା କୁଣ୍ଡ ଓ କଲାମନ୍ଦିରରେ ପୂଜାର୍ଚ୍ଚନା ସହ ସଙ୍କୀର୍ତ୍ତନ କଲେ ମୋଦୀ । ନାସିକରେ କଲେ ବିଶାଳ ରୋଡ ସୋ । first appeared on Kanak News.

from Kanak News
via <a href="https://ifttt.com/?

ନାସିକରେ ମୋଦୀଙ୍କ ବିଶାଳ ରୋଡ ସୋ’ । ମହାରାଷ୍ଟ୍ରକୁ ଦେବେ ୩୦ ହଜାର କୋଟି ଟଙ୍କାର ଭେଟି ।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’ । ଆଜି ଅଟଳ ସେତୁ ଉଦଘାଟନ କରିବାକୁ ନାସିକ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ନାସିକରେ ବିଶାଳ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ନରେନ୍ଦ୍ର ମୋଦୀ । ରୋଡ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ । ମହାରାଷ୍ଟ୍ର ଗସ୍ତ ଅବସରରେ ରାଜ୍ୟରୁ ପ୍ରଧାନମନ୍ତ୍ରୀ ୩୦ ହଜାର କୋଟି ଟଙ୍କାର ଭେଟି ଦେବାକୁ ଯାଉଛନ୍ତି ।

ନାସିକରୁ ରାମ କଥା କୁଣ୍ଡ ଓ କଳାମନ୍ଦିର ଯାଇ ଅନୁଷ୍ଠାନ କରିବେ ମୋଦୀ । ଏହାପରେ ମୁମ୍ବାଇ ଯାଇ ଟ୍ରାନ୍ସ ହାର୍ବର ଲିଙ୍କ୍ ବା ଅଟଳ ସେତୁର ଲୋକାର୍ପଣ କରିବେ । ଏହି ପୋଲ ଦ୍ୱାରା ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଂଟାରୁ ପ୍ରାୟ ୨୦ ମିନିଟକୁ ହ୍ରାସ ପାଇବ । ଅର୍ଥାତ୍ ଏହି ସେତୁ ଉଦଘାଟନ ପରେ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇରେ ପହଞ୍ଚିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ । ଶନିବାରଠାରୁ ଏହି ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ୨୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁରେ ଦୈନିକ ୭୦ ହଜାର ଯାନବାହନ ଚଳାଚଳ କରିପାରିବେ । ଏହାଦ୍ୱାରା କେବଳ ଯାତ୍ରୀଙ୍କ ଯାତ୍ରା ଦୂରତା ଓ ସମୟ କମିବ ନାହିଁ ବରଂ ସାମୁଦ୍ରିକ ସେତୁ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଂଟା ପ୍ରତି ୧୦୦ କିମି ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ ।

The post ନାସିକରେ ମୋଦୀଙ୍କ ବିଶାଳ ରୋଡ ସୋ’ । ମହାରାଷ୍ଟ୍ରକୁ ଦେବେ ୩୦ ହଜାର କୋଟି ଟଙ୍କାର ଭେଟି । first appeared on Kanak News.

from Kanak News
via <a href="https://ifttt.com/?

ଟ୍ରାଫିକ୍ ଇନସିପେକ୍ଟରଙ୍କ ପୁଳା ପୁଳା ଟଙ୍କା । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କଲା ଭିଜିଲାନ୍ସ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ କୁବେର ଟ୍ରାଫିକ ଇନ୍ସପେକ୍ଟର । ତାଳଚେରର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । କାରରେ ଭୁବନେଶ୍ୱର ଯିବା ବେଳେ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ । ଆୟବହିର୍ଭୁତ ସଂପତ୍ତିି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ।

ତାଙ୍କ ଗାଡିରୁ ମିଳିଥିବା ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା କେଉଁଠୁ ଆଣିଲେ, ଟଙ୍କା କାହାର, ଟଙ୍କା ନେଇ ସେ କେଉଁଠିକୁ ଯାଉଛନ୍ତି, ତାହାର କୌଣସି ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଏହାପରେ ତାଳଚେରରେ ଥିବା ଭଡା ଘର ଓ ଅସ୍ତରଙ୍ଗରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି । ଚଢଉ ବେଳେ ତାଳଚେର ସ୍ଥିତ ଭଡା ଘରୁ ନଗଦ ୨ଲକ୍ଷ ୮ହଜାର ୭୫୦ ଟଙ୍କା ସହ ୩୩୬ ଗ୍ରାମ ସୁନା ଜବତ ହୋଇଛି । ସେହିପରି ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ର କୁମାର ବେହେରାଙ୍କ ବାସଭବନରୁ ନଗଦ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢଉରୁ ନଗଦ ୨୪ ଲ କ୍ଷ ୨୪ ହଜାର ଟଙ୍କା ସୁନା ଅଳଙ୍କାର ଜବତ ହୋଇଛି । ଏବେ ଜିତେନ୍ଦ୍ରଙ୍କ ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି ।

The post ଟ୍ରାଫିକ୍ ଇନସିପେକ୍ଟରଙ୍କ ପୁଳା ପୁଳା ଟଙ୍କା । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କଲା ଭିଜିଲାନ୍ସ । first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦବୀରେ ବସିନାହୁଁ, ଆମର କେହି କିଛି କ୍ଷତି କରିପାରିବେନି । ଜାଣନ୍ତୁ କାହିଁକି ଏମିତି କହିଲେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ? 

କନକ ବ୍ୟୁରୋ : ରାମମନ୍ଦିରର ପ୍ରତିଷ୍ଠା ପାଇଁ ପୂରା ଦେଶ ଉତ୍ସବମୁଖର । ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଅନେକ ପ୍ରତିଷ୍ଠିତ ଲୋକ ଅଯୋଧ୍ୟା ଆସିବେ । କିନ୍ତୁ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ପୂର୍ବରୁ ମନା କରି ସାରିଛନ୍ତି ଦୁଇ ଶଙ୍କରାଚାର୍ଯ୍ୟ ସ୍ୱାମ୍ବୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଓ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଉଭୟ ସ୍ପଷ୍ଟ ଭାବେ କହିଛନ୍ତି, ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ଶାସ୍ତ୍ରୀୟ ବିଧିର ପାଳନ କରାଯାଉନାହିଁ । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ପ୍ରାଣ ପ୍ରତିଷ୍ଠା କିଏ କରିପାରିବ ଏବଂ କିଏ କରିପାରିବ ନାହିଁ ସେନେଇ ସନାତନ ଧର୍ମରେ ନିୟମ ରହିଛି । ଏହାସତ୍ତେ୍ୱ ମଧ୍ୟ ସନାତନ ଧର୍ମର ଉଲ୍ଲଂଘନ ହେଉଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶଙ୍କରାଚାର୍ଯ୍ୟ କହିଛନ୍ତି ଯେଉଁମାନେ ବ୍ୟାସପୀଠଙ୍କ ସହ ଲାଗନ୍ତି ସେମାନେ ଭାଙ୍ଗି ଚୁରମାର ହୋଇଯାଆନ୍ତି । ହିମାଳୟ ଉପରେ ପ୍ରହାର କଲେ ପ୍ରହାର କରୁଥିବାର ବ୍ୟକ୍ତିର ହିଁ କ୍ଷତି ହୁଏ । ଆମ ସହ ଲାଗିବା ଉଚିତ୍ ନୁହେଁ । ଲକ୍ଷ ଲକ୍ଷ ପରମାଣୁ ବୋମାକୁ କ୍ଷଣିକରେ ଧ୍ୱଂସ କରିବାର କ୍ଷମତା ଆମ ପାଖରେ ରହିଛି । ଆମେ ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦବୀରେ ଅଧିଷ୍ଠିତ ହୋଇନାହୁଁ । ଯାହାଙ୍କର ଏହି ଗାଦି ସେମାନଙ୍କ ଦ୍ୱାରା ପ୍ରେରିତ ହୋଇ ଆମେ ଏହି ପଦବୀରେ ବସିଛୁ । ତେଣୁ ଆମର କେହି କିଛି କ୍ଷତି କରିପାରିବେନି ।

ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହାମଧ୍ୟ କହିଛନ୍ତି, ଯଦି ଆମ ବିରୋଧରେ କିଏ ଚକ୍ରାନ୍ତ କରିବାକୁ ପ୍ରୟାସ କରିବ ସେ ଯେତେ ଶକ୍ତିଶାଳୀ ହେଉ ନା କାହିଁକି ସୁରକ୍ଷିତ ରହିପାରିବନି । ମୁଁ ଜନତାଙ୍କୁ ଉସକାଏ ନାହିଁ କିନ୍ତୁ ଲୋକେ ଆମ କଥାକୁ ଅନୁକରଣ କରନ୍ତି । ଲୋକମତ ଆମ ସାଥୀରେ ଅଛି । ଶାସ୍ତ୍ର ମତ ଓ ସାଧୁ ମତ ମଧ୍ୟ ଆମ ସାଥୀରେ ରହିଛି । ତେଣୁ ଆମକୁ ଦୁର୍ବଳ ଭାବିବାର ଭୁଲ କରନ୍ତୁ ନାହିଁ ।

The post ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦବୀରେ ବସିନାହୁଁ, ଆମର କେହି କିଛି କ୍ଷତି କରିପାରିବେନି । ଜାଣନ୍ତୁ କାହିଁକି ଏମିତି କହିଲେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ?  first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ନକରିବାକୁ ଧମେନ୍ଦ୍ରଙ୍କ ପରାମର୍ଶ । କହିଲେ, ଯିଏ ପ୍ରଭୁ ରାମ ସିଏ ହିଁ ଜଗନ୍ନାଥ ।

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ କାର୍ଯ୍ୟକ୍ରମକୁ ନେଇ ନହେଉ ରାଜନୀତି । ଯିଏ ପ୍ରଭୁ ରାମ ସିଏ ହିଁ ଜଗନ୍ନାଥ । ତେଣୁ କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପାଇଁ ଅକ୍ଷତ ଓ ନିମନ୍ତ୍ରଣ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ବୁଲୁଛି । ଗାଁ ଗାଁରୁ ଗୁଆ ଅରୁଆ ଚାଉଳ ସଂଗ୍ରହ କରାଯାଉଛି । ଏହି ଅର୍ପଣ କାର୍ଯ୍ୟକ୍ରମକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଆଉ ଏତିକି ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । କଟକ ପାଟରାସାହିରେ ଅଯୋଧ୍ୟା ଯିବା ପାଇଁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯିଏ ରାମ ସିଏ ବି ପ୍ରଭୁ ଜଗନ୍ନାଥ, ତେଣୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହେଉଥିବା ଅର୍ପଣ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଅନୁଚିତ୍ ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ନକରିବାକୁ ଧମେନ୍ଦ୍ରଙ୍କ ପରାମର୍ଶ । କହିଲେ, ଯିଏ ପ୍ରଭୁ ରାମ ସିଏ ହିଁ ଜଗନ୍ନାଥ । first appeared on Kanak News.

from Kanak News
via <a href="https://ifttt.com/?

ଏପରି ଏକ ସହର ଯାହା ବର୍ତ୍ତମାନ କେବଳ ମହିଳାମାନଙ୍କ ଦ୍ୱାରା ଶାସିତ ହେଉଛି ।

ଆମେରିକାରେ ସେଣ୍ଟ ପଲ୍ ନାମକ ଏକ ସହର ଅଛି । ଏହା ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛି । ଏଠାରେ ଏକ ପରିଷଦ ଗଠନ କରାଯାଇଛି ଯାହାର ସମସ୍ତ ସଦସ୍ୟମାନେ ମହିଳା ଅଟନ୍ତି । ଆମେରିକାରେ ଏହା ଏକ ରେକର୍ଡ ଭାବରେ ଦେଖାଯାଉଛି । ସେଣ୍ଟ ପଲ୍ ସିଟିର ସମୁଦାୟ ଜନସଂଖ୍ୟା ପ୍ରାୟ ତିନି ଲକ୍ଷ । ଏହା ମିନେସୋଟା ରାଜ୍ୟର ରାଜଧାନୀ ।

ଏହି ସହରର ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଯାଇ ଆପଣ ପାଇବେ ଯେ ସେଠାକାର ସମସ୍ତ କର୍ମଚାରୀ କେବଳ ମହିଳା ତେବେ ଆପଣ ଚକିତ ହେଇଯିବେ । ପୁରୁଷମାନେ ତଥାପି ଅଧିକାଂଶ ଅନୁଷ୍ଠାନ ଏବଂ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଉଥିବା ପରି ମନେହୁଏ । ମହିଳାମାନଙ୍କର ଅଂଶଗ୍ରହଣ ଧୀରେ ଧୀରେ ବୃଦ୍ଧି ପାଉଛି କିନ୍ତୁ ତଥାପି ଏହା ପୁରୁଷଙ୍କ ତୁଳନାରେ ବହୁତ କମ୍ ଅଟେ ।

ଏପରି ପରିସ୍ଥିତିରେ, ଏକ ଆମେରିକୀୟ ସହରର କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କେବଳ ଆପଣ ନୁହଁନ୍ତି, ଆମେରିକାର ସେଣ୍ଟ ପାଲ ସିଟିର ପ୍ରେସିଡେଣ୍ଟ ମିତ୍ର ଜାଲାଲୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆମେରିକାର ମିନେସୋଟାଠାରେ ଏକ ରାଜ୍ୟ ଅଛି । ଏହାର ରାଜଧାନୀ ହେଉଛି ସେଣ୍ଟ୍ ପଲ୍ ସିଟି । ଯାହାର ମୋଟ ଜନସଂଖ୍ୟା ପ୍ରାୟ ତିନି ଲକ୍ଷ ହେବ ।

ଗତକାଲି ସେଣ୍ଟ ମଲ୍ ନଗର ପରିଷଦ ବୈଠକ ପାଇଁ ପ୍ରେସିଡେଣ୍ଟ ମିତ୍ର ଜାଲାଲି ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ ଯେ ସେହି ସଭାର ସମସ୍ତ ସଦସ୍ୟ ମହିଳା ଅଟନ୍ତି ।  ସେ ବହୁତ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହେଇଥିଲେ ।  ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ଉପରେ ନଜର ରଖିଥିବା କିଛି ବିଶେଷଜ୍ଞ କହିଛନ୍ତି ଯେ ସେଣ୍ଟ ପାଲ ଆମେରିକାର ପ୍ରଥମ ସହର ହୋଇପାରିଛି ଯାହାର ନଗର ପରିଷଦ ସଦସ୍ୟମାନେ ସମସ୍ତେ ମହିଳା ।

ସାତ ଜଣଙ୍କ ମଧ୍ୟରୁ ୬ ଜଣ ଅଶ୍ୱେତ

ଏହା ମଧ୍ୟ ଏକ କୌତୁହଳର ବିଷୟ ଯେ ପରିଷଦର ସମସ୍ତ ସାତଜଣ ମହିଳାଙ୍କ ବୟସ ୪୦ ବର୍ଷରୁ କମ୍।  ଆହୁରି ମଧ୍ୟ ସାତଜଣ ମହିଳାଙ୍କ ମଧ୍ୟରୁ ଛ’ ଜଣ ଅଶ୍ୱେତ । ଆମେରିକା ପାଇଁ ଏହା ଏକ ବଡ ସଫଳତା ବୋଲି କୁହାଯାଉଛି କାରଣ  ପ୍ରାୟତଃ ଆମେରିକାକୁ ହ୍ଵାଇଟ ସୁପ୍ରିମାସୀ ବୋଲି ଅଭିହିତ କରାଯାଏ । ୭ ଜଣ ମହିଳାଙ୍କ ମଧ୍ୟରେ ଜଣେ ସିଭିଲ୍ ଇଞ୍ଜିନିୟର ଏବଂ ଅନ୍ୟ ସଦସ୍ୟମାନଙ୍କ ବିଭିନ୍ନ ବୃତ୍ତିରେ ଅଭିଜ୍ଞତା ରହିଛି ।  ଏହିପରି, ଆମେରିକାର ସେଣ୍ଟ୍ ପଲ୍ ସହର ମଧ୍ୟ ଏହାକୁ ବିବିଧତାର ଏକ ସହରର ସଫଳତା ଭାବରେ ଉପସ୍ଥାପନ କରୁଛି ।

କାହିଁକି ଏହାକୁ ଏକ ବଡ କଥା ବୋଲି କୁହାଯାଉଛି ।

ଏହାର ଏକ କାରଣ ହେଉଛି ଆମେରିକାରେ ମ୍ୟୁନିସିପାଲିଟି ଅଧିକାରୀ ଭାବେ ମହିଳାମାନଙ୍କର ପ୍ରତିନିଧିତ୍ୱ ଯେତିକି ହେବା ଉଚିତ୍ ତାହା ପ୍ରାୟ ହେଉ ନାହିଁ । ଅଧିକାଂଶ ନଗର ପରିଷଦ ପୁରୁଷଙ୍କ ଦ୍ୱାରା ଅଧିକୃତ । ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟ ଗୋରା । ଆମେରିକାର କିଛି ବିଶେଷଜ୍ଞ କହିଛନ୍ତି ଯେ ସେଣ୍ଟ ପଲ୍ ସିଟିର ଏହି ସଫଳତା ପ୍ରଥମ । ଏହିପର, ସେଣ୍ଟ ପଲର  ଏହି ବିକାଶକୁ ଏକ ବଡ଼ କଥା ବୋଲି କୁହାଯାଉଛି ।

The post ଏପରି ଏକ ସହର ଯାହା ବର୍ତ୍ତମାନ କେବଳ ମହିଳାମାନଙ୍କ ଦ୍ୱାରା ଶାସିତ ହେଉଛି । first appeared on Kanak News.

from Kanak News
via <a href="https://ifttt.com/?

ଜଟଣୀରୁ ନିର୍ବାଚନ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ବିମାନବନ୍ଦରରେ ମନ୍ମଥଙ୍କୁ ଜୋରଦାର ସ୍ୱାଗତ ।

କନକ ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳିରୁ ଏଥର ନିର୍ବାଚନ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ଏହା ଖୋଦ ଜଟଣୀ ବିଧାୟକ ସୁର ରାଉତରାୟ ଘୋଷଣା କରିଛନ୍ତି । ଚାକିରୀ ଛାଡି ଓଡିଶା ଫେରୁଥିବା ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ କରାଯାଇଛି । ପାରମ୍ପରିକ ବାଜା ସହ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁକ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ବିଧାୟକ ସୁରେଶ ରାଉତ ରାୟ କହିଛନ୍ତି ୨୦୨୪ ନିର୍ବାଚନରେ ଜଟଣି ବିଧାୟକ ପ୍ରାର୍ଥୀ ଭାବେ ପୁଅ ମନ୍ମଥ ରାଉତରାୟ ନିର୍ବାଚନ ଲଢିବେ । କିନ୍ତୁ କେଉଁ ଦଳର ମନ୍ମଥ ଲଢିବେ ତାହା ସ୍ପଷ୍ଟ କରି ନାହାନ୍ତି । ଏହା ପରେ ମନ୍ମଥ ରାଉତରାଉୟଙ୍କୁ ବିଶାଳ ଶୋଭାଯାତ୍ରା କରି ଜଟଣୀକୁ ପାଛୋଟି ନିଆଯାଇଛି ।

The post ଜଟଣୀରୁ ନିର୍ବାଚନ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ବିମାନବନ୍ଦରରେ ମନ୍ମଥଙ୍କୁ ଜୋରଦାର ସ୍ୱାଗତ । first appeared on Kanak News.

from Kanak News
via <a href="https://ifttt.com/?

 ମହିଳା ପୋଲିସ ଏଏସଆଇଙ୍କୁ ଆକ୍ରମଣ । ଆକ୍ରମଣକାରୀ ୨ କର୍ପୋରେଟର ଅଟକ ।

କନକ ବ୍ୟୁରୋ: ପୋଲିସ ଏଏସଆଇଙ୍କୁ ଆକ୍ରମଣ କରି କର୍ପୋରେଟର ଅଟକ । ଭୁବନେଶ୍ୱର ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର ଜୀବନ ରାଉତ ଅଟକ ଅଛନ୍ତି । ମଞ୍ଚେଶ୍ୱର ଥାନା ଏଏସଆଇ ଅଞ୍ଜନା ବରାଳଙ୍କୁ ଅକ୍ରମଣ ନେଇ ଅଭିଯୋଗ ହୋଇଛି । ୨ ଜଣ କର୍ପୋରେଟର ଆକ୍ରମଣ କରିଥିବା ବେଳେ ଜଣେ ଫେରାର ଅଛନ୍ତି । ମଂଚେଶ୍ୱର ଅଂଚଳରେ ରାସ୍ତାକାମକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଜୀବନ ରାଉତଙ୍କ ବିରୋଧରେ ପୂର୍ବରୁ ସହିଦନଗର ଥାନାରେ ରହିଛି ସଙ୍ଗୀନ ମାମଲା ।

The post  ମହିଳା ପୋଲିସ ଏଏସଆଇଙ୍କୁ ଆକ୍ରମଣ । ଆକ୍ରମଣକାରୀ ୨ କର୍ପୋରେଟର ଅଟକ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started