ଦାରିଦ୍ରତା ଭିତରେ ପାକିିସ୍ତାନକୁ ଦେଖାଗଲା ଆଶାର କିରଣ । ଏହି ସଂସ୍ଥା ଦେଲା ୭୦ କୋଟି ଡଲାରର ଚେକ୍

କନକ ବ୍ୟୁରୋ : ଦାରିଦ୍ର ସହ ଲଢୁଥିବା ପାକିସ୍ତାନକୁ ଏବେ ଆଶାର ଆଲୋକ ମିଳିଛି । ୭୦୦ ମିଲିୟନ ଡଲାର ମୂଲ୍ୟର ବେଲଆଉଟ୍ ପାଣ୍ଠିର ଚେକକୁ ଅନୁମୋଦନ ମିଳିଛି । ଯାହା ଆମ ପଡୋଶୀ ଦେଶ ପାକିସ୍ଥାନ ପାଇଁ ଅର୍ଥନୀତିରେ ସାହାୟକ ହେବ । ନଗଦ ସମସ୍ୟା ସହ ସଂଘର୍ଷ କରୁଥିବା ଏହି ଦେଶ ଏବେ ଏହି ପାଣ୍ଠି ଗ୍ରହଣ କରିଛି ଯେଉଁ ସମୟରେ କି ନିର୍ବାଚନ ହେବାକୁ ଯାଉଛି । ଏହି ସହାୟତା ପାକିସ୍ତାନବାସୀଙ୍କୁ କିଛି ପରିମାଣର ସହାୟତା କରିପାରେ ବୋଲି ଅନୁମାନ କରାଯାଇଛି ।

ଏକ ଖବର କାଗଜ ସୂଚନା ଅନୁସାରେ, ପାକିସ୍ଥାନର ଅର୍ଥ ମନ୍ତ୍ରଣାଳୟ କହିଛି କି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର କାର୍ଯ୍ୟନିର୍ବାହୀ ବୋର୍ଡ ସହିତ ପ୍ରଥମ ସମୀକ୍ଷା ଶେଷ ହୋଇଛି । ଅର୍ଥନୈତିକକ ସଂସ୍କାର କାର୍ଯ୍ୟକ୍ରମର ପ୍ରଥମ ସମୀକ୍ଷା ଶେଷ କରିବା ପରେ, ଆଇଏମଏଫ୍ ବର୍ତ୍ତମାନର ୩ ବିଲିୟନ ଆମେରିକୀୟ ଡଲାରର ବେଲଆଉଟ୍ ପ୍ୟାକେଜ ଅଧୀନରେ ୭୦ କୋଟି ଆମେରିକୀୟ ଡଲାର ଋଣକୁ ମଞ୍ଜୁରୀ ପ୍ରଦାନ କରିଛି ।

ୱାଶିଂଟନ୍ ସ୍ଥିତ ଆଇଏମଏଫ୍ ଏକ ମିଶନ ଅଧୀନରେ ଜୁଲାଇରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ପାକିସ୍ଥାନର ଆର୍ଥିକ ପ୍ରଦର୍ଶନର ସମୀକ୍ଷା କରୁଥିଲା । ଏହାର ତୁରନ୍ତ ପରେ ଆଇଏମଏଫ୍ ୭୦୦ ମିଲିୟନ ଆମେରିକୀୟ ଡଲାରର ବିତରଣକୁ ଅନୁମୋଦନ କରି ଷ୍ଟାଣ୍ଡ-ବାଇ ବ୍ୟବସ୍ଥା ଅନୁସାରେ ମୋଟ ବିତରଣରୁ ୧.୯ ବିଲିୟନ ଡଲାରକୁ ନେଇଥିଲା । ଜୁଲାଇ ୨୦୨୩ରେ ଆଇଏମଏଫ୍ ୧.୨ ବିଲିୟନ ଆମେରିକୀୟ ଡଲାରର ପାରମ୍ଭିକ କିସ୍ତି ଦେଇଥିଲା । ଅନ୍ୟ ଦୁଇଟି କିସ୍ତି ସମୀକ୍ଷା ପରେ ପ୍ରକାଶ ପାଇବ । ସେଥିମଧ୍ୟରୁ ପ୍ରଥମଟି ଶେଷ ହୋଇସାରିଛି ଏବଂ ଦ୍ୱିତୀୟଟି ବହୁତ ଶୀଘ୍ର ଶେଷ ହେବ ବୋଲି କୁହାଯାଉଛି ।

ଋଣରେ ବୁଡିରହିଥିବା ପାକିସ୍ଥାନକୁ ଆଇଏମଏଫ୍ ଲୋନ ଯୋଗାଇବା ପାଇଁ ଜୁନ୍ ୨୦୨୩ରେ ପାକିସ୍ଥାନ ସହିତ ୯ ମାସର ୩ ବିଲିୟନ ଆମେରିକୀୟ ଡଲାର ଆର୍ଥିକ ବ୍ୟବସ୍ଥା ଉପରେ ସ୍ୱାକ୍ଷର କରିଥିଲା । ଏହା ପରେ ୨୦୨୩ ନଭେମ୍ବର ରେ ଷ୍ଟାଣ୍ଡ ବାଏ ଆରେଞ୍ଜମେଣ୍ଟ ଅଧୀନରେ ପ୍ରଥମ ସମୀକ୍ଷା ବିଷୟରେ ଆଇଏମଏଫ୍ କର୍ମଚାରୀ ଏବଂ ପାକିସ୍ଥାନୀ ଅଧୀକାରୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା ।

କିଛି ବର୍ଷ ହେଲାଣି ପାକିସ୍ଥାନର ଅର୍ଥବ୍ୟବସ୍ଥାର ସ୍ଥିତି ବହୁତ ଖରାପ ରହିଛି । ଯାହାଫଳରେ ଏହି ଦେଶର ଗରିବ ଲୋକମାନେ ଅନେକ ଚାପରେ ରହୁଛନ୍ତି ।

The post ଦାରିଦ୍ରତା ଭିତରେ ପାକିିସ୍ତାନକୁ ଦେଖାଗଲା ଆଶାର କିରଣ । ଏହି ସଂସ୍ଥା ଦେଲା ୭୦ କୋଟି ଡଲାରର ଚେକ୍ first appeared on Kanak News.

from Kanak News
via <a href="https://ifttt.com/?

ଇମ୍ରାନଙ୍କ ବିରୋଧରେ ‘ପାକିସ୍ତାନ’ ? ତାଙ୍କ ଦଳର ନେତାଙ୍କୁ କରାଯାଉଛି ହତ୍ୟା ।

ପାକିସ୍ତାନରେ ହେବାକୁ ଥିବା ନିର୍ବାଚନରେ ​​ପାକିସ୍ତାନ ପ୍ରଶାସନ ଇମ୍ରାନ ଖାନଙ୍କ ଦଳ ତେହେରିକ-ଇ-ଇନସାଫ ବିରୋଧରେ ଏକରକମର ଠିଆ ହୋଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ଇମ୍ରାନ ଖାନଙ୍କ ଦଳର ନେତା ତଥା ବ୍ୟବସାୟୀ ଶାହ ଖାଲିଦଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଦିନକୁ ଦିନ ରାଜନୈତିକ ହତ୍ୟା ବୃଦ୍ଧି ପାଉଛି । ଏଥିସହିତ ଇମ୍ରାନ ଖାନ ଏବଂ ତାଙ୍କ ଦଳ ବିରୋଧରେ ପାକିସ୍ତାନ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଠିଆ ହୋଇଥିବା ଜଣାପଡିଛି।  ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି । ଏହା ବ୍ୟତୀତ ଇମ୍ରାନ ଖାନଙ୍କ ଦଳର ପୂର୍ବତନ ସାଂସଦଙ୍କୁ  ବିପକ୍ଷ ଦଳର କର୍ମୀମାନେ ହାଇକୋର୍ଟରେ ପ୍ରବଳ ମାଡ଼ ମାରିଥିଲେ ।

ଇମ୍ରାନ ଖାନଙ୍କ ଦଳର ପ୍ରାର୍ଥୀଙ୍କୁ ହତ୍ୟା ପାକିସ୍ତାନରେ ହେବାକୁ ଥିବା ନିର୍ବାଚନରେ ​​ପାକିସ୍ତାନ ପ୍ରଶାସନ ଇମ୍ରାନ ଖାନଙ୍କ ଦଳ ତେହେରିକ-ଇ-ଇନସାଫ ବିରୋଧରେ ଏକପାଖିଆ ଠିଆ ହୋଇଥିବା ଜଣାପଡିଛି । ଗତ କିଛିଦିନ ତଳେ ଇମ୍ରାନ ଖାନଙ୍କ ଦଳର ନେତା ତଥା ବ୍ୟବସାୟୀ ଶାହ ଖାଲିଦଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେ ଛୋଟା ଲାହୋରର ବାସିନ୍ଦା ଥିଲେ । ଆକ୍ରମଣକାରୀମାନେ ଏକ ମୋଟରସାଇକେଲରେ ଆସି ଖାଲିଦଙ୍କ ଉପରକୁ ଗୁଳି ଚଳାଇଥିଲେ ।

କୌତୁହଳର ବିଷୟ ବ୍ୟକ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ହେତୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ଏବଂ ପୋଲିସ ସେମାନଙ୍କ ଏଫଆଇଆରରେ ମଧ୍ୟ ସମାନ କଥା କହିଛି । ଯଦି ଏହି ହତ୍ୟା ବ୍ୟକ୍ତିଗତ ଶତ୍ରୁତା ହେତୁ ହୋଇଥଲା, ତେବେ ସେହି ଶତ୍ରୁ କିଏ ଏବଂ ଆକ୍ରମଣକାରୀ କିଏ ? ଏ ସମ୍ପର୍କରେ ପୋଲିସ ସମ୍ପୂର୍ଣ୍ଣ ନିରବ ରହିଛି ।

ପ୍ରାର୍ଥୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା

ଦ୍ୱିତୀୟ ମାମଲାରେ ଅଜଣା ଆକ୍ରମଣକାରୀମାନେ ଅନ୍ୟ ଏକ ରାଜନୈତିକ ଦଳର ପ୍ରାର୍ଥୀ ଜାମିଆତ୍ ଉଲେମା-ଇ-ଇସଲାମେନଙ୍କ ପ୍ରାର୍ଥୀ କାରୀ ମହର ଉଲାବଙ୍କୁ ଟାର୍ଗେଟ କରିଥିଲେ । କ୍ୱେଟା ବାଲୁଚିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ନିର୍ବାଚନମଣ୍ଡଳୀ PB 45 ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଉପରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ। କାରୀ ମହର ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ | ଅଜ୍ଞାତ ଆକ୍ରମଣକାରୀମାନେ ଆଖିବୁଜା ଗୁଳି ଚଳାଇ ଫେରାର ହେଇ ଯାଇଥିଲେ ।

ଇମ୍ରାନ ଖାନଙ୍କ ଦଳର ପୂର୍ବତନ ସାଂସଦଙ୍କୁ ପ୍ରବଳ ମାଡ

ତୃତୀୟ ମାମଲାରେ ଇମ୍ରାନ ଖାନଙ୍କ ଦଳର ପୂର୍ବତନ ସାଂସଦ ଫଜଲ ମହମ୍ମଦ ଖାନଙ୍କୁ ପେଶୱାର ହାଇକୋର୍ଟରେ ଅନ୍ୟ ଏକ ରାଜନୈତିକ ଦଳର କର୍ମୀ ତଥା ଅଧିକାରୀ ଆୱାମୀ ନ୍ୟାସନାଲ ପାର୍ଟିର ଅଧିକାରୀମାନେ ପ୍ରବଳ ମାଡ ମାରିଥିଲେ। ନ୍ୟାସନାଲ ପାର୍ଟିର ଆସୁଥିବା ପ୍ରାଦେଶିକ ରାଷ୍ଟ୍ରପତିଙ୍କ ବିରୋଧରେ ଫାସଲ ମହମ୍ମଦ ଖାନ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯାହା ଆଧାରରେ ହାଇକୋର୍ଟ ଆୱାମୀ ନ୍ୟାସନାଲ ପାର୍ଟିର ନେତାଙ୍କୁ ଡକାଇଥିଲେ । ଏଥିରେ ରାଗିଯାଇ ଆୱାମୀ ନ୍ୟାସନାଲ ପାର୍ଟି କର୍ମୀମାନେ ନିଜେ ଇମ୍ରାନ ଖାନଙ୍କ ପାର୍ଟିରୁ ସାଂସଦଙ୍କୁ କୋର୍ଟ ପରିସରରେ ମାଡ଼ ମାରିଥିଲେ ଏବଂ ପୋଲିସ ଏହି ଘଟଣାରେ ନୀରବ ଦର୍ଶକ ହୋଇ ରହିଥିଲା ।

ଆକ୍ରମଣକାରୀଙ୍କୁ ପୋଲିସ ଅଟକାଇ ନଥିଲା

ଏପରିକି ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ମଧ୍ୟ କହିଥିଲେ ଯେ ଶାନ୍ତି ସ୍ଥାପନ ନହେବା ପର୍ଯ୍ୟନ୍ତ ସେ ଏହି ମାମଲାର ଶୁଣାଣି କରିବେ ନାହିଁ । ଏହା ସତ୍ତ୍ୱେ ପୋଲିସ ଆକ୍ରମଣକାରୀଙ୍କୁ ଅଟକାଇ ନଥିଲା । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଇମ୍ରାନ ଖାନଙ୍କ ଦଳ ବିରୋଧରେ ପାକିସ୍ତାନ ପ୍ରଶାସନ ସିଧାସଳଖ ଗୋଟିଏ ପାର୍ଶ୍ୱରେ ଛିଡା ହୋଇଛି ।

The post ଇମ୍ରାନଙ୍କ ବିରୋଧରେ ‘ପାକିସ୍ତାନ’ ? ତାଙ୍କ ଦଳର ନେତାଙ୍କୁ କରାଯାଉଛି ହତ୍ୟା । first appeared on Kanak News.

from Kanak News
via <a href="https://ifttt.com/?

‘ହୁତି’ ବିଦ୍ରୋହୀମାନେ କଲେ ଯୁଦ୍ଧ ଘୋଷଣା । କହିଲେ, ଆମେରିକା ସହ କରିବୁ ହିସାବ ବରାବର, ବଢିଲା ସାଉଦି ଅରବର ଚିନ୍ତା

କନକ ବ୍ୟୁରୋ : ଆମେରିକା ଓ ବ୍ରିଟେନର ସେନା ମିଳିତ ଭାବେ ୟମନରେ ଥିବା ହୁତି ବିଦ୍ରୋହୀଙ୍କ ଠିକଣା ଉପରେ ଚଢାଉ ଆରମ୍ଭ କରିଦେଇଛନ୍ତି । ଏହାପରେ ହୁତି ବିଦ୍ରୋହୀମାନେ ଆମେରିକା ଓ ବ୍ରିଟେନକୁ ଚେତାବନୀ ଦେଇ କହିଛନ୍ତି କି, ଏଭଳି ଆକ୍ରମଣ ପାଇଁ ଉଭୟ ଦେଶର ସେନାକୁ ଅନୁତାପ କରିବାକୁ ପଡିବ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ସ୍ପଷ୍ଟ କରିଦେଇଛନ୍ତି କି, ଏହି ଆକ୍ରମଣ ହୁତି ବିଦ୍ରୋହୀଙ୍କୁ ଜବାବ ଦେବାକୁ କରାଯାଉଛି । ଆମେରିକାର ଲାଲ ସାଗର ଦେଇ ଯାଉଥିବା ଜାହାଜକୁ ଟାର୍ଗେଟ କରୁଥିବାରୁ ହୁତି ବିଦ୍ରୋହୀଙ୍କ ଉପରେ ଏହା ପ୍ରତି ଜବାବ ବୋଲି ବାଇଡେନ କହିଛନ୍ତି ।

ଆମେରିକା ଓ ବ୍ରିଟେନ ସେନାର ଆକ୍ରମଣ ପରେ ହୁତି ବିଦ୍ରୋହୀମାନେ ଯୁଦ୍ଧ ଘୋଷଣା କରିଛନ୍ତି । ଏହାସହ ସେମାନେ ମଧ୍ୟ ଉଭୟ ଦେଶର ସେନା ଉପରେ ପ୍ରତି ଆକ୍ରମଣ କରୁଛନ୍ତି । ଶୁକ୍ରବାର ଦିନ ହୁତିର ଉପ-ବିଦେଶମନ୍ତ୍ରୀ ହୁସେନ ଅଲ-ଏଜି କହିଛନ୍ତି କି, ୟମନ ଉପରେ ଯେଭଳି ଭାବେ ଆମେରିକା ଓ ବ୍ରିଟେନ ଆକ୍ରମଣ ଜାରି ରଖିଛନ୍ତି ଏହାର କଡା ଜବାବ ଦେବୁ । ହୁତି ବିଦ୍ରୋହୀଙ୍କ ଅଧିକାରୀ କହିଛନ୍ତି କି, ଆମେରିକା ଓ ବ୍ରିଟେନର ସେନା ହୁତି ବିଦ୍ରୋହୀଙ୍କ ଠିକଣା ଉପରେ ବଡ ଧରଣର ଆକ୍ରମଣ ଚଳାଇଛନ୍ତି । ଯାହାର ଉପଯୁକ୍ତ ଜବାବ ଦିଆଯିବ । ସେପଟେ ସାଉଦି ଅରବ ଏହି ମାମଲାରେ ସଂଜମତା ରକ୍ଷା କରିବାକୁ ଉଭୟ ଦେଶକୁ ପରାମର୍ଶ ଦେଇଛି ।

ଆମେରିକା ସେଣ୍ଟ୍ରାଲ କମାଣ୍ଡର ସୂଚନା ମୁତାବକ ଗୁରୁବାର ରାତିରେ ବ୍ରିଟେନ ସେନା ଓ ଆମେରିକା ସେନା ମିଳିତ ଭାବେ ହୁତି ବିଦ୍ରୋହୀଙ୍କ ବିଭିନ୍ନ ଠିକଣା ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ହୁତି ବିଦ୍ରୋହୀଙ୍କ ରାଡାର ସିଷ୍ଟମ, ଏୟାର ଡିଫେନ୍ସ ସିଷ୍ଟମ, ଓ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ନଷ୍ଟ କରାଯାଇଛି । ଆମେରିକା ଦାବି କରିଛି କି, ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଗତବର୍ଷ ଅକ୍ଟୋବର ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ଲାଲ ସାଗରର ଅର୍ନ୍ତରାଷ୍ଟ୍ରୀୟ ସମୁଦ୍ର ମାର୍ଗରେ ୨୭ ଟି ଜାହାଜ ଉପରେ ଆକ୍ରମଣ କରିଛନ୍ତି ।

କେବଳ ସେତିକି ନୁହେଁ ଆମେରିକା ସ୍ପଷ୍ଟ କରିଛି ଯେ, ଯଦି ହୁତି ବିଦ୍ରୋହୀମାନେ ଲାଲ ସାଗରରେ ଜାହାଜ ଉପରେ ଆକ୍ରମଣ ଜାରି ରଖିବେ ତେବେ ହୁତି ବିଦ୍ରୋହୀଙ୍କୁ ସମାପ୍ତ କରିଦିଆଯିବ ।

The post ‘ହୁତି’ ବିଦ୍ରୋହୀମାନେ କଲେ ଯୁଦ୍ଧ ଘୋଷଣା । କହିଲେ, ଆମେରିକା ସହ କରିବୁ ହିସାବ ବରାବର, ବଢିଲା ସାଉଦି ଅରବର ଚିନ୍ତା first appeared on Kanak News.

from Kanak News
via <a href="https://ifttt.com/?

ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ । କହିଲେ , ଖୋଲାରେ ବୁଲୁଛନ୍ତି ହତ୍ୟାକାରୀ, ତଳତଳିଆଙ୍କୁ ବାନ୍ଧୁଛି ପୋଲିସ ।

କନକ ବ୍ୟୁରୋ: ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହତ୍ୟାକାରୀ ଖୋଲାରେ ବୁଲୁଥିବା ସଭାମଞ୍ଚରୁ କହିଛନ୍ତି ଧର୍ମେନ୍ଦ୍ର । ସରକାର ଦୁର୍ନୀତିରେ ବୁଡିଥିବା କହି ସମାଲୋଚନା କରିଛନ୍ତି । ତଳତଳିଆ ବାବୁଙ୍କୁ ବାନ୍ଧୁଥିବା ବେଳେ ବଡ଼ବଡ଼ିଆଙ୍କୁ ଛାଡ଼ିଦେଉଥିବା ଅଭିଯୋଗ କରିଛନ୍ତି । ଏହାସହ ଯୁବ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟରେ ଅନେକ ଶିଶୁ ଅପପୁଷ୍ଟିର ଶିକାର, ରକ୍ତହୀନତାରେ ମହିଳା ଶିକାର, ଚିକିତ୍ସାଳୟ ଅଛି ଡାକ୍ତର ନାହାଁନ୍ତି ଅଭିଯୋଗ ଆଣି ସଭାମଞ୍ଚରୁ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ମାହାଙ୍ଗାର କୁଳମଣି ପରିଡା ହତ୍ୟାକାଣ୍ଡର ଉଦାହରଣ ଦେଇ ଖୋଲା ଆକାଶ ତଳେ ଶାସକ ଦଳର ୧୨ଜଣ ବିଧାୟକ ବୁଲୁଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ବିଏସକେୱାଇ ପରିବର୍ତ୍ତେ ଆୟୁଷ୍ମାନ ଯୋଜନା ଲାଗୁ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

The post ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ । କହିଲେ , ଖୋଲାରେ ବୁଲୁଛନ୍ତି ହତ୍ୟାକାରୀ, ତଳତଳିଆଙ୍କୁ ବାନ୍ଧୁଛି ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ବିଜେଡିକୁ ଆଶ୍ୱସ୍ତି : ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ ।

କନକ ବ୍ୟୁରୋ: ବିଜୁ ଜନତା ଦଳକୁ ଆଶ୍ୱସ୍ତି । ଓଡିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ ଶଙ୍ଖ ଚିହ୍ନକୁ ବ୍ୟବହାର କରୁଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ଏବଂ ଓଡିଶା ହାଇକୋର୍ଟରେ ଅପିଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶା ସରକାର ବିଭିନ୍ନ ଜନମଂଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ବିଜେଡିର ଦଳୀୟ ଚିହ୍ନ, ଶଂଖ ଚିହ୍ନକୁ ବ୍ୟବହାର କରୁଥିବା ଅଭିଯୋଗ ଆଣି ଦିଲ୍ଳୀ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ବିଜେପି ନେତା ଯତୀନ ମହାନ୍ତି । ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନ. ଆମ ଓଡିଶା ନବୀନ ଓଡିଶା ଭଳି ବିଭିନ୍ନ ଯୋଜନା ପାଇଁ ଦିଆଯାଉଥିବା ବିଜ୍ଞାପନରେ ଶଂଖ ଚିହ୍ନକୁ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଆସୁଛନ୍ତି ବିରୋଧୀ । ଏହା ସମ୍ବିଧାନର ଉଲଂଘନ ବୋଲି ବିରୋଧୀ କହି ଆସୁଛନ୍ତି । କିନ୍ତୁ ଶାସକ ଦଳ ବିଜଡି ଓ ରାଜ୍ୟ ସରକାର ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି ।

The post ବିଜେଡିକୁ ଆଶ୍ୱସ୍ତି : ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀର ମଣ୍ଡିରେ ଚାଲିଛି ମିଲର୍ସଙ୍କ ରାଜୁତି । ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଉ ନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ ।

କନକ ବ୍ୟୁରୋ: ଧାନ ମଣ୍ଡିରେ ଉଠୁନି ଚାଷୀଙ୍କ ଧାନ । ମିଲର୍ସଙ୍କ ମନ ଇଛାରେ ଚାଲିଛି ସରକାରୀ ମଣ୍ଡି । ଆଉ ସବୁ ଜାଣି ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି । ଚାଷୀ ପରଶ୍ରମ କରି ଚାଷ କରିଥାଏ , କିନ୍ତୁ ମଣ୍ଡିରେ ମିଲର୍ସ ଓ କିଛି କର୍ମଚରୀଙ୍କ ମନମାନୀ ଯୋଗୁଁ ବଲାଙ୍ଗୀର ଚାଷୀ ଶୋଷଣର ଶିକାର ହେଉଛନ୍ତି । ବଲାଙ୍ଗିରରେ ବିଭିନ୍ନ ପ୍ୟାକ୍ସରେ ଶହଶହ ବସ୍ତା ଧାନ ପଡି ରହିଛି । ଟାର୍ଗେଟ ସରିଗଲା ବୋଲି ମିଲର୍ସ ଧାନ ଉଠାଉ ନଥିବା ଅଭିଯୋଗ ହୋଇଛି ।

The post ବଲାଙ୍ଗୀର ମଣ୍ଡିରେ ଚାଲିଛି ମିଲର୍ସଙ୍କ ରାଜୁତି । ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଉ ନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଅଫିସର ରାଜ୍ ଚାଲିଛି କହି ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଉଠିଲା ବିଡିଓ ବଦଳି ପ୍ରସଙ୍ଗ । 

କନକ ବ୍ୟୁରୋ: ବାଲେଶ୍ୱର ବାଲିଆପାଳ ବିଡିଓ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ବିଡିଓଙ୍କୁ ବଦଳି କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ଜିଲ୍ଲାପାଳ ପାଳନ କରିନଥିବା ପ୍ରେସମିଟ୍ କରି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିସହ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ନବଜ୍ୟୋତି  ପଟ୍ଟନାୟକ  ।

ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ନିର୍ବାଚିତ ପ୍ରତିନିଧିଙ୍କୁ ଦୁର୍ବବ୍ୟବହାର ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଧାରଣାରେ ବସିଛନ୍ତି । ଡିସେମ୍ବର ୨୦ ତାରିଖରେ ବିଡିଓଙ୍କ ବଦଳି କରିବା ଦାବିରେ ଜନପ୍ରତିନିଧିମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ସେହି ସମୟରେ ଉପଜିଲ୍ଲାପାଳ ଅନଶନ ସ୍ଥାନରେ ଆସି ୫ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବିଡିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁ୍ଷ୍ଠାନ ନିଆଯାଇନଥିବାରୁ ପୁଣି ୮ ତାରିଖରୁ ସଂଘର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ପୁଣି ଥରେ ଅନଶନରେ ବସିଛନ୍ତି । ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ନିର୍ବାଚିତ ଜନପ୍ରତିନିଧି କହିଛନ୍ତି ।

The post ରାଜ୍ୟରେ ଅଫିସର ରାଜ୍ ଚାଲିଛି କହି ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଉଠିଲା ବିଡିଓ ବଦଳି ପ୍ରସଙ୍ଗ ।  first appeared on Kanak News.

from Kanak News
via <a href="https://ifttt.com/?

ସିମୁଳିଆ ବିଡିିଓଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ସଂପର୍କୀୟ ଆଣିଲେ ହତ୍ୟା ଅଭିଯୋଗ । କହିଲେ ଚାନ୍ଦା ପାଇଁ ଚାପରେ ଥିଲେ ।

କନକ ବ୍ୟୁରୋ: ସିମଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର । ତାଙ୍କୁ କିଏ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ତାଙ୍କ ମାମୁଁ ଅଭୟ କୁମାର ଦାସ ଅଭିଯୋଗ ଆଣିଛନ୍ତି । କହିଛନ୍ତି ବିଶ୍ୱରଞ୍ଜନ ଭଳି ଦୃଢ ମାନସିକ ବ୍ୟକ୍ତି କେବେ ଆତ୍ମହତ୍ୟା କରିନଥିବେ । ବିଶ୍ୱରଞ୍ଜନଙ୍କ ମୃତ୍ୟୁ ପଛରେ ଷଡ ଯନ୍ତ୍ର ରହିଛି । ଏହାର ଉନ୍ମୋଚନ ହେବା ଦରକାର ବୋଲି ବିଶ୍ୱରଞ୍ଜନଙ୍କ ମାମୁଁ ଦାବି କରିଛନ୍ତି । କିଛି ଦିନ ତଳେ କିଛି ଠିକାଦାର ବିଲ ପାଇଁ ଆସି ଗଣ୍ଡଗୋଳ କରିଥିଲେ । ଏହାଛଡା କିଛି ରାଜନୈତିକ ବ୍ୟକ୍ତି ମଧ୍ୟ ତାଙ୍କୁ ନିର୍ବାଚନ ଚାନ୍ଦା ଦେବାକୁ ଚାପ ପକାଉଥିଲେ ବୋଲି ଅଭିଯୋଗ କରିଛନ୍ତି ଅଭୟ କୁମାର ଦାସ । ତେଣୁ ବିଡିଓ ବିଶ୍ୱରଞ୍ଜନଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଛି, ନହେଲେ ଆତ୍ମହତ୍ୟା କରିବା ପାଇଁ ତାଙ୍କୁ କିଏ ବାଧ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ ।

ଶୋକାକୂଳ ପରିବେଶରେ ସରିଛି ସିମୁଳିଆ ବିଡିଓଙ୍କ ଶେଷକୃତ୍ୟ । ପରିବାର ପ୍ରିୟଜନଙ୍କ ଉପସ୍ଥିତିରେ ଗାଁ ମଶାଣିରେ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ସଂସ୍କାର ହୋଇଛି । ବିଡିଓଙ୍କ ଶେଷକୃତ୍ୟ ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବିଡିଓଙ୍କ ପତ୍ନୀ ନିବେଦିତା ରାଉତ । କହିଛନ୍ତି, ସ୍ୱାମୀ ବିଡିଓ ଥିଲେ, ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ନାହିଁ କୌଣସି ପ୍ରଶାସନିକ ଅଧିକାରୀ । ପୂର୍ବରୁ ବିଡିଓଙ୍କ ବାପା ଦେଇଥିବା ପ୍ରତିକ୍ରିୟା ମଧ୍ୟ ସନ୍ଦେହ ସୃଷ୍ଟି କରିଥିଲା । ପୁଅକୁ ଛୁଟି ମିଳୁନଥିଲା, ସେ ମାନସିକ ଚାପରେ ଥିଲେ ବୋଲି କହିଥିଲେ କହିଛନ୍ତି ।

The post ସିମୁଳିଆ ବିଡିିଓଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ସଂପର୍କୀୟ ଆଣିଲେ ହତ୍ୟା ଅଭିଯୋଗ । କହିଲେ ଚାନ୍ଦା ପାଇଁ ଚାପରେ ଥିଲେ । first appeared on Kanak News.

from Kanak News
via <a href="https://ifttt.com/?

ଆସିବ ୟୁନିଅନ ବଜେଟ- ଜାଣନ୍ତୁ କାହିଁକି ଫେବୃୟାରି ୧ କୁ ଘୁଂଚା ଗଲା ବଜେଟ ଉପସ୍ଥାପନ ତାରିଖ

କନକ ବ୍ୟୁରୋ : ଫେବୃୟାରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଉପସ୍ଥାପନ କରିବାକୁ ଯାଉଛନ୍ତି ୨୦୨୪ ଆର୍ଥିକ ବର୍ଷର କାମଚଳା ବଜେଟ । କାମଚଳା ବଜେଟ ହୋଇଥିବାରୁ ଚଳିତ ଥର କିଛି ଜରୁରୀ ଘୋଷଣା ହେବା ଭଳି ଆକଳନ କରାଯାଉ ନାହିଁ । ୨୦୨୪ ସାଧାରଣ ନିର୍ବାଚନ ପରେ ଏପ୍ରିଲ ଶେଷରେ ସମ୍ପୁର୍ଣ୍ଣ ବଜେଟ ଆସିବ ।

ହେଲେ ଗତ କିଛି ବର୍ଷ ଧରି ବଜେଟ ଉପସ୍ଥାପନ ଫେବୃୟାରୀ ପ୍ରାରମ୍ଭରେ କାରାଯାଉଛି ଯାହାକି ଆଗରୁ ଏହି ମାସର ଶେଷ ଭାଗରେ କରାଯାଉଥିଲା । ହେଲେ ଏହା ପଛର କାରଣ କଣ ରହିଛି ଅନେକ ଜାଣି ନଥାଇ ପାରନ୍ତି । ପ୍ରଥମ ଥର ପାଇଁ ୨୦୧୭ ରେ ବଜେଟ ଉପସ୍ଥାପନ କରିବା ତାରିଖରେ ପରିବର୍ତ୍ତନ କରାଯାଇଥିଲା । ତକ୍ରାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୭ ର କାମ ଚଳା ବଜେଟ ପଢିବା ବେଳେ ଆଗକୁ ସର୍ବଦା ଫେବୃୟାରୀ ପ୍ରଥମରେ ହିଁ ବଜେଟ ଉପସ୍ଥାପନ କରାଯିବା ନେଇ ଘୋଷଣା କରିଥିଲେ ।

କଣ ରହିଛି କାରଣ
ପ୍ରକୃତରେ ଫେବୃୟାରୀ ଶେଷରେ ବଜେଟ ଉସ୍ଥାପନା କରିବା ପ୍ରଥା ବ୍ରିଟିଶ ଉପନିବେଶବାଦର ଏକ ଅଂଶ ଥିଲା । ଏହି ନିୟମ କାହିଁ କେଉଁ କାଳରୁ ଭାରତରେ ଚାଲି ଆସୁଥିଲା । ଭାରତ ବର୍ତ୍ତମାନ ସ୍ୱାଧୀନ ତଥା ନିଜ ଶାସନ ସୁଚାରୁ ରୂପେ ସମ୍ଭାଳୁଛି । ଏଣୁ ଏହି ବ୍ରିଟିଶ ଛାପକୁ ଛଡାଇବା ପାଇଁ ବଜେଟ ଉପସ୍ଥାପନର ତାରିଖ ପରିବର୍ତନ କରାଯାଇଥିଲା । ବ୍ରିଟିଶ ଶାସନରୁ ମୁକ୍ତି ତ ମିଳିଲାଣି ହେଲେ ଆମ ଚାରି ପାଖେ ଅନେକ କିଛି ଏମିତି ବ୍ୟବସ୍ଥା ରହିଛି ଯାହାକି ବ୍ରିଟିଶ ଶାସନର ମନେ ପକାଇଦିଏ । ସ୍ୱତନ୍ତ୍ର ଭାରତ ନିଜ ନିୟମ ଲାଗୁ କରିବା ଉଚିତ ଓ ଏଥି ପାଇଁ ଆଗରୁ ଭିନ୍ନ ଭିନ୍ନ ଭାବେ ଉପସ୍ଥାପନ କରାଯାଉଥିବା ରେଳ ବଜେଟକୁ ମଧ୍ୟ ଅରୁଣ ଜେଟଲୀ ସାଧାରଣ ବଜେଟ ସହ ମିଶାଇ ଦେଇଥିଲେ ।

ବଜେଟ ଉପସ୍ଥାପନର ସମୟ ସଂଧ୍ୟ୍ୟା ୫ ଟା ରହିଛି ଏହା ମଧ୍ୟ ବ୍ରିଟିଶର ଅବଦାନ , ଯାହାକୁ ପରିବର୍ତନ କରିବା ପାଇଁ ଜେଟଲୀ ଚାହିଁଥିଲେ ହେଲେ ଏପର୍ଯ୍ୟନ୍ତ ତାହା ପରିବର୍ତନ କରାଯାଇ ନାହିଁ । ଆଗରୁ ୧୯୯୯ ମସିହା ଅଟଳ ବିହାରୀ ବାଜପେୟୀଙ୍କର ଏନ.ଡି.ଏ ସରକାର ସମୟରେ ତକ୍ରାଳୀନ ଅର୍ଥ ମନ୍ତ୍ରୀ ୟଶବନ୍ତ ସିଂ ମଧ୍ୟ ଉପସ୍ଥାପନା ସମୟ ସଂଧ୍ୟ୍ୟା୫ ଟା ପରିବର୍ତେ ସକାଳ ୧୧ଟା କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହାକୁ ନେଇ ଚର୍ଚ୍ଚା ହୋଇଥିଲେ ହେଁ କିଛି ପରିବର୍ତନ ହୋଇ ନଥିଲା ।

The post ଆସିବ ୟୁନିଅନ ବଜେଟ- ଜାଣନ୍ତୁ କାହିଁକି ଫେବୃୟାରି ୧ କୁ ଘୁଂଚା ଗଲା ବଜେଟ ଉପସ୍ଥାପନ ତାରିଖ first appeared on Kanak News.

from Kanak News
via <a href="https://ifttt.com/?

ଲାକ୍ଷାଦ୍ୱୀପ ଯିବା ପାଇଁ କରୁଛନ୍ତି କି ଯୋଜନା? ଜାଣିନିଅନ୍ତୁ ଜରୁରୀ ସୂଚନା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରାଧରେ ଆପତ୍ତିଜନକ ମନ୍ତବ୍ୟର ପ୍ରଭାବ ମାଲଦ୍ୱୀପର ପର୍ଯ୍ୟଟନ ଉପରେ ସ୍ପଷ୍ଟ ଦେଖିବା ପାଇଁ ମିଳିଛି । ଏହି ସମୟରେ ଭାରତର ଲାକ୍ଷାଦ୍ୱୀପ ଚର୍ଚ୍ଚାରେ ଆସିଛି । ଏବଂ ଗୋଟିଏ ପଟେ ସୋସିଆଲ ମିଡିଆରେ ଏବେ ବୟକୋଟ ମାଲଦ୍ୱୀପ ଟ୍ରେଣ୍ଡ କରୁଛି । ଏଥିସହିତ ଲାକ୍ଷାଦ୍ୱୀପ ମଧ୍ୟ ଏହାର ବିକଳ୍ପ ଭାବରେ ଦେଖାଯାଉଛି   । ଏବେ ପ୍ରଶ୍ନ ହେଉଛି ଲାକ୍ଷାଦ୍ୱୀପ ଯିବାକୁ ଚାହୁଁଥିବା ପର୍ଯ୍ୟଟକମାନେ କିପରି ଭାବରେ ସେଠାରେ ଯାଇ ପହଁଚିପାରିବେ ଓ ସେଠାକୁ ଯିବା ପାଇଁ ତାଙ୍କୁ କେଉଁ କେଉଁ ସର୍ତ୍ତସବୁ ପୂରଣ କରିବା ପାଇଁ ପଡିବ ।

ଭାରତର ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ଭିତରୁ ଲାକ୍ଷାଦ୍ୱୀପ ୩୫ଟି ଦ୍ୱୀପର ସମାହାର । ପଶ୍ଚିମରେ ଆରବ ସାଗର ଏବଂ ପୂର୍ବରେ ଲାକ୍ଷାଦ୍ୱୀପ ସାଗର ପାଇଁ ଏକ ସାମୁଦ୍ରିକ ସୀମା ଭାବରେ କାର୍ଯ୍ୟ କରେ । ବିଶେଷ କଥା ହେଉଛି ଲୋକମାନେ ଏଠାରେ ଥିବା ସମସ୍ତ ଦ୍ୱୀପପୁଞ୍ଜରେ ରୁହନ୍ତି ନାହିଁ ଏବଂ କିଛି ଦ୍ୱୀପପୁଞ୍ଜ ହିଁ ଜନବହୁଳ । ଏବଂ ପର୍ଯ୍ୟଟକମାନେ କେବଳ ସୀମିତ ଦ୍ୱୀପ ପରିର୍ଦଶନ କରିବା ପାଇଁ ଅନୁମତି ପାଇପାରିବେ ।

ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଚାହୁଁଥିବା ପର୍ଯ୍ୟଟକମାନେ ଏଠାରେ ଅନୁମତି ପାଇପାରିବେ । କୌଣସି ବି ବ୍ୟକ୍ତି ଯିଏ ଦ୍ୱୀପର ବାସିନ୍ଦା ନୁହଁନ୍ତି, ତାଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ହେଲେ ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବା ପାଇଁ ପଡିବ । କାରଣ ସେଠାରେ ରହୁଥିବା ଆଦିବାସୀମାନଙ୍କ ସୁରକ୍ଷା ଉପରେ ଏହା ଏକ ବଡ ପ୍ରସଙ୍ଗ ।

ଲାକ୍ଷାଦ୍ୱୀପକୁ ପ୍ରବେଶ କରିବାକୁ ହେଲେ ଦୁଇଟି ଉପାୟରେ ଆବେଦନ କରାଯାଇପାରିବ, ଅନଲାଇନ୍ ଓ ଅଫଲାଇନ୍ । ଲାକ୍ଷାଦ୍ୱୀପ ପର୍ଯ୍ୟଟନର ଅଫିସିଆଲ୍ ୱେବସାଇଟକୁ ଯାଇ ଆପଣ ଅନଲାଇନରେ ଅନୁମତି ପ୍ରକ୍ରିୟା ଆରମ୍ଭ କରିପାରିବେ । ଆପଣଙ୍କର ଆବଶ୍ୟକତା ଡକ୍ୟୁମେଣ୍ଟ ଅପଲୋଡ୍ କରିବା ପରେ, ସୂଚନା ପ୍ରବେଶ କରିବେ ଏବଂ ଦେୟ ପ୍ରଦାନ କରିବା ପରେ, ଆପଣ ଯାତ୍ରା କରିବାର ୧୫ ଦିନ ପୂର୍ବରୁ ଇ-ମେଲ୍ ମାଧ୍ୟମରେ ଅନୁମତି ଗ୍ରହଣ କରିପାରିବେ ।

ଯଦିଆପଣ ଏହାକୁ ଅଫଲାଇନରେ ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜ ଜିଲ୍ଲାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିବ । ସେଠାରୁ ଏକ ଫର୍ମ ଅଣିବେ ଓ ଆବଶ୍ୟକ ସୂଚନା ପ୍ରଦାନ କରି ସେହି ଫର୍ମକୁ ପୁଣି ଦାଖଲ କରିବା ପାଇଁ ପଡିବ ।

ସାଧାରଣ ଅନୁମତିର ସମୟ ୩୦ ଦିନ, କିନ୍ତୁ ବିଶେଷ ପରିସ୍ଥିତିରେ ଏହାର ବୃଦ୍ଧି କରାଯାଇପାରେ । ଏବଂ ପ୍ରତ୍ୟେକ ଆବେଦନକାରୀଙ୍କୁ ଅନୁମତି ପାଇଁ ୫୦ ଟଙ୍କା ଦେବାକୁ ପଡିବ । ଏବଂ ୧୨ ରୁ ୧୮ ବର୍ଷର ପିଲାମାନଙ୍କ ହେରିଟେଜ ଦେୟ ୧୦୦ ଟଙ୍କା । ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ୨୦୦ ଟଙ୍କା ।

ଅନୁମତି ପାଇଁ ଏକ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଆଧାର କାର୍ଡ, ଭୋଟର କାର୍ଡ, ଟ୍ରାଭେଲ ଟିକେଟ୍, ପରିଚୟ ପତ୍ର ଦେଖାଇବା ପାଇଁ ପଡିବ । ଏହା ବ୍ୟତୀତ ପର୍ଯ୍ୟଟକମାନେ କେଉଁ ହୋଟେଲରେ କିମ୍ବା କେଉଁ ରିସୋର୍ଟରେ ରହିବେ ତାହାର ମଧ୍ୟ ସୂଚନା ଦେବାକୁ ପଡିବ ।

The post ଲାକ୍ଷାଦ୍ୱୀପ ଯିବା ପାଇଁ କରୁଛନ୍ତି କି ଯୋଜନା? ଜାଣିନିଅନ୍ତୁ ଜରୁରୀ ସୂଚନା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started