ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ମୁତୟନ ହୋଇଛନ୍ତି ୪୪ ପ୍ଲାଟୁନ ଫୋର୍ସ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୧୨ ତାରିଖରୁ ୧୫ ତାରିଖ ଓ ୧୬ରୁ ୧୭ତାରିଖ ଦୁଇଟି ପର୍ଯ୍ୟାୟରେ ହୋଇଛି ସୁରକ୍ଷା ବ୍ୟବସ୍ଥା । ସାରା ସହରରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜାନୁଆରୀ ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ୟ୍ୟ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ୟ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ୟ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଚୂଡ଼ାନ୍ତ ମୋହର ମାରିଛି ।

ନିଷ୍ପତ୍ତିି ଅନୁଯାୟୀ, ଜାନୁଆରୀ ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ର୍କାକେଡ୍ ସିଧାସଳଖ ଆସି ଦୋଳବେଦି କୋଣରେ ରହିବ । ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ । ପରେ ନିମନ୍ତ୍ରିତ ଅତିଥି ପରିକ୍ରମା ପ୍ରକଳ୍ପର ଅନ୍ତଃ ପ୍ରଦକ୍ଷିଣ କରିବେ ।

ଶୁକ୍ରବାର ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ବ୍ରାହ୍ମଣବରଣ, ଗୁଆଟେକା ଆଦି ନୀତି ସଂପନ୍ନ ପରେ ପୂଜା କାର୍ୟ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞବେଦୀ ପ୍ରସ୍ତୁତି ଶେଷ ହୋଇଛି । ବେଦପାଠ ପାଇଁ ଚାରିଦ୍ୱାରେ ବେଦମଣ୍ଡପ ତିଆରି ହୋଇଛି ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ମୁତୟନ ହୋଇଛନ୍ତି ୪୪ ପ୍ଲାଟୁନ ଫୋର୍ସ । first appeared on Kanak News.

from Kanak News
via <a href="https://ifttt.com/?

ରାସନ ଚାଉଳ ନମିଳିବାରୁ ଅର୍ପଣ ରଥକୁ ଅଟକାଇଲେ ହିତାଧିକାରୀ । କହିଲେ ୭ ମାସ ହେଲା ମିଳିନି ଚାଉଳ ।

କନକ ବ୍ୟୁରୋ: ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କଲେ ଗ୍ରାମବାସୀ । କଟକ ଜିଲ୍ଲା ନରସିଂହପୁର ନିକଟ ନୂଆପାଟଣା ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରାସନ ସାମଗ୍ରୀ ମିଳିନଥିବାରୁ ଲୋକେ ଅର୍ପଣ ରଥକୁ ଅଟକ ରଖିଛନ୍ତି ।

ଦୀର୍ଘ ୭ ମାସ ହେଲା ଲୋକଙ୍କୁ ସରକାର ଯୋଗାଉଥିବା ଚାଉଳ ମିଳିନଥିବା ଅଭିଯୋଗ ହୋଇଛି । ରାସନକାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳକୁ ଡିଲର ହେରଫେର କରିଥିବା କୁହାଯାଉଛି । ଏନେଇ ବାରମ୍ବାର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ଫଳ ମିଳିନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ । ଆଜି ଅର୍ପଣ ରଥ ସହ ନରସିଂହପୁର ବିଡିଓ ନୂଆପାଟଣା ପଞ୍ଚାୟତ ପହଞ୍ଚିବା ପରେ ରଥକୁ ଅଟକ ରଖିଛନ୍ତି ହିତାଧିକାରୀ । ୭ ମାସ ହେଲା ଚାଉଳ କାହିଁକି ମିଳୁନାହିଁ ବୋଲି ଅଭିଯୋଗ ଆଣିବା ସହ ଅର୍ପଣ ରଥକୁ ଅଟକାଇ ଦେଇଛନ୍ତି ଲୋକେ ।

The post ରାସନ ଚାଉଳ ନମିଳିବାରୁ ଅର୍ପଣ ରଥକୁ ଅଟକାଇଲେ ହିତାଧିକାରୀ । କହିଲେ ୭ ମାସ ହେଲା ମିଳିନି ଚାଉଳ । first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ଘାସିରାମଙ୍କ କାହାଣୀ । ଶିକ୍ଷକତାରୁ ମାଓ ନେତା ପୁଣି ଏବେ ଲେଉଟାଣି । ସମାଜସେବାକୁ କରିଛନ୍ତି ଜୀବନର ବ୍ରତ ।

କନକ ବ୍ୟୁରୋ: ଶିକ୍ଷକତା କରିବା ସମୟରେ ଅନ୍ୟାୟ. ଅବିଚାର ଦେଖି ମାଓ ସଙ୍ଗଠନରେ ଯୋଗ ଦେଲେ । ହେଲେ ଲାଲଗଡର କିଛି ଘଟଣା ତାଙ୍କୁ ଏଭଳି ବ୍ୟଥିତ କରିଥିଲା ଯେ ଦୁର୍ଦ୍ଦାନ୍ତ ମାଓନେତାରୁ ପୁଣି ଫେରିଆସିଲେ । ଏବେ ସମାଜସେବୀ ପାଲଟିଛନ୍ତି ଗଜପତି ଘାସିରାମ ମାଝୀ ।

ଗଜପତି ଜିଲ୍ଲା ଗୁଡାରୀ ବ୍ଲକ କଲରାଘାଟି ପଞ୍ଚାୟତର ଖଡିକାପଦର ଗାଁ ଘାସିରାମ ମାଝୀ ପ୍ରଥମେ ଶିକ୍ଷକ ଚାକିରୀ କରୁଥିଲେ । ହେଲେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟକୁ ନେଇ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ । ଆନ୍ଧ୍ରର ନାଗାବଳୀ ଡିଭିଜନ, ଓଡିଶାର ବଂଶଧାରା ଡିଭିଜନ ପକ୍ଷରୁ ହୋଇଥିବା ବିଭିନ୍ନ ହିଂସାକାଣ୍ଡରେ ଘାସିରାମ ସାମିଲ ହୋଇଛି । ହେଲେ ଇନଫର୍ମର ନାଁରେ ନୀରିହ ଲୋକଙ୍କୁ ହତ୍ୟା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକୁ ବିରୋଧ କରି ୨୦୦୯ ମସିହାରେ ଆତ୍ମ ସମର୍ପଣ କରିଥିଲେ ଘାସିରାମ ମାଝୀ । ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସେ ଲୋକଙ୍କ ସେବା କରି ସମାଜସେବୀ ପାଲଟିଯାଇଛନ୍ତି ।

The post ଚର୍ଚ୍ଚାରେ ଘାସିରାମଙ୍କ କାହାଣୀ । ଶିକ୍ଷକତାରୁ ମାଓ ନେତା ପୁଣି ଏବେ ଲେଉଟାଣି । ସମାଜସେବାକୁ କରିଛନ୍ତି ଜୀବନର ବ୍ରତ । first appeared on Kanak News.

from Kanak News
via <a href="https://ifttt.com/?

ଶୋକାକୂଳ ପରିବେଶରେ ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ଶେଷ । ସ୍ତ୍ରୀ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ ।

କନକ ବ୍ୟୁରୋ: ଶୋକାକୂଳ ପରିବେଶରେ ସରିଛି ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ । ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଗାଁ ମଶାଣିରେ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ସଂସ୍କାର ହୋଇଛି । ବିଡିଓଙ୍କ ଶେଷକୃତ୍ୟ ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବିଡିଓଙ୍କ ପତ୍ନୀ ନିବେଦିତା ରାଉତ । କହିଛନ୍ତି, ସ୍ୱାମୀ ତାଙ୍କର ବିଡିଓ ଥିଲେ, କିନ୍ତୁ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ନାହିଁ କୌଣସି ପ୍ରଶାସନିକ ଅଧିକାରୀ ।

ପୂର୍ବରୁ ବିଡିଓଙ୍କ ବାପା ଦେଇଥିବା ପ୍ରତିକ୍ରିୟା ମଧ୍ୟ ସନ୍ଦେହ ସୃଷ୍ଟି କରିଥିଲା । ପୁଅକୁ ଛୁଟି ମିଳୁନଥିବା କହିଥିଲେ ବାପା । ଗତ ବର୍ଷ ଅକ୍ଟୋବର ମାସ ୨୨ ତାରିଖରୁ ସେ ଘରକୁ ଯାଇନଥିଲେ । ତେଣୁ ମାନସିକ ଚାପରେ ରହୁଥିବା ଅଭିଯୋଗ ଅଣିଥିଲେ ବିଶ୍ୱରଂଜନଙ୍କ ବାପା ।

The post ଶୋକାକୂଳ ପରିବେଶରେ ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ଶେଷ । ସ୍ତ୍ରୀ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ।ସକାଳୁ ସକାଳୁ ୨ ମନ୍ତ୍ରୀଙ୍କ ଘରେ ଚଢଉ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ । ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ପ୍ରଥମ ଥର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସକାଳୁ ସକାଳୁ ଇଡି ଅଧିକାରୀ ମମତାଙ୍କ କ୍ୟାବିନେଟର ୨ଜଣ ମନ୍ତ୍ରୀଙ୍କ ବାସଭବନରେ ଚଢାଉ କରିଛି ଇଡି ।

ମହାନଗର ନିଗମ ଦୁର୍ନୀତିକୁ ନେଇ ଏହି ଚଢାଉ ଚାଲିଥିବା ସୂଚନା ମିଳିବା ପରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ସୁଜିତ ବୋଷ ଓ ତାପସ ରୟଙ୍କ ବାସଭବନରେ ଇଡି ଅଧିକାରୀ ଛାନଭିନ କରୁଛନ୍ତି । ଏହାଛଡା ଟିଏମସି ନେତା ସୁବୋଧ ଚକ୍ରବର୍ତିଙ୍କ ବାସଭବନରେ ମଧ୍ୟ ରେଡ ଚାଲିଛି । କିଛି ଦିନ ତଳେ ରାସନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହଜାହାଁ ସେଖଙ୍କ ବାସଭବନରେ ଚଢାଉ ପାଇଁ ପହଂଚିଥିଲେ ଇଡି ଅଧିକାରୀ । ସେହିସମୟରେ ନେତାଙ୍କ ସମର୍ଥକ ତଥା ଗ୍ରାମବାସୀ ଇଡି ଅଧିକାରୀଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଥିଲେ । ତେଣୁ ଆଜି ଚଢାଉ ବେଳେ ସିଏପିଏଫ କର୍ମଚାରୀଙ୍କ ସୁରକ୍ଷାରେ ଚଢାଉ କରୁଛନ୍ତି ଇଡି ଅଧିକାରୀ ।

The post ପଶ୍ଚିମବଙ୍ଗରେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ।ସକାଳୁ ସକାଳୁ ୨ ମନ୍ତ୍ରୀଙ୍କ ଘରେ ଚଢଉ । first appeared on Kanak News.

from Kanak News
via <a href="https://ifttt.com/?

ଶୀତ ଦିନେ ବି ଜଳକଷ୍ଟ । ପାଣି ପାଇଁ ଗଜପତି , ରାୟଗଡରେ ଲୋକେ ଡହଳବିକଳ, କଣାସରେ ପାଣି ଯୋଗୁଁ ଡାଇରିଆ ।

କନକ ବ୍ୟୁରୋ: ସମସ୍ତଙ୍କ ମନରେ ଗୋଟିଏ ଧାରଣା ଥାଏ, ଖରାଦିନେ ଜଳକଷ୍ଟ ଅନୁଭବ ହୁଏ । ପୋଖରୀ ଗାଡିଆ ଶୁଖିଯିବାରୁ ଭୂତଳ ଜଳସ୍ତର କମିଯାଏ । ଉପାନ୍ତ ପାହାଡିଆ ଗାଁରେ ଜଳଯନ୍ତ୍ରଣା ଭୋଗିବାକୁ ପଡେ । ହେଲେ ବର୍ତମାନର ସ୍ଥିତି ଦେଖିଲେ, ଆପଣଙ୍କ ସେ ଧାରଣା ଦୂରେଇ ଯିବ । ନଳକୂପରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନହେବାରୁ ପୋଖରୀ ପାଣି ପିଇ ରୋଗରେ ପଡୁଛନ୍ତି ଉପକୂଳ ଗ୍ରାମବାସୀ । ପାଣି ଯୋଗୁଁ ହଇଜାରେ ରୋଗୀ ମୃତ୍ୟୁ ଖବର ଏଇ ନିକଟରେ ରାଉରକେଲା, କୋରାପୁଟ ଜିଲ୍ଲାରୁ ଆସିଥିଲା । ଆଉ ଏବେ ଆସିଛି ପୁରୀ ଜିଲ୍ଲା କଣାସ ଅଂଚଳରୁ । କଣାସ ବ୍ଲକର ଖଣ୍ଡହତା ଗାଁରେ ଲୋକମାନେ ଗାଁ ପୋଖରୀରୁ ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି । ଯେଉଁଠି ପୁରା ଗାଁର ଗାଇଗୋର ଧୂଆ ହୁଅନ୍ତି, ଗାଁ ଲୋକମଧ୍ୟ ସେଇଠି ଗାଧୁଆପାଧୁଆ ସହ ବାସନ କୁସନ ମାଜନ୍ତି । କେହି କେହି ବାଧ୍ୟ ହୋଇ ସେ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର ମଧ୍ୟ କରିଥାନ୍ତି । ଯାହାର ପରିଣାମ ଏବେ ଭୋଗିବାକୁ ପଡୁଛି ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ । ପୋଖରୀ ପାଣି ବ୍ୟବହାର ଯୋଗୁଁ ଗାଁରେ ହଇଜା ରୋଗ ବ୍ୟାପୁଥିବା ଅଭିଯୋଗ କରିଛନ୍ତି ।

ସେପଟେ ଶୀତ ଦିନେ ବି ଲୋକମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ସଂଗ୍ରହ କରିବା ପାଇଁ ଗୋଟିଏ ନଳକୂପ ପାଖରେ ଭିଡ ଲଗାଉଛନ୍ତି । ହେଲେ ସେହି ନଳକୂପରୁ ବାହାରୁଛି ଗୋଳିଆ ପାଣି । ଯାହାକୁ ଦେଖିଲେ, ସ୍ପଷ୍ଟ ଭାବେ ଜଣାପଡୁଛି, ଏହା ବ୍ୟବହାର ଉପଯୋଗୀ ନୁହେଁ । ତଥାପି ସେହି ପାଣିକୁ ବୋହି ନେବା ପାଇଁ ମହିଳାଙ୍କ ଭିଡ ଲାଗୁଛି । ଶୀତ ଦିନେ ଜଳଯନ୍ତ୍ରଣା ଭୋଗୁଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲକ୍ଷ୍ମୀପୁର କଲୋନୀ ବାସିନ୍ଦା । ଗାଁରେ ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗି ରହିଛି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଏହି କଲୋନୀରେ ୮୦ ପରିବାର ଗୋଳିଆ ପାଣିକୁ ବ୍ୟବହାର କରୁଛନ୍ତି । ୪ ଶହ ଲୋକ ଜଳକଷ୍ଟ ଭୋଗୁଥିବା ବେଳେ ସମାଧାନ ହୋଇପାରୁନାହିଁ ।

ରାୟଗଡ ବ୍ଲକର ଲକ୍ଷ୍ମୀପୁରରେ ମଧ୍ୟ ତଦ୍ରୁପ ଅବସ୍ଥା ୨୦୧୨ ମସିହାରୁ ଗାଁରେ ଏକ ନଳକୂପ ଖୋଳି ମଟର ଯୋଗେ ପାଣି ଉଠାଇ ଟ୍ୟାପ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା । ମାତ୍ର କିଛି ଦିନ ଜଳ ଯୋଗାଣ ପରେ ତାହା ଅଚଳ ହୋଇଯିବାରୁ ପାଣି ପାଇଁ ମହିଳାଙ୍କ ସଂଘର୍ଷ କରିବାକୁ ପଡୁଛି । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇଲେ ବି କେହି ଶୁଣୁନାହାନ୍ତି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଗାଁରେ ଥିବା ଜଳ ସମସ୍ୟାର ସମାଧାନ ହେଉନାହିଁ । ଲୋକମାନେ ଗୋଳିଆ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି । ତେଣୁ ଆଗାମୀ ଦିନରେ ଜଳ ସମସ୍ୟାର ସମାଧାନ କରାନଗଲେ, ଲୋକେ ଆସନ୍ତା ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

The post ଶୀତ ଦିନେ ବି ଜଳକଷ୍ଟ । ପାଣି ପାଇଁ ଗଜପତି , ରାୟଗଡରେ ଲୋକେ ଡହଳବିକଳ, କଣାସରେ ପାଣି ଯୋଗୁଁ ଡାଇରିଆ । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦୀଙ୍କ ୧୧ ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ । ସେୟାର କଲେ ସ୍ୱତନ୍ତ୍ର ଅଡିଓ ବାର୍ତ୍ତା ।

କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ୧୧ ଦିନି ଆ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ଏକ ସ୍ୱତନ୍ତ୍ର ଅଡିଓ ବାର୍ତ୍ତା ସେୟାର କରିଛନ୍ତି ଯେଉଁଥିରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।

ଏହାସହ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ମାତ୍ର ୧୧ ଦିନ ବାକି ରହିଛି । ସେହି ପୂଣ୍ୟ ଅବସରର ସାକ୍ଷୀ ହେଉଥିବାରୁ ନିଜକୁ ସୌଭାଗ୍ୟବାନ ବୋଲି ମୋଦୀ କହିଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାରା ଦେଶର ପ୍ରତିନିଧିତ୍ୱ କରିବାକୁ ଭଗବାନ ସୁଯୋଗ ଦେଇଛନ୍ତି । ତାହାକୁ ଆଖିରେ ରଖି ୧୧ ଦିନର ବିଶେଷ ଅନୁଷ୍ଠାନ ଆୟୋଜନ କରୁଥିବା ପ୍ରଧାନମନ୍ତ୍ରୀ ଟୁଇଟରେ ଲେଖିଛନ୍ତି । ବର୍ତ୍ତମାନ ନିଜ ଭାବନାକୁ ଶବ୍ଦରେ କହିବା ବହୁତ କଷ୍ଟକର, କିନ୍ତୁ ସେ ଏକ ପ୍ରୟାସ କରିଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି ମୋଦୀ ।

The post ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦୀଙ୍କ ୧୧ ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ । ସେୟାର କଲେ ସ୍ୱତନ୍ତ୍ର ଅଡିଓ ବାର୍ତ୍ତା । first appeared on Kanak News.

from Kanak News
via <a href="https://ifttt.com/?

ଜବରଦଖଲ ଉଚ୍ଛେଦ ବେଳେ ବିଷ ପିଇଦେଲେ ମହିଳା । ଖୋଲା ଆକାଶ ତଳେ ଅନେକ ପରିବାର ।

କନକ ବ୍ୟୁରୋ: ଜବରଦଖଲ ଉଚ୍ଛେଦ ବେଳେ ମହିଳା ପିଇଦେଲେ ବିଷ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ତହସିଲ ଅଧୀନସ୍ଥ ଗେଡ଼ମା ପଂଚାୟତ ଜଳସରପୁର ଗ୍ରାମରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିିଥିଲା । ଏହି ସମୟରେ ଜଣେ ଜଣେ ମହିଳା ବିଷ ପିଇ ଗୁରୁତର ହୋଇଛନ୍ତି ।

ରଞ୍ଜନ କୁମାର ଧଳ ନାମକ ଜଣେ ବ୍ୟକ୍ତି ଦୀର୍ଘ ୪୦ ବର୍ଷ ହେଲା ଗାଁରେ ଥିବା ଏକ ସରକାରୀ ଜମିି ଉପରେ ବାସଗୃହ ନିର୍ମାଣ କରି ରହି ଆସୁଥିଲେ । ଏପରିକି ସରକାରଙ୍କ ପକ୍ଷରୁ ସେହି ସ୍ଥାନରେ ଏକ ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ । ସେହି ଗ୍ରାମର ପ୍ରେମଲତା ନାୟକ ନାମକ ଜଣେ ମହିଳା ଏନେଇ ଜବର ଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ପ୍ରଶାସନ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଜବରଦଖଲ ହଟାଇବାକୁ ପ୍ରୟାସ କରାଯାଉଥିଲା । ଏହି ସମୟରେ ରଞ୍ଜନଙ୍କ ପରିବାର ଲୋକେ ବିରୋଧ କରିଥିଲେ । ଏପରିକି ରଞ୍ଜନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ତାଙ୍କ ପତ୍ନୀ ଘର ନଭାଙ୍ଗିବାକୁ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ କିଛି ଶୁଣିନଥିବା ଅଭିଯୋଗ ହୋଇଛି । ଏଥିରେ ମର୍ମାହତ ହୋଇ କନକଲତା ଘରେ ଥିବା କୀଟନାଶକ ପିଇ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ପୁଲିସ ସ୍ଥାନୀୟ ମେଡିକାଲରେ ଭର୍ତି କରାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ମହିଳା ଜଣଙ୍କୁ ଭଦ୍ରକ ମେଡିକାଲୁ ସ୍ଥାନାନ୍ତର କରାଯାଇଛି ।

The post ଜବରଦଖଲ ଉଚ୍ଛେଦ ବେଳେ ବିଷ ପିଇଦେଲେ ମହିଳା । ଖୋଲା ଆକାଶ ତଳେ ଅନେକ ପରିବାର । first appeared on Kanak News.

from Kanak News
via <a href="https://ifttt.com/?

ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ । ସାଧାରଣ ଲୋକଙ୍କୁ ସୁହାଇବା ଭଳି ବଜେଟ ନେଇ ଆଶା ।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଛି । କେନ୍ଦ୍ର ସରକାର ଗୋଟିଏ ପଟେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହାପୂର୍ବରୁ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଆସିବ । ଫେବୃଆରୀ ୧ ତାରିଖରେ ଆସିବ ଏହି ଅନ୍ତରୀଣ ବଜେଟ୍ । ନିର୍ବାଚନକୁ ନଜରରେ ରଖି ସାଧାରଣ ଲୋକଙ୍କୁ ଆକର୍ଷିତ କଲାଭଳିି ବଜେଟ୍ ପ୍ରସ୍ତୁତ କରି ପାରନ୍ତି ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । କୁହାଯାଉଛି ଏହି ବଜେଟ୍ରେ କିଛି ଲୋକଙ୍କୁ ସୁହାଇଲା ଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଏଥର ବଜେଟରେ କିଛି ଘୋଷଣା କରି ପାରନ୍ତି କେନ୍ଦ୍ର ସରକାର । ଆୟକର ସୀମାରେ ବି ପରିବର୍ତ୍ତନ ହୋଇପାରେ ।

The post ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ । ସାଧାରଣ ଲୋକଙ୍କୁ ସୁହାଇବା ଭଳି ବଜେଟ ନେଇ ଆଶା । first appeared on Kanak News.

from Kanak News
via <a href="https://ifttt.com/?

କଣାସ ଖଣ୍ଡହତାରେ ଡାଇରିଆ ଆତଙ୍କ । ଝାଡାବାନ୍ତି ନେଲାଣି ୨ଜଣଙ୍କ ଜୀବନ, ୧୩ ଜଣ ଚିକିତ୍ସାଧୀନ । କାଳ ହେଉଛି ଦୂଷିତ ପାଣି ।

 କନକ ବ୍ୟୁରୋ: ପୁରୀ ଜିଲ୍ଲା କଣାସ ବ୍ଲକ ଖଣ୍ଡହତା ଗାଁରେ ଡାଇରିଆ ଆତଙ୍କ । ଏଥିରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଅଧିକ ଲୋକ ଚିକିତ୍ସାଧିନ ଅଛନ୍ତି । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନଥିବା ବେଳେ ଗାଁ ପୋଖରୀର ଦୂଷିତ ଜଳ ପିଉଛନ୍ତି ଗ୍ରାମବାସୀ । ତେଣୁ ପାଣି ଯୋଗୁଁ ସଂକ୍ରମଣ ବଢ଼ୁଥିବା ଅଶଙ୍କା କରାଯାଉଛି ।

ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବା ବେଳେ ପ୍ରଶାସନର ନଜର ପଡୁନଥିବା ଅଭିଯୋଗ ହୋଇଛି । ଲୋକଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାକୁ ପଡ଼ୁଛି । କାରଣ ଗାଁରେ ନିଯୁକ୍ତି ପାଇଥିବା ଅଶାକର୍ମୀ ମାଗଣା ହଇଜା ମେଡ଼ିସିନ୍ ପଢ଼ିପାରୁନଥିବାରୁ ଲୋକଙ୍କୁ ମେଡ଼ିସିନ୍ ବାଣ୍ଟିିବା ସମ୍ଭବ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।

The post କଣାସ ଖଣ୍ଡହତାରେ ଡାଇରିଆ ଆତଙ୍କ । ଝାଡାବାନ୍ତି ନେଲାଣି ୨ଜଣଙ୍କ ଜୀବନ, ୧୩ ଜଣ ଚିକିତ୍ସାଧୀନ । କାଳ ହେଉଛି ଦୂଷିତ ପାଣି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started