ସମ୍ବଲପୁରରେ ରୋଡ ରୋମିଓଙ୍କ ଉନ୍ମତ୍ତ କାଣ୍ଡ । ରାତିରେ ଫେରୁଥିବା କର୍ମଜୀବୀ ଯୁବତୀଙ୍କୁ ଗୋଲବଜାର ଛକରେ କମେଣ୍ଟ କରି ଗୋଡାଇଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ରୋଡ ରୋମିଓଙ୍କ ଦୌରାତ୍ମ୍ୟ । ରାତିରେ ଘରକୁ ଫେରୁଥିବା ଜଣେ ଯୁବତୀଙ୍କୁ କମେଂଟ ମାରିବା ସହ ଗୋଡାଇଥିଲେ ଦୁର୍ବୃତ । ଭୟରେ ଦୌଡି ପଡିବା ପରେ ତଳେ ପଡି ଗୁରୁତର ହୋଇଛନ୍ତି ଯୁବତୀ । ସମ୍ବଲପୁର ସହରର ବ୍ୟସ୍ତ ବହୁଳ ଛକରେ ଘଟିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ ଗତକାଲି ରାତିରେ ଜଣେ କର୍ମଜୀବୀ ଯୁବତୀ ଘରକୁ ଫେରୁଥିଲେ । ମଲରେ ସେଲସ ଗର୍ଲ ଭାବେ କାମ କରୁଥିବାରୁ ଯୁବତୀ ଫେରିବା ଡେରି ହୋଇଥିଲା ଟାଉନ ଥାନା ଅଂଚଳର ଗୋଲବଜାର ଛକ ନିକଟରେ ବାଇକରେ ଯାଉଥିବା କିଛି ରୋଡ ରୋମିଓ ଯୁବତୀଙ୍କୁ କମେଂଟ କରିଥିଲେ । ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଯୁବତୀଙ୍କୁ ପିଛା କରିଥିଲେ । ରୋଡ ରୋମିଓଙ୍କ ଉତ୍ପାତ ଦେଖି ଡରି ଯାଇଥିଲେ ଯୁବତୀ । କୌଣସି ମତେ ସେଠାରୁ ଖସିଯିବାକୁ ଯୁବତୀ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ଦୌଡି ପଳାଇବା ସମୟରେ ଗୋଡରେ ଗୋଡ ଛନ୍ଦି ହୋଇ ତଳେ ପଡିଯାଇ ଅଚେତ ହୋଇଯାଇଥିଲେ । ଏହି ସମୟରେ ପଛରେ ଅଫିସରୁ ଫେରୁଥିବା ସହକର୍ମୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ

The post ସମ୍ବଲପୁରରେ ରୋଡ ରୋମିଓଙ୍କ ଉନ୍ମତ୍ତ କାଣ୍ଡ । ରାତିରେ ଫେରୁଥିବା କର୍ମଜୀବୀ ଯୁବତୀଙ୍କୁ ଗୋଲବଜାର ଛକରେ କମେଣ୍ଟ କରି ଗୋଡାଇଲେ ଦୁର୍ବୃତ୍ତ । first appeared on Kanak News.

from Kanak News
via <a href="https://ifttt.com/?

ଅନ୍ତିମ ସଂସ୍କାର ପାଇଁ ବାରିପଦାରେ ପହଞ୍ଚିଲା ସିମୁଳିଆ ବିଡିଓଙ୍କ ମୃତଦେହ । ପୁରା ଅଞ୍ଚଳରେ ଶୋକାକୂଳ ପରିବେଶ ।

କନକ ବ୍ୟୁରୋ: ଶୋକାକୂଳ ପରିବେଶ ଭିତରେ ବାରିପଦା ପହଂଚିଛି ସିମୁଳିଆ ବିଡିଓଙ୍କ ମୃତଦେହ । ଅଚାନକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପୋଲିସ ଏହି ଘଟଣାର ଛାନବିନ୍ ଜାରି ରଖିଛି ।

ତେବେ ଆଜି ସଂପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିଡିଓଙ୍କ ଅନ୍ତିମ ସଂସ୍କାର ସଂପନ୍ନ କରାଯିବ । କାଲି ରାତିରେ ବାଲେଶ୍ୱରରେ ବ୍ୟବଚ୍ଛେଦ ଶେଷ ହେବା ପରେ ଆଜି ସକାଳେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏହାପରେ ବାରିପଦା ସ୍ଥିତ ପୈତୃକ ଘରକୁ ତାଙ୍କ ମୃତଦହେକୁ ଅଣାଯାଇଛି ।

ଗତକାଲି ସରକାରୀ ବାସଭବନରୁ ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଥିଲେ ବିଡିଓ । ମାତ୍ର ମାତ୍ର ଦୁଇ ମାସ ତଳେ ବିଡିଓ ଭାବେ ବିଶ୍ୱରଂଜନ ମହାନ୍ତି ସିମୁଳିଆରେ ଯୋଗଦେଇଥିଲେ । ଗତକାଲି ସରକାରୀ ବାସଭବନରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛିି ।

ବିଶ୍ୱରଂଜନ ମହାନ୍ତିଙ୍କ ଘର ବାରିପଦାରେ । ବିଶ୍ୱରଂଜନଙ୍କ ବାପା କହିଛନ୍ତି, ଡିପ୍ରେସନରେ ଥିଲେ ତାଙ୍କ ପୁଅ । ଜିଲ୍ଲାପାଳ ଛୁଟି ଦେଉନଥିଲେ । ଅକ୍ଟୋବର ୨୨ରେ ସେ କାମରେ ଯୋଗ ଦେଇଥିଲେ । ପ୍ରବଳ କାମ ସହ ଛୁଟି ମିଳୁନଥିବାରୁ ପୁଅ ମାନସିକ ଦୁଶ୍ଚିନ୍ତାରେ ଥିଲେ ବିଶ୍ୱରଂଜନଙ୍କ ବାପା ଅଭିଯୋଗ କରିଛନ୍ତି ।

The post ଅନ୍ତିମ ସଂସ୍କାର ପାଇଁ ବାରିପଦାରେ ପହଞ୍ଚିଲା ସିମୁଳିଆ ବିଡିଓଙ୍କ ମୃତଦେହ । ପୁରା ଅଞ୍ଚଳରେ ଶୋକାକୂଳ ପରିବେଶ । first appeared on Kanak News.

from Kanak News
via <a href="https://ifttt.com/?

ଫାରୁକ୍ ଅବଦଚୁଲ୍ଲାଙ୍କୁ ଇଡି ସମନ୍ । କ୍ରିକେଟ ଆସୋସିଏସନର ଅର୍ଥକୁ ସେ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ଆର୍ଥିକ ଅନିୟମିତତା ମାମଲାରେ ଆକ୍ସନ ମୋଡରେ ଇଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଶ୍ରୀନଗର ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ଏହି ମାମଲାର ଚାର୍ଜସିଟରେ ଫାରୁକଙ୍କ ନାମ ରହିଥିଲା । କ୍ରିକେଟ ଆସୋସିଏସନର ଅର୍ଥକୁ ସେ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଆସୋସିଏସନର କିଛି କାର୍ଯ୍ୟକର୍ତ୍ତା ଏବଂ କିଛି ବ୍ୟକ୍ତିଗତ ଲୋକଙ୍କ ବ୍ୟାଙ୍କ ଆକାଉଁଟକୁ ଟଙ୍କା ପଠାଯାଇଥିଲା । ଆର୍ଥିକ କାରବାରରେ ଅନିୟମିତତାକୁ ନେଇ ଏହାର ତଦନ୍ତ କରୁଛି ଇଡି ।

The post ଫାରୁକ୍ ଅବଦଚୁଲ୍ଲାଙ୍କୁ ଇଡି ସମନ୍ । କ୍ରିକେଟ ଆସୋସିଏସନର ଅର୍ଥକୁ ସେ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂଆ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ।  ଗରିବଙ୍କୁ ଦିଆଯାଉଛି ବସ୍ତ୍ର ଓ ଶୀତବସ୍ତ୍ର । 

କନକ ବ୍ୟୁରୋ: ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂଆ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” । ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ସଂଗୃହିତ ନୂଆ ଓ ପୁରୁଣା ବସ୍ତ୍ରଗୁଡିକୁ ଭୁବନେଶ୍ୱର ସ୍ଥିତ ସାଇନ୍ସ ପାର୍କ ବସ୍ତିଠାରେ ବଂଟା ଯାଇଛି  । ଏଠାରେ ୨୦୦ ନୂଆ କମ୍ବଳ, ନୂଆ ଓ ପୁରୁଣା ବସ୍ତ୍ର ବଂଟା ଯାଇଥିଲା  । “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ନଆ ଓ ପୁରୁଣା ବସ୍ତ୍ରଗୁଡିକୁ ଯେଉଁମାନଙ୍କର ବସ୍ତ୍ରର ଅଭାବ ଅଛି ସେହିମାନଙ୍କୁ ଦିଆଯାଇଛି  ।

ବସ୍ତ୍ର ଅଭାବ ଥିବା ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ‘ଉଡ୍ର’ ତରଫରୁ ଏହି ପ୍ରୟାସ କରାଯାଇଛି  । ଯେଉଁମାନଙ୍କ ପାଖରେ ବଳକା ବସ୍ତ୍ର ଅଛି କିମ୍ବା ନୂଆ ବସ୍ତ୍ରଦାନ କରିବାପାଇଁ ଇଚ୍ଛା ଅଛି ସେମାନେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଏହି ଅଭିଯାନରେ ଦେଇପାରିବେ ବୋଲି ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ କହିଛନ୍ତି  । ସେହିଭଳି ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସ ନାୟକ କହିଛନ୍ତି ଏପରି କରିବା ଦ୍ୱାରା ଜଣେ ନିଜ ପୁରୁଣା ବସ୍ତ୍ରକୁ ଏକ ନୂଆ ଜୀବନ ଦେଇପାରିବେ । ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତଙ୍କୁ ସେ ନିବେଦନ କରିଠଛନ୍ତି । ପୂର୍ବବର୍ଷ ୩୦ ହଜାରରୁ ଉର୍ଦ୍ଧ ପୁରୁଣା ଓ ନୂଆ ବସ୍ତ୍ର ବଂଟନ କରାଯାଇଛି  ।

The post ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂଆ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ।  ଗରିବଙ୍କୁ ଦିଆଯାଉଛି ବସ୍ତ୍ର ଓ ଶୀତବସ୍ତ୍ର ।  first appeared on Kanak News.

from Kanak News
via <a href="https://ifttt.com/?

ଥାଲାସେମିଆ ରୋଗୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା କଲେ ରାଜ୍ୟପାଳ ।ଗଞ୍ଜାମ ଗସ୍ତବେଳେ ଅସହାୟଙ୍କ ପରିବାରକୁ ଦେଲେ ସାନ୍ତ୍ୱନା ।

କନକ ବ୍ୟୁରୋ: ଗଞ୍ଜାମ ଗସ୍ତ ବେଳେ ଥାଲାସେମିଆ ରୋଗୀଙ୍କୁ ଭେଟିଲେ ରାଜ୍ୟପାଳ । ରାଜ୍ୟପାଳ ଗଞ୍ଜାମ ଗସ୍ତରେ ଥିବା ବେଳେ ଜଣେ ଥାଲେସେମିଆ ରୋଗୀଙ୍କୁ ଭେଟିଛନ୍ତି । ବାଟରେ ଜଣେ ଥାଲାସେମିଆ ରୋଗୀଙ୍କ ବାପା ରାଜ୍ୟପାଳଙ୍କ କାରକୁ ଅଟକାଇଥିଲେ । ଏହାପରେ ରାଜ୍ୟପାଳ ସମସ୍ତ ସମସ୍ୟା ବୁଝିଥିଲେ ।

ଥାଲାସେମିଆ ରୋଗରେ ପୀଡ଼ିତ ଜଣଙ୍କ ଗଞ୍ଜାମ ଜିଲ୍ଲା ପୁରୁଷୋତମପୁରର ୧୧ ବର୍ଷୀୟ ବାଳକ ତନ୍ମୟ ବେହେରା । ସେ ଏବେ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ଅଧିକ ଆର୍ଥିକ ସହାୟତା ଦରକାର ବୋଲି ତନ୍ମୟଙ୍କ ବାପା ସୁଦର୍ଶନ ବେହେରା ଜଣାଇଥିଲେ । ଏହାପରେ ରାଜ୍ୟପାଳ ୧ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି ।

The post ଥାଲାସେମିଆ ରୋଗୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା କଲେ ରାଜ୍ୟପାଳ ।ଗଞ୍ଜାମ ଗସ୍ତବେଳେ ଅସହାୟଙ୍କ ପରିବାରକୁ ଦେଲେ ସାନ୍ତ୍ୱନା । first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ରେ ଭାରତୀୟ ସେନାରେ ବଡ ପରିବର୍ତ୍ତନ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ସହ ବୈଷୟିକ ଜ୍ଞାନକୌଶଳକୁ ଦିଆଯିବ ଗୁରୁତ୍ୱ ।

କନକ ବ୍ୟୁରୋ: ୨୦୨୪ରେ ଭାରତୀୟ ସେନାରେ ବଡ ପରିବର୍ତ୍ତନ ହୋଇପାରେ । ସ୍ଥଳସେନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ହେବ । ବୈଷୟିକ ଜ୍ଞାନକୌଶଳକୁ ପ୍ରାଧ୍ୟାନ୍ୟ ଦିଆଯିବ ।

ଚୀନ ଓ ପାକିସ୍ତାନ ସହ ଭାରତର ସୀମା ବିବାଦ ଜାରି ଭିତରେ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଉତରସୀମାରେ ସ୍ଥିତି ସ୍ଥି ରହିଛି ତଥାପି କିଛି ସ୍ଥାନ ସମ୍ବେଦନଶୀଳ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବଢ଼ାଯାଇଛି । ସୀମାରେ ଉତେଜନା ହ୍ରାସ ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଉଭୟ ସାମରିକ ଓ କୁଟନୀତିସ୍ତରରେ ପ୍ରୟାସ କରୁଛି ଭାରତ ।ସେପଟେ ଏଲଏସିରେ ଚୀନ ସହ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖି ସ୍ଥଳସେନା ମୁଖ୍ୟ କହିଛନ୍ତି ଭାରତୀୟ ସେନା ଉଚ୍ଚସ୍ତରୀୟ ପ୍ରସ୍ତୁତି ସହ ସକ୍ରିୟ ରହିଛି । ପର୍ଯ୍ୟାପ୍ତ ପରମରିମାଣରେ ସେନାକୁ ମୁତୟନ କରାଯାଇଛି । ଏଥିସହ କାଶ୍ମୀରରେ ଆତଙ୍କବାଦୀ ଘଟଣା ପୂର୍ବ ଅପେକ୍ଷା କମ ରହିଛି । ସୁରକ୍ଷା କଡ଼ାକଡ଼ି କରାଯାଇଛି । କିଛି ବିରୋଧୀ ତତ୍ୱ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି । ସେନା ଅନୁପ୍ରବେଶ ରୋକିବାକୁ ସଫଳ ହେଉଛି ।

The post ୨୦୨୪ ରେ ଭାରତୀୟ ସେନାରେ ବଡ ପରିବର୍ତ୍ତନ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ସହ ବୈଷୟିକ ଜ୍ଞାନକୌଶଳକୁ ଦିଆଯିବ ଗୁରୁତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ମୋହାଲିରେ ଭାରତ ଓ ଆଫଗାନିସ୍ତାନ ଟି-୨୦ ସିରିଜ୍ । ୧୮ ଓଭରରେ ୪ ୱିକେଟ୍ ହରାଇ ବିଜୟୀ ଭାରତ । ୧-୦ରେ ଭାରତ ଆଗୁଆ ।

କନକ ବ୍ୟୁରୋ: ମୋହାଲିର ପିସିଏ ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦଳ ୫ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା । ଜବାବରେ ୧୫୯ ରନ୍ ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୧୮ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଶିବମ ଦୁବେ ଭାରତ ପାଇଁ ଏହି ବିଜୟର ନାୟକ ଥିଲେ । ଏବଂ ସେ ତାଙ୍କ କ୍ୟାରିୟରର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ନିଜର ଶ୍ରେଷ୍ଠ ଟି-୨୦ ଅନ୍ତର୍ଜାତୀୟ ସ୍କୋର ମଧ୍ୟ ଏହି ମ୍ୟାଚରେ କରିଛନ୍ତି ।

ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନଷ୍ପତି ନେଇଥିଲେ । ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ମୁକେଶ କୁମାର ଓ ଶିବମ ଦୁବେ ଚମତ୍କାର ବୋଲିଂ କରିଥିଲେ । ଟିମ୍ ଇଣ୍ଡିଆରୁ ଇନିଂସକୁ ସମସ୍ତେ ଅପେକ୍ଷା କରିଥିଲେ, କାରଣ ରୋହିତ ଶର୍ମାଙ୍କୁ ୧୪ ମାସ ପରେ ଟି-୨୦ ଫର୍ମାଟରେ ଖେଳିବାର ସୁଯୋଗ ମିଳିଛି । ବିଶ୍ୱକପ୍ ରେ ରୋହିତ ଯେଉଁଭଳି ଜବରଦସ୍ତ ଆରମ୍ଭ କରିଥିଲେ, ରୋହିତ ଏଠାରେ ସେଭଳି କିଛି ରନ୍ କରିବେ ବୋଲି ଆଶା କରାଯାଉଥିଲା । ରୋହିତ କିନ୍ତୁ ଦ୍ୱିତୀୟ ବଲରେ ରନ୍ ଆଉଟ୍ ହୋଇଥିଲେ । ଦ୍ରୁତ ଇନିଂସ ପରେ ଗିଲ ୨୩ ରନ, ତିଲକ ବର୍ମା ୨୬ ରନ୍ କରି ଆଉଟ୍ ହୋଇଥିଲେ । ଏହି ସମୟରେ ଶିବମ ଦୁବେ ମଧ୍ୟ ଭାଗରେ ଆସି ଇନିଂସକୁ ଆଗକୁ ବଢ଼ାଇଥିଲେ । ଆଉ ସହଯୋଗ କରିଥିଲେ ଜିତେଶ ଶର୍ମା । ଜିତେଶ ମାତ୍ର ୨୦ ବଲ୍ ରେ ୩୧ ରନ୍ କରି ଦଳକୁ ୧୦୦ ରନ୍ ପାର କରାଇଥିଲେ । ଏହାପରେ ଶିବମ୍ ଅପରାଜିତ ୬୦ ଓ ରିଙ୍କୁ ସିଂ ଅପରାଜିତ ୧୬ ରନ୍ କରି ଦଳକୁ ବିଜୟ ୀ କରାଇଥିଲେ । ଶିବମ୍ ୨୦୧୯ ପରେ ପ୍ରଥମ ଥର ପାଇଁ ଏହି ଫର୍ମାଟରେ ଅର୍ଦ୍ଧଶତକ ହାସଲ କରିଥିଲେ ।

The post ମୋହାଲିରେ ଭାରତ ଓ ଆଫଗାନିସ୍ତାନ ଟି-୨୦ ସିରିଜ୍ । ୧୮ ଓଭରରେ ୪ ୱିକେଟ୍ ହରାଇ ବିଜୟୀ ଭାରତ । ୧-୦ରେ ଭାରତ ଆଗୁଆ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଲୋକାର୍ପିତ ହେବ ଭାରତର ଦୀର୍ଘତମ ସମୁଦ୍ର ପୋଲ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଅଟଳ ସେତୁ । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ଦେଶର ଦୀର୍ଘତମ ସାମୁଦ୍ରିକ ସେତୁ ବା ପୋଲ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ ବା ଅଟଳ ସେତୁର ଆଜି ଉଦଘାଟନ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଉଦଘାଟନ କରିବେ । ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ ।

ଏହି ପୋଲ ଦ୍ୱାରା ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଂଟାରୁ ପ୍ରାୟ ୨୦ ମିନିଟକୁ ହ୍ରାସ ପାଇବ । ଅର୍ଥାତ୍ ଏହି ସେତୁ ଉଦଘାଟନ ପରେ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇରେ ପହଂଚିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ । ଶନିବାରଠାରୁ ଏହି ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ଜନସାଧାରଣଙ୍କ ପାଇଁ ଏହି ପୋଲ ଖୋଲିବା ଦ୍ୱାରା ପ୍ରତ୍ୟେକ ଗାଡି ପ୍ରାୟ ୩୦୦ ଟଙ୍କାର ଇନ୍ଧନ ସଞ୍ଚୟ କରିବ ।

୨୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ସେତୁ ତିଆରି ହୋଇଛି । ଅଟଳ ସେତୁରେ ଦୈନିକ ୭୦ ହଜାର ଯାନବାହନ ଚଳାଚଳ କରିବାର କ୍ଷମତା ରଖିଛି । ଏହାଦ୍ୱାରା କେବଳ ଯାତ୍ରୀଙ୍କ ଯାତ୍ରା ଦୂରତା ଓ ସମୟ କମିବ ନାହିଁ ବରଂ ସାମୁଦ୍ରିକ ସେତୁ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି ।

The post ଆଜି ଲୋକାର୍ପିତ ହେବ ଭାରତର ଦୀର୍ଘତମ ସମୁଦ୍ର ପୋଲ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଅଟଳ ସେତୁ । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଜ୍ୟୋତିଷଙ୍କ ନାଁରେ ବଡ ଠକେଇ । ପାରିବାରିକ କଳହ ସମାଧାନ କରିବାକୁ କହି ଲବଙ୍ଗ ଖୁଆଇ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଲଟିବା ସହ ଦୁଷ୍କର୍ମ ଅଭିଯୋଗ ।

କନକ ବ୍ୟୁରୋ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଠକ ଜ୍ୟୋତିଷ ଗିରଫ । ଅଭିଯୁକ୍ତ ନିଳାମ୍ବର ପାଣିକୁ ଭଦ୍ରକରୁ ଉଠାଇ ଆଣିଲା କମିଶନରେଟ୍ ପୁଲିସ । ନିଜକୁ ଇଂଜିନିୟର କହି, ଫେସବୁକ୍ରେ ଭିଡିଓ କରି ମହିଳାମାନଙ୍କୁ କରୁଥିଲା ଟାର୍ଗେଟ୍ । ପାରିବାରିକ ଶାନ୍ତି ଫେରାଇ ଆଣିବାର ବିଜ୍ଞାପନ ଦେଇ ମହିଳାଙ୍କ ଇଜତ ସହ ଖେଳ ଖେଳୁଥିଲା ଏହି ଲୁଟେରା ଜ୍ୟୋତିଷ ।

ସୋସିଆଲ ମିଡିଆରେ ଜଣେ ସଂମ୍ଭାନ୍ତ ଶ୍ରେଣୀର ମହିଳାଙ୍କ ସହ ଯୋଡ଼ି ହୋଇଥିଲା ନିଳାମ୍ବର ପାଣି । ପାରିବାରିକ ସମସ୍ୟାର ସମାଧାନ କହି ମହିଳାଙ୍କ ଘରେ ପହଂଚି ଲବମ୍ବ ଖୁଆଇ ଲୁଟି ନେଇଥିଲା ଲକ୍ଷାଧିକ ଟଙ୍କା । ହାତରେ ପଥରର ମୁଦି, ଆଉ ଗ୍ରହ ପୂଜା ନାଁରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ । ନିଳାମ୍ବର ନାଁରେ ଅଭିଯୋଗ ହେବା ପରେ ଭଦ୍ରକରୁ ଉଠାଇ ଆଣି ଭୁବନେଶ୍ୱରରେ ଜେରା କରୁଛି କମିଶନରେଟ୍ ପୁଲିସ । ଏକାଧିକ ମହିଳାଙ୍କୁ ନିଳାମ୍ବର ଠକିଥାଇ ପାରେ ବୋଲି କୁହାଯାଉଛି । ଅଭିଯୁକ୍ତକୁ ପଚରାଉଚରା କରାଗଲେ, ଅଧିକ ଠକେଇ ହୋଇଥିବା ଲୋକଙ୍କ ସଂଖ୍ୟା ପଦାକୁ ଆସିବ ।

The post ଜ୍ୟୋତିଷଙ୍କ ନାଁରେ ବଡ ଠକେଇ । ପାରିବାରିକ କଳହ ସମାଧାନ କରିବାକୁ କହି ଲବଙ୍ଗ ଖୁଆଇ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଲଟିବା ସହ ଦୁଷ୍କର୍ମ ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଆଜିଠୁ ପୂଜାବିଧି , ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ ଓ ଅଙ୍କୁରରୋପଣ କାର୍ଯ୍ୟକ୍ରମ ।

କନକ ବ୍ୟୁରୋ: ଜାନୁଆରୀ ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ଯ୍ୟ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଚୂଡ଼ାନ୍ତ ମୋହର ମାରିଛି ।

ନିଷ୍ପତ୍ତିି ଅନୁଯାୟୀ, ଜାନୁଆରୀ ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ର୍କାକେଡ୍ ସିଧାସଳଖ ଆସି ଦୋଳବେଦି କୋଣରେ ରହିବ । ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ । ପରେ ନିମନ୍ତ୍ରିତ ଅତିଥି ପରିକ୍ରମା ପ୍ରକଳ୍ପର ଅନ୍ତଃ ପ୍ରଦକ୍ଷିଣ କରିବେ ।

ଶୁକ୍ରବାର ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ବ୍ରାହ୍ମଣବରଣ, ଗୁଆଟେକା ଆଦି ନୀତି ସଂପନ୍ନ ପରେ ପୂଜା କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞବେଦୀ ପ୍ରସ୍ତୁତି ଶେଷ ହୋଇଛି । ବେଦପାଠ ପାଇଁ ଚାରିଦ୍ୱାରେ ବେଦମଣ୍ଡପ ତିଆରି ହୋଇଛି ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଆଜିଠୁ ପୂଜାବିଧି , ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ ଓ ଅଙ୍କୁରରୋପଣ କାର୍ଯ୍ୟକ୍ରମ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started