ପ୍ରଭୁ ଶ୍ରୀରାମଙ୍କ ପାଇଁ ବୁଣାକାରଙ୍କ ନୈବେଦ୍ୟ । ପ୍ରଭୁଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରି ରାମ ସେତୁ ଶାଢୀ ପଠାଇଛନ୍ତି ବରଗଡ ବୁଣାକାର ଇଶ୍ୱର ।

କନକ ବ୍ୟୁରୋ: ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଇଁ ରାମ ସେତୁ ଶାଢୀ । ଦେଶ ବିଦେଶରୁ କୋଣ ଅନୁକୋଣରୁ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ କିଏ କେତେ କଣ ପଠାଉଛି । ଆଉ ଏବେ ଓଡ଼ିଶାରୁ ପ୍ରଭୁ ରାମ ଚନ୍ଦ୍ରଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରାଯାଇଛି ରାମ ସେତୁ ଶାଢି । ବରଗଡ ଜିଲ୍ଲା କଟା ପାଲିର ଇଶ୍ୱର ମେହେର ପ୍ରସ୍ତୁତ କରିଛନ୍ତି ଏହି ରାମ ସେତୁ ଶାଢି । ଶାଢି ପ୍ରଭୁଙ୍କ ନାଁରେ ତିଆରି ହୋଇଥିବା ବେଳେ ତାର ସୂକ୍ଷ୍ମ କରୁକାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଅଯୋଧ୍ୟା । ଦେଶର କୋଣ ଅନୁକୋଣରୁ ଭକ୍ତମାନେ ପ୍ରଭୁ ଶ୍ରୀରାମଙ୍କ ପାଇଁ ନାନା ସାମଗ୍ରୀ ପଠାଉଛନ୍ତି । ଓଡିଶା, ବରଗଡରୁ ଶ୍ରୀରାମଙ୍କ ପାଇଁ ପ୍ରସ୍ତୁତ ହୋଇଛି ବାନ୍ଧକଳାରେ ରାମ ସେତୁ ଶାଢି । ବରଗଡ ଜିଲ୍ଲା କଟାପାଲି ଗାଁର ଇଶ୍ୱର ମେହେର ପ୍ରସ୍ତୁତ କରିଛନ୍ତି ରାମ ସେତୁ ଶାଢି । ଏହାକୁ ପ୍ରସ୍ତୁତ କରିବା ପାଇଁ ଇଶ୍ୱର ମେହେରଙ୍କୁ ଲାଗିଥିଲା ୫ମାସର ସମୟ । ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୋଇଛି ଖଦି କପଡା ସହ ପ୍ରାକୃତିକ ରଙ୍ଗ । ଅତି ସୂକ୍ଷ୍ମ କାରୁକାର୍ଯ୍ୟ ଏହି ଶାଢିରେ ରହିଛି । ଏହାକୁ ନେଇ ଦିଲ୍ଲୀ ଯାଇଛନ୍ତି ଇଶ୍ୱରଙ୍କ ସମ୍ପର୍କୀୟ ଭାଇ ଦୁଷ୍ୟନ୍ତ ।

The post ପ୍ରଭୁ ଶ୍ରୀରାମଙ୍କ ପାଇଁ ବୁଣାକାରଙ୍କ ନୈବେଦ୍ୟ । ପ୍ରଭୁଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରି ରାମ ସେତୁ ଶାଢୀ ପଠାଇଛନ୍ତି ବରଗଡ ବୁଣାକାର ଇଶ୍ୱର । first appeared on Kanak News.

from Kanak News
via <a href="https://ifttt.com/?

ଆଜି ହେବ ସିମୁଳିଆ ବିଡିଓଙ୍କ ଶବ ବ୍ୟବଚ୍ଛେଦ । ଛୁଟି ମିଳିନଥିବାରୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଆଣିଲେ ଅଭିଯୋଗ । ।

କନକ ବ୍ୟୁରୋ: ଆଜି ହେବ ସିମୁଳିଆ ବିଡିଓଙ୍କ ଶବ ବ୍ୟବଚ୍ଛେଦ । ଗତକାଲି ସରକାରୀ ବାସଭବନରୁ ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଥିଲେ ବିଡିଓ । ମାତ୍ର ଦୁଇ ମାସ ତଳେ ସେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛିି ।

ବିଶ୍ୱରଂଜନ ମହାନ୍ତିଙ୍କ ଘରେ ବାରିପଦାରେ । ବିଶ୍ୱରଂଜନଙ୍କ ବାପା କହିଛନ୍ତି, ଡିପ୍ରେସନରେ ଥିଲେ ତାଙ୍କ ପୁଅ । ଜିଲ୍ଲାପାଳ ଛୁଟି ଦେଉନଥିଲେ । ଅକ୍ଟୋବର ୨୨ରେ ସେ କାମରେ ଯୋଗ ଦେଇଥିଲେ । ପ୍ରବଳ କାମ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ ବିଶ୍ୱରଂଜନ । ସେ ଭିସିରେ ଯୋଗନଦେବାରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଖୋଜିଥିଲେ । ଫୋନ କରିବା ପରେ ବିଶ୍ୱରଂଜନ ଉଠାଇନଥିଲେ । ଏହା ପରେ ତାଙ୍କୁ ଖୋଜାଯାଇଥିଲା । ବାସଭବନର ଘର ଭିତର ପଟୁ ଚାବି ପଡିଥିଲା । ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ କବାଡ ଭାଙ୍ଗି ଉଦ୍ଧାର କରିଛି ।

The post ଆଜି ହେବ ସିମୁଳିଆ ବିଡିଓଙ୍କ ଶବ ବ୍ୟବଚ୍ଛେଦ । ଛୁଟି ମିଳିନଥିବାରୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଆଣିଲେ ଅଭିଯୋଗ । । first appeared on Kanak News.

from Kanak News
via <a href="https://ifttt.com/?

ସ୍ୱଚ୍ଛ ସର୍ବକ୍ଷେଣ ୨୦୨୩: ଚତୁର୍ଥ ସ୍ଥାନରେ ଓଡିଶା କିନ୍ତୁ ପ୍ରଥମ ୩୦ ସହର ତାଲିକାରେ ନାହିଁ ଓଡିଶାର କୌଣସି ସହର । ରାଙ୍କିଙ୍ଗରେ ୩୪ ସ୍ଥାନରେ ଭୁବନେଶ୍ୱର ।

କନକ ବ୍ୟୁରୋ: ସ୍ୱଚ୍ଛତା କ୍ଷେତ୍ରରେ ଲଗାତର ସପ୍ତମ ଥର ପାଇଁ ଇନ୍ଦୋର ସହର ବାଜି ମାରି ନେଇଛି । ଚଳିତ ବର୍ଷ କିନ୍ତୁ ସୁରତ ମଧ୍ୟ ସ୍ୱଚ୍ଛତାରେ ଇନ୍ଦୋର ସହିତ ଏକ ନମ୍ବର ହୋଇଛି । ତେବେ ପ୍ରଥମ ୩୦ ସହର ଭିତରେ କିନ୍ତୁ ଓଡିଶାର କୌଣସି ସହର ସ୍ଥାନ ନାହିଁ । ହେଲେ ଆଶ୍ୱସ୍ତି ଆଣି ଦେଇଛି ରାଜ୍ୟ ବର୍ଗର୍ରେ । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ରେ ଓଡିଶା ୪ର୍ଥ ସ୍ଥାନ ହାସଲ କରିଛି ।

୨୦୨୨ରେ ଓଡିଶା ନବମ ସ୍ଥାନରେ ଥିବା ବେଳେ ୨୦୨୩ରେ ଏହା ୫ଟି ସ୍ଥାନକୁ ଉପରକୁ ଉଠି ଚତୁର୍ଥ ସ୍ଥାନ ହାସଲ କରିଛି । ମହାରାଷ୍ଟ୍ର. ମଧ୍ୟପ୍ରଦେଶ, ଛତିଶଗଡ ପର୍ଯ୍ୟାୟକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଥିବାରୁ ପୁରସ୍କାର ମିଳିଛି । ହେଲେ ଓଡିଶା ୪ର୍ଥ ସ୍ଥାନରେ ଥିବାରୁ ପୁରସ୍କାର ମିଳିନାହିଁ । ସେହିପରି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ରେ ଭୁବନେଶ୍ୱର ରାଜ୍ୟର ସବୁଠୁ ସଫା ସହର ହୋଇଥିବା ବେଳେ ସାରା ଦେଶରେ ଏହା ୩୪ ନମ୍ବର ରାଙ୍କରେ ରହିଛି ।

ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭାରତ ମଣ୍ଡପମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌ÷÷ପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ଗୁଡିକରେ ବିଭିନ୍ନ ମାପଦଣ୍ଡକୁ ଆଧାର କରି ଏହି ସ୍ୱଚ୍ଛତା ସର୍ବେକ୍ଷଣ ହୁଏ ।

The post ସ୍ୱଚ୍ଛ ସର୍ବକ୍ଷେଣ ୨୦୨୩: ଚତୁର୍ଥ ସ୍ଥାନରେ ଓଡିଶା କିନ୍ତୁ ପ୍ରଥମ ୩୦ ସହର ତାଲିକାରେ ନାହିଁ ଓଡିଶାର କୌଣସି ସହର । ରାଙ୍କିଙ୍ଗରେ ୩୪ ସ୍ଥାନରେ ଭୁବନେଶ୍ୱର । first appeared on Kanak News.

from Kanak News
via <a href="https://ifttt.com/?

ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁ: ଜିଲ୍ଲାପାଳଙ୍କ ଆଡକୁ ଉଠିଲା ଅଙ୍ଗୁଳି, ବିଡିଓଙ୍କ ବାପା କହିଲେ, ମିଳୁନଥିଲା ଛୁଟି, ଡିପ୍ରେସନରେ ଥିଲେ ପୁଅ

କନକ ବ୍ୟୁରୋ: ସରକାରୀ ବାବୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ ବାସଭବନରୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ବିଡିଓ ବିଶ୍ୱରଞ୍ଜନ ମହାନ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଛନ୍ତି ବିଡିଓ । ଘଟଣା ସ୍ଥଳରେ ସିମୁଳିଆ ପୁଲିିସ ପହଂଚି ତଦନ୍ତ ଆରମ୍ଭ କରିଛି । ମାତ୍ର ଦୁଇ ମାସ ତଳେ ସେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଯଦି ଆତ୍ମହତ୍ୟା କରିଛନ୍ତି, ତାହା ପଛରେ ସରକାରୀ ଚାପ ରହିଥିଲା ନା ପାରିବାରିକ କାରଣ ସେନେଇ ମଧ୍ୟ ପୁଲିସ ଖୋଳତାଡ ଆରମ୍ଭ କରିଛି । ବିଶ୍ୱରଂଜନ ମହାନ୍ତିଙ୍କ ଘରେ ବାରିପଦାରେ । ବିଶ୍ୱରଂଜନଙ୍କ ବାପା କହିଛନ୍ତି, ଡିପ୍ରେସନରେ ଥିଲେ ତାଙ୍କ ପୁଅ । ଜିଲ୍ଲାପାଳ ଛୁଟି ଦେଉନଥିଲେ । ଅକ୍ଟୋବର ୨୨ରେ ସେ କାମରେ ଯୋଗ ଦେଇଥିଲେ । ପ୍ରବଳ କାମ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ ବିଶ୍ୱରଂଜନ । ଆଜି ଦିନ ୧୧ଟାରେ ସେ କିଛି ସମୟ ପାଇଁ ଅଫିସ ଯାଇଥିଲେ । ଆଉ ଭିସିରେ ଯୋଗନଦେବାରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଖୋଜିଥିଲେ । ଫୋନ କରିବା ପରେ ବିଶ୍ୱରଂଜନ ଉଠାଇନଥିଲେ । ଏହା ପରେ ତାଙ୍କୁ ଖୋଜାଯାଇଥିଲା । ବାସଭବନର ଘର ଭିତର ପଟୁ ଚାବି ପଡିଥିଲା । ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ କବାଡ ଭାଙ୍ଗି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ସାଂଇଟଫିକ ଛାନଭିନ କରୁଛନ୍ତି । ପରିବାର ଲୋକେ ଆସି ପଂହଚିଛନ୍ତି । ବିଶ୍ୱରଂଜନ ଅବସରଗ୍ରହଣ କରିବା ପାଇଁ ଆଉ ଅଢେଇବର୍ଷ ଥିଲା । କାଲି ବିଡିଓଙ୍କ ପୋଷ୍ଟମର୍ଟମ କରାଯିବ ବୋଲି ଜଣାପଡିଛି ।

ମୃତ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସାମ୍ନାକୁ ଆଣିଛି । ଜଣେ ଅଧିକାରୀ କଣ ଏତେ ଚାପଗ୍ରସ୍ତ ହେବ ଯେ ଆତ୍ମହତ୍ୟା କରିବ । ଆଉ ଏମିତି ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
କାହିଁକି ଝୁଲି ପଡ଼ିଲେ ବିଡିଓ?
– ମାନସିକ ଚାପରେ ଥିଲେ କି ବିଡିଓ?
– ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା?
– ଘରକୁ ଆସିପାରୁନଥିବାରୁ ଡିପ୍ରେସନରେ ଥିଲେ କି?
– ଦିନ ୧୧ଟାରେ କିଛି ସମୟ ପାଇଁ ଅଫିସ ଯାଇଥିଲେ
– ଅଫିସରେ କ’ଣ ଘଟିଥିଲା?
– ଜିଲ୍ଲାପାଳ ଛୁଟି ଦେଉନଥିବାର ସତ୍ୟତା କେତେ?
– କାମକୁ ନେଇ ଚାପଗ୍ରସ୍ତ ଥିଲେ କି ବିଡିଓ?

The post ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁ: ଜିଲ୍ଲାପାଳଙ୍କ ଆଡକୁ ଉଠିଲା ଅଙ୍ଗୁଳି, ବିଡିଓଙ୍କ ବାପା କହିଲେ, ମିଳୁନଥିଲା ଛୁଟି, ଡିପ୍ରେସନରେ ଥିଲେ ପୁଅ first appeared on Kanak News.

from Kanak News
via <a href="https://ifttt.com/?

ୟୁନିଭରସିଟି ଲ’ କଲେଜରେ ବ୍ୟାପକ ଅନିୟମିତତା: ବାର କାଉନସିଲ୍ ଅଫ ଇଣ୍ଡିଆ ଦେଉନାହିଁ ଲାଇସେନ୍ସ

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ୟୁନିଭର୍ସିଟି ଲ’ କଲେଜ । କଲେଜର ଭୁଲ ପାଇଁ ଭୋଗୁଛନ୍ତି ଛାତ୍ରଛାତ୍ରୀ । ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ, ଅନ୍ୟ ରାଜ୍ୟରେ ପ୍ରାକ୍ଟିସ କରିବା ପାଇଁ ଲାଇସସେନ୍ସ ଦେଉ ନାହିଁ ବାର୍ କାଉନସିଲ ଅଫ ଇଣ୍ଡିଆ । କଲେଜର ଏଭଳି ଅନିୟମିତତାକୁ ନେଇ ଛାତ୍ର ଅସନ୍ତୋଷ ଦାନ ବାନ୍ଧୁଥିବା ବେଳେ କଲେଜ ଅଧ୍ୟକ୍ଷ କହିଛନ୍ତି ଖୁବ୍ଶୀଘ୍ର ହେବ ସମାଧାନ ।

ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୟୁନିଭରସିଟି ଲ’ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ କାଉନସିଲ ଅଫ ଇଣ୍ଡିଆ ପ୍ରାକ୍ଟିସ କରିବା ପାଇଁ ଆଉ ଦେଉନାହିଁ ଲାଇସସେନ୍ସ । ଯାହା ଫଳରେ ବାହାର ରାଜ୍ୟର କୋର୍ଟରେ ଲ’ ପ୍ରାକ୍ଟିସ କରିପାରୁନାହାନ୍ତି ଛାତ୍ରଛାତ୍ରୀ । ଯେଉଁଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ଗୁରୁତ୍ୱପୁର୍ଣ କଥା ହେଉଛି, ୨୦୧୯ ମସିିହାରୁ କଲେଜ ଭିତିଭୂମି, ଅଧ୍ୟାପକ ଅଭାବ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଲ’ କଲେଜକୁ ବାରମ୍ବାର ତାଗିଦ କରାଯାଇ ଉତର ଦେବାକୁ କୁହାଯାଇଥିଲେ, ମଧ୍ୟ କଲେଜ ତରଫରୁ କୌଣସି ସନ୍ତୋଷଜନକ ଉତର କାଉନସିଲକୁ ଦିଆଯାଇନାହିଁ । ନଜର ପକାନ୍ତୁ ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଲ କଲେଜକୁ ଦିଆଯାଇଥିବା ଏହି ଚିଠି ଉପରେ । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ,

୨୦୧୯ ମସିହା ପରଠାରୁ କଲେଜରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ଉପରେ କାଉନସିଲ ପକ୍ଷରୁ ରୋକ ଲଗାଯାଇଛି
ଯଦି କୌଣସି ଆଡମିଶନ ହେଉଛି, ତେବେ ସେମାନଙ୍କୁ ଲାଇସେନ୍ସ ଦିଆଯିବ ନାହିଁ
ସେପଟେ ଏପରି ସମସ୍ୟାକୁ ନେଇ ମୁହଁ ଖୋଲିଛନ୍ତି ଲ’ କଲେଜ ଅଦ୍ଧକ୍ଷ । ବାର୍ କାଉନସିଲ ଅଫ ଇଣ୍ଡିଆକୁ ଦିଆଯାଉଥିବା ଅନୁବନ୍ଧିତ ରାଶିକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବା କଥା ଅନୁମାନ କରାଯାଉଛି ବୋଲିି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କହିଛନ୍ତି,
– ୨୦୧୭-୧୮ ମସିହାରୁ ଲ’ କଲେଜ ପକ୍ଷରୁ ବାର୍ କାଉନସିଲ ଅଫ ଇଣ୍ଡିଆକୁ ଦିଆଯାଉଥିବା ଅନୁବନ୍ଧିତ ରାଶିକୁ ଅପଡେଟ୍ କରାଯାଉନାହିଁ ।
– ୨୦୧୭ ମସିହାରୁ ବାର୍ କାଉନସିଲ ଅଫ ଇଣ୍ଡିଆ ତରଫରୁ ଲ’ କଲେଜକୁ ଆସିଥିବା ଅନେକ ଚିଠିର ସନ୍ତୋଷଜନକ ଉତ୍ତର ସେତେବେଳର ପ୍ରିନ୍ସିପାଲ ଦେଇପାରି ନଥିଲେ
– ଯେଉଁ କାରଣରୁ ବାର୍ କାଉନସିଲ ଅଫ ଇଣ୍ଡିଆ ଲାଇସେନ୍ସ ଦେବା ବନ୍ଦ କରିଥାଇପାରନ୍ତି
– ସମସ୍ୟା ସମ୍ବନ୍ଧରେ ବାର୍ କାଉନସିଲ ଅଫ ଇଣ୍ଡିଆକୁ ସମସ୍ତ ତଥ୍ୟ ସହ ଚିଠି ଦିଆଯାଇଛି

ଆଉ ଖୁବ ଶିଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ୟୁନିଭରସିଟି ଲ କଲେଜର ନୂତନ ଅଧ୍ୟକ୍ଷ ସୁକାନ୍ତ ନନ୍ଦ । ୟୁନିଭରସିଟି ଲ’ କଲେଜ ଓ ବାର୍ କାଉନସିଲ ଅଫ ଇଣ୍ଡିଆ ଭିତରେ ହୋଇଥିବା ବିବାଦରେ -ଅଯଥାରେ ଫସିଛନ୍ତି ଛାତ୍ର ଛାତ୍ରୀ । ପରିଶ୍ରମ କରି ପାଠ ପଢ଼ି ସାରିବା ପରେ ଯଦି ଓକିଲାତି କରିବା ପାଇଁ ଲାଇସେନ୍ସ ନମିଳୁଛି ତେବେ ଏହି ଲ କଲେଜରେ ପାଠ ପଢି ଲାଭ କଣ ବୋଲି ପ୍ରଶ୍ନ କରୁଛନ୍ତି ଛାତ୍ରଛାତ୍ରୀ ।

The post ୟୁନିଭରସିଟି ଲ’ କଲେଜରେ ବ୍ୟାପକ ଅନିୟମିତତା: ବାର କାଉନସିଲ୍ ଅଫ ଇଣ୍ଡିଆ ଦେଉନାହିଁ ଲାଇସେନ୍ସ first appeared on Kanak News.

from Kanak News
via <a href="https://ifttt.com/?

ବିବାଦରେ ଛନ୍ଦି ହେଲା ତାମିଲ ସିନେମା ଅନ୍ନପୋରାନୀ। ଧାର୍ମିକ ମନୋଭାବନାକୁ ଆଘାତ ଅଭିଯୋଗରେ ଅଭିନେତ୍ରୀ, ପ୍ରଯୋଜକଙ୍କ ନାମରେ ମାମଲା ରୁଜୁ

କନକ ବ୍ୟୁରୋ : ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ଦର୍ଶାଇ ବିବାଦରେ ଦକ୍ଷିଣଭାରତ ସିନେମା ଫିଲ୍ମ ‘ଅନ୍ନପୂର୍ଣ୍ଣି’ । ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ନୟନତାରା ଅଭିନୀତ ଏହି ଫିଲକୁ ନେଇ ବିରୋଧାଭାଷ ଦେଖିବାକୁ ମିଳିଛି । ଫିଲ୍ମର ଏକ ଦୃଶ୍ୟକୁ ନେଇ ବଡ଼ ବିବାଦ ଛିଡ଼ା ହୋଇଛି । ଭଗବାନ ରାମଙ୍କୁ ମାଂସାହାରୀ ବୋଲି ଏହି ଫିଲ୍ମର ଏକ ଦୃଶ୍ୟରେ ଦର୍ଶାଯାଇଛି । ଭଗବାନ ରାମ, ସୀତା ଓ ଲକ୍ଷ୍ମଣ ବନବାସ ବେଳେ ପଶୁ ମାଂସ ରୋଷେଇ କରି ଖାଉଥିଲେ ବୋଲି ଫିଲ୍ମର ଅଭିନେତା ଜୟ ସମ୍ପତ କହିଛନ୍ତି । ସେହିପରି ଫିଲ୍ମରେ ଭଗବାନ ମୁରୁଗାନଙ୍କ ସମ୍ବନ୍ଧରେ ଆପତିଜନକ ଟିପ୍ପଣୀ ଦିଆଯାଇଛି । ଏନେଇ ବ୍ୟାପକ ବିରୋଧାଭାଷ ପରେ ନେଟଫ୍ଲିକ୍ସରୁ ଏହି ଫିଲ୍ମକୁ ବାଦ ଦିଆଯାଇଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂଗଠନ ପକ୍ଷରୁ ଫିଲ୍ମକୁ ନେଇ ଏତଲା ଦିଆଯାଉଥିବା ଦେଖିବାକୁ ମିଳିଛି । ନିକଟରେ ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀର ଜିତେନ୍ଦ୍ର ଅହୱାଦ, ଶ୍ରୀରାମଙ୍କୁ ନନ୍-ଭେଜିଟେରିଆନ୍ ବା ଆମିଷ ଖାଉଥିବା କହି ବିବାଦ ଭିତରକୁ ଟାଣି ହୋଇଥିଲେ । ଜବଲପୁର ଓ ମହାରାଷ୍ଟ୍ରରରେ ଫିଲ୍ମର ନାୟିକା ନୟନତାରା, ପ୍ରଯୋଜକ ନାଁରେ ମାମଲା ରୂଜୁ ହୋଇଛି ।

The post ବିବାଦରେ ଛନ୍ଦି ହେଲା ତାମିଲ ସିନେମା ଅନ୍ନପୋରାନୀ। ଧାର୍ମିକ ମନୋଭାବନାକୁ ଆଘାତ ଅଭିଯୋଗରେ ଅଭିନେତ୍ରୀ, ପ୍ରଯୋଜକଙ୍କ ନାମରେ ମାମଲା ରୁଜୁ first appeared on Kanak News.

from Kanak News
via <a href="https://ifttt.com/?

ନର୍ଲା ଦେଖିବ ବଡ଼ ଲଢ଼େଇ? ବିଧାନସଭାରୁ ଲଢ଼ିବେ ଭକ୍ତ ଦାସ ! ଭୂପିନ୍ଦର ଓ ବସନ୍ତଙ୍କ ସହ ହୋଇପାରେ ମୁକାବିଲା

କନକ ବ୍ୟୁରୋ: ପ୍ରାୟ ୩୯ ବର୍ଷର ବ୍ୟବଧାନ ପରେ ବିଧାନସଭା ମଇଦାନକୁ ଓହ୍ଲାଇ ପାରନ୍ତି ଭକ୍ତ ଦାସ । ନୂଆପଡା ଓ ଖଡିଆଳ କାର୍ୟ୍ୟକ୍ରମରେ ସାମିଲ ହେବା ସମୟରେ ନର୍ଲା ବିଧାନସଭା ଆଡକୁ ଇସାରା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ । କୁହାଯାଉଛି, ନର୍ଲା ବିଧାନସଭାରେ ଏଥର ଦେଖିବାକୁ ମିଳିପାରେ ବଡ ଲଢେଇ । ଶାସକ ଦଳର ବିଧାୟକ ଭୂପିନ୍ଦର ସିଂଙ୍କ ସହ ସିଧାସଳଖ ଟକ୍କର ଦେଇପାରନ୍ତି ଭକ୍ତ । ଆଉ ଏହାରି ଭିତରେ ନର୍ଲା ବିଧାନସଭା ଆସନରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ହୁଏତ ଶେଷ ଥର ପାଇଁ ‘୨୪’ ନିର୍ବାଚନରେ ମୈଦାନକୁ ଓହ୍ଲାଇ ପାରନ୍ତି ଓଡ଼ିଶା କଂଗ୍ରେସ ଟାଣୁଆଁ ନେତା ତଥା କଳାହାଣ୍ଡି କଂଗ୍ରେସ ରାଜନୀତିର ସବୁଠାରୁ ବଡ଼ ଚେହେରା ଭକ୍ତ ଦାସ । କୁହାଯାଉଛି, ଶେଷ ଲଢ଼େଇରେ ଭକ୍ତ ଦାସଙ୍କୁ ଲୋକସଭା ନୁହେଁ ବିଧାନସଭା ଆସନରୁ ମୁକାବିଲା କରିବେ । ଖରିଆରରେ ଆୟୋଜିତ ସଭାରେ ଯୋଗେ ଦେବା ପାଇଁ ଯେତେବେଳେ ଭକ୍ତ ଦାସ ପହଂଚିଥିଲେ, ସ୍ଥାନୀୟ ନେତା ଓ ଦଳୀୟ କର୍ମୀ ତାଙ୍କୁ ବିପୁଳ ସ୍ୱାଗତ କରିଥିଲେ । ଆଉ ଦଳୀୟ କର୍ମୀ ଓ ଜନତାଙ୍କୁ ଉଦ୍ବୋଧନ ଦେବା ସମୟରେ ନର୍ଲା ଆସନରେ ଲଢ଼ିବା ପାଇଁ ଏକାଧିକ ଥର ସଂକେତ ଦେଇଥିଲେ ଭକ୍ତ ଦାସ ।

ଭକ୍ତ ଦାସ ଯଦି ବିଧାନସଭା ଆସନରୁ ନିର୍ବାଚନ ଲଢ଼ନ୍ତି, ତେବେ ଏକ ବଡ଼ ଲଢ଼େଇ ଦେଖିବ ନର୍ଲା ବିଧାନସଭା । କାରଣ, ନର୍ଲା ଆସନରୁ ଏବେ ଶାସକ ବିଜେଡି ଦଳରୁ ଭୂପିନ୍ଦର ସିଂ ବିଧାୟକ ଅଛନ୍ତି । ଆଉ ଚର୍ଚ୍ଚା ହେଉଛି କଳାହାଣ୍ଡିରୁ ସାଂସଦ ଥିବା ବସନ୍ତ ପଣ୍ଡା, ୨୪ ନିର୍ବାଚନରେ ଲୋକସଭ ବଦଳରେ ବିଧାନସଭାରୁ ନିର୍ବାଚନ ଲଢ଼ିବେ । ଏବଂ ବସନ୍ତଙ୍କ ଆଖିରେ ରହିଛି ନର୍ଲା ବିଧାନସଭା ଆସନ । ଯଦି ବସନ୍ତ ପଣ୍ଡା ନର୍ଲା ଆସନରୁ ନିର୍ବାଚନ ଲଢନ୍ତି ତେବେ ଭୂପିନ୍ଦର ସିଂ ବନାମ ଭକ୍ତ ଦାସ ବନାମ ବସନ୍ତ ପଣ୍ଡା, ତ୍ରିମୁଖୀ ଲଢ଼େଇ ହୋଇପାରେ ।

ଯଦିଓ ନର୍ଲା ବିଧାନସଭା ଆସନରେ ପ୍ରଥମରୁ କଂଗ୍ରେସର ଦବଦବା ଥିଲା, କିନ୍ତୁ ୧୯୯୦ ନିର୍ବାଚନ ପରେ ଅଣକଂଗ୍ରେସ ଦଳକୁ ଚାଲିଯାଇଥିଲା ନର୍ଲା ଆସନ । ଶେଷଥର ପାଇଁ ୨୦୦୯ରେ ଭୂପିନ୍ଦର ସିଂ ନର୍ଲା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ହେଲେ କଂଗ୍ରେସ ଛାଡ଼ି ଭୂପିନ୍ଦର ବିଜେଡରେ ସାମିଲ ହେବା ପରଠାରୁ ୨୦୧୪ ଓ ୨୦୧୯ରେ ବିଜେଡି ହାତକୁ ଯାଇଛି ନର୍ଲା ଆସନ । ଏଭଳି ସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ଭକ୍ତ ଦାସଙ୍କ ପାଇଁ ସହଜ ହୋଇନପାରେ ନର୍ଲା ବିଜୟ । ଆଉ ଏହାରି ଭିତରେ ଯଦି ବସନ୍ତ ପଣ୍ଡା ଯଦି ନର୍ଲା ବିଧାନସଭାରୁ ନିର୍ବାଚନ ଲଢ଼ନ୍ତି, ତେବେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଲୋକସଭା ହେଉ ବା ବିଧାନସଭା, ଯେଉଁ ଆସନରୁ ଦଳ ପ୍ରାର୍ଥୀ କରିବ ସେଠୁ ଲଢ଼ିବେ ବୋଲି ଯଦିଓ ବସନ୍ତପଣ୍ଡା ପୂର୍ବରୁ ସ୍ପଷ୍ଟ କରିଛନ୍ତି, ତଥାପି ନର୍ଲାରେ ବସନ୍ତ ପଣ୍ଡା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

The post ନର୍ଲା ଦେଖିବ ବଡ଼ ଲଢ଼େଇ? ବିଧାନସଭାରୁ ଲଢ଼ିବେ ଭକ୍ତ ଦାସ ! ଭୂପିନ୍ଦର ଓ ବସନ୍ତଙ୍କ ସହ ହୋଇପାରେ ମୁକାବିଲା first appeared on Kanak News.

from Kanak News
via <a href="https://ifttt.com/?

ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ରେକ୍ଟର ସ୍କେଲରେ ୬.୨ ତ୍ରୀବତା ରେକର୍ଡ, ଉତରଭାରତ ସମେତ ଆଫଗାନିସ୍ଥାନ, ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ

କନକ ବ୍ୟୁରୋ : ଦିଲ୍ଲୀ-ଏନସିଆର ସମେତ ଉତର ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେର୍କଡ ହୋଇଛି । ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ ଓ ଜମ୍ମୁ କାଶ୍ମୀରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ଥାନ ବୋଲି ନ୍ୟାସନାଲ ସେଂଟର ଫର ସିସ୍ମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଭକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଦିଲ୍ଲୀ ଏବଂ ଏନସିଆରର ଲୋକମାନେ ଭୁମିକମ୍ପକୁ ଅନୁଭବ କରିଥିବା କହିଛନ୍ତି । ଭୂକମ୍ପ ଆସିବା ପରେ ଲୋକ ମାନେ ଘରୁ ବାହାରକୁ ଚାଲି ଆସିଥିଲେ । ଉତର ଭାରତ ସମେତ ପଡୋଶୀ ଦେଶ ପାକିସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି ।

The post ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ରେକ୍ଟର ସ୍କେଲରେ ୬.୨ ତ୍ରୀବତା ରେକର୍ଡ, ଉତରଭାରତ ସମେତ ଆଫଗାନିସ୍ଥାନ, ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ first appeared on Kanak News.

from Kanak News
via <a href="https://ifttt.com/?

ଫେବୃଆରି ୧ରେ ଅନ୍ତରୀଣ ବଜେଟ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ହୋଇପାରେ ଉଦ୍ୟମ,କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଖାସ୍ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖେଇ ଆସୁଛି । କେନ୍ଦ୍ର ସରକାର ଗୋଟିଏ ପଟେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହାପୂର୍ବରୁ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଆସିବ । ଫେବୃଆରୀ ୧ ତାରିଖରେ ଆସିବ ଏହି ଅନ୍ତରୀଣ ବଜେଟ୍ । ନିର୍ବାଚନକୁ ନଜରରେ ରଖି ସାଧାରଣ ଲୋକଙ୍କୁ ଆକର୍ଷିତ କଲାଭଳିି ବଜେଟ୍ ପ୍ରସ୍ତୁତ କରି ପାରନ୍ତି ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । କୁହାଯାଉଛି ଏହି ବଜେଟ୍ରେ କିଛି ବଡ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଏଥର ବଜେଟ୍ରେ କିଛି ଘୋଷଣା କରି ପାରନ୍ତି କେନ୍ଦ୍ର ସରକାର । ଆୟକର ସୀମାରେ ବି ପରିବର୍ତନ ହୋଇପାରେ ।

The post ଫେବୃଆରି ୧ରେ ଅନ୍ତରୀଣ ବଜେଟ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ହୋଇପାରେ ଉଦ୍ୟମ,କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଖାସ୍ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ସୀମା ସୁରକ୍ଷାକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ । ଜେନେରାଲ ମନୋଜ ପାଣ୍ଡେଙ୍କ ସୂଚନା, ଉତର ସୀମାରେ ସ୍ଥିତି ସ୍ଥିର ଥିଲେ ବି ସମ୍ବେଦନଶୀଳ ରହିଛି ଅନେକ ସ୍ଥାନ

କନକ ବ୍ୟୁରୋ : ୨୦୨୪ରେ ଭାରତୀୟ ସେନାରେ ବଡ ପରିବର୍ତନ ହୋଇପାରେ । ସ୍ଥଳସେନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ହେବ । ବୈଷୟିକ ଜ୍ଞାନକୌଶଳକୁ ପ୍ରାଧ୍ୟାନ୍ୟ ଦିଆଯିବ । ଚୀନ ଓ ପାକିସ୍ତାନ ସହ ଭାରତର ସୀମା ବିବାଦ ଜାରି ଭିତରେ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଉତରସୀମାରେ ସ୍ଥିତି ସ୍ଥିର ରହିଛି ତଥାପି କିଛି ସ୍ଥାନ ସମ୍ବେଦନଶୀଳ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବଢ଼ାଯାଇଛି । ସୀମାରେ ଉତେଜନା ହ୍ରାସ ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଉଭୟ ସାମରିକ ଓ କୁଟନୀତିସ୍ତରରେ ପ୍ରୟାସ କରୁଛି ଭାରତ । ସେପଟେ ଏଲଏସିରେ ଚୀନ ସହ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖି ସ୍ଥଳସେନା ମୁଖ୍ୟ କହିଛନ୍ତି ଭାରତୀୟ ସେନା ଉଚ୍ଚସ୍ତରୀୟ ପ୍ରସ୍ତୁତି ସହ ସକ୍ରିୟ ରହିଛି । ପର୍ଯ୍ୟାପ୍ତ ପରମରିମାଣରେ ସେନାକୁ ମୁତୟନ କରାଯାଇଛି । ଏଥିସହ କାଶ୍ମୀରରେ ଆତଙ୍କବାଦୀ ଘଟଣା ପୂର୍ବ ଅପେକ୍ଷା କମ ରହିଛି । ସୁରକ୍ଷା କଡ଼ାକଡ଼ି କରାଯାଇଛି । କିଛି ବିରୋଧୀ ତତ୍ୱ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି । ସେନା ଅନୁପ୍ରବେଶ ରୋକିବାକୁ ସଫଳ ହେଉଛି ।

The post ସୀମା ସୁରକ୍ଷାକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ । ଜେନେରାଲ ମନୋଜ ପାଣ୍ଡେଙ୍କ ସୂଚନା, ଉତର ସୀମାରେ ସ୍ଥିତି ସ୍ଥିର ଥିଲେ ବି ସମ୍ବେଦନଶୀଳ ରହିଛି ଅନେକ ସ୍ଥାନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started