ବୁର୍ଲା ମେଡିକାଲରୁ ଡିସଚାର୍ଜ ହେଲା ବିଜୟିନୀ: ଶିଶୁ ସୁରକ୍ଷା ଅଧିକାରୀଙ୍କୁ କରାଗଲା ହସ୍ତାନ୍ତର

କନକ ବ୍ୟୁରୋ: ଯାହା ମୁଣ୍ଡ ଉପରେ ଭଗବାନଙ୍କ ଆଶୀର୍ବାଦ ଥିବ, ତାର ବା କେବେ କ୍ଷତି ହୋଉଛି, ଯେ ହେବ । କୁନି ଝିଅ ବିଜୟିନୀକୁ ନେଇ ସମ୍ବଲପୁରରୁ ଆସିଛି ଖୁସି ଖବର । ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ବିଜୟିନୀ ଆଜି ହସ୍ପିଟାଲ ଛାଡିଛି । ସମସ୍ତ ବିଧି ବ୍ୟବସ୍ଥା ଭିତରେ କୁନି ଝିଅଟି ଯେତେବେଳେ ଡାକ୍ତରଖାନା ଛାଡୁଥିଲା, ସେତେବେଳେ ସମସ୍ତଙ୍କ ଆଖି ଛଳଛଳ ହେଉଥିଲା । ଆଉ ଏହାରି ଭିତରେ ବିଜୟିନୀକୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

ଜୀବନ-ମୃତ୍ୟୁର ସଂଘର୍ଷ ଭିତରେ ଅସମ୍ଭବକୁ ସମ୍ଭବ କରି ଜୀବନକୁ ଜିତାଇ ଦେଇଛନ୍ତି ଡାକ୍ତର । ବୋରୱେଲ ଭିତରୁ ମୃତ୍ୟୁକୁ ମାତ ଦେଇଥିବା ବିଜୟିନୀ ସୁସ୍ଥ ହୋଇ ମେଡିକାଲ୍ରୁ ଡିସଚାର୍ଜ ହୋଇଛି । ଏହି ଖୁସିରେ କେକ୍ କାଟି ଉତ୍ସବ ମନାଇଛି ଭିମସାର । ମେଡିକାଲରୁ କୁନିଝିଅକୁ ନେଇଛି ସିଡବ୍ଲୁସି । ଛଚାନପାଲିରେ ଥିବା ବାଲ ଆଶ୍ରମରେ ଏବେ ରହିବ ବିଜୟିନୀ ।

୧୨ ଡିସେମ୍ବର-ବୋରୱେଲରୁ ଉଦ୍ଧାର
୧ ଜାନୁଆରି-ଭିମସାରରେ ଏକୋଉଶିଆ
୧୧ ଜାନୁୟାରି-ମେଡିକାଲରୁ ଡିସଚାର୍ଜ
ଅପରିପକ୍ୱ ଜନ୍ମ, ବୋରୱେଲର ଯନ୍ତ୍ରଣା, ସଂକ୍ରମଣର ଭୟ ସବୁକୁ ଜୟ କରି ନିଜ ନାଁକୁ ସାର୍ଥକ କରିଛି କୁନି ଝିଅ ବିଜୟିନୀ । ଡିସେମ୍ବର ୧୨ରେ ରେଙ୍ଗାଲି ଲାରିପାଲି ବୋରୱେଲରୁ ୭ ଘଂଟାର କସରତ ପରେ ବିଜୟନୀଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ମେଡିକାଲରେ ହୋଇଥିଲା ତାର ଏକୋଇଶିଆ ଓ ନାମକରଣ । ଏବେ ସେ ସୁସ୍ଥ ହୋଇଛି, ସମସ୍ତଙ୍କ ମନରେ ଖୁସି ଭରି ଦେଇଛି । ଉଦ୍ଧାର ବେଳେ ମାତ୍ର ୧୭ଶହ ଗ୍ରାମ ଥିଲା, ମେଡିକାଲରୁ ଡିସଚାର୍ଜ ବେଳେ ୨୨ ଶହ ଗ୍ରାମକୁ ବୃଦ୍ଧି ପାଇଛି ତା’ର ଓଜନ ।

ଜନ୍ମକଲା ମାଆ ସିନା ତାକୁ ଫିଙ୍ଗି ଦେଇ ଚାଲି ଯାଇଥିଲା । କିନ୍ତୁ ତା’ ଜୀବନ ପାଇଁ ସାରା ଓଡ଼ିଶା କାମନା କରିଥିଲା । ସମସ୍ତଙ୍କ ସ୍ନେହ ଓ ଆଶୀର୍ବାଦରେ ନୂଆ ଜୀବନ ପାଇଛି ବିଜୟିନୀ ।

The post ବୁର୍ଲା ମେଡିକାଲରୁ ଡିସଚାର୍ଜ ହେଲା ବିଜୟିନୀ: ଶିଶୁ ସୁରକ୍ଷା ଅଧିକାରୀଙ୍କୁ କରାଗଲା ହସ୍ତାନ୍ତର first appeared on Kanak News.

from Kanak News
via <a href="https://ifttt.com/?

ସହେନ୍ଦଘେରରେ ଅଭିଯୁକ୍ତ ସୂଚନା ସେଠ । ବୟାନରେ ରହୁନି ତାଳମେଳ,ପୁଲିସ ହାତରେ ଚାଂଚଲ୍ୟକର ତଥ୍ୟ

କନକ ବ୍ୟୁରୋ : ଦିନ ଯେତିକି ଗଡୁଛି ବର୍ତ୍ତମାନର ସବୁଠୁ ଚର୍ଚ୍ଚିତ ଗୋଆ ହତ୍ୟା ମାମଲାକୁ ନେଇ ସେତିକି ସହେନ୍ଦ ବଢ଼ୁଛି । କେମିତି ହେଲା କୁନି ପୁଅର ହତ୍ୟା? ହତ୍ୟା ପଛରେ ମା’ ସୂୂଚନାଙ୍କ ହାତ ରହିଛି ନା ପରଦା ପଛରେ ଖଳନାୟକ ଆଉ କିଏ? କାହିଁକି ବାରମ୍ବାର ବୟାନ ବଦଳାଉଛନ୍ତି ଅଭିଯୁକ୍ତ? ହତ୍ୟା ମାମଲାକୁ ନେଇ ସୂଚନା ଯେଉଁ ବୟାନ ଦେଉଛନ୍ତି ସେଗୁଡିକ ପାରିପାଶ୍ୱିକ ପରିସ୍ଥିିତି ସହ କାହିଁକି ମେଳ ଖାଉନି । ଯଦି ସୂଚନା ସତ କହୁଛନ୍ତି ତେବେ କାହିଁକି ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ବୟାନ ଭିନ୍ନ ରହୁଛି? ଜେରା ଭିତରେ ପୁଲିସ ହାତରେ ଲାଗିଛି ନୂଆ ତଥ୍ୟ  । ସୂଚନା ଅନୁସାରେ ସ୍ୱାମୀ ଭେଙ୍କେଟରମଣଙ୍କ ମାସିକ ଦରମା ୯ଲକ୍ଷ ଟଙ୍କା ରହିଥିବାବେଳେ ମାସିକ ଭରଣପୋଷଣ ପାଇଁ ସୂଚନା ଅଢ଼େଇ ଲକ୍ଷ ଟଙ୍କା ଦାବି କରିଥିଲେ । ୭ ତାରିଖ ରବିବାର ଦିନ ପୁଅକୁ ଦେଖା କରିବାକୁ ଭେଙ୍କେଟରମଣ ସୂଚନାଙ୍କୁ ହ୍ୱାଟସଅପ ମେସେଜ କରିଥିଲେ । ସୂଚନା ଦେଖା କରିବା ପାଇଁ ରାଜି ହେବା ସହ ନିଦ୍ଧିଷ୍ଟ ସ୍ଥାନକୁ ଆସିବାକୁ କହିଥିଲେ । ଦୁଇ ଘଂଟା ଅପେକ୍ଷା କରିବା ପରେ ସୂଚନା ନଆସିବାରୁ ଭେଙ୍କେଟରମଣ ଅଫିସ କାମ ପାଇଁ ଇଣ୍ଡୋନେସିଆ ଚାଲିଯାଇଥିଲେ ।

ସନ୍ଦେହଘେରରେ ‘ସୂଚନା’
-୨୦୧୦ରେ ସୂଚନା ଓ ଭେଙ୍କେଟରମଣଙ୍କ ବିବାହ ହୋଇଥିଲା
-୨୦୧୯ ଅଗଷ୍ଟରେ ସୂଚନା ପୁଅକୁ ଜନ୍ମ ଦେଇଥିଲେ
-ମନୋମାଳିନ୍ୟ ପରେ ୨୦୨୧ ମାର୍ଚ୍ଚରେ ସୂଚନା ଓ ଭେଙ୍କେଟରମଣ ଅଲଗା ରହିବା ଆରମ୍ଭ କରିଥିଲେ
-୨୦୨୩ ଡିସେମ୍ବରରେ ଘରୋଇ ହିଂସା ମାମଲାର ଶୁଣାଣୀ କରିଥିଲେ କୋର୍ଟ
-ବିବାହ ବିଚ୍ଛେଦ ପରେ କୋର୍ଟ ପ୍ରତ୍ୟକ ରବିବାର ଭେଙ୍କଟରମଣଙ୍କୁ ପୁଅ ସହ ଭେଟିବାକୁ ଅନୁମତି ଦେଇଥିଲେ
-ଜାନୁଆରୀ ୨୯ରେ ଭରଣପୋଷଣ ବାବଦରେ କୋର୍ଟଙ୍କ ଶୁଣାଣୀ ସ୍ଥିର ହୋଇଥିଲା
-ଜାନୁଆରୀ ୭ରେ ପୁଅକୁ ନେଇ ଗୋଆ ଚାଲି ଆସିଥିଲେ ସୂଚନା
-ଜାନୁଆରୀ ୯ରେ ହତ୍ୟା ମାମଲାରେ ଗିରଫ ହୋଇଥିଲେ

ସୂଚନାଙ୍କୁ ଜେରା କରୁଥିବା ପୁଲିସ ଏକଥା ମଧ୍ୟ କହିିଛି ଯେ ପୁଅର ମୃତ୍ୟୁ ପରେ ସୂଚନାଙ୍କ ନିକଟରେ ତିଳେମାତ୍ର ଦୁଃଖ କିମ୍ବା ଅନୁତାପ ଦେଖିବାକୁ ମିଳୁନି । ଏପରିକି ଟିକେ ହେଲେ ବି ସେ ବିଚଳିତ ରହୁନାହାଁନ୍ତି ଓ ଜେରାରେ ସହଯୋଗ ମଧ୍ୟ କରୁନାହାଁନ୍ତି । ପୁଅ ହତ୍ୟା କରିନଥିବା ବାରମ୍ବାର କହୁଛନ୍ତି ସୂଚନା । କିନ୍ତୁ ଅଭିଯୁକ୍ତଙ୍କ ଥିଓରୀକୁ ମାନିବାକୁ ନାରାଜ ପୁଲିସ । ତେଣୁ ଗୁଡାଇତୁଡାଇ ସୂଚନାଙ୍କୁ ଜେରା କରାଯାଉଛି ।

ପୁଲିସ କର୍ଣ୍ଣାଟକରେ ଥିବା ସୂଚନାଙ୍କ ଘରେ ପହଁଚି ତଦନ୍ତ କରୁଛି । ପଡୋଶୀଙ୍କ ମୁତାବକ ସୂଚନା ଅଧିକାଂଶ ସମୟରେ ଏକାକୀ ରହୁଥିଲେ । ବିଶେଷ ମେଳାପୀ ନଥିଲେ । ସ୍ୱାମୀଙ୍କ ସହ ରହିବା ସମୟରେ ଉଭୟଙ୍କ ମଧ୍ୟରେ ରୀତିମତ ଝଗଡା ହେଉଥିଲା । ଏପରିକି ଭେଙ୍କେଟରମଣଙ୍କ ଉପରେ ସେ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ଆଣି ପୁଲିସଷ୍ଟେସନ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଏବେ ପ୍ରଶ୍ନ ଉଠୁଛି ପ୍ରକୃତରେ ଯଦି ସୂଚନା ମାର ମମତା ଭୁଲି ନିଜ କୁନି ପୁଅକୁ ହତ୍ୟା କରିଛନ୍ତି ତା ପଛର କାରଣ କ’ଣ ହୋଇପାରେ? ଯଦି ସେ ଅଭିଯୁକ୍ତ ନୁହଁନ୍ତି ତେବେ ଏହି ରହସ୍ୟମୟ ହତ୍ୟାମାମଲାର ମାଷ୍ଟରମାଇଣ୍ଡ ଆଉ କିଏ?

The post ସହେନ୍ଦଘେରରେ ଅଭିଯୁକ୍ତ ସୂଚନା ସେଠ । ବୟାନରେ ରହୁନି ତାଳମେଳ,ପୁଲିସ ହାତରେ ଚାଂଚଲ୍ୟକର ତଥ୍ୟ first appeared on Kanak News.

from Kanak News
via <a href="https://ifttt.com/?

କୁକୁର ବନ୍ଧ୍ୟାକରଣ ପାଇଁ ପ୍ରସ୍ତୁତି: ବିନା ତଥ୍ୟରେ ଅନ୍ଧାରରେ ବାଡ଼ି ବୁଲାଉଛି ବିଏମସି

କନକ ବ୍ୟୁରୋ: କୁକୁର ବନ୍ଧ୍ୟାକରଣ ପାଇଁ ବିଏମସି ଆଗକୁ ବଢୁଥିବା ବେଳେ ରାଜଧାନୀରେ କେତେ କୁକୁର ଅଛନ୍ତି ତା’ର ହିସାବ ନାହିଁ । କିନ୍ତୁ ଅପରେସନ୍ ଥିଏଟର ପ୍ରସ୍ତୁତ କରାଯାଇଛି, ଏହି କାର୍ଯ୍ୟ ପାଇଁ ଦାୟିତ୍ୱ ମଧ୍ୟ ଦିଆସରିଛି । ହେଲେ ସୁରକ୍ଷିତ ବନ୍ଧ୍ୟାକରଣ ପାଇଁ ଏବେ ବି ଅଧା ରହିଛି ଭିତିଭୂମି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ । ଏପଟେ ସଂଖୃା ନଜାଣି କେବଳ ଅନୁମାନ ଆଧାରରେ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଥିବାରୁ ବଡ଼ ଦୁର୍ନୀତି ହେବା ଆଶଙ୍କା ମଧ୍ୟ ରହିଛି ।

ରାଜଧାନୀ ଗଳିକନ୍ଦିରେ ବୁଲାକୁକୁର ଉତ୍ପାତ କରୁଥିବା ବେଳେ ହାଇକୋର୍ଟଙ୍କ ରହିତାଦେଶ ଆଳରେ ଦୋଷ ଖସାଇ ଆସୁଥିଲା ବିଏମସି । ଯେତେବେଳେ ବନ୍ଧ୍ୟାକରଣ ନେଇ ହାଇକୋର୍ଟ ରହିତାଦେଶ ହଟାଇଦେଲେ ସେତେବେଳେ ଅସଲ ସମସ୍ୟା ସାମ୍ନାକୁ ଆସିଛି । କୁକୁର ବନ୍ଧ୍ୟାକରଣ ନେଇ ଜୋରଦାର ପ୍ରସ୍ତତି ଆରମ୍ଭ କରିଦେଇଛି ସତ, ହେଲେ ଭୁବନେଶ୍ୱରରେ କେତେ କୁକୁର ଅଛନ୍ତି, ତା’ର ସଠିକ୍ ହିସାବ ନାହିଁ ବିଏମସି ପାଖରେ । କେବଳ ଅନୁମାନ ଆଧାରରେ ୨-୩ ଦିନ ମଧ୍ୟରେ ଆରମ୍ଭ କରିବାକୁ ଯାଉଛି କୁକୁର ବନ୍ଧ୍ୟାକରଣ ।

ଆନୁମାନିକ ଭାବେ ପ୍ରତି ଲକ୍ଷେ ଜନସଂଖ୍ୟାରେ ୩ ହଜାର କୁକୁର, ଯଦି ରାଜଧାନୀର ଜନସଂଖ୍ୟା ୧୫ ଲକ୍ଷ ହୁଏ, ତେବେ ସେହି ଅନୁପାତରେ କୁକୁର ରହିଥିବେ, ଏପରି ଆକଳନ କରିଛି ଭୁବନେଶ୍ୱର ମହନଗର ନିଗମ । ଏପଟେ ଦିନକୁ ବନ୍ଧ୍ୟାକରଣ ଟାର୍ଗେଟ ୧୦୦ । ୨ ବର୍ଷ ଧରି ଚାଲିବ କୁକୁର ବନ୍ଧ୍ୟାକରଣ କାର୍ଯ୍ୟ । ଏହିପରି ହିସାବ ଲଗାଇ ବିଏମସି ଆଗକୁ ବଢୁଥିବା ବେଳେ ଏ ନେଇ ଅନେକ ପ୍ରଶ୍ନ ଉଠିଛି ।

ବନ୍ଧ୍ୟାକରଣ ପାଇଁ ଗୋଟିଏ କୁକୁରକୁ ୪ ଦିନ ରଖାଯିବ
ହେଲେ ଭୁବନେଶ୍ୱରରେ ମାତ୍ର ୩୦୦ କୁକୁରଙ୍କ ପାଇଁ ରହିଛି ୧୦ଟି କେଭ୍
୧ କୋଟି ଟଙ୍କାରେ ଏହା ନିର୍ମାଣ କରାଯାଇଛି
ତେବେ ୪ ଦିନରେ ୪୦୦ କୁକୁର ରଖିବାକୁ ଜାଗା ନାହିଁ

୨୦୦୮ରୁ କୁକୁର ବନ୍ଧ୍ୟାକରଣ କରି ଆସୁଥିଲା ବିଏମସି । ଭିତିଭୂମି ଅଭାବ ସହ ବନ୍ଧ୍ୟାକରଣ ସୁରକ୍ଷିତ ଭାବେ ହେଉନଥିବା ଅଭିଯୋଗ ହୋଇଥିଲା । ଏହା ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ରହିତାଦେଶ ଉଠିଛି ସତ, କିନ୍ତୁ ବିଏମସିର ପ୍ରସ୍ତୁତି ଏବେ ବି ଅଧା ପନ୍ତରିଆ ଲାଗୁଛି ।
କେତେ କୁକୁର ଅଛନ୍ତି ତା’ର ହିସାବ ନାହିଁ..
ଅନୁମାନରେ କାମ ଆରମ୍ଭ କରିବାକୁ ଯାଉଛି ବିଏମ୍ସି
ଏପଟେ ବନ୍ଧ୍ୟାକରଣ କାର୍ଯ୍ୟ ପାଇଁ ଭେଟ୍ ଫର ଆନିମଲ୍ସକୁ ଟେଣ୍ଡର ଦିଆଯାଇଛି ।
କେବଳ ଭିତ୍ତିଭୂମି ଯୋଗାଇଦେବ ବିଏମସି
କୁକୁର ଧରିବାଠାରୁ ବନ୍ଧ୍ୟାକରଣ କରି ଛାଡ଼ିବା ପର୍ଯ୍ୟନ୍ତ ଦାୟିତ୍ୱ ନେବ ଭେଟ୍ ଫର ଆନିମଲ୍ସ
ପ୍ରତି କୁକୁର ପିଛା ଦିଆଯିବ ୧୬୫୦ ଟଙ୍କା
ତେଣୁ ପ୍ରଶ୍ନ ଉଠୁଛି – ଯଦି କୁକୁରଙ୍କ ସଠିକ୍ ହିସାବ ନାହିଁ, ତେବେ ବନ୍ଧ୍ୟାକରଣ ଆଳରେ ବଡ଼ ଧରଣର ଲୁଟ ପାଇଁ ବାଟ ଖୋଲା ଯାଉନାହିଁ ତ ।

The post କୁକୁର ବନ୍ଧ୍ୟାକରଣ ପାଇଁ ପ୍ରସ୍ତୁତି: ବିନା ତଥ୍ୟରେ ଅନ୍ଧାରରେ ବାଡ଼ି ବୁଲାଉଛି ବିଏମସି first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ତେଜୁଛି ରାଜନୀତି । ଆରଏସଏସ-ବିଜେପି ଇଭେଂଟ କହି ପ୍ରାଣପ୍ରତିଷ୍ଠାକୁ କାର୍ଯ୍ୟକ୍ରମକୁ କଂଗ୍ରେସର ବୟକଟ,ଜବାବ ରଖିଲା ବିଜେପି

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଜୋର ଧରିଛି ରାଜନୀତି । ଧର୍ମୀୟ ଭାବନାକୁ ବିଜେପି ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ନେତୃତ୍ୱ ଯୋଗ ଦେବେ ନାହିଁ ବୋଲି ବୁଧବାର ଦଳ ପକ୍ଷରୁ ସ୍ପଷ୍ଟ କରିଥିବା ବେଳେ ଏହାକୁ ନେଇ ରାଜନୀତି ତେଜିଛି । ବିଜେପି ସାଂସଦ ସୁଧାଶୁଂ ତ୍ରିବେଦୀ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏହି ନିଷ୍ପତିକୁ କଡା ସମାଲୋଚନା କରିଛନ୍ତି । ବିଜେପି କହିଛି ‘କଂଗ୍ରେସ ସନାତନ ବିରୋଧୀ ଦଳ । ଭୋଟ ବ୍ୟାଙ୍କ ପ୍ରଭାବିତ ଆଶଙ୍କା କରି ନେତାମାନେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେଉନାହାଁନ୍ତି’ । ‘ଦେଶର ହିତରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମକୁ କଂଗ୍ରେସ ବହିଷ୍କାର କରୁଥିବାରୁ ଦେଶବାସୀ ମଧ୍ୟ କଂଗ୍ରେସକୁ ବହିଷ୍କାର କରୁଛନ୍ତି’ ସେପଟେ ସମସ୍ତଙ୍କୁ କାର୍ଯ୍ୟକ୍ରମକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, କିଏ ଏଥିରେ ଯୋଗ ଦେବ ନଦେବ ତାହା ସେମାନଙ୍କ ନିଷ୍ପତି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ।

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ସମ୍ମତି ଜଣାଇଥିବା ଜଣାପଡିଛି । ବିଶ୍ୱ ହିନ୍ଦୁ ପରିଷଦ ଏବଂ ଆରଏସଏସର ନେତା ମାନେ ଲାଲକୃଷ୍ଣ ଆଡଭାନୀଙ୍କ ବାସଭବନରେ ପହଁଚି ତାଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ଦେଶ ବିଦେଶର ବହୁ ବିଶିଷ୍ଟ ଅତିଥିଙ୍କ ସହ କ୍ରୀଡାବିତ୍ ଏବଂ ସେଲିବ୍ରିଟି ।ଏହା ଭିତରେ କଂଗ୍ରେସର ନିଷ୍ପତିକୁ ନେଇ ରାଜନୀତି ଜୋର ଧରିଛି ।

The post ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ତେଜୁଛି ରାଜନୀତି । ଆରଏସଏସ-ବିଜେପି ଇଭେଂଟ କହି ପ୍ରାଣପ୍ରତିଷ୍ଠାକୁ କାର୍ଯ୍ୟକ୍ରମକୁ କଂଗ୍ରେସର ବୟକଟ,ଜବାବ ରଖିଲା ବିଜେପି first appeared on Kanak News.

from Kanak News
via <a href="https://ifttt.com/?

ଫାଇଭ୍-ଟି ଅଧ୍ୟକ୍ଷଙ୍କ ଛାତ୍ରଛାତ୍ରୀଙ୍କୁ ୬ ଗୁରୁମନ୍ତ୍ର: ବଲାଙ୍ଗୀରରେ ସଫଳତାର ସୂତ୍ର କହିଲେ ପାଣ୍ଡିଆନ୍

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଗସ୍ତ କରି ଆଜି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ବଲାଙ୍ଗୀର, ସଇଁତଳା ଓ କଂଟାବାଂଜିରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଜୀବନରେ ଆଗକୁ ବଢିବା ପାଇଁ କଣ ସବୁ ଆବଶ୍ୟକତା ରହିଛି ଓ କଣ ସବୁ କରିବା ଜରୁରୀ, ତାହା କଲେଜ ପିଲାକୁ ବୁଝାଇଛନନ୍ତି । ଏହାସହ ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ସବୁ ଯୋଜନା କରିଛନ୍ତି, ସେଥିରୁ କେଉଁ କାମ କେତେ ବାଟ ଆଗେଇଛି ତାର ହିସାବ ଦେଇଛନ୍ତି ପାଣ୍ଡିଆନ୍ ।

ବଲାଙ୍ଗୀରର ରାଜେନ୍ଦ୍ର କଲେଜ ଷ୍ଟାଡିୟମ୍ରେ ଯେତେବେଳେ ଫାଇଭ୍-ଟି ଅଧ୍ୟକ୍ଷ ପହଂଚିଥିଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସଫଳତାର ସୂତ୍ର କହିଥିଲେ ଭି.କେ ପାଣ୍ଡିଅନ୍ । ବଲାଙ୍ଗିର ଜିଲ୍ଳାରେ ଜନ୍ମ ହୋଇ କେମିତି ଅନେକ ଲୋକପ୍ରୀୟ ଓ ସଫଳ ବ୍ୟକ୍ତି ବାହାରିଛନ୍ତି, ତାଙ୍କ ସଫଳତା କହି ପିଲାଙ୍କ ମନବୋଳ ବଢ଼ାଇଥିଲେ । ସେହିପରି ପିଲାଙ୍କୁ ୬ଟି ଗୁରୁମନ୍ତ୍ର ଦେଇଥିଲେ ଫାଇଭ-ଟି ସଚିବ । କହିଥିଲେ-
– ନିୟମିତ ବ୍ୟାୟାମ କରନ୍ତୁ
– ଧ୍ୟାନ କରନ୍ତୁ
– ବିଭିନ୍ନ କରିକୁଲାର ଏକଟିଭିଟିରେ ଯୋଗ ଦିଅନ୍ତୁ
– ପାଠ ପଢ଼ନ୍ତୁ
– ବାପା-ମାଙ୍କୁ ଭକ୍ତି କରନ୍ତୁ
– ଗୁରୁଜନଙ୍କୁ ସମାନ କରନ୍ତୁ

ବଲାଙ୍ଗୀର ଜିଲ୍ଲା ଗସ୍ତ ଅବସରରେ ବଲାଙ୍ଗୀର ସମେତ କଂଟାବାଞ୍ଜି ଓ ସଇଁତଳା ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । କଂଟାବାଞ୍ଜିରେ ଥିବା କେଭି ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ସଭାରେ ଯୋଗ ଦେଇ ଆମ ଓଡ଼ିଶା ଅଧିନରେ କଂଟାବାଞ୍ଜି ଅଂଚଳ ବିକାଶ ପାଇଁ କ’ଣ ସବୁ ବିକାଶମୂଳକ ପଦକ୍ଷେପ ନିଆଯାଇଛି, ତାର ବିବରଣୀ ଦେଇଥିଲେ । କଂଟାବାଞ୍ଜିରେ ୬୦ କୋଟିର ପ୍ରକଳ୍ପ ଆରମ୍ଭ, ରାଣୀପୁର ଝରିଆଲ ପାଇଁ ୪ କୋଟି ମଞ୍ଜୁର, ବିଭିନ୍ନ କଲେଜ ପାଇଁ ଅଢ଼େଇ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୩୭ କୋଟି ଏବଂ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ୬ଶହ କୋଠଟି ଟଙ୍କାର କାମ ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଥିବା କହିଛନ୍ତି ଭି.କେ ପାଣ୍ଡିଆନ୍ । ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟର ବିଭିନ୍ନ ଜିଲ୍ଳା ଗସ୍ତ କରୁଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।

The post ଫାଇଭ୍-ଟି ଅଧ୍ୟକ୍ଷଙ୍କ ଛାତ୍ରଛାତ୍ରୀଙ୍କୁ ୬ ଗୁରୁମନ୍ତ୍ର: ବଲାଙ୍ଗୀରରେ ସଫଳତାର ସୂତ୍ର କହିଲେ ପାଣ୍ଡିଆନ୍ first appeared on Kanak News.

from Kanak News
via <a href="https://ifttt.com/?

ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ: ପିଲାଙ୍କ କଥା ଶୁଣିଲେ, ଲୋକଙ୍କ ଦୁଃଖ ବୁଝିଲେ

କନକ ବ୍ୟୁରୋ: ରାଜ୍ୟପାଳଙ୍କ ମାରାଥନ ଗସ୍ତ । ଗାଁରୁ ଗାଁ ବୁଲୁଛନ୍ତି, ଲୋକଙ୍କ ସହ ସୁଖଦୁଃଖ ଆଲୋଚନା କରୁଛନ୍ତି । ଏହି କ୍ରମରେ ଆଜି ଗଂଜାମ ଯାଇ ଅଙ୍ଗନବାଡିରେ କୁନି କୁନି ପିଲାଙ୍କ ଅନ୍ନପ୍ରସନ୍ନ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ମାଆ ତାରାତାରିଣୀଙ୍କ ଦର୍ଶନ କରିବା ସହ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।

ଦିନିକିଆ ଗଂଜାମ ଗସ୍ତରେ ଯାଇ ରାଜ୍ୟପାଳ ରଘୁବର ଦାସ ଲୋକଙ୍କୁ ଭେଟିବା ସହ ଛୋଟପିଲାଙ୍କ ସହିତ ବାର୍ତାଳାପ କରିଛନ୍ତି । ସକାଳୁ ସକାଳୁ ରାଜ୍ୟପାଳଙ୍କ ଗସ୍ତ ଆରମ୍ଭ ହୋଇଥିଲା ଗଂଜାମର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ଦର୍ଶନରୁ । ରାଜ୍ୟପାଳ ମନ୍ଦିର ବୁଲିବା ସହ ତାରାତାରିଣୀଙ୍କୁ ପ୍ରାୟ ଅଧଘଂଟା ଧରି ପୂଜା କରିଥିଲ । ରାଜ୍ୟପାଳଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ଥିଲା ହୁମା ଓ ଖଲ୍ଲିକୋଟରେ । ହୁମାର ୪ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ଅନ୍ନପ୍ରସନ୍ନ ପାଳିଛନ୍ତି ରାଜ୍ୟପାଳ । କେନ୍ଦ୍ରରେ ପ୍ରତି ପିଲାଙ୍କ ଜନ୍ମଦିନ ପାଳିବାକୁ ବି ରଘୁବାର ଦାସ ପରାମର୍ଶ ଦେଇଥିଲେ । ଖଲ୍ଲିକୋଟ ଡିମିରିଆ ସ୍କୁଲରେ ଗୀତ ଶୁଣି ପିଲାଙ୍କୁ ଉତ୍ସାହିତ କରିିଥିଲେ । ଆଦିବାସୀ ପିଲାଙ୍କ ସହ କଥା ହୋଇଥିଲେ । ଏହାଛଡା ଲୋକଙ୍କ ଠାରୁ ଆବାସ ଘର ଓ ଭତା ପାଇଁ ଅଭିଯୋଗ ଗ୍ରହଣ କରିଥିଲେ । ଆବାସ ଘର ବି ବୁଲି ଦେଖିଥିଲେ ।

କୁକୁଡାଖଣ୍ଡିରେ ରାଜ୍ୟପାଳ କୃଷକ, ମହିଳା ଓ ମତ୍ସ୍ୟଜୀବୀଙ୍କୁ ଭେଟି ଆପତ୍ତି ଅଭିଯୋଗ ଶୁଣିଛନ୍ତି । ଆଧୁନିକ ପ୍ରଣାଳୀରେ ଚାଷ କରିବା ସହ ଫସଲ ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ କୃଷକ ଯୋଜନା ସମ୍ପର୍କରେ ଆଲୋନା କରିଛନ୍ତି । ସମସ୍ୟା ଥିଲେ ରାଜଭବନ ସହ ଯୋଗାଯୋଗ କରିବାକୁ ଲୋକଙ୍କ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ । ଆଉ ଏହାର ସମଧାନ କରିବାକୁ ବି ପ୍ରତିଶୃତି ଦେଇଛନ୍ତି । ଛତ୍ରପୁର ଉପକଣ୍ଠ ଚମାଖଣ୍ଡିରେ ଏସଏଚଜି ମହିଳାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ । ସେମାନଙ୍କ ସମସ୍ୟା ବି ଶୁଣିଥିଲେ ରଘୁବର ।

The post ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ: ପିଲାଙ୍କ କଥା ଶୁଣିଲେ, ଲୋକଙ୍କ ଦୁଃଖ ବୁଝିଲେ first appeared on Kanak News.

from Kanak News
via <a href="https://ifttt.com/?

୧୪ ଫେବ୍ରୁଆରିରେ ଓଡ଼ିଶା ଆସିବେ ରାହୁଲ: ୪ ଜିଲ୍ଲାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା

କନକ ବ୍ୟୁରୋ: ୪ଟି ଜିଲ୍ଲା, ୪ଦିନର ଯାତ୍ରା । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ନେଇ ବେଶ ଉତ୍ସାହିତ କଂଗ୍ରେସ ଶିବିର । ଝାରଖଣ୍ଡରୁ ମୟୂରଭଂଜ ଦେଇ ଓଡିଶାରେ ପ୍ରବେଶ କରିବେ ରାହୁଲ । ଏବଂ ଝାରସୁଗୁଡା ଦେଇ ଛତିଶଗଡ ଅଭିମୁଖେ ଯିବେ । ରାହୁଲଙ୍କ ଯାତ୍ରା ଅଧିକରୁ ଅଧିକ ଜନତାଙ୍କୁ ଯୋଡିବା ପାଇଁ ରାଜ୍ୟ କଂଗ୍ରେସ ସ୍ୱତନ୍ତ୍ର ନମ୍ବର ଜାରି କରିଛି । ଏପଟେ ଉଭୟ ବିଜେଡି ଓ ବିଜେପି କହିଛନ୍ତି, ପଡିବନି କୌଣସି ପ୍ରଭାବ । ତେବେ ଆସନ୍ତା ମାସରେ ସରଗରମ ହେବାକୁ ଯାଉଛି ରାଜ୍ୟ ରାଜନୀତି ।

ଆସନ୍ତା ମାସରେ ସରଗରମ ହେବାକୁ ଯାଉଛି ରାଜ୍ୟ ରାଜନୀତି । ଗୋଟିଏ ପଟେ ଓଡ଼ିଶା ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ଅନ୍ୟପଟେ ଫେବ୍ରୁଆରି ୧୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ । ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହେବ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏଥିପାଇଁ ଲୋଗୋ ଉନ୍ମୋଚନ କରାଯାଇଛି । ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କସରତ ।

ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ ରହିଥିବା ବେଳେ ଉନ୍ମୋଚିତ ହୋଇଛି ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଲୋଗୋ । କେଉଁ କେଉଁ ଜିଲ୍ଲା ଦେଇ ଯିବେ ଏ ନେଇ ମଧ୍ୟ ଚୂଡ଼ାନ୍ତ ହୋଇଛି ରୁଟ୍ ମ୍ୟାପ୍ ।
ରାହୁଲଙ୍କ ରୁଟ୍ ମ୍ୟାପ୍
ଝାଡ଼ଖଣ୍ଡରୁ ମୟୂରଭଂଜ ଦେଇ ଓଡ଼ିଶାରେ ପହଁଚିବ ଭାରତ ଯୋଡ଼ ନ୍ୟାୟ ଯାତ୍ରା
କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ବାଟେ ଛତିଶଗଡ଼ ଯିବେ ରାହୁଲ

ଗତବର୍ଷ ଭାରତ ଯୋଡ଼ ଯାତ୍ରାର ସଫଳତା ପରେ ସାଧାରଣ ନିର୍ବାଚନ ପୂର୍ବରୁ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଯାଉଛି କଂଗ୍ରେସ । ଯୁବକ, ମହିଳା, କୃଷକ, ଶ୍ରମିକ, ମଧ୍ୟବିତ ଓ ଗରିବଙ୍କୁ ଆର୍ଥିକ, ସାମାଜିକ ଓ ରାଜନୈତିକ ନ୍ୟାୟ ଦେବା ଏହି ଯାତ୍ରାରେ ଉଦ୍ଦେଶ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି । ଜାନୁଆରି ୧୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ପୂର୍ବରୁ ପଶ୍ଚିମ ଭାରତକୁ ଯାତ୍ରା କରିବେ ରାହୁଲ ଗାନ୍ଧୀ । ଠିକ୍ ମାସକ ପରେ ଅର୍ଥାତ ଫେବ୍ରୁଆରି ୧୪ ତାରିଖରେ ଓଡ଼ିଶା ପହଁଚିବେ ରାହୁଲ । ନ୍ୟାୟଯାତ୍ରାରେ ସାମିଲ ହେବା ପାଇଁ ୯୮୯୧୮୦୨୦୨୪ ନମ୍ବରକୁ ମିସ୍ କଲ୍ କରିବାକୁ କଂଗ୍ରେସ ଅନୁରୋଧ କରିଛି । ଏହି ଯାତ୍ରାରେ ଯୋଡ଼ି ହେଉଥିବା ବ୍ୟକ୍ତିଙ୍କୁ ନ୍ୟାୟ ଯୋଦ୍ଧା କହିବ କଂଗ୍ରେସ । ତେବେ ରାହୁଲଙ୍କ ଏହି ଯାତ୍ରାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ବିଜେଡି ଓ ବିଜେପି ।

ଜାନୁଆରୀ ୨୬ ତାରିଖ ପରେ ମୋଦୀଙ୍କ ସମେତ ବିଜେପିର ଶୀର୍ଷ ନେତାଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଆସନ୍ତା ମାସରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିବାର ଅଛି । ଗୋଟିଏ ପଟେ ରାହୁଲଙ୍କ ନ୍ୟାୟ ଯାତ୍ରା ଓ ଅନ୍ୟପଟେ ବିଜେପିର ତୁଙ୍ଗ ନେତାଙ୍କ ଗସ୍ତ, ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବ ବୋଲି କୁହାଯାଉଛି ।

The post ୧୪ ଫେବ୍ରୁଆରିରେ ଓଡ଼ିଶା ଆସିବେ ରାହୁଲ: ୪ ଜିଲ୍ଲାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟାହ୍ନ ଭୋଜନରେ ପାଣିଆ ଡାଲି: ନିମ୍ନମାନର ଡାଲି ଓ ସୋୟାବିନ ଖାଉଛନ୍ତି ଛାତ୍ରଛାତ୍ରୀ, ଅଣ୍ଡା ତରକାରୀ ପାଇଁ ଚାଲିଛି ଅଙ୍କକଷା

କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ଖାଉଛନ୍ତି ନିମ୍ନମାନର ଖାଦ୍ୟ । ଥାଳିରେ ଭାତ ସାଙ୍ଗରେ ପରସା ଯାଉଛି ପାଣିଆ ଡାଲମା ଓ ତରକାରୀ । ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ମିଳିବ ଓ ପାଠ ପ୍ରତି ଆଗ୍ରହ ବଢିବ, ଏଭଳି କିଛି ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନ ଯେମିିତି ବାଟ ହୁଡିଛି । ପିଲାଙ୍କ ଭାଗ୍ୟ ସହ କେବଳ ଖେଳାଯାଉନାହିଁ । ଏମିତିକି ଯୋଜନା ଯେମିତି ପାଲଟିଯାଇଛି ପ୍ରହସନ ।

୫ ଟଙ୍କା ୯୦ ପଇସାରେ ପିଲାଙ୍କ ମଧ୍ୟାହ୍ନ ଭୋଜନ । ଗୋଟିଏ ଅଣ୍ଡାର ଦାମ ୭ରୁ ୮ ଟଙ୍କା । ସପ୍ତାହର ଦୁଇ ଦିନ ଭାତ ସାଙ୍ଗକୁ ଅଣ୍ଡା, ସୋୟାବିନ ଓ ଡାଲମା ଖାଉଛନ୍ତି ଛାତ୍ରଛାତ୍ରୀ । ହୁ ହୁ ହୋଇ ସବୁ ଦର ବଢୁଥିବାବେଳେ ୫ ଟଙ୍କା ୯୦ ପଇସାରେ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି ସ୍କୁଲ ଶିକ୍ଷକ । ତେବେ ଏତିକି କମ ଟଙ୍କାରେ ମଧ୍ୟାହ୍ନ ଭୋଜନକୁ କିପରି ପରିଚାଳନା କରାଯାଉଛି ତାହାର ରିଏଲିଟି ଚେକ୍ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପହଂଚିଥିଲା ଆମ କ୍ୟାମେରା ଟିମ୍ ।

ଚାଉଳ ବସିଛି । ପରିବା କଟା ବି ଚାଲିଛି । ଗୁରୁବାର ଥିବାରୁ ଭାତ ଡାଲମା ଖାଇବେ ଛାତ୍ରଛାତ୍ରୀ । ପାଚିକାମାନେ ରୋଷେଇ କରିବାରେ ବ୍ୟସ୍ତ । ୟେ ଦୃଶ୍ୟ ହେଉଛି ଖୋର୍ଧା ଜିଲ୍ଲାର ଗାଦିବ୍ରହ୍ମ ପ୍ରାଥମିକ ବିଦ୍ୟାଳୟର । ଥାଳିରେ ପରସା ଯାଉଛି ଭାତ ଓ ଡାଲମା । ଡାଲମାରେ ନିମ୍ନମାନର ଡାଲି ମିଶିଥିବା ସ୍ୱୀକାର କରିଛନ୍ତି ପ୍ରଧାନଶିକ୍ଷକ । ମଧ୍ୟାହ୍ନ ଭୋଜନରେ ସପ୍ତାହକୁ ଦୁଇ ଥର ଅଣ୍ଡା ଦିଆଯାଉଥିବାବେଳେ ଅନ୍ୟ ଦିନରେ ଦିଆଯାଉଥିବାବେଳେ ନିମ୍ନମାନର ଡାଲି ଓ ସୋୟାବିନ ଦେବାକୁ ବାଧ୍ୟ ହେଉଥିବା କହିଛନ୍ତି ସ୍କୁଲ ଶିକ୍ଷକ ।

ଜୟପୁର ସହର ଏହି ବିଦ୍ୟାଳୟରେ ଘଂଟି ବାଜିବା ମାତ୍ରେ ପିଲାମାନେ କିପରି ଦୌଡି ଦୌଡି ଖାଇବାକୁ ଯାଉଛନ୍ତି । କିଛି ପିଲା ଘରୁ ଆଣିଥିବା ଖାଦ୍ୟ ଖାଉଥିବାବେଳେ ଆଉ କିଛି ପିଲା ସ୍କୁଲରେ ଦିଅଯାଉଥିବା ଖାଦ୍ୟ ଖାଉଛନ୍ତି ।

ପୁରୀ ଜିଲ୍ଲାର ଅସ୍ତରଂଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି ସମାନ ଦୃଶ୍ୟ । ପିଲାଙ୍କ ପାଇଁ ରୋଷେଇ ହୋଇଛି ସୋୟାବିନ୍ ତରକାରୀ । କିନ୍ତୁ ତରକାରୀର ମାନ କେମିତି ଅଛି ଆପଣମାନେ ଅନୁମାନ କରିପାରୁଥିବେ । ପିଲାପିଛା ଯେତିକି ଟଙ୍କା ମିଳୁଛି, ସେଥିରେ ଭଲ ଖାଦ୍ୟ ଯୋଗାଇବା କଷ୍ଟକର ବୋଲି କହିଛନ୍ତି ଶିକ୍ଷକ ।

ପ୍ରାଥମିକ ଶ୍ରେଣୀ ପାଇଁ ୫ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ୮ଟଙ୍କା ୮୨ ପଇସା ଧାର୍ଯ୍ୟ କରିଛନ୍ତି ସରକାର । ଭଲ ଡାଲିର ଦାମ ଏକ କିଲୋ ପିଛା ୧୮୦ ଟଙ୍କା ରହିଥିବାବେଳେ କମ ମାନର ଡାଲି ଦାମ ଏକ କିଲୋ ପିଛା ୧୪୦ ଟଙ୍କା ପଡୁଛି । ପ୍ୟାକେଟ୍ରେ ମିଳୁଥିବା ସୋୟାବିନ କିଲୋ ପିଛା ୧୪୦ରୁ ୧୫୦ ଟଙ୍କା ହୋଇଥିବାବେଳେ ଖୋଲା ସୋୟାବିନ କିଲୋ ପିଛା ୧୧୦ ଟଙ୍କା । କମ ପଇସାରେ ମଧ୍ୟାହ୍ନ ଭୋଜନ ଦେବା ସମ୍ଭବ ହେଉନଥିବାରୁ ନିମ୍ନମାନର ଡାଲି ଓ ସୋୟାବିନ ଦେବାକୁ ଶିକ୍ଷକମାନେ ବାଧ୍ୟ ହେଉଥିବା ଶିକ୍ଷକ ସଂଘ ପକ୍ଷରୁ କୁହାଯାଉଛି । ଏହି ସମସ୍ୟା ନେଇ ପିଏମ ପୋଷଣର ରାଜ୍ୟ ନୋଡାଲ ଅଫିସରଙ୍କୁ ପଚାରିବାରୁ ଏନେଇ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

The post ମଧ୍ୟାହ୍ନ ଭୋଜନରେ ପାଣିଆ ଡାଲି: ନିମ୍ନମାନର ଡାଲି ଓ ସୋୟାବିନ ଖାଉଛନ୍ତି ଛାତ୍ରଛାତ୍ରୀ, ଅଣ୍ଡା ତରକାରୀ ପାଇଁ ଚାଲିଛି ଅଙ୍କକଷା first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ପାଇଁ ବଡ ପ୍ରସ୍ତୁତି: ଯଜ୍ଞ ମଣ୍ଡପ ପ୍ରସ୍ତୁତ, ଲୋକାର୍ପଣକୁ ଅପେକ୍ଷା

କନକ ବ୍ୟୁରୋ: ଆସନ୍ତା ୧୭ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ଏହାର ଲୋକର୍ପଣ କରିବେ । ୧୭ତାରିଖ ଅପରାହ୍ନ ୩ଟା ପରେ ସାଧାରଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗ ବୁଲିପାରିବେ । ସନ୍ଧ୍ୟାରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ସହ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ପ୍ରଦର୍ଶନୀ ହେବ । ଏଥିସହ ପରିକ୍ରମା ପ୍ରକଳ୍ପ ପାଇଁ କେଉଁ ଦିନ କଣ ହେବ ସେଥିପାଇଁ ଆଜି ବସିଥିବା ପରିଚାଳନା କମିଟି ବୈଠକରେ ହୋଇଛି ଚୂଡାନ୍ତ ନିଷ୍ପତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିିଷ୍ଠା ଓ ଲୋକାର୍ପଣ ପାଇଁ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ସାଂସ୍କୃତିକ ଓ ବିଭିନ୍ନ ସବ୍ କମିଟିର ପୂର୍ବ ନିଷ୍ପତି ଉପରେ ମୋହର ମାରିଛି ପରିଚାଳନା କମିଟି । ନିଷ୍ପତି ଅନୁସାରେ,
– ୧୨ ତାରିଖ ସନ୍ଧ୍ୟାରେ ଗଜପତିଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ତାପରେ ଯଜ୍ଞ ପାଇଁ ଅଙ୍କୁରାରୋପଣ କରାଯିବ
– ୧୩ ତାରିଖରେ ଅଙ୍କୁର ପୂଜନ
– ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ ।
– ୧୫ ରେ ଅଖଣ୍ଡ ଦୀପ ସ୍ଥାପନ, ପଂଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦକ୍ଷିଣ ହେବ
– ୧୬ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ମଣ୍ଡଳ ପୂଜା, ହବନ, ଆରତି ଓ ପୁଷ୍ପାଞ୍ଜଳି ଦିଆଯିବ
– ୧୭ ତାରିଖରେ ଗଜପତି ମହାରାଜା ପୂର୍ଣ୍ଣାହୁତି ଦେବେ
– ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଫଳକ ଉନ୍ମୋଚନ କରିବେ
– ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ପରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିବାର କାର୍ଯ୍ୟକ୍ରମ ରହିଛି

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ । ପରିକ୍ରମା ମାର୍ଗର ଛୋଟ ଛୋଟ ମଣ୍ଡପ ସମ୍ମୁଖରେ ସଂକୀର୍ତନ ସହ ଓଡିଶୀ, ମାହାରୀ, ସମ୍ବଲପୁରୀ ନୃତ୍ୟ, ପାଇକ, ବନାଟି ଆଦି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ସେହିପରି ବାଟରେ ଯୋଡି ଶଂଖ, ଲଉଡି ଖେଳ ପ୍ରଦର୍ଶନ କରାଯାଇ ଅତିଥିଙ୍କୁ ସ୍ୱାଗତ କରାଯିବାର ବ୍ୟବସ୍ଥା ହୋଇଛି । ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ନିମନ୍ତ୍ରିତ ଅତିଥିଙ୍କ ରହଣି, ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । କେବଳ ଏତିକି ନୁହେଁ ସାରାରାଜ୍ୟ କେମିତି ଜଗନ୍ନାଥମୟ ହେବ । ଚାରିଆଡେ ଆଧାତ୍ମିକ ପରିବେଶ ସୃଷ୍ଟି ହେବ ସେଥିପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ପ୍ରଶାସନ ।

The post ପରିକ୍ରମା ପ୍ରକଳ୍ପ ପାଇଁ ବଡ ପ୍ରସ୍ତୁତି: ଯଜ୍ଞ ମଣ୍ଡପ ପ୍ରସ୍ତୁତ, ଲୋକାର୍ପଣକୁ ଅପେକ୍ଷା first appeared on Kanak News.

from Kanak News
via <a href="https://ifttt.com/?

ଝୁଲନ୍ତା ଅବସ୍ଥାରେ ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର: ସରକାରୀ ବାସଭବନରୁ ମିଳିଲା ଝୁଲନ୍ତା ମୃତଦେହ

କନକ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ବିଡିଓଙ୍କ ମୃତଦେହ ଉଦ୍ଧାର । ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ । ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ୨ ମାସ ହେବ ସିମୁଳିଆରେ ନିଯୁକ୍ତି ହୋଇଥିଲେ ବିଶ୍ୱରଞ୍ଜନ ।

The post ଝୁଲନ୍ତା ଅବସ୍ଥାରେ ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର: ସରକାରୀ ବାସଭବନରୁ ମିଳିଲା ଝୁଲନ୍ତା ମୃତଦେହ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started